28.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
କେତେ ଦୂରରୁ ତୁମ୍ଭମାନଙ୍କୁ ପାଠ ପଢାଇବା ପାଇଁ ଆସୁଛନ୍ତି, ପାଠପଢାର ପାରିଶ୍ରମିକ ମଧ୍ୟ ନେଉ
ନାହାଁନ୍ତି, ତେଣୁ ତୁମମାନଙ୍କୁ କେତେ ଆଗ୍ରହର ସହିତ ପାଠ ପଢିବା ଦରକାର ।”
ପ୍ରଶ୍ନ:-
ଆତ୍ମିକ ସରକାର
ସାରା ଦୁନିଆ ପାଇଁ ଏହି ଫ୍ରି ଅର୍ଥାତ୍ ମାଗଣା ସ୍କୁଲ ଖୋଲିଛନ୍ତି - କାହିଁକି?
ଉତ୍ତର:-
କାରଣ ସମସ୍ତେ ଅନାଥ, ମୁରବୀ ନ ଥିବା ପିଲା ହୋଇଯାଇଛନ୍ତି । ବାବା ଏଭଳି ଗରୀବ ପିଲାମାନଙ୍କଠାରୁ
ଫିସ୍ ଅଥବା ଦେୟ କ’ଣ ନେବେ । ଏହି ଅନ୍ତିମ ଜନ୍ମରେ ବାବା ଏଭଳି ପାଠ ପଢାଉଛନ୍ତି ଯାହା ଦ୍ୱାରା
ତୁମେମାନେ ବିଶ୍ୱର ମାଲିକ ହୋଇଯାଉଛ । ଯେଉଁ ନୂଆ-ନୂଆ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି,
ସେମାନଙ୍କର ମଧ୍ୟ କୌଣସି କ୍ଷତି ହେଉନାହିଁ । ଯଦିଓ ପଛରେ ଆସିଛନ୍ତି, କିନ୍ତୁ ସେମାନେ ଯଦି ଅଳ୍ପ
ପରିଶ୍ରମ କରିବେ, ତେବେ ପୁରୁଣାମାନଙ୍କଠାରୁ ମଧ୍ୟ ଆଗକୁ ଯାଇପାରିବେ ।
ଗୀତ:-
ଜାଗ ସଜନିଆଁ
ଜାଗ....
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ପିଲାମାନେ ଗୀତ ଶୁଣିଲେ । ଆତ୍ମିକ ପିତା କହୁଛନ୍ତି, ଏଠାରେ ତୁମ ପିଲାମାନଙ୍କୁ
ଆତ୍ମ-ଅଭିମାନୀ ହୋଇ ବସିବାକୁ ହୋଇଥାଏ । ପରମପିତା ପରମାତ୍ମା ଏବଂ ପିଲାମାନେ ଏବେ ଏଠାରେ ଆସି
ଏକାଠି ହୋଇଛନ୍ତି । ଏହାକୁ କୁହାଯାଉଛି ଆତ୍ମାମାନଙ୍କ ସହିତ ପରମପିତା ପରମାତ୍ମାଙ୍କର ଏହି ସୃଷ୍ଟି
ଉପରେ ମେଳା । ଏହି ମେଳା ଥରେ ମାତ୍ର ହୋଇଥାଏ । ଅଧାକଳ୍ପ ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ତାଙ୍କୁ
କେହି ଡାକି ହିଁ ନ ଥାନ୍ତି । ସେତେବେଳେ ତୁମ୍ଭେମାନେ ସୁଖୀ ରହୁଛ, ଯେଉଁ ସୁଖ ତୁମେ ଆତ୍ମାମାନେ
ଏବେ ପ୍ରାପ୍ତ କରୁଛ । ତୁମେମାନେ ପ୍ରଥମେ ସତ୍ୱପ୍ରଧାନ ଥିଲ, ଏବେ ତମୋପ୍ରଧାନ ପତିତ ହୋଇଯାଇଛ,
ପୁଣି ବାବା ପବିତ୍ର କରାଉଛନ୍ତି । ଯେତେବେଳେ ପୂଜାରୀ ହେଉଛ ସେତେବେଳେ ଦୁଃଖୀ ହୋଇଯାଉଛ । ୫
ବିକାର ଥିବା କାରଣରୁ ହିଁ ଦୁଃଖୀ ହୋଇଥା’ନ୍ତି । ଯେତେ-ଯେତେ ସିଢିରେ ତଳକୁ ତଳକୁ ଓହ୍ଲାଇଥାନ୍ତି,
ସେତେ ସେତେ ଦୁଃଖୀ ହୋଇଯାଇଥାନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଯେ ଦୁଃଖର ପାହାଡ ଖସିବ । ଏହି
ପୁରୁଣା ଦୁନିଆର ଏବେ ବିନାଶ ହେବ । ତୁମର ବୁଦ୍ଧି ଜାଣିଛି - ବାବା ହେଉଛନ୍ତି ନିରାକାର, ସିଏ
ଶିକ୍ଷକ ହୋଇ ଆମ ଶାଳଗ୍ରାମମାନଙ୍କୁ ପାଠ ପଢାଉଛନ୍ତି । କହୁଛନ୍ତି ପିଲାମାନେ, ମୁଁ ପୁନର୍ବାର
