28.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କ ସମାନ ସ୍ନେହୀ ହେବା ପାଇଁ ନିଜକୁ ଆତ୍ମା ବିନ୍ଦୁ ମନେ କରି ବିନ୍ଦୁ ବାବାଙ୍କୁ ମନେ
ପକାଅ ।”
ପ୍ରଶ୍ନ:-
ବାବାଙ୍କ
ସ୍ମୃତିରେ ରହିବାର ଗୁପ୍ତ ଏବଂ କଠିନ ପରିଶ୍ରମ ପ୍ରତ୍ୟେକ ସନ୍ତାନକୁ କରିବାକୁ ହେବ - କାହିଁକି?
ଉତ୍ତର:-
କାହିଁକି ନା ଯୋଗବଳ ବିନା ଆତ୍ମା, ପାପାତ୍ମାରୁ ପୁଣ୍ୟାତ୍ମା ହୋଇପାରିବ ନାହିଁ । ଯଦି ଗୁପ୍ତ
ରୂପରେ ବାବାଙ୍କ ସ୍ମୃତିରେ ରହିବ ଏବଂ ଦେହୀ-ଅଭିମାନୀ ହେବ, ତେବେ ଯାଇ ବିକର୍ମ ବିନାଶ ହେବ ।
ଧର୍ମରାଜଙ୍କ ଦଣ୍ଡରୁ ବଞ୍ଚିବାର ଉପାୟ ହେଉଛି ଯୋଗ । ମାୟାର ତୋଫାନ ଯୋଗରେ ହିଁ ବିଘ୍ନ ପକାଇଥାଏ,
ସେଥିପାଇଁ ଯୋଗରେ ରହିବାର ଗୁପ୍ତ ମେହନତ କର ତେବେ ଯାଇ ଲକ୍ଷ୍ମୀ-ନାରାୟଣଙ୍କ ଭଳି ସମସ୍ତଙ୍କର
ପ୍ରିୟ ହୋଇପାରିବ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ଗୀତରେ କରାଯାଇଥିବା ମହିମା ସବୁ ଆତ୍ମାମାନଙ୍କର ପିତାଙ୍କର । ଭଗବାନ ଅଥବା ବାବାଙ୍କୁ ମନେ
ପକାଉଛନ୍ତି, ତାଙ୍କୁ ମାତା-ପିତା କହୁଛନ୍ତି ନା । ଗଡ୍ ଫାଦର ମଧ୍ୟ କୁହାଯାଉଛି । ଏପରି ନୁହେଁ
ସବୁ ମନୁଷ୍ୟମାନଙ୍କୁ ଗଡ ଫାଦର କୁହାଯିବ । ଲୌକିକ ପିତାଙ୍କୁ ମଧ୍ୟ ବାବା ବୋଲି କୁହାଯାଇଥାଏ ।
ଲୌକିକ ପିତା ମଧ୍ୟ ପାରଲୌକିକ ପିତାଙ୍କୁ ମନେ ପକାଇଥା’ନ୍ତି । ବାସ୍ତବରେ ଆତ୍ମା ହିଁ ମନେ
ପକାଇଥାଏ, ଆତ୍ମା ହିଁ ଲୌକିକ ପିତାଙ୍କୁ ମଧ୍ୟ ମନେ ପକାଇଥାଏ । ଏହି ଆତ୍ମା ନିଜ ରୂପ ଓ
କର୍ତ୍ତବ୍ୟକୁ ଜାଣି ନାହିଁ । ଆତ୍ମା ନିଜକୁ ହିଁ ଜାଣି ନାହିଁ, ତେବେ ଗଡ ଫାଦରଙ୍କୁ କିପରି ଜାଣି
ପାରିବ । ନିଜର ଲୌକିକ ପିତାଙ୍କୁ ତ ସମସ୍ତେ ଜାଣିଛନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି । ନଚେତ୍
କାହିଁକି ମନେ ପକାଇବେ । ପାରଲୌକିକ ପିତାଙ୍କଠାରୁ ନିଶ୍ଚୟ ସମ୍ପତ୍ତି ମିଳୁଥିବ । କହୁଛନ୍ତି ନା
ଓ ଗଡ ଫାଦର । ତାଙ୍କଠାରୁ ଦୟା, କ୍ଷମା ଚାହୁଁଛନ୍ତି କାହିଁକି ନା ପାପ କରିଚାଲିଛନ୍ତି । ଏହା
ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । କିନ୍ତୁ ଆତ୍ମା ଓ ପରମାତ୍ମାଙ୍କୁ ଜାଣିବା, ଏହା
କଷ୍ଟସାଧ୍ୟ ବିଷୟ । ଏହା ସହଜରୁ ସହଜ ପୁଣି କଷ୍ଟରୁ କଷ୍ଟତର ମଧ୍ୟ । ଯଦିଓ ବିଜ୍ଞାନର କୌଶଳ ଶିଖି,
ଚନ୍ଦ୍ର ପର୍ଯ୍ୟନ୍ତ ଚାଲିଯାଉଛନ୍ତି, ତଥାପି ଏହି ଜ୍ଞାନ ଆଗରେ ତାହା ତୁଚ୍ଛ ଅଟେ । ନିଜକୁ ଓ
ବାବାଙ୍କୁ ଜାଣିବା ବହୁତ କଷ୍ଟକର ଅଟେ । ଯେଉଁ ସନ୍ତାନମାନେ ନିଜକୁ ବ୍ରହ୍ମାକୁମାର-କୁମାରୀ
ବୋଲାଉଛନ୍ତି, ସେ ମଧ୍ୟ ନିଜକୁ ଆତ୍ମା ନିଶ୍ଚୟ କରି, ମୁଁ ଆତ୍ମା ବିନ୍ଦୁ, ଆମର ପିତା ମଧ୍ୟ
ବିନ୍ଦୁ - ଏହା ଭୁଲିଯାଉଛନ୍ତି । ଏହା ହେଉଛି କଷ୍ଟକର ବିଷୟ । ନିଜକୁ ଆତ୍ମା ବୋଲି
ଭୁଲିଯାଉଥିବାରୁ ବାବାଙ୍କୁ ମଧ୍ୟ ଭୁଲି ଯାଉଛନ୍ତି । ଦେହୀ-ଅଭିମାନୀ ହେବାର ଅଭ୍ୟାସ ନାହିଁ ।
ବିନ୍ଦୁ ଆତ୍ମାରେ ହିଁ ୮୪ ଜନ୍ମର ପାର୍ଟ ନିଧାର୍ଯ୍ୟ ହୋଇ ରହିଛି । ମୁଁ ଆତ୍ମା ଯିଏକି
ଭିନ୍ନ-ଭିନ୍ନ ଶରୀର ନେଇ ଅଭିନୟ କରୁଛି, ଏହା ଘଡି ଘଡି ଭୁଲିଯାଉଛନ୍ତି । ଏହା ହିଁ ମୁଖ୍ୟ
ବୁଝିବାର କଥା । ଆତ୍ମା ଓ ପରମାତ୍ମାଙ୍କୁ ବୁଝିବା ବ୍ୟତୀତ ବାକି ଜ୍ଞାନ ତ ସମସ୍ତଙ୍କ ବୁଦ୍ଧିରେ
ଆସିଯାଉଛି । ଆମେ ୮୪ ଜନ୍ମ ନେଇଛୁ, ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ... ହେଉଛନ୍ତି । ଏହି ଚକ୍ର
ବହୁତ ସହଜ ଅଟେ । ତେଣୁ ବୁଝିଯାଉଛନ୍ତି । କିନ୍ତୁ କେବଳ ଚକ୍ରକୁ ଜାଣିବା ଦ୍ୱାରା ଏତେ ଲାଭ ନାହିଁ,
ଯେତିକି ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ୟାଦ କରିବାରେ ଫାଇଦା ରହିଛି । ମୁଁ ଆତ୍ମା ତାରକା
ସଦୃଶ ଅଟେ । ବାବା ମଧ୍ୟ ତାରକା ସଦୃଶ ଅତି ସୂକ୍ଷ୍ମ ଅଟନ୍ତି । ସେ ହିଁ ସଦ୍ଗତି ଦାତା ଅଟନ୍ତି
। ତାଙ୍କୁ ୟାଦ କରିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଏହି ପ୍ରକ୍ରିୟାରେ କେହି ବି ନିରନ୍ତର
ୟାଦ କରୁ ନାହାଁନ୍ତି । ଦେହୀ-ଅଭିମାନୀ ହେଉ ନାହାଁନ୍ତି । ଘଡି ଘଡି ସ୍ମୃତିରେ ରହୁ ଯେ ମୁଁ
ହେଉଛି ଆତ୍ମା । ବାବାଙ୍କ ନିର୍ଦ୍ଦେଶ ହେଉଛି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ । ମୁଁ
ବିନ୍ଦୁ ଅଟେ । ଏଠାରେ ଆସି ଅଭିନୟ କରୁଛି । କଳିଯୁଗରେ ମୋ ମଧ୍ୟରେ ୫ ବିକାରର କଳଙ୍କି ଲାଗିଯାଇଛି
। ଏବେ ସତ୍ୟଯୁଗକୁ ଯିବାକୁ ହେବ, ସେଥିପାଇଁ ବାବାଙ୍କୁ ବହୁତ ସ୍ନେହର ସହିତ ୟାଦ କରିବାକୁ ହେବ ।
ଏହି ରୀତିରେ ବାବାଙ୍କୁ ୟାଦ କଲେ ପାପ ନାଶ ହେବ । ଏଥିରେ ହିଁ ମେହନତ ରହିଛି । ସେବାରେ ବହୁତ
ବାହାଦୂରୀ ଦେଖାଉଛନ୍ତି । ଆଜି ଏହି ସେବା କଲୁ ବହୁତ ପ୍ରଭାବିତ ହେଲେ କିନ୍ତୁ ଶିବବାବା
ବୁଝୁଛନ୍ତି ଯେ ଆତ୍ମା ଓ ପରମାତ୍ମା ଜ୍ଞାନ ପ୍ରତି ମୋଟେ ପ୍ରଭାବିତ ହୋଇ ନାହାଁନ୍ତି । ଭାରତ
