29.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମକୁ
ସମସ୍ତଙ୍କୁ ପରିସ୍ତାନୀ କରିବାକୁ ହେବ, କାରଣ ତୁମେ ସମସ୍ତଙ୍କର କଲ୍ୟାଣକାରୀ, ତୁମର କର୍ତ୍ତବ୍ୟ
ହେଲା ଗରିବମାନଙ୍କୁ ସାହୁକାର କରିବା ।”
ପ୍ରଶ୍ନ:-
ବାବାଙ୍କର କେଉଁ
ନାମ ଯଦିଓ ସାଧାରଣ କିନ୍ତୁ କର୍ତ୍ତବ୍ୟ ବହୁତ ମହାନ?
ଉତ୍ତର:-
ବାବାଙ୍କୁ ବାଗବାନ ଅର୍ଥାତ୍ ବଗିଚାର ମାଲିକ ଏବଂ ନାଉରିଆ ବୋଲି କହିଥା’ନ୍ତି । ଏହି ନାମ କେତେ
ସାଧାରଣ କିନ୍ତୁ ବୁଡି ଯାଉଥିବା ଲୋକମାନଙ୍କୁ ଉଦ୍ଧାର କରିବା କେତେ ମହାନ କର୍ତ୍ତବ୍ୟ । ଯେପରି
ପହଁରାଳୀମାନେ ଜଣେ-ଜଣଙ୍କର ହାତ ଧରି ପାରି କରିଦେଇଥାଆନ୍ତି, ସେହିପରି ବାବାଙ୍କର ହାତ ମିଳିବା
ଦ୍ୱାରା ତୁମେ ସ୍ୱର୍ଗବାସୀ ହୋଇଯାଉଛ । ଏବେ ତୁମେ ମଧ୍ୟ ମାଷ୍ଟର ନାଉରୀ ଅଟ । ତୁମେ
ପ୍ରତ୍ୟେକଙ୍କର ନୌକାକୁ ପାରି ହେବାର ରାସ୍ତା ବତାଉଛ ।
ଓମ୍ ଶାନ୍ତି ।
ସନ୍ତାନମାନେ ତ’
ନିଶ୍ଚୟ ବାବାଙ୍କ ସ୍ମୃତିରେ ବସିଥିବେ । ନିଜକୁ ଆତ୍ମା ଭାବିବାର ଅଛି, ଦେହ ମଧ୍ୟ ଆତ୍ମା ସହିତ
ରହିଛି । ଏପରି ନୁହେଁ କି ବିନା ଦେହରେ ବସିଛ । କିନ୍ତୁ ବାବା କହୁଛନ୍ତି, ଦେହ-ଅଭିମାନ ଛାଡି,
ଦେହୀ-ଅଭିମାନୀ ହୋଇ ବସ । ଦେହୀ-ଅଭିମାନ ହେଉଛି ଶୁଦ୍ଧ, ଦେହ-ଅଭିମାନ ହେଉଛି ଅଶୁଦ୍ଧ । ତୁମେ
ଜାଣିଛ ଯେ, ଦେହୀ-ଅଭିମାନୀ ହେବା ଦ୍ୱାରା ଆମେ ଶୁଦ୍ଧ ପବିତ୍ର ହେଉଛୁ । ଦେହ-ଅଭିମାନୀ ହେବା
ଦ୍ୱାରା ଅଶୁଦ୍ଧ, ଅପବିତ୍ର ହୋଇଯାଇଥିଲୁ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ । ପବିତ୍ର
ଦୁନିଆ ଥିଲା । ଏବେ ପତିତ ହୋଇଯାଇଛି, ପୁଣି ପବିତ୍ର ଦୁନିଆ ନିଶ୍ଚୟ ହେବ । ସୃଷ୍ଟିଚକ୍ରର
ପୁନରାବୃତ୍ତି ହେବ । ଯିଏ ଏହି ସୃଷ୍ଟି ଚକ୍ରକୁ ଜାଣିଥାନ୍ତି, ତାଙ୍କୁ ସ୍ୱଦର୍ଶନ ଚକ୍ରଧାରୀ
କୁହାଯାଏ । ତୁମେ ସମସ୍ତେ ହେଉଛ ସ୍ୱଦର୍ଶନ ଚକ୍ରଧାରୀ । ସ୍ୱ ଆତ୍ମାକୁ ସୃଷ୍ଟି ଚକ୍ରର ଜ୍ଞାନ
ମିଳିଛି । ଜ୍ଞାନ କିଏ ଦେଲେ? ଯିଏ ଜ୍ଞାନ ଦେଲେ ନିଶ୍ଚୟ ସିଏ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ହୋଇଥିବେ
। ବାବାଙ୍କ ବିନା ଅନ୍ୟ କେହି ମନୁଷ୍ୟ ଏହି ଜ୍ଞାନ ଦେଇପାରିବେ ନାହିଁ । ପିତା ପରମାତ୍ମା ହିଁ
ସନ୍ତାନମାନଙ୍କୁ ଶିଖାଉଛନ୍ତି । କହୁଛନ୍ତି ହେ ପିଲାମାନେ ତୁମେ ଦେହୀ-ଅଭିମାନୀ ହୁଅ । ସତ୍ୟଯୁଗରେ
ଏହି ଜ୍ଞାନ ଅଥବା ଶିକ୍ଷା ଦେବାର ଆବଶ୍ୟକ ହେବ ନାହିଁ । ନା ସେଠାରେ ଭକ୍ତି ଅଛି । ଜ୍ଞାନ ଆଧାରରେ
ସମ୍ପତ୍ତି ମିଳୁଛି । ବାବା ଶ୍ରୀମତ ଦେଉଛନ୍ତି ତୁମେ ଏହିପରି ଶ୍ରେଷ୍ଠ ହେବ । ତୁମେ ଜାଣିଛ ଯେ
