29.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସବୁ
କଥାରେ ସହନଶୀଳ ହୁଅ, ନିନ୍ଦା-ସ୍ତୁତି, ଜୟ-ପରାଜୟ ସବୁଥିରେ ସମାନ ରୁହ, ଶୁଣାଶୁଣି କଥାରେ
ବିଶ୍ୱାସ କର ନାହିଁ ।”
ପ୍ରଶ୍ନ:-
ଆତ୍ମା ସର୍ବଦା
ଉନ୍ନତି କଳାରେ ଆଗକୁ ବଢିବାର ସହଜ ଉପାୟ ଶୁଣାଅ?
ଉତ୍ତର:-
ଏକମାତ୍ର ବାବାଙ୍କଠାରୁ ହିଁ ଶୁଣ, ଅନ୍ୟମାନଙ୍କଠାରୁ ନୁହେଁ । ପରଚିନ୍ତନରେ, ବାହ୍ୟ କଥାରେ ନିଜର
ସମୟ ଅପବ୍ୟୟ କର ନାହିଁ, ତେବେ ଆତ୍ମାର ସର୍ବଦା ଉନ୍ନତି ହୋଇ ଚାଲିବ । ଓଲଟା-ସିଧା କଥା ଶୁଣିବା
ଦ୍ୱାରା, ସେଗୁଡିକରେ ବିଶ୍ୱାସ କରିବା ଦ୍ୱାରା ଭଲ ସନ୍ତାନମାନେ ମଧ୍ୟ ତଳ ସ୍ତରକୁ ଖସିଯାଆନ୍ତି,
ସେଥିପାଇଁ ବହୁତ ସାବଧାନ ହୋଇ ରହିବାକୁ ପଡିବ ।
ଓମ୍ ଶାନ୍ତି ।
ମଧୁର ସନ୍ତାନମାନଙ୍କର ଏବେ ସ୍ମୃତିରେ ଆସୁଛି ଯେ ବାସ୍ତବରେ ଅଧାକଳ୍ପ ଆମେ ବାବାଙ୍କୁ ସ୍ମରଣ
କରିଛୁ, ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୋଇଛି । ଏମିତି ବି ନୁହେଁ ଯେ ପୂରା ଅଧାକଳ୍ପ ସ୍ମରଣ
କରିଛୁ, ନା । ଯେବେ-ଯେବେ ଅଧିକ ଦୁଃଖ ଆସିଛି, ସେତେବେଳେ ସ୍ମରଣ କରିଛୁ । ଏବେ ତୁମେ ଜାଣୁଛ ଯେ
ଭକ୍ତିମାର୍ଗରେ ଆମେ ତଳକୁ ତଳକୁ ଓହ୍ଲାଇ ଆସିଛୁ । ଡ୍ରାମାର ରହସ୍ୟ ତୁମ ବୁଦ୍ଧିରେ ଅଛି । ମୁଖ
ଦ୍ୱାରା କିଛି କହିବାର ମଧ୍ୟ ଆବଶ୍ୟକତା ନାହିଁ, ଆମେ ତାଙ୍କର ହୋଇଗଲୁ, ତେଣୁ ଅଧିକ ଜ୍ଞାନର
ଆବଶ୍ୟକତା ନାହିଁ । ବାବାଙ୍କର ସନ୍ତାନ ହୋଇଗଲ ଅର୍ଥାତ୍ ବାବାଙ୍କ ସମ୍ପତ୍ତିର ବି ମାଲିକ ହୋଇଗଲ
। କର୍ମେନ୍ଦ୍ରିୟ ଦ୍ୱାରା କିଛି କରିବାର ଆବଶ୍ୟକତା ନାହିଁ । ଭକ୍ତିମାର୍ଗରେ ଭଗବାନଙ୍କ ସହିତ
ମିଶିବା ପାଇଁ କେତେ ଯଜ୍ଞ-ତପ-ଦାନ-ପୁଣ୍ୟ କରିଥା’ନ୍ତି । ଯେଉଁ ସ୍ଥାନକୁ ଯାଅ, ସବୁ ଜାଗାରେ
ଅଗଣିତ ତୀର୍ଥ, ମନ୍ଦିର ଆଦି ରହିଛି । ଏପରି କେହି ମନୁଷ୍ୟ ନାହାଁନ୍ତି ଯିଏ ସାରା ଭାରତର ତୀର୍ଥ
ଓ ଅସଂଖ୍ୟ ମନ୍ଦିର ଆଦି ବୁଲିପାରିବ । ଯଦି ବି ବୁଲିବେ, ତା’ଦ୍ୱାରା ମଧ୍ୟ କିଛି ମିଳିବ ନାହିଁ ।
ସେଠାରେ ଘଣ୍ଟ ବାଦ୍ୟ ଆଦିର କେତେ କୋଳାହଳ ହୋଇଥାଏ । ଏଠାରେ ତ ସେଭଳି କୌଣସି ଗହଳି ନାହିଁ । ନାଁ
ଗୀତ ଗାଇବା, ନା ତାଳି ବଜାଇବାର କଥା ଅଛି । ତେବେ ମନୁଷ୍ୟମାନେ ତ କ’ଣ କ’ଣ ସବୁ ନ କରୁଛନ୍ତି,
ଅସରନ୍ତି କର୍ମକାଣ୍ଡ ରହିଛି । ଏଠାରେ ତ ତୁମ ସନ୍ତାନମାନଙ୍କୁ କେବଳ ମନେ ପକାଇବାକୁ ହେବ ଆଉ କିଛି
ହେଲେ ନାହିଁ । ଘରେ ରହି ସବୁ କିଛି କରି କେବଳ ବାବାଙ୍କୁ ମନେ ପକାଇବାକୁ ପଡିବ । ତୁମେ ଜାଣିଛ
ଯେ ଏବେ ଆମେ ଦେବତା ହେବାକୁ ଯାଉଛୁ । ଏହିଠାରେ ହିଁ ଦୈବୀଗୁଣ ଧାରଣ କରିବାକୁ ହେବ । ଖାଦ୍ୟ
ପାନୀୟ ମଧ୍ୟ ଶୁଦ୍ଧ ହେବା ଆବଶ୍ୟକ । ୩୬ ପ୍ରକାରର ଭୋଜନ ତ ସେଠାରେ ସତ୍ୟଯୁଗରେ ମିଳିବ । ତେବେ
ଏଠାରେ ସାଧାରଣ ଭାବରେ ରହିବାକୁ ପଡିବ । ନାଁ ବହୁତ ଉଚ୍ଚ ନା ବହୁତ ନୀଚ୍ଚ ସ୍ତରରେ ରହିବ । ସବୁ
କଥାରେ ସହନଶୀଳତା ଦରକାର । ନିନ୍ଦା-ସ୍ତୁତି, ଜୟ-ପରାଜୟ, ଥଣ୍ଡା-ଗରମ, ସବୁ କିଛି ସହନ କରିବାକୁ
ପଡୁଛି । ସମୟ ହିଁ ଏହିପରି ଅଟେ । ପାଣି ମିଳିବ ନାହିଁ, ଅମୁକ ମିଳିବ ନାହିଁ, ସୂର୍ଯ୍ୟ ବି ନିଜର
ଉତ୍ତାପ ଦେଖାଇବ । ପ୍ରତ୍ୟେକ ଜିନିଷ ତମୋପ୍ରଧାନ ହୋଇଯାଇଛି । ଏହି ସୃଷ୍ଟି ହିଁ ତମୋପ୍ରଧାନ ଅଟେ
। ତତ୍ୱ ମଧ୍ୟ ତମୋପ୍ରଧାନ ହୋଇଯାଇଛି । ତେଣୁ ଏମାନେ ଦୁଃଖ ଦେଉଛନ୍ତି । ନିନ୍ଦା-ସ୍ତୁତି ମଧ୍ୟ
ଶୁଣିବା ଅନୁଚିତ୍ । ଅନେକ ଅଛନ୍ତି ଯିଏକି ତୁରନ୍ତ ବିଗିଡି ଯାଇଥା’ନ୍ତି । କିଏ ଓଲଟା-ସିଧା କିଛି
କଥା କାହାକୁ ଶୁଣାଇଲେ ବିଗିଡିଯାଇଥାନ୍ତି, କାହିଁକି ନା ଆଜିକାଲି ବନେଇ ଚୁନେଇ ବହୁତ କଥା
କହିଥାନ୍ତି ନା । କେହି କିଛି କହିଲେ - ତୁମ ପାଇଁ ବାବା ଏକଥା କହୁଛନ୍ତି ଯେ ଏହାଙ୍କର
ଦେହ-ଅଭିମାନ ରହିଛି, ବାହ୍ୟ ଆକର୍ଷଣ ବହୁତ ଅଛି, ଏକଥା କେହି ଶୁଣାଇଲେ, ତୁରନ୍ତ ତାତିଯିବେ ।
ନିଦ ମଧ୍ୟ ହେବ ନାହିଁ । ଅଧାକଳ୍ପର ମନୁଷ୍ୟମାନେ ଏପରି ଯେ କାହାକୁ ବି ତୁରନ୍ତ ତତାଇ ଦେବେ, ଖୁବ୍
ଶୀଘ୍ର ନାଲି ପଡିଯାଇଥାଆନ୍ତି । ତେଣୁ ବାବା କହୁଛନ୍ତି ଏହିପରି କୌଣସି ବାହ୍ୟମୁଖୀ କଥା ଶୁଣ ନାହିଁ
। ବାବା କେବେ ହେଲେ କାହାର ନିନ୍ଦା କରନ୍ତି ନାହିଁ । ବାବା ତ ବୁଝାଇବା ପାଇଁ କହୁଛନ୍ତି ।
ଓଲଟା-ସିଧା କଥା ଜଣେ ଜଣଙ୍କୁ ଶୁଣାଇବା ଦ୍ୱାରା ଭଲ ଭଲ ପିଲାମାନେ ମଧ୍ୟ ବିଗିଡି ଯାଇଥା’ନ୍ତି ।
ସେମାନେ ବିଶ୍ୱାସଘାତକ ହୋଇ ବାହାର କଥା ଯାଇ ପରସ୍ପରକୁ ଶୁଣାଇଥା’ନ୍ତି । ଭକ୍ତିମାର୍ଗରେ ମଧ୍ୟ
କିପରି କାହାଣୀମାନ ବସି ଗଢିଛନ୍ତି । ଏବେ ତୁମକୁ ଜ୍ଞାନ ମିଳିଥିବାରୁ ତୁମେ କେବେ ହେଲେ ବି ‘ହେ
ରାମ’ ଅଥବା ‘ହାୟ ଭଗବାନ’ କହିପାରିବ ନାହିଁ, ଏହି ଶବ୍ଦ ମଧ୍ୟ ଭକ୍ତିମାର୍ଗର ଅଟେ । ତୁମ ମୁଖରୁ
ଏପରି ଶବ୍ଦ ବାହାରିବା ଅନୁଚିତ୍ ।
ବାବା କେବଳ କହୁଛନ୍ତି ମଧୁର ଗେହ୍ଲା ସନ୍ତାନମାନେ ଆତ୍ମ-ଅଭିମାନୀ ହୁଅ । କେତେ ସ୍ନେହର ସହିତ
ବୁଝାଉଛନ୍ତି । କାହାର ବି କଥା ଶୁଣ ନାହିଁ, ବ୍ୟର୍ଥ ପରଚିନ୍ତନ କର ନାହିଁ । ଗୋଟିଏ କଥା ନିଶ୍ଚୟ
କରିନିଅ - ଆମେ ହେଉଛୁ ଆତ୍ମା । ଆତ୍ମା ଅବିନାଶୀ, ଶରୀର ବିନାଶୀ ଅଟେ । ଆତ୍ମା ହିଁ ସଂସ୍କାର
ଧାରଣ କରିଥାଏ । ଏବେ ତୁମ ପିଲାମାନଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ଦ୍ୱାପରରୁ ତୁମେ ରାବଣ
ରାଜ୍ୟରେ ଦେହ-ଅଭିମାନୀ ହୋଇଛ ସେଥିପାଇଁ ଏବେ ଦେହୀ-ଅଭିମାନୀ ହେବା ପାଇଁ ମେହନତ ଲାଗୁଛି ।
ପ୍ରତ୍ୟେକ ମୁହୂର୍ତ୍ତରେ ବୁଦ୍ଧିରେ ଆସିବା ଉଚିତ୍ ଯେ ଆମକୁ ବେହଦର ବାବା ମିଳିଛନ୍ତି ।
କଳ୍ପ-କଳ୍ପ ବାବା ଆମକୁ ସମ୍ପତ୍ତି ଦେଉଛନ୍ତି । ଏବେ ତାଙ୍କ ମତରେ ଚାଲିବାକୁ ହେବ । ତାଙ୍କ ପାଇଁ
ହିଁ ଗାୟନ ରହିଛି - ତୁମେ ମାତା-ପିତା... ସିଏ ସବୁ ସମ୍ବନ୍ଧର ସୁଖଦାତା ଅଟନ୍ତି, ତାଙ୍କ ପାଖରେ
ସବୁ ପ୍ରକାରର ମଧୁରତା ରହିଛି । ଅନ୍ୟ ସବୁ ମିତ୍ର-ସମ୍ବନ୍ଧୀ ଆଦି ଦୁଃଖଦାୟୀ ଅଟନ୍ତି । ଏକମାତ୍ର
ବାବା ହିଁ ସମସ୍ତଙ୍କୁ ସୁଖ ଦେଉଛନ୍ତି । ରାସ୍ତା ମଧ୍ୟ ଅତି ସହଜ ବତାଉଛନ୍ତି ଯେ ନିଜକୁ ଆତ୍ମା
ଭାବି ବାବାଙ୍କୁ ମନେ ପକାଅ । ବାବା ବୁଝାଉଛନ୍ତି ଏହା କୌଣସି ନୂଆ କଥା ନୁହେଁ । ତୁମେ ଜାଣିଛ ଯେ
ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ଆମେ ଏହିପରି ବାବାଙ୍କ ପାଖକୁ ଆସୁଛୁ, ଇଏ କୌଣସି ସାଧୁ-ସନ୍ଥ
ନୁହଁନ୍ତି । ତୁମେ କୌଣସି ସାଧୁ ସନ୍ଥ ଆଦିଙ୍କ ପାଖରେ ରହୁ ନାହଁ, ବାକି ହଁ ବାବା କହୁଛନ୍ତି -
ପ୍ରବୃତ୍ତି ମାର୍ଗର ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ରଖିବାକୁ ହେବ । ନହେଲେ ଆହୁରି ଖିଟ୍-ପିଟ୍
ହେବ, ତେଣୁ ଯୁକ୍ତିର ସହିତ ଚାଲ । ସ୍ନେହର ସହିତ ପ୍ରତ୍ୟେକଙ୍କୁ ବୁଝାଇବାକୁ ହେବ ଯେ ଦେଖ ଏବେ
ବିନାଶର ସମୟ ନିକଟତର, ଏହି ଆସୁରି ଦୁନିଆ ସମାପ୍ତ ହୋଇଯିବ । ଏବେ ଦେବତା ହେବାକୁ ପଡିବ, ଏହିଠାରେ
ହିଁ ଦୈବୀଗୁଣ ଧାରଣ କରିବାକୁ ହେବ । ତେବେ ସ୍ନେହର ସହିତ ସମସ୍ତଙ୍କୁ ବୁଝାଇବା ଉଚିତ୍ ।
ଦେବତାମାନେ ମଧ୍ୟ ପିଆଜ, ରସୁଣ ଆଦି ତ ଖାଇନଥା’ନ୍ତି । ଆମେ ବି ମନୁଷ୍ୟରୁ ଦେବତା ହେଉଥିବାରୁ
ଏସବୁ କିପରି ଖାଇପାରିବୁ । ତୁମକୁ ମଧ୍ୟ ପରାମର୍ଶ ଦେଉଛୁ - ଏହାକୁ ଛାଡିଦିଅ । ଏପରି ଜିନିଷ ଆମେ
ଖାଉନାହୁଁ । ଏବେ ତୁମକୁ ଦୈବୀଗୁଣ ଶିଖାଉଥିବା ଅବିନାଶୀ ବାବା ମିଳିଛନ୍ତି, ତେଣୁ ସର୍ବଗୁଣ
ସମ୍ପନ୍ନ... ଏହିଠାରେ ହିଁ ହେବାକୁ ପଡିବ । ତୁମେ ଏଠାରେ ସର୍ବଗୁଣ ସମ୍ପନ୍ନ ହେଲେ ପୁଣି
ଭବିଷ୍ୟତ ନୂଆ ଦୁନିଆ ଆସିବ । ଏହା ଏହିପରି ହିଁ ହୋଇଥାଏ ଯେପରି ରାତି ପରେ ଦିନ ଆସିଥାଏ । ଏବେ
ରାତ୍ରିର ଅନ୍ତରେ ହିଁ ଦୈବୀଗୁଣ ଧାରଣ କରିବାକୁ ହେବ, ତେବେ ପୁଣି ସକାଳ ହୋଇଯିବ । ପ୍ରତ୍ୟେକ
ନିଜର ପରୀକ୍ଷା ନିଜେ ନେବା ଉଚିତ୍ । ଏପରି ନୁହେଁ ଯେ ବାବା ତ ସବୁ କିଛି ଜାଣିଛନ୍ତି । ତୁମେ
ନିଜକୁ ଦେଖ ନା । ବିଦ୍ୟାର୍ଥୀ କେବେ ଏପରି କହିବେ ନାହିଁ ଯେ ଶିକ୍ଷକ ତ ସବୁ କିଛି ଜାଣିଛନ୍ତି ।
ପରୀକ୍ଷା ଦିନ ପାଖେଇ ଆସିଲେ ପିଲାମାନେ ନିଜେ ବୁଝିଯାଆନ୍ତି ଯେ ଆମେ କେତେ ପାସ୍ ହେବୁ, କେଉଁ
ବିଷୟରେ ଆମେ ଦୁର୍ବଳ ଅଛୁ । କମ୍ ନମ୍ବର ଆସିଲେ ବି ପୁଣି ସବୁ ମିଶାଇ ପାସ୍ ହୋଇଯିବୁ । ଯଦି
ଏଇକଥା ଭାବୁଥାଅ ତେବେ ଏଥିରେ ମଧ୍ୟ ନିଜର ଯାଞ୍ଚ କରିବାକୁ ହେବ । ଆମ ପାଖରେ କେଉଁ ଦୁର୍ବଳତା
ରହିଛି? ମୁଁ ବହୁତ ମିଠା ହୋଇଛି ତ? ସମସ୍ତଙ୍କୁ ସ୍ନେହର ସହିତ ବୁଝାଇବାକୁ ହେବ - ଆମ
ଆତ୍ମାମାନଙ୍କର ପିତା ପରମପିତା ପରମାତ୍ମା ଅଟନ୍ତି । ଏହା କୌଣସି ମନୁଷ୍ୟଙ୍କର କଥା ନୁହେଁ । ଆମେ
ନିରାକାରଙ୍କୁ ଭଗବାନ କହୁଛୁ, ଭଗବାନ ରଚୟିତା ଜଣେ ଅଟନ୍ତି, ଅନ୍ୟ ସମସ୍ତେ ତାଙ୍କର ରଚନା ।
ରଚନାଠାରୁ କାହାକୁ ସମ୍ପତ୍ତି ମିଳିପାରିବ ନାହିଁ, ନିୟମ ହିଁ ନାହିଁ । ଏବେ ସବୁ ରଚନାର ସଦ୍ଗତି
ଦାତା ଜଣେ ହିଁ ରଚୟିତା ବାବା ଅଟନ୍ତି, ଏଥିରେ ସାଧୁ-ସନ୍ଥ ସମସ୍ତେ ଆସିଯାଉଛନ୍ତି । ସମସ୍ତେ ତ
ଆତ୍ମା ଅଟନ୍ତି ନା । ହଁ ମନୁଷ୍ୟ ତ ଭଲ-ମନ୍ଦ ହୋଇଥାନ୍ତି, ସ୍ଥିତି ଉଚ୍ଚ-ନୀଚ୍ଚ ହୋଇଥାଏ ।
ସନ୍ନ୍ୟାସୀମାନଙ୍କ ମଧ୍ୟରେ ମଧ୍ୟ କ୍ରମାନ୍ୱୟରେ ରହିଥାନ୍ତି । କେହି ତ ଦେଖ ଭିକ ମାଗୁଛନ୍ତି,
କାହାର ପୁଣି ସମସ୍ତେ ପାଦ ତଳେ ପଡିଥା’ନ୍ତି । ତୁମ ସନ୍ତାନମାନଙ୍କୁ ମଧ୍ୟ ଉଚ୍ଚ ହେବାକୁ ପଡିବ,
ତେଣୁ ବହୁତ ମିଠା ହୁଅ । କେବେ ହେଲେ ବି କ୍ରୋଧାନ୍ୱିତ ହୋଇ କଥା ହେବା ଅନୁଚିତ୍, ଯେତେ ସମ୍ଭବ
ସ୍ନେହର ସହିତ କାମ କର । କହୁଛନ୍ତି ଯେ ପିଲାମାନେ ବହୁତ ହଇରାଣ କରୁଛନ୍ତି, ଆଜିକାଲିର ପିଲା ତ
ଏହିପରି ଅଟନ୍ତି । ସ୍ନେହର ସହିତ ତାଙ୍କୁ ବୁଝାଅ । ଦେଖାଇଥା’ନ୍ତି କୃଷ୍ଣ ଚଞ୍ଚଳତା କରୁଥିବାରୁ
