27.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜର
ବୁଦ୍ଧିକୁ ଜ୍ଞାନ ମନ୍ଥନ କରିବାରେ ବ୍ୟସ୍ତ ରଖ, ତେବେ ସବୁ ଚିନ୍ତାରୁ ମୁକ୍ତ ହୋଇଯିବ, ସର୍ବଦା
ଖୁସି କାୟମ ରହିବ ।”
ପ୍ରଶ୍ନ:-
ଯେଉଁମାନେ ନିଜକୁ
ଶିବବାବାଙ୍କ ଯଜ୍ଞର ସେବାଧାରୀ ବୋଲି ଭାବୁଛନ୍ତି, ସେମାନଙ୍କର ଲକ୍ଷଣ ଶୁଣାଅ?
ଉତ୍ତର:-
ଶିବବାବା ଏହି ବ୍ରହ୍ମାଙ୍କ ମୁଖ ଦ୍ୱାରା ଯାହା କିଛି କହିବେ, ତାକୁ ସେମାନେ ତୁରନ୍ତ ମାନିନେବେ ।
ଯାହା କୁହାଯିବ ତାକୁ ମାନିଯିବା, ଏହାକୁ ହିଁ ଶ୍ରୀମତ କୁହାଯାଏ । ଶ୍ରୀ-ଶ୍ରୀ ଶିବବାବାଙ୍କର ମତରେ
ଚାଲିବା ଦ୍ୱାରା ହିଁ ତୁମ୍ଭେମାନେ ଶ୍ରେଷ୍ଠ ହେଉଛ । ଶ୍ରେଷ୍ଠ ହେବା ଅର୍ଥାତ୍ ବିଜୟ ମାଳାରେ
ଗୁନ୍ଥି ହେବା ।
ଗୀତ:-
ଓମ୍ ନମୋ ଶିବାୟ.....
ଓମ୍ ଶାନ୍ତି ।
ଶାଳଗ୍ରାମମାନଙ୍କ ପ୍ରତି ଶିବ ଭଗବାନୁବାଚ । ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି
। ଏବେ ତୁମେ ସନ୍ତାନମାନେ ଜାଣିଗଲଣି ଯେ ଆମକୁ ଏଠାରେ ନିଜକୁ ଆତ୍ମା ଭାବି ବସିବାକୁ ହେବ । ସାରା
ଦୁନିଆରେ ଜଣେ ହେଲେ ବି ଏଭଳି ମନୁଷ୍ୟ ନ ଥିବେ ଯିଏକି ନିଜକୁ ଆତ୍ମା ବୋଲି ଭାବୁଥିବେ । ଆତ୍ମା
କ’ଣ, ଏ କଥା କେହି ଜାଣିନାହାଁନ୍ତି, ତେବେ ପୁଣି ପରମାତ୍ମାଙ୍କୁ କିପରି ଜାଣିବେ । ବାବାଙ୍କ
ଦ୍ୱାରା ହିଁ ତୁମକୁ ଆତ୍ମାର ପରିଚୟ ମିଳୁଛି ଯେ ମୂଳ ଜିନିଷ କ’ଣ ଅଟେ । ମନୁଷ୍ୟମାନଙ୍କୁ କିଛି
ବି ଜଣା ନ ଥିବା କାରଣରୁ କେତେ ଦୁଃଖୀ ହୋଇଯାଇଛନ୍ତି । ତୁମେ ପିଲାମାନେ ଜାଣିଛ ଯେ ଏହି ଡ୍ରାମା
ଅଥବା ସୃଷ୍ଟି ରୂପୀ କଳ୍ପ ବୃକ୍ଷର ଆୟୁଷ ୫ ହଜାର ବର୍ଷ । ଯେପରି ଆମ୍ବର ବୀଜ ରହିଛି, ଯଦି ଏହା
ଚୈତନ୍ୟ ହୋଇଥାନ୍ତା ତେବେ ବୁଝାଇଥାନ୍ତା ଯେ ମୁଁ ବୀଜ ଅଟେ, ମୋ ଠାରୁ ଏହି ବୃକ୍ଷ ଏହିପରି
ବାହାରିଛି । କିନ୍ତୁ ତାହା ହେଉଛି ଜଡ । ଚୈତନ୍ୟ ବୃକ୍ଷ ଗୋଟିଏ ହିଁ ରହିଛି । ଆରମ୍ଭରୁ ନେଇ ଶେଷ
ପର୍ଯ୍ୟନ୍ତ ଏହି ସମଗ୍ର ବୃକ୍ଷର ଜ୍ଞାନ ତୁମକୁ ମିଳିଛି । ତୁମ୍ଭେମାନେ ପୁରୁଷାର୍ଥର କ୍ରମ
ଅନୁସାରେ ବୁଝିପାରିବ । ବାବା କହୁଛନ୍ତି ମୁଁ ଏହି ମନୁଷ୍ୟ ସୃଷ୍ଟିର ବୀଜ ସତ ଚିତ୍ ଆନନ୍ଦ
ସ୍ୱରୂପ ଅଟେ । ମୋତେ ଜ୍ଞାନର ସାଗର କୁହାଯାଉଛି । ଏହା ନିରାକାରଙ୍କର ମହିମା ଅଟେ । ତୁମ୍ଭେମାନେ
ଜାଣିଛ ଯେ ବାବାଙ୍କର ଏହି ମହିମା ସବୁଠାରୁ ଅଲଗା । ମନୁଷ୍ୟମାନେ ତ ବାବାଙ୍କର ମହିମାକୁ ଆଦୌ ହିଁ
ଜାଣିନାହାଁନ୍ତି । ଯଦିଓ ଏହି ଲକ୍ଷ୍ମୀ-ନାରାୟଣ ଆଦି ଦେବତା ଅଟନ୍ତି, ସେମାନଙ୍କର ମଧ୍ୟ ଏହି
