30.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜର
ସବୁ କିଛି ଈଶ୍ୱରୀୟ ସେବାରେ ସଫଳ କରି ଭବିଷ୍ୟତ ପାଇଁ ଶ୍ରେଷ୍ଠ ଭାଗ୍ୟ ଜମା କରିଦିଅ କାହିଁକି ନା
ମୃତ୍ୟୁ ମୁଣ୍ଡ ଉପରେ ଛିଡା ହୋଇଛି । ”
ପ୍ରଶ୍ନ:-
ଜ୍ଞାନ ଶୁଣୁଥିଲେ
ମଧ୍ୟ ପିଲାମାନଙ୍କ ଭିତରେ ତା’ର ଧାରଣା କାହିଁକି ହେଉନାହିଁ?
ଉତ୍ତର:-
କାହିଁକି ନା ବିଚାର ସାଗର ମନ୍ଥନ କରିବା ଜଣା ନାହିଁ । ବୁଦ୍ଧିଯୋଗ ଦେହ ଏବଂ ଦେହର
ସମ୍ବନ୍ଧୀମାନଙ୍କ ସହିତ ଲାଗି ରହିଛି । ପ୍ରଥମେ ଯେବେ ବୁଦ୍ଧିରୁ ମୋହ ଦୂର ହେବ, ତେବେ ଯାଇ କିଛି
ଧାରଣା ମଧ୍ୟ ହେବ । ମୋହ ଏଭଳି ଜିନିଷ, ଯାହାକି ଏକଦମ୍ ମାଙ୍କଡ ଭଳି କରିଦେଉଛି, ସେଥିପାଇଁ ବାବା
ପିଲାମାନଙ୍କୁ ପ୍ରଥମ ପ୍ରତିଜ୍ଞା ମନେ ପକାଇ ଦେଉଛନ୍ତି ଯେ ଦେହ ସହିତ ଦେହର ସର୍ବ ସମ୍ବନ୍ଧକୁ
ଭୁଲି ମୋତେ ମନେ ପକାଅ ।
ଗୀତ:-
ଭୋଲେ ନାଥ ସେ
ନିରାଲା...
ଓମ୍ ଶାନ୍ତି ।
ବାବା ବସି ବୁଝାଉଛନ୍ତି, ପିଲାମାନଙ୍କୁ ମଧ୍ୟ ଭଲ ଭାବରେ ଏହା ଜଣାଅଛି ଯେ ବେହଦର ପିତାଙ୍କୁ ହିଁ
ବିଗିଡି ଯାଇଥିବା ସଂସାରକୁ ସଜାଡିଲାବାଲା କୁହାଯାଏ । ଶ୍ରୀକୃଷ୍ଣ ବିଗିଡି ଯାଇଥିବାକୁ ସୃଷ୍ଟିକୁ
ସଜାଡି ପାରିବେ ନାହିଁ । ଗୀତାର ଭଗବାନ ଶ୍ରୀକୃଷ୍ଣ ନୁହଁନ୍ତି, ଶିବ ଅଟନ୍ତି । ଶିବବାବା
ହେଉଛନ୍ତି ରଚୟିତା ଏବଂ ଶ୍ରୀକୃଷ୍ଣ ରଚନା ଅଟନ୍ତି । ସ୍ୱର୍ଗର ସମ୍ପତ୍ତିଦାତା, ସ୍ୱର୍ଗର ରଚୟିତା
ହିଁ ହୋଇପାରିବେ । ଏହା ହିଁ ହେଉଛି ଭାରତର ମୁଖ୍ୟ ଏବଂ ସବୁଠାରୁ ବଡ ଭୁଲ୍ । ଶ୍ରୀକୃଷ୍ଣଙ୍କୁ
କେହି ପିତା କହିପାରିବେ ନାହିଁ । ସମ୍ପତ୍ତି ତ ପିତାଙ୍କଠାରୁ ହିଁ ମିଳିଥାଏ ଏବଂ ଭାରତକୁ ହିଁ
ମିଳିଥିଲା । ଭାରତରେ ହିଁ ଶ୍ରୀକୃଷ୍ଣଙ୍କୁ ରାଜକୁମାର ଏବଂ ରାଧାଙ୍କୁ ରାଜକୁମାରୀ ରୂପରେ ଗାୟନ
କରାଯାଉଛି । ସବୁ ମହିମା ସର୍ବୋଚ୍ଚ ଏକମାତ୍ର ଶିବବାବାଙ୍କର ହିଁ ଅଟେ । ଶ୍ରୀକୃଷ୍ଣ ହେଉଛନ୍ତି
ସର୍ବଶ୍ରେଷ୍ଠ ରଚନା, ବିଶ୍ୱର ମାଲିକ । ସେମାନଙ୍କୁ କୁହାଯାଏ ସୂର୍ଯ୍ୟବଂଶୀ ଦୈବୀ ରାଜବଂଶ । ଗୀତା
ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର । ସତ୍ୟଯୁଗରେ ତ କାହାକୁ ଜ୍ଞାନ ଶୁଣାଇ
ନାହାଁନ୍ତି । ସଙ୍ଗମଯୁଗରେ ହିଁ ବାବା ଜ୍ଞାନ ଶୁଣାଇଛନ୍ତି । ