29.04.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଏହି ପତିତ ଜଗତରୁ ସମ୍ବନ୍ଧ ତୁଟାଇ ଏକମାତ୍ର ବାବାଙ୍କ ସହିତ ବୁଦ୍ଧିଯୋଗ ଲଗାଅ ତେବେ ମାୟାଠାରୁ ହାରିବ ନାହିଁ ।”

ପ୍ରଶ୍ନ:-
ସମର୍ଥ ବାବା ସାଥିରେ ଥିଲେ ମଧ୍ୟ ଯଜ୍ଞରେ ଅନେକ ବିଘ୍ନ କାହିଁକି ପଡୁଛି? ଏହାର କାରଣ କ’ଣ?

ଉତ୍ତର:-
ଏହି ବିଘ୍ନ ତ ଡ୍ରାମା ଅନୁସାରେ ନିଶ୍ଚୟ ପଡିବ କାହିଁକି ନା ଯେତେବେଳେ ଯଜ୍ଞରେ ଅସୁରମାନଙ୍କର ବିଘ୍ନ ପଡିବ ସେତେବେଳେ ହିଁ ପାପର ଘଡି ଭରିବ । ଏଥିରେ ବାବା କିଛି କରିପାରିବେ ନାହିଁ, ଏହା ତ ଡ୍ରାମାରେ ନିଧାର୍ଯ୍ୟ ରହିଛି । ତେଣୁ ବିଘ୍ନ ତ ନିଶ୍ଚିତ ପଡିବ କିନ୍ତୁ ବିଘ୍ନରେ ତୁମମାନଙ୍କୁ ବିଚଳିତ ହେବାର ନାହିଁ ।

ଗୀତ:-
କୌନ ହେ ମାତା, କୌନ ପିତା ହେ...

ଓମ୍ ଶାନ୍ତି ।
ପିଲାମାନେ ଅବିନାଶୀ ପିତାଙ୍କର ନିର୍ଦ୍ଦେଶ ଶୁଣିଲେ । ତୁମର ଏହି ଯେଉଁ ସମ୍ବନ୍ଧ ଦେହ ସହିତ ରହିଛି ପ୍ରଥମେ ମାତାଙ୍କ ସହ ପୁଣି ପିତାଙ୍କ ସହିତ ସମ୍ପର୍କ ହୋଇଥାଏ ପୁଣି ଭାଇ-ବନ୍ଧୁ ଆଦିଙ୍କର ହୋଇଥାଏ । ତେଣୁ ଅବିନାଶୀ ବାବା କହୁଛନ୍ତି ଯେ ଏହି ଜଗତରେ ତୁମର ଯେଉଁ ପିତା-ମାତା ଅଛନ୍ତି ତାଙ୍କଠାରୁ ବୁଦ୍ଧିର ଯୋଗ ତୁଟାଇ ଦିଅ । ପୁରୁଣା ଦୁନିଆ ସହିତ ସମ୍ପର୍କ ରଖ ନାହିଁ କାହିଁକି ନା ଏସବୁ ହେଉଛି କଳିଯୁଗର ଛି-ଛି ସମ୍ପର୍କ । ଜଗତ ଅର୍ଥାତ୍ ଦୁନିଆ । ଏହି ପତିତ ଦୁନିଆରୁ ବୁଦ୍ଧିର ଯୋଗ ତୁଟାଇ ଏକ ମୋ ସହିତ ଓ ନୂଆ ଦୁନିଆ ସହିତ ଯୋଡ, କାହିଁକି ନା ଏବେ ତୁମକୁ ମୋ ପାଖକୁ ଆସିବାକୁ ହେବ । ଏହା କେବଳ ସମ୍ପର୍କ ଯୋଡିବାର କଥା ଅଟେ, ଆଉ କୌଣସି କଥା ନାହିଁ ଏବଂ ଆଉ କୌଣସି କଷ୍ଟ ନାହିଁ । ସମ୍ପର୍କ ସେହିମାନେ ଯୋଡିବେ ଯାହାଙ୍କୁ ନିର୍ଦ୍ଦେଶ ମିଳୁଛି । ସତ୍ୟଯୁଗରେ ପ୍ରଥମେ ସମ୍ପର୍କ ଭଲ ଥାଏ, ସତ୍ତ୍ୱପ୍ରଧାନ ଆତ୍ମା ପୁଣି ଧୀରେ ଧୀରେ ତମୋପ୍ରଧାନ ହୋଇଥା’ନ୍ତି । ତା’ପରେ ଯେଉଁ ସୁଖର ସମ୍ପର୍କ ଥିଲା ତାହା ଧିରେ ଧିରେ କମ୍ ହୋଇଯାଇଥାଏ । ଏବେ ତ’ ବିଲ୍‌କୁଲ୍ ହିଁ ଏହି ପୁରୁଣା ଦୁନିଆରୁ ସମ୍ପର୍କ କାଟିବାକୁ ହେବ । ବାବା କହୁଛନ୍ତି ମୋ ସହିତ ବୁଦ୍ଧିର ସମ୍ପର୍କ ଯୋଡ । ଶ୍ରୀମତ ପାଳନ କର ଏବଂ ଯାହା କିଛି ବି ଦେହର ସମ୍ବନ୍ଧ ରହିଛି ତାକୁ ସବୁ ତ୍ୟାଗ କର । ବିନାଶ ତ ନିଶ୍ଚୟ ହେବ । ପିଲାମାନେ ଜାଣିଛନ୍ତି ଯାହାଙ୍କୁ ପରମପିତା ପରମାତ୍ମା କୁହାଯାଉଛି, ସେ ମଧ୍ୟ ଡ୍ରାମା ଅନୁସାରେ ସେବା