ଜ୍ଞାନ ନାହିଁ । ଏହି ଡ୍ରାମାର ଜ୍ଞାନ ତୁମକୁ ମିଳିଛି । ତୁମେମାନେ ଜାଣିଛ ଯେ ଏହି ସୃଷ୍ଟିର
ଚକ୍ର କିପରି ଘୂରୁଛି ପୁଣି ଦେବତା ହୋଇଗଲେ ଏହି ଜ୍ଞାନ ରହିବ ନାହିଁ । କେତେ ଆଶ୍ଚର୍ଯ୍ୟର କଥା ।
ତୁମେ ଏହି ସୃଷ୍ଟି ରୂପୀ ନାଟକର ଅଭିନେତା ଅଟ ନା । ତୁମକୁ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର
ଜ୍ଞାନ ରହିଛି । ବାକି ନା ଶୂଦ୍ର ବର୍ଣ୍ଣଙ୍କର, ନା ଦେବତା ବର୍ଣ୍ଣଙ୍କର ଏହି ଜ୍ଞାନ ଅଛି । ଏପରି
ନୁହେଁ ଯେ ଜ୍ଞାନ ପରମ୍ପରା ଅନୁସାରେ ଚାଲିଥାଏ । ଯେପରି ପର୍ବପର୍ବାଣୀ ପାଇଁ କହିଥାନ୍ତି ଏହା
ପରମ୍ପରାର ଅନୁସାରେ ଚାଲିଆସୁଛି । ଏବେ ତୁମ୍ଭେମାନେ ଜାଣୁଛ ଯେ ସତ୍ୟଯୁଗରେ ଏହି ପର୍ବଗୁଡିକୁ
କେହି ଜାଣି ହିଁ ନଥା’ନ୍ତି । ସେଠାରେ ଏସବୁ କିଛି ବି ମନେ ରହିବ ନାହିଁ । ସେଠାରେ ତ କେବଳ ରାଜତ୍ୱ
କରିଥାନ୍ତି । ତୁମ ସମସ୍ତଙ୍କର ବୁଦ୍ଧିର ତାଲା ଖୋଲିଯାଇଛି । ମୁଖ୍ୟ ସ୍ରଷ୍ଟା, ନିର୍ଦ୍ଦେଶକ,
ଶ୍ରେଷ୍ଠ ଅଭିନେତାଙ୍କୁ ତୁମ୍ଭେମାନେ ଜାଣିଛ । ତୁମ୍ଭମାନଙ୍କୁ କେତେ ଭଲ ଜ୍ଞାନ ମିଳିଛି, ଏହି
ଜ୍ଞାନକୁ ଯେଉଁମାନେ ଜାଣିନାହାଁନ୍ତି, ସେମାନେ ହେଲେ ଅଜ୍ଞାନୀ । ତୁମ୍ଭେମାନେ ମଧ୍ୟ ଅଜ୍ଞାନୀ
ଥିଲ । ଏବେ ଦେବତା ହେଉଛ । ଏହି ଜ୍ଞାନ ଯେଉଁମାନଙ୍କର ବୁଦ୍ଧିରେ ଚାଲୁଥିବ ସେମାନଙ୍କୁ ଅସରନ୍ତି
ଖୁସି ହେଉଥିବ । ତୁମ୍ଭମାନଙ୍କ ବ୍ୟତୀତ ଆଉ କେହି ନାହାଁନ୍ତି ଯିଏ ଏହି ଜ୍ଞାନକୁ ବୁଝିପାରିବେ ।
ଈଶ୍ୱର ପିତାଙ୍କୁ ହିଁ ବିଶ୍ୱର ସର୍ବଶକ୍ତିମାନ ଅଧିକାରୀ, ଜ୍ଞାନର ସାଗର କୁହାଯାଇଥାଏ, ତାଙ୍କ
ପାଖରେ କେଉଁ ଜ୍ଞାନ ଅଛି? ସମସ୍ତ ବେଦଶାସ୍ତ୍ର ଗୁଡିକର, ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ତାଙ୍କ ପାଖରେ ରହିଛି । ଶାସ୍ତ୍ରରେ ମଧ୍ୟ ରଚୟିତା ଏବଂ ରଚନାର ଜ୍ଞାନ ନାହିଁ । ସେଇଥିପାଇଁ ତ ଋଷି
ମୁନି ଆଦି କହି ଆସୁଛନ୍ତି ଯେ ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ । ବୁଝାଇଲା ବାଲା ଜଣେ
ଅଟନ୍ତି, ତେବେ ଅନ୍ୟମାନେ ଜାଣିବେ କିପରି । ଏହି ଜ୍ଞାନ ତୁମ ପିଲାମାନଙ୍କ ବ୍ୟତୀତ ଆଉ କେହି
ଦେଇପାରିବେ ନାହିଁ । ପୁଣି ତୁମ୍ଭମାନଙ୍କୁ ଜ୍ଞାନ ଦେଲାବାଲା ହେଉଛନ୍ତି ବାବା । ସିଏ କେତେ ମହାନ
ଜ୍ଞାନର ସାଗର ଅଟନ୍ତି । ତାଙ୍କଠାରୁ ତୁମେ କେତେ ଶ୍ରେଷ୍ଠ ପଦବୀ ପ୍ରାପ୍ତ କରୁଛ । କେତେ ଖୁସି
ହେବା ଦରକାର । ଆମେ ଅବିନାଶୀ ବାବାଙ୍କର ସନ୍ତାନ ଅଟୁ । ଜ୍ଞାନରେ ତୁମର ବୁଦ୍ଧି ଭରପୁର ରହିବା
ଦରକାର । ଏଭଳି କୌଣସି ଜିନିଷ ନାହିଁ ଯାହାକୁ ତୁମେ ଜାଣିନାହଁ । ଏବେ ତୁମେମାନେ ମାଷ୍ଟର ଜ୍ଞାନର
ସାଗର ହେଉଛ । ଯେଉଁ ଆତ୍ମାମାନେ ତମୋପ୍ରଧାନ ହୋଇଯାଇଛନ୍ତି, ସେମାନେ ବାବାଙ୍କୁ ମନେ ପକାଇ ପକାଇ
ସତ୍ୱପ୍ରଧାନ ହୋଇଯିବେ । କ୍ରମାନୁସାରେ ତ ରହିବେ ନା । କାହାର ତମୋରୁ ରଜୋଗୁଣୀ ବୁଦ୍ଧି ହୋଇଥିବ,
କାହାର ରଜୋରୁ ସତ୍ତ୍ୱଗୁଣୀ ବୁଦ୍ଧି ହୋଇଥିବ । ବର୍ତ୍ତମାନ ସତ୍ତ୍ୱପ୍ରଧାନ ବୁଦ୍ଧି କାହାରି ହୋଇ
ନାହିଁ । ଯେବେ ସତ୍ୱପ୍ରଧାନ ହୋଇଯିବ ସେତେବେଳେ ତୁମ୍ଭମାନଙ୍କର କର୍ମାତୀତ ଅବସ୍ଥା ହୋଇଯିବ ।
ପୁଣି ତ ରାଜ୍ୟ କରିବା ପାଇଁ ନୂଆ ଦୁନିଆ ଦରକାର । ଏହି ଯଜ୍ଞ ଯେବେ ସମ୍ପୂର୍ଣ୍ଣ ହେବ, ସେଥିରେ
ସମସ୍ତ ପୁରୁଣା ଦୁନିଆର ଆହୁତି ପଡିବ । ପୁଣି ପୁରୁଷାର୍ଥର କ୍ରମ ଅନୁସାରେ ପାଠପଢା ମଧ୍ୟ ଶେଷ
ହୋଇଯିବ । ଯେପରି ସ୍କୁଲରେ ବିଦ୍ୟାର୍ଥୀମାନେ ଜାଣିଥାନ୍ତି ଯେ ଆମେ ଏହି ପରୀକ୍ଷାରେ ପାସ୍ କରି
ଅନ୍ୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବୁ । ତୁମମାନଙ୍କର ମଧ୍ୟ ଯେତେବେଳେ କର୍ମାତୀତ ଅବସ୍ଥା ହେବ,
ସେତେବେଳେ ଏହି ମୃତ୍ୟୁଲୋକରୁ ଉତ୍ତୀର୍ଣ୍ଣ ହୋଇ ଅମରପୁରୀକୁ ଚାଲିଯିବ । ତୁମ୍ଭେମାନେ ଜାଣିଛ ଯେ
- ବର୍ତ୍ତମାନ ଆମେ ଏଠାରୁ ଟ୍ରାନ୍ସ୍ଫର ହେବୁ । ଆମେ ପବିତ୍ର ହୋଇ ଅମରଲୋକକୁ ଚାଲିଯିବୁ ।
ଅସଲରେ ଆମେମାନେ ଶାନ୍ତିଧାମର ନିବାସୀ ଥିଲୁ ପୁଣି ଅଭିନୟ କରି-କରି ଅମରଲୋକରୁ ମୃତ୍ୟୁଲୋକରେ ଆସି
ପହଞ୍ଚିଛୁ । ତେବେ ଏହି ସବୁ ଜ୍ଞାନ ବୁଦ୍ଧିରେ ରହିବା ଦ୍ୱାରା ଖୁସି ରହିବ । ଜ୍ଞାନ ବିନା
ତୁମମାନଙ୍କୁ ଆଉ କିଛି ଭଲ ଲାଗିବ ନାହିଁ । ଏବେ ଆମେ ପାଠପଢି ନୂଆ ଦୁନିଆର ମାଲିକ ହେବୁ, ଏହି କଥା
ମଧ୍ୟ ବୁଝାଇବା ଦରକାର । ଏଠାରେ ସମସ୍ତେ ପତିତ ହିଁ ଅଛନ୍ତି । ଦେବତା ତ କେହି ହେଲେ ନାହାଁନ୍ତି
। ମନୁଷ୍ୟରୁ ଦେବତା କିଏ କରାଇବ? କେବଳ ବାବା ହଁ କରିପାରିବେ । ବର୍ତ୍ତମାନ ତୁମେ ସମସ୍ତଙ୍କୁ
ବୁଝାଇପାରିବ ଯେ ବାସ୍ତବରେ ଏଠାରେ ସ୍ୱର୍ଗ ଥିଲା, ଯେଉଁଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ରହିଥିଲା । ସେହି ରାଜ୍ୟର ସ୍ଥାପନା କିଏ କରିଥିଲେ? ସ୍ୱର୍ଗୀୟ ଈଶ୍ୱର ପିତା ସ୍ୱର୍ଗ ସ୍ଥାପନ
କରିଥିଲେ । ଯେଉଁଠାରେ ଦେବୀ-ଦେବତା ରାଜ୍ୟ କରିବେ ତେଣୁ ସେଠାରେ ଅନ୍ୟ କୌଣସି ଧର୍ମ ରହିବ ନାହିଁ
। ଏହା ବହୁତ ବଡ ଅବିନାଶୀ ନାଟକ ଅଟେ । ତୁମେମାନେ ଚୈତନ୍ୟରେ ଅଛ ନା । ତୁମେ ଜାଣିଛ ଯେ ଏହି
ବୃକ୍ଷର ବୀଜ ଉପରେ ରହିଛି । ବାବା ମଧ୍ୟ ଅମର-ଅବିନାଶୀ ଅଟନ୍ତି । ତୁମେ ମଧ୍ୟ ଅମର ଅଟ । ଏବେ
