27.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ଏହି ବିଶାଳ ପୁରୁଣା ଦୁନିଆର ବିନାଶ ହେବାକୁ ଯାଉଛି, ନୂଆ ଦୁନିଆର ସ୍ଥାପନା ହେଉଛି, ସେଥିପାଇଁ ନୂଆ ଦୁନିଆକୁ ଯିବା ପାଇଁ ପବିତ୍ର ହୁଅ ।”

ପ୍ରଶ୍ନ:-
ପରମାତ୍ମାଙ୍କ ସମ୍ବନ୍ଧରେ ତୁମେ ପିଲାମାନେ କେଉଁ ଆଶ୍ଚର୍ଯ୍ୟଜନକ କଥା ଜାଣିଛ ଯାହାକି ମନୁଷ୍ୟମାନଙ୍କର ଜ୍ଞାତସାରର ବାହାରେ?

ଉତ୍ତର:-
ତୁମେମାନେ କହୁଛ ଆତ୍ମା ଯେପରି ଜ୍ୟୋର୍ତିବିନ୍ଦୁ ଅଟେ, ପରମାତ୍ମା ମଧ୍ୟ ସେହିପରି ଅତି ସୂକ୍ଷ୍ମ ଜ୍ୟୋର୍ତିବିନ୍ଦୁ ଅଟନ୍ତି । ଏହି ଆଶ୍ଚର୍ଯ୍ୟଜନକ କଥା ସମସ୍ତ ମନୁଷ୍ୟମାନଙ୍କର ବୁଝିବାର ବାହାରେ । କେତେକ ସନ୍ତାନମାନେ ମଧ୍ୟ ଏଥିରେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ବାବା କହୁଛନ୍ତି ପିଲାମାନେ ଦ୍ୱନ୍ଦ୍ୱରେ ପଡ ନାହିଁ । ଯଦି ଛୋଟ ରୂପରେ ୟାଦ ରହୁନାହିଁ ତେବେ ବଡ ରୂପରେ ୟାଦ ଅବା ସ୍ମରଣ କର କିନ୍ତୁ ନିଶ୍ଚୟ ମନେ ପକାଇବାକୁ ହେବ ।

ଗୀତ:-
ରାତ କେ ରାହୀ ଥକ ମତ ଜାନା...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି, ସେଥିପାଇଁ ପିଲାମାନେ ଆତ୍ମ-ଅଭିମାନୀ ହୋଇ ବସିବା ଉଚିତ୍ । ଏପରି ଆଉ କୌଣସି ସ୍ଥାନରେ ବୁଝାଯାଉନାହିଁ । କୌଣସି ସାଧୁ-ସନ୍ଥ ଏପରି ବୁଝାଇ ନଥା’ନ୍ତି ଯେ ଆତ୍ମ-ଅଭିମାନୀ ହୋଇ ବସ । ଏକଥା କେବଳ ଏକ ବାବା ହିଁ ବୁଝାଉଛନ୍ତି, ଆଉ କେହି ଏହି କଥା କହି ପାରିବେ ନାହିଁ । ଏହି ଉପାୟ କେହି ବତାଇ ପାରିବେ ନାହିଁ । ତୁମେ ସନ୍ତାନମାନେ ମଧ୍ୟ ଜାଣୁଛ ଯେ ଆମେ ଆତ୍ମା ଅଟୁ । ଆତ୍ମା ହିଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ । କେବେ ବାରିଷ୍ଟର, କେବେ ଡାକ୍ତର ହୋଇଥାଏ । ଆତ୍ମା ହିଁ ଏବେ ପତିତ ହୋଇଛି, ପୁଣି ପାବନ ହେବ । ଆତ୍ମାରେ ଜ୍ଞାନ ଧାରଣ ହୋଇଥାଏ । ବାବା ନିରାକାର ଜ୍ଞାନର ସାଗର ହୋଇ ଥିବାରୁ ନିଶ୍ଚୟ ଆସି ଜ୍ଞାନ ଶୁଣାଇବେ ନା । ପତିତ-ପାବନ ହୋଇଥିବାରୁ ନିଶ୍ଚୟ ଆସି ପାବନ କରାଇବେ । ସିଏ ସର୍ବଶ୍ରେଷ୍ଠ ପରମପିତା ପରମାତ୍ମା ଅଟନ୍ତି । ମୁଁ ତୁମର ପିତା ସର୍ବଶ୍ରେଷ୍ଠ, ଜ୍ଞାନର ସାଗର ଅଟେ । ମୋର ନିଜର ଶରୀର ନାହିଁ । ଏ ସବୁ ଜ୍ଞାନ ତୁମର ଆତ୍ମା ଧାରଣ କରୁଥିବାରୁ ତୁମକୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ଦେହ-ଅଭିମାନ ରଖିବା ଅନୁଚିତ୍ । ଆଉ କୌଣସି ଏପରି ସ୍ଥାନ ନାହିଁ ଯେଉଁଠି ଶୁଣିବା ଓ ଶୁଣାଉଥିବା ବ୍ୟକ୍ତି ଉଭୟ ଦେହୀ-ଅଭିମାନୀ ହୋଇଥିବେ । ବାବା ତ ନିରାକାର ଅଟନ୍ତି । ସେ ଆସି ତୁମକୁ ରାଜଯୋଗ ଶିଖାଉଛନ୍ତି । ବାକି ସବୁ ମନୁଷ୍ୟ ହେଉଛନ୍ତି ଦେହ-ଅଭିମାନୀ । ଯଦିଓ ଏହି ଲକ୍ଷ୍ମୀ-ନାରାୟଣଙ୍କ ନିମନ୍ତେ କୁହାଯିବ - ଇଏ ଆତ୍ମ-ଅଭିମାନୀ ଥିଲେ ତଥାପି ଦେହ-ଅଭିମାନ ତ ରହିଥାଏ ନା । ଏହି ଜ୍ଞାନ ପରମପିତା ପରମାତ୍ମା ହିଁ ଆସି ଦେଉଛନ୍ତି । ଆତ୍ମାକୁ ଧାରଣ କରିବାକୁ ହେବ । ଆତ୍ମାକୁ ହିଁ ପତିତରୁ ପାବନ ହେବାର ଯୁକ୍ତି ବତାଉଛନ୍ତି । ଏବେ ସମଗ୍ର ଦୁନିଆର ପତନ ହୋଇଛି ପୁଣି ଉତ୍‌ଥାନ କରିବାକୁ ଆସୁଛନ୍ତି । ଏକଥା ତୁମେ ସନ୍ତାନମାନେ ଜାଣିଛ । ଡାଉନ ଫଲ ଅର୍ଥାତ୍ ଡେଷ୍ଟ୍ରକ୍‌ସନ୍ ଓ ରାଇଜ୍ ଅର୍ଥାତ୍ କନଷ୍ଟ୍ରକ୍‌ସନ୍ । ସ୍ଥାପନା ଓ ବିନାଶ । ସ୍ଥାପନା କାହାର? ନୂଆ ଦୁନିଆର, ସ୍ୱର୍ଗର ସ୍ଥାପନା ପୁଣି ପୁରୁଣା ଦୁନିଆ ହେଲ୍‌, ନର୍କର ବିନାଶ । ଡେଷ୍ଟ୍ରକ୍‌ସନ୍ ଓ କନଷ୍ଟ୍ରକ୍‌ସନ୍ । କଳିଯୁଗ ହେଉଛି ପୁରୁଣା ଦୁନିଆ, ଏହାର ବିନାଶ ନିଶ୍ଚୟ ହେବା ଦରକାର । ବିନାଶର ଲକ୍ଷଣ ହେଉଛି - ଏହି ମହାଭାରୀ ମହାଭାରତ ଲଢେଇ । ମହାଭାରତର ବୃତ୍ତାନ୍ତ ମହାଭାରତ ଶାସ୍ତ୍ରରେ ଦେଖାଇଥା’ନ୍ତି । ବାବା, ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି । ସେ ତ ନିଶ୍ଚୟ ନୂଆ ଦୁନିଆର ସ୍ଥାପନା କରିବେ ନା । ଏହା ହେଉଛି ବେହଦର ବିନାଶ ଓ ବେହଦର ସ୍ଥାପନାର କାର୍ଯ୍ୟ, ବାବା ହିଁ ନୂଆ ଘର ପିଲାମାନଙ୍କ ପାଇଁ ତିଆରି କରିବେ । ପୁଣି ପୁରୁଣାର ନିଶ୍ଚୟ ଖଲାସ କରାଇବେ । ତୁମେ ଜାଣିଛ - ବାବା ଏବେ ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ତମୋପ୍ରଧାନରୁ ପୁଣି ସତ୍ତ୍ୱପ୍ରଧାନ କରାଇବା ପାଇଁ ଆମକୁ ପ୍ରସ୍ତୁତ କରୁଛନ୍ତି । ବିନାଶ ନିମନ୍ତେ ମହାଭାରତ ଲଢେଇ ପ୍ରସିଦ୍ଧ । କହୁଛନ୍ତି ଏହା ସେହି ସମୟ ଅଟେ । ସେହି ତାରକାମାନେ ଆସି ପରସ୍ପର ସହିତ ମିଶିଛନ୍ତି ଯିଏ ମହାଭାରତ ସମୟରେ ଥିଲେ । ଏହି ସିଡିରେ ମଧ୍ୟ ଲେଖାଯାଇଛି ଭାରତର ଉତ୍‌ଥାନ ଓ ପତନର ଅଦ୍‌ଦ୍ଭୂତ କାହାଣୀ । ଏହି ଧାଡିରେ ‘କଳ୍ପ-କଳ୍ପ’ ଅକ୍ଷର ମଧ୍ୟ ଆସିବା ଉଚିତ୍ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୁଷ୍ୟ ୮୪ ଜନ୍ମ ନେଉଛନ୍ତି । ଏକଥା ମଧ୍ୟ ତୁମ ବୁଦ୍ଧିରେ ଅଛି । ମନୁଷ୍ୟମାନଙ୍କ ବୁଦ୍ଧିରେ ତ ଏକଦମ୍ ଗଡରେଜ୍‌ର ତାଲା ଲାଗିଯାଇଛି । ଏହି କଥାକୁ ମନୁଷ୍ୟମାନେ ଜାଣିବା ଉଚିତ୍ । ଆତ୍ମାମାନେ ଏଠାରେ ଅଭିନୟ କରିବା ପାଇଁ ଶରୀର ଧାରଣ କରୁଛନ୍ତି । ତେଣୁ ଡ୍ରାମାର ଆଦି-ମଧ୍ୟ-ଅନ୍ତର କ୍ରିଏଟର, ଡାଇରେକ୍ଟଟର, ମୁଖ୍ୟ ଆକ୍ଟର ଆଦିଙ୍କୁ ଜାଣିବା ଦରକାର ନା । ଏବେ ତୁମେ ଡ୍ରାମାର ଆଦି-ମଧ୍ୟ-ଅନ୍ତ, ହୁ ଇଜ୍ ହୁ, ସାରା ଡ୍ରାମା ବିଷୟରେ ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଜାଣିଗଲଣି । ବାବାଙ୍କ ଦ୍ୱାରା ଏହି ସମସ୍ତ ଜ୍ଞାନ ମିଳୁଛି । ସୃଷ୍ଟି ଚକ୍ର କିପରି ଘୂରୁଛି । ଏହାକୁ ଆତ୍ମିକ ଜ୍ଞାନ କୁହାଯାଉଛି । ଶାରୀରିକ ଜ୍ଞାନକୁ ଫିଲୋସୋଫି କୁହାଯାଇଥାଏ । ଆଧ୍ୟାତ୍ମିକ ଜ୍ଞାନ, ଆତ୍ମିକ ଜ୍ଞାନକୁ ଜ୍ଞାନ କୁହାଯାଏ । ଏବେ ଏସବୁ କଥା ପିଲାମାନଙ୍କ ବୁଦ୍ଧିରେ ରହିଛି ।

ପିଲାମାନେ ଜାଣିଛନ୍ତି ଏବେ ୮୪ ଜନ୍ମର ନାଟକ ଶେଷ ହେବାକୁ ଯାଉଛି । ଏବେ ଆମେ ଘରକୁ ଯାଉଛୁ କିନ୍ତୁ ପତିତ କେହି ଘରକୁ ଯାଇପାରିବେ ନାହିଁ । ନଚେତ୍ ଏତେ ଜପ, ତପ, ତୀର୍ଥ ଆଦି କାହିଁକି କରୁଛନ୍ତି । ପବିତ୍ର ହେବା ନିମନ୍ତେ ଗଙ୍ଗା ସ୍ନାନ କରିବାକୁ ଯାଉଛନ୍ତି, କିନ୍ତୁ ଏହା ଦ୍ୱାରା କେହି ପବିତ୍ର ହୋଇପାରିବେ ନାହିଁ । ସେଥିପାଇଁ ଘରକୁ କେହି ଯାଇପାରିବେ ନାହିଁ । କାହାଣୀ ଓ ଗଳ୍ପ ବହୁତ କହୁଛନ୍ତି ଯେ ଅମୁକ ପାର ନିର୍ବାଣଧାମ ଗଲା, ଜ୍ୟୋତି ଜ୍ୟୋତିରେ ମିଶିଗଲା । ବାବା ବୁଝାଉଛନ୍ତି ଘରକୁ କେହି ଫେରି ଯାଇପାରିବେ ନାହିଁ । ସବୁ ଅଭିନେତା ଏହିଠାରେ ଅଛନ୍ତି । ଏବେ ନାଟକ ଶେଷ ହେଉଥିବାରୁ ସମସ୍ତେ ରଙ୍ଗମଞ୍ଚ ଉପରେ ଛିଡା ହୋଇଛନ୍ତି । ବର୍ତ୍ତମାନ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି । ମନୁଷ୍ୟମାନେ ଜାଣି ନାହାଁନ୍ତି ଯେ ବୌଦ୍ଧି, ଖ୍ରୀଷ୍ଟିୟାନ ଆଦି କେଉଁଠି ଅଛନ୍ତି । ତୁମେ ଜାଣିଛ ଯେଉଁ ସବୁ ଆତ୍ମା ଉପରୁ ଏଠାକୁ ଆସିଛନ୍ତି ବର୍ତ୍ତମାନ ସମସ୍ତେ ତମୋପ୍ରଧାନ ହୋଇ ଯାଇଛନ୍ତି । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲ । ବାବା ହିଁ ଆସି ସ୍ଥାପନା, ବିନାଶ କରାଉଛନ୍ତି । କହିଥା’ନ୍ତି ମଧ୍ୟ ଏହି ଜ୍ଞାନ ରାଜାମାନଙ୍କର ରାଜା କରିଦେବ । ଅବିନାଶୀ ବାବା କହୁଛନ୍ତି ଯେ ମୁଁ ତୁମକୁ ରାଜାମାନଙ୍କର ରାଜା କରାଉଛି । କୃଷ୍ଣ ତ ସ୍ଥାପନା କରାଉ ନାହାଁନ୍ତି । କ୍ରିଏଟର ହେଉଛନ୍ତି ବାବା । ବାବା ହିଁ ଆସି ବୁଝାଉଛନ୍ତି ତୁମେ ମୋତେ ସେତେବେଳେ ଡାକୁଛ ଯେତେବେଳେ ସୃଷ୍ଟି ପତିତ ହୋଇଯାଇଛି । ଏପରି ନୁହେଁ ଯେ ମୁଁ ନୂଆ ସୃଷ୍ଟି ରଚନା କରୁଛି । ଯେପରି ଦେଖାଉଛନ୍ତି ପ୍ରଳୟ ହେଲା, ଏସବୁ ଭୁଲ୍ କଥା । ମନୁଷ୍ୟ ଡାକୁଛନ୍ତି ଯେ ହେ ପତିତ-ପାବନ ଆସ ତେବେ ନିଶ୍ଚୟ ପତିତ ଦୁନିଆକୁ ଆସିବେ ନା । ବାବା ହିଁ ଆସି କୃଷ୍ଣପୁରୀର ସାକ୍ଷାତ୍‌କାର କରାଉଛନ୍ତି । ଦେଖାଇଥା’ନ୍ତି ଯେ କୃଷ୍ଣ ଅଶ୍ୱତଥ୍ ପତ୍ର ଉପରେ ସାଗରରେ ଭାସି ଭାସି ଆସିଲେ... ଏହା ଠିକ୍ କଥା । ନୂଆ ଦୁନିଆକୁ ପ୍ରଥମେ ଶ୍ରୀକୃଷ୍ଣ ହିଁ ଆସିଥା’ନ୍ତି । ସାଗରରେ ନୁହେଁ କିନ୍ତୁ ଗର୍ଭ ମହଲରେ ଆସିଥା’ନ୍ତି । ଆଙ୍ଗୁଠି ଚୁଚୁମି ଚୁଚୁମି ବହୁତ ଆରାମରେ ଗର୍ଭ ମହଲରେ ରହିଥା’ନ୍ତି । ସତ୍ୟଯୁଗରେ ଯେଉଁ ସନ୍ତାନମାନେ ଜନ୍ମ ହେବେ, ସେମାନେ ଗର୍ଭ ମହଲରେ ରହିବେ । ସେମାନେ ଗର୍ଭ ରୂପକ ମହଲର ଦୃଶ୍ୟକୁ ପୁଣି ସାଗରରେ ପତ୍ର ଉପରେ ବସାଇବାର ଦୃଶ୍ୟ ଦେଖାଇଛନ୍ତି । ସେ ସବୁ ହେଲା ଭକ୍ତିମାର୍ଗର କଥା । ବାବା ଏହି ସବୁ ଶାସ୍ତ୍ରର ସାରମର୍ମ ବସି ବୁଝାଉଛନ୍ତି । ଏଠାରେ ଗର୍ଭ ଜେଲ୍‌ରେ ରହୁଥିବାରୁ କହୁଛନ୍ତି ଆମକୁ ବାହାରକୁ ବାହାର କର । ମୁଁ ଆଉ ପାପ କରିବି ନାହିଁ । କିନ୍ତୁ ରାବଣ ଦୁନିଆରେ ପାପ ତ ହୋଇଥାଏ । ତେଣୁ ପାପ କରିବାରେ ଲାଗିପଡନ୍ତି । ତୁମେ ଅଧାକଳ୍ପ ଜେଲ ବାର୍ଡସ୍ ଅର୍ଥାତ୍ ବନ୍ଦୀ ହୋଇଯାଉଛ । ଚୋର ବ୍ୟକ୍ତିଙ୍କୁ ଜେଲ୍ ବାର୍ଡସ ବା କଏଦୀ କୁହାଯାଏ । ବାହାରକୁ ବାହାରିଲେ ପୁଣି ଚୋରି କରିବାରେ ଲାଗିପଡିଥା’ନ୍ତି ଓ ଜେଲ୍‌କୁ ଯିବାକୁ ପଡିଥାଏ, ସେଥିପାଇଁ ଜେଲ ବାର୍ଡସ କୁହାଯାଏ । ବାବା ବୁଝାଉଛନ୍ତି ଏହା ରାବଣ ରାଜ୍ୟ ଅଟେ । ସେଠାରେ ଅର୍ଥାତ୍ ସ୍ୱର୍ଗରେ ଏପରି କଥା ହେବ ନାହିଁ । ତାହା ହେଉଛି ରାମରାଜ୍ୟ, ସେଠାରେ ନା ଗର୍ଭଜେଲ ଅଛି ନା ଜେଲ୍ ଅର୍ଥାତ୍ କାରାଗାର ରହିବ । ଏଠାରେ ତ କେତେ ମନୁଷ୍ୟ ଜେଲ୍‌ରେ ବନ୍ଦୀ ହୋଇ ରହୁଛନ୍ତି । ଗର୍ଭ ଜେଲ୍ ଅଟେ, ତାହା ମଧ୍ୟ କାରାଗାର ଅଟେ । ଡବଲ ଜେଲ୍ ଅଟେ । କଳିଯୁଗର ଅନ୍ତ ସମୟ ଅଟେ ନା ।

