28.03.26 Morning Odia Murli Om Shanti BapDada Madhuban
“ମିଠେ
ବଚ୍ଚେ:-ପ୍ରତ୍ୟେକଙ୍କର ପାପକୁ ଶୋଷି ନେବାବାଲା ଫାଷ୍ଟକ୍ଳାସ ବ୍ଲଟିଂ ପେପର ଏକମାତ୍ର ଶିବବାବା
ହିଁ ଅଟନ୍ତି, ତାଙ୍କୁ ମନେ ପକାଅ ଯାହାଦ୍ୱାରା ପାପ ସମାପ୍ତ ହୋଇଯିବ” ।
ପ୍ରଶ୍ନ:-
ଆତ୍ମା ଉପରେ
ଲାଗିଥିବା ସବୁଠାରୁ କଡା ଦାଗ କ’ଣ, ତାକୁ ଲିଭାଇବା ପାଇଁ କେଉଁ ପରିଶ୍ରମ କରିବାକୁ ହେବ?
ଉତ୍ତର:-
ଆତ୍ମା ଉପରେ ଦେହ-ଅଭିମାନର ସବୁଠାରୁ କଡା ଦାଗ ଲାଗି ରହିଛି, ଯାହା ଫଳରେ ବାରମ୍ବାର କୌଣସି ନା
କୌଣସି ଦେହଧାରୀର ନାମ ରୂପରେ ଫସିଯାଉଛି ଏବଂ ବାବାଙ୍କୁ ମନେ ନ ପକାଇ ଦେହଧାରୀମାନଙ୍କୁ ମନେ
ପକାଇ ଚାଲିଛି । ଜଣେ ଅନ୍ୟ ଜଣଙ୍କର ହୃଦୟକୁ ଦୁଃଖ ଦେଉଛି । ତେଣୁ ଏହି ଦାଗକୁ ଲିଭାଇବା ପାଇଁ
ଦେହୀ-ଅଭିମାନୀ ହେବାର ମେହନତ କର ।
ଗୀତ:-
ମୁଖଡା ଦେଖ ଲେ
ପ୍ରାଣୀ....
ଓମ୍ ଶାନ୍ତି ।
ସବୁ ସେଣ୍ଟରର ମିଠା ମିଠା ପିଲାମାନେ ଗୀତ ଶୁଣିଲେ । ଏବେ ନିଜକୁ ଦେଖି ନିଅ ଯେ କେତେ ପୁଣ୍ୟ ଜମା
ଅଛି ଏବଂ କେତେ ପାପ କଟିଛି । ସାରା ଦୁନିଆ ସହିତ ସାଧୁ-ସନ୍ଥ ମାନେ ମଧ୍ୟ ଡାକୁଛନ୍ତି ଯେ, ହେ
ପତିତ-ପାବନ, କାରଣ ପତିତରୁ ପାବନ ଏକମାତ୍ର ବାବା ହିଁ କରିଥା’ନ୍ତି । ବାକି ଏବେ ତ ସମସ୍ତଙ୍କ
ଭିତରେ ପାପ ରହିଛି । ଏକଥା ତ ତୁମେମାନେ ଜାଣିଛ ଯେ, ଆତ୍ମାରେ ହିଁ ପାପ ରହିଛି ଏବଂ ପୁଣ୍ୟ ମଧ୍ୟ
ଆତ୍ମାରେ ରହିଛି । ଆତ୍ମା ହିଁ ପାବନ, ଆତ୍ମା ହିଁ ପତିତ ହେଉଛି । ଏଠାରେ ସବୁ ଆତ୍ମାମାନେ ପତିତ,
କାରଣ ଆତ୍ମାରେ ପାପର ଦାଗ ଲାଗିଛି, ତେଣୁ କୁହାଯାଉଛି ପାପାତ୍ମା । ତେବେ ପାପ ସମାପ୍ତ ହେବ କିପରି?
ଯଦି କୌଣସି ଜିନିଷ ଉପରେ କାଳି ବା ତେଲ ଢାଳି ହୋଇଯାଏ ତେବେ ତା’ଉପରେ ବ୍ଲଟିଂ ପେପର ରଖି
ଦେଇଥା’ନ୍ତି ଯିଏକି ସେ ସବୁକୁ ଶୋଷି ନେଇଥାଏ । ସେହିପରି ବର୍ତ୍ତମାନ ତ ସବୁ ମନୁଷ୍ୟ କେବଳ
ଜଣଙ୍କୁ ହିଁ ସ୍ମରଣ କରୁଛନ୍ତି କାରଣ ସିଏ ହିଁ ବ୍ଲଟିଂ ପେପର ଅଟନ୍ତି, ପତିତ-ପାବନ ଅଟନ୍ତି ।
ସେହି ଜଣଙ୍କ ବ୍ୟତୀତ ଅନ୍ୟ କେହି ବ୍ଲଟିଂ ପେପର ହୋଇପାରିବେ ନାହିଁ । ସେମାନେ ତ ଜନ୍ମ ଜନ୍ମ
ଗଙ୍ଗା ସ୍ନାନ ଆଦି କରି କରି ଆହୁରି ପତିତ ହୋଇଯାଇଛନ୍ତି । ପତିତମାନଙ୍କୁ ପାବନ କରୁଥିବା
ଏକମାତ୍ର ଶିବବାବା ହିଁ ବ୍ଲଟିଂ ପେପର ଅଟନ୍ତି । ରୂପରେ ଛୋଟରୁ ଛୋଟ ବିନ୍ଦୁ ଅଟନ୍ତି କିନ୍ତୁ
ସିଏ ସମସ୍ତଙ୍କର ପାପ ନଷ୍ଟ କରିଥା’ନ୍ତି । କେଉଁ ଉପାୟରେ? କେବଳ ଏତିକି କହୁଛନ୍ତି ମୋତେ ଅର୍ଥାତ୍
ବ୍ଲଟିଂ ପେପରକୁ ସ୍ମରଣ କର । ମୁଁ ତ ଚୈତନ୍ୟ ଅଟେ ନା । ତୁମକୁ ଆଉ କୌଣସି କଷ୍ଟ ଦେଉନାହିଁ ।
ତୁମେ ଆତ୍ମା ମଧ୍ୟ ବିନ୍ଦୁ, ବାବା ମଧ୍ୟ ବିନ୍ଦୁ । କହୁଛନ୍ତି - କେବଳ ମୋତେ ମନେ ପକାଅ ତେବେ
ତୁମର ସବୁ ପାପ ସମାପ୍ତ ହୋଇଯିବ । ଏବେ ପ୍ରତ୍ୟେକ ନିଜ ନିଜ ହୃଦୟକୁ ପଚାର ଯେ ଯୋଗ ଦ୍ୱାରା ଆମର
କେତେ ପାପ ନଷ୍ଟ ହୋଇଛି? ମୁଁ କେତେ ପାପ କରିଛି? ବାକି କେତେ ପାପ ରହିଛି? ଏକଥା ଜଣାପଡିବ କିପରି?