ସାରା ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି । ଏହି ସମୟରେ ସମସ୍ତ ମନୁଷ୍ୟ କଣ୍ଟା ଭଳି
ହୋଇଯାଇଛନ୍ତି । ଏହା କଣ୍ଟାର ଜଙ୍ଗଲ ଅଟେ ନା । ସମସ୍ତେ ପରସ୍ପରକୁ ଦୁଃଖ ଦେଲାବାଲା ଅଟନ୍ତି ।
ବାବା ହିଁ ବାଗବାନ ଅର୍ଥାତ୍ ବଗିଚାର ମାଲିକ ଅଟନ୍ତି, ତାଙ୍କୁ ନାବିକ ମଧ୍ୟ କହିଥାନ୍ତି ।
ତୁମ୍ଭେମାନେ ମଧ୍ୟ ବୋଟ୍ ବା ଡଙ୍ଗା ଚଲାଇବା ଶିଖୁଛ । ପ୍ରତ୍ୟେକଙ୍କର ଡଙ୍ଗା କିପରି ପାର ହେବ,
ତାହା ତୁମକୁ ବସି ବୁଝାଉଛନ୍ତି । ଡଙ୍ଗା କୌଣସି ଶରୀର ନୁହେଁ । ଡଙ୍ଗା ଆତ୍ମା ଏବଂ ଶରୀର ଦୁଇଟି
ଜିନିଷରେ ତିଆରି ହୋଇଛି । ଗୀତ ବି ଗାଇଥାନ୍ତି ମୋର ଡଙ୍ଗାକୁ ପାର କରିଦିଅ । ଏବେ ଆତ୍ମା ପତିତ
ଅଟେ ତ ଶରୀର ମଧ୍ୟ ପତିତ ଅଟେ । ଏବେ ପାର ହେବ କିପରି ଏବଂ କୁଆଡେ ଯିବ? ଏବେ ତୁମ୍ଭେମାନେ
ମୂଳବତନ, ସୂକ୍ଷ୍ମବତନ... ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ଅନ୍ତ ପର୍ଯ୍ୟନ୍ତ ସବୁ ରହସ୍ୟକୁ
ଜାଣିଗଲଣି । ତଥାପି ବି ବୁଦ୍ଧିରେ ଏହି କଥା କାହିଁକି ରହୁ ନାହିଁ! ତୁମେ କାହିଁକି ଭୁଲି ଯାଉଛ?
ସର୍ବଦା ତୁମ ବୁଦ୍ଧିରେ ଏହି କଥା ରହିଲେ, ତୁମ୍ଭେମାନେ ଖୁସିରେ ରହିବ, ଚିନ୍ତାରୁ ମୁକ୍ତ ହୋଇଯିବ
।
ତୁମ୍ଭେମାନେ ଜାଣିଛ ଯେ
ବାବା ଆସିଛନ୍ତି, ଆମମାନଙ୍କୁ ନେଇଯିବା ପାଇଁ । ବାବାଙ୍କ ପାଖରେ ଯେଉଁ ଜ୍ଞାନ ଅଛି ତାହା ଆମକୁ
ଦେଉଛନ୍ତି । ଏହା ହେଉଛି ବିଲ୍କୁଲ୍ ନୂଆ କଥା, ଯାହା ବାବାଙ୍କ ବିନା ଆଉ କେହି ବୁଝାଇ ପାରିବେ
ନାହିଁ । ନିରାକାର ବାବା ସାକାର ଦ୍ୱାରା ଶୁଣାଉଛନ୍ତି । ତୁମ୍ଭେମାନେ ମଧ୍ୟ ଏହି ଶରୀର ଦ୍ୱାରା
ଶୁଣୁଛ । ତେଣୁ ବାବା ତୁମ ପିଲାମାନଙ୍କୁ ମଧ୍ୟ ନିଜ ସମାନ କରୁଛନ୍ତି । ଯାହା ବାବାଙ୍କର ମହିମା
ତାହା ତୁମର ମଧ୍ୟ ହେବା ଦରକାର । ଏଥିରେ କୌଣସି ଫରକ ନାହିଁ । ବାବା କେବଳ କହୁଛନ୍ତି - ମୁଁ
ଜନ୍ମ-ମରଣରେ ଆସୁନାହିଁ, ତୁମେମାନେ ଜନ୍ମ-ମରଣରେ ଆସୁଛ । ତୁମେମାନେ ମୋତେ କହୁଛ ଜ୍ଞାନର ସାଗର,
ସୁଖର ସାଗର... ତେବେ ନିଶ୍ଚିତ ମୁଁ ତୁମମାନଙ୍କୁ ଜ୍ଞାନ ଦେବି, କଳ୍ପ-କଳ୍ପ ମଧ୍ୟ ଦେଉଛି ।
ତୁମେମାନେ ବୁଝିଗଲଣି ଯେ ବାସ୍ତବରେ ଆମେ ୮୪ ଜନ୍ମର ଚକ୍ର ଲଗାଇ ଏବେ ଅନ୍ତିମ ସମୟରେ ପହଞ୍ଚିଛୁ ।
ପୁଣି ବାବା ଆମକୁ ପ୍ରଥମ ନମ୍ବରକୁ ନେଇଯାଉଛନ୍ତି । ଏହା ଜ୍ଞାନ ଅଟେ ନା । ଜ୍ଞାନ ହେଉଛି ଆୟ
କରିବାର ଉତ୍ସ । ଯିଏ-ଯେତିକି ଯେତିକି ପାଠ ପଢିଥାନ୍ତି, ତାଙ୍କର ରୋଜଗାର ସେହିପରି ହୋଇଥାଏ । ଏହା
ଜ୍ଞାନ ମଧ୍ୟ ଅଟେ, ଧନ୍ଦା ବି ଅଟେ । ତୁମେ ବାବାଙ୍କୁ ଅଳିଆ-ଆବର୍ଜନା ଦେଉଛ । ଯଦି କେହି ମରିଯାଏ
