29.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଅବିନାଶୀ
ପିତା ଆସିଛନ୍ତି ତୁମମାନଙ୍କୁ ନିଜ ସାଥିରେ ନେଇଯିବା ପାଇଁ, ସେଥିପାଇଁ ଏବେ ବାବାଙ୍କର ହୋଇ
ତାଙ୍କ ଶ୍ରୀମତରେ ଚାଲ ।”
ପ୍ରଶ୍ନ:-
ବାବା ନିଜର
ପିଲାମାନଙ୍କର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ କେଉଁ ଶ୍ରେଷ୍ଠ ମତ ଦେଉଛନ୍ତି?
ଉତ୍ତର:-
ମିଠେ ବଚ୍ଚେ ମୃତ୍ୟୁ ପୂର୍ବରୁ ଯେତେ ଦୂର ସମ୍ଭବ ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ
କରିନିଅ, ଏହିଥିରେ ହିଁ ତୁମମାନଙ୍କର ରୋଜଗାର ରହିଛି । ମୋର ସନ୍ତାନ ହୋଇ କେବେ ଭୁଲ୍ରେ ମଧ୍ୟ
କୌଣସି ପାପ କର୍ମ କର ନାହିଁ । ଯଦିଓ ମାୟାର ଅନେକ ତୋଫାନ ଆସିବ କିନ୍ତୁ କେବେହେଲେ ପତିତ ହୁଅ
ନାହିଁ ।
ଓମ୍ ଶାନ୍ତି ।
ଶିବ ଭଗବାନୁବାଚ
। ତୁମେ ପିଲାମାନେ ତ ବୁଝୁଛ ଯେ ଶିବବାବା ଆମମାନଙ୍କୁ ବୁଝାଉଛନ୍ତି । ତୁମେ ହେଉଛ ସଂଗମଯୁଗୀ ।
ତୁମେମାନେ ଶିବବାବାଙ୍କର ସମ୍ମୁଖରେ ବସିଛ । କଳିଯୁଗୀ ମନୁଷ୍ୟମାନେ ଶିବବାବାଙ୍କର ଜଡ ମନ୍ଦିରରେ
ଯାଇ ବସୁଛନ୍ତି । ଏଥିରେ ପାର୍ଥକ୍ୟ ବୁଝିପାରୁଛ ନା । ବୁଦ୍ଧିର ତାଲା ତ ଟିକେ ଖୋଲ । ତୁମେ
ଜାଣିଛ ଯେ ଆମେ ଚୈତନ୍ୟ ଶିବବାବାଙ୍କ ପାଖରେ ବସିଛୁ । ବାବା ଆମ ସହିତ ସମ୍ମୁଖରେ ବାର୍ତ୍ତାଳାପ
କରୁଛନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗ ଶିଖାଉଛନ୍ତି ଏବଂ ଅନ୍ୟ ପଟେ ଦେଖ
ମନୁଷ୍ୟମାନେ ଶିବବାବାଙ୍କର ପୂଜା କରୁଛନ୍ତି । ତାଙ୍କରି ଦର୍ଶନ ପାଇଁ ଅମରନାଥକୁ, କାଶୀକୁ
ଯାଉଛନ୍ତି । ପୁଣି ତୁମେମାନେ ଏହି କଥା ପ୍ରତି ମୂହୁର୍ତ୍ତରେ କାହିଁକି ଭୁଲିଯାଉଛ ଯେ ଆମେ
ଶିବବାବାଙ୍କ ପାଖରେ ବସିଛୁ, ଯାହାଙ୍କୁ ପରମପିତା ପରମାତ୍ମା କୁହାଯାଉଛି । ତାଙ୍କର କେତେ ମହିମା
ରହିଛି । ତାଙ୍କୁ ତୁମେ ବାବା-ବାବା କହୁଛ । ଜାଣିଛ ଯେ ଆମେ ଶିବବାବାଙ୍କର ମତରେ ଚାଲି ବିଶ୍ୱର
ମାଲିକ ହେବା ପାଇଁ ବର୍ସା (ସମ୍ପତ୍ତି) ନେଉଛୁ । ଭକ୍ତମାନେ ମନ୍ଦିର, ତୀର୍ଥ ଆଦିରେ ଧକ୍କା
ଖାଉଛନ୍ତି, ଆଉ ତୁମେମାନେ ବାବାଙ୍କଠାରୁ ସମ୍ପତ୍ତିର ସୁଖ ନେଉଛ । ଦେଖ କେତେ ଫରକ ରହିଛି ।
ତୁମମାନଙ୍କ ତୁଳନାରେ ସେମାନେ କେତେ ମୂର୍ଖ ଅଟନ୍ତି । ଶିବବାବା କହୁଛନ୍ତି ମୁଁ ତୁମର ଆଜ୍ଞାକାରୀ