ଆମେ କବରସ୍ଥାନୀ ଥିଲୁ, ଏବେ ବାବା ଶ୍ରେଷ୍ଠ ପରିସ୍ତାନୀ କରୁଛନ୍ତି । ଏହି ପୁରୁଣା ଦୁନିଆ ମାଟିରେ
ମିଶିଯିବ । ମୃତ୍ୟୁଲୋକକୁ କବରସ୍ତାନ ହିଁ କୁହାଯିବ । ନୂଆ ଦୁନିଆକୁ ପରିସ୍ତାନ କୁହାଯାଏ । ବାବା
ଡ୍ରାମାର ରହସ୍ୟ ବୁଝାଉଛନ୍ତି । ଏହି ସାରା ଦୁନିଆକୁ ଭଁଭୋର (ପାଳଗଦା) କୁହାଯାଏ ।
ବାବା ବୁଝାଇଛନ୍ତି ଯେ -
ଏହି ସମୟରେ ସାରା ସୃଷ୍ଟିରେ ରାବଣ ରାଜ୍ୟ ରହିଛି । ଦଶହରା ମଧ୍ୟ ପାଳନ କରୁଛନ୍ତି, କେତେ ଖୁସି
ହେଉଛନ୍ତି । ବାବା କହୁଛନ୍ତି, ସବୁ ସନ୍ତାନମାନଙ୍କୁ ଦୁଃଖରୁ ମୁକ୍ତ କରିବା ପାଇଁ ମୋତେ ମଧ୍ୟ
ପୁରୁଣା ରାବଣ ଦୁନିଆକୁ ଆସିବାକୁ ପଡୁଛି । ଗୋଟିଏ କାହାଣୀ ଶୁଣାଉଛନ୍ତି । କିଏ ଜଣେ ପଚାରିଲେ ଯେ
ପ୍ରଥମେ ତୁମର ସୁଖ ଦରକାର ନା ଦୁଃଖ? ତେବେ କହିଲେ ଯେ ସୁଖ ଦରକାର । ସୁଖ ଦୁନିଆକୁ ଗଲେ ସେଠାରେ
କୌଣସି ଯମଦୂତ ଆଦି ଆସିପାରିବେ ନାହିଁ । ଏହିପରି ଏହା ମଧ୍ୟ ଏକ କାହାଣୀ ଅଟେ । ବାବା ଜଣାଉଛନ୍ତି,
ସୁଖଧାମରେ କେବେ ବି କାଳ ଆସେ ନାହିଁ, ଅମରପୁରୀ ଅଟେ ନା । ତୁମେ ମୃତ୍ୟୁ ଉପରେ ବିଜୟୀ ହେଉଛ ।
ତୁମେ କେତେ ସର୍ବଶକ୍ତିମାନ ହେଉଛ । ସେଠାରେ ଏପରି କହିବେ ନାହିଁ ଯେ ଅମୁକ ମରିଗଲା, ମୃତ୍ୟୁର
ନାମ ହିଁ ରହିବ ନାହିଁ । ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଲା । ସାପ ବି ଶରୀର
ବଦଳାଇଥାଏ ନା । ତୁମେ ମଧ୍ୟ ପୁରୁଣା ଶରୀର ଛାଡି, ନୂଆ ଶରୀର ଧାରଣ କରି ଆସିବ । ସେଠାରେ ୫ ତତ୍ତ୍ୱ
ମଧ୍ୟ ସତ୍ତ୍ୱପ୍ରଧାନ ହୋଇଥାଏ । ସବୁ ଜିନିଷ ସତ୍ତ୍ୱପ୍ରଧାନ ହୋଇଥାଏ । ସେଠାରେ ପ୍ରତ୍ୟେକ ଜିନିଷ
ଫଳ ଆଦି ମଧ୍ୟ ଅତି ଉତ୍ତମ ହୋଇଥାଏ । ସତ୍ୟଯୁଗକୁ ହିଁ ସ୍ୱର୍ଗ କୁହାଯାଏ । ତୁମେ ସେଠାରେ ବହୁତ
ଧନବାନ ଥିଲ । ଲକ୍ଷ୍ମୀ-ନାରାୟଣଙ୍କ ପରି ସୁଖି ବିଶ୍ୱର ମାଲିକ କେହି ହୋଇ ପାରିବେ ନାହିଁ । ଏବେ
ତୁମେ ଜାଣୁଛ ଯେ ଆମେ ହିଁ ଏହିପରି ଥିଲୁ, ତେବେ କେତେ ଖୁସି ହେବା ଉଚିତ୍ । ପ୍ରତ୍ୟେକ ଆତ୍ମାକୁ
ପରିସ୍ତାନୀ କରିବାର ଅଛି, ବହୁତଙ୍କର କଲ୍ୟାଣ କରିବାର ଅଛି । ତୁମେ ବହୁତ ସାହୁକାର ହେଉଛ ।
ସେମାନେ ସମସ୍ତେ ଗରିବ ଅଟନ୍ତି । ଯେତେ ପର୍ଯ୍ୟନ୍ତ ତୁମ ହାତରେ ହାତ ମିଶାଇ ନାହାଁନ୍ତି, ସେତେ
ପର୍ଯ୍ୟନ୍ତ ସ୍ୱର୍ଗବାସୀ ହୋଇ ପାରିବେ ନାହିଁ । ବାବାଙ୍କର ହାତ ତ ସମସ୍ତଙ୍କୁ ମିଳେ ନାହିଁ ।
ବାବାଙ୍କ ହାତ ତୁମକୁ ମିଳୁଛି । ଅନ୍ୟମାନଙ୍କୁ ପୁଣି ତୁମର ହାତ ଅର୍ଥାତ୍ ତୁମ ଦ୍ୱାରା ବାବାଙ୍କର
