28.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ଡ୍ରାମାର ଗୁପ୍ତ ରହସ୍ୟକୁ ଜାଣିଛ ଯେ ଏହି ସଂଗମଯୁଗ ହିଁ ଉତ୍‌ଥାନ କଳାର ଯୁଗ ଅଟେ, ସତ୍ୟଯୁଗ ପ୍ରାରମ୍ଭରୁ କଳା ଧୀରେ ଧୀରେ କମ୍ ହୋଇ ଚାଲିଥାଏ ।”

ପ୍ରଶ୍ନ:-
ସବୁଠାରୁ ଉତ୍ତମ ସେବା କ’ଣ ଓ ସେହି ସେବା କିଏ କରିଥା’ନ୍ତି?

ଉତ୍ତର:-
ଭାରତକୁ ସ୍ୱର୍ଗ କରିବା, ରଙ୍କ ଅଥବା ଦରିଦ୍ରକୁ ରାଓ ଅଥବା ରାଜା କରିବା, ପତିତକୁ ପାବନ କରିବା - ଏହା ହେଉଛି ସବୁଠାରୁ ଉତ୍ତମ ସେବା । ଏପରି ସେବା ଏକମାତ୍ର ବାବାଙ୍କ ବିନା ଆଉ କେହି ବି କରିପାରିବେ ନାହିଁ । ବାବା ହିଁ ଏହିପରି ମହାନ୍ ସେବା କରିଥିବାରୁ ପିଲାମାନେ ତାଙ୍କର ସମ୍ମାନ କରିଥା’ନ୍ତି, ସର୍ବ ପ୍ରଥମେ ସୋମନାଥଙ୍କର ମନ୍ଦିର ତିଆରି କରି ତାଙ୍କର ପୂଜା କରିଥା’ନ୍ତି ।

ଗୀତ:-
ଆଖିର ୱହ ଦିନ ଆୟା ଆଜ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଏହି ଗୀତ ଶୁଣିଲେ । ଯେପରି ଆତ୍ମା ଗୁପ୍ତ ଓ ଶରୀର ପ୍ରତ୍ୟକ୍ଷ ଅଟେ, ଆତ୍ମା ଏହି ଆଖି ଦ୍ୱାରା ଦେଖାଯାଏ ନାହିଁ, ଇନ୍‌କାଗନିଟୋ ଅଥବା ଗୁପ୍ତ ଅଟେ । ଆତ୍ମା ନିଶ୍ଚିତ ଅଛି କିନ୍ତୁ ଏହି ଶରୀର ଦ୍ୱାରା ଘୋଡେଇ ହୋଇ ରହିଛି, ସେଥିପାଇଁ କୁହାଯାଏ ଆତ୍ମା ଗୁପ୍ତ ଅଟେ । ଆତ୍ମା ନିଜେ କହୁଛି ମୁଁ ନିରାକାର ଅଟେ, ଏହି ସାକାର ଶରୀରରେ ଆସି ଗୁପ୍ତ ଭାବରେ ରହିଛି । ଆତ୍ମାମାନଙ୍କର ଦୁନିଆ ହେଉଛି ନିରାକାର ଦୁନିଆ । ସେଠାରେ ତ ଗୁପ୍ତର କୌଣସି କଥା ନାହିଁ । ପରମପିତା ପରମାତ୍ମା ମଧ୍ୟ ସେଠାରେ ରହିଥାନ୍ତି, ତାଙ୍କୁ କୁହାଯାଉଛି - ସୁପ୍ରିମ ଅର୍ଥାତ୍ ପରମ । ଶ୍ରେଷ୍ଠରୁ ଶ୍ରେଷ୍ଠ ଆତ୍ମା । ପରମପିତା ପରମାତ୍ମା ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱ ମୂଳବତନରେ ରହୁଛନ୍ତି । ବାବା କହୁଛନ୍ତି - ଯେପରି ତୁମେ ଗୁପ୍ତରେ ଅଛ, ସେହିପରି ମୋତେ ମଧ୍ୟ ଗୁପ୍ତରେ ଆସିବାକୁ ପଡୁଛି । ମୁଁ ଗର୍ଭ ଜେଲ୍‌ରେ ଆସୁନାହିଁ । ମୋର ଏକମାତ୍ର ନାମ ଶିବ ପ୍ରଚଳିତ ରହିଛି । ମୁଁ ଏହାଙ୍କ ଶରୀରରେ ଆସିଲେ ମଧ୍ୟ ମୋର ନାମ ବଦଳୁ ନାହିଁ । ଏହାଙ୍କ (ବ୍ରହ୍ମାଙ୍କ) ଆତ୍ମାର ଯେଉଁ ଶରୀର ଅଛି