ଅନ୍ୟମାନଙ୍କୁ ମଧ୍ୟ ଏହି ରାସ୍ତା ଦେଖାଇଚାଲ ଯେ ଏକମାତ୍ର ବ୍ଲଟିଂ ପେପରକୁ ସ୍ମରଣ କର ।
ସମସ୍ତଙ୍କୁ ଏହି ରାୟ ଦେବା ଭଲ କଥା ନା, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଯାହାଙ୍କୁ ରାୟ
ଦେଇଥା’ନ୍ତି ସେମାନେ ବାବାଙ୍କୁ ସ୍ମରଣ କରିବାକୁ ଲାଗିପଡିଥା’ନ୍ତି ଏବଂ ଯିଏ ରାୟ ଦିଅନ୍ତି
ସେମାନେ ବାବାଙ୍କୁ ସ୍ମରଣ କରନ୍ତି ନାହିଁ, ସେଥିପାଇଁ ତାଙ୍କର ପାପ କଟି ନ ଥାଏ । ପତିତ-ପାବନ ତ
ଜଣଙ୍କୁ ହିଁ କୁହାଯାଉଛି । ପାପ ତ ଅନେକ ପ୍ରକାରର ରହିଛି । କାମ ବିକାରର ପାପ, ଦେହ-ଅଭିମାନର
ପ୍ରଥମ ନମ୍ବରର ପାପ ଯାହାକି ସବୁଠାରୁ ଖରାପ ଅଟେ । ଏବେ ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ ।
ଯେତେଯେତେ ମୋତେ ମନେ ପକାଇବ, ତୁମ ଭିତରେ ଯେଉଁ ଖାଦ ଚଢିଛି, ତାହା ଭସ୍ମ ହୋଇଯିବ । ତେଣୁ ନିଜେ
ଯୋଗଯୁକ୍ତ ହୋଇ ରହିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାକୁ ହେବ । ଯେତେ
ଅନ୍ୟମାନଙ୍କୁ ବୁଝାଇବ ସେତେ ତୁମର ମଧ୍ୟ କଲ୍ୟାଣ ହେବ । ତେଣୁ ଏହି ଧନ୍ଦାରେ ଲାଗିଯାଅ ।
ଅନ୍ୟମାନଙ୍କୁ ମଧ୍ୟ ଏହି କଥା ବୁଝାଇବାକୁ ହେବ ଯେ, ବାବାଙ୍କୁ ସ୍ମରଣ କରିଲେ, ତୁମେ ପୁଣ୍ୟ ଆତ୍ମା
ହୋଇଯିବ । ତୁମର କାମ ହେଲା ଅନ୍ୟମାନଙ୍କୁ ଏହି କଥା ଜଣାଅ ଯେ, ପତିତ-ପାବନ ଜଣେ ହିଁ ଅଟନ୍ତି ।
ଯଦିଓ ତୁମେ ଜ୍ଞାନ ନଦୀମାନେ ଅନେକ ଅଛ କିନ୍ତୁ ତୁମେମାନେ ସମସ୍ତଙ୍କୁ କହୁଛ ଯେ ଜଣଙ୍କୁ ହିଁ
ସ୍ମରଣ କର । ସେହି ଜଣେ ହିଁ ପତିତ-ପାବନ ଅଟନ୍ତି । ତାଙ୍କର ବହୁତ ମହିମା ରହିଛି । ଜ୍ଞାନର ସାଗର
ମଧ୍ୟ ସେ ହିଁ ଅଟନ୍ତି । ସେହି ଜଣେ ବାବାଙ୍କୁ ସ୍ମରଣ କରିବା ଏବଂ ଦେହୀ-ଅଭିମାନୀ ହୋଇ ରହିବା,
ଏହି ଗୋଟିଏ କଥା ହିଁ କଷ୍ଟକର ଅଟେ । ବାବା କେବଳ ତୁମ ପାଇଁ (ମଧୁବନବାସୀଙ୍କ ପାଇଁ)
କହୁନାହାଁନ୍ତି, ତାଙ୍କ ଦୃଷ୍ଟିରେ ତ ସବୁ ସେଣ୍ଟରର ସନ୍ତାନମାନେ ଅଛନ୍ତି । ବାବା ତ ସମସ୍ତଙ୍କୁ
ଦେଖୁଛନ୍ତି ନା । ଯେଉଁଠାରେ ଭଲ ଭଲ ସେବାଧାରୀ ପିଲାମାନେ ରହୁଛନ୍ତି, ତାହା ଶିବବାବାଙ୍କର ବଗିଚା
ଅଟେ ନା । ଯେଉଁଠି ସୁନ୍ଦର ବଗିଚା ହୋଇଥିବ ତାକୁ ହିଁ ବାବା ମନେ ପକାଇବେ । ଯଦି କୌଣସି ଧନୀ
ବ୍ୟକ୍ତିଙ୍କର ୪-୫ଟି ପିଲା ଥିବେ ତାଙ୍କ ଭିତରୁ ଯିଏ ବଡ ପୁଅ ହୋଇଥିବ ତାକୁ ହିଁ ସିଏ ମନେ ପକାଇବେ
। ଫୁଲ ମଧ୍ୟ ବିଭିନ୍ନ ପ୍ରକାରର ଥାଏ ନା । ବାବା ମଧ୍ୟ ନିଜର ବଡ ବଡ ବଗିଚା ଅର୍ଥାତ୍ ବଡ ବଡ