ତୁମ୍ଭମାନଙ୍କୁ ବିଶ୍ୱର ମାଲିକ କରିବାକୁ ଆସିଛି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମେମାନେ
ସ୍ୱର୍ଗର ମାଲିକ ଥିଲ, ମନେ ପଡୁଛି ନା । ଏହି ସଂଗମ ଯୁଗରେ ହିଁ ତୁମକୁ ମାଲିକ କରାଇଥିଲି । ଏବେ
ପୁଣି ଥରେ ତୁମମାନଙ୍କୁ ମନୁଷ୍ୟରୁ ଦେବତା, ବୈକୁଣ୍ଠ ସ୍ୱର୍ଗର ମାଲିକ କରିବାକୁ ଆସିଛି । ମୁଁ
ତୁମକୁ ଏହି ସମ୍ପତ୍ତି ଦେଇଥିଲି ପୁଣି ତୁମକୁ ୮୪ ଜନ୍ମ ନେବାକୁ ପଡିଲା । ଏବେ ତୁମର ୮୪ ଜନ୍ମ
ଶେଷ ହେଲା । ଏବେ ମୁଁ ଆସିଛି, ପୁଣି ତୁମକୁ ପ୍ରଥମ ଜନ୍ମରୁ ଆରମ୍ଭ କରିବାକୁ ହେବ । ମୁଁ
ତୁମମାନଙ୍କର ପିତା ତୁମମାନଙ୍କୁ ପାଠ ମଧ୍ୟ ପଢାଉଛି । ବାବା କ’ଣ ପାଠ ପଢାଇବାର ଦରମା
ପିଲାମାନଙ୍କଠାରୁ ନେବେ? ପିଲାମାନଙ୍କ ଠାରୁ ଦରମା କିପରି ନେବେ! ମୁଁ ଗୋଟିଏ ପଇସା ମଧ୍ୟ ଦରମା
ନେଉନାହିଁ । କେତେ ଦୂର ପରମଧାମରୁ ଆସୁଛି ତୁମମାନଙ୍କୁ ପାଠ ପଢାଇବା ପାଇଁ । ଏହି ସେବା କରିବାକୁ
ପ୍ରତ୍ୟହ ଆସୁଛି । କାହାର ଚାକିରୀ ଦୂର ସ୍ଥାନରେ ହୋଇଥିଲେ, ପ୍ରତ୍ୟହ ଯିବା-ଆସିବା ହୋଇଥାଏ ନା ।
ତୁମେମାନେ ଜାଣିଛ ଯେ ବାବା ଜ୍ଞାନର ସାଗର ଅଟନ୍ତି, ଯିଏ ଆମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ଦେଉଛନ୍ତି । ଭଗବାନୁବାଚ - ମୁଁ ନିରାକାର ପରମାତ୍ମା ଅଟେ, କୃଷ୍ଣ ନୁହେଁ । ତୁମେମାନେ ଯେଉଁ
କୃଷ୍ଣଙ୍କୁ ଭଗବାନ ବୋଲି ଭାବୁଛ, ସିଏ ଭଗବାନ ହୋଇପାରିବେ ନାହିଁ । ସିଏ ତ ପୂରା ୮୪ ଜନ୍ମ
ନେଉଛନ୍ତି । ଭଗବାନଙ୍କର ନିଜର ଶରୀର ନାହିଁ । ଯେପରି ତୁମେମାନେ ଆତ୍ମା ଅଟ, ସେହିପରି ସେ ମଧ୍ୟ
ଆତ୍ମା ଅଟନ୍ତି । କିନ୍ତୁ କେବଳ ଆତ୍ମା କହିଲେ ତ ସମସ୍ତଙ୍କ ସାଥିରେ ମିଶିଯିବି, ସେଥିପାଇଁ ମୋତେ
ପରମ-ଆତ୍ମା କହୁଛନ୍ତି । ଡ୍ରାମାର ପ୍ଲାନ ଅନୁସାରେ ମୋ ଆତ୍ମାର ନାମ ଶିବ ଅଟେ । ମୁଁ ହେଉଛି
ନିରାକାର । ମୋତେ ଶିବବାବା ବୋଲି ହିଁ ଡାକୁଛନ୍ତି । ଅସଲରେ ମୋର ହେଉଛି ଗୋଟିଏ ନାମ । କିନ୍ତୁ
ଭିନ୍ନ-ଭିନ୍ନ ନାମ ରଖିଦେଇଛନ୍ତି । ମୋର ନାମ ରୁଦ୍ର ନୁହେଁ । ନା କୃଷ୍ଣ କୌଣସି ଯଜ୍ଞ ରଚନା
କରିଛନ୍ତି । ଏସବୁ ମିଛ କଥା । ମୁଁ ହିଁ ଆସି ତୁମ୍ଭମାନଙ୍କୁ ସତ୍ୟ କଥା କହୁଛି । ତୁମ୍ଭମାନଙ୍କୁ
ପ୍ରକୃତରେ ନରରୁ ନାରାୟଣ କରିବା ପାଇଁ ମୁଁ ଆସିଛି । ମୋର ଘର ବହୁତ ଦୂରରେ । ଏଠାକୁ ଆସି ଏହି
ଶରୀର ଦ୍ୱାରା ତୁମମାନଙ୍କୁ ପାଠ ପଢାଉଛି । ସାରା ଦିନ ଏହାଙ୍କର ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ
ମୁଁ ରହୁନାହିଁ । ମୁଁ ଚକ୍ର ଲଗାଇ ଚାଲିଛି । ମୋର ଗ୍ଲାନି କରିବା କାରଣରୁ ତୁମେମାନେ ବହୁତ ଦୁଃଖୀ,
ମହାନ୍ ପତିତ ହୋଇଯାଇଛ । ବ୍ରହ୍ମାଙ୍କୁ ମଧ୍ୟ କେହି କେହି ଆଦି ଦେବ କହିଥାନ୍ତି, କେହି ଏଡମ୍
କହିଥାନ୍ତି, କେହି ମହାବୀର କହିଥାନ୍ତି, ତୁମେ ପ୍ରଜାପିତା କହୁଛ । ତୁମ୍ଭେମାନେ ମୋତେ ଅଧାକଳ୍ପ
ସ୍ମରଣ କରିଛ, ସେଥିପାଇଁ ମୋତେ ଏହି ପରଦେଶ ବା ରାବଣର ଦେଶକୁ ଆସିବାକୁ ପଡୁଛି । ବର୍ତ୍ତମାନ
ସମସ୍ତେ ପତିତ ଦୁଃଖୀ, ଅନାଥ ହୋଇଯାଇଛନ୍ତି । କେହି ମାତା-ପିତା ନାହାଁନ୍ତି । ଅନାଥମାନଙ୍କୁ ପାଠ
ପଢାଇବା ପାଇଁ ସରକାର ମଧ୍ୟ ପାଉଣା ନେଇ ନ ଥାନ୍ତି । ଏହା ତ ବହୁତ ବଡ ଆତ୍ମିକ ସରକାର । ଅବିନାଶୀ
ବାବାଙ୍କୁ କେହି ଜାଣିନାହାଁନ୍ତି । କେତେ ଜପ-ତପ, ଦାନ-ପୁଣ୍ୟ ଆଦି କରୁଛନ୍ତି । ତାଙ୍କୁ
ପଚରାଯାଉଛି ଯେ ଏସବୁ କାହିଁକି କରୁଛ? ତେବେ ସେମାନେ କୁହନ୍ତି ଏହା ଦ୍ୱାରା ଆମେ ଭଗବାନଙ୍କ ପାଖରେ
ପହଞ୍ଚିଯିବୁ । କେହି ଜପ-ତପ କରିବା ଦ୍ୱାରା ଭଗବାନଙ୍କ ପାଖରେ ପହଞ୍ଚିବେ, କେହି ଶାସ୍ତ୍ର ପଢିବା
ଦ୍ୱାରା ପହଞ୍ଚିବେ । ବାବା କହୁଛନ୍ତି - ଏପରି ତ ହୁଏ ନାହିଁ । ଭକ୍ତି କରି-କରି ତୁମେମାନେ ତ
ଆହୁରି ପତିତ ହୋଇଯାଇଛ । ତୁମମାନଙ୍କର ଡେଣା ଯେପରି କଟିଯାଇଛି । ଯେ ପର୍ଯ୍ୟନ୍ତ ତୁମମାନଙ୍କଠାରେ
ଜ୍ଞାନ-ଘୃତ ନ ପଡିଛି, ତୁମେ ଉଡିପାରିବ ନାହିଁ । ତୁମମାନଙ୍କର ଘୃତ ଅଥବା ପେଟ୍ରୋଲ ଶେଷ
ହୋଇଯାଇଥିବାରୁ ଜ୍ୟୋତି ଲିଭିଯାଇଛି । ପୁଣି ମୁଁ ଆସି ଘୃତ ଅଥବା ପେଟ୍ରୋଲ ଭରୁଛି ।
ତୁମେମାନେ ଜାଣିଛ - ବାବା
ଆସିଛନ୍ତି । ଏଠାରେ ତୁମେ ଖୁସିରେ ରହୁଛ । ଘରକୁ ଯିବା ଦ୍ୱାରା ତୁମେ ଭୁଲି ଯାଉଛ ।
ତୁମମାନଙ୍କଠାରୁ ମୁଁ ଏହି ପାଠପଢାର ପାଉଣା ନେଉନାହିଁ । ତୁମେ କହୁଛ ଏହି ଚାଉଳ ମୁଠି ଦେଉଛୁ ।
ଏହି ଚାଉଳ ମୁଠି ତ ତୁମେମାନେ ଭକ୍ତିମାର୍ଗରୁ ଦେଇ ଆସିଛ, ଯାହାର ପ୍ରତିଦାନ ତୁମକୁ ପରଜନ୍ମରେ
ମିଳୁଛି । ଏବେ ତ ତୁମେମାନେ ଜାଣୁଛ - ବାବା ସମ୍ମୁଖରେ ବସିଛନ୍ତି, ମାଗଣାରେ ପାଠ ପଢାଉଛନ୍ତି
କାହିଁକି ନା ବାବା ଜାଣିଛନ୍ତି ଯେ ଏମାନଙ୍କ ପାଖରେ କ’ଣ ବା ଆଉ ଅଛି । ତେଣୁ ବାବା ତୁମଠାରୁ କ’ଣ
କିଛି ନେବେ । ବିନାଶୀ ପାଠପଢାରେ ତ କେତେ ଖର୍ଚ୍ଚ କରିବାକୁ ପଡିଥାଏ । କେତେ ପରୀକ୍ଷାରେ ପାସ୍
କରିବାକୁ ପଡିଥାଏ । ମୁଁ ତ ଗୋଟିଏ ହିଁ ପାଠ ପଢାଉଛି । ସ୍କୁଲକୁ ଯେଉଁମାନେ ଆସୁଛନ୍ତି,
ସେମାନଙ୍କୁ ସାମିଲ କରି ଚାଲିଛି । ହଁ ଯେଉଁମାନେ ଡେରୀରେ ଆସୁଛନ୍ତି, ତାଙ୍କୁ ଟିକିଏ ଅଧିକ