ସ୍ୱର୍ଗ ଓ ନର୍କ କିପରି ହେଉଛି । ୮୪ ଜନ୍ମ କିପରି ନେଉଛନ୍ତି, ସତ୍ତ୍ୱ, ରଜୋ, ତମୋରେ କିପରି
ଆସୁଛନ୍ତି । କେବଳ ଏହାକୁ ଶୁଣି ପ୍ରଭାବିତ ହେଉଛନ୍ତି । ପରମାତ୍ମା ନିରାକାର ଅଟନ୍ତି, ଏ କଥା
ମଧ୍ୟ ବୁଝୁଛନ୍ତି, ବାକି ମୁଁ ହେଉଛି ଆତ୍ମା, ମୋ ଆତ୍ମାରେ ୮୪ ଜନ୍ମର ପାର୍ଟ ଭରି ରହିଛି, ବାବା
ମଧ୍ୟ ବିନ୍ଦୁ, ତାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି । ତାଙ୍କୁ ହିଁ ମନେ ପକାଇବାକୁ ହେବ । ଏ କଥା
କେହି ବି ବୁଝୁ ନାହାଁନ୍ତି । ମୁଖ୍ୟ କଥା ବୁଝୁ ନାହାଁନ୍ତି । ବିଶ୍ୱର ଇତିହାସ-ଭୂଗୋଳର ଜ୍ଞାନ
ବାବା ହିଁ ଦେଉଛନ୍ତି । ସରକାର ମଧ୍ୟ ଚାହୁଁଛି ଯେ ବିଶ୍ୱ ଇତିହାସ-ଭୁଗୋଳର ଜ୍ଞାନ ରହିବା ଉଚିତ୍
। ଏହା ତ ତା’ଠାରୁ ମଧ୍ୟ ସୂକ୍ଷ୍ମ କଥା ଅଟେ । ଆତ୍ମା କ’ଣ, ସେଥିରେ କିପରି ୮୪ ଜନ୍ମର ଅଭିନୟ
ରହିଛି । ଏହା ମଧ୍ୟ ଅବିନାଶୀ ଅଟେ । ଏହିକଥା ମନେ ପକାଇବା, ନିଜକୁ ବିନ୍ଦୁ ଭାବି ବାବାଙ୍କୁ ମନେ
ପକାଇଲେ ବିକର୍ମ ବିନାଶ ହେବ - ଏହି ଯୋଗରେ କେହି ହେଲେ ବି ତତ୍ପର ରହୁ ନାହାଁନ୍ତି । ଏହି
ସ୍ମୃତିରେ ରହିଲେ ବହୁତ ସ୍ନେହୀ ହୋଇଯିବେ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖ କେତେ ସ୍ନେହୀ
ଅଟନ୍ତି । ଏଠାକାର ମନୁଷ୍ୟଙ୍କୁ ତ ଦେଖ କିପରି ଅଟନ୍ତି । ନିଜେ ବି କହୁଛନ୍ତି ଆମ ପାଖରେ କୌଣସି
ଗୁଣ ନାହିଁ । ଆମେ ମ୍ଲେଚ୍ଛ, ଆପଣ ସ୍ୱଚ୍ଛ ଅଟନ୍ତି । ଯେବେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ
ପକାଇବେ ତେବେ ସଫଳତା ମିଳିବ । ନଚେତ୍ ସଫଳତା ବହୁତ କମ୍ ମିଳୁଛି । ଭାବୁଛନ୍ତି ଆମ ପାଖରେ ବହୁତ
ଭଲ ଜ୍ଞାନ ରହିଛି । ବିଶ୍ୱର ଇତିହାସ-ଭୂଗୋଳ ଆମେ ଜାଣିଛୁ । କିନ୍ତୁ ଯୋଗର ଚାର୍ଟ ବତାଉ
ନାହାଁନ୍ତି । କ୍ୱଚିତ୍ କେହି ଏ ଅବସ୍ଥାରେ ରହୁଛନ୍ତି ଅର୍ଥାତ୍ ନିଜକୁ ଆତ୍ମା ଭାବି ବାବାଙ୍କୁ
ୟାଦ କରୁଛନ୍ତି । ବହୁତଙ୍କର ଏହି ଅଭ୍ୟାସ ନାହିଁ । ବାବା ବୁଝୁଛନ୍ତି ଯେ ପିଲାମାନେ କେବଳ
ଜ୍ଞାନର ଚକ୍ର ବୁଦ୍ଧିରେ ରଖୁଛନ୍ତି । ବାକି ମୁଁ ଆତ୍ମା, ବାବାଙ୍କ ସହିତ ମୋତେ ଯୋଗଯୁକ୍ତ ହୋଇ
ରହିବାକୁ ହେବ, ଏହାଦ୍ୱାରା କଳିଯୁଗରୁ ବାହାରି ସତ୍ୟଯୁଗକୁ ଯିବୁ । ମୁଁ ଆତ୍ମା ମୋତେ ବାବାଙ୍କୁ
ଜାଣିବାକୁ ହେବ, ତାଙ୍କର ସ୍ମୃତିରେ ହିଁ ରହିବାକୁ ପଡିବ, ଏହି ଅଭ୍ୟାସ ବହୁତଙ୍କର କମ୍ ରହିଛି ।
ବହୁତ ଆସି ଭଲ-ଭଲ ମଧ୍ୟ କହୁଛନ୍ତି । ବାକି ସେମାନେ ଏହା ଜାଣି ନାହାଁନ୍ତି ଯେ ଭିତରେ କେତେ ପାପର