ତାଙ୍କୁ ରସିରେ ବାନ୍ଧୁଥିଲେ । ଯେତେ ସମ୍ଭବ ସ୍ନେହର ସହିତ ବୁଝାଅ ନଚେତ୍ ହାଲୁକା ଦଣ୍ଡ ଦିଅ ।
ବିଚରା ପିଲାମାନେ ଅବୋଧ ଅଟନ୍ତି । ସମୟ ମଧ୍ୟ ଏହିପରି ଅଟେ । ବାହାରର ସଙ୍ଗଦୋଷ ବହୁତ ଖରାପ ।
ବର୍ତ୍ତମାନ ଅବିନାଶୀ ବାବା କହୁଛନ୍ତି ତୁମକୁ ମୂର୍ତ୍ତି ଆଦି ରଖିବାର କୌଣସି ପ୍ରୟୋଜନ ନାହିଁ ।
କିଛି ହେଲେ ବି ମେହନତ କରିବାର ଆବଶ୍ୟକତା ନାହିଁ, ଶିବଙ୍କର ଚିତ୍ର ବି କାହିଁକି ରଖିବ ! ସେ
ତୁମର ପିତା ଅଟନ୍ତି ନା । ଘରେ ପିଲାମାନେ ପିତାଙ୍କର ଚିତ୍ର କାହିଁକି ରଖିବେ? ପିତା ତ ସର୍ବଦା
ଉପସ୍ଥିତ ଅଛନ୍ତି ନା । ବାବା ସର୍ବଦା କହୁଛନ୍ତି ମୁଁ ଏବେ ଉପସ୍ଥିତ ଅଛି ନା । ପୁଣି ଚିତ୍ରର
ଆବଶ୍ୟକତା ନାହିଁ । ମୁଁ ପିଲାମାନଙ୍କୁ ବସି ବୁଝାଉଛି । କହୁଛନ୍ତି ବାପଦାଦାଙ୍କୁ ଦେଖିବୁ । ତେବେ
ବାବା ତ ନିରାକାର ତାଙ୍କୁ ଦେଖିପାରିବ ନାହିଁ । ତାଙ୍କୁ ବୁଦ୍ଧି ଦ୍ୱାରା ବୁଝିପାରିବ । ବାବା
କହୁଛନ୍ତି - ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ତୁମକୁ ଜ୍ଞାନ ଦେଉଛି । ନଚେତ୍ କିପରି ଆସିବି ।
କୃଷ୍ଣଙ୍କ ଶରୀରରେ କିପରି ଆସିବି । ସନ୍ନ୍ୟାସୀମାନଙ୍କ ଶରୀରରେ ମଧ୍ୟ ଆସିପାରିବି ନାହିଁ । ଯିଏ
ପ୍ରଥମ ନମ୍ବରରେ ଥିଲେ ମୁଁ ତାଙ୍କ ଶରୀରରେ ହିଁ ଆସୁଛି । ସିଏ ଅର୍ଥାତ୍ ବ୍ରହ୍ମା ଏବେ ଶେଷ
ନମ୍ବରରେ ଅଛନ୍ତି । ତୁମକୁ ମଧ୍ୟ ଏବେ ପାଠପଢି ପ୍ରଥମ ନମ୍ବରରେ ଆସିବାକୁ ହେବ । ଏଠାରେ ଜଣେ
ମାତ୍ର ପାଠ ପଢାଉଛନ୍ତି, ଯାହାଙ୍କୁ ଜ୍ଞାନର ସାଗର କୁହାଯାଉଛି । ତୁମକୁ ବହୁତ ଭଲ ଜ୍ଞାନ ମିଳୁଛି
। ତୁମେ ଜାଣିଛ - ଶାନ୍ତିଧାମ ଆମର ଘର, ସୁଖଧାମ ଆମର ରାଜଧାନୀ ଅଟେ । ଦୁଃଖଧାମ ରାବଣର ବାଦଶାହୀ
ଅଟେ । ଏବେ ବାବା କହୁଛନ୍ତି ମଧୁର ସନ୍ତାନମାନେ - ନିଜର ଘର ଶାନ୍ତିଧାମ ଓ ସୁଖଧାମକୁ ମନେ ପକାଅ
। ଦୁଃଖଧାମର ବନ୍ଧନକୁ ଭୁଲିଯାଅ । ଏପରି ଆଉ କେହି ହେଲେ କହିପାରିବେ ନାହିଁ । ନା ସେ ଘରକୁ
ଯାଇପାରିବେ । ଡ୍ରାମା ମଝିରେ କେହି ହେଲେ ଘରକୁ ଫେରି ଯାଇପାରିବେ ନାହିଁ । ଏମାନେ କହୁଛନ୍ତି ଯେ
ଅମୁକ ଜ୍ୟୋତି ଜ୍ୟୋତିରେ ମିଶିଗଲା ଅଥବା ପାର ନିର୍ବାଣ ଗଲା, କିନ୍ତୁ ଜଣେ ହେଲେ ବି ଯାଉ
ନାହାଁନ୍ତି । ସମସ୍ତଙ୍କର ବାପ ଅଥବା ମାଲିକ ଜଣେ ହିଁ ପରମପିତା ପରମାତ୍ମା ଅଟନ୍ତି, ସେ ସବୁ