ପରିଶ୍ରମ କରିବାକୁ ପଡିଥାଏ । ଏହା ବଦଳରେ ପୁଣି ଡେରୀରେ ଆସିଲାବାଲାଙ୍କୁ ଭଲ ପଏଣ୍ଟସ୍ ମିଳିଥାଏ
। ଯେଉଁମାନେ ଜଲ୍ଦି-ଜଲ୍ଦି ପାଠ ପଢିଥାନ୍ତି ତାଙ୍କର କୌଣସି କ୍ଷତି ହୁଏ ନାହିଁ । ନୂଆ-ନୂଆ ଭଲ
ଭଲ ପଏଣ୍ଟସ୍ ମିଳିବା ଦ୍ୱାରା ସେମାନେ ପୁରୁଣାମାନଙ୍କଠାରୁ ମଧ୍ୟ ତୀବ୍ର ବେଗରେ ଆଗକୁ
ଚାଲିଯାଇଥାନ୍ତି । ବାବା କହୁଛନ୍ତି - ଆରମ୍ଭରୁ ଯେଉଁମାନେ ଆସିଥିଲେ ସେଥିରୁ କେତେ ଛାଡି ପଳାଇ
ଗଲେ । ଭଲ ହେଲା, ତୁମ୍ଭେମାନେ ଡେରୀରେ ଆସିଲ, ଯାହାଦ୍ୱାରା ପୁଣି ତୁମମାନଙ୍କୁ ଗୁହ୍ୟରୁ ଗୁହ୍ୟ
ଜ୍ଞାନର ପଏଣ୍ଟସ୍ ମିଳୁଛି । ବାବା କହୁଛନ୍ତି - ତୁମେ ଲୌକିକ ପାଠ ମଧ୍ୟ ପଢ । ଶରୀର ନିର୍ବାହ
ପାଇଁ କର୍ମ-ଧନ୍ଦା ଆଦି ପଛେ କର, କିନ୍ତୁ କେବଳ ମୋତେ ମନେ ପକାଅ ଏବଂ ଚକ୍ରକୁ ମନେ ପକାଅ । ଏହି
କଥା ଭୁଲିଯିବା ଉଚିତ୍ ନୁହେଁ । ଏହି କଥା ତ ତୁମେମାନେ ବୁଝୁଛ ନା ଏବେ ଆମର ୮୪ ଜନ୍ମର ଅନ୍ତିମ
ଜନ୍ମ ।
ବାବା ବୁଝାଉଛନ୍ତି ମୋତେ
ୟାଦ କର ତେବେ ତୁମେ ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ । ତୁମେ ତ ବାବାଙ୍କୁ ବି ମନେ ପକାଉଛ,
ପତିକୁ ବି ମନେ ପକାଉଛ । ମୁଁ ତୁମର ପତିମାନଙ୍କର ପତି, ପିତାମାନଙ୍କର ପିତା ଅଟେ, ମୁଁ ଶିକ୍ଷକ
ବି ଅଟେ । ମୁଁ ତୁମର ସବୁ କିଛି ଅଟେ । ତୁମର ସୁଖଦାତା ଅଟେ । ପତିତ ସମ୍ବନ୍ଧୀ ଆଦି ତ ତୁମକୁ
ଦୁଃଖ ହିଁ ଦେବେ । ସତ୍ୟଯୁଗରେ କେହି କାହାକୁ ଦୁଃଖ ଦିଅନ୍ତି ନାହିଁ । ଏବେ ମୁଁ ଆସିଛି ତୁମକୁ
ସତ୍ୟଯୁଗର ରାଜ୍ୟ-ଭାଗ୍ୟ ଦେବା ପାଇଁ । ତୁମ୍ଭେମାନେ ଜାଣିଛ ଏହି ସଂଗମଯୁଗରେ ହିଁ ଆମେ
ବାବାଙ୍କଠାରୁ ସମ୍ପତ୍ତିର ଅଧିକାର ନେଉଛୁ । ଏବେ ତୁମ୍ଭେମାନେ ଯେତେ ପାଠ ପଢିପାରିବ । ଏହି
ପାଠପଢା ବି ବହୁତ ସହଜ । ଏହା ହେଉଛି ହିଁ ସହଜ ଜ୍ଞାନ, ସହଜ ୟାଦ । ମୃତ୍ୟୁ ବି ତୁମ ସମ୍ମୁଖରେ
ଉପସ୍ଥିତ ରହିଛି । ମୁଁ ଆସିଛି ତୁମ ସମସ୍ତଙ୍କୁ ନେଇଯିବା ପାଇଁ, ସେଥିପାଇଁ ମୋତେ କାଳମାନଙ୍କର
କାଳ ବୋଲି ମଧ୍ୟ କହୁଛନ୍ତି । ଏ କଥା ମଧ୍ୟ କହିଥାନ୍ତି ଯେ ଏହାକୁ କାଳ ଖାଇଗଲା । କାଳ ଶରୀରକୁ
ଖାଇଥାଏ, ଆତ୍ମାକୁ ତ ଖାଇପାରିବ ନାହିଁ । ଆତ୍ମା ତ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥାଏ ।
ଏଠାରେ ଅଭିନୟ କରିଥାଏ । ବର୍ତ୍ତମାନ ତୁମେ ଜାଣୁଛ ଗୋଟିଏ ମୁହୂର୍ତ୍ତରେ ଏ ସବୁ ବିନାଶ ହୋଇଯିବ,
ଏପରି ମୃତ୍ୟୁ ହେବ ଯେ କେହି କାହା ପାଇଁ କାନ୍ଦିବାକୁ ନ ଥିବେ । ସମସ୍ତଙ୍କୁ ଘରକୁ ଫେରି ଯିବାକୁ
ହିଁ ହେବ । ସେମାନେ ସେତେବେଳେ କାନ୍ଦିଥାନ୍ତି ଯେତେବେଳେ ଏହି ଦୁଃଖର ଦୁନିଆରେ ପୁନର୍ଜନ୍ମ
ନେଇଥାନ୍ତି । ତୁମେମାନେ ବାବାଙ୍କୁ ଏଇଥିପାଇଁ ଡାକୁଛ ଯେ ସିଏ ଆସି ଆମକୁ ନିଜ ସାଥିରେ
ନେଇଯାଆନ୍ତୁ । ତେବେ ବର୍ତ୍ତମାନ ବାବା ଆସିଛନ୍ତି, ସମସ୍ତ ମନୁଷ୍ୟଙ୍କୁ ସାଥିରେ ନେଇଯିବେ ।
ବିନାଶ ହେଲେ ତ ସମସ୍ତେ ମରିବେ । କେହି ରହିବେ ନାହିଁ । ସରକାର ନିଜର ଯୋଜନା କରୁଛନ୍ତି ।
ମନୁଷ୍ୟ ସୃଷ୍ଟି ତ ବଢି ଚାଲିଛି । ଛୋଟ-ଛୋଟ ଶାଖା-ପ୍ରଶାଖାରୁ ମଧ୍ୟ କେତେ ପତ୍ର ବାହାରିଥାଏ ।
ବୃକ୍ଷ ତ ବଢିବ ନିଶ୍ଚୟ । କିନ୍ତୁ ତାର ନିର୍ଦ୍ଦିଷ୍ଟ ଆୟୁଷ ମଧ୍ୟ ରହିଛି । କଳ୍ପ ବୃକ୍ଷର ଆୟୁଷ
ଲକ୍ଷ-ଲକ୍ଷ ବର୍ଷ ତ ହୋଇପାରିବ ନାହିଁ । ଏବେ ବାବା ତୁମମାନଙ୍କୁ ପାଠ ପଢାଉଛନ୍ତି, ପୂଜ୍ୟ
ଦେବୀ-ଦେବତା କରିବା ପାଇଁ । ପ୍ରଥମେ-ପ୍ରଥମେ ବାବା ତୁମମାନଙ୍କୁ ହିଁ ପ୍ରାପ୍ତ ହେଉଛନ୍ତି ଅନ୍ୟ
ଧର୍ମାବଲମ୍ବୀମାନେ ତ ପଛରେ ଆସୁଛନ୍ତି । ସତ୍ୟଯୁଗରେ ତୁମ୍ଭେମାନେ ଆସୁଛ । ବାବା ତୁମମାନଙ୍କୁ
ହିଁ ପାଠ ପଢାଉଛନ୍ତି । ମୁଁ କେବଳ କହୁଛି ଯେ ପବିତ୍ର ଦୁନିଆକୁ ଯିବାର ଅଛି, ତେଣୁ ବିକାରଗ୍ରସ୍ତ
ହୁଅ ନାହିଁ । ତଥାପି ବି ତୁମ୍ଭେମାନେ କାହିଁକି ମାନୁନାହଁ, ବିଷ ବିନା ତୁମେ ରହିପାରୁ ନାହଁ?
ମୋର ମତରେ ନ ଚାଲିଲେ ତୁମେ ଉଚ୍ଚ ପଦ ମଧ୍ୟ ପାଇପାରିବ ନାହିଁ । ତୁମର ଆଶା ହିଁ ଥିଲା
କୃଷ୍ଣପୁରୀକୁ ଯିବା ପାଇଁ । ତେବେ କୃଷ୍ଣଙ୍କ ରାଜଧାନୀକୁ ଯିବ ନା ପ୍ରଜା ଶ୍ରେଣୀରେ ଯିବ?
କୃଷ୍ଣଙ୍କ ସାଥିରେ ଖେଳ-କୁଦ ରାଜକୁମାର-କୁମାରୀମାନେ ହିଁ କରିବେ । ପ୍ରଜାମାନେ ତ କରିବେ ନାହିଁ
। ଏହି ମମ୍ମା ବାବା ମଧ୍ୟ ପାଠ ପଢୁଛନ୍ତି । ତୁମ୍ଭେମାନେ ଜାଣିଛ ଯେ ଏହି ରାଧା-କୃଷ୍ଣ ପୁଣି
ସ୍ୱୟଂମ୍ବର ପରେ ଲକ୍ଷ୍ମୀ-ନାରାୟଣ ହେବେ । ରାଜତ୍ୱ କରିଲାବାଲାଙ୍କର ହିଁ ମାଳା ହୋଇଥାଏ ନା । ୮
ଦାନାରେ ଆସ, ୮ରେ ନୁହେଁ ତ ୧୦୮ରେ ଆସ । ଅତି କମ୍ରେ ୧୬୧୦୮ ମାଳାରେ ତ ଆସ । ଏହା ହେଉଛି ହିଁ
ରାଜଯୋଗ । ତେଣୁ ବାବାଙ୍କର ଶ୍ରୀମତରେ ଚାଲିବା ଦରକାର । ଘରର ସଦସ୍ୟମାନଙ୍କୁ ବି ବୁଝାଅ । ବାବା
ତୁମମାନଙ୍କୁ ବୁଝାଉଛନ୍ତି, ଅନ୍ୟମାନଙ୍କୁ ବୁଝାଇବା ପାଇଁ । ପୁରୁଣା ଦୁନିଆର ବିନାଶ ନିଶ୍ଚୟ ହେବ
। ମହାଭାରତ ଲଢେଇ ମଧ୍ୟ ପ୍ରସିଦ୍ଧ ଅଟେ, ଯେତେବେଳେ କି ଭଗବାନ ଆସିଥିଲେ । ଭଗବାନ ହିଁ ଆସି
ରାଜଯୋଗ ଶିଖାଇଥିଲେ, ସ୍ୱର୍ଗର ସ୍ଥାପନା ଏବଂ ନର୍କର ବିନାଶ ହୋଇଥିଲା, ଏହା ସେହି ସମୟ ଅଟେ ।
ପୁଣି ରାଜଧାନୀ ସ୍ଥାପନ ହୋଇଯିବ । ସତ୍ୟଯୁଗରେ ଅନ୍ୟ କୌଣସି ଧର୍ମ ରହିବ ନାହିଁ । ଭାରତ କେତେ
ସିରତାଜ ଅର୍ଥାତ୍ ମଉଡମଣି ଥିଲା, କେତେ ସାହୁକାର ଥିଲା, ଖ୍ରୀଷ୍ଟୀୟାନ ଲୋକମାନେ ସବୁ ଏହିଠାରୁ
ହିଁ ସାହୁକାର ହୋଇଛନ୍ତି । ସୋମନାଥ ମନ୍ଦିରରୁ ମଧ୍ୟ ଓଟ ଭରିକରି କେତେ ଧନ-ସମ୍ପତ୍ତି ନେଇଗଲେ ।
ଏହା ତ ଗୋଟିଏ ମନ୍ଦିରର କଥା । ଭାରତରେ ବହୁତ ମନ୍ଦିର ଥିଲା । ବାବା ସମଗ୍ର ବୃକ୍ଷର ରହସ୍ୟ
ବୁଝାଉଛନ୍ତି । ମୁଁ ବୀଜ, ଉପରେ ରହିଛି । ଏହା ଓଲଟା ବୃକ୍ଷ ଅଟେ ନା । ମୁଁ ଜ୍ଞାନର ସାଗର ।
ତୁମେମାନେ ମୋତେ ହିଁ ଡାକୁଛ ହେ ପତିତ-ପାବନ ଆସ । ତଥାପି ବି କହିଦେଉଛନ୍ତି ସିଏ ନାମ ରୂପରୁ ଅଲଗା
ଅଟନ୍ତି । ରାବଣ ସମସ୍ତଙ୍କୁ ସମ୍ପୂର୍ଣ୍ଣ ଅଜ୍ଞାନ କରିଦେଇଛି । ଏବେ ତୁମର ସ୍ମୃତି ଆସୁଛି, ଆମର
ପିତା କିଏ । ଏହି ଚକ୍ର କିପରି ଘୂରୁଛି । ସମସ୍ତଙ୍କର ବୁଝିବା ଶକ୍ତି ତ ସମାନ ହୋଇ ନ ଥାଏ ।
ଜଣଙ୍କର ବୁଦ୍ଧି ଅନ୍ୟ ଜଣଙ୍କ ସହିତ ମେଳ ଖାଇବ ନାହିଁ । ଜଣଙ୍କର ଚେହେରା ଅନ୍ୟ ଜଣଙ୍କ ସହିତ ମିଶି
ନ ଥାଏ । ତେବେ ବର୍ତ୍ତମାନ ତୁମମାନଙ୍କୁ ବାବାଙ୍କର ହେବା ଦରକାର ନା । ସିଏ ପିତା ମଧ୍ୟ ଅଟନ୍ତି,
ଶିକ୍ଷକ ବି ଅଟନ୍ତି ଓ ସଦ୍ଗୁରୁ ମଧ୍ୟ ଅଟନ୍ତି । ତୁମେମାନେ ଜାଣିଛ ଇଏ କିଛି ଫି ନେଉ ନାହାଁନ୍ତି
। ବିନା କଉଡି ଖର୍ଚ୍ଚରେ ତୁମ୍ଭମାନଙ୍କୁ ୨୧ ଜନ୍ମ ପାଇଁ ରାଜତ୍ୱ ମିଳିଯାଉଛି । ଯଦି ତୁମେ
ଭକ୍ତିମାର୍ଗରେ ଈଶ୍ୱରଙ୍କ ଅର୍ଥେ କିଛି ଦେଉଥିଲ ତେଣୁ ପରଜନ୍ମରେ ତୁମକୁ ମିଳୁଥିଲା । ଏବେ ତ ମୁଁ
ପ୍ରତ୍ୟକ୍ଷରେ ଆସି ଭାରତକୁ ସ୍ୱର୍ଗ କରୁଛି । ଏଥିରେ ଯାହା କିଛି ଖର୍ଚ୍ଚ ହେଉଛି, ତାହା
ପିଲାମାନଙ୍କର ହିଁ ଲାଗୁଛି । ପିଲାମାନଙ୍କୁ ହିଁ ଖର୍ଚ୍ଚ କରିବା ପାଇଁ କହିବି । ଶିବବାବା
ବ୍ରହ୍ମାଙ୍କୁ ହିଁ ଭଲ ଭାବରେ ଧରିଥିଲେ ପିଲାଙ୍କ ନିମନ୍ତେ ଖର୍ଚ୍ଚ କରିବା ପାଇଁ । ସିଏ ଏହାଙ୍କର
ଶରୀରରେ ପ୍ରବେଶ କରି ଏହାଙ୍କ ଦ୍ୱାରା ସବୁ କିଛି କରାଇଲେ । ଇଏ ବ୍ରହ୍ମା ତ ତୁରନ୍ତ ସମର୍ପିତ
ହୋଇଗଲେ । ଏହାଙ୍କ ପାଖରେ ଯାହା କିଛି ଥିଲା, ସେସବୁ ଦେଇ ଦେଲେ । ବାବା କହିଲେ, ଭିକାରୀ ହୋଇଯାଅ,
ତେବେ ପୁଣି ଏହିଭଳି ରାଜକୁମାର କରାଇବି, ସାକ୍ଷାତ୍କାର କରାଇ ଦେଲେ । ତାଙ୍କର ଖିଆଲ ଆସିଲା -
ଏବେ ଏହାକୁ କ’ଣ କରିବି । ବିନାଶ ନିଶ୍ଚିତ ହିଁ ହେବ । ବାବା କହିଲେ ମାଙ୍କଡ ଭଳି ହାତମୁଠା ବନ୍ଦ
କର ନାହିଁ, ଖୋଲିଦିଅ । ତୁରନ୍ତ ଖୋଲି ଦେଲେ । ନଚେତ୍ ଏତେ ପିଲାଙ୍କର ପାଳନା କିପରି ହୋଇଥାନ୍ତା