ସେବାଧାରୀ ଅଟେ । ମୁଁ ତୁମକୁ ସମ୍ପତ୍ତି ଦେବାକୁ ଆସିଛି । ସେମାନେ ଈଶ୍ୱର ପିତାଙ୍କୁ ଡାକୁଛନ୍ତି
। ଏଠାରେ ତ ତୁମେ ଈଶ୍ୱରଙ୍କ ସମ୍ମୁଖରେ ବସିଛ । ଏଠାରେ ଥିବା ପର୍ଯ୍ୟନ୍ତ ଏହି କଥା ବୁଦ୍ଧିରେ
ରହୁଛି, ପୁଣି ଘରକୁ ଯିବା ପରେ କାହିଁକି ଭୁଲି ଯାଉଛ! ଏଠାରେ ତୁମ୍ଭମାନଙ୍କ ପାଇଁ ଦିନ, ଦୁନିଆ
ଲୋକଙ୍କ ପାଇଁ ରାତି ଅଟେ । ଭକ୍ତମାନେ ଭଗବାନଙ୍କୁ ଡାକି ଚାଲିଛନ୍ତି, ତୁମ୍ଭେମାନେ ସମ୍ମୁଖରେ ବସି
କହୁଛ ଯେ ତୁମ ସହିତ ବସିବୁ, ତୁମଠାରୁ ଶୁଣିବୁ । କିନ୍ତୁ ଘରକୁ ଯାଇ ଭୁଲି ଯାଉଛ । ମାୟା ବହୁତ
ଶକ୍ତିଶାଳୀ ଅଟେ । ଶିବବାବାଙ୍କର ସନ୍ତାନ ହୋଇ ପୂଜାରୀରୁ ପୂଜ୍ୟ ହେବା ପାଇଁ ପୁରୁଷାର୍ଥ ମଧ୍ୟ
କରୁଛ ପୁଣି ବାହ୍ୟମୁଖୀ ହୋଇ ପୂଜାରୀ ହୋଇଯାଉଛ । ଭକ୍ତମାନେ ଶିବବାବାଙ୍କର ଜଡ ମନ୍ଦିରକୁ
ଯାଉଛନ୍ତି ।
ଏଠାରେ ତ ବାବା
ବୁଝାଉଛନ୍ତି ପିଲାମାନେ, ଶ୍ରୀମତରେ ଚାଲିବା ଦ୍ୱାରା ହିଁ ତୁମେମାନେ ଶ୍ରେଷ୍ଠ ହେବ । ମୁଖ୍ୟ
ହେଉଛି ପବିତ୍ରତା । ସେଠାରେ ଶିବଙ୍କର ଜଡ ମୂର୍ତ୍ତି ସମ୍ମୁଖକୁ ଯାଇ କାଶୀ କଲବଟ ଅର୍ଥାତ୍ କାଶୀରେ
ଥିବା ବଳୀ ପଡିବାର କୂଅରେ ଶରୀରକୁ ବଳି ପକାଉଛନ୍ତି । ଏଠାରେ ତ ଚୈତନ୍ୟରେ ଶିବବାବା ବସିଛନ୍ତି ।
ଏଠାରେ ବଳି ପଡିବାର କିଛି କଥା ନାହିଁ । ଏହା ହେଉଛି ଜୀଇଁ ଥାଉ ଥାଉ ମରିବା । ବାବା କହୁଛନ୍ତି -
ଶ୍ରୀମତରେ ଚାଲ । ଏଠାରୁ ବାହାରକୁ ଯିବା ମାତ୍ରକେ ବାବାଙ୍କୁ ଭୁଲି ଯାଉଛନ୍ତି । କେବେ ଚିଠି
ମଧ୍ୟ ଲେଖୁ ନାହାଁନ୍ତି । କେହି ତ ଏଭଳି ଅଛନ୍ତି ଯିଏ କେବେହେଲେ ବି ବାବାଙ୍କୁ ଦେଖି ନାହାଁନ୍ତି,
ବ୍ୟାକୁଳ ହୋଇ ଚିଠି ଲେଖୁଛନ୍ତି ଏବଂ ଯେଉଁମାନେ ସମ୍ମୁଖରେ ବାବାଙ୍କ ସହିତ ସାକ୍ଷାତ୍
କରିଯାଉଛନ୍ତି ସେମାନେ ପୁଣି ଏକଦମ୍ ଭୁଲିଯାଉଛନ୍ତି । ତୁମକୁ ତ ଶିବବାବାଙ୍କ ପାଇଁ ସମର୍ପିତ
ହେବାକୁ ପଡିବ ନା । ଭକ୍ତିମାର୍ଗରେ ଶିବବାବାଙ୍କ ଦର୍ଶନ ପାଇବା ପାଇଁ ପ୍ରାଣବଳି ଦେଉଥିଲେ କିନ୍ତୁ
ସିଏ ତ ମିଳିଲେ ନାହିଁ । ବର୍ତ୍ତମାନ ବାବା ଚୈତନ୍ୟରେ ଆସି କହୁଛନ୍ତି ପିଲାମାନେ ମୋର ହୁଅ, ମୁଁ
ଆସିଛି ତୁମମାନଙ୍କୁ ସାଥିରେ ନେଇଯିବା ପାଇଁ । ପବିତ୍ର ନ ହେଲେ ତ ଯାଇପାରିବ ନାହିଁ । ପବିତ୍ର
କରିବାକୁ ମୋତେ ହିଁ ଆସିବାକୁ ପଡୁଛି । ସମସ୍ତଙ୍କର ସଦ୍ଗତି ଦାତା ବାବା ତୁମମାନଙ୍କ ପାଖରେ
ବସିଛନ୍ତି । ତୁମକୁ ରାଜଯୋଗ ଶିଖାଉଛନ୍ତି, ଯାହା ଗୀତାର ଭଗବାନ ଶିଖାଇଥିଲେ । ସେମାନେ କୃଷ୍ଣଙ୍କୁ
