27.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
କୋମଳତାର ସଂସ୍କାର ମଧ୍ୟ ଦେହ-ଅଭିମାନ ଅଟେ, ରୁଷିବା, କାନ୍ଦିବା ଆଦିର ଆସୁରୀ ସଂସ୍କାର ତୁମ
ସନ୍ତାନମାନଙ୍କ ପାଖରେ ରହିବା ଉଚିତ୍ ନୁହେଁ, ଦୁଃଖ-ସୁଖ, ମାନ-ଅପମାନ ସବୁ କିଛି ତୁମକୁ ସହନ
କରିବାକୁ ହେବ” ।
ପ୍ରଶ୍ନ:-
ସେବାରେ ଢିଲାପଣ
ଆସିବାର ମୁଖ୍ୟ କାରଣ କ’ଣ?
ଉତ୍ତର:-
ଯେତେବେଳେ ଦେହ-ଅଭିମାନ କାରଣରୁ ପରସ୍ପରର ଦୁର୍ବଳତା ଦେଖିବାରେ ଲାଗୁଛନ୍ତି ସେତେବେଳେ ସେବାରେ
ଢିଲାପଣ ଆସିଯାଉଛି । ପରସ୍ପର ମଧ୍ୟରେ ଅପଡ ହେବା ମଧ୍ୟ ଦେହ-ଅଭିମାନ ଅଟେ । ମୁଁ ଅମୁକ ସହିତ
ଚଳିପାରିବି ନାହିଁ, ମୁଁ ଏଠାରେ ରହିପାରିବି ନାହିଁ... ଏସବୁ କୋମଳତା ଅଟେ । ଏହି କଥା ମୁଖରୁ
ବାହାର କରିବା ଅର୍ଥ କଣ୍ଟା ହେବା, ଅବଜ୍ଞାକାରୀ ହେବା । ବାବା କହୁଛନ୍ତି ପିଲାମାନେ, ତୁମେ
ଆତ୍ମିକ ସେନା ଅଟ ସେଥିପାଇଁ ନିର୍ଦ୍ଦେଶ ହେଲେ ତୁରନ୍ତ ହାଜିର ହେବା ଦରକାର । କୌଣସି ବି କଥାରେ
ବାହାନାବାଜି କର ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପିଲାମାନଙ୍କୁ ପ୍ରଥମେ ଏହି ଶିକ୍ଷା ମିଳୁଛି ଯେ
ନିଜକୁ ଆତ୍ମା ନିଶ୍ଚୟ କର । ଦେହ-ଅଭିମାନ ଛାଡି ଦେହୀ-ଅଭିମାନୀ ହେବାକୁ ପଡିବ । ଆମେ ଆତ୍ମା ଅଟୁ,
ଦେହୀ-ଅଭିମାନୀ ହେଲେ ହିଁ ବାବାଙ୍କୁ ମନେ ପକାଇପାରିବା । ତାହା ଅଜ୍ଞାନକାଳ ଥିଲା । ଏହା ଜ୍ଞାନ
କାଳ ଅଟେ । ଜ୍ଞାନ ତ ଏକମାତ୍ର ବାବା ହିଁ ଦେଉଛନ୍ତି ଯିଏ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ସେ
ନିରାକାର ଅଟନ୍ତି ଅର୍ଥାତ୍ ତାଙ୍କର କୌଣସି ମନୁଷ୍ୟର ଆକାର ନାହିଁ । ଯାହାର ମନୁଷ୍ୟର ଆକାର ଅଛି
ତାଙ୍କୁ ଭଗବାନ ବୋଲି କୁହାଯିବ ନାହିଁ । ଏବେ ସବୁ ଆତ୍ମାମାନେ ତ ନିରାକାରୀ ଅଟନ୍ତି । କିନ୍ତୁ
ଦେହ-ଅଭିମାନ କାରଣରୁ ନିଜକୁ ଆତ୍ମା ବୋଲି ଭୁଲିଯାଇଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ଯେ
ତୁମକୁ ଘରକୁ ଫେରିବାକୁ ହେବ । ନିଜକୁ ଆତ୍ମା ଭାବ, ଆତ୍ମା ଭାବି ବାବାଙ୍କୁ ମନେ ପକାଅ ତେବେ
ଜନ୍ମ-ଜନ୍ମାନ୍ତରର ପାପ ଭସ୍ମ ହେବ, ଆଉ କୌଣସି ଉପାୟ ନାହିଁ । ଆତ୍ମା ହିଁ ପତିତ ଏବଂ ଆତ୍ମା ହିଁ
