28.06.26    Avyakt Bapdada     Odia Murli    30.11.2010     Om Shanti     Madhuban


“ପ୍ରତି ଘଣ୍ଟାରେ ପାଞ୍ଚ ସ୍ୱରୂପର ବ୍ୟାୟାମ କରି ମନକୁ ଶକ୍ତିଶାଳୀ କର, ଯେବେକି ବାବା ହିଁ ସଂସାର ଅଟନ୍ତି, ତେବେ ସଂସ୍କାରକୁ ମଧ୍ୟ ବାବାଙ୍କ ସମାନ କର ”


ଆଜି ବାପଦାଦା ସମସ୍ତ ଗୋଟିଏ ଦେଶର ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି, ଯାହା ସମସ୍ତଙ୍କର ବାସ୍ତବିକ ଦେଶ ଅଟେ । ଜାଣିଛ ତ ସେହି ଗୋଟିଏ ଦେଶ କେତେ ପ୍ରିୟ ଅଟେ! ବାପଦାଦା ମଧ୍ୟ ସେହି ଦେଶରୁ ସମସ୍ତ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ପିଲାମାନଙ୍କୁ ବାବାଙ୍କ ସହିତ ମିଶିବାର ଖୁସି ମିଳୁଛି ଏବଂ ବାବାଙ୍କୁ ପିଲାମାନଙ୍କ ସହିତ ମିଶିବାର ଖୁସି ମିଳୁଛି । ଆଜି ବାପଦାଦା ସବୁ ପିଲାମାନଙ୍କର ସ୍ୱରୂପକୁ, ବିଶେଷ କରି ପାଞ୍ଚୋଟି ରୂପକୁ ଦେଖୁଛନ୍ତି । ସେଥିପାଇଁ ପଞ୍ଚମୁଖୀ ବ୍ରହ୍ମାଙ୍କର ମଧ୍ୟ ଗାୟନ ରହିଛି । ତେବେ ନିଜର ପାଞ୍ଚୋଟି ଯାକ ରୂପକୁ ତ ଜାଣିଛ ନା! ପ୍ରଥମେ ହେଲା ସମସ୍ତଙ୍କର ଜ୍ୟୋତିବିନ୍ଦୁ ରୂପ, ସମ୍ମୁଖକୁ ଆସିଗଲା ତ! କେତେ ଚମକଦାର ପ୍ରିୟ ରୂପ ଅଟେ । ଦ୍ୱିତୀୟରେ ହେଲା ଦେବତା ରୂପ, ସେହି ରୂପ ମଧ୍ୟ କେତେ ନିଆରା ଏବଂ କେତେ ପ୍ରିୟ ଅଟେ । ତୃତୀୟରେ ହେଲା ମଧ୍ୟ କାଳର ପୂଜନୀୟ ରୂପ, ଚତୁର୍ଥରେ ସଂଗମବାସୀ ବ୍ରାହ୍ମଣ ରୂପ, ତାହା ମଧ୍ୟ କେତେ ମହାନ ଅଟେ ଏବଂ ପଞ୍ଚମରେ ହେଲା ଫରିସ୍ତା ରୂପ । ଏହି ପାଞ୍ଚୋଟି ଯାକ ରୂପ କେତେ ପ୍ରିୟ ଅଟେ । ବାପଦାଦା ଆଜି ପିଲାମାନଙ୍କୁ ମନର ଏକ୍ସର ସାଇଜ୍ ଅର୍ଥାତ୍ ବ୍ୟାୟାମ ଶିଖାଉଛନ୍ତି କାହିଁକିନା ମନ ପିଲାମାନଙ୍କୁ କେବେକେବେ ନିଜ ଆଡକୁ ଟାଣିନେଉଛି । ତେଣୁ ଆଜି ବାପଦାଦା ମନକୁ ଏକରସ କରିବା ପାଇଁ ଏକ୍ସରସାଇଜ୍ ଶିଖାଉଛନ୍ତି । ସାରା ଦିନ ଭିତରେ ଏହି ପାଞ୍ଚୋଟିଯାକ ରୂପର ଏକ୍ସରସାଇଜ୍ କର ଏବଂ ଅନୁଭବ କର, ଯେଉଁ ରୂପକୁ ଭାବିଲ ମନ ଭିତରେ ତାକୁ ଅନୁଭବ କର । ଯେପରି ଜ୍ୟୋତିବିନ୍ଦୁ କହିବା ମାତ୍ରକେ ସେହି ଚମକୁଥିବା ରୂପ ସମ୍ମୁଖକୁ ଆସିଗଲା ନା! ସେହିପରି ପାଞ୍ଚୋଟିଯାକ ରୂପକୁ ସାମ୍‌ନାକୁ ଆଣ ଏବଂ ସେହି ରୂପକୁ ଅନୁଭବ କର । ପ୍ରତି ଘଣ୍ଟାରେ ପାଞ୍ଚ ସେକେଣ୍ଡ ଏହି ଡ୍ରିଲ୍ କରିବାରେ ଲଗାଅ । ଯଦି ପାଞ୍ଚ ସେକେଣ୍ଡ ନୁହେଁ ତେବେ ପାଞ୍ଚ ମିନିଟ୍ ଲଗାଅ । ପ୍ରତ୍ୟେକ ରୂପକୁ ସମ୍ମୁଖକୁ ଆଣ ଏବଂ ଅନୁଭବ କର । ମନକୁ ଏହି ଆତ୍ମିକ ଏକ୍ସରସାଇଜରେ ଯଦି ବ୍ୟସ୍ତ ରଖିବ ତେବେ ମନ ସର୍ବଦା ଠିକ୍ ରହିବ । ଯେପରି ଶାରୀରିକ ବ୍ୟାୟାମ ଶରୀରକୁ ସୁସ୍ଥ ରଖିଥାଏ, ସେହିପରି ଏହି ବ୍ୟାୟାମ ମଧ୍ୟ ମନକୁ ଶକ୍ତିଶାଳୀ କରି ରଖିବ । ଗୋଟିଏ ସେକେଣ୍ଡ ହେଉ ପଛକେ ମନ ଭିତରେ ସେହି ରୂପକୁ ଆଣ, କ’ଣ ସହଜ ଅଟେ ତ, ନା ମୁଶକିଲ୍ ଲାଗୁଛି? ତେବେ ମୁଶକିଲ୍ ଲାଗିବ ନାହିଁ କାହିଁକିନା ଏହି ଏକ୍ସସରସାଇଜ୍ ତୁମେମାନେ ଅନେକ ଥର କରିସାରିଛ । ପ୍ରତି