ଭଗବାନ କହିଦେଉଛନ୍ତି । ତୁମେମାନେ ଜାଣିଛ ଯେ ଗୀତାର ଭଗବାନ ଶିବବାବା ଅଟନ୍ତି । ତୁମେ ଚିଠି
ମଧ୍ୟ ଏହିଭଳି ଲେଖୁଛ - ଶିବବାବା କେୟାର୍ ଅଫ୍ ବ୍ରହ୍ମା । ତୁମମାନଙ୍କୁ ସମ୍ମୁଖରେ ବସାଇ ବାବା
ବୁଝାଉଛନ୍ତି । ତଥାପି ଆଗ୍ରହ ରହୁନାହିଁ । ଓହୋ! ଶିବବାବା ମୋତେ କୋଳକୁ ନେଇଛନ୍ତି । ଧର୍ମର
ସନ୍ତାନ କରିଛନ୍ତି । କିନ୍ତୁ ସମସ୍ତଙ୍କୁ ଏଠାରେ ରଖିବେ ନାହିଁ ନା । ହଜାର ହଜାର ସନ୍ତାନ ଅଛନ୍ତି
। ସମସ୍ତଙ୍କୁ ଏଠାରେ କିପରି ରଖିପାରିବେ, ଏତେ ଜାଗା କେଉଁଠି ଅଛି! ବାବା କହୁଛନ୍ତି - ତୁମକୁ
ନିଜ ଘରେ ହିଁ ରହିବାକୁ ହେବ । କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ସବୁଠାରୁ ମିଠା ଯିଏକି
ଅବିନାଶୀ ପିତା ଅଟନ୍ତି, ତାଙ୍କର ତୁମେ ସନ୍ତାନ ହୋଇଛ ।
ବାବା ବୁଝାଉଛନ୍ତି
ପିଲାମାନେ, ତୁମେମାନେ କାମ ବିକାର ରୂପୀ ଚିତାରେ ବସି ଜଳିଯାଇଛ । ଏବେ ଜ୍ଞାନ ରୂପୀ ଚିତାରେ ବସି
ଦେବତା ହୁଅ । ଦେବତାମାନଙ୍କର ପୂଜା ମଧ୍ୟ କରୁଛନ୍ତି, କିନ୍ତୁ କିଛି ହେଲେ ବୁଝୁନାହାଁନ୍ତି ।
ଏହାକୁ ମଧ୍ୟ ଡ୍ରାମାର ନିୟତି ବୋଲି କୁହାଯିବ । ଏବେ ତୁମେମାନେ ଚୈତନ୍ୟ ଶିବବାବାଙ୍କ ପାଖରେ
ବସିଛ । ଗାୟନ ମଧ୍ୟ କରାଯାଏ ଶିବବାବା ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା କରୁଛନ୍ତି ।
ବାବା ବୁଝାଉଛନ୍ତି ପିଲାମାନେ, କୌଣସି ପାପ କର୍ମ କର ନାହିଁ । ଦେହ-ଅଭିମାନର ବଶୀଭୂତ ହୁଅ ନାହିଁ
। ତୁମକୁ ତ ଚାଲିବୁଲି ସାଜନଙ୍କ ସ୍ମୃତିରେ ରହିବାକୁ ହେବ । ଯାହାଙ୍କୁ ତୁମେମାନେ ଅଧାକଳ୍ପରୁ
ସ୍ମରଣ କରିଆସୁଛ, ସିଏ ଏବେ ତୁମର ସେବାରେ ଉପସ୍ଥିତ ଅଛନ୍ତି । ସିଏ ଆତ୍ମିକ ସମାଜ ସେବକ ଅଟନ୍ତି
। ତୁମକୁ ଆତ୍ମିକ ସେବା ଶିଖାଉଛନ୍ତି । ସମାଜ ସେବାର ମୁଖ୍ୟ ମଧ୍ୟ ଥା’ନ୍ତି ନା । ଇଏ ହେଉଛନ୍ତି
ରୁହାନୀ ବା ଆତ୍ମିକ ସେବାର ମୁଖ୍ୟ । ସେମାନେ ହେଲେ ମନୁଷ୍ୟମାନଙ୍କର ଶାରୀରିକ ସ୍ଥୁଳ ସେବା
କରିଲାବାଲା । ଏବେ ଦେଖ ସେମାନେ କହୁଛନ୍ତି ଗୋ ହତ୍ୟା କରିବା ବନ୍ଦ କର । ତୁମେ ଲେଖିପାରିବ ଯେ
ଜଣେ ଅନ୍ୟ ଜଣଙ୍କ ଉପରେ କାମ ବିକାରର ଜୁଲୁମ କରିବା - ଏହା ସବୁଠାରୁ ବଡ ହତ୍ୟା ଅଟେ । ପ୍ରଥମେ ତ
ଏହାକୁ ବନ୍ଦ କର । ଯେଉଁଥିପାଇଁ ହିଁ ଭଗବାନ କହିଛନ୍ତି କାମ ବିକାର ମହାଶତ୍ରୁ ଆଦି-ମଧ୍ୟ-ଅନ୍ତ