ତେବେ କରନିଘୋରକୁ ଦେଇଥା’ନ୍ତି ନା । ଏଠାରେ ତୁମକୁ ଜୀଇଁ ଥାଉ ଥାଉ ସବୁ କିଛି ଦେଇ ଦେବାକୁ ହେବ
। ବାସ୍ତବରେ ଏହା ବର୍ତ୍ତମାନର କଥା । ବାବା କହୁଛନ୍ତି - ତୁମ ପାଖରେ ଯାହା କିଛି ଅଛି, ମରିବା
ପୂର୍ବରୁ ଦେଇଦିଅ । ତୁମେ ନିମିତ୍ତ ହୋଇଯାଅ । ନଚେତ୍ ତୁମ ପାଖରେ ଯାହା ରହିଯାଇଥିବ ତାହା ମୃତ୍ୟୁ
ସମୟରେ ମନେ ପଡିବ । ଯେପରି କେହି କେହି ସାହୁକାର ଲୋକ ଅଛନ୍ତି, ଯେଉଁମାନେ ଜ୍ଞାନ ନେବେ ନାହିଁ ।
ତାଙ୍କର ସାହୁକାରୀ ମଧ୍ୟ ଗୋଟିଏ ଜନ୍ମ ପାଇଁ ଅଟେ ନା । ଶରୀର ତ ଛାଡି ଦେବେ, ଜଣା ନାହିଁ କର୍ମ
ଅନୁସାରେ କେଉଁଠି ଯାଇ ଜନ୍ମ ନେବେ । ତୁମେ ତ ଜାଣିଛ ଆମେ ବର୍ତ୍ତମାନ ଯେତେ ପୁରୁଷାର୍ଥ କରିବା
ସେତେ ପ୍ରାରବ୍ଧ ପାଇବା । ଏହି ସମୟରେ ସମସ୍ତେ ସ୍ଥୂଳ ସେବା କରିଲାବାଲା ଅଛନ୍ତି । ଆତ୍ମିକ
ସେବାକୁ କେହି ଜାଣି ହିଁ ନାହାଁନ୍ତି । ପରମ ଆତ୍ମା ଆସି ତୁମକୁ ଜ୍ଞାନ ବୁଝାଉଛନ୍ତି । ସିଏ
ହେଉଛନ୍ତି ସୁଖର ସାଗର, ଦୁଃଖହର୍ତ୍ତା, ସୁଖକର୍ତ୍ତା । ତାଙ୍କର ଶିବଜୟନ୍ତୀ ପାଳନ କରୁଛନ୍ତି,
କିନ୍ତୁ କିଛି ବୁଝୁ ନାହାଁନ୍ତି । ଏବେ ତୁମ୍ଭମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ରହିଛି ଯେ ବାବା
ପୁଣି ଥରେ ଆମକୁ ୫ ହଜାର ବର୍ଷ ପରେ ଆସି ଜ୍ଞାନ ଶୁଣାଇବେ । ସତ୍ୟଯୁଗରେ ଏହି ଜ୍ଞାନ ରହିବ ନାହିଁ
ତେବେ କଳିଯୁଗରେ ପୁଣି କେଉଁଠୁ ଆସିବ । ଦୁନିଆରେ ଏକଥା କେହି ଜାଣିନାହାଁନ୍ତି ଯେ
ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ଆମେ କାହିଁକି ତିଆରି କରୁଛୁ । ଏମାନେ କିଏ ଥିଲେ, ଏମାନଙ୍କୁ
ରାଜ୍ୟ କିଏ ଦେଲା? ଏହା କର୍ମର ଫଳ ଅଟେ ନା । ବାବା ବସି ଏବେ ତୁମକୁ କର୍ମ, ଅକର୍ମ, ବିକର୍ମର ଗତି
ବିଷୟରେ ବୁଝାଉଛନ୍ତି । ଭଗବାନୁବାଚ ଅଟେ ନା । ଗୀତାରୁ ହିଁ ଆଦି ସନାତନ ଦେବୀ ଦେବତା ଧର୍ମର
ସ୍ଥାପନା ହୋଇଥାଏ । ସେଠାରେ ଅଳ୍ପ ସଂଖ୍ୟକ ମନୁଷ୍ୟ ରହିବେ । ଅନ୍ୟ ସମସ୍ତେ ନିଶ୍ଚିତ
ମୁକ୍ତିଧାମକୁ ଚାଲିଯିବେ । ମହାଭାରତ ଲଢେଇର କଥା ମଧ୍ୟ ଲେଖାଯାଇଛି । ବହୁତ ବିପଦ ଆସିବ ।
ପ୍ରାକୃତିକ ବିପର୍ଯ୍ୟୟ ହେବ । ପୁରୁଣା ଦୁନିଆ ବିନାଶ ହୋଇଯିବ । ଏହା ସେହି ବମ୍ସ, ମିସାଇଲ୍ସ
ଅଟେ । ଏହା ସେହି ବିନାଶର ସମୟ ଅଟେ, ଯେତେବେଳେ କି ଭଗବାନ ଆସି ରୁଦ୍ର ଜ୍ଞାନ ଯଜ୍ଞ ରଚନା
କରିଥିଲେ, ଯେଉଁଥିରୁ ବିନାଶ ଜ୍ୱାଳା ବାହାରିଥିଲା । ଭଗବାନ ଯଜ୍ଞ ରଚନା କରିଥାଆନ୍ତି ସୁଖ-ଶାନ୍ତି
ପାଇଁ । ବାକି ଦୁଃଖ ଅଶାନ୍ତିର ନିଶ୍ଚିତ ବିନାଶ ହେବା ଆବଶ୍ୟକ । ଏହି ଈଶ୍ୱରୀୟ ଜ୍ଞାନ ଯଜ୍ଞରେ
