29.09.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେବା ପାଇଁ ଆସିଛନ୍ତି, ଯାହା ଦ୍ୱାରା ତୁମେ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତକୁ ଜାଣୁଛ ।”
ପ୍ରଶ୍ନ:-
ଶେରନୀ ଅର୍ଥାତ୍
ସିଂହୀ ସଦୃଶ ଶକ୍ତିଶାଳୀ କନ୍ୟାମାନେ କେଉଁ କଥାକୁ ସାହାସର ସହିତ ବୁଝାଇପାରିବେ?
ଉତ୍ତର:-
ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଏହି କଥା ବୁଝାଇବାକୁ ହେବ ଯେ ବାବା କହୁଛନ୍ତି ତୁମେ ନିଜକୁ ଆତ୍ମା
ମନେ କର, ପରମାତ୍ମା ନୁହେଁ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ ତେବେ ବିକର୍ମ
ବିନାଶ ହେବ ଏବଂ ତୁମେ ମୁକ୍ତିଧାମକୁ ଚାଲିଯିବ । ନିଜକୁ ପରମାତ୍ମା ମନେ କରିବା ଦ୍ୱାରା ତୁମର
ବିକର୍ମ ବିନାଶ ହୋଇପାରିବ ନାହିଁ । ଏହି କଥା ବହୁତ ସାହସର ସହିତ ଶେରନୀ ଶକ୍ତିମାନେ ହିଁ
ବୁଝାଇପାରିବେ । ବୁଝାଇବାର ମଧ୍ୟ ଅଭ୍ୟାସ କରିବା ଦରକାର ।
ଗୀତ:-
ନୟନ ହୀନକୁ ରାହ
ଦେଖାଅ...
ଓମ୍ ଶାନ୍ତି ।
ପିଲାମାନେ
ଅନୁଭବ କରୁଛନ୍ତି - ଆତ୍ମିକ ଯାତ୍ରାରେ କଠିନତାର ଅନୁଭବ ହେଉଛି । ଭକ୍ତିମାର୍ଗରେ ଦୁଆର ଦୁଆର
ଧକ୍କା ଖାଇବାକୁ ହିଁ ପଡ଼ିଥାଏ । ଅନେକ ପ୍ରକାରର ଜପ-ତପ-ଯଜ୍ଞ କରିଥାନ୍ତି, ଶାସ୍ତ୍ର ଆଦି
ପଢିଥାନ୍ତି, ଯେଉଁ କାରଣରୁ ବ୍ରହ୍ମାଙ୍କର ରାତ୍ରି କୁହାଯାଉଛି । ଅଧାକଳ୍ପ ରାତ୍ରି, ଅଧାକଳ୍ପ
ଦିନ । କେବଳ ଏକା ବ୍ରହ୍ମା ତ ନ ଥିବେ ନା । ପ୍ରଜାପିତା ବ୍ରହ୍ମା ହୋଇଥିବାରୁ ନିଶ୍ଚୟ ତାଙ୍କର
ସନ୍ତାନ କୁମାର କୁମାରୀମାନେ ମଧ୍ୟ ଥିବେ କିନ୍ତୁ ମନୁଷ୍ୟ ଏକଥା ଜାଣିନାହାଁନ୍ତି । ବାବା ହିଁ
ସନ୍ତାନମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି, ଯାହାଦ୍ୱାରା ତୁମକୁ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ଜ୍ଞାନ ମିଳିଛି । ତୁମେ କଳ୍ପ ପୂର୍ବରୁ ମଧ୍ୟ ବ୍ରାହ୍ମଣ ଥିଲ ଏବଂ ଦେବତା
ହୋଇଥିଲ, ଯେଉଁମାନେ ଦେବତା ହୋଇଥିଲେ ସେହିମାନେ ପୁଣି ହେବେ । ତୁମେ ଆଦି ସନାତନ ଦେବୀ-ଦେବତା
ଧର୍ମର ଅଟ । ତୁମେ ହିଁ ପୂଜ୍ୟ ଏବଂ ପୂଜାରୀ ହେଉଛ । ଇଂରାଜୀରେ ପୂଜ୍ୟକୁ ୱର୍ଶିପ୍ ୱର୍ଦି