ବାବା ବୁଝାଉଛନ୍ତି ତୁମେ ସନ୍ତାନମାନେ ଏବେ ସ୍ଥାପନା କାର୍ଯ୍ୟ କରୁଛ । ଉତ୍‌ଥାନ ଓ ପତନ, ପ୍ରତ୍ୟେକ କଳ୍ପରେ ହୋଇଚାଲିଛି । ଉତ୍‌ଥାନ ଓ ପତନ ଦୁନିଆର ହୋଇଥାଏ । ଏଥିରେ ଭାରତର ମୁଖ୍ୟ ପାର୍ଟ ରହିଛି । ଗାୟନ ମଧ୍ୟ କରିଥା’ନ୍ତି ଆତ୍ମା ପରମାତ୍ମା ଅଲଗା ରହିଲେ ବହୁକାଳ... ତେଣୁ ଏହାର ମଧ୍ୟ ହିସାବ ଦରକାର ନା । କେଉଁ ଆତ୍ମାମାନେ ବହୁତକାଳରୁ ଅଲଗା ରହିଛନ୍ତି । ପ୍ରଥମେ-ପ୍ରଥମେ ଦେବୀ-ଦେବତା ଧର୍ମର ଆତ୍ମାମାନେ ପାର୍ଟ କରିବାକୁ ଆସିଥାନ୍ତି । ଏବେ ସେହି ଦେବତାମାନେ ନାହାଁନ୍ତି, ଯିଏକି ରାଜ୍ୟ କରିଯାଇଛନ୍ତି, ତାଙ୍କ ଚିତ୍ର ସ୍ମାରକୀ ରୂପେ ରହିଛି । ରାଜତ୍ୱ ତ ଶେଷ ହୋଇଗଲା । ସ୍ୱର୍ଗ ରାଜ୍ୟ ଶେଷ ହୋଇଗଲେ ନର୍କ ଆସୁଛି ଓ ପୁଣି ହେଲ୍ ବା ନର୍କ ଶେଷ ହେଲେ ହେଭେନ୍ ବା ସ୍ୱର୍ଗ ହେଉଛି । ତେଣୁ ନୂଆ ଦୁନିଆର ନିର୍ମାଣ ଓ ନର୍କର ବିନାଶ ହେଉଛି । ସ୍ଥାପନା କରିବା ନିମନ୍ତେ ସନ୍ତାନମାନଙ୍କର ଆବଶ୍ୟକତା ରହିଛି । ସେଠାରେ ମଧ୍ୟ ତୁମେ ହିଁ ରହିବ । ପ୍ରଥମେ ତୁମକୁ ଦୈବୀଗୁଣଧାରୀ ଦେବତା ହେବାକୁ ପଡିବ । ଗାୟନ ମଧ୍ୟ ରହିଛି ମନୁଷ୍ୟରୁ ଦେବତା... ବିକାରଯୁକ୍ତ ମନୁଷ୍ୟ ଅଟନ୍ତି ନା । ଭଗବାନୁବାଚ - ଘର ଗୃହସ୍ଥରେ ରହି କମଳ ପୁଷ୍ପ ତୁଲ୍ୟ ହେବାକୁ ପଡିବ । ଏହା ମୃତ୍ୟୁଲୋକରେ ଅନ୍ତିମ ଜନ୍ମ, ବର୍ତ୍ତମାନ ପବିତ୍ର ହେବାକୁ ପଡିବ । ଏହାକୁ ଭଲ ଭାବରେ ବୁଝାଇବା ଉଚିତ୍ । ଆମେ ଏହି ମୃତ୍ୟୁଲୋକରେ ଅନ୍ତିମ ଜନ୍ମ ପବିତ୍ର ରହୁଛୁ । ବାବା କହୁଛନ୍ତି - ଏହି ବିକାରଗୁଡିକ ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ବିଶ୍ୱର ମାଲିକ ହେବ । ପିଲାମାନେ ମଧ୍ୟ ବୁଝି ପୁଣି ଅନ୍ୟମାନଙ୍କୁ ବୁଝାଉଛନ୍ତି ଯେ ଏହି ପୁରୁଣା ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ । ଏହା ସେହି ମହାଭାରତ ଲଢେଇ, କାମ ବିକାର ମହାଶତ୍ରୁ ଅଟେ, ସେଥିପାଇଁ ପ୍ରତିଜ୍ଞା କର । ଏବେ ତୁମେ ଜାଣୁଛ ଆମେ ପବିତ୍ର ହେଉଛୁ । ଏହି ପୁରୁଣା ଦୁନିଆର ବିନାଶ ନିଶ୍ଚୟ ହେବ, ଏହା ପୂର୍ବରୁ ପବିତ୍ର ନିଶ୍ଚୟ ହେବାକୁ ପଡିବ । ବିନାଶ ତ ହେବ, ତା’ ପରର କଥା ନ କହିଲେ ଭଲ - ହାହାକାର ହୋଇଯିବ, ବହୁତ ଦୁଃଖଦାୟକ ମୃତ୍ୟୁ ହେବ । ତୁମେ ଦେଖି ମଧ୍ୟ ପାରିବ ନାହିଁ । କାହାର ଅପରେସନ୍ ହେଉଥିଲେ ଦୁର୍ବଳ ଲୋକେ ସେଠାରେ ରହିପାରନ୍ତି ନାହିଁ, ଅଚେତ୍ ହୋଇଯାଆନ୍ତି । ସେଥିପାଇଁ ଡାକ୍ତରମାନେ ପରିବାର ଲୋକଙ୍କୁ ଅନୁମତି ଦେଇ ନ ଥାନ୍ତି । ଏହା ତ କେତେ ଭୟଙ୍କର ଅପରେସନ୍ ହେବ । ପରସ୍ପରକୁ ମାରି ଚାଲିବେ । ଏହା ହେଉଛି ବିକାରୀ ଦୁନିଆ, କଣ୍ଟାର ଜଙ୍ଗଲ । ସତ୍ୟଯୁଗକୁ କୁହାଯାଏ ଗାର୍ଡନ୍ ଅଫ୍ ଫ୍ଲାୱାରସ୍ ଅର୍ଥାତ୍ ଫୁଲର ବଗିଚା । । ଦେବତାମାନେ ଚୈତନ୍ୟ ଫୁଲ ଅଟନ୍ତି ନା । ମନୁଷ୍ୟମାନେ ଭାବୁଛନ୍ତି ସ୍ୱର୍ଗରେ କୌଣସି ଏକ ଫୁଲର ବଗିଚା ରହିଛି, ଯାହା ଶୁଣୁଛନ୍ତି ତାହା କହିଦେଉଛନ୍ତି । ଗାର୍ଡନ୍ ଅଫ୍ ଆଲ୍ଲା କହୁଛନ୍ତି ନା, ପୁଣି ଧ୍ୟାନରେ ମଧ୍ୟ ଗାର୍ଡନ ଦେଖିଥାନ୍ତି । ଆଲ୍ଲା ହାତରେ ଫୁଲ ଦେଲେ । ବୁଦ୍ଧିରେ ହିଁ ଈଶ୍ୱରଙ୍କର ବଗିଚା ରହିଛି । ଭକ୍ତିମାର୍ଗରେ ସାକ୍ଷାତ୍‌କାର କରିବା ପାଇଁ ଭକ୍ତି କରିଥା’ନ୍ତି । ସାକ୍ଷାତ୍‌କାର ହେଲେ କହନ୍ତି ସର୍ବବ୍ୟାପୀ ଅଟନ୍ତି ନା । ଯାହା ଅତୀତ ହୋଇଯାଇଛି ତାହାର ପୁନରାବୃତ୍ତି ହେବ । ପିଲାମାନେ ଯେଉଁ ପୋଷାକରେ, ଯେପରି ଆସିଥିଲେ, ସେହି ପୋଷାକରେ ପୁଣି କଳ୍ପ ପରେ ଆସିବେ । ଡ୍ରାମାକୁ କେହି କେହି ଭଲ ଭାବରେ ବୁଝିଥା’ନ୍ତି, ବାବାଙ୍କ ପାଖକୁ କେହି ଆସିଲେ ବାବା ପଚାରନ୍ତି ଆଗରୁ କେବେ ଆସିଥିଲ? କହନ୍ତି - ହଁ ବାବା ଆପଣଙ୍କ ସହିତ କଳ୍ପ ପୂର୍ବେ ମଧ୍ୟ ମିଶିଥିଲୁ, ଆପଣଙ୍କଠାରୁ ସମ୍ପତ୍ତି ନେବାକୁ ଆସିଥିଲୁ । ବାବା ପଚାରିଥା’ନ୍ତି - କି ପଦ ପାଇଥିଲ? ବାବା ମମ୍ମା କହୁଛ, ତେବେ ନିଶ୍ଚୟ ତାଙ୍କର ବଂଶରେ ଆସିବ । ବାବା କହୁଛନ୍ତି ଏପରି ପୁରୁଷାର୍ଥ କର ଯାହାଦ୍ୱାରା କି ଉଚ୍ଚପଦ ପାଇବ । ଏସବୁ କଥା ତୁମ ବୁଦ୍ଧିରେ ଅଛି । ବାସ୍ତବରେ ଲଢେଇ ମଧ୍ୟ ହେବ, ନର୍କର ବିନାଶ ନିଶ୍ଚୟ ହେବ । ତୁମ ପାଖରେ ଫାଷ୍ଟକ୍ଳାସ୍ ଚିତ୍ର ସବୁ ରହିଛି । କୃଷ୍ଣଙ୍କର ଏହି ଦୁଇଟି ଗୋଲକ ଯଥା:- ସତ୍ୟଯୁଗ ଓ କଳିଯୁଗ ଥିବାର ଚିତ୍ର ମଧ୍ୟ ଛପାଇବା ଉଚିତ୍‌, ଏଥିରେ ସ୍ପଷ୍ଟ ଭାବେ ରହିଛି ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି ତେଣୁ ନର୍କ ଆଡକୁ ଲାତ ମାରିଛନ୍ତି । ତୁମର ମୁହଁ ମଧ୍ୟ ସ୍ୱର୍ଗ ଆଡକୁ ରହିଛି, ଏହା ତ ବିଲ୍‌କୁଲ୍ ସଠିକ୍ କଥା ଅଟେ । ଜାଣିଛ ଏବେ ଆମକୁ ଘରକୁ ଯିବାକୁ ହେବ, ତେଣୁ ଘରକୁ ହିଁ ମନେ ପକାଇବାକୁ ପଡିବ । ପୁରୁଣା ଦୁନିଆକୁ ଭୁଲିବାକୁ ହେବ, ଏହାକୁ ସମ୍ପୂର୍ଣ୍ଣ ବୈରାଗ୍ୟ କୁହାଯାଉଛି । ପୁରୁଣା ଦୁନିଆକୁ ଛାଡି ଆମେ ବାବାଙ୍କ ପାଖକୁ ଯାଉଛୁ । ୟାଦର ଯାତ୍ରା ଦ୍ୱାରା ହିଁ ଯିବା । ମୁଖ୍ୟ ହେଉଛି ହିଁ ୟାଦର (ସ୍ମୃତିର) କଥା । ସମସ୍ତେ ତ ବାବାଙ୍କୁ ମନେ ପକାଉଛନ୍ତି ନା । ଏବେ ବାବା ଯଥାର୍ଥ କଥା ଆସି ବୁଝାଉଛନ୍ତି ଯେ ମୋତେ ସ୍ମରଣ କର । ଏହା ହେଉଛି ଅବ୍ୟଭିଚାରୀ ସ୍ମୃତି ତାହା ପୁଣି ଅର୍ଥ ସହିତ । ତୁମେ ଜାଣିଛ ଶିବବାବା ମଧ୍ୟ ବିନ୍ଦୁ ଅଟନ୍ତି । ନିଜକୁ ବି ଆତ୍ମା ବିନ୍ଦୁ ଭାବ ଏବଂ ବାବାଙ୍କୁ ମଧ୍ୟ ବିନ୍ଦୁ ଅନୁଭବ କର । ନୂଆ କଥା ଦେଖି ଭୁଲିଯାଉଛନ୍ତି । ନିଜକୁ ଆତ୍ମା ଭାବି ବାବା ଓ ଘରକୁ ମନେ ପକାଇବାକୁ ହେବ । ଆଚ୍ଛା ବିନ୍ଦୁ ଛୋଟ ଲାଗୁଛି, ଘର ତ ବଡ ଅଟେ ନା । ଘରକୁ ମନେ ପକାଅ । ବାବା ମଧ୍ୟ ସେଠାରେ ରହୁଛନ୍ତି । ଆମେ ତୁମେ ସେଠାକୁ ଯିବୁ ଯେଉଁଠି ବାବା ରହୁଛନ୍ତି । ବିନ୍ଦୁ ମନେ ରହୁନାହିଁ, ଆଚ୍ଛା ଘର ତ ମନେ ରହୁଛି ନା, ତାହା ହେଉଛି ଶାନ୍ତିଧାମ ଓ ଅନ୍ୟଟି ସୁଖଧାମ । ଏହା ହେଉଛି ଦୁଃଖଧାମ । ଏବେ ତୁମେ ପୁରୁଷାର୍ଥର କ୍ରମ ଅନୁସାରେ ପଢୁଛ ପୁଣି ସୁଖଧାମକୁ ଯିବ । ବାବାଙ୍କର ସନ୍ତାନ ହୋଇଥିବାରୁ ନିଶ୍ଚୟ ସ୍ୱର୍ଗର ରାଜ୍ୟପଦ ଆବଶ୍ୟକ । କଳ୍ପ ପୂର୍ବରୁ ମଧ୍ୟ ଶିବବାବା ଆସି ସ୍ୱର୍ଗର ରାଜ୍ୟପଦ ଦେଇଥିଲେ । ତୁମେ ଭୁଲିଯାଇଛ । ବାବା କହୁଛନ୍ତି ଏବେ ପୁନର୍ବାର ଆସିଛି, ତୁମକୁ ବାଦଶାହୀ ଦେବା ପାଇଁ । କେତେ ଥର ତୁମେ ରାଜତ୍ୱ ନେଇ ପୁଣି ହରାଇ ଦେଇଛ । ଅଗଣିତ ଥର ତୁମେ ସମ୍ପତ୍ତି ନେଇଛ ପୁଣି ଏପରି ବାବାଙ୍କୁ କାହିଁକି ଭୁଲିଯାଉଛ! ମାୟାର ତୋଫାନ ସହିତ ତୁମର ବହୁତ ଲଢେଇ ଚାଲିଛି । ସେଥିପାଇଁ ନାଟକ ମଧ୍ୟ ଦେଖାଉଛନ୍ତି - ମାୟା ସେପଟକୁ, ପ୍ରଭୁ ଏପଟକୁ ଟାଣୁଛନ୍ତି । ଜ୍ଞାନରେ ବିଘ୍ନ ପଡୁନାହିଁ, ଯୋଗରେ ବିଘ୍ନ ପଡୁଛି, ଏଥିରେ ହିଁ ମେହନତ ରହିଛି । ଏବେ ବାବା କହୁଛନ୍ତି - ମହାରଥୀ ହୁଅ । ଏହି ପୁରୁଣା ଦୁନିଆକୁ ନିଶ୍ଚୟ ନିଆଁ ଲାଗିବ । ଏହି ଅବିନାଶୀ ଯଜ୍ଞରେ ସମଗ୍ର ପୁରୁଣା ଦୁନିଆ ସ୍ୱାହା ହୋଇଯିବ ତେଣୁ ମହାବୀର ମଧ୍ୟ ହେବାକୁ ପଡିବ । ତୁମ ସନ୍ତାନମାନଙ୍କୁ ଅଖଣ୍ଡ, ଅଟଳ, ଅଚଳ ରାଜ୍ୟ ମିଳିବ । ତୁମର ବୁଦ୍ଧିଯୋଗ ବାବାଙ୍କ ସହିତ ଏପରି ରହୁ ଯାହାକି ଯେତେ ବି ତୋଫାନ ଆସିଲେ ମଧ୍ୟ ମାୟା କିଛି କରିପାରିବ ନାହିଁ । ଏହା ହେଉଛି ତୁମର ଶେଷ ସମୟର ଅବସ୍ଥା, ଯେତେବେଳେ ଟ୍ରାନସ୍‌ଫର ହେବାକୁ ପଡିଥାଏ । ଯେପରି ସ୍କୁଲରେ ବର୍ଷ ଶେଷକୁ ପରୀକ୍ଷା ହୋଇଥାଏ, ତୁମର ମାଳା ମଧ୍ୟ ଶେଷ ସମୟରେ ତିଆରି ହେବ । ତୁମକୁ ବହୁତ ସାକ୍ଷାତ୍କାର ହେବ - ଅମୁକ ଏ ପଦ ପାଇବ, ଅମୁକ ଏଇ ଏଇ ପଦ ପାଇବେ । ଇଏ ଦାସୀ ହେବ... ଏସବୁ କହିବେ । ସେ ସମୟରେ କିଛି କରିପାରିବ ନାହିଁ, ପଶ୍ଚାତାପ କରିବାକୁ ପଡିବ, ମୁଁ ଏ କ’ଣ କଲି! ଶ୍ରୀମତରେ କାହିଁକି ଚାଲିଲି ନାହିଁ । କିନ୍ତୁ ସେ ସମୟରେ ତ କିଛି ହୋଇପାରିବ ନାହିଁ । ଏପରି ବହୁତ ପଶ୍ଚାତାପ କରିଥାଆନ୍ତି । ମନୁଷ୍ୟ କାହାର ହତ୍ୟା କରି ପଛରେ ପଶ୍ଚାତାପ କରିଥା’ନ୍ତି । କିନ୍ତୁ ହତ୍ୟା ତ ହୋଇଗଲା, ଆଉ କ’ଣ କରାଯାଇପାରିବ । ସେଥିପାଇଁ ବାବା କହୁଛନ୍ତି - ଗଫଲତ ଅର୍ଥାତ୍ ଠକାମି କର ନାହିଁ, ନିଜର ପୁରୁଷାର୍ଥ କରିଚାଲ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ୮୪ ଜନ୍ମର ନାଟକ ଏବେ ଶେଷ ହେଉଛି, ଘରକୁ ଫେରିଯିବାକୁ ହେବ, ସେଥିପାଇଁ ଆତ୍ମ-ଅଭିମାନୀ ହୋଇ ପାବନ ହେବାକୁ ପଡିବ । ଦେହ ଅଭିମାନକୁ ଛାଡିବାକୁ ପଡିବ ।

(୨) ଯଥାର୍ଥ ଭାବରେ ନିଜକୁ ଆତ୍ମା ବିନ୍ଦୁ ମନେ କରି, ବିନ୍ଦୁ ବାବାଙ୍କର ଅବ୍ୟଭିଚାରୀ ସ୍ମୃତିରେ ରହିବାକୁ ହେବ । ମହାବୀର ସଦୃଶ ନିଜର ଅବସ୍ଥାକୁ ଅଚଳ, ଅଟଳ କରିବାକୁ ହେବ ।

ବରଦାନ:-
ବ୍ୟର୍ଥ ରୂପକ ଛିତ୍ରକୁ ବନ୍ଦ କରି ସମର୍ଥ ହେଉଥିବା କମ ଖର୍ଚ୍ଚବାଲା ଆତ୍ମା ହୁଅ ।

ସଂଗମଯୁଗରେ ବାପଦାଦାଙ୍କ ଦ୍ୱାରା ଯେଉଁ ସବୁ ସମ୍ପତ୍ତିଗୁଡିକ ମିଳିଛି ତାକୁ ବ୍ୟର୍ଥରେ ନଷ୍ଟ ହେବାରୁ ରକ୍ଷା କର, ଯାହାଦ୍ୱାରା କମ ଖର୍ଚ୍ଚ ବାଲା ଆତ୍ମା ହୋଇଯିବ । ତେବେ ବ୍ୟର୍ଥଠାରୁ ସୁରକ୍ଷିତ ରହିବା ଅର୍ଥ ସମର୍ଥ ହେବା । ଯେଉଁଠାରେ ସମର୍ଥୀ ରହିଛି, ସେଠାରେ ବ୍ୟର୍ଥରେ ନଷ୍ଟ ହେଉଥିବ - ଏଭଳି ହୋଇପାରିବ ନାହିଁ । ଯଦି ବ୍ୟର୍ଥ ରୂପକ ଛିଦ୍ର ରହିଥିବ, ତେବେ ଯେତେବି ପୁରୁଷାର୍ଥ କର, ମେହନତ କର କିନ୍ତୁ ଶକ୍ତିଶାଳୀ ହୋଇପାରିବ ନାହିଁ । ସେଥିପାଇଁ ଛିତ୍ରଗୁଡିକୁ ଚେକ୍ କରି ଯଦି ବନ୍ଦ କରିଦେବ, ତେବେ ସମର୍ଥ ଆତ୍ମା ହୋଇଯିବ ।

ସ୍ଲୋଗାନ:-
ଘର ଗୃହସ୍ଥରେ ରହି ସମ୍ପୂର୍ଣ୍ଣ ପବିତ୍ର ରହିବା - ଏହା ହିଁ ଯୋଗୀ ବା ଜ୍ଞାନୀ ଆତ୍ମାର ଚାଲେଞ୍ଚ ଅଟେ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ପରମାତ୍ମ ଜ୍ଞାନର ନବୀନତା ହେଲା ପବିତ୍ରତା । ତୁମେମାନେ ଶୁଦ୍ଧ ଗର୍ବର ସହିତ କହୁଛ ନା ନିଆଁ ଏବଂ ତୁଳା ଏକାଠି ରହୁଥିଲେ ମଧ୍ୟ ନିଆଁ ଲାଗିପାରିବ ନାହିଁ । ତୁମେମାନେ ଭାଷଣରେ ମଧ୍ୟ କହୁଛ ଯେ ପବିତ୍ରତା ବିନା ଯୋଗୀ ତୁ ଆତ୍ମା, ଜ୍ଞାନୀ ତୁ ଆତ୍ମା ହୋଇପାରିବ ନାହିଁ । ତେଣୁ ଏହି ଚାଲେଞ୍ଚକୁ ଏବେ ବାସ୍ତବିକ ରୂପରେ କରି ଦେଖାଅ ।