କଳ୍ପରେ କରୁଛ । ନିଜର ହିଁ ରୂପକୁ ସମ୍ମୁଖକୁ ଆଣିବା କିଛି ମୁଶକିଲ୍‌ର କଥା ନୁହେଁ । ଗୋଟିଏ ଗୋଟିଏ ରୂପ ତୁମ ସମ୍ମୁଖକୁ ଆସିବା ମାତ୍ରକେ ତା’ର ବିଶେଷତାର ଅନୁଭବ ହେବ । କେବେ କେବେ କେହି କେହି ପିଲା କହିଥାଆନ୍ତି ଯେ ଆମେ ଏହି ସବୁ ରୂପ ଗୁଡିକୁ ଅନୁଭବ କରିବାକୁ ଚାହୁଁଛୁ କିନ୍ତୁ ମନ ଆନ୍ୟ ଆଡକୁ ଚାଲିଯାଉଛି । ଯେତେ ସମୟ ପର୍ଯ୍ୟନ୍ତ ମନକୁ ଯେଉଁଠି ଲଗାଇବା ପାଇଁ ଚାହୁଁଛୁ ସେତିକି ସମୟ ଲାଗିବା ପରିବର୍ତ୍ତେ ମନରେ ବ୍ୟର୍ଥ ଏବଂ ଅଯଥାର୍ଥ ସଂକଳ୍ପ ମଧ୍ୟ ଆସିଯାଉଛି । କେବେ କେବେ ମନ ଭିତରେ ଅବହେଳା ପଣିଆ ମଧ୍ୟ ଆସିଯାଉଛି । ତେଣୁ ବାପଦାଦା ପ୍ରତି ଘଣ୍ଟାରେ ପାଞ୍ଚ ସେକେଣ୍ଡ ହେଉ ବା ପାଞ୍ଚ ମିନିଟ୍ ହେଉ ଏହି ଏକ୍ସସର୍‌ସାଇଜ୍ ଦ୍ୱାରା ଅନୁଭବ କରାଇବା ପାଇଁ ଚାହୁଁଛନ୍ତି । ପାଞ୍ଚ ମିନିଟ୍ ଏକ୍ସସରସାଇଜ୍ କରି ମନକୁ ଏହି ଆଡକୁ ଆଣ । ମନ ଏହି ଆଡକୁ ଆସିବା ତ ଭଲ ନା! ତା’ପରେ ନିଜ ନିଜ କାମରେ ଲାଗିଯାଅ କାହିଁକିନା କର୍ମ ଧନ୍ଦା ତ କରିବାକୁ ହିଁ ପଡିବ । କର୍ମ ନ କରି ତ ରହିପାରିବ ନାହିଁ । ଯଞ୍ଚ ସେବା, ବିଶ୍ୱ ସେବା ତ ସମସ୍ତେ କରୁଛ ଏବଂ କରିବାକୁ ହିଁ ପଡିବ । ଏହି ପାଞ୍ଚ ମିନିଟ୍‌ର ଡ୍ରିଲ୍ କରିବା ପରେ ମନର ଯେଉଁ କାର୍ଯ୍ୟ ରହିଛି ସେଥିରେ ଲାଗିଯାଅ । ଚାହେଁ ପାଞ୍ଚ ସେକେଣ୍ଡ ଲଗାଅ ଚାହେଁ ପାଞ୍ଚ ମିନିଟ୍ ଲଗାଅ କିନ୍ତୁ କେହି ଏପରି ଅଛ କି ଯାହାଙ୍କୁ ଏତିକି ସମୟ ମଧ୍ୟ ମିଳୁନାହିଁ! କେହି ଅଛ କି, ହାତ ଉଠାଅ । ଯାହା ପାଖରେ ପାଞ୍ଚ ମିନିଟ ମଧ୍ୟ ନାହିଁ । କେହି ନାହାଁନ୍ତି । କେହି ଅଛ କି? ସମସ୍ତେ ସମୟ ବାହାର କରିପାରିବେ । ଯଦି ବାରମ୍ବାର ଏହି ଏକ୍ସରସାଇଜ୍ କରିବ ତେବେ କର୍ମଧନ୍ଦା କରିବା ସମୟରେ ମଧ୍ୟ ଏହି ନିଶା ରହିବ କାହିଁକିନା ବାବାଙ୍କର ମନ୍ତ୍ର ମଧ୍ୟ ମନମନାଭବ ଅଟେ । ତେବେ ଏହି ମନ୍ତ୍ର ମନର ଅନୁଭବ ଦ୍ୱାରା ମାୟାଜିତ୍ ହେବାର ଯନ୍ତ୍ର ପାଲଟିଯିବ କାହିଁକିନା ବାପଦାଦା ପୂର୍ବରୁ ଶୁଣାଇ ସାରିଛନ୍ତି ଯେ ସମୟ ଯେତେ ଯେତେ ଆଗକୁ ବଢିଚାଲିବ, ସେହି ଅନୁସାରେ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ଲଗାଇ ମନର ସଂକଳ୍ପକୁ ବନ୍ଦ କରିବାକୁ ହେବ । ତେଣୁ ଏହି ଏକ୍ସରସାଇଜ୍ କରିବା ଦ୍ୱାରା ମନମନାଭବ ହେବାରେ ସହଯୋଗ ମିଳିବ କାହିଁକିନା ବାପଦାଦା ଦେଖୁଛନ୍ତି ଯେ ଯାହା ବି ଭାଷଣରେ କହୁଛ ବା କାହାକୁ ସନ୍ଦେଶ ଦେଉଛ ସେଥିରେ କ’ଣ କହୁଛ? ଆମେ ବିଶ୍ୱକୁ ପରିବର୍ତ୍ତନ କରିବାବାଲା ଅଟୁ । ଯଦି ବିଶ୍ୱକୁ ପରିବର୍ତ୍ତନ କରିବ ତେବେ ପ୍ରଥମେ ନିଜର ମନକୁ ଏଭଳି ଶକ୍ତିଶାଳୀ କର ଯାହାକି ଯେଉଁ ସମୟରେ ଯେଉଁ ସଂକଳ୍ପ କରିବାକୁ ଚାହିଁବ ମନ ସେହି ସଂକଳ୍ପ କରୁଥିବ । ଗୋଟିଏ ସେକେଣ୍ଡରେ ଆଦେଶ ଦିଅ, ଯେପରି ଏହି ଶରୀରର ଅନ୍ୟ ସବୁ କର୍ମେନ୍ଦ୍ରିୟ ଗୁଡିକୁ ଆଦେଶ ଦେଉଛ, ଉପରକୁ ହୁଅ, ତଳକୁ ହୁଅ, ତେବେ କରୁଛି ନା! ସେହିଭଳି ମନ ମଧ୍ୟ ବ୍ୟର୍ଥ ଠାରୁ ଏବଂ ଅଯଥାର୍ଥ ମୁକ୍ତ ହୋଇଯାଉ । ମନର ମାଲିକ ଅଟ, ମୋ’ର ମନ କହୁଛ ନା? ତେଣୁ ମୋ’ର ମନ ଏତିକି ଆଦେଶ ମୁତାବକ ଚାଲୁ, ସେଥିପାଇଁ ଏହିଭଳି ମନର ଏକ୍ସସରସାଇଜ୍ ଶୁଣାଇ ଦେଲୁ ।