ଅର୍ଥାତ୍ ପୂଜା ପାଇବା ଯୋଗ୍ୟ ଏବଂ ପୂଜାରୀକୁ ୱର୍ଶିପର କୁହାଯାଏ । ଭାରତ ହିଁ ଅଧାକଳ୍ପ ପୂଜାରୀ
ହେଉଛି । ଆତ୍ମା ସ୍ୱୀକାର କରୁଛି ଯେ ଆମେ ପୂଜ୍ୟ ଥିଲୁ ପୁଣି ଆମେ ହିଁ ପୂଜାରୀ ହୋଇଛୁ । ପୂଜ୍ୟରୁ
ପୂଜାରୀ ପୁଣି ପୂଜ୍ୟ ହେଉଛୁ । ବାବା ତ ପୂଜ୍ୟ ବା ପୂଜାରୀ ହେଉନାହାଁନ୍ତି । ତୁମେ କହୁଛ ଆମେ
ହିଁ ପୂଜ୍ୟ ପବିତ୍ର ଦେବୀ-ଦେବତା ଥିଲୁ, ପୁଣି ୮୪ ଜନ୍ମ ପରେ ସମ୍ପୂର୍ଣ୍ଣ ପତିତ ପୂଜାରୀ
ହୋଇଯାଉଛୁ । ଯେଉଁ ଭାରତବାସୀମାନେ ଆଦି ସନାତନ ଦେବୀ-ଦେବତା ଧର୍ମର ଥିଲେ, ଏବେ ସେମାନଙ୍କୁ ନିଜ
ଧର୍ମ ବିଷୟରେ କିଛି ହେଲେ ଜଣାନାହିଁ । ସବୁ ଧର୍ମାବଲମ୍ବୀମାନେ ତୁମର ଏହି କଥାକୁ ବୁଝିବେ ନାହିଁ,
ଏହି ଧର୍ମର ଯେଉଁମାନେ ଅନ୍ୟ ଧର୍ମ ଗ୍ରହଣ କରିନେଇଛନ୍ତି, ସେହିମାନେ ହିଁ ଆସିବେ । ଏପରି ତ ବହୁତ
କନଭର୍ଟ (ପରିବର୍ତ୍ତିତ) ହୋଇଯାଇଛନ୍ତି । ବାବା କହୁଛନ୍ତି ଶିବ ଏବଂ ଦେବତାମାନଙ୍କର ଯେଉଁ
ପୂଜାରୀମାନେ ଅଛନ୍ତି ସେମାନଙ୍କ ନିମନ୍ତେ ଏହା ଗ୍ରହଣ କରିବା ସହଜ । ଅନ୍ୟ ଧର୍ମାବଲମ୍ବୀ ମୁଣ୍ଡ
ଖରାପ କରିବେ, ଯିଏ ପରିବର୍ତ୍ତିତ ହୋଇ ଯାଇଛନ୍ତି, ସେହିମାନଙ୍କୁ ଅନୁଭବ ହେବ ଏବଂ ଆସି ବୁଝିବା
ପାଇଁ ଚେଷ୍ଟା କରିବେ । ନଚେତ୍ ମାନିବେ ନାହିଁ । ଆର୍ଯ୍ୟ ସମାଜୀମାନଙ୍କ ମଧ୍ୟରୁ ବି ବହୁତ
ଆସିଛନ୍ତି । ଶିଖ୍ଧର୍ମରୁ ମଧ୍ୟ ଆସିଛନ୍ତି । ଯେଉଁମାନେ ଆଦି ସନାତନ ଦେବୀ-ଦେବତା ଧର୍ମରୁ
ପରିବର୍ତ୍ତିତ ହୋଇ ଅନ୍ୟ ଧର୍ମକୁ ଚାଲି ଯାଇଛନ୍ତି, ତାଙ୍କୁ ପୁଣି ନିଜ ଧର୍ମକୁ ନିଶ୍ଚୟ ଆସିବାକୁ
ପଡିବ । ବୃକ୍ଷରେ ମଧ୍ୟ ଅଲଗା-ଅଲଗା ବିଭାଗ ରହିଛି । ପୁଣି ପାର୍ଟ କରିବା ପାଇଁ ମଧ୍ୟ
କ୍ରମାନ୍ୱୟରେ ଆସିବେ । ଶାଖା-ପ୍ରଶାଖା ବାହାରି ଚାଲିବ । ସେମାନେ ପବିତ୍ର ହୋଇଥିବା କାରଣରୁ
ତାଙ୍କର ଅଧିକ ପ୍ରଭାବ ରହୁଛି । ବର୍ତ୍ତମାନ ସମୟରେ ଦେବୀ-ଦେବତା ଧର୍ମର ମୂଳଦୁଆ ନାହିଁ ଯାହାର
ପୁଣି ସ୍ଥାପନା କରିବାକୁ ପଡୁଛି । ଭାଇ-ଭଉଣୀର ସମ୍ବନ୍ଧ ତ ରଖିବାକୁ ହିଁ ପଡିବ । ଆମେ ଏକ
ବାବାଙ୍କର ସନ୍ତାନ ସମସ୍ତ ଆତ୍ମା ଭାଇ-ଭାଇ ଅଟୁ । ପୁଣି ଭାଇ-ଭଉଣୀ ହେଉଛୁ । ଏବେ ଯେପରିକି ନୂଆ
ସୃଷ୍ଟିର ସ୍ଥାପନା ହେଉଛି, ତେଣୁ ପ୍ରଥମେ ପ୍ରଥମେ ହେଲେ ବ୍ରାହ୍ମଣ । ନୂଆ ସୃଷ୍ଟିର ସ୍ଥାପନାରେ