ସେଣ୍ଟରଗୁଡିକୁ ସ୍ମରଣ କରୁଛନ୍ତି । କାହାକୁ ବି ରାସ୍ତା ବତାଇବା ବହୁତ ସହଜ । କେବଳ ଏତିକି
କହିବାକୁ ହେବ ଯେ, ଶିବବାବାଙ୍କୁ ସ୍ମରଣ କର । ସିଏ ହିଁ ପତିତ-ପାବନ ଅଟନ୍ତି । ସେ ନିଜେ
କହୁଛନ୍ତି ମୋତେ ମନେ ପକାଇଲେ ତୁମର ପାପ ଭସ୍ମ ହୋଇଯିବ । ସିଏ ସାରା ଦୁନିଆ ପାଇଁ କେତେ
ଫାଷ୍ଟକ୍ଲାସ ବ୍ଲଟିଂ ପେପର ଅଟନ୍ତି । ସମସ୍ତେ ତାଙ୍କୁ ହିଁ ସ୍ମରଣ କରୁଛନ୍ତି । କାହାକୁ ବି
ରାସ୍ତା ବତାଇବା କେତେ ସହଜ କେବଳ ଏତିକି କହିବାକୁ ହେବ ଯେ, ଶିବବାବାଙ୍କୁ ସ୍ମରଣ କର ।
ବାବା ହିଁ ଏହି ଉପାୟ ବତାଇଛନ୍ତି ଯେ, ମୋତେ ସ୍ମରଣ କରିବା ଦ୍ୱାରା ତୁମ ଉପରେ ଯେଉଁ
ଦେହ-ଅଭିମାନର ଦାଗ ଲାଗିଛି ତାହା ଲିଭିଯିବ । ଦେହୀ-ଅଭିମାନୀ ହେବାରେ ହିଁ ମେହନତ ରହିଛି ।
ବାବାଙ୍କୁ କେହି ସତ୍ୟ କଥା ଶୁଣାଉନାହାଁନ୍ତି । କେହି କେହି ଚାର୍ଟ ଲେଖି ମଧ୍ୟ ପଠାଉଛନ୍ତି ପୁଣି
ଥକି ଯାଉଛନ୍ତି । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । କିନ୍ତୁ ମାୟା ନିଶାକୁ ଏକଦମ୍ ସମାପ୍ତ
କରିଦେଉଛି ସେଥିପାଇଁ ଚାର୍ଟ ଲେଖିବା ମଧ୍ୟ ଛାଡି ଦେଉଛନ୍ତି । ଅଧାକଳ୍ପର ଦେହ-ଅଭିମାନ ରହିଛି
ଯାହାକି ଛାଡି ହେଉନାହିଁ । ବାବା କହୁଛନ୍ତି କେବଳ ଏହି ଧନ୍ଦା କରିଚାଲ । ବାବାଙ୍କୁ ସ୍ମରଣ କର
ଏବଂ ଅନ୍ୟମାନଙ୍କୁ କରାଅ । ବାସ୍ ଏହା ହେଉଛି ସବୁଠାରୁ ଶ୍ରେଷ୍ଠ କର୍ମ । ଯିଏ ନିଜେ ବାବାଙ୍କୁ
ସ୍ମରଣ କରୁନାହାଁନ୍ତି ସେ ଏହି ଧନ୍ଦା କରିବେ ହିଁ ନାହିଁ । ବାବାଙ୍କର ସ୍ମୃତି - ଏହା ହିଁ ଯୋଗ
ଅଗ୍ନି ଅଟେ, ଯାହାଦ୍ୱାରା ପାପ ଭସ୍ମ ହେବ । ସେଥିପାଇଁ ବାବା ପଚରିଥା’ନ୍ତି କେତେ ପାପ ଭସ୍ମ
ହୋଇଛି? ଯେତେ ବାବାଙ୍କୁ ସ୍ମରଣ କରିବ ସେତେ ଖୁସିର ପାରଦ ଚଢିବ । ପ୍ରତ୍ୟେକଙ୍କ ହୃଦୟକୁ
ଜାଣିପାରିବ । ଅନ୍ୟମାନଙ୍କ ସ୍ଥିତିକୁ ମଧ୍ୟ ତାଙ୍କର ସେବା ଆଧାରରେ ଜାଣିପାରିବ । ସେମାନେ
ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଉଛନ୍ତି - ବାବାଙ୍କୁ ମନେ ପକାଅ । ସେ ହିଁ ପତିତ-ପାବନ ଅଟନ୍ତି
। ଏହି ଦୁନିଆ ହେଉଛି ପତିତ-ତମୋପ୍ରଧାନ ଦୁନିଆ । ଏଠାରେ ସମସ୍ତ ଆତ୍ମା ଏବଂ ଶରୀର ଉଭୟ
ତମୋପ୍ରଧାନ ଅଟେ । ଏବେ ସମସ୍ତଙ୍କୁ ଘରକୁ ଫେରି ଯିବାକୁ ହେବ । ସେଠାରେ ସମସ୍ତ ଆତ୍ମାମାନେ
ପବିତ୍ର ଥା’ନ୍ତି । ତେଣୁ ସବୁ ଆତ୍ମା ପବିତ୍ର ହେଲେ ଯାଇ ଘରକୁ ଯିବେ । ଅନ୍ୟମାନଙ୍କୁ ମଧ୍ୟ ଏହି
ରାସ୍ତା ଦେଖାଇବା ଦରକାର । ବାବା ଉପାୟ ତ ବହୁତ ସହଜ ବତାଉଛନ୍ତି । ଶିବବାବାଙ୍କୁ ସ୍ମରଣ କର, ଏହି