ବାପଦାଦା ଦେଖିଲେ ଯେ ପ୍ରତ୍ୟେକ ସନ୍ତାନ ଏହି କଥା ଚାହୁଁଛି ଯେ ମୋତେ ମନଜିତ୍ ଜଗତ୍‌ଜିତ୍ ହେବାର ଅଛି ସେଥିପାଇଁ ଆସିବାକୁ ଯାଉଥିବା ସମୟ ପୂର୍ବରୁ ଏହି ଅଭ୍ୟାସ କର ଯାହାଦ୍ୱାରା ଯେଉଁଠି ଇଚ୍ଛା ମନ ସେଠାରେ ସହଜରେ ସ୍ଥିତ ହୋଇପାରୁଥିବ । ତେଣୁ ଆଜି ବାପଦାଦା ଏହି କଥା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ଏଭଳି ଶକ୍ତିଶାଳୀ ହୋଇଯାଆନ୍ତୁ ଯାହାକି ଯାହାବି ସଂକଳ୍ପ କରିବ ସେହି ଅନୁସାରେ ମନ-ବୁଦ୍ଧି-ସଂସ୍କାର ଶୃଙ୍ଖଳିତ ଭାବରେ ଚାଲୁଥିବେ । ଯାହାର ଏହିଭଳି ଅଭ୍ୟାସ ଥିବ ସେ ନିଶ୍ଚିତ ଭାବରେ ଜଗତ୍‌ଜିତ୍ ହୋଇଯିବ । ତେବେ ବାପଦାଦାଙ୍କ ସହିତ ଏବଂ ପରିବାର ସହିତ ସ୍ନେହ ତ ସମସ୍ତଙ୍କର ରହିଛି । ପିଲାମାନଙ୍କର ଯେତିକି ସ୍ନେହ ବାବାଙ୍କ ସହିତ ରହିଛି ତା’ଠାରୁ ଅଧିକ ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି । ତେଣୁ ପିଲାମାନେ ବହୁତ ଭଲ ଚତୁରତା କରିଛନ୍ତି, ମେରା ବାବା ମେରା ବାବା କହି ନିଜର କରିନେଇଛନ୍ତି । ପ୍ରତ୍ୟେକ ସନ୍ତାନ ନିଶ୍ଚୟର ସହିତ ଏହି କଥା କହୁଛି “ମେରା ବାବା” ଏବଂ ବାବା ମଧ୍ୟ କହୁଛନ୍ତି ମେରା ବଚ୍ଚା । ଏହି ମୋ’ର ଶବ୍ଦ ହିଁ କମାଲ କରିଦେଇଛି । ତେବେ ସମସ୍ତଙ୍କ ଦିଲ ଭିତରେ କେତେ ଉମଙ୍ଗ-ଉତ୍ସାହ ଆସୁଛି, ମେରା ବାବା, ପ୍ୟାରା ବାବା ଏବଂ ବାବା ମଧ୍ୟ ବାରମ୍ବାର କହୁଛନ୍ତି ମେରେ ବଚ୍ଚେ । ଯଦି ମାୟାର କୌଣସି ପ୍ରକାରର ଆକମ୍ରଣ ହେଉଛି କାହିଁକିନା ଅଧାକଳ୍ପ ଧରି ମାୟକୁ ନିଜର କରି ରଖିଥିଲା ନା! ତେଣୁ ମାୟାର ମଧ୍ୟ ତୁମମାନଙ୍କ ପ୍ରତି ସ୍ନେହ ତ ଥିବ ନା! ଏଥିପାଇଁ ସେ ବାରମ୍ବାର ଆସିବାକୁ ଚେଷ୍ଟା କରୁଛି କିନ୍ତୁ ଯିଏ ଦିଲ୍‌ର ସହିତ ମେରା ବାବା କହିଥାଏ ତା’କୁ ବାବାଙ୍କର ସହଯୋଗ ମିଳିଥାଏ । ଯଦି ଗୋଟିଏ ଥର ଦିଲ୍‌ର ସହିତ କହିବ ମେରା ବାବା ତେବେ ହଜାରେ ଥର ଶକ୍ତିଶାଳୀ ସହଯୋଗ ଦେବା ପାଇଁ ବାବା ବନ୍ଧାୟମାନ ଅଟନ୍ତି । ଅନୁଭବ ତ ଅଛି ନା! କେବଳ ଯଥା ସମୟରେ ଏହି ଅନୁଭବକୁ କାର୍ଯ୍ୟରେ ଲଗାଅ ।

ବାପଦାଦା ପିଲାମାନଙ୍କର ଗୋଟିଏ କଥାକୁ ଦେଖି ମନ ଭିତରେ ପିଲାମାନଙ୍କ ଉପରେ ମୁରୁକୀ ହସୁଛନ୍ତି । ଜାଣିଛ ତାହା କେଉଁ କଥା? ସମସ୍ତେ କହୁଛନ୍ତି ଯେ ବାବା ହିଁ ମୋ’ର ସଂସାର । କହୁଛ ନା! ବାବା ହିଁ ଆମର ସଂସାର ଅଟନ୍ତି । କହୁଛ ତ! ଯେଉଁମାନେ କହୁଛ ବାବା ହିଁ ମୋ’ର ସଂସାର ସେମାନେ ହାତ ଉଠାଅ । ଆଚ୍ଛା, ବାବା ହିଁ ତୁମର ସଂସାର ଅଟନ୍ତି । ଅନ୍ୟ କୌଣସି ସଂସାର ତ ନାହିଁ ନା! ସଂସାର ଅନ୍ୟ କୌଣସି ନାହିଁ କିନ୍ତୁ ଅନ୍ୟ କ’ଣ ଅଛି? ସଂସ୍କାର । ଯେବେକି ବାବା ହିଁ ମୋ’ର ସଂସାର, ଅନ୍ୟ କୌଣସି ସଂସାର ହିଁ ନାହିଁ । ତେବେ ସଂସାର ତ ନାହିଁ କିନ୍ତୁ ସଂସ୍କାର କିପରି ଜନ୍ମ ହୋଇଯାଉଛି? ଆଜିକାଲି ବାପଦାଦା ସମୟକୁ ଦୃଷ୍ଟିରେ ରଖି ସଂସ୍କାର ଶବ୍ଦକୁ ସମାପ୍ତ କରିବା ପାଇଁ ଚାହୁଁଛନ୍ତି । କ’ଣ ସମାପ୍ତ ହୋଇପାରିବ? ହୋଇପାରିବ? ଯେଉଁମାନେ ଭାବୁଛନ୍ତି ଯେ ସଂସ୍କାର ବିଘ୍ନ ରୂପ ହୋଇ ପାରିବ ନାହିଁ, ଏହିଭଳି ଦୃଢ ସଂକଳ୍ପ କରିପାରିବ, ଦୃଢ ପୁରୁଷାର୍ଥ ଦ୍ୱାରା ଆଜି ମଧ୍ୟ ଦୃଢ ପୁରୁଷାର୍ଥ କରିପାରିବ ଯେ ମୋତେ ଏହାକୁ ସମାପ୍ତ କରିବାକୁ ହିଁ ହେବ । କରିବି, ଭାବିବି, ଦେଖିବି... ଏଭଳି ନୁହେଁ । କରିବାକୁ ହିଁ ହେବ । ସଂସ୍କାରର କାମ ହେଲା ଆସିବା ଏବଂ ପିଲାମାନଙ୍କର କାମ ହେଲା ସମାପ୍ତ କରିବାକୁ ହିଁ ହେବ । ସାହସ ଅଛି? ଅଛି ସାହସ? ପୂର୍ବରୁ ମଧ୍ୟ ହାତ ଉଠାଇଥିଲ କିନ୍ତୁ ଏବେ ଚେକ୍ କର ଯେଉଁ ସଂକଳ୍ପ କରିଥିଲି ତାହା ହେଉଛି ତ? ଯେଉଁମାନେ ଭାବୁଛନ୍ତି ଯେ ବାବା କହିଛନ୍ତି, ବାବାଙ୍କର କାମ ହେଲା ଲକ୍ଷ୍ୟ ଦେବା ଏବଂ ପିଲାମାନଙ୍କ କାମ ହେଲା ବାବା ଯାହା କହିଲେ ତାକୁ କରିବାକୁ ହିଁ ହେବ । ଏହାର ମଧ୍ୟ ଗୋଟିଏ ତାରିଖ ନିଧାର୍ଯ୍ୟ କର, ଯେପରି ଭକ୍ତମାନେ ତିଥି ନିର୍ଦ୍ଧାରିତ କରିଛନ୍ତି, ଶିବରାତ୍ରି ତ ପାଳନ କରୁଛନ୍ତି ନା! ସେହିଭଳି ଏହାର ମଧ୍ୟ ତାରିଖ ନିଧାର୍ଯ୍ୟ କର । ଆଚ୍ଛା ଯଦି ସମସ୍ତଙ୍କର ଏକାଠି ଗୋଟିଏ ତିଥି ନିର୍ଦ୍ଧାରିତ ହୋଇ ପାରିବ ନାହିଁ ତେବେ ପ୍ରଥମେ ନିଜେ ନିଜ ପାଇଁ ତିଥି ନିର୍ଦ୍ଧାରିତ କରିପାରିବ ନା! କରିପାରିବ! ଯଦି କରିପାରିବ ତେବେ ହାତ ଉଠାଅ । କରିଲ ତ! ଯଦି କରିପାରିବ ତେବେ କରିଲ କି? ଡବଲ ବିଦେଶୀମାନେ ନିଜ ପାଇଁ କୌଣସି ତାରିଖ ନିଧାର୍ଯ୍ୟ କରିଲ! ଆଚ୍ଛା ସାମ୍‌ନାବାଲା ନିଧାର୍ଯ୍ୟ କରିଲ? ଯେଉଁ ଡେଟ୍ ଫିକ୍ସ୍ କରିଲ, ତାହା ବାପଦାଦାଙ୍କୁ ଲେଖି କରିଦେବ । ବାପଦାଦା ମଧ୍ୟ ପିଲାମାନଙ୍କୁ, ପରୀକ୍ଷାରେ ପାସ୍ କରିବାର ବାହାଦୁରୀ ତ ଦେବେ ନା! ତା’ପରେ ଗୀତ ଗାଇବେ ବାଃ ବଚ୍ଚେ ବାଃ! ଏବଂ ଉତ୍ସବ ମଧ୍ୟ ପାଳନ କରିବେ ଯେଉଁମାନେ ସଂକଳ୍ପ କରିଲେ ଏବଂ ସେହି ଅନୁସାରେ କାର୍ଯ୍ୟରେ ମଧ୍ୟ କରିଦେଖାଇଲେ ତାଙ୍କର ଉତ୍ସବ ପାଳନ କରାଯିବ କାହିଁକିନା ଚାଲିଚଳନରେ ଫରକ ତ ଦେଖାଯିବ ନା! ତେବେ ଏଥିପାଇଁ ଯେଉଁ ଡେଟ୍ ଫିକ୍ସ କରିବ, ସେଥିରେ ଆଗକୁ ବଢିବା ପାଇଁ ସେହି ସ୍ଥିତିର ପାଖାପାଖି ହୋଇ ଚାଲିବ ନା! ଫରକ ଆସିବା ମଧ୍ୟ ଆରମ୍ଭ ହୋଇଯିବ । ତେବେ ଯାହାର ନିଧାର୍ଯ୍ୟ ତାରିଖ ଅନୁସାରେ ସମ୍ପନ୍ନ ସ୍ଥିତି ହୋଇଯିବ, ବାପଦାଦା ତା’ର ଉତ୍ସବ ପାଳନ କରିବେ । ଭିତରେ ଭିତରେ ଯାହା ବି କରିବ ଦେଖିବାବାଲା ମଧ୍ୟ ତୁମକୁ ପରଖିବେ କାହିଁକିନା ସମସ୍ତଙ୍କ ସହିତ ସମ୍ପର୍କରେ ତ ଆସିବ ନା! ସଂସ୍କାର ତ କାହା ନା କାହା ପାଖରେ ବାହାରିବ ନା! କାହିଁକିନା ବାପଦାଦା ଦେଖିଲେ ଯେ ପ୍ରତ୍ୟେକ ସନ୍ତାନ ଭିତରେ ଏହି ଶୁଦ୍ଧ ନିଶା ତ ରହିଛି ଯେ ମୁଁ ମାଷ୍ଟର ସର୍ବଶକ୍ତିବାନ ଅଟେ । ମାଷ୍ଟର ତ ଅଟ ନା? ଯଦି ସର୍ବଶକ୍ତିବାନ ଅଟ ତେବେ ନିଜର ସଂକଳ୍ପକୁ ପୂରଣ କରିବା ମଧ୍ୟ ଶକ୍ତି ଅଟେ ନା! ଆଚ୍ଛା!