ତା’ର ନାମ ବଦଳୁଛି । ମୋତେ ଶିବ ହିଁ କହିଥାଆନ୍ତି, ସବୁ ଆତ୍ମାମାନଙ୍କର ପିତା । ତେବେ ତୁମେ ଆତ୍ମାମାନେ ଏହି ଶରୀର ମାନଙ୍କରେ ଗୁପ୍ତରେ ରହିଛ । ଏହି ଶରୀର ଦ୍ୱାରା କର୍ମ କରୁଛ । ମୁଁ ମଧ୍ୟ ଗୁପ୍ତ ଅଟେ । ତୁମକୁ ଏହି ଜ୍ଞାନ ଏବେ ମିଳୁଛି ଯେ ମୁଁ ଆତ୍ମା ଏହି ଶରୀର ଦ୍ୱାରା ଘୋଡେଇ ହୋଇ ରହିଛି । ଆତ୍ମା ହେଉଛି ଗୁପ୍ତ । ଶରୀର ହେଉଛି ଦୃଶ୍ୟମାନ । ମୁଁ ମଧ୍ୟ ଅଶରୀରୀ ଅଟେ । ବାବା ଇନକାଗନିଟୋ ଏହି ବ୍ରହ୍ମାଙ୍କ ଶରୀର ଦ୍ୱାରା ଶୁଣାଉଛନ୍ତି । ତୁମେ ମଧ୍ୟ ଇନକାଗନିଟୋ ଅଟ, ଶରୀର ଦ୍ୱାରା ଶୁଣୁଛ । ତୁମେ ଜାଣିଛ ବାବା ଆସିଛନ୍ତି । ବାବା ଆସୁଛନ୍ତି ପୁନର୍ବାର ଭାରତକୁ ଗରିବରୁ ସାହୁକାର କରିବା ପାଇଁ । ତୁମେ କହୁଛ ଆମର ଭାରତ ଗରିବ ଅଟେ । ସମସ୍ତେ ଜାଣିଛନ୍ତି କିନ୍ତୁ ତାଙ୍କୁ ଜଣା ନାହିଁ ଯେ ଆମ ଭାରତ ସାହୁକାର କେବେ, କିପରି ଥିଲା । ତୁମର ବହୁତ ନିଶା ରହିଛି - ଆମ ଭାରତ ତ ବହୁତ ସାହୁକାର ଥିଲା । ଦୁଃଖର କୌଣସି କଥା ନ ଥିଲା । ସତ୍ୟଯୁଗରେ ଅନ୍ୟ କୌଣସି ଧର୍ମ ନ ଥିଲା । କେବଳ ଦେବୀ-ଦେବତା ଧର୍ମ ହିଁ ଥିଲା, ଏକଥା କେହି ଜାଣି ନାହାଁନ୍ତି । ବିଶ୍ୱର ଇତିହାସ-ଭୂଗୋଳକୁ କେହି ଜାଣି ନାହାଁନ୍ତି । ଏବେ ତୁମେ ଭଲ ଭାବରେ ଜାଣୁଛ ଯେ ଆମର ଭାରତ ବହୁତ ସାହୁକାର ଥିଲା । ଏବେ ବହୁତ ଗରିବ ହୋଇଯାଇଛି । ଏବେ ପୁନର୍ବାର ବାବା ସାହୁକାର କରାଇବାକୁ ଆସିଛନ୍ତି । ଭାରତ ସତ୍ୟଯୁଗରେ ବହୁତ ସାହୁକାର ଥିଲା, ଯେତେବେଳେ କି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ପୁଣି ରାଜ୍ୟ କୁଆଡେ ଚାଲିଗଲା । ଏକଥା କେହି ଜାଣି ନାହାଁନ୍ତି । ଋଷି-ମୁନି ଆଦି ମଧ୍ୟ କହୁଛନ୍ତି, ଆମେ ରଚୟିତା ଓ ରଚନାକୁ ଜାଣିନାହୁଁ । ବାବା କହୁଛନ୍ତି - ସତ୍ୟଯୁଗରେ ଏହି ଦେବୀ-ଦେବତାମାନଙ୍କର ରଚୟିତା ଓ ରଚନାର ଜ୍ଞାନ ନ ଥିଲା । ଆଦି-ମଧ୍ୟ-ଅନ୍ତକୁ ଜାଣି ନ ଥିଲେ । ଯଦି ତାଙ୍କର ଏହି ଜ୍ଞାନ ରହିବ ଯେ ଆମେ ସିଡି ଓହ୍ଲାଇ ରସାତଳକୁ ଚାଲିଯିବୁ, ତେବେ ବାଦଶାହୀର ସୁଖ ମଧ୍ୟ ରହିବ ନାହିଁ । ଚିନ୍ତା ହୋଇଯିବ ।