ବ୍ଲଟିଂ ପେପର ରଖ ତେବେ ସମସ୍ତ ପାପ ଶୋଷି ହୋଇଯିବ । ତୁମର ବିକର୍ମ ବିନାଶ ହୋଇଯିବ । ମୂଳକଥା
ହେଲା ପବିତ୍ର ହେବା । ମନୁଷ୍ୟ ପତିତ ହୋଇଯାଇଛନ୍ତି, ତେଣୁ ଡାକୁଛନ୍ତି ହେ ପତିତ-ପାବନ ଆସ, ଏଠାକୁ
ଆସି ସମସ୍ତଙ୍କୁ ପବିତ୍ର କରି ସାଥିରେ ଘରକୁ ନେଇଯାଅ । ଏକଥା ମଧ୍ୟ ଲେଖା ହୋଇଛି ଯେ ଭଗବାନ
ସମସ୍ତ ଆତ୍ମାମାନଙ୍କୁ ପବିତ୍ର କରି ସାଥିରେ ନେଇଯାଇଥା’ନ୍ତି । ପୁଣି କେହି ପତିତ ଆତ୍ମା ଏଠାରେ
ରହନ୍ତି ନାହିଁ । ଏକଥା ମଧ୍ୟ ବୁଝାଉଛନ୍ତି ଯେ ପ୍ରଥମେ ପ୍ରଥମେ ସ୍ୱର୍ଗବାସୀ ହିଁ ଏଠାକୁ ଆସିବେ
। ବାବା ଯେଉଁ ଔଷଧ ଦେଉଛନ୍ତି ଏହା ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । ଯିଏ ବି ତୁମମାନଙ୍କ ସହିତ
ମିଶୁଛନ୍ତି ସମସ୍ତଙ୍କୁ ଏହି ଔଷଧ ଦେବା ଉଚିତ୍ । ତୁମେମାନେ ପିତାଙ୍କ ପାଖକୁ ଯିବାକୁ ଚାହୁଁଛ
କିନ୍ତୁ ତୁମର ଆତ୍ମା ପତିତ ଅଛି, ସେଥିପାଇଁ ଯାଇପାରିବ ନାହିଁ । ପ୍ରଥମେ ପବିତ୍ର ହେବାକୁ ପଡିବ
ତେବେ ଯାଇ ବାବାଙ୍କ ପାଖକୁ ଯାଇପାରିବ । ବାବା କହୁଛନ୍ତି, ହେ ଆତ୍ମାମାନେ ମୋତେ ମନେ ପକାଅ ତେବେ
ମୁଁ ସାଥିରେ ନେଇଯିବି ପୁଣି ସେଠାରୁ ତୁମକୁ ସୁଖର ଦୁନିଆକୁ ନେଇଯିବି । ପୁଣି ଯେତେବେଳେ ଦୁନିଆ
ପୁରୁଣା ହୋଇଯାଏ ସେତେବେଳେ ତୁମେ ଦୁଃଖୀ ହୋଇଥାଅ । ମୁଁ କାହାକୁ ଦୁଃଖ ଦେଇ ନ ଥାଏ । ନିଜେ ନିଜକୁ
ଦେଖ ମୁଁ ବାବାଙ୍କୁ ସ୍ମରଣ କରୁଛି? ଯେତେ ସ୍ମରଣ କରିବ ସେତେ ଖୁସିର ପାରଦ ଚଢିବ । ଏହା କେତେ
ସହଜ ଔଷଧ । ଅନ୍ୟ କୌଣସି ସାଧୁସନ୍ଥ ଆଦି ଏହି ଔଷଧକୁ ଜାଣି ନାହାଁନ୍ତି କିମ୍ବା ଏକଥା କେଉଁଠାରେ
ବି ଲେଖାଯାଇ ନାହିଁ । ଏହା ବିଲକୁଲ୍ ନୂଆ କଥା । ପାପର ଖାତା କେବେ ଶରୀରରେ ଲାଗି ନ ଥାଏ । ଆତ୍ମା
ବହୁତ ସୂକ୍ଷ୍ମ ବିନ୍ଦୁ ସଦୃଶ ଅଟେ, ଯେଉଁଥିରେ ୮୪ ଜନ୍ମର ସାରା ପାର୍ଟ ଭରି ହୋଇ ରହିଛି । ଆତ୍ମା
ପତିତ ହେଲେ ଜୀବ ଅର୍ଥାତ୍ ଶରୀର ଉପରେ ମଧ୍ୟ ତା’ର ପ୍ରଭାବ ପଡିଥାଏ । ଆତ୍ମା ପବିତ୍ର ହୋଇଗଲେ
ପୁଣି ଶରୀର ମଧ୍ୟ ପବିତ୍ର ମିଳିଥାଏ । ଦୁଃଖୀ ଅଥବା ସୁଖୀ ଆତ୍ମା ହିଁ ହୋଇଥାଏ । ଶରୀରକୁ ଚୋଟ
ଲାଗିଲେ ଆତ୍ମାକୁ ଦୁଃଖ ଅନୁଭବ ହୋଇଥାଏ । ଏଭଳି ମଧ୍ୟ କୁହାଯାଏ ଯେ, ଇଏ ଦୁଃଖି ଆତ୍ମା, ଇଏ ସୁଖି
ଆତ୍ମା । ଏତେ ଛୋଟ ଆତ୍ମା କେତେ ପାର୍ଟ କରୁଛି, ଏହା କେତେ ଆଶ୍ଚର୍ଯ୍ୟର କଥା ନା । ବାବା ହେଲେ