। ବଚ୍ଚୁ ବାଦଶାହ ଅର୍ଥାତ୍ ରାଜା ଶିବବାବା ଓ ପିରୁ ବଜୀର ଅର୍ଥାତ୍ ମନ୍ତ୍ରୀ ଇଏ ବ୍ରହ୍ମା ହୋଇଗଲେ
। ପଇସା ପାଇଁ ଜଣଙ୍କୁ ହିଁ ଧରିନେଲେ । ତୁମ ପିଲାମାନଙ୍କର ଭଟ୍ଟୀ ହେବାର ଥିଲା । ସ୍କୁଲ ବି
ହୋଇଥିଲା । ଏବେ ତୁମେମାନେ ହୁସିଆର ହୋଇ ପୁଣି ଅନ୍ୟମାନଙ୍କୁ ମଧ୍ୟ ପାଠ ପଢାଉଛ । ତୁମେ କେତେ
ଜଣଙ୍କର କଲ୍ୟାଣ କରୁଛ । ବାବା ହିଁ ହେଉଛନ୍ତି କଲ୍ୟାଣକାରୀ, ସମସ୍ତଙ୍କୁ ନର୍କରୁ ବାହାର କରି
ସ୍ୱର୍ଗକୁ ନେଇ ଯାଉଛନ୍ତି । ବର୍ତ୍ତମାନ ତୁମେ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚପଦ ପାଇବ ।
ପ୍ରଜାମାନଙ୍କ ପାଇଁ ମଧ୍ୟ ପ୍ରଦର୍ଶନୀ ବୁଝାଇବାକୁ ସହଜ ମାର୍ଗ ବାହାରି ଚାଲିବ । ଢେର ପ୍ରଜା ହୋଇ
ଚାଲିବେ । ରାଜା-ରାଣୀ ତ ଅଳ୍ପ ସଂଖ୍ୟକ ହେବେ । ପ୍ରଜା ତ କୋଟି-କୋଟି ସଂଖ୍ୟାରେ ହେବେ ନା । ରାଜା
ରାଣୀ ତ ଜଣେ ହେବେ । ସେଠାରେ ଲଢେଇ ଝଗଡା ଆଦି ହୁଏ ନାହିଁ । ପିଲାମାନେ ଜାଣିଛନ୍ତି - ଏବେ ତ
ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ଯେତେ ଯୋଗରେ ରହିବ ସେତେ ପାପ ଆତ୍ମାରୁ ପୁଣ୍ୟ ଆତ୍ମା ହେବ, ଆଉ
କୌଣସି ଉପାୟ ନାହିଁ । ସୁପୁତ୍ର ସନ୍ତାନମାନେ ମାତା-ପିତାଙ୍କୁ ଅନୁସରଣ କରିଥାନ୍ତି । ପିତା
ପବିତ୍ର ହେବେ, ଯଦି ସନ୍ତାନ ପବିତ୍ର ନ ହେଲା ତେବେ ସିଏ କୁପୁତ୍ର ସନ୍ତାନ ହେଲା ନା । ଏଥିରେ ତ
ନଷ୍ଟମୋହା ହେବାକୁ ପଡିବ । ମୋର ତ ଏକମାତ୍ର ଶିବବାବା ଦ୍ୱିତୀୟ କେହି ନୁହଁନ୍ତି । ବର୍ସା ବା
ସମ୍ପତ୍ତି ମଧ୍ୟ ତାଙ୍କଠାରୁ ମିଳିବ । ଏବେ ବାବାଙ୍କଠାରୁ ନୂଆ ଦୁନିଆର ସମ୍ପତ୍ତି ପାଇବାକୁ ହେବ,
ତେଣୁ ପତିତ ହୁଅ ନାହିଁ । ପବିତ୍ର ନ ହେଲେ ତୁମେ ନୂଆ ଦୁନିଆକୁ ଯାଇପାରିବ ନାହିଁ । ତୁମେମାନେ
ଜନ୍ମ-ଜନ୍ମାନ୍ତର ପାପ କରିଆସିଛ, ସେଗୁଡିକର ଦଣ୍ଡ ଭୋଗିବାକୁ ପଡୁଛି । ଯେପରିକି ତୁମକୁ ୬୩
ଜନ୍ମର ପାପଗୁଡିକର ଦଣ୍ଡ ମିଳୁଛି । ଗର୍ଭଜେଲ୍ରେ ମଧ୍ୟ ଦଣ୍ଡ ଭୋଗିଥାନ୍ତି । ସତ୍ୟଯୁଗରେ କୌଣସି
ଜେଲ ଆଦି ରହିବ ନାହିଁ । ତାହା ସ୍ୱର୍ଗ ହିଁ ଅଟେ । ଏବେ ବାବା ସାଧାରଣ ଶରୀରରେ ପ୍ରବେଶ କରିଛନ୍ତି,
ସେଥିପାଇଁ ବାବାଙ୍କୁ କେହି ଜାଣିପାରୁ ନାହାଁନ୍ତି । ବାବାଙ୍କ ସହିତ ଯୋଗ ଲଗାଇବା ଦ୍ୱାରା ହିଁ
ଆତ୍ମା ପବିତ୍ର ହେବ । ବାବା କହୁଛନ୍ତି - ମୁଁ ପତିତ ଦୁନିଆ, ପତିତ ଶରୀରରେ ଆସୁଛି, ପୁଣି
ଏହାଙ୍କୁ ଏକ ନମ୍ବର ପବିତ୍ର କରାଉଛି । ତତ୍ତ୍ତ୍ୱମ୍ ଅର୍ଥାତ୍ ତୁମେ ମଧ୍ୟ ସେହିପରି । ତୁମେମାନେ
ମଧ୍ୟ ପବିତ୍ର ହେଉଛ । ତୁମେମାନେ ବାବାଙ୍କର ସନ୍ତାନ ହୋଇଛ । ତୁମେମାନେ ପ୍ରଜାପିତା