ଏବେ ତୁମକୁ ଚିନ୍ତା ଲାଗି ରହୁଛି ଯେ ଆମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବୁ । ଆମେ ଆତ୍ମାମାନେ ନିରାକାରୀ ଦୁନିଆରେ ରହୁଥିଲୁ, ସେଠାରୁ ପୁଣି କିପରି ସୁଖଧାମକୁ ଆସିଲୁ - ଏହି ଜ୍ଞାନ ମଧ୍ୟ ଅଛି । ଆମେ ଏବେ ଉନ୍ନତି କଳାରେ ରହିଛୁ । ଏହା ୮୪ ଜନ୍ମର ସିଡି ଅଟେ, ଏହାର ମଧ୍ୟରେ କ’ଣ ହେଉଛି, ଏକଥା ମଧ୍ୟ ତୁମେ ଜାଣିଛ । ସତ୍ୟଯୁଗରେ ତ ସମସ୍ତେ ଆସିବେ ନାହିଁ । ଡ୍ରାମା ଅନୁସାରେ ପ୍ରତ୍ୟେକ ଅଭିନେତା କ୍ରମଅନୁସାରେ ନିଜ-ନିଜ ସମୟରେ ଆସି ପାର୍ଟ (ଅଭିନୟ) କରିବେ ।

ଏବେ ତୁମେ ଜାଣୁଛ ଦୀନବନ୍ଧୁ କାହାକୁ କୁହାଯାଉଛି, ଦୁନିଆ ଜାଣି ନାହିଁ । ଗୀତରେ ମଧ୍ୟ ଶୁଣିଲ - ଶେଷରେ ସେହି ଦିନ ଆଜି ଆସି ପହଞ୍ଚିଛି - ଏସବୁ ହେଉଛି ଭକ୍ତି । ଭଗବାନ କେବେ ଆସି ଆମ ଭକ୍ତମାନଙ୍କୁ ଏହି ଭକ୍ତିମାର୍ଗରୁ ମୁକ୍ତ କରି ସଦ୍‌ଗତି କରୁଛନ୍ତି, ଏକଥା ମଧ୍ୟ ବୁଝିଛ । ରାମରାଜ୍ୟ, ରାବଣରାଜ୍ୟ କେଉଁ ଜିନିଷର ନାମ, ଏକଥା ମଧ୍ୟ କୌଣସି ମନୁଷ୍ୟ ଜାଣିନାହାଁନ୍ତି । ଏବେ ତୁମେ ପିଲାମାନେ ଜାଣୁଛ - ବାବା ପୁନର୍ବାର ଏହି ଶରୀରରେ ଆସିଯାଇଛନ୍ତି । ଶିବ ଜୟନ୍ତୀ ପାଳନ କରୁଛନ୍ତି । ତେଣୁ ଶିବବାବା ନିଶ୍ଚିତ ଆସୁଥିବେ । ଏପରି ବି କହୁନାହାଁନ୍ତି ଯେ ମୁଁ ଶ୍ରୀକୃଷ୍ଣଙ୍କ ଶରୀରରେ ଆସୁଛି, ନା । ବାବା କହୁଛନ୍ତି - ଶ୍ରୀକୃଷ୍ଣଙ୍କ ଆତ୍ମା ୮୪ ଜନ୍ମ ନେଇଛି । ଯିଏ ପ୍ରଥମ ନମ୍ବରରେ ଶ୍ରୀକୃଷ୍ଣ ଥିଲେ ସେ ବର୍ତ୍ତମାନ ଅନ୍ତିମ ଜନ୍ମରେ ଅଛନ୍ତି । ତତ୍‌ତ୍ୱମ୍ । ମୁଁ ସାଧାରଣ ଶରୀରରେ ଆସୁଛି । ତୁମକୁ ଆସି ବୁଝାଉଛି ତୁମେ କିପରି ୮୪ ଜନ୍ମ ଭୋଗ କରୁଛ । ବର୍ତ୍ତମାନ ଜଣେ ହେଲେ ବି ତ ନିଜକୁ ଦେବତା ଧର୍ମର ଭାବୁନାହାଁନ୍ତି କାହିଁକି ନା ସତ୍ୟଯୁଗକୁ ବହୁତ ଦୂରକୁ ଇଯାଇଛନ୍ତି । ଡ୍ରାମା ଅନୁସାରେ ପୁଣି ମଧ୍ୟ ଏହିପରି ପରିବର୍ତ୍ତିତ ହେବେ । ପୁଣି ନିଜ-ନିଜର ଧର୍ମକୁ ଫେରି ଆସିବେ ।