ପବିତ୍ର ହେଉଛି । ବାବା ବୁଝାଉଛନ୍ତି ସତ୍ୟ ଏବଂ ତ୍ରେତାଯୁଗରେ ପବିତ୍ର ଆତ୍ମାମାନେ ଥିଲେ । ରାବଣ
ରାଜ୍ୟରେ ପୁଣି ପତିତ ଆତ୍ମା ହୋଇଯାଇଥାଆନ୍ତି । ସିଡି ଚିତ୍ରରେ ମଧ୍ୟ ବୁଝାଯାଇଛି ଯେ ଯେଉଁମାନେ
ପବିତ୍ର ଥିଲେ ସେହିମାନେ ପୁଣି ପତିତ ହୋଇଯାଇଛନ୍ତି । ୫ ହଜାର ବର୍ଷ ପୂର୍ବରୁ ତୁମେ ସବୁ
ଆତ୍ମାମାନେ ଶାନ୍ତିଧାମରେ ପବିତ୍ର ଥିଲ । ତାକୁ ନିର୍ବାଣଧାମ ବୋଲି କୁହାଯାଉଛି । ପୁଣି କଳିଯୁଗରେ
ପତିତ ହେଉଥିବାରୁ ଆକୁଳ କଣ୍ଠରେ ଡାକୁଛନ୍ତି - ହେ ପତିତ-ପାବନ ଆସ । ବାବା ବୁଝାଉଛନ୍ତି -
ପିଲାମାନେ, ମୁଁ ତୁମକୁ ପତିତରୁ ପବିତ୍ର ହେବା ପାଇଁ ଯେଉଁ ଜ୍ଞାନ ଦେଉଛି, ତାକୁ କେବଳ ମୁଁ ହିଁ
ଦେଉଛି ଯାହା ପୁଣି ପ୍ରାୟ ଲୋପ ହୋଇଯାଉଛି । ବାବାଙ୍କୁ ହିଁ ଆସି ଜ୍ଞାନ ଶୁଣାଇବାକୁ ପଡୁଛି ।
ଏଠାରେ ମନୁଷ୍ୟମାନେ ଅସରନ୍ତି ଶାସ୍ତ୍ର ତିଆରି କରିଛନ୍ତି । ସତ୍ୟଯୁଗରେ କୌଣସି ଶାସ୍ତ୍ର ରହିବ
ନାହିଁ । ସେଠାରେ ତିଳେମାତ୍ର ଭକ୍ତିମାର୍ଗ ବି ରହିବ ନାହିଁ ।
ବର୍ତ୍ତମାନ ବାବା
କହୁଛନ୍ତି ତୁମେ ମୋ ଦ୍ୱାରା ହିଁ ପତିତରୁ ପବିତ୍ର ହୋଇପାରିବ । ପବିତ୍ର ଦୁନିଆ ନିଶ୍ଚୟ ହିଁ ହେବ
। ମୁଁ ତ ପିଲାମାନଙ୍କୁ ଆସି ରାଜଯୋଗ ଶିଖାଉଛି । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଋଷିବା,
କାନ୍ଦିବା ଏସବୁ ଆସୁରୀ ସ୍ୱଭାବ ଅଟେ । ବାବା କହୁଛନ୍ତି ଦୁଃଖ-ସୁଖ, ମାନ-ଅପମାନ ସବୁ କିଛି
ପିଲାମାନଙ୍କୁ ହିଁ ସହନ କରିବାକୁ ହେବ । ସମ୍ବେଦନଶୀଳତା ନୁହେଁ । ମୁଁ ଅମୁକ ସ୍ଥାନରେ ରହିପାରିବି
ନାହିଁ, ଏହା ମଧ୍ୟ ସମ୍ବେଦନଶୀଳ ସଂସ୍କାର ଅଟେ । ଏହାଙ୍କର ସ୍ୱଭାବ ଏପରି, ଇଏ ଏପରି ଅଟନ୍ତି,
ସେପରି ଅଟନ୍ତି, ଏସବୁ କିଛି ରହିବା ଅନୁଚିତ୍ । ମୁଖରୁ ସର୍ବଦା ଫୁଲ ହିଁ ବାହାରୁ । ମୁଖରୁ କଣ୍ଟା
ବାହାରିବା ଅନୁଚିତ୍ । କେତେକ ସନ୍ତାନମାନଙ୍କ ମୁଖରୁ ବହୁତ କଣ୍ଟା ବାହାରୁଛି । କାହା ଉପରେ
କ୍ରୋଧ କରିବା ମଧ୍ୟ କଣ୍ଟା ସଦୃଶ ଅଟେ । ପିଲାମାନଙ୍କ ମଧ୍ୟରେ ବହୁତ ମତଭେଦ ସୃଷ୍ଟି ହେଉଛି ।
ଦେହ-ଅଭିମାନ ଥିବା କାରଣରୁ ପରସ୍ପରର ଦୁର୍ବଳତାକୁ ଦେଖି ନିଜ ମଧ୍ୟରେ ମଧ୍ୟ ଅନେକ ପ୍ରକାରର
ଦୁର୍ବଳତା ରହିଯାଉଛି, ସେଥିପାଇଁ ସେବାରେ ଢିଲାପଣ ଆସିଯାଉଛି । ବାବା ବୁଝୁଛନ୍ତି - ଏହା ମଧ୍ୟ