ଯେଉଁମାନେ ଆଜି ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ଉଠ । ଦେଖ, କେତେ ଜଣ ଆସିଛନ୍ତି । ବାପଦାଦା ଅଭିନନ୍ଦନ ଦେଉଛନ୍ତି । ଅଭିନନ୍ଦନ, ଅଭିନନ୍ଦନ । ବାପଦାଦା ପୁଣି ବି ଏଭଳି ଭାବୁଛନ୍ତି ଯେ ଅତି ବିଳମ୍ବର ବୋର୍ଡ ଲାଗିବା ପୂର୍ବରୁ ତ ଆସିଯାଇଛ ସେଥିପାଇଁ ସାରା ପରିବାରର, ବାପଦାଦାଙ୍କର ତ ନିଶ୍ଚିତ ରହିଛି କିନ୍ତୁ ସାରା ପରିବାରର ମଧ୍ୟ ତୁମମାନଙ୍କ ପ୍ରତି ଏହି ଶୁଭ ଆଶା ରହିଛି ଯେ ସର୍ବଦା ଡବଲ ପୁରୁଷାର୍ଥ କରି ଶେଷରେ ଆସିଥିଲେ ମଧ୍ୟ ତୀବ୍ରବେଗରେ ପୁରୁଷାର୍ଥ କରି ଆଗକୁ ବଢିପାରିବେ । କ’ଣ ଅଛି ସାହସ! ଯେଉଁମାନେ ଆଜି ପ୍ରଥମ ଥର ଆସିଛନ୍ତି ସେମାନଙ୍କ ଭିତରେ ସାହସ ଅଛି ଯେ ଶେଷ ସମୟରେ ଆସଥିଲେ ମଧ୍ୟ ତୀବ୍ରବେଗରେ ପୁରୁଷାର୍ଥ କରି ପ୍ରଥମ ଶ୍ରେଣୀରେ ଆସିଯିବ? ପ୍ରଥମ ନମ୍ବରରେ । କେବଳ ଜଣେ ପ୍ରଥମ ନମ୍ବର ହେବ ତାହା ନୁହେଁ । ପ୍ରଥମ ଶ୍ରେଣୀରେ ପ୍ରଥମ ନମ୍ବର ହୁଅ, ହୋଇପାରିବ! ଯେଉଁମାନେ ଭାବୁଛନ୍ତି ଆମେ ତୀବ୍ରବେଗରେ ଯାଇ ପ୍ରଥମ ସ୍ଥାନ ନେଇପାରିବୁ ସେମାନେ ହାତ ଉଠାଅ । ନିଜ ଉପରେ ସେତିକି ନିଶ୍ଚୟ ଅଛି ତ? ଆଚ୍ଛା! ପଛବାଲା ହାତ ଉଚ୍ଚ କର, ହୋଇପାରିବ! ଆଚ୍ଛା! ଅଳ୍ପ ଅଛନ୍ତି । ପୁଣି ବି ସାରା ପରିବାର ଏବଂ ବାପଦାଦା ତୁମମାନଙ୍କୁ ସହଯୋଗ ଦେଇ ଆଗକୁ ବଢାଇବା ପାଇଁ ଚାହୁଁଛନ୍ତି, ସେଥିପାଇଁ ଯେଉଁ ସେଣ୍ଟର ତରଫରୁ ଆସିଛ ସେଠାକୁ ଯାଇ ନିଜର ଏହି ପ୍ରତିଜ୍ଞାକୁ ବାରମ୍ବାର ମନେ ପକାଇବ । ହୋଇପାରିବ, ଅସମ୍ଭବ ନୁହେଁ, ସମ୍ଭବ ଅଟେ କିନ୍ତୁ ଡବଲ ଧ୍ୟାନ ଦେବାକୁ ପଡିବ । ଯଦି ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରି ଦେଖାଇବ ତେବେ ସେଣ୍ଟରରେ ମଧ୍ୟ ତୁମର ତୀବ୍ର ପୁରୁଷାର୍ଥର ଦିନ ପାଳନ କରାଯିବ । ଉତ୍ସବ ପାଳନ ହେବ । ତେବେ ସମସ୍ତଙ୍କ ଦିଲ୍ ଭିତରେ ଉମଙ୍ଗ-ଉତ୍ସାହ ତ ଅଛି ଯେ ଶୀଘ୍ର ଶୀଘ୍ର ବାବାଙ୍କର ସମାନ ହୋଇ ଦେଖାଇବୁ । ବାପଦାଦା ମଧ୍ୟ ଅମୃତବେଳାରେ ପିଲାମାନେ ଯେତେବେଳେ ଏହି କଥା କୁହନ୍ତି ସେତେବେଳେ ଖୁସି ହୁଅନ୍ତି । କୁହନ୍ତି ବାଃ ପିଲେ ବାଃ! ଏବଂ ବାବା ମଧ୍ୟ ପ୍ରତ୍ୟେକ ସନ୍ତାନକୁ ଚାହେଁ ପୁରୁଣା ହୋଇଥାଉ, ଚାହେଁ ନୂଆ ହୋଇଥାଉ ସବୁ ପିଲାଙ୍କୁ ବହୁତ ବହୁତ ଦିଲ୍‌ର ଆଶୀର୍ବାଦ ଦେଉଛନ୍ତି । ଗୋଟିଏ ପାଦ ତୁମମାନଙ୍କର ଏବଂ ହଜାରେ ପାଦ ବାବାଙ୍କର ସହଯୋଗର, କାହିଁକିନା ଏବେ ସମୟର ପରିବର୍ତ୍ତନ ତୀବ୍ର ଗତିରେ ହୋଇଚାଲିଛି । ଆଚ୍ଛା!