ବାବା ବୁଝାଉଛନ୍ତି, ପିଲାମାନେ ତୁମେ ତ ବିଶ୍ୱର ମାଲିକ ଥିଲ । ତୁମେ ଏବେ ବୁଝୁଛ ଯେ ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ତେବେ ଆମେ କାହିଁକି ସ୍ୱର୍ଗକୁ ନ ଯିବୁ । ବାବାଙ୍କଠାରୁ ଆମେ ବର୍ସା ନିଶ୍ଚିତ ନେବୁ । ତେଣୁ ଏଥିରୁ ସିଦ୍ଧ ହେଉଛି ଯେ ଇଏ ଆମ ଧର୍ମର ଅଟନ୍ତି । ଯିଏ ହୋଇ ନ ଥିବେ ସେ ଆସିବେ ନାହିଁ । କହିବେ ଅନ୍ୟ ଧର୍ମକୁ କାହିଁକି ଯିବୁ । ତୁମେ ଜାଣିଛ ସତ୍ୟଯୁଗ ନୂଆ ଦୁନିଆରେ ଦେବତାମାନେ ବହୁତ ସୁଖରେ ଥିଲେ । ସୁନାର ମହଲ ଥିଲା । ସୋମନାଥଙ୍କ ମନ୍ଦିରରେ କେତେ ସୁନା ଥିଲା । ଏପରି ଅନ୍ୟ କୌଣସି ମନ୍ଦିର ନାହିଁ । ସେଠାରେ ବହୁତ ହୀରାନୀଳା ଥିଲା । ବୌଦ୍ଧମାନଙ୍କର କୌଣସି ହୀରା ନୀଳାର ମହଲ ହେବ ନାହିଁ । ତୁମକୁ ଯେଉଁ ବାବା ଏତେ ଶ୍ରେଷ୍ଠ କରାଇଛନ୍ତି ତାଙ୍କର ତୁମେ କେତେ ଇଜ୍ଜତ ଅଥବା ସମ୍ମାନ ରଖିଛ । ଯିଏ ଭଲ କର୍ମ କରି ଯାଇଥା’ନ୍ତି ତାଙ୍କର ସମ୍ମାନ କରାଯାଇଥାଏ । ଏବେ ତୁମେ ଜାଣିଛ ସବୁଠାରୁ ଭଲ କର୍ମ ପତିତ-ପାବନ ବାବା ହିଁ ଆସି କରିଯାଉଛନ୍ତି । ତୁମର ଆତ୍ମା କହୁଛି ସବୁଠାରୁ ଉତ୍ତମରୁ ଉତ୍ତମ ସେବା ବେହଦର ବାବା ଆସି କରୁଛନ୍ତି । ଆମକୁ ରଙ୍କରୁ ରାଜା, ଭିକାରୀରୁ ରାଜକୁମାର କରିଦେଉଛନ୍ତି । ଯିଏ ଭାରତକୁ ସ୍ୱର୍ଗ କରି ଗଢୁଛନ୍ତି ତାଙ୍କର ବି କେହି ସମ୍ମାନ କରୁ ନାହାଁନ୍ତି । ତୁମେ ଜାଣିଛ ଗାୟନ ରହିଛି, ସୋମନାଥ ସବୁଠାରୁ ଶ୍ରେଷ୍ଠ ମନ୍ଦିର, ଯାହାକୁ ଲୁଟି କରି ନେଇଗଲେ । ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିରକୁ କେବେ କେହି ଲୁଟି ନାହାଁନ୍ତି । ସୋମନାଥଙ୍କ ମନ୍ଦିରକୁ ଲୁଣ୍ଠନ କରିଛନ୍ତି । ଭକ୍ତିମାର୍ଗରେ ଏମାନେ ବହୁତ ଧନବାନ୍ ଥିଲେ । ରାଜାମାନଙ୍କ ମଧ୍ୟରେ ମଧ୍ୟ କ୍ରମଅନୁସାରେ ରହିଥାନ୍ତି । ଉଚ୍ଚ ପଦାଧିକାରୀ ହୋଇଥାଆନ୍ତି ତାଙ୍କୁ ଛୋଟ ପଦାଧିକାରୀ ସମ୍ମାନ ଦେଇଥାନ୍ତି । ଦରବାରରେ ମଧ୍ୟ କ୍ରମାଅନୁସାରେ ବସିଥା’ନ୍ତି । ବାବା ତ ଅନୁଭବୀ ଅଟନ୍ତି ନା । ଏଠାରେ ପତିତ ରାଜାମାନଙ୍କର ଦରବାର ରହିଛି । ପବିତ୍ର ରାଜାମାନଙ୍କର ଦରବାର କିପରି ହେବ । ତାଙ୍କ ପାଖରେ ବହୁତ ଧନ ରହୁଥିବାରୁ ତାଙ୍କର ଘର ମଧ୍ୟ ସେହିପରି ଉଚ୍ଚକୋଟିର ହୋଇଥିବ । ଏବେ ତୁମେ ଜାଣୁଛ ବାବା ଆମକୁ ପଢାଇ ସ୍ୱର୍ଗର ସ୍ଥାପନା କରାଉଛନ୍ତି । ଆମେ ସ୍ୱର୍ଗର ମହାରାଜା-ମହାରାଣୀ ହେଉଛୁ ପୁଣି ତଳକୁ ଖସୁଛୁ, ପୁଣି ଆମେ ପ୍ରଥମେ ପ୍ରଥମେ ଶିବବାବାଙ୍କର ପୂଜାରୀ ହେବୁ । ଯିଏ ସ୍ୱର୍ଗର ମାଲିକ କରାଇଥିଲେ, ତାଙ୍କର ଆମେ ପୂଜା କରିବୁ । ସେ ଆମକୁ ବହୁତ ସାହୁକାର କରାଉଛନ୍ତି । ଏବେ ଭାରତ ବହୁତ ଗରିବ ହୋଇଯାଇଛି । ଆଗରୁ ଏତେ ଗରିବ ନ ଥିଲା । ବହୁତ ଖୁସିରେ ରହୁଥିଲେ । ଯେଉଁ ଜାଗା ୫୦୦ ଟଙ୍କାରେ କିଣିଥିଲି, ତାହା ଆଜି ୫ ହଜାର ଟଙ୍କାରେ ମଧ୍ୟ ମିଳୁ ନାହିଁ । ସେଠାରେ ତ ଜାଗାର କୌଣସି ମୂଲ୍ୟ ରହିବ ନାହିଁ, ଯାହାର ଯେତେ ଦରକାର ସେ ନେଇପାରିବେ । କେତେ କେତେ ଜମି ପଡିରହିଥିବ । ମଧୁର ନଦୀ କୂଳରେ ତୁମର ମହଲ ହେବ ନା । ବହୁତ କମ୍ ମନୁଷ୍ୟ ରହିବେ, ପ୍ରକୃତି ଦାସୀ ହେବ, ଫଳଫୁଲ ବହୁତ ଭଲ ମିଳିବ । ଏବେ ତୁମେ କେତେ ମେହନତ କରୁଛ । କିନ୍ତୁ ମରୁଡି ହୋଇଗଲେ ଖାଦ୍ୟଶସ୍ୟ ମିଳେ ନାହିଁ । ତେଣୁ ଗୀତ ଶୁଣିବା ଦ୍ୱାରା ତୁମର ରୋମ ଟାଙ୍କୁରି ଉଠିବା ଉଚିତ୍ । ବାବାଙ୍କୁ ଦୀନବନ୍ଧୁ ବୋଲି କହୁଛ । ଏବେ ଅର୍ଥ ବୁଝିଲ ନା । କାହାକୁ ସାହୁକାର କରାଉଛନ୍ତି? ନିଶ୍ଚିତ ଏଠାକୁ ଯିଏ ଆସିବେ ତାଙ୍କୁ ସାହୁକାର କରାଇବେ ନା । ତୁମେ ଜାଣିଛ ଆମକୁ ପାବନରୁ ପତିତ ହେବା ପାଇଁ ୫ ହଜାର ବର୍ଷ ଲାଗିଛି । ଏବେ ତୁରନ୍ତ ବାବା ପତିତରୁ ପାବନ କରାଉଛନ୍ତି । ଉଚ୍ଚରୁ ଉଚ୍ଚ କରାଉଛନ୍ତି । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଯାଉଛି । କହୁଛନ୍ତି ବାବା ଆମେ ଆପଣଙ୍କର । ବାବା କହୁଛନ୍ତି - ପିଲାମାନେ ତୁମେ ବିଶ୍ୱର ମାଲିକ ଅଟ । ପିଲା ଜନ୍ମ ହେବା ମାତ୍ରକେ ଉତ୍ତରାଧିକାରୀ ହେଉଛି, କେତେ ଖୁସି ହେଉଛନ୍ତି । କିନ୍ତୁ ଝିଅକୁ ଦେଖି ମୁହଁ ଶୁଖିଯାଉଛି । ଏଠାରେ ତ ସବୁ ଆତ୍ମାମାନେ ପୁତ୍ର ଅଟନ୍ତି । ଆମେ ସ୍ୱର୍ଗର ମାଲିକ ହୋଇଗଲୁ । ଏବେ ଜାଣୁଛ ଯେ ଆମେ ୫ ହଜାର ବର୍ଷ ପୂର୍ବରୁ ସ୍ୱର୍ଗର ମାଲିକ ଥିଲୁ । ବାବା ଏପରି ଗଢିଥିଲେ । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି - କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ ସେ କେବେ ଆସିଥିଲେ । ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ କେବେ ଥିଲା, କିଛି ହେଲେ ଜାଣି ନାହାଁନ୍ତି । ବାସ୍ତବରେ ଭାରତର ଜନସଂଖ୍ୟା ସବୁଠାରୁ ଅଧିକ ହେବା ଦରକାର । ଭାରତର ଆୟତନ ମଧ୍ୟ ସବୁଠାରୁ ଅଧିକ ହେବା ଉଚିତ୍ । କଳ୍ପ ଲକ୍ଷେ ବର୍ଷ ହେଲେ ତ ବହୁତ ଜମି ଦରକାର । ସାରା ଦୁନିଆର ଜାଗା ମଧ୍ୟ ନିଅଣ୍ଟ ପଡିବ । ଲକ୍ଷେ ବର୍ଷରେ କେତେ ମନୁଷ୍ୟ ଜନ୍ମ ହୋଇଯିବେ । ଅଗଣିତ ମନୁଷ୍ୟ ହୋଇଯିବେ । ଏତେ ତ ନାହାଁନ୍ତି । ଏସବୁ କଥା ବାବା ବସି ବୁଝାଉଛନ୍ତି । ମନୁଷ୍ୟ ଶୁଣିଲେ କହୁଛନ୍ତି ଏକଥା ତ କେବେ ଶୁଣି ନ ଥିଲୁ, ନା କୌଣସି ଶାସ୍ତ୍ରରେ ପଢିଛୁ, ଏହା ତ ଆଶ୍ଚର୍ଯ୍ୟର କଥା ।

ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ସାରା ଚକ୍ରର ଜ୍ଞାନ ରହିଛି । ବ୍ରହ୍ମା ବହୁତ ଜନ୍ମର ଅନ୍ତରେ ଏବେ ପତିତ ଆତ୍ମା ହୋଇଛନ୍ତି, ଯିଏ ସତ୍ତ୍ୱପ୍ରଧାନ ଥିଲେ ସେ ଏବେ ତମୋପ୍ରଧାନ ହୋଇଛନ୍ତି, ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତୁମ ଆତ୍ମାମାନଙ୍କୁ ଏବେ ଶିକ୍ଷା ମିଳୁଛି - ଆତ୍ମା ଶରୀର ଦ୍ୱାରା ଶୁଣୁଥିବାରୁ, ଶରୀର ଝୁଲୁଛି (ପ୍ରତିକ୍ରିୟା ପ୍ରକାଶ କରୁଛି) କାହିଁକି ନା ଆତ୍ମା ଶୁଣୁଛି ନା । ବାସ୍ତବରେ ଆମେ ଆତ୍ମା ୮୪ ଜନ୍ମ ନେଇଛୁ, ୮୪ ମାତାପିତା ନିଶ୍ଚୟ ମିଳିଥିବେ । ଏହି ହିସାବ ମଧ୍ୟ ରହିଛି ନା । ବୁଦ୍ଧିରେ ଆସୁଛି ୮୪ ଜନ୍ମ ନେଉଛୁ, ପୁଣି କେହି କମ୍ ଜନ୍ମ ମଧ୍ୟ ନେଇଥିବେ । ମିନିମମ୍ ଅଥବା ସର୍ବନିମ୍ନ, ମ୍ୟାକ୍ସିମମ୍ ଅଥବା ସର୍ବୋଚ୍ଚର ହିସାବ ରହିଥିବ ନା । ବାବା ବସି ବୁଝାଉଛନ୍ତି ଶାସ୍ତ୍ରରେ କ’ଣ କ’ଣ ସବୁ ଲେଖି ଦେଇଛନ୍ତି । ତଥାପି ତୁମ ପାଇଁ ୮୪ ଜନ୍ମ କହୁଛନ୍ତି, ମୋ ପାଇଁ ତ ଅଗଣିତ ଅସଂଖ୍ୟ ଜନ୍ମ କହିଦେଇଛନ୍ତି । କୋଣେ-କୋଣେ ଯୁଆଡେ ଦେଖୁଛି, ତୁ ହି ତୁ... କୃଷ୍ଣ ହିଁ କୃଷ୍ଣ ଅଟନ୍ତି । ମଥୁରା ବୃନ୍ଦାବନରେ କହିଥାନ୍ତି - କୃଷ୍ଣ ସର୍ବବ୍ୟାପୀ ଅଟନ୍ତି । ରାଧା ପନ୍ଥବାଲା କହନ୍ତି ସବୁଆଡେ ରାଧେ ହିଁ ରାଧେ । କହନ୍ତି ଆମେ ରାଧା ସ୍ୱାମୀ ଅଟୁ । ଆହୁରି କୃଷ୍ଣ ସ୍ୱାମୀ ମଧ୍ୟ ଅଛନ୍ତି । ସେମାନେ ରାଧାକୁ ମାନିଥା’ନ୍ତି, ଯୁଆଡେ ଦେଖୁଛୁ ରାଧେ ହିଁ ରାଧେ । ତୁମେ ବି ରାଧେ ମୁଁ ବି ରାଧେ ।