ସମଗ୍ର ସୃଷ୍ଟି ସ୍ୱାହା ହୋଇଯିବ । ଏହି କଥା ତୁମ୍ଭମାନଙ୍କର ବୁଦ୍ଧିରେ ଅଛି ।
ଆମ୍ଭେମାନେ ବ୍ରାହ୍ମଣ
ଅଟୁ । ଏହି ଶିବବାବାଙ୍କର ଯଜ୍ଞରେ ଆମେ ବ୍ରାହ୍ମଣ ସେବାଧାରୀ ଅଟୁ । ଆମେ ବାସ୍ତବରେ ସଚ୍ଚା-ସଚ୍ଚା
ମୁଖ ବଂଶାବଳୀ ବ୍ରାହ୍ମଣ ଅଟୁ । ତୁମ ସନ୍ତାନମାନଙ୍କୁ ବାବା ମୁଖ ଦ୍ୱାରା ଯାହା କହିବେ ତାହା
ମାନିବା ଦରକାର । ଶ୍ରୀମତ ଆଧାରରେ ହିଁ ଆମକୁ ଚାଲିବାକୁ ପଡିବ । ଏକଥା ମଧ୍ୟ ତୁମେମାନେ ଜାଣିଛ
ଶ୍ରୀ ଶ୍ରୀ ଶିବବାବାଙ୍କର ମତରେ ଚାଲି ଆମେ ଶ୍ରେଷ୍ଠ ହୋଇ ମାଳାର ଦାନା ହେବୁ । ମାଳାର ଦାନା
କୁହାଯାଏ ସିଜରାକୁ ଅର୍ଥାତ୍ ବଂଶାବଳୀକୁ । ସିଜରା ରହିଥାଏ ନା ପୁଣି ତାହା ବଢି ଚାଲିଥାଏ । ବାବା
ନିଜେ ସିଜରା (ଦୈବୀ ସୃଷ୍ଟି) ତିଆରି କରିଛନ୍ତି । ଏହା ମଧ୍ୟ ସିଜରା ଅଟେ । ଉପରେ ଅଛନ୍ତି
ନିରାକାରୀ ଶିବବାବା, ପୁଣି ରହିଛନ୍ତି ଆତ୍ମାମାନେ । ନିରାକାରୀ ସିଜରା ପୁଣି ସାକାରୀ ହୋଇଥାଏ ।
ପ୍ରଥମ ନମ୍ବରରେ ଅଛନ୍ତି ପ୍ରଜାପିତା ବ୍ରହ୍ମା । ସିଏ ସ୍ଥୂଳ ଦୁନିଆ, ଇଏ ହେଉଛି ଆତ୍ମିକ ସୃଷ୍ଟି
। ଆତ୍ମିକ ବାବା ଆସି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗ ରଚନା କରୁଛନ୍ତି । ସମସ୍ତେ
କହିଥାଆନ୍ତି ମଧ୍ୟ, ଏହି ପତିତ ଦୁନିଆକୁ ଆସି ପାବନ କରାଅ । ପ୍ରଳୟ ତ କେବେ ହେଉନାହିଁ । ବିଶ୍ୱର
ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇଥାଏ । ପୁରୁଣା ଦୁନିଆ ପୁଣି ନୂଆ ହେଉଛି । ଏବେ ତୁମେମାନେ
ନୂଆ ଦୁନିଆ ପାଇଁ ପୁରୁଷାର୍ଥ କରୁଛ । ଏହି ଅବିନାଶୀ ଜ୍ଞାନ ଅବିନାଶୀ ବାବା ହିଁ ଦେଉଛନ୍ତି ।
ବିନାଶୀ ସମ୍ପତ୍ତି ଥାଇ ମଧ୍ୟ ଅବିନାଶୀ ବାବାଙ୍କୁ ସମସ୍ତେ ୟାଦ କରୁଛନ୍ତି । ହେ ଭଗବାନ ବୋଲି
କହିଥାନ୍ତି ନା । ଯେବେ କେହି ମୃତ୍ୟୁ ଶଯ୍ୟାରେ ଥାଆନ୍ତି ତେବେ କହିଥା’ନ୍ତି - ଈଶ୍ୱର ପିତାଙ୍କୁ
ୟାଦ କର ତେବେ ପିତା ବୋଲି ସିଦ୍ଧ ହେଉଛନ୍ତି ନା । ସବୁ ଆତ୍ମାମାନେ ଭାଇ-ଭାଇ ଅଟନ୍ତି । ଆତ୍ମା
ହିଁ ଡାକୁଛି ହେ ଦୁଃଖହର୍ତ୍ତା ସୁଖକର୍ତ୍ତା, ହେ ମୁକ୍ତିଦାତା ଆସ, ଆମକୁ ଘରକୁ ଯିବା ପାଇଁ ଗାଇଡ୍
କର । ଆମର ଘର କଥା ମନେ ଅଛି କିନ୍ତୁ ଆମେ ଯାଇପାରିବୁ ନାହିଁ କାହିଁକି ନା ମାୟା ଆମର ଡେଣା କାଟି
ଦେଇଛି । କେହି ହେଲେ ଘରକୁ ଫେରି ଯାଇପାରିବେ ନାହିଁ । ଏବେ ତୁମକୁ ନିଜର ଜ୍ୟୋତିକୁ ନିଜେ ହିଁ
ଜଳାଇବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ଏହି ଜ୍ୟୋତିରେ ଘୃତ ପଡିଯିବ । ଜ୍ୟୋତି ଏକଦମ୍