ସୁଖଦାତା, ସେଥିପାଇଁ ତାଙ୍କୁ ସମସ୍ତେ ମନେ ପକାଉଛନ୍ତି । ଦୁଃଖଦାତା ତ ରାବଣ ଅଟେ । ସବୁଠାରୁ
ପ୍ରଥମେ ଆସେ ଦେହ-ଅଭିମାନ । ଏବେ ବାବା ବୁଝାଉଛନ୍ତି ତୁମକୁ ଆତ୍ମ-ଅଭିମାନୀ ହେବାକୁ ପଡିବ, ଏଥିରେ
ବହୁତ ମେହନତ କରିବାକୁ ହେବ । ବାବା ଜାଣିଛନ୍ତି ସଚ୍ଚା ହୃଦୟରେ ଯେଉଁଭଳି ବାବାଙ୍କୁ ସ୍ମରଣ କରିବା
ଦରକାର, ସେହିଭଳି ବଡ ମୁସକିଲ୍ରେ କେହି କେହି ସ୍ମରଣ କରୁଥିବେ । ଏଠାରେ ଅର୍ଥାତ୍ ମଧୁବନରେ ରହି
ମଧ୍ୟ ବହୁତ ଅଛନ୍ତି ଯେଉଁମାନେ ଭୁଲି ଯାଉଛନ୍ତି । ଯଦି ଦେହୀ-ଅଭିମାନୀ ହୋଇଯାଆନ୍ତେ ତେବେ କୌଣସି
ପାପ କର୍ମ କରନ୍ତେ ନାହିଁ । ବାବାଙ୍କର ଆଜ୍ଞା ହେଲା ଖରାପ କଥା ଶୁଣ ନାହିଁ... । ଏହି କଥା ସବୁ
ମାଙ୍କଡ ମାନଙ୍କ ପାଇଁ ନୁହେଁ, ଏହା ତ ମନୁଷ୍ୟମାନଙ୍କ ପାଇଁ ଅଟେ । ମନୁଷ୍ୟ ବର୍ତ୍ତମାନ ମାଙ୍କଡ
ସଦୃଶ ହୋଇଯାଇଛି ତେଣୁ ମାଙ୍କଡର ଚିତ୍ର କରିଛନ୍ତି । ବହୁତ ଅଛନ୍ତି ଯେଉଁମାନେ ସାରାଦିନ
ପରଚିନ୍ତନରେ ବ୍ୟସ୍ତ ରହିଛନ୍ତି । ତେଣୁ ବାବାଙ୍କୁ ଶିକ୍ଷା ଦେବାକୁ ପଡୁଛି । ସବୁ ସେଣ୍ଟରରେ
କେହି ନା କେହି ଏହିଭଳି ରହିଛନ୍ତି । ଯେଉଁମାନେ ଅନ୍ୟମାନଙ୍କୁ ଦୁଃଖ ଦେଇ ଚାଲିଛନ୍ତି ।
କେହି-କେହି ଭଲ ପିଲା ମଧ୍ୟ ଅଛନ୍ତି ଯିଏକି ବାବାଙ୍କର ସ୍ମୃତିରେ ରହୁଛନ୍ତି, ଭାବୁଛନ୍ତି
ବାସ୍ତବରେ ମନ, ବଚନ, କର୍ମରେ କାହାକୁ ଦୁଃଖ ଦେବା ଉଚିତ୍ ନୁହେଁ । ଯଦି ବଚନରେ ମଧ୍ୟ କାହାକୁ
ଦୁଃଖ ଦେବ ତେବେ ଦୁଃଖୀ ହୋଇ ମରିବ । ବାବା କହୁଛନ୍ତି, ପିଲାମାନେ ତୁମେ ସମସ୍ତଙ୍କୁ ସୁଖ ଦିଅ ।
ସମସ୍ତଙ୍କୁ କୁହ, ଦେହୀ-ଅଭିମାନୀ ହୁଅ ଏବଂ ବାବାଙ୍କୁ ମନେ ପକାଅ, ଏଠାରେ କୌଣସି ଟଙ୍କା ପଇସାର
ନେଣ-ଦେଣ କଥା ନାହିଁ । କେବଳ ପ୍ରିୟ ବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ଭସ୍ମ ହୋଇଯିବ ଏବଂ
ତୁମେ ବିଶ୍ୱର ମାଲିକ ହୋଇଯିବ । ଭଗବାନୁବାଚ ମନମନାଭବ । ଏକମାତ୍ର ବାବାଙ୍କୁ ଏବଂ ତାଙ୍କର
ସମ୍ପତ୍ତିକୁ ମନେ ପକାଅ । ପରସ୍ପର ଭିତରେ ଆଉ କୌଣସି କଥାବାର୍ତ୍ତା ହୁଅ ନାହିଁ । କେବଳ ବାବାଙ୍କୁ
ସ୍ମରଣ କର । ଅନ୍ୟର କଲ୍ୟାଣ କର ।
ତୁମର ଅବସ୍ଥା ଏଭଳି ମିଠା ହେବା ଦରକାର ଯାହାକି କେହି ବି ଆସି ଦେଖିଲେ କହିବେ ଯେ ବାବାଙ୍କର
ପିଲାମାନେ ତ ବ୍ଲଟିଂ ପେପର ଅଟନ୍ତି । କିନ୍ତୁ ଏବେ ସେପରି ଅବସ୍ଥା ହୋଇ ନାହିଁ । ବାବାଙ୍କୁ କେହି
ଯଦି ପଚାରିବେ, ତେବେ ବାବା କହିବେ ବ୍ଲଟିଂ ପେପର କ’ଣ ଏବେ କାଗଜ ବି ହୋଇନାହାଁନ୍ତି । ବାବା ସବୁ