କରୁଛନ୍ତି । ସେ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛନ୍ତି । ମନୁଷ୍ୟ ତ ଭାବୁଛନ୍ତି ଭଗବାନ ସର୍ବଶକ୍ତିମାନ ଅଟନ୍ତି ଯାହା ଚାହିଁବେ କରିପାରିବେ । ଯେପରି ଶ୍ରୀକୃଷ୍ଣଙ୍କୁ ମଧ୍ୟ ସର୍ବଶକ୍ତିମାନ ବୋଲି ମାନୁଛନ୍ତି, ତାଙ୍କୁ ସ୍ୱଦର୍ଶନ ଚକ୍ର ଦେଇ ଦେଇଛନ୍ତି । ଭାବୁଛନ୍ତି ଚକ୍ରଦ୍ୱାରା ଗଳା କାଟିଥାଆନ୍ତି । କିନ୍ତୁ ଏକଥା ବୁଝୁ ନାହାଁନ୍ତି ଯେ ଦେବତାମାନେ ହିଂସାର କାମ କିପରି କରିବେ । ସେମାନେ ତ ହିଂସା କାର୍ଯ୍ୟ କରିପାରିବେ ନାହିଁ । ଦେବତାମାନଙ୍କ ପାଇଁ ତ କୁହାଯାଉଛି - ଅହିଂସା ପରମଧର୍ମ ଥିଲା । ତାଙ୍କ ପାଖରେ ହିଂସା କେଉଁଠାରୁ ଆସିଲା? ଯାହାକୁ ଯାହା ଆସିଲା ସେ ବସି ଲେଖିଦେଇଛନ୍ତି । ଧର୍ମର କେତେ ଗ୍ଳାନି କରିଛନ୍ତି । ବାବା କହୁଛନ୍ତି ଏହି ସବୁ ଶାସ୍ତ୍ରରେ ସତ୍ୟ ତ ବିଲକୁଲ୍ ଅଟାରେ ଲୁଣ ସଦୃଶ ରହିଛି । ଏକଥା ମଧ୍ୟ ଲେଖାଯାଇଛି ଯେ ରୁଦ୍ର ଜ୍ଞାନ ଯଜ୍ଞ ରଚନା କରିଥିଲେ । ସେଥିରେ ଅସୁର ବିଘ୍ନ ପକାଉଥିଲେ । ଅବଳାମାନଙ୍କ ଉପରେ ଅତ୍ୟାଚାର ହେଉଥିଲା । ଏକଥା ତ’ ଠିକ୍ ଲେଖା ଯାଇଛି । ଏବେ ତୁମେ ଜାଣୁଛ - ଶାସ୍ତ୍ରରେ ସତ୍ୟ କଣ ଓ ମିଥ୍ୟା କ’ଣ । ସ୍ୱୟଂ ଭଗବାନ କହୁଛନ୍ତି ଏହି ରୁଦ୍ର ଜ୍ଞାନ ଯଜ୍ଞରେ ବିଘ୍ନ ନିଶ୍ଚୟ ପଡିବ । ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏପରି ନୁହେଁ ଯେ ପରମାତ୍ମା ସାଥିରେ ଅଛନ୍ତି, ତେଣୁ ବିଘ୍ନକୁ ହଟାଇ ଦେବେ । ଏଥିରେ ବାବା କ’ଣ କରିପାରିବେ? ଡ୍ରାମାରେ ଏସବୁ ହେବାର ହିଁ ଅଛି । ଏମାନେ ସମସ୍ତେ ବିଘ୍ନ ପକାଇଲେ ତ’ ପାପର ଘଡି ଭରିବ ନା । ବାବା ବୁଝାଉଛନ୍ତି ଡ୍ରାମାରେ ଯାହା ନିଧାର୍ଯ୍ୟ ରହିଛି ତାହା ହିଁ ହେବ । ଅସୁରଙ୍କ ଦ୍ୱାରା ବିଘ୍ନ ନିଶ୍ଚୟ ପଡିବ । କାହିଁକି ନା ଆମର ରାଜଧାନୀ ସ୍ଥାପନ ହେଉଛି । ଅଧାକଳ୍ପ ମାୟାର ରାଜ୍ୟରେ ମନୁଷ୍ୟ କେତେ ତମୋପ୍ରଧାନ ବୁଦ୍ଧି, ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି । ପୁଣି ତାଙ୍କୁ ଶ୍ରେଷ୍ଠାଚାରୀ କରାଇବା ବାବାଙ୍କର କାମ ଅଟେ ନା । ଭ୍ରଷ୍ଟାଚାରୀ ହେବାରେ ଅଧାକଳ୍ପ ଲାଗୁଛି । ପୁଣି ଗୋଟିଏ ସେକେଣ୍ଡରେ ବାବା ଶ୍ରେଷ୍ଠାଚାରୀ କରାଉଛନ୍ତି । ନିଶ୍ଚୟ ହେବାରେ ସମୟର ଆବଶ୍ୟକତା ନାହିଁ । ଏହିପରି ବହୁତ ଭଲ ଭଲ ସନ୍ତାନମାନେ ଅଛନ୍ତି ଯାହାଙ୍କର ନିଶ୍ଚୟ ହେଉଛି, ତୁରନ୍ତ ପ୍ରତିଜ୍ଞା କରୁଛନ୍ତି, କିନ୍ତୁ ମାୟା ମଧ୍ୟ ପହିଲମାନ ଅଟେ ନା । ମନରେ କିଛି ନା କିଛି ତୋଫାନ ସୃଷ୍ଟି କରୁଛି । ମନରେ ଆସିଲେ ମଧ୍ୟ ପୁରୁଷାର୍ଥ କରି ତାକୁ କର୍ମରେ ଆଣ ନାହିଁ । ସମସ୍ତେ ପୁରୁଷାର୍ଥ କରୁଛନ୍ତି । କର୍ମାତୀତ ଅବସ୍ଥା ତ’ କାହାର ହୋଇନାହିଁ । କିଛି ନା କିଛି କର୍ମେନ୍ଦ୍ରିୟ ଦ୍ୱାରା ଭୁଲ୍ ହୋଇଯାଉଛି । କର୍ମାତୀତ ଅବସ୍ଥାରେ ପହଞ୍ଚିବା ପାଇଁ ମଝିରେ ବିଘ୍ନ ନିଶ୍ଚୟ ପଡିବ । ବାବା ବୁଝାଉଛନ୍ତି - ପୁରୁଷାର୍ଥ କରି-କରି ଶେଷରେ ଯାଇ କର୍ମାତୀତ ଅବସ୍ଥା ହେବ, ପୁଣି ତ ଏହି ଶରୀରରେ ରହିପାରିବ ନାହିଁ, ସେଥିପାଇଁ ସମୟ ଲାଗୁଛି । କିଛି ନା କିଛି ବିଘ୍ନ ପଡୁଛି । କେଉଁଠି ମାୟା ହରାଇ ବି ଦେଉଛି । ଏହା ବକ୍‌ସିଙ୍ଗ୍ ଅଟେ ନା । ଚାହୁଁଛନ୍ତି ବାବାଙ୍କ ସ୍ମୃତିରେ ରହିବୁ, କିନ୍ତୁ ରହିପାରୁ ନାହାଁନ୍ତି । ଯାହା କିଛି ସମୟ ରହିଛି, ଧିରେ-ଧିରେ ସେହି ଅବସ୍ଥାକୁ ଧାରଣ କରିବାକୁ ହେବ । ଜନ୍ମରୁ ତ’ କେହି ରାଜା ହୋଇ ନ ଥାନ୍ତି । ଛୋଟ ପିଲା ଧିରେ-ଧିରେ ବଡ ହେବ ନା, ଏଥିରେ ମଧ୍ୟ ସମୟ ଲାଗିଥାଏ । ଏବେ ତ’ ବାକି ଅଳ୍ପ ସମୟ ରହିଛି । ସମସ୍ତ ଆଧାର ପୁରୁଷାର୍ଥ ଉପରେ ରହିଛି । ଧ୍ୟାନ ଦେବାକୁ ହେବ, ଆମେ ଯେପରି ବି ହେଉ ବାବାଙ୍କଠାରୁ ନିଶ୍ଚୟ ସମ୍ପତ୍ତି ନେବୁ । ମାୟାର ସମ୍ମୁଖୀନ ହେବା ପାଇଁ ପ୍ରତିଜ୍ଞା କରୁଛନ୍ତି । ମାୟା ମଧ୍ୟ କମ୍ ନୁହେଁ । ସାଧାରଣ ରୂପରେ ମଧ୍ୟ ଆସୁଛି । ବିକଟାଳ ରୂପରେ ମଧ୍ୟ ଆସୁଛି । ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ବାବା କହୁଛନ୍ତି ଯେ ତୁମମାନଙ୍କୁ ଏବେ ବୁଝାଉଛି । ବାବାଙ୍କ ଦ୍ୱାରା ତୁମେ ସଦ୍‌ଗତିକୁ ପାଇଯାଉଛ । ପୁଣି ଏହି ଜ୍ଞାନର ଆଉ ଆବଶ୍ୟକତା ରହିବ ନାହିଁ । ଜ୍ଞାନ ଦ୍ୱାରା ସଦ୍‌ଗତି ହୋଇଯାଉଛି । ସତ୍ୟଯୁଗକୁ ସଦ୍‌ଗତି କୁହାଯାଉଛି ।

ସନ୍ତାନମାନଙ୍କୁ ଲକ୍ଷ୍ୟ ଦିଆଯାଇଛି - ଏକଥା ମଧ୍ୟ ବୁଝିଛ ଯେ ଡ୍ରାମା ଅନୁସାରେ ଗଛ ବଢିବାରେ ସମୟ ତ ଲାଗିବ ହିଁ । ବହୁତ ବିଘ୍ନ ତ ପଡୁଛି । ବଦଳିବାକୁ ପଡୁଛି । କଉଡିରୁ ହୀରା ତୁଲ୍ୟ ହେବାକୁ ପଡୁଛି । ରାତି-ଦିନର ଫରକ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦେବତାମାନଙ୍କର ମନ୍ଦିର ତିଆରି କରିଚାଲିଛନ୍ତି । ତୁମେ ବ୍ରାହ୍ମଣମାନେ ଏବେ ମନ୍ଦିର ତିଆରି କରିବ ନାହିଁ କାହିଁକି ନା ତାହା ହେଉଛି ଭକ୍ତିମାର୍ଗ । ଦୁନିଆର ଲୋକଙ୍କୁ ଏକଥା ଜଣା ନାହିଁ ଯେ ଏବେ ଭକ୍ତିମାର୍ଗ ଶେଷ ହୋଇ ଜ୍ଞାନମାର୍ଗ ଜିନ୍ଦାବାଦ ହେବ । ଏ କଥା କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ । ମନୁଷ୍ୟ ତ କଳିଯୁଗକୁ ଏବେ ଛୋଟ ପିଲା ବୋଲି ଭାବୁଛନ୍ତି । ତାଙ୍କର ସମସ୍ତ ଆଧାର ଶାସ୍ତ୍ର ଉପରେ ରହିଛି । ତୁମମାନଙ୍କୁ ତ ବାବା ବସି ସବୁ ବେଦଶାସ୍ତ୍ରର ରହସ୍ୟ ବୁଝାଉଛନ୍ତି । ବାବା କହୁଛନ୍ତି - ବର୍ତ୍ତମାନ ପର୍ଯ୍ୟନ୍ତ ତୁମେ ଯାହା କିଛି ପଢିଛ, ସେ ସବୁକୁ ଭୁଲିଯାଅ । ଏହା ଦ୍ୱାରା କାହାର ସଦ୍‌ଗତି ହେବ ନାହିଁ । ଏହାଦ୍ୱାରା କେବଳ ଅଳ୍ପକାଳର ସୁଖ ମିଳିଆସିଛି । ସର୍ବଦା ସୁଖ ହିଁ ସୁଖ ମିଳିବ, ଏପରି ତ ହୋଇପାରିବ ନାହିଁ । ଏହା ହେଉଛି କ୍ଷଣଭଙ୍ଗୁର ସୁଖ । ମନୁଷ୍ୟ ବହୁତ ଦୁଃଖରେ ରହିଛନ୍ତି । ମନୁଷ୍ୟ ଏକଥା ଜାଣି ନାହାଁନ୍ତି ଯେ ସତ୍ୟଯୁଗରେ ଦୁଃଖର ଚିହ୍ନବର୍ଣ୍ଣ ରହିବ ନାହିଁ । ସେମାନେ ସତ୍ୟଯୁଗ ପାଇଁ ମଧ୍ୟ ଏହିପରି କଥା କହିଦେଇଛନ୍ତି । ସେଠାରେ କୃଷ୍ଣପୁରୀରେ କଂସ ଥିଲା, ଇଏ ଥିଲା... । ଶ୍ରୀକୃଷ୍ଣ ଜେଲରେ ଜନ୍ମ ନେଲେ । ବହୁତ କଥା ଲେଖି ଦେଇଛନ୍ତି । ତେବେ ଶ୍ରୀକୃଷ୍ଣ ସ୍ୱର୍ଗର ପ୍ରଥମ ନମ୍ବରର ରାଜକୁମାର ଅଟନ୍ତି, ସେ କି ପାପ କରିଥିଲେ? ଏସବୁ ମନଗଢା କଥା, ଏକଥା ମଧ୍ୟ ତୁମେ ଏବେ ଜାଣୁଛ ଯେତେବେଳେ କି ବାବା ସତ୍ୟ ବତାଉଛନ୍ତି । ବାବା ହିଁ ଆସି ସତ୍ୟଖଣ୍ଡ ସ୍ଥାପନ କରୁଛନ୍ତି । ସତ୍ୟଖଣ୍ଡରେ କେତେ ସୁଖ ଥିଲା, ମିଥ୍ୟାଖଣ୍ଡରେ କେତେ ଦୁଃଖ ରହିଛି । ଏ ସବୁ ଭୁଲିଯାଇଛନ୍ତି । ତୁମେ ଜାଣିଛ ଯେ ଆମେ ଶ୍ରୀମତ ଦ୍ୱାରା ସତ୍ୟଖଣ୍ଡ ସ୍ଥାପନ କରି ତାର ମାଲିକ ହେବୁ ।

ବାବା ବୁଝାଉଛନ୍ତି, ଏହିପରି ଶ୍ରୀମତରେ ଚାଲିବା ଦ୍ୱାରା ତୁମେ ଉଚ୍ଚ ପଦ ପାଇପାରିବ । ପିଲାମାନେ ଜାଣିଛନ୍ତି ଯେ ଏହି ପାଠପଢି ଆମକୁ ସୂର୍ଯ୍ୟବଂଶୀ ମହାରାଜା ମହାରାଣୀ ହେବାକୁ ପଡିବ । ସମସ୍ତଙ୍କର ଇଚ୍ଛା ମଧ୍ୟ ଉଚ୍ଚ ପଦ ପାଇବା ପାଇଁ ରହିଛି । ସମସ୍ତଙ୍କର ପୁରୁଷାର୍ଥ ଜାରି ରହିଛି । ନିଷ୍ଠାବାନ ଭକ୍ତମାନେ ଚିତ୍ର ସାଥିରେ ରଖିଥା’ନ୍ତି ଯେପରି ଘଡି ଘଡି ତାଙ୍କର ସ୍ମୃତି ରହିପାରିବ । ବାବା ମଧ୍ୟ କହୁଛନ୍ତି ତ୍ରିମୂର୍ତ୍ତି ଚିତ୍ର ସାଥିରେ ରଖ ତେବେ ଘଡି ଘଡି ସ୍ମୃତି ରହିବ । ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ଏହି ସୂର୍ଯ୍ୟବଂଶୀ କୂଳରେ ଆସିଯିବୁ । ଘରେ ତ୍ରିମୂର୍ତ୍ତି ଚିତ୍ର ଲାଗିଥିଲେ ଘଡି ଘଡି ଦୃଷ୍ଟି ପଡିବ । ବାବାଙ୍କ ଦ୍ୱାରା ଆମେ ଏହି ସୂର୍ଯ୍ୟବଂଶୀ କୂଳକୁ ଯିବୁ । ସକାଳୁ ଉଠିଲା ମାତ୍ରେ ହିଁ ଦୃଷ୍ଟି ତା’ ଉପରେ ପଡିବ । ଏହା ମଧ୍ୟ ଏକ ପୁରୁଷାର୍ଥ ଅଟେ । ବାବା ରାୟ ଦେଉଛନ୍ତି - ଯେଉଁମାନେ ଭଲ ଭକ୍ତ ସେମାନେ ବହୁତ ପୁରୁଷାର୍ଥ କରୁଛନ୍ତି । ଆଖି ଖୋଲିବା ସଙ୍ଗେ ସଙ୍ଗେ ହିଁ ଶ୍ରୀକୃଷ୍ଣ ମନେ ପଡନ୍ତୁ, ସେଥିପାଇଁ ଚିତ୍ର ସମ୍ମୁଖରେ ରଖିଥା’ନ୍ତି । ତୁମ ପାଇଁ ତ’ ଆହୁରି ସହଜ । ଯଦି ସହଜରେ ମନେ ପଡୁ ନାହିଁ, ମାୟା ହଇରାଣ କରୁଛି, ତେବେ ମନେ ପକାଇବା ପାଇଁ ଏହି ଚିତ୍ର ସାହାଯ୍ୟ କରିବ । ଶିବବାବା ଆମକୁ ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ମାଲିକ କରାଉଛନ୍ତି । ଆମେ ବାବାଙ୍କ ଦ୍ୱାରା ବିଶ୍ୱର ମାଲିକ ହେଉଛୁ । ଏ କଥା ସ୍ମରଣ ରହିବା ଦ୍ୱାରା ମଧ୍ୟ ବହୁତ ସାହାଯ୍ୟ ମିଳିବ । ଯେଉଁ ସନ୍ତାନମାନେ ଭାବୁଛନ୍ତି ଘଡି ଘଡି ବିସ୍ମୃତି ହୋଇଯାଉଛି, ତେବେ ବାବା ସେମାନଙ୍କୁ ରାୟ ଦେଉଛନ୍ତି, ଚିତ୍ର ସମ୍ମୁଖରେ ରଖିଲେ ବାବା ବି ଓ ବର୍ସା ବି ମନେ ପଡିବ । କିନ୍ତୁ ବ୍ରହ୍ମାଙ୍କୁ ମନେ ପକାଇବାର ନାହିଁ । ନିର୍ବନ୍ଧ କଲେ କଣ ଦଲାଲ କଥା ମନେ ପଡିଥାଏ । ତୁମେ ବାବାଙ୍କୁ ଭଲ ଭାବରେ ସ୍ମରଣ କଲେ ବାବା ମଧ୍ୟ ତୁମକୁ ମନେ ପକାଇବେ । ସ୍ମୃତି ଦ୍ୱାରା ସ୍ମୃତି ଆସିଥାଏ । ଏବେ ପ୍ରେମିକଙ୍କର କର୍ତ୍ତବ୍ୟକୁ ତୁମେ ଜାଣିଛ । ଶିବଙ୍କର କେତେ ଢେର ଭକ୍ତ ରହିଛନ୍ତି । ଶିବ-ଶିବ ବୋଲି କହିଚାଲିଥାନ୍ତି । କିନ୍ତୁ ଏହା ଭୁଲ । ଶିବକାଶୀ, ବିଶ୍ୱନାଥ ପୁଣି ଗଙ୍ଗା କହିଦେଉଛନ୍ତି । ନଦୀ କୂଳରେ ଯାଇ ବସୁଛନ୍ତି । ସେମାନେ ଏକଥା ବୁଝୁନାହାଁନ୍ତି ଯେ ବାବା ଜ୍ଞାନର ସାଗର ଅଟନ୍ତି । ବନାରସକୁ ବହୁତ ବିଦେଶୀ ଦେଖିବାକୁ ଯାଇଥାନ୍ତି । ବଡ ବଡ ଘାଟ ରହିଥିଲେ ମଧ୍ୟ ସମସ୍ତଙ୍କୁ ଶିବବାବାଙ୍କର ମନ୍ଦିର ତ ଆକର୍ଷିତ କରୁଛି । ସମସ୍ତେ ତାଙ୍କ ପାଖକୁ ଯାଉଛନ୍ତି । ମନ୍ଦିର ତ’ କାହା ପାଖକୁ ଯିବ ନାହିଁ । ମନ୍ଦିରର ଦେବତାମାନେ ଆକର୍ଷିତ କରିଥାନ୍ତି । ଶିବବାବା ମଧ୍ୟ ଆକର୍ଷିତ କରିଥାନ୍ତି । ନମ୍ବରୱାନ ହେଉଛନ୍ତି ଶିବବାବା ପୁଣି ଦ୍ୱିତୀୟ ନମ୍ବରରେ ଏହି ବ୍ରହ୍ମାବାବା ଓ ସରସ୍ୱତୀ (ମମ୍ମା) । ସେମାନେ ପୁଣି ବିଷ୍ଣୁ ସୋ ବ୍ରହ୍ମା ହେଉଛନ୍ତି । ବ୍ରାହ୍ମଣ ଅର୍ଥାତ୍ ବିଷ୍ଣୁପୁରୀର ଦେବତା, ବିଷ୍ଣୁପୁରୀର ଦେବତା ଅର୍ଥାତ୍ ବ୍ରାହ୍ମଣ । ଆମେ ଦେବତା ହେଉଛୁ ତ’ ଅନ୍ୟକୁ ମଧ୍ୟ ରାସ୍ତା ବତାଇବାକୁ ହେବ, ଏହା ତୁମର ଧନ୍ଦା । ଆଉ ସମସ୍ତେ ଜଙ୍ଗଲକୁ ନେଇଯାଇଥା’ନ୍ତି । ତୁମେ ଜଙ୍ଗଲରୁ ବାହାର କରି ବଗିଚାକୁ ନେଉଯାଉଛ । ଶିବବାବା ଆସି କଣ୍ଟାକୁ ଫୁଲ କରୁଛନ୍ତି । ତୁମେ ମଧ୍ୟ ଏହି ଧନ୍ଦା କରୁଛ । ଏହି କଥାକୁ କେବଳ ତୁମେ ହିଁ ଜାଣିଛ । କେହି ରାଜା-ରାଣୀ ତ’ ନାହାଁନ୍ତି ଯାହାଙ୍କୁ ତୁମେ ବୁଝାଇବ । ଗାୟନ ରହିଛି ଯେ ପାଣ୍ଡବଙ୍କୁ ୩ ପାଦ ପୃଥିବୀ ମିଳି ନ ଥିଲା । ବାବା ସମର୍ଥ ଥିବାରୁ ତାଙ୍କୁ ବିଶ୍ୱର ବାଦଶାହୀ ଦେଇଦେଲେ । ଏବେ ମଧ୍ୟ ସେହି ଅଭିନୟ ଚାଲିବ ନା । ବାବା ଗୁପ୍ତ ଅଟନ୍ତି । ଶ୍ରୀକୃଷ୍ଣଙ୍କ ଉପରେ ତ’ କୌଣସି ବିଘ୍ନ ପଡିପାରିବ ନାହିଁ । ଏବେ ବାବା ଆସିଛନ୍ତି, ବାବାଙ୍କ ପାଖରୁ ଆସି ବର୍ସା ନେବାକୁ ହେବ, ଏଥିପାଇଁ ମେହନତ କରିବାକୁ ପଡିବ । ଦିନକୁ ଦିନ ନୂଆ ନୂଆ ପଏଣ୍ଟ୍‌ମାନ ବାହାରୁଛି । ଦେଖାଯାଉଛି ଯେ, ପ୍ରଦର୍ଶନୀରେ ବୁଝାଇବା ଦ୍ୱାରା ଭଲ ପ୍ରଭାବ ପଡୁଛି । ଦେଖିବାକୁ ହୁଏ ଯେ ପ୍ରଦର୍ଶନୀ ଦ୍ୱାରା ଭଲ ପ୍ରଭାବ ପଡୁଛି ନା ପ୍ରୋଜେକ୍ଟର ଦ୍ୱାରା? ପ୍ରଦର୍ଶନୀରେ ବୁଝାଇବା ସମୟରେ ଚେହେରାକୁ ଦେଖି ବୁଝାଯାଇପାରିବ । ଜାଣିଛ ଯେ ଗୀତାର ଭଗବାନ ବାବା ଅଟନ୍ତି, ତେବେ ବାବାଙ୍କଠାରୁ ସମ୍ପତ୍ତି ନେବାର ପୁରୁଷାର୍ଥ କରିବାକୁ ହେବ । ୭ ଦିନ ସମୟ ଦେବାକୁ ହେବ । ଲେଖିକରି ଦିଅ । ନଚେତ୍ ବାହାରକୁ ଯିବା ଦ୍ୱାରା ହିଁ ମାୟା ଭୁଲାଇ ଦେବ ।

ତୁମ ବୁଦ୍ଧିରେ ଆସିଯାଇଛି - ଆମେ ୮୪ର ଚକ୍ର ଲଗାଇଛୁ, ଏବେ ଯିବାକୁ ହେବ । ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଏହି ଚିତ୍ର ତ’ ସାଥିରେ ରହିବା ଉଚିତ୍ । ବହୁତ ଭଲ ଅଟେ । ବିର୍ଲା ଆଦି ମଧ୍ୟ ଜାଣିନାହାନ୍ତି ଯେ ଲକ୍ଷ୍ମୀ ନାରାୟଣ ଏହି ରାଜ୍ୟ ଭାଗ୍ୟ କେବେ ଓ କିପରି ନେଲେ । ତୁମେ ଜାଣିଛ ସେଥିପାଇଁ ବହୁତ ଖୁସୀ ହେବା ଉଚିତ୍ । ଲକ୍ଷ୍ମୀ ନାରାୟଣଙ୍କ ଚିତ୍ର ନେଇ, ତୁରନ୍ତ କାହାକୁ ବୁଝାଇବୁ । ଏମାନେ ଏହି ପଦ କିପରି ପାଇଲେ? ଏହି କଥା ବୁଦ୍ଧିଦ୍ୱାରା ବୁଝିବାକୁ ଓ ବୁଝାଇବାକୁ ହେବ । ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ଯିଏ ଯେପରି ଶିକ୍ଷକ ସେ ସେହିପରି ସେବା କରିଥାନ୍ତି । ଦେଖୁଛନ୍ତି - ନିଜର ଅବସ୍ଥା ଅନୁସାରେ, କିଏ କିଏ ସେଣ୍ଟର ସମ୍ଭାଳୁଛନ୍ତି । ସମସ୍ତଙ୍କର ତ’ ନିଶା ରହିଛି । କିନ୍ତୁ ବିବେକ କହୁଛି ବୁଝାଇଲାବାଲା ଯେତେ ହୁସିଆର ହେବେ, ସେତେ ଭଲ ସେବା ହେବ । ସମସ୍ତେ ତ ହୁସିଆର ହୋଇପାରିବେ ନାହିଁ । ସମସ୍ତଙ୍କୁ ଏକାପରି ଶିକ୍ଷକ ମିଳିବେ ନାହିଁ । ଯେପରି କଳ୍ପ ପୂର୍ବରୁ ଚାଲିଥିଲା ସେହିପରି ହିଁ ଚାଲୁଛି । ବାବା କହୁଛନ୍ତି ନିଜର ଅବସ୍ଥାକୁ ମଜବୁତ କରିଚାଲ । ଏହା କଳ୍ପ କଳ୍ପର ବାଜି ଅଟେ । ଦେଖାଯାଉଛି - କଳ୍ପ ପୂର୍ବପରି ପ୍ରତ୍ୟେକର ପୁରୁଷାର୍ଥ ଚାଲୁଛି । ଯାହାକିଛି ହେଉଛି - ଆମେ କହିଦେଉଛୁ ଯେ କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ପୁଣି ଖୁସି ବି ରହିଥାଏ ଓ ଶାନ୍ତି ମଧ୍ୟ ରହିଥାଏ । ବାବା କହୁଛନ୍ତି କର୍ମ କରିବା ସମୟରେ ବାବାଙ୍କ ସ୍ମୃତିରେ ରୁହ । ବୁଦ୍ଧିର ଯୋଗ ସେଠାରେ ଲାଗି ରହିଲେ ବହୁତ କଲ୍ୟାଣ ହେବ, ଯିଏ କରିବ ସିଏ ପାଇବ । ଭଲ କଲେ ଭଲ ପାଇବ । ମାୟାର ମତରେ ସବୁ କିଛି ଖରାପ କର୍ମ କରିଆସିଛ । ଏବେ ଶ୍ରୀମତ ମିଳୁଛି । ଭଲ କର୍ମ କଲେ ତ ଭଲ ଫଳ ପାଇବ । ପ୍ରତ୍ୟେକେ ନିଜ ପାଇଁ ମେହନତ କରୁଛନ୍ତି । ଯେପରି କରିବେ ସେହିପରି ପାଇବେ । କାହିଁକି ଆମେ ଯୋଗ ଯୁକ୍ତ ହୋଇ ସେବା ନ କରିବୁ । ଯୋଗ ଦ୍ୱାରା ଆୟୁ ବଢ଼ିବ । ୟାଦର ଯାତ୍ରା କରିବା ଦ୍ୱାରା ନିରୋଗୀ ହେଉଛୁ ତ’ କାହିଁକି ଆମେ ବାବାଙ୍କ ସ୍ମୃତିରେ ନ ରହିବୁ! ଏହା ଯଥାର୍ଥ କଥା ତେଣୁ କାହିଁକି ଆମେ ଚେଷ୍ଟା ନ କରିବୁ । ଜ୍ଞାନ ତ’ ବିଲ୍‌କୁଲ୍ ସହଜ ଅଟେ । ଛୋଟ ଛୋଟ ପିଲାମାନେ ମଧ୍ୟ ବୁଝି ପୁଣି ବୁଝାଉଛନ୍ତି । କିନ୍ତୁ ସେମାନେ ତ’ ଯୋଗୀ ନୁହଁନ୍ତି ନା । ଏହା ତ ପକ୍କା କରାଇବାକୁ ହେବ ଯେ ବାବାଙ୍କୁ ମନେ ପକାଇବୁ । ଯେଉଁମାନେ ଭାବୁଛନ୍ତି, ଘଡି ଘଡି ଭୁଲିଯାଉଛୁ ସେମାନେ ଚିତ୍ର ରଖିଦିଅନ୍ତୁ, ତେବେ ବି ବହୁତ ଭଲ ହେବ । ସକାଳୁ ସକାଳୁ ଚିତ୍ର ଦେଖିବା ଦ୍ୱାରା ହିଁ ମନେପଡିଯାଇଥାଏ । ଶିବବାବାଙ୍କଠାରୁ ଆମେ ବିଷ୍ଣୁପୁରୀର ସମ୍ପତ୍ତି ନେଉଛୁ । ମୁଖ୍ୟ ହେଉଛି ତ୍ରିମୂର୍ତ୍ତି ଚିତ୍ର, ଯାହାର ଅର୍ଥ ତୁମେ ଏବେ ବୁଝିଛ । ଦୁନିଆରେ ଏହିପରି ତ୍ରିମୂର୍ତ୍ତି ଚିତ୍ର ଆଉ କାହା ପାଖରେ ନାହିଁ । ଏହା ତ’ ବିଲ୍‌କୁଲ୍ ସହଜ । ଆମେ ଲେଖୁ ବା ନ ଲେଖୁ । ଏ କଥା ତ ସମସ୍ତେ ଜାଣିଛନ୍ତି ଯେ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ ଦ୍ୱାରା ପାଳନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମାୟାର ବକ୍‌ସିଙ୍ଗରେ କେବେ ବି ପରାଜୟ ନ ହେଉ - ଏଥି ପ୍ରତି ଧ୍ୟାନ ଦେବାକୁ ହେବ । କଳ୍ପ ପୂର୍ବର ସ୍ମୃତି ଦ୍ୱାରା ନିଜର ଅବସ୍ଥାକୁ ମଜବୁତ କରିବାକୁ ହେବ । ଖୁସିରେ ଏବଂ ଶାନ୍ତିରେ ରହିବାକୁ ହେବ ।

(୨) ନିଜର ମଙ୍ଗଳ କରିବା ପାଇଁ ଶ୍ରୀମତରେ ଚାଲିବାକୁ ହେବ । ଏହି ପୁରୁଣା ଦୁନିଆଠାରୁ ସମ୍ପର୍କ ତୁଟାଇ ଦେବାକୁ ହେବ । ମାୟାର ତୋଫାନରୁ ରକ୍ଷା ପାଇବା ପାଇଁ ଚିତ୍ର ଗୁଡିକୁ ସମ୍ମୁଖରେ ରଖି ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବାକୁ ହେବ ।

ବରଦାନ:-
ମନନ ଦ୍ୱାରା ବାବାଙ୍କର ସମ୍ପତ୍ତିକୁ ନିଜ ସମ୍ପତ୍ତିରେ ପରିଣତ କରୁଥିବା ଦିବ୍ୟବୁଦ୍ଧିବାନ ଭବ ।

ବାବାଙ୍କ ଦ୍ୱାରା ଯେଉଁସବୁ ସମ୍ପତ୍ତି ଗୁଡିକ ମିଳୁଛି ତା’କୁ ଯଦି ମନନ ଚିନ୍ତନ କରିବ ତେବେ ସେଗୁଡିକ ତୁମ ଭିତରେ ସମାହିତ ହୋଇଯିବ ଅର୍ଥାତ୍ ବୁଦ୍ଧି ଦ୍ୱାରା ଧାରଣା ହୋଇଯିବ । ତେବେ ସମ୍ପତ୍ତି ତ ସମସ୍ତଙ୍କୁ ଏକାଭଳି ହିଁ ମିଳିଛି କିନ୍ତୁ ଯେଉଁମାନେ ତାକୁ ମନନ-ଚିନ୍ତନ କରି ନିଜର ସମ୍ପତ୍ତି କରିଦେଉଛନ୍ତି, ସେମାନଙ୍କ ଭିତରେ ତା’ର ଖୁସି ଏବଂ ନିଶା ରହୁଛି ସେଥିପାଇଁ କୁହାଯାଏ - ଭାଙ୍ଗକୁ ନିଜେ ବାଟି ପିଇଲେ ଭଲ ନିଶା ଚଢିଥାଏ ଅର୍ଥାତ୍ ଯେଉଁମାନେ ସର୍ବଦା ମନନ-ଚିନ୍ତନ କରିବାର ମସ୍ତିରେ ରହିଥାଆନ୍ତି, ସେମାନଙ୍କୁ ଦୁନିଆର କୌଣସି ବି ବସ୍ତୁ ବା କୌଣସି ଅଡୁଆ ପରିସ୍ଥିତି ଆକର୍ଷିତ କରିପାରିବ ନାହିଁ । ସେମାନଙ୍କୁ ଦିବ୍ୟବୁଦ୍ଧିର ବରଦାନ ସ୍ୱତଃ ହିଁ ମିଳିଯାଇଥାଏ ।

ସ୍ଲୋଗାନ:-
ମନର ଦ୍ୱନ୍ଦ୍ୱକୁ ସମାପ୍ତ କରିବା ପାଇଁ ନିର୍ଣ୍ଣୟ ଶକ୍ତିକୁ ବଢାଅ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।

ଏମିତି ଭାବ ନାହିଁ ଯେ ମୁଁ ହିଁ ତ ସବୁବେଳେ ମୁଣ୍ଡ ନୁଆଁଉଛି କିନ୍ତୁ ମୋତେ କେହି ବି ସମ୍ମାନ ଦେଉ ନାହାଁନ୍ତି, ଯେଉଁମାନେ କେବେ ବି ମୁଣ୍ଡ ନୁଆଁଉ ନାହାଁନ୍ତି ବା ମିଛ କଥା କହୁଛନ୍ତି ସେହିମାନଙ୍କୁ ହିଁ ସମ୍ମାନ ମିଳୁଛି - ନା । ଏହା ଅଳ୍ପ କାଳ ପାଇଁ ଅଟେ, କିନ୍ତୁ ତୁମେ ଦୂରଦର୍ଶୀ ବୁଦ୍ଧିକୁ ଧାରଣ କର, ଏଠାରେ ଯେତେ ଜଣଙ୍କ ନିକଟରେ ମୁଣ୍ଡ ନୁଆଁଇବ ଅର୍ଥାତ୍ ନମ୍ରତାର ଗୁଣକୁ ଧାରଣ କରିବ ସେହି ଅନୁସାରେ ସାରା କଳ୍ପ ସର୍ବ ଆତ୍ମାମାନେ ତୁମ ଆଗରେ ମୁଣ୍ଡ ନୁଆଁଇବେ ଅର୍ଥାତ୍ ନମସ୍କାର କରିବେ । ସତ୍ୟ ତ୍ରେତା ଯୁଗରେ ରାଜା ରୂପରେ ସମ୍ମାନ ଦେବା ପାଇଁ ମୁଣ୍ଡ ନୁଆଁଇବେ ନାହିଁ କିନ୍ତୁ ମନ ଭିତରେ ନତମସ୍ତକ ହେବେ ଏବଂ ଦ୍ୱାପର କଳିଯୁଗରେ ମୁଣ୍ଡ ନୂଆଁଇ ନମସ୍କାର କରିବେ ।