ଡ୍ରାମା ଅନୁସାରେ ହେଉଛି । ସୁଧୁରିବାକୁ ମଧ୍ୟ ପଡିବ । ମିଲିଟାରୀ ଲୋକମାନେ ଯୁଦ୍ଧକୁ ଗଲେ
ତାଙ୍କର କାମ ହେଉଛି ଶତ୍ରୁ ସହିତ ଲଢିବା । ବନ୍ୟା ସମୟରେ ଅଥବା କୌଣସି ହଙ୍ଗାମା ହେଲେ ବହୁତ
ମିଲିଟାରୀମାନଙ୍କୁ ଡାକିଥାନ୍ତି । ପୁଣି ମିଲିଟାରୀ ଲୋକେ ମୂଲିଆଙ୍କ କାମ ମଧ୍ୟ କରିବାରେ
ଲାଗିପଡନ୍ତି । ସରକାର ମିଲିଟାରୀମାନଙ୍କୁ ନିର୍ଦ୍ଦେଶ କରିଥାନ୍ତି - ଏସବୁ ସ୍ଥାନରେ ମାଟି
ଭର୍ତ୍ତି କର । ଯଦି କେହି ନ ଆସନ୍ତି ତେବେ ଗୁଳି କରିଦିଅନ୍ତି । ସରକାରଙ୍କ ନିର୍ଦ୍ଦେଶ ମାନିବାକୁ
ହିଁ ପଡିବ । ବାବା କହୁଛନ୍ତି ତୁମେ ମଧ୍ୟ ସେବା ନିମନ୍ତେ ବନ୍ଧା ହୋଇଛ । ବାବା ଯେଉଁ ସ୍ଥାନକୁ
ସେବା ନିମନ୍ତେ ଯିବାକୁ କହିବେ, ତୁରନ୍ତ ହାଜିର ହେବା ଦରକାର । ନ ମାନିଲେ ତୁମକୁ ମିଲିଟାରୀ ବୋଲି
କୁହାଯିବ ନାହିଁ । ସେମାନେ ପୁଣି ହୃଦୟରେ ରହିପାରିବେ ନାହିଁ । ତୁମେ ସମସ୍ତଙ୍କୁ ସନ୍ଦେଶ ଦେବାରେ
ବାବାଙ୍କର ସହଯୋଗୀ ହୋଇଛ । ଧରିନିଅ କେଉଁଠି ବଡ ମିୟ୍ୟୁଜିୟମ୍ ଖୋଲାଯାଇଛି, ୧୦ ମାଇଲ ଦୂରରେ ଅଛି,
ସେଠାକୁ ସେବାରେ ତ ଯିବାକୁ ପଡିବ ନା । ଖର୍ଚ୍ଚର ଚିନ୍ତା କରିବା ଅନୁଚିତ୍ । ଆମକୁ ସବୁଠାରୁ ବଡ
ସରକାର ବେହଦ ବାବାଙ୍କର ନିର୍ଦ୍ଦେଶ ମିଳୁଛି । ଯାହାଙ୍କର ରାଇଟ୍ ହ୍ୟାଣ୍ଡ ହେଉଛନ୍ତି ଧର୍ମରାଜ ।
ତାଙ୍କ ଶ୍ରୀମତ ନ ମାନିବା ଦ୍ୱାରା ପୁଣି ଅଧୋଗତି ହୋଇଯାଇଥାଏ । ଶ୍ରୀମତ କହୁଛି ନିଜର ଦୃଷ୍ଟିକୁ
ନିର୍ବିକାରୀ କରାଅ । କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ସାହାସ ରଖିବା ଦରକାର ।
ବାବାଙ୍କର ନିର୍ଦ୍ଦେଶକୁ ଯଦି ଆମେ ନ ମାନିବା ତେବେ ଏକଦମ୍ ରସାତଳଗାମୀ ହୋଇଯିବା । ୨୧ ଜନ୍ମ
ରାଜତ୍ୱରେ ଅଙ୍କୁଶ ଲାଗିଯିବ । ବାବା କହୁଛନ୍ତି ପିଲାମାନଙ୍କ ବିନା ମୋତେ ତ କେହି ଜାଣିପାରିବେ
ନାହିଁ । କଳ୍ପ ପୂର୍ବର ସନ୍ତାନମାନେ ହିଁ ଧିରେ-ଧିରେ ଆସିବେ । ଏହା ବିଲ୍କୁଲ୍ ନୂଆ କଥା ଅଟେ ।
ଏହା ହେଉଛି ଗୀତାର ଯୁଗ । କିନ୍ତୁ ଶାସ୍ତ୍ରରେ ଏହି ସଂଗମ ଯୁଗର ବର୍ଣ୍ଣନା ନାହିଁ । ଗୀତାକୁ ହିଁ
ଦ୍ୱାପରକୁ ନେଇଯାଇଛନ୍ତି । କିନ୍ତୁ ଯେତେବେଳେ ରାଜଯୋଗ ଶିଖାଇଲେ ସେତେବେଳେ ନିଶ୍ଚୟ ସଂଗମଯୁଗ
ହୋଇଥିବ ନା । କିନ୍ତୁ କାହାରି ବୁଦ୍ଧିରେ ଏକଥା ନାହିଁ । ଏବେ ତୁମର ଜ୍ଞାନର ନିଶା ଚଢିଛି ।