ସେବାର ପାଳି ଦିଲ୍ଲୀ ଏବଂ ଆଗ୍ରା ଜୋନ୍‌ର ଅଟେ:-

ବାପଦାଦା ଶୁଣିଛନ୍ତି ଯେ ଦିଲ୍ଲୀ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସେବାର ନୂଆ ନୂଆ ଯୋଜନା ସବୁ କରିଆସିଛି । କରିଛ ନା! ଦିଲ୍ଲୀ କରିଛି । ତେଣୁ ଏବେ ମଧ୍ୟ ସେବାର କୌଣସି ନୂଆ ଯୋଜନା ଉଦ୍‌ଭାବନ କର । ଯେଉଁ ସବୁ ଭାଷଣର କାର୍ଯ୍ୟକ୍ରମ ଚାଲିଛି ବା ଅନ୍ୟ କାର୍ଯ୍ୟକ୍ରମ ସବୁ ହେଉଛି ସେଗୁଡିକ ମଧ୍ୟ ଭଲ ହେଉଛି କାହିଁକିନା ତା’ଦ୍ୱାରା ବୃଦ୍ଧି ହେଉଛି ଏବଂ ଆତ୍ମାମାନେ ସମ୍ବନ୍ଧରେ ଆସୁଛନ୍ତି । ତେବେ ଏବେ ଯାହା ସବୁ ଚାଲୁଛି ତାହା ମଧ୍ୟ ଭଲ କିନ୍ତୁ ସେହିଭଳି କାର୍ଯ୍ୟକ୍ରମ ଗୁଡିକ ଏବେ ବହୁତ ହୋଇସାରିଲାଣି ତେଣୁ ଏବେ କୌଣସି ନୂଆ ଉପାୟ ବାହାର କର ଯାହାଦ୍ୱାରା ସେବାଧାରୀଙ୍କ ଭିତରେ ନୂଆ ଉମଙ୍ଗ-ଉତ୍ସାହ ଆସିବ । କରିବ ତ! ଭଲ କଥା । ସମସ୍ତଙ୍କୁ ଉମଙ୍ଗ-ଉତ୍ସାହ ଦେଇ ସେବାରେ ବ୍ୟସ୍ତ ରଖିଦିଅ । ଯେଉଁସବୁ ବଡ ବଡ କାର୍ଯ୍ୟକ୍ରମଗୁଡିକ ହେଉଛି ସେଥିରେ ଭାଷଣ କରିବାବାଲା ତ ବ୍ୟସ୍ତ ରହୁଛନ୍ତି କିନ୍ତୁ ଅନ୍ୟମାନେ କେବଳ ସାଥୀରେ ରହୁଛନ୍ତି । ତାହା ମଧ୍ୟ ଜରୁରୀ ଅଟେ କିନ୍ତୁ ଏଭଳି କୌଣସି କାର୍ଯ୍ୟ ବାହାର କର ଯେଉଁଥିରେ ସବୁ କ୍ୱାଲିଟୀର ଆତ୍ମାମାନେ ନିଜେ କରିବେ ଏବଂ ସେଥିରେ ବ୍ୟସ୍ତ ରହିବେ କାହିଁକିନା ଦିଲ୍ଲୀକୁ ହିଁ ରାଜଧାନୀ କରିବାର ଅଛି । ତେଣୁ ଦିଲ୍ଲୀବାଲାଙ୍କୁ ଏହିଭଳି କୌଣସି ଉଦ୍‌ଭାବନ ବାହାର କରିବା ଦରକାର । ଠିକ୍ ତ! ଠିକ୍ ଅଛି, ସମସ୍ତେ କରିବ ତ! ହାତ ଉଠାଅ । ଭଲ କଥା । କେହି ବି କରିପାରିବ । ନୂଆମାନେ ମଧ୍ୟ ଉପାୟ ବାହାର କରିପାରିବ । ଯଦି କାହା ଭିତରେ ବି କୌଣସି ସଂକଳ୍ପ ଆସୁଛି ତେବେ ସେ ମଧ୍ୟ ଏଠାକୁ ଅର୍ଥାତ୍ ମଧୁବନ ଅଫିସକୁ ଲେଖି ଜଣାଇ ପାରିବେ । ସମସ୍ତଙ୍କ ପାଇଁ ସୁଯୋଗ ଅଛି । ଆଚ୍ଛା! ଦିଲ୍ଲୀବାଲା ପୁରୁଷାର୍ଥ କରିବାରେ ମଧ୍ୟ ପ୍ରଥମସ୍ଥାନ ନିଅନ୍ତୁ । ବାପଦାଦା ତ ବହୁତ ସମୟରୁ ଏହି କଥା କହିଛନ୍ତି ଯେ କୌଣସି ବି ସେବାକେନ୍ଦ୍ର ଚାହେଁ ଦେଶ ଭିତରର ହୋଇଥାଉ ବା ବିଦେଶର ହୋଇଥାଉ ଏବଂ ତା’ର ସମ୍ପର୍କରେ ଥିବା ସେବାକେନ୍ଦ୍ର ଗୁଡିକ ୬ ମାସ ପର୍ଯ୍ୟନ୍ତ ନିର୍ବିଘ୍ନ ରହି ଦେଖାଅ, କୌଣସି ବି ବିଘ୍ନ ଯେପରି ନ ଆସେ, ସମ୍ପୂର୍ଣ୍ଣ ନିର୍ବିଘ୍ନ । ଏଥିରେ ଯଦି ନମ୍ବରୱାନ ହେବ ତେବେ ତା’ର ମଧ୍ୟ ନିର୍ବିଘ୍ନ ଭବର ଦିବସ ପାଳନ ହେବ । ଏବେ କେବଳ ୬ ମାସ ପାଇଁ କୁହାଯାଉଛି । ୬ ମାସର ଅଭ୍ୟାସ ହୋଇଗଲେ ଭବିଷ୍ୟତ ପାଇଁ ମଧ୍ୟ ଅଭ୍ୟାସ ପଡିଯିବ । କିନ୍ତୁ ପୁରସ୍କାର ନେବା ପାଇଁ ୬ ମାସ ସମୟ ଦିଆଯାଇଛି । ତେବେ ଦିଲ୍ଲୀ କେଉଁ ନମ୍ବର ନେବ? ପ୍ରଥମ ନମ୍ବର! ବାପଦାଦା ଖୁସି ହେଉଛନ୍ତି । ସାରା ପରିବାରକୁ ମଧ୍ୟ ଖୁସି ଲାଗୁଛି । ଚାରିଆଡେ ସନ୍ତୁଷ୍ଟତାର ବାତାବରଣ ଖେଳିଯାଉ । ଚାହେଁ ସେବାରେ, ଚାହେଁ ଯାହା ବି ନିୟମ ସବୁ ତିଆରି ହୋଇଛି ସେଥିରେ ଦେଖିବା ବାପଦାଦା ତ କହିଛନ୍ତି କିନ୍ତୁ ଏବେ ପର୍ଯ୍ୟନ୍ତ ବାପଦାଦା ପାଖକୁ କୌଣସି ନାମ ଆସି ନାହିଁ । କୌଣସି ଜୋନ୍ ନହେଲେ ମଧ୍ୟ ଯେଉଁମାନେ ବି ବଡ ବଡ ସେଣ୍ଟର ସବୁ ଅଛନ୍ତି ବା ସେମାନଙ୍କର ସମ୍ପର୍କରେ ଥିବା ସେଣ୍ଟରଗୁଡିକ ଯଦି ଏତିକି ବି କରିବେ ତେବେ ବାପଦାଦା ଦେଖିବେ । ଏବେ ଶୀଘ୍ର ଶୀଘ୍ର ପାଦ ଆଗକୁ ବଢାଅ, କାହିଁକି ଜାଣିଛ? ଅଚାନକ ଭାବରେ କ’ଣ କେତେ ବେଳେ ହୋଇପାରେ । ତା’ର ତାରିଖ କୁହାଯିବ ନାହିଁ । ଆଚ୍ଛା!