ପ୍ରଜାପିତା ବ୍ରହ୍ମାଙ୍କର ଆବଶ୍ୟକତା ତ ନିଶ୍ଚୟ ରହିଛି । ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ
ସୃଷ୍ଟି ହେବେ । ଏହାକୁ ରୁଦ୍ର ଜ୍ଞାନ ଯଜ୍ଞ ମଧ୍ୟ କୁହାଯାଉଛି । ଏଥିରେ ବ୍ରାହ୍ମଣ ନିଶ୍ଚୟ
ଆବଶ୍ୟକ । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ନିଶ୍ଚୟ ଆବଶ୍ୟକ । ସେ ହେଉଛନ୍ତି ଗ୍ରେଟ୍-ଗ୍ରେଟ୍
ଗ୍ରାଣ୍ଡ ଫାଦର ବା ଆଦିପିତା । ପ୍ରଥମ ନମ୍ବରରେ ବ୍ରାହ୍ମଣ ଶୀର୍ଷରେ ରହିଛନ୍ତି । ଆଦମ ବିବି,
ଏଡମ୍ ଇବ୍ଙ୍କୁ ମାନୁଛନ୍ତି ମଧ୍ୟ । ବର୍ତ୍ତମାନ ସମୟରେ ତୁମେ ପୂଜାରୀରୁ ପୂଜ୍ୟ ହେଉଛ । ଦିଲ୍ୱାଡା
ମନ୍ଦିର ତୁମମାନଙ୍କର ସବୁଠାରୁ ଭଲ ସ୍ମୃତିଚିହ୍ନ ଅଟେ । ତଳେ ତପସ୍ୟାରେ ବସିଛନ୍ତି, ଉପରେ
ରାଜତ୍ୱର ଦୃଶ୍ୟ ଏବଂ ଏଠାରେ ତୁମେ ଚୈତନ୍ୟରେ ବସିଛ । ଏହି ମନ୍ଦିର ବିନାଶ ହୋଇଯିବ ପୁଣି
ଭକ୍ତିମାର୍ଗରେ ତିଆରି ହେବ । ତୁମେ ଜାଣିଛ ଏବେ ଆମେ ରାଜଯୋଗ ଶିଖୁଛୁ ପୁଣି ନୂଆ ଦୁନିଆକୁ ଯିବୁ
। ତାହା ହେଲା ଜଡ ମନ୍ଦିର, ତୁମେ ଚୈତନ୍ୟରେ ବସିଛ । ମୁଖ୍ୟ ମନ୍ଦିର ଯାହାକି ଠିକ୍ ଭାବରେ ତିଆରି
କରାଯାଇଛି । ନଚେତ୍ ସ୍ୱର୍ଗକୁ କେଉଁଠି ଦେଖାଇବେ, ସେଥିପାଇଁ ଛାତରେ ସ୍ୱର୍ଗର ଦୃଶ୍ୟକୁ
ଦର୍ଶାଇଛନ୍ତି । ଏହା ଉପରେ ବହୁତ ଭଲ ଭାବେ ବୁଝାଇପାରିବ । କୁହ, ଭାରତ ହିଁ ସ୍ୱର୍ଗ ଥିଲା ପୁଣି
ଭାରତ ଏବେ ନର୍କ ହୋଇଯାଇଛି । ଏହି ଧର୍ମର ଆତ୍ମାମାନେ ତୁରନ୍ତ ବୁଝିଯିବେ । ହିନ୍ଦୁମାନେ ମଧ୍ୟ
ଅନେକ ପ୍ରକାରର ଧର୍ମରେ ଯାଇ ମିଶିଯାଇଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ତୁମକୁ ବହୁତ
ମେହେନତ କରିବାକୁ ପଡୁଛି । ବାବା ବୁଝାଇଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ବାସ୍, ଆଉ
କିଛି କଥା ହେବା ହିଁ ଅନୁଚିତ୍ । ଯାହାଙ୍କର ଜ୍ଞାନ ବୁଝାଇବାର ଅଭ୍ୟାସ ନାହିଁ, ସେମାନଙ୍କ କଥା
ହେବା ମଧ୍ୟ ଅନୁଚିତ୍ । ନଚେତ୍ ବି.କେ.ଙ୍କ ନାମ ବଦନାମ୍ କରିଦେବେ । ଅନ୍ୟ ଧର୍ମାବଲମ୍ବୀମାନଙ୍କୁ
ବୁଝାଇବା ଦରକାର ଯେ ଯଦି ତୁମେ ମୁକ୍ତିଧାମ ଯିବାକୁ ଚାହୁଁଛ ତେବେ ନିଜକୁ ଆତ୍ମା ଭାବି, ବାବାଙ୍କୁ