ସେଣ୍ଟରର ପିଲାମାନଙ୍କୁ ବୁଝାଉଛନ୍ତି । ବମ୍ବେ, କଲିକତା, ଦିଲ୍ଲୀ... ସବୁ ଜାଗାରେ ପିଲାମାନେ ତ
ଅଛନ୍ତି ନା । ରିପୋର୍ଟ ମଧ୍ୟ ଆସୁଛି, ବାବା ଅମୁକ ବହୁତ ହଇରାଣ କରୁଛି । ତେବେ ପୁଣ୍ୟାତ୍ମା
କରିବା ପରିବର୍ତ୍ତେ ଆହୁରି ପାପାତ୍ମା କରିଦେଉଛନ୍ତି । ବାବାଙ୍କୁ କେହି ପଚାରିଲେ ବାବା ତୁରନ୍ତ
କହିଦେଇପାରିବେ । ଶିବବାବା ତ ସବୁ କିଛି ଜାଣିଛନ୍ତି । ତାଙ୍କ ପାଖରେ ସାରା ହିସାବ-କିତାବ ରହିଛି
। ଏହି ବାବା ମଧ୍ୟ କହିପାରିବେ । ଚେହେରାରୁ ହିଁ ସବୁ କିଛି ଜଣାପଡିଯାଏ । ଇଏ ବାବାଙ୍କର
ସ୍ମୃତିରେ ମସ୍ତ ଅଛନ୍ତି, ଏହାଙ୍କର ଚେହେରା ହିଁ ଖୁସିବାସିଆ, ଦେବତାଙ୍କ ଭଳି ଅଟେ । ଆତ୍ମା ଖୁସି
ଥିଲେ ଶରୀର ମଧ୍ୟ ଖୁସିବାସିଆ ଦେଖାଯିବ । ଶରୀରକୁ ଦୁଃଖ ମିଳିଲେ ଆତ୍ମାକୁ ଦୁଃଖର ଅନୁଭବ ହୋଇଥାଏ
। ତେବେ ଗୋଟିଏ କଥା ସମସ୍ତଙ୍କୁ ଶୁଣାଇଚାଲ, ଶିବବାବା କହୁଛନ୍ତି, ମୋତେ ମନେ ପକାଅ ତେବେ ତୁମର
ବିକର୍ମ ବିନାଶ ହୋଇଯିବ । ସେମାନେ ଲେଖି ଦେଇଛନ୍ତି ଶ୍ରୀକୃଷ୍ଣ ଭଗବାନଉବାଚ । ତେବେ
ଶ୍ରୀକୃଷ୍ଣଙ୍କୁ ତ ଅନେକ ମନେ ପକାଉଛନ୍ତି କିନ୍ତୁ ପାପ ତ କଟୁ ନାହିଁ, ବରଂ ଆହୁରି ପତିତ
ହୋଇଯାଉଛନ୍ତି । ଏକଥା କାହାକୁ ଜଣା ହିଁ ନାହିଁ ଯେ, ସ୍ମରଣ କାହାକୁ କରିବା ଦରକାର,
ପରମାତ୍ମାଙ୍କର ରୂପ କ’ଣ? ଯଦି ସର୍ବବ୍ୟାପୀ ବି କହିବା ତେବେ ବି ଯେପରି ଆତ୍ମା ବିନ୍ଦୁ ଅର୍ଥାତ୍
ତାରକା ସଦୃଶ ଅଟେ ସେହିଭଳି ପରମାତ୍ମା ମଧ୍ୟ ତାରକା ସଦୃଶ ଅଟନ୍ତି, କାହିଁକି ନା ଆତ୍ମା ହିଁ
ପରମାତ୍ମା ବୋଲି କହିଦେଉଛନ୍ତି, ତେଣୁ ସେହି ହିସାବରେ ପରମାତ୍ମା ମଧ୍ୟ ବିନ୍ଦୁ ରୂପ ହେଲେ ନା ।
ତେବେ ସେହି ଛୋଟ ବିନ୍ଦୁ ହିଁ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ସମସ୍ତ ବିନ୍ଦୁମାନଙ୍କୁ
କହୁଛନ୍ତି, ପିଲାମାନେ କେବଳ ମୋତେ ମନେ ପକାଅ । ସିଏ ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା କହୁଛନ୍ତି ।
କର୍ମେନ୍ଦ୍ରିୟ ବିନା ତ ଆତ୍ମା ଆବାଜ୍ କରିପାରିବ ନାହିଁ । ତୁମେ କହିପାରିବ ଆତ୍ମା,
ପରମାତ୍ମାଙ୍କ ରୂପ ତ ଏକାଭଳି ଅଟେ ନା । ପରମାତ୍ମାଙ୍କୁ ବଡ ଲିଙ୍ଗ ବା ଅନ୍ୟ କିଛି କହିପାରିବ
ନାହିଁ । ବାବା କହୁଛନ୍ତି ମୁଁ ମଧ୍ୟ ତୁମ ଭଳି ବିନ୍ଦୁ ଅଟେ କିନ୍ତୁ ମୁଁ ପତିତ-ପାବନ ଏବଂ ତୁମ
ସମସ୍ତଙ୍କର ଆତ୍ମା ପତିତ । ଏହା କେତେ ସିଧା କଥା । ତେବେ ତୁମେମାନେ ଦେହୀ-ଅଭିମାନୀ ହୋଇ ମୋତେ