ଏବେ ବାବା ବସି ବୁଝାଉଛନ୍ତି ବାସ୍ତବରେ ମୁଁ ଦୀନବନ୍ଧୁ ଅଟେ । ଭାରତ ହିଁ ସବୁଠାରୁ ସାହୁକାର ଥିଲା । ଏବେ ସବୁଠାରୁ ଗରୀବ ହୋଇଯାଇଛି, ସେଥିପାଇଁ ମୋତେ ଭାରତକୁ ହିଁ ଆସିବାକୁ ପଡୁଛି । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ଏଥିରେ ଟିକିଏ ହେଲେ ବି ଫରକ ଆସିପାରିବ ନାହିଁ । ଏହା ବହୁତ ବିଶାଳ ଡ୍ରାମା ଅଟେ । ଡ୍ରାମା ଯେପରି ସୁଟିଂ ହୋଇଛି ସେହିପରି ପୁନରାବୃତ୍ତି ହେବ । ଡ୍ରାମା ବିଷୟରେ ମଧ୍ୟ ଜାଣିବା ଦରକାର । ଡ୍ରାମା ଅର୍ଥାତ୍ ଡ୍ରାମା । ତାହା ସୀମିତ, ଏହା ବିଶାଳ ଡ୍ରାମା । ଏହାର ଆଦି-ମଧ୍ୟ-ଅନ୍ତକୁ କେହି ଜାଣି ନାହାଁନ୍ତି । ତେଣୁ ଦୀନବନ୍ଧୁ ଭଗବାନଙ୍କୁ ହିଁ ମାନିବେ, ଶ୍ରୀକୃଷ୍ଣଙ୍କୁ ନୁହେଁ । ଶ୍ରୀକୃଷ୍ଣ ତ ଧନବାନ୍ ସତ୍ୟଯୁଗର ରାଜକୁମାର ହେଉଛନ୍ତି । ଭଗବାନଙ୍କର ତ ନିଜର ଶରୀର ନାହିଁ, ସେ ଆସି ତୁମ ପିଲାମାନଙ୍କୁ ଧନବାନ କରାଉଛନ୍ତି । ତୁମକୁ ରାଜଯୋଗର ଶିକ୍ଷା ଦେଉଛନ୍ତି । ଲୌକିକରେ ମଧ୍ୟ ପାଠ ପଢି ବାରିଷ୍ଟର ହୋଇ ରୋଜଗାର କରିଥା’ନ୍ତି । ବାବା ମଧ୍ୟ ଏବେ ତୁମକୁ ପଢାଉଛନ୍ତି । ତୁମେ ଭବିଷ୍ୟତରେ ନରରୁ ନାରାୟଣ ହେବ । ତୁମେ ପୁଣି ଜନ୍ମ ତ ହେବ ନା । ଏପରି ନୁହେଁ ଯେ ସ୍ୱର୍ଗ ସମୁଦ୍ରରୁ ବାହାରି ଆସିବ । କୃଷ୍ଣ ମଧ୍ୟ ଜନ୍ମ ନେଇଥିଲେ ନା । କଂସପୁରୀ ଆଦି ତ ସେ ସମୟରେ ନ ଥିଲା । ଶ୍ରୀକୃଷ୍ଣଙ୍କର ନାମର କେତେ ଗାୟନ କରାଯାଉଛି । ତାଙ୍କ ପିତାଙ୍କର ନାମ ହିଁ ନାହିଁ, ତାଙ୍କର ପିତା କେଉଁଠାରେ ଅଛନ୍ତି । ନିଶ୍ଚିତ ରାଜାଙ୍କର ସନ୍ତାନ ହୋଇଥିବେ ନା । ସେଠାରେ ବଡ ରାଜା ଘରେ ଜନ୍ମ ନେଇଥିବେ । କିନ୍ତୁ ସେ ପତିତ ରାଜା ହୋଇଥିବା କାରଣରୁ ତାଙ୍କର ନାମ ନାହିଁ । ଶ୍ରୀକୃଷ୍ଣ ଥିବା ସମୟରେ କିଛି ପତିତ ମଧ୍ୟ ରହିଥିବେ । ଯେତେବେଳେ ସବୁ ପତିତ ବିନାଶ ହୋଇଯିବେ, ତେବେ ଯାଇ ଶ୍ରୀକୃଷ୍ଣ ସତ୍ୟଯୁଗରେ ରାଜଗାଦିରେ ବସିବେ । ନିଜର ରାଜ୍ୟ ନେଲା ପରେ ରାଜତ୍ୱ ବର୍ଷ ଆରମ୍ଭ ହେବ । ଲକ୍ଷ୍ମୀ-ନାରାୟଣଙ୍କଠାରୁ ରାଜତ୍ୱ ବର୍ଷ ଆରମ୍ଭ ହୋଇଛି । ତୁମେ ପୂରା ହିସାବ ଲେଖୁଛ, ଏହାଙ୍କର ରାଜ୍ୟ ଏତେ ସମୟ ପୁଣି ଏହାଙ୍କର ଏତେ ସମୟ, ତେବେ ମନୁଷ୍ୟ ବୁଝିବେ କଳ୍ପର ଆୟୁଷ ତ ବଡ ହୋଇପାରିବ ନାହିଁ । ୫ ହଜାର ବର୍ଷର ପୂରା ହିସାବ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ରଚୟିତା ଓ ରଚନାର ଜ୍ଞାନକୁ ବୁଦ୍ଧିରେ ରଖି ସତ୍ତ୍ୱପ୍ରଧାନ ହେବାର ପୁରୁଷାର୍ଥ କରିବାକୁ ହେବ । ବାସ୍ ଗୋଟିଏ ଚିନ୍ତା ରଖିବାକୁ ହେବ ଯେ ଆମକୁ ସତ୍ତ୍ୱପ୍ରଧାନ ନିଶ୍ଚୟ ହେବାକୁ ପଡିବ ।