ମନୁଷ୍ୟମାନଙ୍କର ଭକ୍ତିମାର୍ଗର ନିଶା ରହିଛି । କହୁଛନ୍ତି ସ୍ୱୟଂ ଭଗବାନ ଆସିଲେ ମଧ୍ୟ ଆମେ ଭକ୍ତି
ଛାଡିବୁ ନାହିଁ । ଏହି ଉତ୍ଥାନ ଏବଂ ପତନର ସିଡି ବହୁତ ଭଲ, ତଥାପି ମଧ୍ୟ ମନୁଷ୍ୟମାନଙ୍କର ଆଖି
ଖୋଲୁ ନାହିଁ । ମାୟାର ନିଶାରେ ଏକଦମ୍ ରସାତଳଗାମୀ ହୋଇଯାଉଛନ୍ତି । ଜ୍ଞାନର ନିଶା ବହୁତ ଡେରୀରେ
ଚଢିଥାଏ । ପ୍ରଥମେ ତ ଦୈବୀଗୁଣ ଆବଶ୍ୟକ । ବାବାଙ୍କର କୌଣସି ନିର୍ଦ୍ଦେଶକୁ ଅବମାନନା କରିବା
ଅନୁଚିତ୍ । ଏହା ମୁଁ କରିପାରିବି ନାହିଁ, ଏପରି ଯିଏ କହେ ତାକୁ ଆଜ୍ଞାକାରୀ କୁହାଯିବ ନାହିଁ ।
ଶ୍ରୀମତ ମିଳୁଛି ଏହିପରି କରିବାକୁ ତେଣୁ ବୁଝିବା ଦରକାର ଯେ ଶିବବାବାଙ୍କର ମତ ସର୍ବଶ୍ରେଷ୍ଠ ଅଟେ
। ସେ ହେଉଛନ୍ତି ସଦ୍ଗତି ଦାତା । ଦାତା କେବେ ଓଲଟା ମତ ଦେବେ ନାହିଁ । ବାବା କହୁଛନ୍ତି ମୁଁ
ଏହାଙ୍କର ବହୁତ ଜନ୍ମର ଅନ୍ତ ସମୟରେ ପ୍ରବେଶ କରୁଛି । ବ୍ରହ୍ମାଙ୍କ ଠାରୁ ମଧ୍ୟ ଦେଖ ଲକ୍ଷ୍ମୀ
କେତେ ଶ୍ରେଷ୍ଠ ହୋଇଯାଇଛନ୍ତି । ଗାୟନ ମଧ୍ୟ ରହିଛି - ନାରୀମାନଙ୍କୁ ଆଗରେ ରଖାଯାଇଥାଏ । ପ୍ରଥମେ
ଲକ୍ଷ୍ମୀ ପୁଣି ନାରାୟଣ, ଯଥା ରାଜା ରାଣୀ ତଥା ପ୍ରଜା ହୋଇଯାଆନ୍ତି । ତୁମକୁ ମଧ୍ୟ ଏହିପରି
ଶ୍ରେଷ୍ଠ ହେବାକୁ ପଡିବ । ବର୍ତ୍ତମାନ ତ ସାରା ଦୁନିଆରେ ରାବଣ ରାଜ୍ୟ ଚାଲିଛି । ସମସ୍ତେ
କହୁଛନ୍ତି ରାମରାଜ୍ୟ ହେବା ଦରକାର । ବର୍ତ୍ତମାନ ହେଉଛି ସଂଗମ । ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ଥିବା ସମୟରେ ରାବଣ ରାଜ୍ୟ ନ ଥିଲା, ପୁଣି ପରିବର୍ତ୍ତନ କିପରି ହେଉଛି, ଏକଥା କେହି ଜାଣି
ନାହାଁନ୍ତି । ସମସ୍ତେ ଘୋର ଅନ୍ଧକାରରେ ଅଛନ୍ତି । ଭାବୁଛନ୍ତି - କଳିଯୁଗ ତ ଏବେ ଛୋଟ ପିଲା ସଦୃଶ,
ଗୁରୁଣ୍ଡୁଛି । ତେଣୁ ମନୁଷ୍ୟ ଆହୁରି ନିଦ୍ରାରେ ଶୋଇ ଯାଇଛନ୍ତି । ଏହି ଆତ୍ମିକ ଜ୍ଞାନ, ଆତ୍ମିକ
ବାବା ହିଁ ଆତ୍ମାମାନଙ୍କୁ ଦେଉଛନ୍ତି, ରାଜଯୋଗ ମଧ୍ୟ ଶିଖାଉଛନ୍ତି । କୃଷ୍ଣଙ୍କୁ ରୁହାନୀ ପିତା
ବୋଲି କୁହାଯିବ ନାହିଁ । ସେ ରୁହାନୀ ସନ୍ତାନ ବୋଲି କହିବେ ନାହିଁ । ଏକଥା ମଧ୍ୟ ଲେଖିବା ଦରକାର
- ରୁହାନୀ ଜ୍ଞାନର ସାଗର ବାବା ଆଧ୍ୟାତ୍ମିକ ଜ୍ଞାନ ଆତ୍ମିକ ସନ୍ତାନମାନଙ୍କୁ ଦେଉଛନ୍ତି ।
ବାବା ବୁଝାଉଛନ୍ତି
ଦୁନିଆରେ ସମସ୍ତ ମନୁଷ୍ୟ ଦେହ ଅଭିମାନୀ ଅଟନ୍ତି । ମୁଁ ଆତ୍ମା ଅଟେ, ଏ କଥା କେହି ଜାଣିନାହାଁନ୍ତି
। ବାବା କହୁଛନ୍ତି କାହାର ବି ଆତ୍ମା ଲୀନ ହୋଇ ନ ଥାଏ । ଏବେ ତୁମ ସନ୍ତାନମାନଙ୍କୁ ବୁଝାଯାଉଛି
ଯେ, ଦଶହରା, ଦୀପାବଳୀ କ’ଣ । ମନୁଷ୍ୟ ତ ଯାହାବି ପୂଜା ଆଦି କରୁଛନ୍ତି, ସବୁ ଅନ୍ଧବିଶ୍ୱାସ ଅଟେ,
ଯାହାକୁ କଣ୍ଢେଇ ପୂଜା, ପଥର ପୂଜା ବୋଲି କୁହାଯାଉଛି । ବର୍ତ୍ତମାନ ତୁମେ ପାରସ ବୁଦ୍ଧି
ହେଉଥିବାରୁ ପଥରର ପୂଜା କରିପାରିବ ନାହିଁ । ଚିତ୍ର ଆଗରେ ଯାଇ ମୁଣ୍ଡ ନୂଆଁଉଛନ୍ତି । କିଛି ବି
ବୁଝୁ ନାହାଁନ୍ତି । କହୁଛନ୍ତି ମଧ୍ୟ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ । ଜ୍ଞାନର ଅଧାକଳ୍ପ ଚାଲିଲା
ପୁଣି ଭକ୍ତି ଆରମ୍ଭ ହେଲା । ଏବେ ତୁମକୁ ଜ୍ଞାନ ମିଳୁଥିବାରୁ ଭକ୍ତିରୁ ବୈରାଗ୍ୟ ଆସିଯାଉଛି । ଏହି
ଦୁନିଆ ହିଁ ପରିବର୍ତ୍ତନ ହେଉଛି । କଳିଯୁଗରେ ଭକ୍ତି ରହିଛି । ସତ୍ୟଯୁଗରେ ଭକ୍ତି ରହିବ ନାହିଁ ।
ସେଠାରେ ସମସ୍ତେ ପୂଜ୍ୟ ହେବେ । ବାବା କହୁଛନ୍ତି - ପିଲାମାନେ, ତୁମେ କାହିଁକି ମୁଣ୍ଡ ନୁଆଁଉଛ ।
ଅଧାକଳ୍ପ ତୁମେ ମୁଣ୍ଡ ବି ନୁଆଁଇଛ, ପଇସା ମଧ୍ୟ ଖର୍ଚ୍ଚ କରିଛ, କିଛି ମିଳି ହିଁ ନାହିଁ । ମାୟା
ଏକଦମ୍ ମୁଣ୍ଡ ଘୂରାଇ ଦେଇଛି । କାଙ୍ଗାଳ କରିଦେଇଛି । ପୁଣି ବାବା ଆସି ସମସ୍ତଙ୍କର ମୁଣ୍ଡ ଠିକ୍
କରିଦେଉଛନ୍ତି । ଏବେ ଧିରେ-ଧିରେ କିଛି ୟୁରୋପିଆନ୍ ଲୋକେ ମଧ୍ୟ ବୁଝୁଛନ୍ତି । ବାବା ବୁଝାଇଛନ୍ତି
- ଏହି ଭାରତବାସୀ ମଧ୍ୟ ବିଲ୍କୁଲ୍ ତମୋଗୁଣୀ ହୋଇଯାଇଛନ୍ତି । ଅନ୍ୟ ଧର୍ମାବଲମ୍ବୀମାନେ ପଛରେ
ଆସୁଥିବାରୁ ସେମାନଙ୍କୁ କମ୍ ସୁଖ ଏବଂ ଦୁଃଖ ମଧ୍ୟ କମ୍ ମିଳୁଛି । ଭାରତାବାସୀଙ୍କୁ ସୁଖ ବହୁତ ଓ
ଦୁଃଖ ମଧ୍ୟ ବହୁତ ମିଳୁଛି । ଆରମ୍ଭରୁ ହିଁ କେତେ ଧନବାନ୍ ଏକଦମ୍ ବିଶ୍ୱର ମାଲିକ ହେଉଛନ୍ତି ।
ଅନ୍ୟ ଧର୍ମାବଲମ୍ବୀମାନେ ପ୍ରଥମେ ଧନବାନ୍ ହୋଇ ନ ଥା’ନ୍ତି । ପଛକୁ ଧିରେ ଧିରେ ବୃଦ୍ଧି ହୋଇ ହୋଇ
ବର୍ତ୍ତମାନ ଶେଷ ସମୟରେ ଧନବାନ୍ ହୋଇଛନ୍ତି । ବର୍ତ୍ତମାନ ପୁଣି ସବୁଠାରୁ ଭିକାରୀ ଭାରତ ହିଁ
ହୋଇଛି । ଅନ୍ଧଶ୍ରଦ୍ଧାଳୁ ମଧ୍ୟ ଭାରତ ହୋଇଛି । ଏହିପରି ମଧ୍ୟ ଡ଼୍ରାମା ତିଆରି ହୋଇଛି । ବାବା