କଳଙ୍କି ରହିଛି । ସୁନ୍ଦରରୁ ଶ୍ୟାମ ହୋଇଯାଇଛୁ । ପୁଣି ସୁନ୍ଦର କିପରି ହେବୁ? ଏକଥା କେହି ବି
ଜାଣି ନାହାଁନ୍ତି । କେବଳ ଇତିହାସ-ଭୂଗୋଳ ଜାଣିଲେ ହେବ ନାହିଁ । ପବିତ୍ର କିପରି ହେବୁ? ଦଣ୍ଡ ନ
ପାଇବାର ଉପାୟ ହେଉଛି - କେବଳ ବାବାଙ୍କ ସ୍ମୃତିରେ ରହିବା । ଯୋଗ ଠିକ୍ ନ ରହିଲେ ଧର୍ମରାଜଙ୍କ
ଦଣ୍ଡ ଭୋଗ କରିବ । ଏହା ବହୁତ ବଡ ବିଷୟ, ଯାହାକୁ କେହି ଧାରଣା କରିପାରୁ ନାହାଁନ୍ତି । ନିଜକୁ
ମହାଜ୍ଞାନୀ ଭାବି ବସିଯାଇଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ମୂଳ କଥା ହେଉଛି ଯୋଗ । ଯୋଗରେ
ବହୁତ ଦୁର୍ବଳ ରହିଛନ୍ତି ସେଥିପାଇଁ ବାବା କହୁଛନ୍ତି ଖବରଦାର ରୁହ, କେବଳ ପଣ୍ଡିତ ହୁଅ ନାହିଁ ।
ମୁଁ ଆତ୍ମା, ମୋତେ ବାବାଙ୍କୁ ୟାଦ କରିବାକୁ ହେବ । ବାବା ନିର୍ଦ୍ଦେଶ ଦେଇଛନ୍ତି - ମନମନାଭବ ।
ଏହା ମହାମନ୍ତ୍ର ଅଟେ । ନିଜକୁ ତାରକା ସଦୃଶ ଭାବି ବାବାଙ୍କୁ ମଧ୍ୟ ସେହିଭଳି ଭାବି ୟାଦ କର ।
ବାବାଙ୍କର କୌଣସି ବଡ ରୂପ ସମ୍ମୁଖକୁ ଆସୁନାହିଁ । ତେଣୁ ଦେହୀ-ଅଭିମାନୀ ହେବାରେ ହିଁ ମେହନତ
ରହିଛି । ବିଶ୍ୱର ମହାରାଜା-ମହାରାଣୀ ଜଣେ ହେବେ ଯାହାଙ୍କର ଲକ୍ଷ-ଲକ୍ଷ ପ୍ରଜା ହେବେ । ପ୍ରଜା ତ
ବହୁତ ହେବେ ନା । ଇତିହାସ-ଭୂଗୋଳକୁ ଜାଣିବା ତ ସହଜ କିନ୍ତୁ ଯେବେ ନିଜକୁ ଆତ୍ମା ଭାବି ବାବାଙ୍କୁ
ୟାଦ କରିବ, ତେବେ ପବିତ୍ର ହୋଇପାରିବ । ଏହି ଅଭ୍ୟାସ ବହୁତ କଷ୍ଟସାଧ୍ୟ ଅଟେ । ଯୋଗଯୁକ୍ତ ହେବା
ସମୟରେ ବହୁତ ତୋଫାନ ବିଘ୍ନ ପକାଇବ । କେହି ଅଧଘଣ୍ଟା ମଧ୍ୟ ଏକରସ ହୋଇ ବସିବା ବହୁତ ମୁସ୍କିଲ୍
ହୋଇଯାଉଛି । ଘଡି ଘଡି ଭୁଲିଯାଇଥାନ୍ତି । ଏଥିରେ ହିଁ ବାସ୍ତବିକ ସଚ୍ଚା ସଚ୍ଚା ଗୁପ୍ତ ମେହନତ
ରହିଛି । ଚକ୍ରର ରହସ୍ୟ ଜାଣିବା ସହଜ । ବାକି ଦେହୀ-ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବା, ଏହାକୁ
ମୁସ୍କିଲ୍ରେ କେହି ବୁଝୁଛନ୍ତି ଓ ସେହି ଅନୁସାରେ ଅଭିନୟ କରୁଛନ୍ତି । ବାବାଙ୍କୁ ମନେ ପକାଇବା
ଦ୍ୱାରା ହିଁ ତୁମେ ପବିତ୍ର ହେବ । ନିରୋଗୀ ଶରୀର, ଆୟୁଷ ଲମ୍ବା ହେବ । କେବଳ ବିଶ୍ୱର
ଇତିହାସ-ଭୂଗୋଳ ବୁଝାଇବା ଦ୍ୱାରା ମାଳାର ଦାନା ହୋଇପାରିବ ନାହିଁ । ୟାଦ ଦ୍ୱାରା ମାଳାର ଦାନା
ହୋଇପାରିବ । ଏହି ମେହନତ କାହା ଦ୍ୱାରା ହେଉ ନାହିଁ । ନିଜେ ବି ବୁଝୁଛନ୍ତି ଯେ ଆମେ ୟାଦରେ ରହୁ