ଦୁଃଖ ଦେଇଥାଏ । ତୁମେ ଗୀତାର ଭଗବାନଙ୍କୁ ଭୁଲିଯାଇଛ । ବାବାଙ୍କୁ ତ ଆଶ୍ଚର୍ଯ୍ୟ ଲାଗୁଛି ।
ପ୍ରଥମେ ତ ଅମରନାଥରେ, ପାହାଡ ଉପରେ ଧକ୍କା ଖାଉଛନ୍ତି, ଭାବୁଛନ୍ତି ଶିବ ପାର୍ବତୀଙ୍କୁ ସେଠାରେ
ଅମରକଥା ଶୁଣାଇଥିଲେ । ଜଣେ ପାର୍ବତୀଙ୍କୁ ଶୁଣାଇଲେ କ’ଣ ହେବ! ବାବା ବୁଝାଉଛନ୍ତି ତୁମେମାନେ
ସମସ୍ତେ ପାର୍ବତୀ ଅଟ । ବାବା ସମସ୍ତଙ୍କୁ ଅମରକଥା ଶୁଣାଉଛନ୍ତି । ବାବା କହୁଛନ୍ତି - ପିଲାମାନେ
ତୁମେ ୮୪ ଜନ୍ମ ନେଇ-ନେଇ ଏବେ ମୃତ୍ୟୁଲୋକରେ ଆସି ପହଞ୍ଚି ଯାଇଛ । ପୁଣି ଲକ୍ଷ୍ମୀ-ନାରାୟଣ କୁଆଡେ
ଗଲେ, କ’ଣ ଘରକୁ ଚାଲିଗଲେ ଅଥବା ଜ୍ୟୋତି ଜ୍ୟୋତିରେ ମିଶିଗଲେ? ସୂର୍ଯ୍ୟବଂଶୀ ରାଜା-ରାଣୀ, ପ୍ରଜା
ସମସ୍ତେ କୁଆଡେ ଗଲେ? ନିଶ୍ଚୟ ସତ୍ତ୍ୱପ୍ରଧାନରୁ ୮୪ ଜନ୍ମ ନେଇ-ନେଇ ତମୋପ୍ରଧାନ ହୋଇଯାଇଥିବେ ।
ବୁଝିପାରୁଛ ନା! ଏହି କଥା ବ୍ରହ୍ମାଙ୍କ ଦ୍ୱାରା ଶିବବାବା ବସି ବୁଝାଉଛନ୍ତି । ପିଲାମାନେ, ଏବେ
ମୁଁ ତୁମମାନଙ୍କର ଭାଗ୍ୟ ଗଢିବାକୁ ଆସିଛି, ପୁଣି ତୁମେ ଭାଗ୍ୟରେଖାରେ ଗାର କାହିଁକି ପକାଇ ଦେଉଛ!
କିଛି ହେଲେ ତ ବୁଝ । ମୁଁ ତୁମକୁ ସ୍ୱର୍ଗର ମାଲିକ କରିବାକୁ ଆସିଛି । ତୁମେ କ’ଣ ମୋର ମତରେ
ଚାଲିବ ନାହିଁ! ଘରକୁ ଯାଇ ମୋତେ କାହିଁକି ଭୁଲିଯାଉଛ! ବାବା ବାରମ୍ବାର ବୁଝାଉଛନ୍ତି ପିଲାମାନେ,
ଏବେ ତୁମେମାନେ ସଂଗମଯୁଗୀ ଅଟ । ସେମାନେ କଳିଯୁଗୀ ଅଟନ୍ତି । ତୁମେ ପୂଜ୍ୟ, ସେମାନେ ପୂଜାରୀ
ଅଟନ୍ତି । ତୁମର ଏଣେତେଣେ ଧକ୍କା ଖାଇବା ଏବେ ବନ୍ଦ ହୋଇଯାଇଛି । ଯଦିଓ ସେମାନେ ତୁମକୁ ନାସ୍ତିକ
ଭାବୁଛନ୍ତି, କିନ୍ତୁ ତୁମେ ସେମାନଙ୍କୁ ନାସ୍ତିକ କହୁଛ । ସେମାନେ କହୁଛନ୍ତି ତୁମେ ଭକ୍ତି
କରୁନାହଁ ସେଥିପାଇଁ ନାସ୍ତିକ ଅଟ । ତୁମେ ତାଙ୍କୁ କହୁଛ ଯେ ତୁମେମାନେ ବାବାଙ୍କୁ ଜାଣି ନ ଥିବାରୁ
ନାସ୍ତିକ ଅଟ । ତୁମେ କହୁଛ ଆମେ ଆସ୍ତିକ ଅଟୁଁ, ଆମେ ବାବାଙ୍କୁ ଚିହ୍ନି ତାଙ୍କଠାରୁ ସମ୍ପତ୍ତି
ନେଉଛୁ । ଆଉ ତୁମେମାନେ ଜାଣି ନ ଥିବାରୁ ଧକ୍କା ଖାଉଛ । କୁମ୍ଭମେଳାକୁ ମଧ୍ୟ କେତେ ଲୋକ ଯାଉଛନ୍ତି,
ପୁଣି ଦାନ-ପୁଣ୍ୟ କରୁଛନ୍ତି । ଏବେ ବାବା କହୁଛନ୍ତି ଏ ସବୁ କଥା ଛାଡ । ତୁମକୁ ଜ୍ଞାନର ସାଗର
ମିଳିଛନ୍ତି, ପୁଣି ଆଉ କୁଆଡେ ଯିବ । ଏମାନେ ସବୁ ଜ୍ଞାନ ନଦୀ ଅଟନ୍ତି । ଜ୍ଞାନ ସାଗରଙ୍କ ଜ୍ଞାନରେ
ସ୍ନାନ କରାଇବାକୁ ତୁମକୁ ନେଇ ଆସୁଛନ୍ତି । କେତେ ଭଲ ଭଲ ସନ୍ତାନମାନେ ବାବାଙ୍କ ପାଖକୁ ଆସି ପୁଣି
ଯାଇ ବିକାରୀ ହୋଇଯାଉଛନ୍ତି, ଆଉ କେହି କେହି ତ ପୁଣି ବାବାଙ୍କର ମତରେ ଚାଲୁଛନ୍ତି । ପଚାରୁଛନ୍ତି
ବାବା ବିନାଶୀ ଧନ କିପରି ସଫଳ କରିବୁ! ତେବେ ସେମାନଙ୍କୁ ବୁଝାଯାଉଛି – ବୁଡି ଯାଉଥିବା ଡଙ୍ଗାରୁ
ଯେତିକି ବି ବାହାରକୁ ଆସିପାରିବ ସେତିକି ଭଲ । ଭାରତର ସେବାରେ ଏହାକୁ ଲଗାଇ ସଫଳ କରିଦିଅ,
ସେବାକେନ୍ଦ୍ର ଖୋଲି ଦିଅ । ଚିତ୍ର ମଧ୍ୟ କେତେ ତିଆରି ହେଉଛି । ବାବାଙ୍କ ପାଖରେ ଏପରି ଏପରି
ସନ୍ତାନ ଅଛନ୍ତି - ଯେଉଁମାନେ କି କହୁଛନ୍ତି ଯେବେ ଆବଶ୍ୟକ ପଡିବ ତେବେ ବାବା ମୋତେ ମନେ ପକାଇବେ,
ମୁଁ ସାହାଯ୍ୟ କରିବା ପାଇଁ ହାଜିର ହୋଇଯିବି । ଯଜ୍ଞର ଭଲ-ଭଲ କାମ ପାଇଁ ଦରକାର ହେଲେ ମୋତେ ମନେ
ପକାଇବେ । ବାବା କହୁଛନ୍ତି - ମୁଁ କାହାକୁ ମନେ ପକାଏ ନାହିଁ, ଯାହା କରିବାର ଅଛି ତାହା ସ୍ୱତଃ
କର । ମୁଁ ତ ଦାତା ଅଟେ । ମୁଁ ତ ଆସିଛି, ଭାରତକୁ ସ୍ୱର୍ଗ କରିବା ପାଇଁ, ତୁମେମାନେ ମଧ୍ୟ
ସ୍ୱର୍ଗକୁ ଯିବ । ଯେତିକି କରିବ ସେତିକି ପାଇବ । କିନ୍ତୁ ଜନ୍ମ-ଜନ୍ମାନ୍ତରର ପାପର ବୋଝ ମୁଣ୍ଡ
ଉପରେ ଅଛି, ତାକୁ ଚୁକ୍ତ କରିବାକୁ ହେବ । ନଚେତ୍ ସେଥିପାଇଁ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ ।
ସ୍ୱର୍ଗକୁ ତ ନିଶ୍ଚୟ ଯିବ କିନ୍ତୁ ଯଦି ଦଣ୍ଡ ଭୋଗିବା ବାକି ରହିଗଲା, ତେବେ ଉଚ୍ଚ ପଦ ପାଇପାରିବ
ନାହିଁ । ଏପରି ତ ଗାୟନ ରହିଛି ଯେ ରାଜାଙ୍କର ରାଜା କରିଲାବାଲାଙ୍କର ଅର୍ଥାତ୍ ଭଗବାନଙ୍କର ହୁଣ୍ଡି
ବା ଭଣ୍ଡାର ସଦା ଭରପୁର ରହିଛି । ୟାଙ୍କର କୌଣସି ଚିନ୍ତା ନାହିଁ । ବାବା କହୁଛନ୍ତି ହୁଣ୍ଡି
ସ୍ୱତଃ ଭରିଯିବ ।
ତୁମମାନଙ୍କୁ ଶ୍ରୀମତରେ
ଚାଲିବାକୁ ହେବ, ଏହିଥିରେ ହିଁ କଲ୍ୟାଣ ରହିଛି । ଅକଲ୍ୟାଣ ହେଉଛି ବୋଲି କେବେ ଭାବ ନାହିଁ ।
ଧରିନିଅ ଦିଲ୍ଲୀ ଗଲାବେଳେ ରାସ୍ତାରେ ଗୋଡ ଭାଙ୍ଗିଗଲା, ଏଥିରେ ମଧ୍ୟ ଭାବ କଲ୍ୟାଣ ରହିଛି । ଆତ୍ମା
ତ ଭାଙ୍ଗି ଯାଇନାହିଁ ନା । ଗୋଡ ଭାଙ୍ଗିଗଲା, କୌଣସି ଅସୁବିଧା ନାହିଁ । ମୁଁ ତ ତୁମର ଆତ୍ମା
ସହିତ କଥା ହେଉଛି । ବାବା ବୁଝାଉଛନ୍ତି ଏହା ରାବଣ ରାଜ୍ୟ ଅଟେ, ସେଥିପାଇଁ ତ ତାକୁ ଜଳାଉଛନ୍ତି ।
ଆମେ କ’ଣ ଥିଲୁ, ବାବା ଆମକୁ କ’ଣରୁ କ’ଣ କରିଦେଇଛନ୍ତି । ଦୁନିଆର ଅବସ୍ଥା ଦେଖ କ’ଣ ହୋଇଗଲାଣି!