ମନେ ପକାଅ । ନିଜକୁ ପରମାତ୍ମା ଭାବ ନାହିଁ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ତୁମର
ଜନ୍ମ-ଜନ୍ମାନ୍ତରର ପାପ କଟିଯିବ ଏବଂ ତୁମେ ମୁକ୍ତିଧାମକୁ ଚାଲିଯିବ । ତୁମ ପାଇଁ ଏହି ମନମନାଭବର
ମନ୍ତ୍ର ହିଁ ଯଥେଷ୍ଟ । କିନ୍ତୁ କଥା କହିବାର ସାହସ ଦରକାର । ସିଂହ ସମାନ ଶକ୍ତିଶାଳୀ ଆତ୍ମାମାନେ
ହିଁ ସେବା କରିପାରିବେ । ସନ୍ନ୍ୟାସୀମାନେ ବାହାରକୁ ଯାଇ ବିଦେଶୀମାନଙ୍କୁ ନେଇ ଆସୁଛନ୍ତି,
କହୁଛନ୍ତି ଚାଲ ତୁମକୁ ଆମେ ଆଧ୍ୟାତ୍ମିକ ଜ୍ଞାନ ଦେବୁ । ସେମାନେ ବାବାଙ୍କୁ ତ ଜାଣି ହିଁ
ନାହାଁନ୍ତି । ବ୍ରହ୍ମକୁ ଭଗବାନ ଭାବି କହିଦେଉଛନ୍ତି, ବ୍ରହ୍ମଙ୍କୁ ମନେ ପକାଅ । ବାସ୍ ଏହି
ମନ୍ତ୍ର ଦେଇ ଦେଉଛନ୍ତି ଯେପରି କୌଣସି ଚଢେଇକୁ ନିଜର ପଞ୍ଜୁରୀରେ ରଖି ଦେଉଛନ୍ତି । ତେଣୁ ଏପରି
ବୁଝାଇବାରେ ମଧ୍ୟ ସମୟ ଲାଗୁଛି । ବାବା କହୁଛନ୍ତି - ପ୍ରତ୍ୟେକ ଚିତ୍ର ଉପରେ ଶିବ ଭଗବାନୁବାଚ
ଲେଖାଯାଉ ।
ତୁମେ ଜାଣିଛ, ଏହି
ଦୁନିଆରେ ସମସ୍ତେ ପିତାଙ୍କ ବିନା ଅନାଥ ଅଟନ୍ତି । ଡାକୁଛନ୍ତି ତୁମେ ମାତା-ପିତା... କିନ୍ତୁ
ତା’ର ଅର୍ଥ କ’ଣ? ଅର୍ଥ ନ ଜାଣି କହୁଛନ୍ତି ତୁମର କୃପାରୁ ଅସରନ୍ତି ସୁଖ ମିଳୁଛି । ବର୍ତ୍ତମାନ
ବାବା ତୁମକୁ ସ୍ୱର୍ଗର ସୁଖ ଦେବା ପାଇଁ ପଢାଉଛନ୍ତି । ଯେଉଁଥିପାଇଁ ତୁମେ ପୁରୁଷାର୍ଥ କରୁଛ ।
ଯିଏ କରିବ ସିଏ ପାଇବ । ଏବେ ତ ସମସ୍ତେ ପତିତ ଅଟନ୍ତି । ପାବନ ଦୁନିଆ ତ ହେଉଛି କେବଳ ସ୍ୱର୍ଗ,
ନୂଆ ଦୁନିଆ । ଏଠାରେ କେହି ବି ସତ୍ତ୍ୱପ୍ରଧାନ ହୋଇପାରିବେ ନାହିଁ । ସତ୍ୟଯୁଗରେ ଯିଏ
ସତ୍ତ୍ୱପ୍ରଧାନ ଥିଲେ, ସେହିମାନେ ତମୋପ୍ରଧାନ ପତିତ ହେଉଛନ୍ତି । ଖ୍ରୀଷ୍ଟଙ୍କ ପଛେ ପଛେ ତାଙ୍କ
ଧର୍ମର ଯେଉଁମାନେ ଉପରୁ ଆସୁଛନ୍ତି, ସେମାନେ ତ ପ୍ରଥମେ ପ୍ରଥମେ ସତ୍ତ୍ୱପ୍ରଧାନ ଥିବେ ନା ।
ଯେତେବେଳେ ଲକ୍ଷ-ଲକ୍ଷ ସଂଖ୍ୟାରେ ଧର୍ମାବଲମ୍ବୀ ହୋଇଯା’ନ୍ତି ସେତେବେଳେ ସେନାବାହିନୀ ପ୍ରସ୍ତୁତ
କରନ୍ତି ଲଢି କରି ରାଜତ୍ୱ କରିବା ପାଇଁ । ସେମାନଙ୍କୁ ସୁଖ ବି କମ୍ ତ ଦୁଃଖ ମଧ୍ୟ କମ୍ ମିଳୁଛି ।
ତୁମ ପରି ସୁଖ ତ କାହାକୁ ବି ମିଳିପାରିବ ନାହିଁ । ତୁମେ ଏବେ ପ୍ରସ୍ତୁତ ହେଉଛ - ସୁଖଧାମରେ ଆସିବା
ପାଇଁ । ବାକି ସବୁ ଧର୍ମ କ’ଣ ସ୍ୱର୍ଗକୁ ଆସିପାରିବେ । ଭାରତ ସ୍ୱର୍ଗ ଥିବା ସମୟରେ ଭାରତ ପରି
କୌଣସି ପବିତ୍ର ରାଷ୍ଟ୍ର ନ ଥିଲା । ଯେତେବେଳେ ବାବା ଆସିଥା’ନ୍ତି ସେତେବେଳେ ହିଁ ଈଶ୍ୱରୀୟ
ରାଜ୍ୟର ସ୍ଥାପନା ହୁଏ । ସେଠାରେ ଲଢେଇ ଆଦିର କଥା ନାହିଁ । ଲଢାଇ ଝଗଡା ତ ବହୁତ ପଛରେ ଆରମ୍ଭ
ହେଉଛି । ଭାରତବାସୀ ଏତେ କାହା ସହିତ ଲଢି ନାହାଁନ୍ତି । ଅଳ୍ପ କିଛି ପରସ୍ପର ମଧ୍ୟରେ ଲଢେଇ କରି
ଅଲଗା ହୋଇଯାଇଛନ୍ତି । ଦ୍ୱାପର ଯୁଗରେ ଜଣେ ଅନ୍ୟ ଜଣଙ୍କ ଉପରେ ଚଢାଉ କରିଥାନ୍ତି । ଏହିସବୁ
ଚିତ୍ର ଆଦି ତିଆରି କରିବା ପାଇଁ ମଧ୍ୟ ବହୁତ ବୁଦ୍ଧି ଆବଶ୍ୟକ । ଏକଥା ମଧ୍ୟ ଲେଖିବା ଆବଶ୍ୟକ ଯେ
ଭାରତ ଯିଏକି ସ୍ୱର୍ଗ ଥିଲା ତାହା ପୁଣି ନର୍କ କିପରି ହୋଇଗଲା, ଏଠାକୁ ଆସି ବୁଝନ୍ତୁ । ଭାରତ ସଦ୍ଗତିରେ
ଥିଲା, ଏବେ ଦୁର୍ଗତିରେ ଅଛି । ଏବେ ସଦ୍ଗତି ପାଇବା ପାଇଁ ବାବା ହିଁ ଜ୍ଞାନ ଦେଉଛନ୍ତି ।
ମନୁଷ୍ୟମାନଙ୍କ ଭିତରେ ଏହି ଆତ୍ମିକ ଜ୍ଞାନ ନାହିଁ । ଏହି ଜ୍ଞାନ ପରମପିତା ପରମାତ୍ମାଙ୍କ ଭିତରେ
ଥାଏ । ବାବା ଆତ୍ମାମାନଙ୍କୁ ଏହି ଜ୍ଞାନ ଦେଉଛନ୍ତି । ବାକି ତ ସବୁ ମନୁଷ୍ୟମାନେ, ମନୁଷ୍ୟମାନଙ୍କୁ
ହିଁ ଦେଇଥା’ନ୍ତି । ଶାସ୍ତ୍ର ମଧ୍ୟ ମନୁଷ୍ୟମାନେ ହିଁ ଲେଖିଛନ୍ତି, ମନୁଷ୍ୟମାନେ ହିଁ ପଢୁଛନ୍ତି
। ଏଠାରେ ତ ଆତ୍ମିକ ପିତା ତୁମମାନଙ୍କୁ ପଢାଉଛନ୍ତି ଏବଂ ଆତ୍ମା ପଢୁଛି । ପଢିଲାବାଲା ତ ଆତ୍ମା
ହିଁ ଅଟେ ନା । ଦୁନିଆରେ ତ ମନୁଷ୍ୟ ହିଁ ଲେଖୁଛନ୍ତି ଏବଂ ମନୁଷ୍ୟମାନେ ହିଁ ପଢୁଛନ୍ତି ।
ପରମାତ୍ମାଙ୍କୁ ତ ଶାସ୍ତ୍ର ଆଦି ପଢିବାର ଆବଶ୍ୟକତା ନାହିଁ । ବାବା କହୁଛନ୍ତି ଏହି
ଶାସ୍ତ୍ରମାନଙ୍କ ଦ୍ୱାରା କାହାର ବି ସଦ୍ଗତି ହୋଇପାରିବ ନାହିଁ । ମୋତେ ହିଁ ଆସି ସମସ୍ତଙ୍କୁ
ଘରକୁ ଫେରାଇ ନେଇଯିବାକୁ ହେବ । ଏବେ ତ ଦୁନିଆରେ କୋଟି କୋଟି ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ
ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟଥିଲା ସେଠାରେ ୯ ଲକ୍ଷ ଲୋକ ଥିଲେ । ବହୁତ ଛୋଟ
ବୃକ୍ଷ ବା ଦୁନିଆ ଥାଏ । ତେବେ ବିଚାର କର, ଏତେ ସବୁ ଆତ୍ମା କେଉଁଠାକୁ ଗଲେ? ବ୍ରହ୍ମରେ ବା