ନାହୁଁ । ଭଲ ଭଲ ମହାରଥୀମାନେ ମଧ୍ୟ ଯୋଗରେ ଢିଲା ଅଛନ୍ତି । ମୁଖ୍ୟ କଥା ବୁଝାଇବା ହିଁ ଆସୁନାହିଁ
। ଏହି କଥା ମୁସ୍କିଲ୍ ମଧ୍ୟ ଅଟେ । ଏମାନେ କଳ୍ପର ଆୟୁଷକୁ ଲମ୍ବା କରିଦେଇଛନ୍ତି । ତୁମେ ୫
ହଜାର ବର୍ଷ ବୋଲି ସିଦ୍ଧ କରୁଛ । କିନ୍ତୁ ଆତ୍ମା ପରମାତ୍ମାର ରହସ୍ୟ କିଛି ହେଲେ ବି ଜାଣି
ନାହାଁନ୍ତି, ୟାଦ କରୁ ନ ଥିବାରୁ ଅବସ୍ଥା ହଲଚଲ ହେଉଛି । ବହୁତ ଦେହ-ଅଭିମାନ ରହିଛି ।
ଦେହୀ-ଅଭିମାନୀ ହେଲେ ହିଁ ମାଳାର ଦାନା ହୋଇପାରିବ । ଏପରି ନୁହେଁ ଯେ ବିଶ୍ୱର ଇତିହାସ-ଭୂଗୋଳ
ବୁଝାଉଛୁ ସେଥିପାଇଁ ଆମେ ମାଳାରେ ବାବାଙ୍କ ନିକଟରେ ଆସିଯିବୁ, ନାଁ । ଏତେ ଛୋଟ ଆତ୍ମାରେ ୮୪
ଜନ୍ମର ପାର୍ଟ ଭରି ହୋଇ ରହିଛି । ଏହି କଥାକୁ ପ୍ରଥମେ ପ୍ରଥମେ ବୁଦ୍ଧିରେ ଆଣି, ପୁଣି ଚକ୍ରକୁ ମନେ
ପକାଇବାକୁ ହେବ । ମୂଳ କଥା ହେଉଛି ଯୋଗର । ଯୋଗୀ ଅବସ୍ଥା ଆବଶ୍ୟକ । ପାପ ଆତ୍ମାରୁ ପୁଣ୍ୟ ଆତ୍ମା
ହେବାକୁ ପଡିବ । ଯୋଗ ଦ୍ୱାରା ଆତ୍ମା ପବିତ୍ର ହେବ । ଯୋଗବଳଯୁକ୍ତ ଆତ୍ମା ହିଁ ଧର୍ମରାଜଙ୍କ
ଦଣ୍ଡରୁ ବର୍ତ୍ତି ଯିବେ । ଏହି ପରିଶ୍ରମ କ୍ୱଚିତ୍ କାହା ଦ୍ୱାରା ହେଉଛି । ମାୟାର ତୋଫାନ ମଧ୍ୟ
ବହୁତ ଆସିବ । ଏହା ବହୁତ କଠୋର ଗୁପ୍ତ ମେହନତ ଅଟେ । ଲକ୍ଷ୍ମୀ-ନାରାୟଣ ହେବା ମାଉସୀ ଘର କଥା ନୁହେଁ
। ଏହି ଅଭ୍ୟାସ ହୋଇଗଲେ ଚାଲିବା-ବୁଲିବା ସମୟରେ ମଧ୍ୟ ବାବାଙ୍କ ସ୍ମୃତି ଆସୁଥିବ, ଏହାକୁ ହିଁ
ଯୋଗ କୁହାଯାଉଛି, ବାକି ଏହି ଜ୍ଞାନ ତ ଛୋଟ-ଛୋଟ ପିଲାମାନେ ମଧ୍ୟ ବୁଝିଯିବେ । ଚିତ୍ରରେ ସବୁ ଯୁଗ
ଆଦିର ବର୍ଣ୍ଣନା ରହିଛି । ଏହା ତ’ ସାଧାରଣ କଥା । କୌଣସି କାର୍ଯ୍ୟ ଆରମ୍ଭ କଲେ ସ୍ୱସ୍ତିକା
ଚିତ୍ର କରିଥାନ୍ତି । ଏହା ସତ୍ୟଯୁଗ, ତ୍ରେତା...ର ଚିହ୍ନ ବାକି ଉପରେ ଛୋଟ ସଂଗମଯୁଗ ରହିଛି ।
ତେଣୁ ପ୍ରଥମେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇ ଚାଲିଲେ ହିଁ ସେହି ଶାନ୍ତିର ତରଙ୍ଗ
ଖେଳାଇ ପାରିବ । ଯୋଗ ଦ୍ୱାରା ବିକର୍ମ ବିନାଶ ହେବ । ସାରା ଦୁନିଆ ଏହି ଆତ୍ମା ପରମାତ୍ମାଙ୍କ
ବିଷୟକୁ ଭୁଲିଯାଇଛି, କେହି କହୁଛନ୍ତି ପରମାତ୍ମା ହଜାରେ ସୂର୍ଯ୍ୟରୁ ତେଜୋମୟ ଅଟନ୍ତି, କିନ୍ତୁ
ଏହା କିପରି ହୋଇପାରିବ । ଯେତେବେଳେ କି କହୁଛନ୍ତି ଯେ - ଆତ୍ମା ସୋ ପରମାତ୍ମା ତେଣୁ ଉଭୟ ତ ଏକ
ହେଲେ ନା । ଛୋଟ ବଡର ଫରକ ରହିବ ନାହିଁ । ଏ ସମ୍ବନ୍ଧରେ ମଧ୍ୟ ବୁଝାଇବାକୁ ହେବ । ଆତ୍ମାର ରୂପ
ହେଉଛି ବିନ୍ଦୁ । ଆତ୍ମା ସୋ ପରମାତ୍ମା ହୋଇଥିବାରୁ ପରମାତ୍ମା ମଧ୍ୟ ବିନ୍ଦୁ ହେଲେ ନା । ଏଥିରେ
ଫରକ ତ ହୋଇପାରିବ ନାହିଁ । ସମସ୍ତେ ପରମାତ୍ମା ହୋଇଗଲେ ତେବେ ସମସ୍ତେ ସୃଷ୍ଟିକର୍ତ୍ତା ହୋଇଯିବେ
। ଏକ ବାବା ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି ନା । ବାକି ତ ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ
ମିଳିଛି । ଏହାକୁ ବୁଦ୍ଧିରେ ରଖିବାକୁ ହେବ, ଏବେ ବୁଝିବାର କଥା । ବାବା କହୁଛନ୍ତି ମୋତେ ମନେ
ପକାଅ ତେବେ ପାପ କଟିଯିବ । ଏଥିରେ ହିଁ ମେହନତ ରହିଛି । ପ୍ରଥମତଃ ଅଧାକଳ୍ପ ଦେହ-ଅଭିମାନୀ ହୋଇ
ରହିଛ । ସତ୍ୟଯୁଗରେ ଦେହୀ-ଅଭିମାନୀ ହୋଇ ରହିଲେ ମଧ୍ୟ ବାବାଙ୍କୁ ଜାଣିବେ ନାହିଁ । ଜ୍ଞାନକୁ
ଜାଣିବେ ନାହିଁ । ବର୍ତ୍ତମାନ ତୁମକୁ ମିଳୁଥିବା ଜ୍ଞାନ ଗୁପ୍ତ ହୋଇଯିବ । ସେଠାରେ କେବଳ ଏତିକି
ଜାଣିବେ କି ମୁଁ ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ନେଉଛି । ଅଭିନୟ କରୁଛି । ଏଥିରେ
ଚିନ୍ତା କରିବାର କ’ଣ ଅଛି । ପ୍ରତ୍ୟେକଙ୍କୁ ନିଜ ନିଜର ଅଭିନୟ କରିବାକୁ ହେବ । କାନ୍ଦିବା ଦ୍ୱାରା
କ’ଣ ହେବ? ଏକଥା ବୁଝାଯାଉଛି, ଯଦି କିଛି ବି ବୁଝିଯିବେ ତେବେ ଶାନ୍ତି ଆସିଯିବ । ନିଜେ ବୁଝିଲେ
ଅନ୍ୟକୁ ମଧ୍ୟ ବୁଝାଇବେ । ବୟସ୍କ ଲୋକମାନେ ବୁଝାଇଥାନ୍ତି ଯେ କାନ୍ଦିବା ଦ୍ୱାରା କ’ଣ ସେ ଫେରି
ଆସିବେ । ଶରୀର ଛାଡି ଆତ୍ମା ଚାଲିଗଲା, ଏଥିରେ କାନ୍ଦିବାର କ’ଣ ଅଛି । ଅଜ୍ଞାନ କାଳରେ ମଧ୍ୟ
ଏହିପରି ବୁଝିଥା’ନ୍ତି । କିନ୍ତୁ ସେମାନେ ଏହା ଜାଣି ନାହାଁନ୍ତି ଯେ ଆତ୍ମା ଓ ପରମାତ୍ମା କି
ପ୍ରକାରର ଜିନିଷ ଅଟେ । ଆତ୍ମାରେ ହିଁ ଖାଦ ପଡିଛି, ସେମାନେ ଭାବୁଛନ୍ତି ଆତ୍ମା ର୍ନିଲେପ ଅଟେ ।
ତେବେ ଏହା ବହୁତ ସୂକ୍ଷ୍ମ କଥା । ବାବା ଜାଣିଛନ୍ତି ବହୁତ ସନ୍ତାନ ବାବାଙ୍କୁ ମନେ ପକାଉ
ନାହାଁନ୍ତି । କେବଳ ବୁଝାଇଲେ କ’ଣ ହେବ । ବହୁତ ପ୍ରଭାବିତ ହେଲେ, କିନ୍ତୁ ଏହା ଦ୍ୱାରା ତାଙ୍କର
କ’ଣ କଲ୍ୟାଣ ହେଲା । ଆତ୍ମା-ପରମାତ୍ମାର ପରିଚୟ ମିଳିଲେ ବୁଝିବେ ବାସ୍ତବରେ ଆମେ ତାଙ୍କର ସନ୍ତାନ
। ବାବା ହିଁ ପତିତ-ପାବନ ଅଟନ୍ତି । ଆମକୁ ଆସି ଦୁଃଖରୁ ମୁକ୍ତ କରୁଛନ୍ତି । ସେ ମଧ୍ୟ ବିନ୍ଦୁ
ଅଟନ୍ତି । ତେଣୁ ବାବାଙ୍କୁ ନିରନ୍ତର ୟାଦ କରିବାକୁ ହେବ । ବାକି ଇତିହାସ-ଭୂଗୋଳ ଜାଣିବା କିଛି
ବଡ କଥା ନୁହେଁ । ଯଦିଓ ବୁଝିବା ପାଇଁ ଆସୁଛନ୍ତି କିନ୍ତୁ ଏହି ଅବସ୍ଥାରେ ତତ୍ପର ରୁହନ୍ତୁ ଯେ