(୨) ଏହି ବେହଦ ଡ୍ରାମାକୁ ବୁଦ୍ଧିରେ ରଖି ଅସରନ୍ତି ଖୁସିରେ ରହିବାକୁ ହେବ, ପିତାଙ୍କ ସମାନ ସମ୍ମାନ ପାଇବାକୁ ହେଲେ ପତିତଙ୍କୁ ପାବନ କରିବାର ସେବା କରିବାକୁ ହେବ ।

ବରଦାନ:-
ଅଧିକାରୀ ପଣିଆର ସ୍ମୃତି ଦ୍ୱାରା ସର୍ବଶକ୍ତିଗୁଡିକୁ ଅନୁଭବ କରୁଥିବା ପ୍ରାପ୍ତି ସ୍ୱରୂପ ଭବ ।

ଯଦି ବୁଦ୍ଧିର ସମ୍ବନ୍ଧ ସର୍ବଦା ଏକମାତ୍ର ବାବାଙ୍କ ସହିତ ଲାଗି ରହିଥିବ ତେବେ ସର୍ବ ଶକ୍ତି ରୂପକ ସମ୍ପତ୍ତି ଅଧିକାର ରୂପରେ ପ୍ରାପ୍ତ ହୋଇଯିବ । ଯେଉଁମାନେ ନିଜକୁ ଅଧିକାରୀ ମନେକରି ପ୍ରତ୍ୟେକ କର୍ମ କରିଥା’ନ୍ତି ସେମାନଙ୍କୁ କହିବା ଦ୍ୱାରା ବା ସଂକଳ୍ପ ଦ୍ୱାରା ମଧ୍ୟ ମାଗିବାର ଆବଶ୍ୟକତା ପଡି ନ ଥାଏ । ଏହିଭଳି ଅଧିକାରୀ ପଣିଆର ସ୍ମୃତି ହିଁ ସର୍ବଶକ୍ତିଗୁଡିକ ପ୍ରାପ୍ତି କରିବାର ଅନୁଭବ କରାଇଥାଏ । ତେଣୁ ନିଶା ରହିବା ଦରକାର ଯେ ସର୍ବଶକ୍ତି ଗୁଡିକ ମୋ’ର ଜନ୍ମ ସିଦ୍ଧ ଅଧିକାର ଅଟେ । ଏହିଭଳି ଅଧିକାରୀ ହୋଇ ଚାଲିବା ଦ୍ୱାରା ଅଧୀନତା ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ଯଦି ନିଜ ସହିତ ପ୍ରକୃତିକୁ ମଧ୍ୟ ପବିତ୍ର କରିବାକୁ ଚାହୁଁଛ, ତେବେ ସମ୍ପୂର୍ଣ୍ଣ ମୋହମୁକ୍ତ ହୁଅ ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ଯଦି ପବିତ୍ରତାର ନିୟମରେ ପକ୍କା ଅଟ ତେବେ ମୋହ, ଈର୍ଷା ଏବଂ କ୍ରୋଧରୁ ମଧ୍ୟ ମୁକ୍ତ ହୁଅ । ଚିଡଚିଡାପଣିଆ ମଧ୍ୟ ନ ରହୁ । ଏଭଳି ମୋହ ମଧ୍ୟ ରଖ ନାହିଁ ଯେ ଏହା ତ ନିଶ୍ଚିତ ହେବା ଦରକାର । ସ୍ୱାର୍ଥ ବା ଈର୍ଷାର ବଶୀଭୂତ ହୋଇ ଯଦି କୌଣସି କଥା କହିଲ ଏବଂ ତାହା ପୂରଣ ନ ହେଲା ତେବେ କ୍ରୋଧ ଉତ୍ପନ୍ନ ହେବ । ସେଥିପାଇଁ ପବିତ୍ରତାର ସ୍ତମ୍ଭକୁ ଯଦି ମଜବୁତ କରିଦେବ, ତେବେ ତାହା ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘରର କାର୍ଯ୍ୟ କରିବ ।