ପାଣିରେ ତ ଲୀନ ହୋଇଯାଉ ନାହାଁନ୍ତି । ସେମାନେ ସମସ୍ତେ ମୁକ୍ତିଧାମରେ ରହୁଛନ୍ତି । ପ୍ରତ୍ୟେକ
ଆତ୍ମା ଅବିନାଶୀ ଅଟେ । ତା ମଧ୍ୟରେ ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି, ଯାହା କେବେ ବିନାଶ
ହୋଇପାରିବ ନାହିଁ । ଆତ୍ମା ବିନାଶ ହୋଇପାରିବ ନାହିଁ । ଆତ୍ମା ତ ବିନ୍ଦୁ ଅଟେ । ବାକି ନିର୍ବାଣ
ଅବସ୍ଥାକୁ କେହି ବି ଯାଉ ନାହାଁନ୍ତି, ସମସ୍ତଙ୍କୁ ପାର୍ଟ କରିବାକୁ ହିଁ ହେବ । ଯେତେବେଳେ ସବୁ
ଆତ୍ମାମାନେ ଉପରୁ ଆସିଯାଉଛନ୍ତି ସେତେବେଳେ ମୁଁ ଆସି ସମସ୍ତଙ୍କୁ ନେଇଯାଉଛି । ଶେଷ ସମୟରେ ହିଁ
ବାବାଙ୍କର ଅଭିନୟ ରହିଥାଏ । ନୂଆ ଦୁନିଆର ସ୍ଥାପନା ପୁଣି ପୁରୁଣା ଦୁନିଆର ବିନାଶ । ଏହା ମଧ୍ୟ
ଡ୍ରାମାରେ ନିଧାର୍ଯ୍ୟ ଅଛି । ତୁମେ ଆର୍ଯ୍ୟ ସମାଜୀମାନଙ୍କ ଦଳକୁ ବୁଝାଇଲେ ସେଥିରେ ଯଦି କେହି ଏହି
ଦେବତା ଧର୍ମର ହୋଇଥିବେ ତାଙ୍କ ମନକୁ ଛୁଇଁବ । ବାସ୍ତବରେ ଏହି କଥା ତ ଠିକ୍, ପରମାତ୍ମା
ସର୍ବବ୍ୟାପୀ କିପରି ହୋଇପାରିବେ । ଭଗବାନ ତ ବାବା ଅଟନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି ।
କେହି କେହି ଆର୍ଯ୍ୟ ସମାଜୀ ମଧ୍ୟ ତୁମ ପାଖକୁ ଆସୁଛନ୍ତି ନା । ତାଙ୍କୁ ହିଁ ନୂତନ ଧର୍ମର କଲମି
କୁହାଯାଉଛି । ତୁମେ ବୁଝାଇଚାଲ ତେବେ ତୁମ କୁଳର ଯିଏ ହୋଇଥିବ ସେ ଆସିଯିବ । ଭଗବାନ ପିତା ହିଁ
ପବିତ୍ର ହେବା ପାଇଁ ଉପାୟ ବତାଉଛନ୍ତି । ଭଗବାନୁବାଚ କେବଳ ମୋତେ ମନେ ପକାଅ । ମୁଁ ପତିତ-ପାବନ
ଅଟେ, ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ମୁକ୍ତିଧାମକୁ ଆସିଯିବ । ଏହି
ସମ୍ବାଦ ସବୁ ଧର୍ମାବଲମ୍ବୀମାନଙ୍କ ପାଇଁ ଅଟେ । କୁହ, ବାବା କହୁଛନ୍ତି ଦେହର ସବୁ ଧର୍ମ ଛାଡି
ମୋତେ ମନେ ପକାଇଲେ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ମୁଁ ଗୁଜୁରାଟୀ ଅଟେ, ଅମୁକ ଅଟେ
- ଏ ସବୁ ଛାଡ । ନିଜକୁ ଆତ୍ମା ଭାବ ଏବଂ ବାବାଙ୍କୁ ମନେ ପକାଅ । ଏହା ହେଉଛି ଯୋଗ ଅଗ୍ନି ।
ସାବଧାନତା ପୂର୍ବକ ସେମାନଙ୍କୁ ବୁଝାଇବାକୁ ହେବ । ସମସ୍ତେ ତ ବୁଝିବେ ନାହିଁ । ବାବା କହୁଛନ୍ତି
- ମୁଁ ହିଁ ପତିତ-ପାବନ ଅଟେ । ତୁମେ ସମସ୍ତେ ହେଉଛ ପତିତ, ପବିତ୍ର ନ ହୋଇ ନିର୍ବାଣଧାମକୁ ମଧ୍ୟ