ମନେ ପକାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ରାସ୍ତା ବତାଅ । ମୁଁ ତ କେବଳ ଦୁଇଟି ଅକ୍ଷର ହିଁ କହୁଛି
‘ମନମନାଭବ’ । ପୁଣି ଟିକିଏ ବିସ୍ତାରରେ ବୁଝାଉଛି କି ଏସବୁ ହେଲା ଶାଖାପ୍ରଶାଖା । ପ୍ରଥମେ
ସତ୍ତ୍ୱପ୍ରଧାନ, ସତ୍ତ୍ୱ-ରଜୋ-ତମୋ...ରେ ଆସିଥା’ନ୍ତି । ପୁଣି ପାପ ଆତ୍ମା ହେବା ଦ୍ୱାରା କେତେ
ଦାଗ ଲାଗିଯାଇଥାଏ । ସେହି ଦାଗ ଲିଭିବ କିପରି? ସେମାନେ ଭାବୁଛନ୍ତି ଗଙ୍ଗାସ୍ନାନ ଦ୍ୱାରା ପାପ
ଧୋଇ ହୋଇଯିବ କିନ୍ତୁ ତାହା ତ ଶରୀରର ସ୍ନାନ ଅଟେ । ଆତ୍ମା ବାବାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ
ପାବନ ହୋଇପାରିବ । ଯାହାକୁ ଯୋଗର ଯାତ୍ରା କୁହାଯାଉଛି । ଏହା କେତେ ସହଜ କଥା । ଯାହାକି ବାବା
ପ୍ରତ୍ୟେକ ଦିନ ବୁଝାଉଛନ୍ତି । ଗୀତାରେ ମଧ୍ୟ ଏହି କଥା ଉପରେ ଜୋର ଦିଆଯାଉଛି - ମନମନାଭବ । ବର୍ସା
ତ ମିଳିବ ନିଶ୍ଚିତ, କେବଳ ମୋତେ ମନେ ପକାଅ ଯାହାଦ୍ୱାରା ପାପ କଟିଯିବ । ବାବା ଅବିନାଶୀ ବ୍ଲଟିଂ
ପେପର ଅଟନ୍ତି ନା । ବାବା କହୁଛନ୍ତି, ମୋତେ ମନେ ପକାଇବା ଦ୍ୱାରା ତୁମେ ପବିତ୍ର ହୋଇଯାଉଛ, ପୁଣି
ରାବଣ ପତିତ କରିଦେଉଛି । ତେବେ ଏଭଳି ବାବାଙ୍କୁ ମନେ ପକାଇବା ଦରକାର ନା । ଏଭଳି ମଧ୍ୟ ହେଉଛି,
କେହି କେହି ମୋତେ ସ୍ମରଣ ମଧ୍ୟ କରୁନାହାଁନ୍ତି, ତେବେ ସେମାନଙ୍କର ଅବସ୍ଥା କ’ଣ ହେବ । ବାବା
ବୁଝାଉଛନ୍ତି ପିଲାମାନେ ଅନ୍ୟ ସବୁ କଥାକୁ ଛାଡିଦିଅ, କେବଳ ଗୋଟିଏ କଥା ମନେ ରଖ, ଦେହୀ-ଅଭିମାନୀ
ହୁଅ ଏବଂ ମୋତେ ମନେ ପକାଅ । ବାସ୍ ଏକଥା ତ ଜାଣିଛ ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ
। ଆତ୍ମା ହିଁ ଦୁଃଖ-ସୁଖ ଭୋଗିଥାଏ । କେବେ ବି ଜଣେ ଅନ୍ୟ ଜଣଙ୍କର ହୃଦୟକୁ ଦୁଃଖୀ କରିବା ଉଚିତ୍
ନୁହେଁ । ପରସ୍ପରକୁ ସୁଖ ଦେବା ଉଚିତ୍ । ତୁମର ଧନ୍ଦା ହିଁ ଏହା ଅଟେ । ବହୁତ ପିଲା ଅଛନ୍ତି ଯିଏକି
ଅନ୍ୟମାନଙ୍କୁ ଦୁଃଖ ଦେଇଚାଲିଛନ୍ତି । ପରସ୍ପରର ଦେହର ସ୍ମୃତିରେ ବାନ୍ଧି ହୋଇ ରହିଛନ୍ତି । ସାରା
ଦିନ ପରସ୍ପରକୁ ମନେ ପକାଇ ଚାଲିଛନ୍ତି । ମାୟା ମଧ୍ୟ ବହୁତ ଚତୁର । ବାବା ନାମ କହୁନାହାଁନ୍ତି,
ସେଥିପାଇଁ ବାବା କହୁଛନ୍ତି ପିଲାମାନେ ଦେହୀ-ଅଭିମାନୀ ହୁଅ । ଜ୍ଞାନ ତ ବହୁତ ସହଜ କିନ୍ତୁ ଯୋଗ
କରିବା କଷ୍ଟ । ସେହି ଜ୍ଞାନ (ଦୁନିଆର ପାଠପଢା) ତ ପୁଣି ବି ୧୫-୨୦ ବର୍ଷ ପର୍ଯ୍ୟନ୍ତ ପଢିବାକୁ
ପଡିଥାଏ । ସେଥିରେ ପୁଣି କେତେଗୁଡିଏ ବିଷୟ ଥାଏ । ଏହି ଜ୍ଞାନ ତ ବହୁତ ସହଜ । ଡ୍ରାମାକୁ ଜାଣିବା