ଆଗ୍ରା ସବ୍‌ଜୋନ୍‌:- ଆଗ୍ରାକୁ ଏଭଳି କୌଣସି କାର୍ଯ୍ୟ ବା ସେବା କରିବାକୁ ହେବ, ଯାହାକି ସରକାରୀ ତାଲିକାରେ ଆଗ୍ରା ଯେପରି ବିଖ୍ୟାତ ଅଟେ, ସେହିପରି ଆଗ୍ରାର ପିଲାମାନେ ଏପରି କୌଣସି ସେବା ଖୋଜି ବାହାର କର ଯାହାଦ୍ୱାରା ସର୍ବଶକ୍ତିବାନ ସରକାର ପାଖରେ ମଧ୍ୟ ବିଖ୍ୟାତ ହୋଇଯିବ । ତେଣୁ ଆଗ୍ରାରେ ଯେପରି ତାଜମହଲ ରହିଛି, ସେହିପରି କିଛି ନା କିଛି କର । ଭରଷା ଅଛି ନିଜ ଉପରେ! ଯଦି ଅଛି ସେଥିପାଇଁ ଅଭିନନ୍ଦନ । କ’ଣ କରିବ? ଏବଂ କେତେ ସମୟରେ କରିବ? (ମେଳା କରିବୁ, ମେଗା ପ୍ରୋଗ୍ରାମ କରିବୁ) ମେଗାପ୍ରୋଗ୍ରାମ ତ ସମସ୍ତେ କରୁଛନ୍ତି କିନ୍ତୁ କୌଣସି ନୂଆ ଉଦ୍‌ଭାବନ ବାହାର କର ଯାହାକୁ କୌଣସି ଜୋନ୍ କରିନଥିବ କାହିଁକିନା ଆଗ୍ରା ସମସ୍ତଙ୍କର ଦେଖିବା ଯୋଗ୍ୟ ଅଟେ । ତେଣୁ ଆଜିକାଲିର ସରକାରଙ୍କର ଯେପରି ମଉଡମଣି ଅଟେ ନା! ଯଦି କୌଣସି କଥାର ପ୍ରଚାର ପ୍ରସାର ହୁଏ ତେବେ ଆଗ୍ରା ସେଥିରେ ବିଖ୍ୟାତ ଅଟେ । ତେଣୁ ସେହିଭଳି କୌଣସି କାର୍ଯ୍ୟ କର । ଯଦି ଅମୃତବେଳାରେ ବସି ଭାବିବ ତେବେ କିଛି ନା କିଛି ଟଚିଙ୍ଗ୍ ଅର୍ଥାତ୍ ପ୍ରେରଣା ଆସିଯିବ । ଠିକ୍ ତ? ଟୀଚରମାନେ ହାତ ଉଠାଅ । ବହୁତ ଅଛନ୍ତି, ତେଣୁ କମାଲ କରିବ । ତେବେ ବାପଦାଦା ସବୁ ପିଲାଙ୍କୁ ଏହି କଥା କହୁଛନ୍ତି ଯେ ଏବେ କିଛି ନବୀନତା କର । ଯାହା ସବୁ ସେବା ଚାଲିଛି ସମୟ ଅନୁସାରେ ତାହା ମଧ୍ୟ ନବୀନତା ଅଟେ କିନ୍ତୁ ଏବେ ଆହୁରି କୌଣସି ନବୀନତା ଉଦ୍‌ଭାବନ କର । କୌଣସି ବି ଜୋନ୍ କରୁ, କିନ୍ତୁ କିଛି ନୂଆ କର । ବାକି ପ୍ରତ୍ୟେକ ସନ୍ତାନ ବାବାଙ୍କୁ ପ୍ରିୟ ଅଟେ, ସିକିଲଧା ଅଟେ ଏବଂ ବାବା ଏହି କଥା ଚାହୁଁଛନ୍ତି ଯେ ସମସ୍ତେ ଉଡୁଥାଅ ଏବଂ ଉଡାଉଥାଅ । ଆଚ୍ଛା!