ଲିଭିଯାଇ ପାରିବ ନାହିଁ । ଯଦି କେହି ମରିଯାଇଥାନ୍ତି, ତେବେ ତାଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଇଥାନ୍ତି
। ସ୍ୱତନ୍ତ୍ର ରୂପେ ସେଠାରେ ଜଣଙ୍କୁ ରଖିଥାନ୍ତି ଯେ ଦୀପରେ ଘୃତ ପକାଇଚାଲ, ନଚେତ୍ ଅନ୍ଧକାର
ହୋଇଯିବ । ଏବେ ତ ତୁମମାନଙ୍କୁ ଯୋଗବଳ ଦ୍ୱାରା ଘୃତ ପକାଇବାକୁ ହେବ, ତେବେ ଘୋର ଅନ୍ଧକାରରୁ
ଆଲୋକିତ ଦୀପମାଳା ହୋଇଯିବ । ସତ୍ୟଯୁଗରେ ଦୀପାମାଳା ହେବ । ଏଠାରେ ନୁହେଁ । ଯେଉଁ ସବୁ ଉତ୍ସବ
ପାଳନ କରାଯାଉଛି, ସେ ସବୁର ରହସ୍ୟ ମଧ୍ୟ ତୁମେ ବୁଝିଛ । ସେମାନେ ତ କିଛି ହେଲେ ବି ବୁଝୁ
ନାହାଁନ୍ତି । ତଥାପି ଏହା ବୁଝାଇ ଦିଆଯାଇଛି ଯେ ଏହି ରାକ୍ଷୀ ଆଦି ପବିତ୍ର ରହିବା ପାଇଁ
ବନ୍ଧାଯାଉଛି । ମନୁଷ୍ୟମାନଙ୍କୁ ଜ୍ଞାନର ଇଞ୍ଜେକ୍ସନ୍ ଏଭଳି ଯୁକ୍ତିର ସହିତ ଦେବା ଆବଶ୍ୟକ ଯାହା
ଦ୍ୱାରା ଅନୁଭବ କରିବେ ଯେ ଆମେ ତ ଭ୍ରଷ୍ଟାଚାରୀ ଅଟୁ । ବାବା ହିଁ ଶ୍ରେଷ୍ଠାଚାରୀ କରାଉଛନ୍ତି ।
ବାବା କହୁଛନ୍ତି - ମନମନାଭବ ତେବେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଯୁକ୍ତିର ସହିତ
ଜ୍ଞାନର ତୀର ମାରିବା ଦରକାର, ଏହି କଥା କହିବା ପାଇଁ ଶକ୍ତି ଆବଶ୍ୟକ । ଏବେ ତୁମେମାନେ
ସର୍ବଶକ୍ତିମାନ ବାବାଙ୍କଠାରୁ ଶକ୍ତି ପାଇ ମାୟା ଉପରେ ବିଜୟ ଲାଭ କରୁଛ । ପୁଣି ତୁମକୁ ରାଜ୍ୟ
ଭାଗ୍ୟ ମିଳିପାରେ । ବାବାଙ୍କ ବିନା ଆଉ କେହି ଆମକୁ ବିଜୟୀ କରାଇପାରିବେ ନାହିଁ । ବାବା କହୁଛନ୍ତି
ଦେଖ - ପିଲାମାନେ ତୁମେ କ’ଣ ଥିଲ, ମୁଁ ତୁମକୁ କ’ଣ କରାଉଛି । ଏହିଭଳି ବାବାଙ୍କୁ ନିଶ୍ଚିତ ୟାଦ
କରିବାକୁ ହେବ, ତେବେ ବିକର୍ମ ବିନାଶ ହେବ । ବାବା କହୁଛନ୍ତି - ମୋତେ ସ୍ମୃତିରେ ରଖିଲେ ଅନ୍ତିମ
ମତି ଅନୁଯାୟୀ ଗତି ହୋଇଯିବ । ଯେଭଳି ଚିନ୍ତନ କରିଥାନ୍ତି, ସେହିଭଳି ହୋଇଥାନ୍ତି, ତେବେ ବାବା
କହୁଛନ୍ତି ମୋତେ ୟାଦ କରି-କରି ତୁମ୍ଭେମାନେ ମଧ୍ୟ ମୋ ଭଳି ହୋଇଯିବ । ମନେ ପକାଇବା ଦ୍ୱାରା
ବିକର୍ମ ମଧ୍ୟ ବିନାଶ ହେବ ଏବଂ ତୁମେ ନିଜର ଘରକୁ ଚାଲିଯିବ । ଏହି ଜ୍ଞାନ ହେଲା ରୋଜଗାରର ଉତ୍ସ ।
ସ୍ୱାସ୍ଥ୍ୟ ଓ ସମ୍ପତ୍ତି ଥିଲେ, ଖୁସି ମଧ୍ୟ ରହିବ । ସେଠାରେ ଆୟୁଷ କେତେ ଲମ୍ବା ହେବ ।
କୃଷ୍ଣଙ୍କୁ ଯୋଗେଶ୍ୱର କୁହାଯିବ ନାହିଁ । ତୁମେ ହେଉଛ ଯୋଗେଶ୍ୱର । ଈଶ୍ୱର ତୁମମାନଙ୍କୁ ଯୋଗ
ଶିଖାଉଛନ୍ତି । ଏହା ରାଜଯୋଗ ଅଟେ । ଯୋଗ ଲଗାଇ ତୁମ୍ଭେମାନେ ରାଜ୍ୟଭାଗ୍ୟ ପାଉଛ । ଈଶ୍ୱର
ତୁମମାନଙ୍କୁ ଯୋଗ ଶିଖାଇ ରାଜତ୍ୱର ସମ୍ପତ୍ତି ଦେଉଛନ୍ତି । ତୁମକୁ ରାଜ୍ୟ କିଏ ଦେଉଛନ୍ତି? ବାବା
। ବାବା କହୁଛନ୍ତି - ଅଲଫକୁ ଅର୍ଥାତ୍ ପିତାଙ୍କୁ ମନେ ପକାଅ । ବାବା ଏବଂ ସମ୍ପତ୍ତିକୁ ୟାଦ କଲେ
ପାପ କଟିଯିବ । ଏହା ତ ବହୁତ ସହଜ କଥା । ତୁମମାନଙ୍କ ବୁଦ୍ଧିରେ ଅନେକ ଜ୍ଞାନ ଅଛି । ତୁମ୍ଭେମାନେ
ଭଗବାନଙ୍କର ସନ୍ତାନ ମାଷ୍ଟର ଭଗବାନ ହେଲ । ତୁମକୁ ବାବାଙ୍କ ନିକଟରେ ବସିଯିବାର ନାହିଁ । ଆମକୁ ତ
ଅଭିନୟ କରିବାକୁ ହେବ, ଏଥିରେ ଦେହୀ-ଅଭିମାନୀ ହେବାକୁ ପଡିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଯେଉଁ
ଜ୍ଞାନ ଦେଉଛନ୍ତି, ସର୍ବଦା ତାକୁ ହିଁ ଚିନ୍ତନ ମନ୍ଥନ କରିବାକୁ ହେବ । କାଇଦାର ସହିତ
କଥାବାର୍ତ୍ତା କରିବାକୁ ହେବ । ବହୁତ ସ୍ନେହର ସହିତ ବୁଝାଇବାକୁ ପଡିବ ।
(୨) ନିଜ ପାଖରେ ଯାହା
କିଛି ଅଛି ତାକୁ ଜୀଇଁ ଥାଉ ଥାଉ ବାବାଙ୍କୁ ଦେଇ ଦେଇ ନିମିତ୍ତ ହୋଇ ଏକମାତ୍ର ବାବାଙ୍କୁ ମନେ
ପକାଇବାକୁ ପଡିବ ।
ବରଦାନ:-
ଦେହ-ଅଭିମାନର
ମୁଁ ପଣିଆକୁ ସମ୍ପୂର୍ଣ୍ଣ ଆହୁତି ଦେଉଥିବା ଧାରଣା ସ୍ୱରୂପ ଭବ ।
ଯେତେବେଳେ ସଂକଳ୍ପ ଏବଂ
ସ୍ୱପ୍ନରେ ମଧ୍ୟ ଦେହ-ଅଭିମାନର ମୁଁ ପଣିଆ ନ ଥିବ, ଅନାଦି ଆତ୍ମିକ ସ୍ୱରୂପର ସ୍ମୃତି ରହିଥିବ,
ବାବା-ବାବା ଶବ୍ଦ ଅନବରତ ବାହାରୁଥିବ ତେବେ କୁହାଯିବ ଧାରଣାସ୍ୱରୂପ ସଚ୍ଚା ବ୍ରାହ୍ମଣ । ମୁଁ
ପଣିଆ ଅର୍ଥାତ୍ ପୁରୁଣା ସ୍ୱଭାବ-ସଂସ୍କାର ରୂପକ ସୃଷ୍ଟିକୁ ଯେତେବେଳେ ତୁମେ ବ୍ରାହ୍ମଣମାନେ ଏହି
ମହାଯଜ୍ଞରେ ସ୍ୱାହା କରିଦେବ ସେତେବେଳେ ଯାଇ ଏହି ପୁରୁଣା ସୃଷ୍ଟିର ଆହୁତି ପଡିବ । ତେବେ
ତୁମେମାନେ ଯେପରି ଯଜ୍ଞ ରଚନା କରିବାର ନିମିତ୍ତ ହୋଇଛ, ସେହିପରି ଏବେ ଅନ୍ତିମ ଆହୁତି ଦେଇ
ସମାପ୍ତିର ମଧ୍ୟ ନିମିତ୍ତ ହୁଅ ।
ସ୍ଲୋଗାନ:-
ନିଜଠାରୁ,
ସେବାଠାରୁ ଏବଂ ସମସ୍ତଙ୍କ ଠାରୁ ସନ୍ତୁଷ୍ଟତାର ପ୍ରମାଣ ପତ୍ର ନେବା ହିଁ ସିଦ୍ଧିସ୍ୱରୂପ ହେବା ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ଯୋଗୀ ଜୀବନର ଉଚ୍ଚ
ଲକ୍ଷ୍ୟକୁ ପ୍ରାପ୍ତ କରୁଥିବା ଆତ୍ମା ନିନ୍ଦାକୁ ସ୍ମୃତିରେ, ଗ୍ଲାନିକୁ ଗାୟନରେ, ହତାଦରକୁ
ସତ୍କାରରେ, ଅପମାନକୁ ସ୍ୱ-ଅଭିମାନରେ, ଅପକାରକୁ ଉପକାରରେ ପରିବର୍ତ୍ତିତ କରି ବାବାଙ୍କ ସମାନ ସଦା
ବିଜୟୀ, ଅଷ୍ଟରତ୍ନ ଏବଂ ଭକ୍ତମାନଙ୍କର ଇଷ୍ଟ ଦେବ ହୁଅ । ଏଭଳି ଭାବନା ରଖ ନାହିଁ ଯେ ଇଏ ବି ତ
କିଛି ବଦଳୁ, ତେବେ ମୁଁ ବଦଳିବି, ଏହା ନେବାର ଭାବନା ଅଟେ । ମୋତେ ଶ୍ରେଷ୍ଠ ତରଙ୍ଗ ବିଚ୍ଛୁରିତ
କରିବାକୁ ହେବ । ମୋତେ ଦୟାଶୀଳ ହେବାକୁ ପଡିବ । ମୋତେ ସର୍ବଗୁଣର, ସର୍ବଶକ୍ତିର ସହଯୋଗ ଦେବାକୁ
ପଡିବ, ଏଥିରେ ମାଷ୍ଟରଦାତା, ଖୋଲା ହୃଦୟ ହୁଅ ।