କହୁଛନ୍ତି ମୁଁ ଯେଉଁ ସ୍ଥାନକୁ ସ୍ୱର୍ଗ କରିଥିଲି, ତାହା ବର୍ତ୍ତମାନ ନର୍କ ହୋଇଯାଇଛି । ମନୁଷ୍ୟ
ବାନର ବୁଦ୍ଧି ହୋଇଯାଇଛନ୍ତି, ସେମାନଙ୍କୁ ମୁଁ ଆସି ମନ୍ଦିର ଯୋଗ୍ୟ କରାଉଛି । ବିକାର ବହୁତ କଡ଼ା
ଅଟେ । କେତେ କ୍ରୋଧ କରୁଛନ୍ତି । ତୁମ ପାଖରେ କ୍ରୋଧ ରହିବା ଅନୁଚିତ୍ । ବିଲକୁଲ୍ ଶାନ୍ତ ଓ ଅତି
ମଧୁର ହୁଅ । ଏକଥା ମଧ୍ୟ ଜାଣିଛ ଯେ କୋଟିଏରେ କେହି ବାହାରିବେ - ରାଜପଦ ପାଇବା ପାଇଁ । ବାବା
କହୁଛନ୍ତି ମୁଁ ଆସିଛି ତୁମକୁ ନରରୁ ନାରାୟଣ କରିବା ପାଇଁ । ସେଥିରେ ମଧ୍ୟ ଅଷ୍ଟ ରତ୍ନଙ୍କର ମୁ୍ଖ୍ୟ
ଗାୟନ ରହିଛି । ଅଷ୍ଟ ରତ୍ନ ଏବଂ ମଝିରେ ବାବା ରହିଛନ୍ତି । ଆଠ ଜଣ ହେଉଛନ୍ତି ପାସ୍ ୱିଥ୍ ଅନର୍ସ,
ତାହା ପୁଣି ପୁରୁଷାର୍ଥର କ୍ରମ ଅନୁସାରେ । ଦେହ-ଅଭିମାନ ତ୍ୟାଗ କରିବା ନିମନ୍ତେ ବହୁତ ପରିଶ୍ରମ
ଲାଗୁଛି । ଦେହର ଅଭିମାନ ବିଲକୁଲ୍ ତ୍ୟାଗ କରିଦେବା ଉଚିତ୍ । ପକ୍କା ବ୍ରହ୍ମଜ୍ଞାନୀମାନଙ୍କର
ଏହିପରି ସ୍ଥିତି ହୋଇଥାଏ । ବସି-ବସି ଦେହ ତ୍ୟାଗ କରିଥାନ୍ତି । ବସି-ବସି ଏପରି ଦେହତ୍ୟାଗ
କରିଦେଇଥା’ନ୍ତି ଯେ, ବାୟୁମଣ୍ଡଳ ଏକଦମ୍ ଶାନ୍ତ ହୋଇଯାଏ ଏବଂ ପ୍ରାୟତଃ ସକାଳର ଶୁଦ୍ଧ ସମୟରେ
ଶରୀର ଛାଡ଼ିଥା’ନ୍ତି । ରାତିରେ ମନୁଷ୍ୟ ବହୁତ ଖରାପ କର୍ମ କରିଥାଆନ୍ତି, ସକାଳୁ ସ୍ନାନ ଆଦି କରି
ଭଗବାନ-ଭଗବାନ ବୋଲି କହିବାରେ ଲାଗିଥାନ୍ତି । ପୂଜା କରିଥା’ନ୍ତି । ବାବା ସବୁ କଥା ବୁଝାଉଛନ୍ତି
। ପ୍ରଦର୍ଶନୀ ଆଦିରେ ମଧ୍ୟ ତୁମେ ପ୍ରଥମେ ପ୍ରଥମେ ବାବାଙ୍କ ପରିଚୟ ଦିଅ । ପ୍ରଥମେ ବାବା ଏବଂ ପରେ
ସମ୍ପତ୍ତି । ବାବା ତ ଏକମାତ୍ର ନିରାକାର ଅଟନ୍ତି । ରଚୟିତା ବାବା ହିଁ ବସି ରଚନାର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ବୁଝାଉଛନ୍ତି । ସେହି ବାବା କହୁଛନ୍ତି ମାମେକମ୍ ୟାଦ କରୋ । ଦେହର
ସମ୍ବନ୍ଧକୁ ଛାଡ଼ି ନିଜକୁ ଆତ୍ମା ଭାବି ମୋତେ ମନେପକାଅ । ବାବାଙ୍କ ପରିଚୟ ଦେଲେ ପୁଣି କାହାର
ସାହାସ ହେବ ନାହିଁ ପ୍ରଶ୍ନ-ଉତ୍ତର କରିବା ପାଇଁ । ପ୍ରଥମେ ବାବାଙ୍କ ଉପରେ ନିଶ୍ଚୟ ପକ୍କା
ହୋଇଯାଉ ତା’ପରେ ଯାଇ କୁହ ୮୪ ଜନ୍ମ ଏହିପରି ନିଆଯାଏ । ଚକ୍ରକୁ ଏବଂ ବାବାଙ୍କୁ ବୁଝିଗଲେ ପୁଣି
କୌଣସି ପ୍ରଶ୍ନ ଉଠିବ ନାହିଁ । ବାବାଙ୍କର ପରିଚୟ ଦେବା ପରିବର୍ତ୍ତେ ତୁମେ ଅନ୍ୟ ବିଷୟ