ପରିଚୟ ମିଳୁଛି । ଅନ୍ୟମାନଙ୍କର ହାତ ପୁଣି ଅନ୍ୟମାନଙ୍କୁ ମିଳିଥାଏ । ଯେପରି ପହଁରାଳିମାନେ
ଜଣ-ଜଣଙ୍କୁ ଆରପାରିକୁ ନେଇଯାଇଥାଆନ୍ତି । ତୁମେ ମଧ୍ୟ ମାଷ୍ଟର ନାଉରୀ ଅଟ । ଅନେକ ନାଉରୀ
ହେଉଛନ୍ତି । ତୁମର ଧନ୍ଦା ମଧ୍ୟ ଏଇଆ । ଆମେ ପ୍ରତ୍ୟେକଙ୍କର ନୌକା ପାରି କରିବାର ରାସ୍ତା ବତାଇବୁ
। ନାଉରୀଆଙ୍କର ସନ୍ତାନମାନେ ନାଉରୀ ହୁଅନ୍ତୁ । ନାମ କେତେ ସାଧାରଣ - ବଗିଚାର ମାଲିକ ଓ ନାଉରୀ ।
ଏବେ ତୁମେ ପ୍ରତ୍ୟକ୍ଷରେ ଦେଖୁଛ । ତୁମେ ପରିସ୍ତାନର ସ୍ଥାପନା କରୁଛ । ତୁମର ସ୍ମୃତିଚିହ୍ନ
ସମ୍ମୁଖରେ ରହିଛି । ତଳେ ରାଜଯୋଗର ତପସ୍ୟା, ଉପରେ ରାଜତ୍ୱ ଦର୍ଶାଯାଇଛି । ଦିଲୱାଡା ନାଁ ମଧ୍ୟ
ବହୁତ ବଢିଆ । ବାବା ସମସ୍ତଙ୍କର ହୃଦୟର ଅଧିଶ୍ୱର ଅଟନ୍ତି । ସମସ୍ତଙ୍କର ହୃଦୟକୁ ବେହଦର ବାବା
ହିଁ ଜୟ କରିଥାଆନ୍ତି । ପଞ୍ଚ ତତ୍ତ୍ୱର ମଧ୍ୟ କଲ୍ୟାଣ କରିଥାଆନ୍ତି, ଏହା ମଧ୍ୟ ପିଲାମାନଙ୍କୁ
ବୁଝାଉଛନ୍ତି । ଅନ୍ୟ ଧର୍ମାବଲମ୍ବୀଙ୍କର ଶାସ୍ତ୍ର ମଧ୍ୟ ପ୍ରଚଳିତ ରହିଛି । ତୁମକୁ ସଙ୍ଗମରେ ହିଁ
ଜ୍ଞାନ ମିଳୁଛି, ପୁଣି ବିନାଶ ହୋଇଯିବ, ଏହା ପରେ ଆଉ କୌଣସି ଶାସ୍ତ୍ର ରହିବ ନାହିଁ । ଶାସ୍ତ୍ର
ହେଉଛି ଭକ୍ତିମାର୍ଗର ଚିହ୍ନ । ଏହା ହେଉଛି ଜ୍ଞାନ । ଅନ୍ତର ଦେଖିଲ ନା । ବହୁତ ଭକ୍ତି କରୁଛନ୍ତି,
ଦେବୀମାନଙ୍କର ପୂଜାରେ କେତେ ଖର୍ଚ୍ଚ କରୁଛନ୍ତି । ବାବା କହୁଛନ୍ତି ଏଥିରେ ଅଳ୍ପକାଳର ସୁଖ ରହିଛି
। ଯେପରି ଭାବନା ରଖିଥା’ନ୍ତି, ତାହା ପୂରଣ ହୋଇଥାଏ । ଦେବୀମାନଙ୍କୁ ସଜାଇବା ସମୟରେ କାହାକୁ
କାହାକୁ ସାକ୍ଷାତ୍କାର ହେଲେ ବହୁତ ଖୁସି ହୋଇ ଯାଆନ୍ତି । କିନ୍ତୁ ଫାଇଦା କିଛି ବି ନାହିଁ ।
ମୀରାଙ୍କ ନାମର ମଧ୍ୟ ଗାୟନ ରହିଛି । ଭକ୍ତ ମାଳା ରହିଛି ନା । ନାରୀମାନଙ୍କ ମଧ୍ୟରେ ମୀରା,
ପୁରୁଷମାନଙ୍କ ମଧ୍ୟରେ ନାରଦଙ୍କୁ ଭକ୍ତ ଶୀରୋମଣୀ ରୂପେ ମାନ୍ୟତା ରହିଛି । ତୁମ ସନ୍ତାନମାନଙ୍କ
ମଧ୍ୟରେ ମଧ୍ୟ କ୍ରମାନୁସାରେ ରହିଛନ୍ତି । ମାଳାର ଦାନା ତ ବହୁତ ରହିଛନ୍ତି । ବାବା ହେଉଛନ୍ତି
ଫୁଲ, ଯିଏ ଉପରେ ଅଛନ୍ତି, ପୁଣି ଯୁଗଳ ମେରୁ । ଫୁଲକୁ ସମସ୍ତେ ନମସ୍କାର କରନ୍ତି । ଗୋଟିଏ-ଗୋଟିଏ
ଦାନାକୁ ମଧ୍ୟ ନମସ୍କାର କରିଥା’ନ୍ତି । ରୁଦ୍ର ଯଜ୍ଞ ରଚନା କରିଥାଆନ୍ତି ତ ସେଥିରେ ମଧ୍ୟ
ଶିବଙ୍କର ପୂଜା ଅଧିକ କରିଥା’ନ୍ତି । ଶାଳଗ୍ରାମର ଏତେ ପୂଜା କରନ୍ତି ନାହିଁ । ଶିବଙ୍କ ପ୍ରତି
ପୂରା ଧ୍ୟାନ ରହିଥାଏ କାହିଁକି ନା ଶିବବାବାଙ୍କ ଦ୍ୱାରା ହିଁ ଶାଳଗ୍ରାମମାନେ ଏପରି ଶ୍ରେଷ୍ଠ
ହୋଇଛନ୍ତି, ଯେପରି ଏବେ ତୁମେ ପବିତ୍ର ହେଉଛ । ପତିତ-ପାବନ ବାପାଙ୍କର ସନ୍ତାନ ତୁମେ ମଧ୍ୟ
ମାଷ୍ଟର ପତିତ-ପାବନ ଅଟ । ଯଦି କାହାକୁ ରାସ୍ତା ବତାଉ ନାହଁ, ତେବେ ପାଇ-ପଇସାର ପଦ ମିଳିବ ।
ତଥାପି ବାବାଙ୍କୁ ତ ପାଇଛ ନା । ତାହା କଣ କମ୍ କଥା । ସିଏ ହିଁ ସମସ୍ତଙ୍କର ପିତା ଅଟନ୍ତି । ଏହା
କଣ କୃଷ୍ଣଙ୍କ ପାଇଁ କୁହାଯିବ? ଶ୍ରୀକୃଷ୍ଣ କାହାର ପିତା ହେବେ? ଶ୍ରୀକୃଷ୍ଣଙ୍କୁ କେହି ବାବା ବୋଲି
କହିବେ ନାହିଁ । ସନ୍ତାନକୁ କଣ ବାବା ବୋଲି କହି ପାରିବେ । ସେତେବେଳେ ପିତା କୁହାଯାଏ, ଯେତେବେଳେ
ଯୁଗଳ ହୁଅନ୍ତି, ସନ୍ତାନ ଜନ୍ମ ହୁଏ । ନିଜର ସନ୍ତାନ ହିଁ ପିତା ବୋଲି କହିଥାଏ । ଅନ୍ୟ କେହି ପିତା
କହି ପାରିବେ ନାହିଁ । ବାକି ତ ଯେ କୌଣସି ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ ଦୃଷ୍ଟିରୁ ବାପୁଜୀ ବୋଲି
କହି ଦିଅନ୍ତି । ଶିବବାବା ତ ସମସ୍ତଙ୍କର ବାବା ଅଟନ୍ତି । ଭାତୃତ୍ୱର ବି ଗାୟନ ରହିଛି ।
ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା ଦ୍ୱାରା ବିଶ୍ୱ ଭାତୃତ୍ୱ ଭାବ ପରିବର୍ତ୍ତେ ବିଶ୍ୱ ପିତୃତ୍ୱ ଭାବ
ହୋଇଯାଏ ଅର୍ଥାତ୍ ସମସ୍ତେ ପିତା ହୋଇଯାଆନ୍ତି ।
ତୁମ ସନ୍ତାନମାନଙ୍କୁ
ବଡ-ବଡ ସଭାରେ ବୁଝାଇବାକୁ ପଡିବ । ଯେତେବେଳେ ବି ଯେଉଁ ସ୍ଥାନକୁ ଭାଷଣ କରିବାକୁ ଯାଉଛ ତେବେ ଯେଉଁ
ବିଷୟରେ ଭାଷଣ କରିବାର ଅଛି, ପ୍ରଥମେ ତା ଉପରେ ବିଚାର ସାଗର ମନ୍ଥନ କରି ଲେଖିବା ଦରକାର ।
ବାବାଙ୍କର ତ ବିଚାର ସାଗର ମନ୍ଥନ କରିବାର ନାହିଁ । କଳ୍ପ ପୂର୍ବେ ଯାହା ଶୁଣାଇଥିଲେ, ତାହା
ଶୁଣାଇ କରିଯିବେ । ତୁମକୁ ତ ବିଷୟ ବସ୍ତୁ ଉପରେ ବୁଝାଇବାକୁ ହେବ । ପ୍ରଥମେ ବିଷୟବସ୍ତୁକୁ ଲେଖି
ପୁଣି ପଢିବା ଉଚିତ୍ । ଭାଷଣ ଶେଷରେ ପୁଣି ସ୍ମୃତିରେ ଆସିଥାଏ ଯେ - ଏହି-ଏହି ପଏଣ୍ଟ ସବୁ ଭୁଲିଗଲି
। ଏହା ବୁଝାଇଥିଲେ ଭଲ ହୋଇଥାନ୍ତା । ଏହିପରି ହୁଏ, କୌଣସି ନା କୌଣସି ପଏଣ୍ଟ ଭୂଲି ଯାଇଥାଆନ୍ତି
। ସର୍ବପ୍ରଥମେ ତ କହିବା ଉଚିତ୍ ଯେ ଭାଇ-ଭଉଣୀମାନେ ଆତ୍ମ-ଅଭିମାନୀ ହୋଇ ବସ । ଏକଥା ତ କେବେ ବି
ଭୂଲିବା ଅନୁଚିତ୍ । ଏପରି କେହି ସମାଚାର ଲେଖୁ ନାହାଁନ୍ତି । ପ୍ରଥମେ-ପ୍ରଥମେ ସମସ୍ତଙ୍କୁ
କହିବାକୁ ହେବ - ଆତ୍ମ-ଅଭିମାନୀ ହୋଇ ବସ । ତୁମେ ଆତ୍ମା ଅବିନାଶୀ ଅଟ । ବର୍ତ୍ତମାନ ବାବା ଆସି
ଜ୍ଞାନ ଦେଉଛନ୍ତି । ବାବା କହୁଛନ୍ତି ମୋତେ ମନେପକାଇଲେ ବିକର୍ମ ବିନାଶ ହେବ । କୌଣସି ବି
ଦେହଧାରୀକୁ ମନେପକାଅ ନାହିଁ । ନିଜକୁ ଆତ୍ମା ବୋଲି ଭାବ, ଆମେ କେଉଁଠାର ବାସୀ ଅଟୁ । ଆମର ବାବା