ଯାଇପାରିବ ନାହିଁ । ରଚନାର ଆଦି-ମଧ୍ୟ-ଅନ୍ତକୁ ମଧ୍ୟ ବୁଝିବାକୁ ହେବ । ସମ୍ପୂର୍ଣ୍ଣ ବୁଝିଲେ ହିଁ
ଉଚ୍ଚ ପଦ ପାଇବ । ଅଳ୍ପ ଭକ୍ତି କରିଥିଲେ, ଅଳ୍ପ ଜ୍ଞାନ ବୁଝିବେ । ବହୁତ ଭକ୍ତି କରିଥିବେ ତ
ଜ୍ଞାନକୁ ବହୁତ ଭଲ ଭାବରେ ବୁଝିବେ । ବାବା ଯାହାସବୁ ବୁଝାଉଛନ୍ତି ତାକୁ ଧାରଣ କରିବାକୁ ହେବ ।
ବାନପ୍ରସ୍ଥିମାନଙ୍କ ପାଇଁ ବହୁତ ସହଜ ଅଟେ । ଗୃହସ୍ଥ ବ୍ୟବହାରରୁ ଅଲଗା ହୋଇଯାଉଛନ୍ତି ।
ବାନପ୍ରସ୍ଥ ଅବସ୍ଥା ୬୦ ବର୍ଷ ପରେ ହୋଇଥାଏ । ଗୁରୁ ମଧ୍ୟ ସେତିକି ବେଳେ କରିଥାନ୍ତି । ଆଜିକାଲି
ତ ଛୋଟ ଅବସ୍ଥାରେ ମଧ୍ୟ ଗୁରୁ କରାଇଦେଉଛନ୍ତି । କିନ୍ତୁ ବାସ୍ତବରେ ପ୍ରଥମେ ବାପା, ପୁଣି ଶିକ୍ଷକ
ପୁଣି ୬୦ ବର୍ଷ ପରେ ଗୁରୁ କରାଯାଏ । ସଦ୍ଗତିଦାତା ତ କେବଳ ଏକ ବାବା ହିଁ ଅଟନ୍ତି, ଏହିସବୁ
ଅନେକ ଗୁରୁ ସଦ୍ଗତିଦାତା ନୁହଁନ୍ତି । ଇଏ ତ ସବୁ ହେଲା ପଇସା ରୋଜଗାରର ଉପାୟ, ସତଗୁରୁ ତ ଜଣେ
ହିଁ ଅଟନ୍ତି - ସମସ୍ତଙ୍କର ସଦ୍ଗତିଦାତା । ବାବା କହୁଛନ୍ତି ମୁଁ ତୁମକୁ ସବୁ ବେଦ-ଶାସ୍ତ୍ରର
ସାରାଂଶ ବୁଝାଉଛି । ଏ ସବୁ ହେଲା ଭକ୍ତିମାର୍ଗର ସାମଗ୍ରୀ । ସିଡି ଓହ୍ଲାଇବାକୁ ପଡିଥାଏ । ଜ୍ଞାନ,
ଭକ୍ତି ପୁଣି ଭକ୍ତିର ବୈରାଗ୍ୟ କରାଯାଏ । ଜ୍ଞାନ ମିଳିଗଲେ ଭକ୍ତିରୁ ହିଁ ବୈରାଗ୍ୟ ହୋଇଥାଏ । ଏହି
ପୁରୁଣା ଦୁନିଆ ପ୍ରତି ତୁମର ବୈରାଗ୍ୟ ଆସୁଛି । ବାକି ଦୁନିଆକୁ ଛାଡି କେଉଁଠିକୁ ଯିବ? ତୁମେ
ଜାଣିଛ ଏହି ଦୁନିଆ ହିଁ ବିନାଶ ହେବ । ସେଥିପାଇଁ ଏବେ ବେହଦ ଦୁନିଆର ସନ୍ନ୍ୟାସ କରିବାକୁ ହେବ ।
ପବିତ୍ର ନ ହେବା ପର୍ଯ୍ୟନ୍ତ ଘରକୁ ଯାଇପାରିବ ନାହିଁ । ପବିତ୍ର ହେବା ପାଇଁ ଯୋଗର ଯାତ୍ରା
ଆବଶ୍ୟକ । ଭାରତରେ ରକ୍ତର ନଦୀ ବହିବା ପରେ ପୁଣି କ୍ଷୀରର ନଦୀ ବହିବ । ବିଷ୍ଣୁଙ୍କୁ ମଧ୍ୟ କ୍ଷୀର
ସାଗର ଭିତରେ ଦେଖାଉଛନ୍ତି । ବୁଝାଯାଉଛି - ଏହି ଲଢେଇ ଦ୍ୱାରା ମୁକ୍ତି-ଜୀବନମୁକ୍ତିର ଦ୍ୱାର
ଖୋଲୁଛି । ତୁମେ ପିଲାମାନେ ଯେତେ ଆଗକୁ ବଢିବ, ସେତେ ପ୍ରଚାର ହୋଇଚାଲିବ । ଏବେ ତ ଲଢେଇ ଲାଗିବାର
ସମ୍ଭାବନା ଅଧିକ । ଗୋଟିଏ ଅଗ୍ନିକଣାରୁ ଦେଖ ଆଗରୁ କ’ଣ ହୋଇଥିଲା । ଭାବୁଛନ୍ତି କି ଲଢିବେ