ପ୍ରେମିକାଙ୍କର ଜଣେ ପ୍ରେମିକ ଅଟନ୍ତି । ଶାରୀରିକ ପ୍ରେମିକ-ପ୍ରେମିକା ପରସ୍ପରକୁ ସ୍ମରଣ
କରିଥା’ନ୍ତି, ତାଙ୍କ ବୁଦ୍ଧିରେ ଚିତ୍ର ଆସିଯାଇଥାଏ । ପୁଣି ପରସ୍ପରକୁ ମନେ ପକାଇ ଚାଲିଥା’ନ୍ତି
। ଖାଇବା ସମୟରେ ବି ମନେ ପକାଇଥା’ନ୍ତି । ସେମାନେ ତ ହେଲେ ଗୋଟିଏ ଜନ୍ମର ପ୍ରେମିକା ପ୍ରେମିକ ।
ତୁମେ ଜନ୍ମ-ଜନ୍ମାନ୍ତରର ପ୍ରେମିକା ଅଟ, ଜଣେ ପ୍ରେମିକାଙ୍କର । ତୁମର ଆଉ କିଛି କରିବାର ନାହିଁ,
କେବଳ ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଶାରୀରିକ ପ୍ରେମିକ ପ୍ରେମିକାଙ୍କ ସମ୍ମୁଖକୁ
ଚିତ୍ର ଆସିଯାଇଥାଏ, ତେଣୁ ତାଙ୍କୁ ଦେଖୁ-ଦେଖୁ କାମ ମଧ୍ୟ ଅଟକିଯାଏ, ପୁଣି ଅନ୍ୟ ମନସ୍କ ହୋଇ କାମ
କରିବାରେ ଲାଗିପଡନ୍ତି । ଏଠାରେ ତ ଏପରି ହେଉ ନାହିଁ । ଆତ୍ମା ବିନ୍ଦୁ ଅଟେ, ପରମାତ୍ମା ମଧ୍ୟ
ବିନ୍ଦୁ ଅଟନ୍ତି । ତେଣୁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ, ଏହିଥିରେ ହିଁ
ମେହନତ ରହିଛି, କେହି ହେଲେ ବି ଏପରି ଅଭ୍ୟାସ କରୁନାହାଁନ୍ତି । ଆତ୍ମାର ଜ୍ଞାନ ମିଳିଲା ଅର୍ଥାତ୍
ଆତ୍ମାର ଅନୁଭୂତି ହେଲା, ବାକି ରହିଲେ ପରମାତ୍ମା । ଏକଥା ମଧ୍ୟ ତୁମେ ଜାଣିଛ । ବାବା ଆସି
ଭ୍ରୁକୁଟୀରେ ବସୁଛନ୍ତି । ଏହା ହିଁ ତାଙ୍କର ସ୍ଥାନ ଅଟେ । ଆତ୍ମା କେଉଁବାଟ ଦେଇ ବାହାରିଯାଏ, ଜଣା
ବି ପଡି ନ ଥାଏ । ଆତ୍ମାର ମୁଖ୍ୟ ସ୍ଥାନ ହେଉଛି ଭ୍ରୁକୁଟୀ । ବାବା କହୁଛନ୍ତି - ମୁଁ ମଧ୍ୟ
ବିନ୍ଦୁ ଅଟେ, ଏହାଙ୍କ ଭ୍ରୃକୁଟୀରେ ଆସି ବସୁଛି । ତୁମେ ଜାଣିପାରୁନାହଁ । ବାବା ତୁମ
ପିଲାମାନଙ୍କୁ ବସି ଶୁଣାଉଛନ୍ତି, ତୁମକୁ ଯାହା ଶୁଣାଉଛନ୍ତି ତାହା ମୁଁ ମଧ୍ୟ ଶୁଣୁଛି ।
ସମ୍ପୂର୍ଣ୍ଣ ଠିକ୍ କଥା ବୁଝାଉଛନ୍ତି । ଯେଉଁମାନେ ଦୈବୀ ଧର୍ମାବଲମ୍ବୀ ହୋଇଥିବେ ସିଏ ତୁରନ୍ତ
ବୁଝିଯିବେ - ଏଠାରେ ରାଜଧାନୀ ସ୍ଥାପନ ହେଉଛି । ପ୍ରଥମେ ସ୍ଥାପନା ପୁଣି ବିନାଶ ମଧ୍ୟ ହେବ ଆଉ
କୌଣସି ଧର୍ମସ୍ଥାପକ ଏପରି କରନ୍ତି ନାହିଁ । ସେ କେବଳ ନିଜର ଧର୍ମ ସ୍ଥାପନ କରିଥା’ନ୍ତି, ପୁଣି
ତାହା ବୃଦ୍ଧି ହୋଇଥାଏ, ଏଠାରେ ତ ଯିଏ ଯେତେ-ଯେତେ ପୁରୁଷାର୍ଥ କରିବେ, ସେତେ ଭବିଷ୍ୟତରେ ଉଚ୍ଚପଦ
ପାଇବେ । ତୁମେ ଭବିଷ୍ୟତ ୨୧ ଜନ୍ମ ପାଇଁ ପ୍ରାରବ୍ଧ ଗଢୁଥିବାରୁ କେତେ ପୁରୁଷାର୍ଥ କରିବା ଦରକାର
ଓ ଏହା ବହୁତ ସହଜ, ଯୋଗ ବି ସହଜ ଅଟେ ଯାହା ଦ୍ୱାରା ତୁମର ବିକର୍ମ ବିନାଶ ହୋଇଥାଏ ।