ହେଉଛନ୍ତି କଲ୍ୟାଣକାରୀ ଶିବ, ଆମ୍ଭେମାନେ ତାଙ୍କର ସନ୍ତାନ ଅଟୁ । ବାବା କହୁଛନ୍ତି,
ଆତ୍ମ-ଅଭିମାନୀ ହୁଅ । ମୁଁ ଆତ୍ମା ଅଟେ । ବାବାଙ୍କ ସ୍ମୃତିରେ ହିଁ ବିକର୍ମ ବିନାଶ ହେବ । ଗଙ୍ଗା
ସ୍ନାନ ଆଦି କଲେ ବିକର୍ମ ବିନାଶ ହେବ ନାହିଁ । ବାପାଙ୍କର ଆଦେଶ ହେଲା ଯେ ତୁମେ ମୋତେ ମନେପକାଅ ।
ଲୋକମାନେ ଗୀତା ପଢିଥା’ନ୍ତି, ଯଦା ଯଦା ହି ଧର୍ମସ୍ୟ... କହୁଛନ୍ତି କିନ୍ତୁ ଅର୍ଥ କିଛି ହେଲେ
ଜାଣନ୍ତି ନାହିଁ । ତେଣୁ ବାବା ସେବା ପାଇଁ ମତ ଦେଉଛନ୍ତି - ଶିବବାବା କହୁଛନ୍ତି, ନିଜକୁ ଆତ୍ମା
ଭାବି ଶିବବାବାଙ୍କୁ ମନେପକାଅ । ସେମାନେ ଭାବୁଛନ୍ତି, କୃଷ୍ଣ କହିଲେ, ତୁମେ କହିବ ଶିବବାବା
ଆମମାନଙ୍କୁ କହୁଛନ୍ତି, ମୋତେ ମନେପକାଅ । ଯେତିକି ମୋତେ ମନେପକାଇବ, ସେତେ ସତ୍ତ୍ୱପ୍ରଧାନ ହୋଇ
ଉଚ୍ଚ ପଦ ପାଇବ । ଲକ୍ଷ୍ୟ-ଉଦ୍ଦେଶ୍ୟ ମଧ୍ୟ ସମ୍ମୁଖରେ ରହିଛି । ପୁରୁଷାର୍ଥ ଆଧାରରେ ଉଚ୍ଚ ପଦ
ପାଇବାର ଅଛି । ସେହି ଧର୍ମାବଲମ୍ବୀମାନେ ନିଜ ଧର୍ମରେ ଉଚ୍ଚ ପଦ ପାଇବେ, ଆମକୁ ଅନ୍ୟ ଧର୍ମ ବିଷୟରେ
ଆଲୋଚନା କରିବାର ଆବଶ୍ୟକ ନାହିଁ । ସେମାନେ ତ ପଛରେ ଆସୁଛନ୍ତି । ସେମାନେ ମଧ୍ୟ ଜାଣୁଛନ୍ତି ଯେ
ଆମ ପୂର୍ବରୁ ସ୍ୱର୍ଗ ଥଲା । ଭାରତ ହେଉଛି ସବୁଠାରୁ ପ୍ରାଚୀନ । କିନ୍ତୁ କେବେ ଥିଲା, ଏହା କେହି
ହେଲେ ଜାଣନ୍ତି ନାହିଁ । ସେମାନେ ମଧ୍ୟ ଭଗବାନ-ଭଗବତୀ କହିଦେଉଛନ୍ତି କିନ୍ତୁ ବାବା କହୁଛନ୍ତି,
ଭଗବାନ-ଭଗବତୀ କହି ପାରିବ ନାହିଁ । ମୁଁ ହିଁ ତ ଏକମାତ୍ର ଭଗବାନ ଅଟେ । ଆମେ ସନ୍ତାନମାନେ ହେଉଛୁ
ବ୍ରାହ୍ମଣ । ବାବାଙ୍କୁ ତ ବ୍ରାହ୍ମଣ କୁହାଯିବ ନାହିଁ । ସିଏ ହେଉଛନ୍ତି ସର୍ବୋଚ୍ଚ ଭଗବାନ,
ତାଙ୍କର ଶାରୀରିକ ନାମ ନାହିଁ । ତୁମ ସମସ୍ତଙ୍କର ଶରୀରର ନାମ ରହିଛି । ଆତ୍ମା ତ ଆତ୍ମା ହିଁ ଅଟେ
। ସିଏ ମଧ୍ୟ ପରମ ଆତ୍ମା ଅଟନ୍ତି । ସେହି ଆତ୍ମାର ନାଁ ହେଉଛି ଶିବ, ସିଏ ନିରାକାର ଅଟନ୍ତି । ନା
ସୂକ୍ଷ୍ମ, ନା ସ୍ଥୂଳ ଶରୀର ଅଛି । ଏପରି ନୁହେଁ ଯେ ତାଙ୍କର ଆକାର ନାହିଁ । ଯାହାର ନାଁ ଅଛି,
ତାଙ୍କର ଆକାର ମଧ୍ୟ ନିଶ୍ଚୟ ରହିଛି । ନାମ-ରୂପ ରହିତ କୌଣସି ଜିନିଷ ନ ଥାଏ । ପରମାତ୍ମା
ପିତାଙ୍କୁ ନାମ-ରୂପରୁ ଅଲଗା କହିବା କେତେ ବଡ ଅଜ୍ଞାନ ଅଟେ । ବାପା ବି ନାମ-ରୂପରୁ ଅଲଗା,
ସନ୍ତାନମାନେ ମଧ୍ୟ ନାମ-ରୂପରୁ ଅଲଗା, ତେବେ ତ କୌଣସି ସୃଷ୍ଟି ହିଁ ହେବ ନାହିଁ । ତୁମେ ଏବେ ଭଲ
ଭାବରେ ବୁଝାଇ ପାରିବ । ଗୁରୁମାନେ ପଛରେ ବୁଝିବେ । କାରଣ ଏବେ ତାଙ୍କର ବାଦଶାହୀ ଚାଲିଛି ।
ତୁମେ ଏବେ ଡବଲ ଅହିଂସକ
ହେଉଛ । ଅହିଂସା ପରମୋ ଦେବୀ-ଦେବତା ଧର୍ମ ଡବଲ ଅହିଂସକ ବୋଲି ଗାୟନ ରହିଛି । କାହାକୁ ହାତ ଉଠାଇ
ମାରିବା, ଦୁଃଖ ଦେବା, ତାହା ମଧ୍ୟ ହିଂସା ହୋଇଗଲା । ପ୍ରତ୍ୟେକ ଦିନ ବାବା ବୁଝାଉଛନ୍ତି -
ମନ-ବଚନ-କର୍ମରେ କାହାକୁ ଦୁଃଖ ଦେବା ଅନୁଚିତ୍ । ମନରେ ତ ନିଶ୍ଚୟ ଆସିବ । କିନ୍ତୁ ସତ୍ୟଯୁଗରେ
ମନରେ ବି ଏ ସଂକଳ୍ପ ଆସିବ ନାହିଁ । ଏଠାରେ ତ ମନ-ବଚନ-କର୍ମରେ ଆସୁଛି । ତୁମେ ସେଠାରେ ଏହି
ଅକ୍ଷର ବି ଶୁଣିବ ନାହିଁ । ନା ସେଠାରେ କୌଣସି ସତ୍ସଙ୍ଗ ଆଦି ହୋଇଥାଏ । ସତ୍ସଙ୍ଗ ସତ୍ଙ୍କ
ଦ୍ୱାରା ହିଁ ହୋଇଥାଏ, ସତ୍ୟ ହେବା ପାଇଁ । ଏକମାତ୍ର ବାବା ହିଁ ସତ୍ୟ ଅଟନ୍ତି । ବାବା ବସି ନରରୁ
ନାରାୟଣ ହେବାର କାହାଣୀ ଶୁଣାଉଛନ୍ତି, ଯାହା ଦ୍ୱାରା ତୁମେ ନାରାୟଣ ହୋଇଯାଉଛ । ପୁଣି
ଭକ୍ତିମାର୍ଗରେ ସତ୍ୟ ନାରାୟଣର କଥା ବହୁତ ସ୍ନେହରେ ଶୁଣିଥାଆନ୍ତି । ଦିଲୱାଡା ମନ୍ଦିର, ତୁମର
ସ୍ମୃତିଚିହ୍ନ ଦେଖ କେତେ ସୁନ୍ଦର । ନିଶ୍ଚୟ ସଂଗମଯୁଗରେ ବାବା ସମସ୍ତଙ୍କ ହୃଦୟ ଜିତିଥିବେ । ଆଦି
ଦେବ ଆଉ ଦେବୀ, ସନ୍ତାନମାନେ ବସିଛନ୍ତି । ଏହା ହେଉଛି ସତ୍ୟ ୟାଦ୍ଗାର (ସ୍ମୃତିଚିହ୍ନ) ।
ତାଙ୍କର ଇତିହାସ-ଭୂଗୋଳ ତୁମମାନଙ୍କ ବ୍ୟତୀତ ଆଉ କେହିହେଲେ ଜାଣି ନାହାଁନ୍ତି । ଏହା ତୁମର ହିଁ
ସ୍ମୃତିଚିହ୍ନ ଅଟେ । ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିରକୁ ଗଲେ
ତୁମେ କହିବ ଯେ ଆମେ ଏହିଭଳି ହେବାକୁ ଯାଉଛୁ । ଖ୍ରୀଷ୍ଟ ମଧ୍ୟ ଏହି ଦୁନିଆରେ ରୂପ ପରିବର୍ତ୍ତନ
କରି ଅଛନ୍ତି । ବହୁତ କହୁଛନ୍ତି ଖ୍ରୀଷ୍ଟ ସାଧାରଣ ଭିକାରୀ ବେଶରେ ଅଛନ୍ତି । ତମୋପ୍ରଧାନ ଅର୍ଥାତ
ଭିକାରୀ ହେଲେ ନା । ପୁନର୍ଜନ୍ମ ତ ନିଶ୍ଚୟ ନେବେ ନା । ଶ୍ରୀକୃଷ୍ଣ ରାଜକୁମାରରୁ ଏବେ ଗରୀବ
ହୋଇଛନ୍ତି । ଗୋରା ଏବଂ ଶ୍ୟାମଳ । ତୁମେ ମଧ୍ୟ ଜାଣିଛ ଯେ - ଭାରତ କଣ ଥିଲା, ଏବେ କଣ ହୋଇଯାଇଛି
। ବାବା ତ ହେଉଛନ୍ତି ଗରିବର ବନ୍ଧୁ । ମନୁଷ୍ୟମାନେ ମଧ୍ୟ ଈଶ୍ୱର ଅର୍ଥେ ଗରିବମାନଙ୍କୁ
ଦାନ-ପୁଣ୍ୟ କରିଥା’ନ୍ତି । ବହୁତଙ୍କୁ ଖାଦ୍ୟ ମିଳୁ ନାହିଁ । ଏହା ପରେ ତୁମେ ଦେଖିବ ଯେ ବଡ-ବଡ
ସାହୁକାରମାନଙ୍କୁ ମଧ୍ୟ ଖାଦ୍ୟ ମିଳିବ ନାହିଁ । ଗାଁ-ଗାଁରେ ମଧ୍ୟ ସାହୁକାର ରହିଥା’ନ୍ତି ନା,
ଯେଉଁମାନଙ୍କର ସମ୍ପତ୍ତିକୁ ଡାକୁ ମାନେ ଲୁଟି ନେଇଥାଆନ୍ତି । ପଦରେ ମଧ୍ୟ ଅନ୍ତର ରହିଥାଏ ନା ।
ବାବା କହୁଛନ୍ତି ଏପରି ପୁରୁଷାର୍ଥ କର ଯେ ଯେପରି ନମ୍ବରୱାନ୍ ହୋଇଯିବ । ଟିଚରଙ୍କ କାମ ହେଉଛି