ବୁଝାଉଥିବାରୁ ଏଥିରେ ତୁମର ବହୁତ ସମୟ ନଷ୍ଟ ହୋଇଯାଉଛି । ଗଳା ଶୁଖିଯାଉଛି । ପ୍ରଥମେ ପ୍ରଥମେ
ଅଲଫଙ୍କର କଥା ଉଠାଅ । ଇଆଡୁ ସିଆଡୁ କଥା କହିଲେ ବୁଝିପାରିବେ ନାହିଁ । ବିଲ୍କୁଲ୍ ସାଧାରଣ
ରୀତିରେ ଏବଂ ଧିର ସ୍ଥିର ଭାବେ ବସି ବୁଝାଇବା ଦରକାର, ଯେଉଁମାନେ ଦେହୀ-ଅଭିମାନୀ ହୋଇଥିବେ ସେମାନେ
ଭଲ ଭାବେ ବୁଝାଇପାରିବେ । ବଡ଼-ବଡ଼ ମ୍ୟୁଜିୟମ୍ରେ ଯେଉଁମାନେ ଭଲ ଭାବେ ବୁଝାଉଛନ୍ତି ସେମାନଙ୍କୁ
ସାହାଯ୍ୟ କରିବାକୁ ପଡିବ । କିଛି ସମୟ ପାଇଁ ନିଜର ସେବାକେନ୍ଦ୍ର ଛାଡ଼ି ସାହାଯ୍ୟ କରିବା ନିମନ୍ତେ
ଆସିବା ଦରକାର । ସେବାକେନ୍ଦ୍ର ସମ୍ଭାଳିବା ନିମନ୍ତେ ଅନ୍ୟ କାହାକୁ ବସାଇଦିଅ । ଯଦି ଗଦ୍ଦି
ସମ୍ଭାଳିବା ପାଇଁ କାହାକୁ ନିଜ ସମାନ କରିନାହଁ, ତେବେ ବାବା ବୁଝିବେ ଯେ ଇଏ କୌଣସି କାମର
ନୁହଁନ୍ତି, ସେବା କରି ନାହାଁନ୍ତି । ବାବାଙ୍କୁ ଲେଖୁଛନ୍ତି ସେବା ଛାଡି କିପରି ଯିବୁ ! ଆରେ ବାବା
ହୁକୁମ୍ କରୁଛନ୍ତି ଅମୁକ ଜାଗାରେ ପ୍ରଦର୍ଶନୀ ଅଛି ଯାଇ ସେବା କର । ଯଦି ଗଦ୍ଦି ଯୋଗ୍ୟ କାହାକୁ
କରିନାହଁ ତେବେ ତୁମେ କେଉଁ କାମର । ବାବା ହୁକୁମ କରୁଛନ୍ତି - ତୁରନ୍ତ ଯିବା ଉଚିତ୍ । ତାଙ୍କୁ
ହିଁ ମହାରଥୀ ବ୍ରାହ୍ମଣୀ ବୋଲି କୁହାଯାଇଥାଏ । ବାକି ତ ସମସ୍ତେ ଘୋଡା ସବାର, ପଦାତିକ ଅଟନ୍ତି ।
ସମସ୍ତଙ୍କୁ ସେବାରେ ସାହାଯ୍ୟ କରିବା ଉଚିତ୍ । ଏତେ ବର୍ଷରେ ତୁମେ କାହାକୁ ନିଜ ସମାନ କରି ନାହଁ
ତେବେ କ’ଣ କରୁଥିଲ । ଏତେ ଦିନ ମଧ୍ୟରେ କାହାକୁ ସନ୍ଦେଶବାହକ କରି ନାହଁ, ଯିଏକି ସେବାକେନ୍ଦ୍ର
ସମ୍ଭାଳିବେ । ଭିନ୍ନ ଭିନ୍ନ ସ୍ୱଭାବର ମନୁଷ୍ୟ ଆସୁଛନ୍ତି - ଯାହାଙ୍କ ସହିତ କଥା ହେବା ପାଇଁ
ମଧ୍ୟ ବୁଦ୍ଧି ଦରକାର । ମୁରଲୀ ମଧ୍ୟ ପ୍ରତ୍ୟହ ପଢିବା ଅଥବା ଶୁଣିବା ଉଚିତ୍ । ମୁରଲୀ ପଢି ନାହଁ
ଅର୍ଥ ଅନୁପସ୍ଥିତ ଲେଖାଯିବ । ତୁମ ସନ୍ତାନମାନଙ୍କୁ ସାରା ବିଶ୍ୱରେ ସେବାର ବିସ୍ତାର କରିବାକୁ
ହେବ । ତୁମେ ସାରା ବିଶ୍ୱର ସେବା କରୁଛ ନା । ପତିତ ଦୁନିଆକୁ ପବିତ୍ର କରାଇବା ଅର୍ଥ ସେବା କରିବା
ଅଟେ ନା । ସମସ୍ତଙ୍କୁ ମୁକ୍ତି-ଜୀବନମୁକ୍ତି ଧାମର ରାସ୍ତା ବତାଇ, ଦୁଃଖରୁ ମୁକ୍ତ କରିବାକୁ ହେବ
। ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବହୁତ ମିଠା,
ଶାନ୍ତ ଏବଂ ବହୁତ ମଧୁର ସ୍ୱଭାବଯୁକ୍ତ ହେବାକୁ ପଡିବ । କେବେ ହେଲେ କ୍ରୋଧ କରିବା ଉଚିତ୍ ନୁହେଁ
। ନିଜର ଆଖିକୁ ଅର୍ଥାତ୍ ଦୃଷ୍ଟିକୁ ବହୁତ ନିର୍ବିକାରୀ କରିବାକୁ ହେବ ।
(୨) ବାବା ଯାହା ହୁକୁମ୍
କରୁଛନ୍ତି ତାକୁ ତୁରନ୍ତ ମାନିବାକୁ ହେବ । ସାରା ବିଶ୍ୱକୁ ପତିତରୁ ପବିତ୍ର କରିବାର ସେବା
କରିବାକୁ ହେବ ଅର୍ଥାତ୍ ଘେରାଉ କରିବାକୁ ହେବ ।
ବରଦାନ:-
ବାବାଙ୍କର
ସ୍ମୃତି ଦ୍ୱାରା ଅସନ୍ତୋଷ ପରିସ୍ଥିତିରେ ସର୍ବଦା ସୁଖ ବା ସନ୍ତୋଷର ଅନୁଭୂତି କରୁଥିବା ମହାବୀର
ହୁଅ ।
ସର୍ବଦା ବାବାଙ୍କର
ସ୍ମୃତିରେ ରହୁଥିବା ଆତ୍ମାମାନେ ପ୍ରତ୍ୟେକ ପରିସ୍ଥିତିରେ ସଦା ସନ୍ତୋଷ ରହିଥାଆନ୍ତି କାହିଁକି ନା
ଜ୍ଞାନର ଶକ୍ତି ଆଧାରରେ ପାହାଡ ଭଳି ପରିସ୍ଥିତି ମଧ୍ୟ ଶୋରିଷ ଭଳି ଅନୁଭବ ହୋଇଥାଏ, ଅର୍ଥାତ୍ କିଛି
ଲାଗି ନ ଥାଏ । ଯଦିଓ ପରିସ୍ଥିତି ଅସନ୍ତୋଷ ହେବା ଭଳି ହୋଇଥିବ ବା କୌଣସି ଦୁଃଖର ଘଟଣା ଘଟିଥିବ,
ପୁଣି ବି ଦୁଃଖଦ ପରସ୍ଥିତି ଭିତରେ ଯଦି ସୁଖର ସ୍ଥିତିରେ ରହୁଥିବ ତେବେ କୁହାଯିବ ମହାବୀର । ଯାହା
ବି ହୋଇଯାଉ ନଥିଙ୍ଗ୍ ନ୍ୟୁ ଅର୍ଥାତ୍ କିଛି ବି ନୂଆ ନୁହେଁ, ଏହିଭଳି ଭାବିବା ସହିତ ବାବାଙ୍କର
ସ୍ମୃତି ଦ୍ୱାରା ସର୍ବଦା ଏକରସ ସ୍ଥିତି ରହି ପାରିବ, ତା’ପରେ ଆଉ ଦୁଃଖ-ଅଶାନ୍ତିର ଢେଉ ଆସିବ ନାହିଁ
।
ସ୍ଲୋଗାନ:-
ଯଦି ନିଜର ଦୈବୀ
ସ୍ୱରୂପ ସର୍ବଦା ସ୍ମୃତିରେ ରହିବ ତେବେ କାହାର ବି ବ୍ୟର୍ଥ ଦୃଷ୍ଟି ତୁମ ଉପରେ ପଡିପାରିବ ନାହିଁ
।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯେପରି ବିଜ୍ଞାନର
ଶକ୍ତିର ପ୍ରୟୋଗ ଲାଇଟ୍ ଆଧାରରେ ହୋଇଥାଏ । ଯଦି କମ୍ପ୍ୟୁଟର ମଧ୍ୟ ଚାଲୁଛି ତେବେ କମ୍ପ୍ୟୁଟର ଏକ
ଶକ୍ତି ଅଟେ କିନ୍ତୁ ତା’ର ଆଧାର ଲାଇଟ୍ ଅଟେ । ସେହିପରି ତୁମମାନଙ୍କର ଶାନ୍ତିର ଶକ୍ତିର ଆଧାର
ମଧ୍ୟ ଲାଇଟ୍ ଅଟେ । ଯଦି ପ୍ରକୃତିର ଲାଇଟ୍ ଅନେକ ପ୍ରକାରର ପ୍ରୟୋଗକୁ ବାସ୍ତବିକ ରୂପରେ
କରିଦେଖାଉଛି ତେବେ ତୁମମାନଙ୍କର ଅବିନାଶୀ ପରମାତ୍ମା ଲାଇଟ୍, ଆତ୍ମିକ ଲାଇଟ୍ ଏବଂ ତା ସହିତ
ତୁମର ବାସ୍ତବିକ ସ୍ଥିତି ମଧ୍ୟ ଲାଇଟ୍ ଅର୍ଥାତ୍ ହାଲୁକା, ତେବେ ଏହାଦ୍ୱାରା କ’ଣ ପ୍ରୟୋଗ ନ
ହୋଇପାରିବ!