ବାବା କହୁଛନ୍ତି - ମୁଁ ଗ୍ୟାରେଣ୍ଟି ଦେଉଛି, କଳ୍ପ-କଳ୍ପ ମୁଁ ହିଁ ଆସି ତୁମମାନଙ୍କୁ ପବିତ୍ର
କରାଉଛି । ସେଠାରେ ଜଣେ ହେଲେ ବି ପତିତ ରହିବେ ନାହିଁ । ଜ୍ଞାନ ମଧ୍ୟ କେତେ ସହଜ, ୮୪ ଜନ୍ମର
ଚକ୍ର କିପରି ଲଗାଉଛନ୍ତି, ଏହି ଜ୍ଞାନ ମଧ୍ୟ ତୁମ ବୁଦ୍ଧିରେ ଅଛି । ମୁଁ ୮୪ ଜନ୍ମର ଚକ୍ର ଲଗାଇଛି,
ଏହି ନିଶ୍ଚୟ ରଖିବାକୁ ହେବ । ନିଶ୍ଚୟରେ ହିଁ ବିଜୟ ରହିଛି । ଏପରି ନୁହେଁ ଯେ ଜଣାନାହିଁ କି ମୁଁ
୮୪ ଜନ୍ମ ନେଇଛି ନା କିଛି କମ୍ ଜନ୍ମ ନେଇଛି । ତୁମେ ବ୍ରାହ୍ମଣ ହୋଇଥିବାରୁ ତୁମର ନିଶ୍ଚୟ ରହିବା
ଦରକାର ବାସ୍ତବରେ ମୁଁ ୮୪ ଜନ୍ମର ଚକ୍ର ପୂରା ଭୋଗ କରିଛି । ଏହା ବହୁତ ସହଜ ଭାବରେ ବୁଝାଇ
ଦିଆଯାଇଛି । ପିଲାମାନଙ୍କୁ ବୁଝାଯାଉଛି ଯେ ଏହି ସବୁ ଚିତ୍ର ଦିବ୍ୟଦୃଷ୍ଟି ଦ୍ୱାରା ବାବା ତିଆରି
କରାଇଛନ୍ତି । ସଂଶୋଧନ ମଧ୍ୟ କରାଇଛନ୍ତି । ଆରମ୍ଭରୁ ଯେବେ ବାବା ବନାରସରେ ଏକାନ୍ତରେ ରହୁଥିଲେ
ଏହିପରି ଚକ୍ରର ଚିତ୍ର କାନ୍ଥରେ ବସି କରୁଥିଲେ । କିଛି ହେଲେ ବୁଝୁନଥିଲେ ଯେ ଏହା କ’ଣ । କେବଳ
ଖୁସି ହେଉଥିଲେ । ଦିବ୍ୟ ଦର୍ଶନ ହେବା ଦ୍ୱାରା ଯେପରି ଉଡିଯାଉଥିଲେ । ଏହା କ’ଣ ହେଉଛି, କିଛି
ହେଲେ ବୁଝିପାରୁ ନ ଥିଲେ । ତୁମେ ଜାଣିଛ ଯେ ପ୍ରଥମେ ଯେଉଁ ଚିତ୍ର ତିଆରି ହୋଇଥିଲା ତାହା
ସଂଶୋଧିତ ହୋଇ ନୂଆ-ନୂଆ ଚିତ୍ର କରାଯାଇଛି । ଏବେ ନୂଆ-ନୂଆ ଚିତ୍ର କଳ୍ପ ପୂର୍ବ ସଦୃଶ ତିଆରି ହୋଇ
ଚାଲିଛି । ସିଡିର ଚିତ୍ର ଦେଖ କେତେ ସୁନ୍ଦର ଭାବେ କରାଯାଇଛି । ଏହା ଉପରେ ବୁଝାଇବା ବହୁତ ସହଜ ।
ଯେଉଁମାନେ ଡେରିରେ ଆସୁଛନ୍ତି ସେମାନଙ୍କୁ ବୁଝିବାକୁ ଆହୁରି ସହଜ ଲାଗୁଛି । ଏବେ ଯେଉଁମାନେ
ନୂଆ-ନୂଆ ଆସୁଛନ୍ତି, ୭ ଦିନରେ ସବୁ ଜ୍ଞାନ ବୁଝିଯାଉଛନ୍ତି । ସେମାନେ ପୁରୁଣାମାନଙ୍କଠାରୁ ମଧ୍ୟ
ଆଗକୁ ଚାଲିଯାଉଛନ୍ତି । କେହି କେହି କହୁଛନ୍ତି ପୂର୍ବରୁ ଆସିଥିଲେ ତ ଭଲ ହୋଇଥାନ୍ତା । ଆରେ
ଏଥିପାଇଁ ଚିନ୍ତା କର ନାହିଁ । ଆଗରୁ ଆସି ଯଦି ପଳାଇ ଯାଇଥା’ନ୍ତ ତ? ଡେରିରେ ଆସିଥିବାରୁ ସହଜରେ
ସିଂହାସନ ମିଳିଯାଉଛି । ପୂର୍ବରୁ ଯିଏ ଥିଲେ ଦେଖ ସେମାନେ ଏବେ ନାହାଁନ୍ତି । ଛାଡି ଚାଲି
ଯାଇଛନ୍ତି । ପଛରେ ଫଳାଫଳ ବିଷୟରେ ଜଣାପଡିବ - କିଏ କିଏ ପାସ୍ ହୋଇଛନ୍ତି । ନୂଆ-ନୂଆ ପିଲାମାନେ
ଆସି ତୁରନ୍ତ ସେବାରେ ଲାଗିପଡୁଛନ୍ତି । ପୁରୁଣାମାନେ ଏତେ ସେବା କରୁ ନାହାଁନ୍ତି । ନୂଆ-ନୂଆ