ନିଶ୍ଚୟ । ଲଢେଇ ତ ସବୁବେଳେ ଲାଗି ରହିଛି । ଜଣେ-ଅନ୍ୟ ଜଣଙ୍କର ସହଯୋଗୀ ମଧ୍ୟ ହେଉଛନ୍ତି । ତୁମକୁ
ମଧ୍ୟ ନୂଆ ଦୁନିଆ ଆବଶ୍ୟକ, ତେଣୁ ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପୁରୁଣା
ଦୁନିଆ ଏବେ ବିନାଶ ହେବ, ସେଥିପାଇଁ ଏହି ପୁରୁଣା ଦୁନିଆରୁ ସନ୍ନ୍ୟାସ କରିବାକୁ ହେବ । ଏହାକୁ
ଛାଡି କେଉଁଠିକୁ ଯିବାର ନାହିଁ, କିନ୍ତୁ ଏହାକୁ ବୁଦ୍ଧିରୁ ଭୁଲିବାକୁ ହେବ ।
(୨) ନିର୍ବାଣଧାମକୁ ଯିବା
ପାଇଁ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡିବ ଅର୍ଥାତ୍ ସୃଷ୍ଟି ରଚନାର ଆଦି-ମଧ୍ୟ-ଅନ୍ତକୁ ସଠିକ
ଭାବରେ ବୁଝି ନୂଆ ଦୁନିଆରେ ଉଚ୍ଚ ପଦ ପାଇବାକୁ ହେବ ।
ବରଦାନ:-
ଯେ କୌଣସି
ଆତ୍ମାକୁ ପ୍ରାପ୍ତିଗୁଡିକର ଅନୁଭୂତି କରାଉଥିବା ଯଥାର୍ଥ ସେବାଧାରୀ ଭବ ।
ଯଥାର୍ଥ ସେବଭାବର ଅର୍ଥ
ହେଲା ସର୍ବଦା ପ୍ରତ୍ୟେକ ଆତ୍ମା ପ୍ରତି ଶୁଭଭାବନା ଏବଂ ଶ୍ରେଷ୍ଠ କାମନାର ଭାବ । ସେବାଭାବ
ଅର୍ଥାତ୍ ପ୍ରତ୍ୟେକ ଆତ୍ମାକୁ ଶୁଭଭାବନା ଅନୁସାରେ ଫଳ ଦେବା । ସେବାର ଅର୍ଥ ହେଲା ଯେକୌଣସି
ଆତ୍ମାକୁ ପ୍ରାପ୍ତି ରୂପକ ଫଳର ଅନୁଭବ କରାଇବା । ଏହିଭଳି ସେବା ଭିତରେ ତପସ୍ୟା ଅନ୍ତନିର୍ହିତ ଅଟେ
। ଯେଉଁଠାରେ ଯଥାର୍ଥ ସେବା ଭାବ ରହିଛି ସେଠାରେ ତପସ୍ୟାର ଭାବ ଅଲଗା ନୁହେଁ । ତେବେ ଯେଉଁ ସେବାରେ
ତ୍ୟାଗ ଏବଂ ତପସ୍ୟା ନାହିଁ ତାହା ହେଉଛି ନାମଧାରୀ ସେବା, ସେଥିପାଇଁ ତ୍ୟାଗ, ତପସ୍ୟା ଏବଂ ସେବାର
ମିଳିତ ରୂପ ଦ୍ୱାରା ସଚ୍ଚା ଏବଂ ଯଥାର୍ଥ ସେବାଧାରୀ ହୁଅ ।
ସ୍ଲୋଗାନ:-
ଯଦି ନମ୍ରତା ଏବଂ
ଧୈର୍ଯ୍ୟତାର ଗୁଣକୁ ଧାରଣ କରିବ ତେବେ କ୍ରୋଧାଗ୍ନି ମଧ୍ୟ ଶାନ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏବେ
ଲଗନର ଅଗ୍ନିକୁ ପ୍ରଜ୍ୱଳିତ କରି ଯୋଗକୁ ଜ୍ୱାଳା ରୂପ କର ।
ଏବେ ନିର୍ଭୟ ଜ୍ୱାଳାମୁଖୀ
ହୋଇ ପ୍ରକୃତି ଏବଂ ଆତ୍ମାମାନଙ୍କ ଭିତରେ ଯେଉଁ ସବୁ ତମୋଗୁଣ ଗୁଡିକ ରହିଛି ସେଗୁଡିକୁ ଭସ୍ମ କର ।
ତପସ୍ୟାର ଅର୍ଥ ହେଲା ଜ୍ୱାଳା ସ୍ୱରୂପ ଯୋଗ, ଏହି ଯୋଗ ଦ୍ୱାରା ହିଁ ମାୟାର ବା ପ୍ରକୃତିର ବିକରାଳ
ରୂପ ଶୀତଳ ହୋଇଯିବ । ତୁମମାନଙ୍କର ତୃତୀୟ ନେତ୍ର, ଜ୍ୱାଳାମୁଖୀ ନେତ୍ର, ମାୟାକୁ ଶକ୍ତିହୀନ
କରିଦେବ ।