ଏବେ ବାବା ତୁମକୁ ସ୍ୱର୍ଗର ମାଲିକ କରୁଛନ୍ତି, ତେଣୁ ତାଙ୍କ ମତରେ ଚାଲିବା ଆବଶ୍ୟକ । କୌଣସି ପାପ
କର୍ମ କରିବା ଅନୁଚିତ୍ । ତୁମେମାନେ ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହୁଅ । କେବଳ ଏହି ସତ୍ୟ
ନାରାୟଣଙ୍କର କଥା ଶୁଣିଚାଲ । ଏହା କେତେ ଲମ୍ବା କାହାଣୀ ଅଟେ । ସାରା ସାଗରକୁ ସ୍ୟାହି କର, ତେବେ
ବି ଏହି କାହାଣୀ ଶେଷ ହୋଇ ପାରିବ ନାହିଁ । ତେବେ ବାବାଙ୍କର ମତରେ ଚାଲିବା ଦରକାର ନା । ତୁମେମାନେ
ଜାଣିଛ ଯେ ଆମେ ଭଗବାନଙ୍କର ଶ୍ରୀମତ ଆଧାରରେ ରାଜ୍ୟଭାଗ୍ୟ ପ୍ରାପ୍ତ କରୁଛୁ, ମନୁଷ୍ୟରୁ ଦେବତା
ହେଉଛୁ । ମୃତ୍ୟୁ ତ ସମ୍ମୁଖରେ ଉପସ୍ଥିତ ରହିଛି । ଅଚାନକ ହୃଦଘାତ ହେଉଛି, ଦୁର୍ଘଟଣାରେ
ମରିଯାଉଛନ୍ତି । ବାବା କହୁଛନ୍ତି - ମରିବା ପୂର୍ବରୁ ଖୁବ୍ ପୁରୁଷାର୍ଥ କର । ବାବାଙ୍କୁ ମନେ
ପକାଇ ପକାଇ ନିଜର ଆମଦାନୀ କରିନିଅ । ଅବିନାଶୀ ବାବାଙ୍କର ହୋଇ ପୁଣି ପାପ କର୍ମ କଲେ ଗୋଟିଏ ପାପ
ପାଇଁ ୧୦୦ଗୁଣା ଦଣ୍ଡ ମିଳିଯିବ । ପୁଣି ଲଜ୍ୟା ବି ଲାଗିବ କି ଲୋକମାନେ କ’ଣ କହିବେ? ଶିବବାବା
କହୁଛନ୍ତି - ମୁଁ ଧର୍ମରାଜଙ୍କ ଦ୍ୱାରା ବହୁତ କଠିନ ଦଣ୍ଡ ଦେଉଛି । ପୁଣି ସେହି ସମୟରେ ବାବା ଏପରି
କହିବେ ନାହିଁ ଯେ ଇଏ ମୋର ସନ୍ତାନ ଅଟେ । ଏଥିରେ ବହୁତ କାଇଦା ରହିଛି । ଯଦି ଜଜ୍ର ସନ୍ତାନ ପାପ
କର୍ମ କଲା, ତେବେ କିଛି କରିପାରିବେ ନାହିଁ । ଦଣ୍ଡ ଭୋଗିବାକୁ ହିଁ ପଡିବ । ତେଣୁ ବାବା
ପ୍ରତିଦିନ ବୁଝାଉଛନ୍ତି, ପିଲାମାନେ ପାପ କର୍ମ ଆଦୌ କର ନାହିଁ । ସବୁଠାରୁ ବଡ ହେଲା ବିକାରର ପାପ
। ଯଦିଓ ବିକାରର ତୋଫାନ ବହୁତ ଆସିବ, ବାହାର ଦୁନିଆ ବହୁତ ବିକାରୀ ଯାହାକି ନ କହିଲେ ଭଲ । ଏହା
ହେଉଛି ହିଁ ବେଶ୍ୟାଳୟ । ଧରିନିଅ କୌଣସି ବିଶେଷ ବ୍ୟକ୍ତିଙ୍କୁ ତୁମେ ବୁଝାଉଛ ଏବଂ ସିଏ ତୁମର
ଛାତ୍ର ହୋଇଗଲେ, ତେବେ ସମସ୍ତେ କହିବେ ବ୍ରହ୍ମାକୁମାରୀମାନଙ୍କର ଯାଦୁ ଏହାଙ୍କୁ ଲାଗିଗଲା ।
ବଡ-ବଡ ଲୋକମାନେ ଆସି ଲେଖୁଛନ୍ତି ମଧ୍ୟ ବାସ୍ତବରେ ଆପଣ ସତ୍ୟ କହୁଛନ୍ତି । ଗୀତାର ଭଗବାନ
ବାସ୍ତବରେ ଶିବ ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ଆଚ୍ଛା ପୁଣି ନିଜ ଘରକୁ ଗଲେ ସବୁ ଭୁଲି
ଯାଉଛନ୍ତି । ବହୁତ ପରିଶ୍ରମ କରିବାକୁ ପଡୁଛି ।
ବାବା ବୁଝାଉଛନ୍ତି
ମିଠା-ମିଠା ପିଲାମାନେ ଏ କଥା ଭୁଲିଯାଅ ନାହିଁ, ମାୟା ବହୁତ ଶକ୍ତିଶାଳୀ ଅଟେ । ବାବାଙ୍କର ସ୍ମୃତି