କନ୍ୟାମାନେ ସେବା କରି ହୃଦୟରେ ରହୁଛନ୍ତି । ପୁରୁଣା କେତେ ଶେଷ ହୋଇଗଲେ, ସେଥିପାଇଁ ବାବା
କହୁଛନ୍ତି - ଯାହାଙ୍କୁ ସର୍ବୋତ୍ତମ ବ୍ରାହ୍ମଣ କୁଳ ଭୂଷଣ କୁହାଯାଉଛି, ତାଙ୍କ ମଧ୍ୟରୁ କେହି
କେହି ଆଶ୍ଚର୍ଯ୍ୟଭାବେ ଶୁଣୁଛନ୍ତି, ପୁଣି ପଳାଇଯାଉଛନ୍ତି । ଯାହାର ଗାୟନ ରହିଛି, ତାହା ଏବେ
ବାସ୍ତବରେ ଘଟିତ ହେଉଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜକୁ ହିଁ
ନିଜର ଯାଞ୍ଚ କରିବାକୁ ହେବ । ଦେଖିବାକୁ ହେବ ଯେ ମୁଁ ବହୁତ-ବହୁତ ମିଠା ହୋଇଛି? ମୋ ଭିତରେ କେଉଁ
ସବୁ ଦୁର୍ବଳତା ରହିଛି? ସମସ୍ତ ଦୈବୀଗୁଣ ଧାରଣ ହୋଇଛି! ନିଜର ଚାଲି ଚଳଣକୁ ଦେବତାମାନଙ୍କ ସଦୃଶ
କରିବାକୁ ହେବ । ଆସୁରୀ ଖାଦ୍ୟ-ପାନୀୟ ତ୍ୟାଗ କରିବାକୁ ହେବ ।
(୨) କୌଣସି ବି
ବାହ୍ୟମୁଖୀ କଥା ନା ଶୁଣିବାର ଅଛି ନା କହିବାର ଅଛି । ସହନଶୀଳ ହେବାର ଅଛି ।
ବରଦାନ:-
ନିଜର ସ୍ମୃତି,
ବୃତ୍ତି ଏବଂ ଦୃଷ୍ଟିକୁ ଅଲୌକିକ କରୁଥିବା ସର୍ବ ଆକର୍ଷଣ ଠାରୁ ମୁକ୍ତ ଭବ ।
କଥାରେ ଅଛି - ଯେପରି
ସଂକଳ୍ପ, ସେହିପରି ସୃଷ୍ଟି । ଯେଉଁମାନେ ନୂତନ ସୃଷ୍ଟି ରଚନା କରିବାର ନିମିତ୍ତ ବିଶେଷ ଆତ୍ମା
ଅଟନ୍ତି, ସେମାନଙ୍କର ଗୋଟିଏ ଗୋଟିଏ ସଂକଳ୍ପ ଶ୍ରେଷ୍ଠ ଅର୍ଥାତ୍ ଅଲୌକିକ ହେବା ଦରକାର । ଯେତେବେଳେ
ସ୍ମୃତି, ବୃତ୍ତି ଏବଂ ଦୃଷ୍ଟି ସବୁ କିଛି ଅଲୌକିକ ହୋଇଯାଏ ସେତେବେଳେ ଏହି ଲୋକର ଅର୍ଥାତ୍ ଏହି
ଦୁନିଆର କୌଣସି ବି ବ୍ୟକ୍ତି ବା ବସ୍ତୁ ନିଜ ଆଡକୁ ଆକର୍ଷିତ କରିପାରେ ନାହିଁ । ଯଦି କରୁଛି ତେବେ
ନିଶ୍ଚିତ ଭାବରେ ଅଲୌକିକତାରେ କମି ରହିଛି, କାରଣ ଅଲୌକିକ ଆତ୍ମାମାନେ ସର୍ବ ଆକର୍ଷଣ ଠାରୁ ମୁକ୍ତ
ହୋଇଥିବେ ।
ସ୍ଲୋଗାନ:-
ଯଦି ଦିଲ୍ ଭିତରେ
ପରମାତ୍ମ ସ୍ନେହ ବା ଶକ୍ତିଗୁଡିକ ସମାହିତ ଥିବ ତେବେ ମନ ଭିତରେ କୌଣସି ଦ୍ୱନ୍ଦ୍ୱ ଆସିପାରିବ ନାହିଁ
।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ସମ୍ପୂର୍ଣ୍ଣ ସତ୍ୟତା
ମଧ୍ୟ ପବିତ୍ରତାର ଆଧାର ଉପରେ ନିର୍ଭର କରିଥାଏ । ଯଦି ପବିତ୍ରତା ନଥିବ ତେବେ ସର୍ବଦା ସତ୍ୟତା
ରହିପାରିବ ନାହିଁ । କେବଳ କାମ ବିକାର ହିଁ ଅପବିତ୍ରତା ନୁହେଁ, କିନ୍ତୁ ତା’ର ଆହୁରି ମଧ୍ୟ ସାଥୀ
ଅଛନ୍ତି । ତେଣୁ ମହାନ ପବିତ୍ରର ଅର୍ଥ ହେଲା ଅପବିତ୍ରତାର ଚିହ୍ନ ବର୍ଣ୍ଣ ନ ଥିବ ।