ଯେପରି ଏକ କାହାଣୀ ଅଟେ । ମୁରଲୀ ଶୁଣାଇବା କୌଣସି ବଡ କଥା ନୁହେଁ । ଯୋଗ କରିବା ହିଁ ବହୁତ
ମୁସକିଲ ଲାଗୁଛି । ଶେଷରେ ବାବା ପୁଣି କହିଦେଉଛନ୍ତି - ଡ୍ରାମା । ତଥାପି ତୁମେ ପୁରୁଷାର୍ଥ
କରିଚାଲ । ବାବାଙ୍କୁ ମନେ ପକାଅ ତେଣୁ ଏହି ଯୋଗ ଅଗ୍ନି ଦ୍ୱାରା ତୁମର ପାପ ଭସ୍ମ ହେବ । କିନ୍ତୁ
ଭଲ ଭଲ ପିଲାମାନେ ମଧ୍ୟ ଏଥିରେ ଫେଲ ହୋଇଯାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେବେ ବି
କାହାର ହୃଦୟକୁ ଦୁଃଖୀ କରିବାର ନାହିଁ । ସମସ୍ତଙ୍କୁ ସୁଖ ଦେବାକୁ ହେବ । ନିଜେ ଏକମାତ୍ର
ବାବାଙ୍କ ସ୍ମୃତିରେ ରହିବା ସହିତ ସମସ୍ତଙ୍କୁ ବାବାଙ୍କର ସ୍ମୃତି ଦେବାକୁ ହେବ ।
(୨) ପାପର ଦାଗକୁ
ଲିଭାଇବା ପାଇଁ ଦେହୀ-ଅଭିମାନୀ ହୋଇ ଅବିନାଶୀ ବ୍ଲଟିଂ ପେପର ବାବାଙ୍କୁ ମନେ ପକାଇବାକୁ ହେବ ।
ନିଜର ଅବସ୍ଥାକୁ ଏଭଳି ମିଠା କରିବାକୁ ହେବ ଯାହାକି ଆମ ଦ୍ୱାରା ସମସ୍ତଙ୍କର କଲ୍ୟାଣ ହେଉଥିବ ।
ବରଦାନ:-
ନିଜର ଶ୍ରେଷ୍ଠତା
ଦ୍ୱାରା ନବୀନତାର ପତାକା ଉଡାଉଥିବା ଶକ୍ତିସ୍ୱରୂପ ଭବ ।
ଏବେ ସମୟ ଅନୁସାରେ ଏବଂ
ସମୀପତା ଅନୁସାରେ ନିଜର ଶକ୍ତି ରୂପର ପ୍ରଭାବ ଯଦି ଅନ୍ୟମାନଙ୍କ ଉପରେ ପକାଇପାରିବ ତେବେ ଯାଇ
ଅନ୍ତିମ ପ୍ରତ୍ୟକ୍ଷତାକୁ ସମୀପକୁ ଅର୍ଥାତ୍ ନିକଟକୁ ଆଣିପାରିବ । ଯେପରି ସ୍ନେହ ଏବଂ ସହଯୋଗକୁ
ପ୍ରତ୍ୟକ୍ଷ କରିଛ ସେହିପରି ସେବାରୂପକ ଦର୍ପଣ ଦ୍ୱାରା ଶକ୍ତି ରୂପର ଅନୁଭବ କରାଅ । ଯେତେବେଳେ
ନିଜର ଶ୍ରେଷ୍ଠତା ଦ୍ୱାରା ଶକ୍ତି ରୂପର ନବୀନତାର ପତାକା ଉଡାଇବ ସେତେବେଳେ ଯାଇ ପ୍ରତ୍ୟକ୍ଷତା
ହେବ । ତେଣୁ ନିଜର ସ୍ୱରୂପ ଦ୍ୱାରା ସର୍ବଶକ୍ତିବାନ ବାବାଙ୍କର ସାକ୍ଷାତ୍କାର କରାଅ ।
ସ୍ଲୋଗାନ:-
ସଂକଳ୍ପ ଦ୍ୱାରା
ଶକ୍ତି ଏବଂ କର୍ମ ଦ୍ୱାରା ଗୁଣର ଦାନ ଦେବା ହିଁ ମହାଦାନ ଅଟେ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ବାବାଙ୍କର ପିଲାମାନଙ୍କ
ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ମୋ’ର ଏହି ପିଲାମାନେ ହିଁ ବିଘ୍ନ ବିନାଶକ ଆତ୍ମା ଅଟନ୍ତି
। ପୂଜ୍ୟ ଆତ୍ମା ଅଟନ୍ତି । ଏହି ପିଲାମାନେ ପିତାଙ୍କଠାରୁ ମଧ୍ୟ ଆଗୁଆ ଅଟନ୍ତି । ନିମିତ୍ତ ହୋଇ
ସର୍ବଦା ବାବାଙ୍କୁ ନିଶ୍ଚିତ କରିବାବାଲା ଅଟନ୍ତି, ସର୍ବଦା ଖୁସିର ଖବର ଶୁଣାଉଥିବା ସମସ୍ତେ
ବିଶେଷ ଅଟନ୍ତି । ନିଜ ଉପରେ ମଧ୍ୟ ଏହିଭଳି ବିଶ୍ୱାସ ରଖି ଯଦି ସର୍ବଦା ଏହି ସ୍ମୃତି ସ୍ୱରୂପରେ
ରହିବ ତେବେ ବିଜୟୀ ହୋଇଯିବ ।