ପାରଦ ସଦୃଶ ଅଟେ, ତୁରନ୍ତ ଭୁଲି ଯାଇଥାନ୍ତି । ବାବା କହୁଛନ୍ତି - ଯଦିଓ ଗୃହସ୍ଥ ବ୍ୟବହାରରେ
ରହୁଛ, କେବଳ ପବିତ୍ର ରୁହ । ପୁରୁଷାର୍ଥ ତ କରିବାକୁ ହେବ ନା । ବାବା ତ ସମସ୍ତଙ୍କୁ ଅତି ସ୍ନେହର
ସହିତ କହୁଛନ୍ତି, ଏବେ ମୋର ସନ୍ତାନ ହୋଇ ପୁଣି କୌଣସି ପାପ କର୍ମ କର ନାହିଁ । ତୁମେମାନେ
ବାବାଙ୍କୁ ତ ଜାଣିଗଲଣି ନା । ସୃଷ୍ଟିଚକ୍ରର ରହସ୍ୟ ମଧ୍ୟ ତୁମର ବୁଦ୍ଧିରେ ଅଛି । ବିଦ୍ୱାନ,
ପଣ୍ଡିତ, ଆଚାର୍ଯ୍ୟମାନେ ତ ନିଜକୁ ଶିବ ବୋଲି କହି ନିଜର ପୂଜା କରାଉଛନ୍ତି । ପ୍ରାୟତଃ
ସନ୍ନ୍ୟାସୀମାନେ ଯାଇ ହରିଦ୍ୱାରରେ ରହିଥାନ୍ତି । ସାରାଦିନ ଜପ କରୁଥା’ନ୍ତି ଶିବକାଶୀ ବିଶ୍ୱନାଥ
ଗଙ୍ଗା । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଗାୟନ ମଧ୍ୟ ଅଛି ଅକାଳମୂରତ । ଅକାଳତଖତ କୌଣସି
ସନ୍ଦିଲି ବା ଖଟୁଲି ନେୁହଁ । ଅକାଳମୂରତ ବାବାଙ୍କର ଏହି ରଥ ସିଂହାସନ ଅଟେ । ଯେପରି ତୁମର ଏହି
ଶରୀର ରଥ ଅଟେ । ବାବା ମଧ୍ୟ କହୁଛନ୍ତି ମୁଁ ଏହି ରଥ ନେଇଛି । ଭ୍ରୁକୁଟୀରେ ଗୋଟିଏ ପଟେ ଚେଲା (ଶିଷ୍ୟ),
ଅନ୍ୟ ପଟେ ଗୁରୁ ବସିଛନ୍ତି । ନିଶ୍ଚିତ ତାଙ୍କ ପାଖରେ ଯାଇ ବସିବି ନା । ମୁଁ ମଧ୍ୟ ବିନ୍ଦୁ ଅଟେ
। ମୋର ଆକାର ଏତେ ବଡ ନୁହେଁ ।
ମିଠା-ମିଠା ପିଲାମାନେ
ଏହା ତୁମର ବାସ୍ତବ ସତ୍ୟ ଚୈତନ୍ୟ ଯୋଗର ଯାତ୍ରା ଅଟେ । ଏଠାରେ ବାପଦାଦା ଉଭୟ ଏକତ୍ରିତ ହୋଇଅଛନ୍ତି
। ବାପଦାଦା ଶବ୍ଦର ଅର୍ଥ କେହି ବୁଝିପାରିବେ ନାହିଁ । ଟେଲିଗ୍ରାମ୍ରେ ମଧ୍ୟ ବାପଦାଦାଙ୍କ ନାମରେ
ଦସ୍ତଖତ କରୁଛନ୍ତି । କେହି ବୁଝିପାରିବେ ନାହିଁ । ଆରେ ଶିବବାବା ତୁମର ବାବା ଅଟନ୍ତି ।
ପ୍ରଜାପିତା ବ୍ରହ୍ମା ଦାଦା ଅଟନ୍ତି ନା । ତେବେ ବାପଦାଦା ହେଲେ ନା । ବର୍ତ୍ତମାନ ବାବା କହୁଛନ୍ତି
ମୁଁ ଆସିଛି - ଏହାଙ୍କ ଦ୍ୱାରା ତୁମକୁ ସମ୍ପତ୍ତି ଦେବା ପାଇଁ । ଶିବବାବା ତୁମର ମଧ୍ୟ ପିତା
ଅଟନ୍ତି । ପ୍ରଜାପିତା ବ୍ରହ୍ମା ମଧ୍ୟ ସମସ୍ତଙ୍କର ପିତା ହୋଇଗଲେ । କିନ୍ତୁ ସମ୍ପତ୍ତି
ଶିବବାବାଙ୍କଠାରୁ ମିଳୁଛି । ତେବେ ଦସ୍ତଖତ ମଧ୍ୟ ଏହିଭଳି କରିବେ ନା । ତେଣୁ ବାପଦାଦା କୁହାଯାଉଛି
। ଶିବବାବା କହୁଛନ୍ତି ମୋତେ ହିଁ କେବଳ ମନେ ପକାଅ, ତଥାପି ବୁଦ୍ଧିରେ ରହୁନାହିଁ । ପ୍ରଦର୍ଶନୀକୁ
ହଜାର-ହଜାର ଲୋକ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ୮-୧୦ ଜଣ ବୁଝିବା ଅର୍ଥାତ୍ କୋର୍ସ କରିବା ପାଇଁ