ବ୍ରହ୍ମାଙ୍କର ମଧ୍ୟ ସନ୍ତାନ ଅଟ, ସେଥିପାଇଁ ବାପଦାଦା କୁହାଯାଉଛି । ବାବା ବୁଝାଉଛନ୍ତି ଏବେ
ବହୁତ କମ୍ ସମୟ ଅଛି । ଏହି ଶରୀର ଉପରେ କୌଣସି ଭରସା ନାହିଁ । ତେଣୁ ବାବାଙ୍କୁ ୟାଦ କରିଚାଲ,
ସ୍ୱଦର୍ଶନ ଚକ୍ରଧାରୀ ହୁଅ । ସାରାଦିନ ଏହି କଥା ଧ୍ୟାନରେ ରହୁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପୂରା-ପୂରା
ନଷ୍ଟୋମୋହା ହେବାକୁ ପଡିବ । ଏକମାତ୍ର ଶିବବାବା ଦ୍ୱିତୀୟ କେହି ନୁହଁନ୍ତି, ଏହି ପାଠକୁ ଦୃଢ
କରିବାକୁ ହେବ । ସୁପୁତ୍ର ସନ୍ତାନ ହୋଇ ମାତା-ପିତାଙ୍କୁ ଅନୁକରଣ କରିବାକୁ ହେବ ।
(୨) ବିନା ପଇସା
ଖର୍ଚ୍ଚରେ ପାଠପଢା ଦ୍ୱାରା ୨୧ ଜନ୍ମର ରାଜତ୍ୱ ମିଳୁଛି, ତେଣୁ ଏହି ପାଠପଢା ବହୁତ ଲଗନରେ ପଢିବାକୁ
ପଡିବ । ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ ।
ବରଦାନ:-
ସର୍ବଦା ନିଜର
ଶ୍ରେଷ୍ଠ ଭାଗ୍ୟର ଖୁସି ଏବଂ ନିଶାରେ ରହୁଥିବା ପଦ୍ମାପଦ୍ମ ଭାଗ୍ୟଶାଳୀ ଭବ ।
ସାରା ବିଶ୍ୱରେ ଯେଉଁମାନେ
ବି ଧର୍ମପିତା ବା ଜଗତଗୁରୁ ବୋଲାଉଥିବା ଆତ୍ମାମାନେ ଅଛନ୍ତି କାହାକୁ ବି ମାତା-ପିତାର ସମ୍ବନ୍ଧ
ଦ୍ୱାରା ଅଲୌକିକ ଜୀବନ ଏବଂ ଅଲୌକିକ ପାଳନା ପ୍ରାପ୍ତ ହେଉ ନାହିଁ । ସେମାନେ ଅଲୌକିକ
ମାତା-ପିତାଙ୍କର ଅନୁଭବ ସ୍ୱପ୍ନରେ ମଧ୍ୟ କରିପାରିବ ନାହିଁ । କିନ୍ତୁ ତୁମେ ପଦ୍ମାପଦ୍ମପତି
ଶ୍ରେଷ୍ଠ ଆତ୍ମାମାନେ ପ୍ରତିଦିନ ମାତା-ପିତାଙ୍କର ବା ସର୍ବ ସମ୍ବନ୍ଧର ୟାଦପ୍ୟାର ନେବାର ପାତ୍ର
ଅଟ । ସ୍ୱୟଂ ସର୍ବଶକ୍ତିମାନ ପିତା ତୁମମାନଙ୍କର ସେବାଧାରୀ ହୋଇ ପ୍ରତି ପାଦରେ ସାଥୀରେ ଅଛନ୍ତି ।
ତେଣୁ ଏହି ଶ୍ରେଷ୍ଠ ଭାଗ୍ୟର ନିଶା ଏବଂ ଖୁସିରେ ରୁହ ।
ସ୍ଲୋଗାନ:-
ଶରୀର ଏବଂ ମନକୁ
ସର୍ବଦା ଖୁସିରେ ରଖିବା ପାଇଁ ଖୁସିଯୁକ୍ତ ସମର୍ଥ ସଂକଳ୍ପ କର ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ବାପଦାଦା ସଦାସର୍ବଦା ଏହି
ଶ୍ରୀମତ ଦେଉଛନ୍ତି ଯେ ମନ ଭିତରେ ପ୍ରତ୍ୟେକ ଆତ୍ମା ପ୍ରତି ଶୁଭଭାବନା ଏବଂ ଶୁଭକାମନା ରଖ, ଅପକାରୀ
ପ୍ରତି ମଧ୍ୟ ଉପକାରର ମନୋବୃତ୍ତି ରଖ - ଏହା ହିଁ ହେଉଛି ସ୍ୱଚ୍ଛ ମନ । ନିଜ ପ୍ରତି ବା
ଅନ୍ୟମାନଙ୍କ ପ୍ରତି ଯଦି ବ୍ୟର୍ଥ ସଂକଳ୍ପ ଆସୁଛି ତେବେ ଏହା ତୁମର ମନ ସ୍ୱଚ୍ଛ ନୁହେଁ । ଯଦି
ସ୍ୱଚ୍ଛ ମନ, ସ୍ପଷ୍ଟ ଏବଂ ସ୍ୱଚ୍ଛ ବୁଦ୍ଧି ରହିବ ତେବେ ଯାଇ ଡବଲ ଲାଇଟ୍ ସ୍ଥିତିର ନିର୍ମାଣ
ହୋଇପାରିବ । ବାବାଙ୍କ ସମାନ ସ୍ଥିତି ନିର୍ମାଣ କରିବାର ଏହା ହିଁ ସହଜ ବିଧି ଅଟେ ।