ଚାରିଆଡର ପିଲାମାନେ ବାବାଙ୍କର ଦିଲ୍‌ର ଦୁଲାରେ ଅର୍ଥାତ୍ ଗେହ୍ଲା ଅଟନ୍ତି, ପ୍ରତ୍ୟେକ ସନ୍ତାନ ଏହି ଲକ୍ଷ୍ୟ ବାରମ୍ବାର ସ୍ମୃତିକୁ ଆଣୁଛନ୍ତି ଏବଂ ଆଣିବାକୁ ହେବ ଯେ ମୋତେ ତୀବ୍ରପୁରୁଷାର୍ଥ କରି ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହେବ, ଯାହାଦ୍ୱାରା ସମସ୍ତଙ୍କର ଦିଲ୍ କହିବ ମୋ’ର ପିତା ଆସିଯାଇଛନ୍ତି । ଏହିଭଳି ଉମଙ୍ଗ ଏବଂ ଉତ୍ସାହର ସଂକଳ୍ପ ଆଜିକାଲି ବାପଦାଦାଙ୍କ ପାଖରେ ପହଞ୍ଚୁଛି । ଏହିଭଳି ଉମଙ୍ଗ-ଉତ୍ସାହ ଅଧିକାଂଶ ପିଲାଙ୍କ ଭିତରେ ଆସିଗଲାଣି । ବାପଦାଦାଙ୍କର ଆଶା ରହିଛି ଯେ ଏବେ ଶୀଘ୍ରରୁ ଶୀଘ୍ର ସମସ୍ତଙ୍କ ପାଖରେ ଏହି ସନ୍ଦେଶ ପହଞ୍ଚାଇବାକୁ ହେବ, କେହି ଯେପରି ବଞ୍ଚିତ ନ ରହିବେ । ସମସ୍ତେ କିଛି ନା କିଛି ସମ୍ପତ୍ତି ନେଇ ନିଅନ୍ତୁ । ଯଦି ଜୀବନମୁକ୍ତିର ସମ୍ପତ୍ତି ନ ନେଇପାରିବେ ତେବେ ଖୁସି ଖୁସିରେ ମୁକ୍ତିର ସମ୍ପତ୍ତି ତ ନେଇନିଅନ୍ତୁ କାହିଁକିନା ବାବାଙ୍କୁ ସମସ୍ତଙ୍କୁ ସମ୍ପତ୍ତି ଦେବାର ଅଛି । ତେଣୁ ତୁମେମାନେ ଯେତେ ଜଣଙ୍କୁ ବାବାଙ୍କଠାରୁ ସମ୍ପତ୍ତି ପ୍ରାପ୍ତ କରାଇଦେବ ସେହି ଅନୁସାରେ ତୁମକୁ ମଧ୍ୟ ନିଜ ରାଜ୍ୟରେ ରାଜ୍ୟ ଅଧିକାରୀ ହେବାର ସମ୍ପତ୍ତି ମିଳିବ । ସବୁ ଆଡୁ ଆସିଥିବା ସବୁ ପିଲାଙ୍କୁ ବାପଦାଦାଙ୍କର ବହୁତ ବହୁତ ସ୍ନେହ ତଥା ଆଶୀର୍ବାଦ ସ୍ୱୀକାର ହେଉ ।

ବରଦାନ:-
ତ୍ୟାଗ ଏବଂ ତପସ୍ୟା ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ସମସ୍ତଙ୍କର କଲ୍ୟାଣକାରୀ ଭବ ।

ଯେପରି ସ୍ଥୂଳ ଅଗ୍ନି ଦୂରରୁ ହିଁ ନିଜର ଅନୁଭବ କରାଇଥାଏ, ସେହିପରି ତୁମର ତପସ୍ୟା ଏବଂ ତ୍ୟାଗର ଝଲକ ଦୂରରୁ ହିଁ ସମସ୍ତଙ୍କୁ ଆକର୍ଷିତ କରୁ । ସେଥିପାଇଁ ସେବାଧାରୀ ହେବା ସହିତ ତ୍ୟାଗୀ ଏବଂ ତପସ୍ୱୀମୂରତ ହୁଅ, ତେବେ ଯାଇ ସେବାର ପ୍ରତ୍ୟକ୍ଷ ଫଳ ଦେଖାଯିବ । ତେବେ ତ୍ୟାଗୀର ଅର୍ଥ ହେଲା କୌଣସି ପ୍ରକାରର ପୁରୁଣା ସଂକଳ୍ପ ବା ସଂସ୍କାର ଦେଖାଯାଉ ନ ଥିବ । ତପସ୍ୱୀ ଅର୍ଥାତ୍ ବୁଦ୍ଧିର ସ୍ମୃତିରେ ବା ଦୃଷ୍ଟିରେ ଆତ୍ମିକ ସ୍ୱରୂପ ବ୍ୟତୀତ ଅନ୍ୟ କିଛି ବି ଦେଖାଯାଉ ନଥିବ । ଯାହା ବି ସଂକଳ୍ପ ଉଠିବ, ସେଥିରେ ସର୍ବ ଆତ୍ମାଙ୍କର କଲ୍ୟାଣ ସମାହିତ ହୋଇଥିବ, ତେବେ କୁହାଯିବ ସମସ୍ତଙ୍କର କଲ୍ୟାଣକାରୀ ।

ସ୍ଲୋଗାନ:-
ଦେହଭାନଠାରୁ ଉର୍ଦ୍ଧ୍ୱକୁ ଯିବା ପାଇଁ ଚିତ୍ରକୁ ନ ଦେଖି ଚେତନକୁ ଏବଂ ଚରିତ୍ରକୁ ଦେଖ ।

ଅବ୍ୟକ୍ତ ଈଶାରା:- ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ । ତୁମେ ସମସ୍ତେ ମାଷ୍ଟର ବିଶ୍ୱ ନିର୍ମାତା ଅଟ । ଏହି ସ୍ମୃତି ଦ୍ୱାରା ନମ୍ରତାର ଗୁଣ ସହଜରେ ଆସିଯିବ ଏବଂ ଯେଉଁଠାରେ ନମ୍ରତା ଅର୍ଥାତ୍ ସରଳତା ସ୍ୱାଭାବିକ ରୂପରେ ରହିଥିବ ସେଠାରେ ଅନ୍ୟ ସବୁ ଗୁଣଗୁଡିକ ମଧ୍ୟ ଆପେ ଆପେ ଆସି ହିଁ ଯିବେ । ତେଣୁ ସର୍ବଦା ଏହି ସ୍ମୃତି ସ୍ୱରୂପରେ ସ୍ଥିତ ରହି ତା’ପରେ ପ୍ରତ୍ୟେକ ସଂକଳ୍ପ ବା କର୍ମ କର । ତା’ପରେ ଦେଖିବ ଯେଉଁ ସବୁ ଛୋଟ ମୋଟ କଥା ଗୁଡିକୁ ତୁମକୁ ସାମନା କରିବାକୁ ପଡୁଛି ସେଗୁଡିକ ଏପରି ଅନୁଭବ ହେବ ଯେପରି କୌଣସି ବୟସ୍କ ବ୍ୟକ୍ତିଙ୍କ ଆଗରେ ଛୋଟ ଛୋଟ ପିଲାମାନେ ତାଙ୍କର ପିଲାଳିଆମି ଖେଳ ଖେଳୁଛନ୍ତି, ତେଣୁ ସେମାନଙ୍କର କୌଣସି ପ୍ରଭାବ ତାଙ୍କ ଉପରେ ପଡିନଥାଏ ।