ମୁଁ ଆତ୍ମା ଅଟେ, ଏହିଥିରେ ହିଁ ମେହନତ ରହିଛି । ଆତ୍ମା ପରମାତ୍ମାର କଥା ତ ତୁମକୁ ବାବା ହିଁ ଆସି
ବୁଝାଉଛନ୍ତି । ସୃଷ୍ଟିର ଚକ୍ର ତ ସହଜ ଅଟେ । ଯେତେ ସମ୍ଭବ ଉଠିବା-ବସିବା ସମୟରେ ଦେହୀ-ଅଭିମାନୀ
ହେବାର ମେହନତ କରିବାକୁ ହେବ । ଦେହୀ-ଅଭିମାନୀ ବହୁତ ଶାନ୍ତ ରହିଥାନ୍ତି । ବୁଝନ୍ତି ଯେ ମୋତେ
ନିରବରେ ରହିବାକୁ ହେବ । ନିରାକାରୀ ଦୁନିଆକୁ ଯାଇ ବିରାଜମାନ ହେବାକୁ ପଡିବ । ମୋ’ର ଅଭିନୟ ଏବେ
ପୁରା ହେଲା । ବାବାଙ୍କ ରୂପ ଛୋଟ ବିନ୍ଦୁ ବୋଲି ବୁଝିବେ । ବାବା କୌଣସି ବଡ ଲିଙ୍ଗ ନୁହଁନ୍ତି ।
ବାବା ବହୁତ ଛୋଟ ଅଟନ୍ତି । ସେ ହିଁ ଜ୍ଞାନର ସାଗର, ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ମୁଁ
ଆତ୍ମା ମଧ୍ୟ ନଲେଜଫୁଲ ହେଉଛି । ଏପରି ଚିନ୍ତନ ଚାଲିଲେ ତେବେ ଯାଇ ଉଚ୍ଚପଦ ପାଇପାରିବ । ସାରା
ଦୁନିଆରେ କେହି ଆତ୍ମା ଏବଂ ପରମାତ୍ମାଙ୍କୁ ଜାଣି ନାହାଁନ୍ତି ।
ତୁମେ ବ୍ରାହ୍ମଣମାନେ ଏବେ ଜାଣୁଛ । ସନ୍ନ୍ୟାସୀ ମଧ୍ୟ ଜାଣି ନାହାଁନ୍ତି, ସେମାନେ ଆସି ବୁଝିବେ
ବି ନାହିଁ । ସେମାନେ ତ’ ସମସ୍ତେ ନିଜ-ନିଜର ଧର୍ମରେ ଆସିବେ । ହିସାବ-କିତାବ ଚୁକ୍ତ କରି
ଚାଲିଯିବେ । ତୁମକୁ ହିଁ ଏହି ମେହନତ କରିବା ଦ୍ୱାରା ବାବାଙ୍କଠାରୁ ସମ୍ପତ୍ତି ମିଳିବ । ଏବେ ପୁଣି
ଦେହୀ-ଅଭିମାନୀ ହେବାକୁ ପଡିବ । ଆତ୍ମାରେ ତ ମନ ରହିଛି ନା, ଆତ୍ମାକୁ ହିଁ ବାବାଙ୍କ ସହିତ ମନ
ଲଗାଇବାକୁ ହେବ । ଶରୀରରେ ମନ ନାହିଁ । ଶରୀରରେ ସବୁ ସ୍ଥୂଳ କର୍ମେନ୍ଦ୍ରିୟ ରହିଛି । ମନକୁ
ବାବାଙ୍କ ସହ ଲଗାଇବା ଏହା ଆତ୍ମାର କାମ ଅଟେ । ନିଜକୁ ଆତ୍ମା ଭାବି ପୁଣି ପରମାତ୍ମା ବାବାଙ୍କ
ସହିତ ହୃଦୟ ଲଗାଇବାକୁ ହେବ । ଆତ୍ମା ବହୁତ ସୂକ୍ଷ୍ମ ଅଟେ । କେତେ ଛୋଟ ସୂକ୍ଷ୍ମ ଆତ୍ମା । ପୁଣି
କେତେ ଅଭିନୟ କରୁଛି । ଏହା ହେଲା କୁଦରତ (ପ୍ରକୃତି) । ଏତେ ଛୋଟ ଆତ୍ମାରେ କେତେ ଅବିନାଶୀ ପାର୍ଟ
ଭରି ହୋଇ ରହିଛି । ତାହା କେବେ ଲିଭିବ ନାହିଁ । ବହୁତ ସୂକ୍ଷ୍ମ ଅଟେ । ତୁମେ ଚେଷ୍ଟା କଲେ ମଧ୍ୟ
ବଡ ଜିନିଷ ମନେ ପଡିବ । ମୁଁ ଆତ୍ମା ଛୋଟ ତାରକା ସଦୃଶ ଅଟେ, ବାବା ମଧ୍ୟ ଛୋଟ ଅଟନ୍ତି । ତୁମକୁ
ପ୍ରଥମେ ଏହି ମେହନତ କରିବାକୁ ହେବ । ଏତେ ଛୋଟ ଆତ୍ମା ହିଁ ବର୍ତ୍ତମାନ ପତିତ ହୋଇ ଯାଇଛି,
ଆତ୍ମାକୁ ପବିତ୍ର କରିବା ପାଇଁ ଏହା ହେଉଛି ପ୍ରଥମ ଉପାୟ । ପାଠ ପଢିବାକୁ ହେବ । ବାକି ଖେଳକୁଦ
କରିବା ତ ଅଲଗା କଥା । ଖେଳିବା ମଧ୍ୟ ଏକ କଳା । ପାଠପଢା ଦ୍ୱାରା ପଦ ମିଳିଥାଏ । ଖେଳକୁଦ କରିବା
ଦ୍ୱାରା ପଦ ମିଳେ ନାହିଁ । ଖେଳ ଆଦିର ବିଭାଗ ଅଲଗା ହୋଇଥାଏ । ତା’ ସହିତ ଜ୍ଞାନ ଅଥବା ଯୋଗର
ସମ୍ପର୍କ ନାହିଁ । ଏହି ଭୋଗ ଆଦି ଲଗାଇବା ମଧ୍ୟ ଖେଳ ଅଟେ । ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ
ପକାଇବା । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଧର୍ମରାଜଙ୍କ ଦଣ୍ଡରୁ ରକ୍ଷା ପାଇବା ପାଇଁ ଯୋଗରେ ରହିବାର ଗୁପ୍ତ ମେହନତ କରିବାକୁ ହେବ । ପାବନ
ହେବାର ଉପାୟ ହେଲା ନିଜକୁ ଆତ୍ମା ବିନ୍ଦୁ ଭାବି ବିନ୍ଦୁ ବାବାଙ୍କୁ ମନେ ପକାଇବା ।
(୨) ଜ୍ଞାନରେ ନିଜେ
ନିଜକୁ ମୀଆଁ ମିଠୁ ଅର୍ଥାତ୍ ମହାଜ୍ଞାନୀ ଭାବିବା ଉଚିତ୍ ନୁହେଁ । ନିଜର ଅବସ୍ଥାକୁ ଏକରସ କରିବାର
ଅଭ୍ୟାସ କରିବାକୁ ହେବ । ବାବାଙ୍କର ନିର୍ଦ୍ଦେଶ ଗୁଡିକୁ ପାଳନ କରିବାକୁ ହେବ ।
ବରଦାନ:-
ପ୍ରତ୍ୟେକ କର୍ମ
କରୁଥିଲେ ମଧ୍ୟ କମଳ ଆସନ ଉପରେ ବିରାଜମାନ ରହୁଥିବା ସହଜ ବା ନିରନ୍ତର ଯୋଗୀ ଭବ ।
ନିରନ୍ତର ଯୋଗଯୁକ୍ତ
ସ୍ଥିତିରେ ରହିବା ପାଇଁ କମଳ ପୁଷ୍ପର ଆସନ ଉପରେ ସର୍ବଦା ବିରାଜମାନ ରୁହ, କିନ୍ତୁ କମଳ ଆସନ ଉପରେ
ସେହି ଆତ୍ମା ସ୍ଥିତ ରହି ପାରିବ ଯିଏ ଲାଇଟ୍ ଅର୍ଥାତ୍ ହାଲୁକା ହୋଇଥିବ । କୌଣସି ପ୍ରକାରର ବୋଝ
ବା ବନ୍ଧନ ନଥିବ । ମନର ସଂକଳ୍ପର ବୋଝ, ସଂସ୍କାର ଗୁଡିକର ବୋଝ, ଦୁନିଆର ବିନାଶୀ ଜିନିଷଗୁଡିକର
ଆକର୍ଷଣର ବୋଝ, ଲୌକିକ ସମ୍ବନ୍ଧୀମାନଙ୍କର ସ୍ନେହ ମମତାର ବୋଝ - ଯେତେବେଳେ ଏହି ସବୁ ବୋଝଗୁଡିକ
ସମାପ୍ତ ହୋଇଯିବ, ସେତେବେଳେ ହିଁ କମଳ ଆସନ ଉପରେ ବିରାଜମାନ ନିରନ୍ତର ଯୋଗୀ ହୋଇପାରିବ ।
ସ୍ଲୋଗାନ:-
ଯଦି ସହନଶୀଳତାର
ଗୁଣକୁ ଧାରଣ କରିନେବା ତେବେ ଅସତ୍ୟତାର ସାହାରା ନେବାକୁ ପଡିବ ନାହିଁ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
କାହାର ସଂସ୍କାର ଯଦି
ସରଳ ବା ମଧୁର ହୋଇଥାଏ, ତେବେ ସେହି ସଂସ୍କାର ତା’ର ସ୍ୱରୂପରେ ଦେଖାଯାଇଥାଏ । ସେହିପରି
ତୁମମାନଙ୍କର ସଂସ୍କାର ଯେତେବେଳେ ବାପଦାଦାଙ୍କ ସମାନ ହୋଇଯିବ ସେତେବେଳେ ବାପଦାଦାଙ୍କର ସ୍ୱରୂପ
ସମସ୍ତଙ୍କୁ ଦେଖାଯିବ । ବାପଦାଦା ଯେପରି ଅଟନ୍ତି ଅବିକଳ ସେହିପରି ଗୁଣ, ସେହିପରି କର୍ତ୍ତବ୍ୟ,
ସେହିପରି ବାଣୀ ଏବଂ ସେହିପରି ସଂକଳ୍ପର ଅନୁଭବ ହେବ । ସମସ୍ତଙ୍କ ମୁଖରୁ ବାହାରିବ ଇଏ ତ ଅବିକଳ
ତାଙ୍କ ଭଳି ଲାଗୁଛନ୍ତି ।