ଛାତ୍ରକୁ ସାବଧାନ କରିବା । ସମ୍ମାନର ସହିତ ପାସ୍ ହେବାର ଅଛି । ଏହା ହେଉଛି ବେହଦର ପାଠଶାଳା ।
ଏହା ହିଁ ହେଉଛି ରାଜତ୍ୱ ସ୍ଥାପନ କରିବା ପାଇଁ ରାଜଯୋଗ । ତଥାପି ବି ପୁରୁଣା ଦୁନିଆର ବିନାଶ
ହେବାର ଅଛି । ନଚେତ୍ ରାଜତ୍ୱ କେଉଁଠି କରିବ । ଏହା ତ ହେଉଛି ପତିତ ଧରଣୀ ।
ମନୁଷ୍ୟମାନେ କହୁଛନ୍ତି
- ଗଙ୍ଗା ପତିତ-ପାବନୀ ଅଟେ । ବାବା କହୁଛନ୍ତି, ବର୍ତ୍ତମାନ ସମୟରେ ୫ ତତ୍ତ୍ୱ ସବୁ
ତମୋପ୍ରଧାନ-ପତିତ ଅଟନ୍ତି । ସମସ୍ତ ମଇଳା-ଆବର୍ଜନା ଆଦି ଯାଇ ସେଠାରେ ପଡୁଛି । ମାଛ ଆଦି ବି
ସେଠାରେ ରହୁଛନ୍ତି । ପାଣିର ମଧ୍ୟ ଯେପରିକି ଏକ ଦୁନିଆ ରହିଛି । ପାଣିରେ କେତେ ଜୀବ ରହିଥା’ନ୍ତି
। ବଡ-ବଡ ସାଗରରୁ ମଧ୍ୟ କେତେ ଭୋଜନ ସାମଗ୍ରୀ ମିଳେ । ତେଣୁ ସେମାନଙ୍କ ପାଇଁ ତାହା ମଧ୍ୟ ଗାଁ
ହୋଇଗଲା ନା । ତେବେ ଗାଁକୁ ଅର୍ଥାତ୍ ଖାଦ୍ୟ ମିଳୁଥିବା ଓ ରହିବାର ସ୍ଥାନକୁ ପତିତ ପାବନ ବୋଲି
କିପରି କୁହାଯିବ! ବାବା ବୁଝାଉଛନ୍ତି, ମିଠା-ମିଠା ସନ୍ତାନମାନେ, ପତିତ-ପାବନ ଏକମାତ୍ର ବାବା
ଅଟନ୍ତି । ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ ହୋଇଯାଇଛି, ଏବେ ମୋତେ ମନେପକାଅ, ତେବେ ପବିତ୍ର
ହୋଇଯିବ । ତୁମେ ବିଶ୍ୱର ମାଲିକ, ବହୁତ ସୁନ୍ଦର ହୋଇଯାଉଛ । ସେଠାରେ ଅଲଗା କୌଣସି ରାଷ୍ଟ୍ର ନ
ଥାଏ । ଭାରତର ହିଁ ଅଲ୍ରାଉଣ୍ଡ ପାର୍ଟ ରହିଛି । ତୁମେ ସମସ୍ତେ ଅଲ୍ରାଉଣ୍ଡର୍ ଅଟ । ନାଟକରେ
କ୍ରମାନୁସାରେ ଅଭିନେତାମାନେ ଯିବା-ଆସିବା କରିଥା’ନ୍ତି । ଏହା ମଧ୍ୟ ସେହିପରି ଅଟେ । ବାବା
କହୁଛନ୍ତି, ତୁମେ ବୁଝିଯାଅ ଯେ ଆମକୁ ଭଗବାନ ପଢାଉଛନ୍ତି । ଆମେ ପତିତ-ପାବନ ଈଶ୍ୱର ପିତାଙ୍କର
ବିଦ୍ୟାର୍ଥୀ ଅଟୁ । ଏଥିରେ ସବୁ ଆସିଗଲା । ପତିତ-ପାବନ ବି ହୋଇଗଲେ, ଗୁରୁ ଶିକ୍ଷକ ମଧ୍ୟ ହୋଇଗଲେ
। ପିତା ମଧ୍ୟ ହୋଇଗଲେ ସିଏ ପୁଣି ନିରାକାର ଅଟନ୍ତି । ଏହା ହେଉଛି ଇନ୍କାରପୋରିୟଲ୍ ଗଡ୍ ଫାଦରଲି
ୱାର୍ଲ୍ଡ ୟୁନିଭରସିଟି ଅର୍ଥାତ୍ ନିରାକାର ପିତାଙ୍କର ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । କେତେ ସୁନ୍ଦର
ନାମ ଅଟେ । ଈଶ୍ୱରଙ୍କର କେତେ ମହିମା କରୁଛନ୍ତି । ଯେବେ ବିନ୍ଦୁ ବୋଲି ଶୁଣୁଛନ୍ତି, ତେବେ କେତେ
ଆଶ୍ଚର୍ଯ୍ୟ ଲାଗୁଛି । ଈଶ୍ୱରଙ୍କର ଏତେ ମହିମା କରୁଛନ୍ତି, ଆଉ ତାଙ୍କର ରୂପ କିପରି! ବିନ୍ଦୁ ।
ତାଙ୍କ ମଧ୍ୟରେ କେତେ ଅଭିନୟ ଭରି ହୋଇ ରହିଛି । ବର୍ତ୍ତମାନ ବାବା କହୁଛନ୍ତି, ଦେହ ଥିଲେ ମଧ୍ୟ,
ଗୃହସ୍ଥ ବ୍ୟବହାରରେ ରହି ମୋତେ ମନେପକାଅ । ଭକ୍ତିମାର୍ଗରେ ଯେଉଁମାନେ ନବଧା ଭକ୍ତି କରିଥା’ନ୍ତି,
ତା’କୁ ସତ୍ତ୍ୱପ୍ରଧାନ ନବଧା ଭକ୍ତି ବୋଲି କୁହାଯାଏ । କେତେ ପ୍ରଗାଢ ଭକ୍ତି କରିଥା’ନ୍ତି । ଏବେ
ପୁଣି ବାବାଙ୍କୁ ମନେ ପକାଇବାର ଗତି ତୀବ୍ର ହେବା ଦରକାର । ଅଧିକ ଯୋଗଯୁକ୍ତ ହୋଇ ରହୁଥିବା
ଆତ୍ମାମାନଙ୍କର ହିଁ ନାମ ପ୍ରସିଦ୍ଧ ହେବ । ସେମାନେ ବିଜୟ ମାଳାର ଦାନା ହେବେ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନରରୁ
ନାରାୟଣ ହେବା ପାଇଁ ପ୍ରତ୍ୟହ ସତ୍ୟ ପିତାଙ୍କ ଠାରୁ ଜ୍ଞାନ ଶୁଣିବାକୁ ହେବ । ସତ୍-ସଂଗ କରିବାକୁ
ହେବ । କେବେ ବି ମନ-ବଚନ-କର୍ମରେ କାହାକୁ ଦୁଃଖ ଦେବା ଅନୁଚିତ୍ ।
(୨) ବିଜୟ ମାଳାର ଦାନା
ହେବା ପାଇଁ ବା ସମ୍ମାନର ସହିତ ପାସ୍ ହେବା ପାଇଁ ଯୋଗର ଯାତ୍ରାର ଗତିକୁ ତୀବ୍ର କରିବାକୁ ହେବ ।
ମାଷ୍ଟର ପତିତ-ପାବନ ହୋଇ ସମସ୍ତଙ୍କୁ ପବିତ୍ର କରିବାର ସେବା କରିବାକୁ ହେବ ।
ବରଦାନ:-
ପରମାତ୍ମାଙ୍କ
ସ୍ମୃତି ରୂପୀ କୋଳରେ ସମାହିତ ହେଉଥିବା ସଂଗମଯୁଗୀ ଶ୍ରେଷ୍ଠ ଭାଗ୍ୟବାନ ଆତ୍ମା ଭବ ।
ସଂଗମଯୁଗ ସତ୍ୟଯୁଗୀ
ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ ଅଟେ କାହିଁକି ନା ବର୍ତ୍ତମାନର ଗାୟନ ହେଲା ବ୍ରାହ୍ମଣମାନଙ୍କର
ସଂସାରରେ କୌଣସି ବସ୍ତୁ ଅପ୍ରାପ୍ତ ନୁହେଁ । ଏକ ବାବା ମିଳିଯାଇଛନ୍ତି ଅର୍ଥାତ୍ ସବୁ କିଛି
ମିଳିଯାଇଛି । ଏବେ ତୁମେମାନେ କେବେ ଅତିନ୍ଦ୍ରିୟ ଝୁଲଣାରେ ଝୁଲୁଛ, କେବେ ଖୁସିର, କେବେ ଶାନ୍ତିର,
କେବେ ଜ୍ଞାନର, କେବେ ଆନନ୍ଦର, ଆଉ କେବେ ପରମାତ୍ମାଙ୍କର କୋଳର ଝୁଲଣାରେ ଝୁଲୁଛ । ତେବେ
ପରମାତ୍ମାଙ୍କ କୋଳରେ ରହିବା ହିଁ ହେଉଛି ଯୋଗର ଲବଲୀନ ଅବସ୍ଥା । ଏହି କୋଳ ଗୋଟିଏ ସେକେଣ୍ଡରେ
ଅନେକ ଜନ୍ମର ଦୁଃଖ-କଷ୍ଟକୁ ଭୁଲାଇ ଦେଇଥାଏ । ତେଣୁ ଏହି ଶ୍ରେଷ୍ଠ ସଂସ୍କାରକୁ ସର୍ବଦା ସ୍ମୃତିରେ
ରଖି ଭାଗ୍ୟବାନ ଆତ୍ମା ହୁଅ ।
ସ୍ଲୋଗାନ:-
ଏଭଳି ସୁପୁତ୍ର
ହୁଅ, ଯାହାକି ବାବା ତୁମର ଗୀତ ଗାଇବେ ଏବଂ ତୁମେ ବାବାଙ୍କର ଗୀତ ଗାଇବ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ପ୍ରଥମେ ନିଜ ଉପରେ ଯୋଗର
ପ୍ରୟୋଗ କରିଦେଖ କାହିଁକି ନା ସଂଗଠନ ଭିତରେ ବା ସମ୍ବନ୍ଧ-ସମ୍ପର୍କରେ ପରୀକ୍ଷା ତ ନିଶ୍ଚିତ ଆସିବ
ତେଣୁ ପ୍ରଥମେ ନିଜ ଉପରେ ପ୍ରୟୋଗ କରି ଚେକ୍ କର, ଯଦି କୌଣସି ପରୀକ୍ଷା ଆସିଲା ତେବେ କେଉଁ ଗୁଣର
ବା ଶକ୍ତିର ପ୍ରୟୋଗ କରିବା ଦ୍ୱାରା କେତେ ସମୟରେ ସଫଳତା ମିଳିଲା? ଯଦି ନିଜ ଉପରେ ସଫଳ ହୋଇଯିବ
ତେବେ ଅନ୍ୟମାନଙ୍କ ପ୍ରତି ପ୍ରୟୋଗ କରିବା ପାଇଁ ସ୍ୱତଃ ଉମଙ୍ଗ-ଉତ୍ସାହ ଆସିବ ।