ଆସୁଛନ୍ତି । ସେମାନଙ୍କ ଭିତରୁ ମଧ୍ୟ ଧିରେ-ଧିରେ କମି-କମି ବାକି କେବଳ ଜଣେ ଦୁଇଜଣ ରହୁଛନ୍ତି ।
ସେଥିପାଇଁ କୋଟିକରେ କେହି ଜଣେ ବୋଲି ଗାୟନ ରହିଛି । ତେବେ କେତେ ପ୍ରଦର୍ଶନୀ କରିବାକୁ ପଡିବ,
ଯାହାକି କୋଟିକରେ କେହି ବାହାରିବେ । କେହି-କେହି ୪-୫ ବର୍ଷ ଆସି ପୁଣି ହଜିଯାଉଛନ୍ତି । ବାବାଙ୍କୁ
ଛାଡପତ୍ର ଦେଇ ଦେଉଛନ୍ତି । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଶିବବାବାଙ୍କ ଉପରେ ସମ୍ପୂର୍ଣ୍ଣ ବଳି ଚଢିବାକୁ ହେବ ଅର୍ଥାତ୍ ବଞ୍ଚି ଥାଉ ଥାଉ ମରିବାକୁ ହେବ ।
ଶ୍ରୀମତରେ ଚାଲିବାକୁ ହେବ ।
(୨) ଶିବବାବାଙ୍କର
ସନ୍ତାନ ହୋଇଛ, ତେଣୁ କୌଣସି ବି ପାପ କର୍ମ କରିବାର ନାହିଁ । ପବିତ୍ର ହୋଇ ନିଜର କଲ୍ୟାଣ କରିବାକୁ
ହେବ ।
ବରଦାନ:-
ଜ୍ଞାନର ଗହନ
ରହସ୍ୟ ଗୁଡିକୁ ଶୁଣି ସେଗୁଡିକୁ ସ୍ୱରୂପରେ ଆଣୁଥିବା ଜ୍ଞାନୀ ତୁ ଆତ୍ମା ଭବ ।
ଜ୍ଞାନୀ ତୁ ଆତ୍ମମାନେ
ପ୍ରତ୍ୟେକ କଥାର ସ୍ୱରୂପର ଅନୁଭବ କରିଥାଆନ୍ତି । ଯେପରି ଶୁଣିବାକୁ ଭଲ ଲାଗୁଛି, ଗହନ ମଧ୍ୟ
ଲାଗୁଛି କିନ୍ତୁ ଶୁଣିବା ସହିତ ତାକୁ ନିଜ ଭିତରେ ଅନ୍ତଃକରଣ କରିବା ଅର୍ଥାତ୍ ସ୍ୱରୂପ ହୋଇଯିବା -
ଏହାର ମଧ୍ୟ ଅଭ୍ୟାସ ହେବା ଦରକାର । ମୁଁ ଆତ୍ମା ନିରାକାର ଅଟେ - ଏହି କଥା ବାରମ୍ବାର ଶୁଣୁଛ
କିନ୍ତୁ ନିରାକାରୀ ସ୍ଥିତିର ଅନୁଭବୀ ହୋଇଶୁଣ । ଯେପରି ଜ୍ଞାନର ପଏଣ୍ଟ ସେହିପରି ଅନୁଭବ କର ।
ଏହାଦ୍ୱାରା ଶୁଦ୍ଧ ସଂକଳ୍ପ ରୂପକ ସମ୍ପତ୍ତି ଜମା ହୋଇ ଚାଲିବ ଏବଂ ବୁଦ୍ଧି ଏହିଥିରେ ବ୍ୟସ୍ତ
ରହିବ ଯାହାଦ୍ୱାରା ବ୍ୟର୍ଥ ସଂକଳ୍ପଠାରୁ ସହଜରେ ମୁକ୍ତ ହୋଇଯିବ ।
ସ୍ଲୋଗାନ:-
ଜ୍ଞାନ ଏବଂ
ଅନୁଭବର ଡବଲ ଅଧିକାରୀ ଆତ୍ମାମାନେ ହିଁ ମସ୍ତ ଫକୀର ରମତାଯୋଗୀ ଅଟନ୍ତି ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
କୌଣସି ବି କଥାକୁ ଫିଲ୍
କରିବା ଅର୍ଥାତ୍ ବା ଦୁଃଖର ଅନୁଭବ କରିବା ଫେଲ୍ ହେବାର ଲକ୍ଷଣ ଅଟେ । ଯିଏ ଯେତେ ବି ଅପକାରୀ
ହୋଇଥାଉ କିନ୍ତୁ ତୁମର ଦୃଷ୍ଟି ଏବଂ ମନୋବୃତ୍ତି ଉପକାରୀ ହେଉ । ଯେତିକି ଅଧିକାରୀ ସେତିକି
ନିରଂହକାରୀ । ଜ୍ଞାନ ମାର୍ଗରେ ଚାଲିବା ପରେ ଯେଉଁ ସ୍ୱ-ଅଭିମାନ ଆସିଥାଏ ତା’ର ମଧ୍ୟ ତ୍ୟାଗ କର ।
ଯେତେବେଳେ ଏତେ ତ୍ୟାଗର ମନୋବୃତ୍ତି ଏବଂ ଦୃଷ୍ଟି ରହିବ, ସେତେବେଳେ ଯାଇ ବୁଦ୍ଧିରେ ବାପଦାଦା
ରହିବେ ଏବଂ ମୁଖରୁ ମଧ୍ୟ ସେହିଭଳି ବାଣୀ ବାହାରିବ ।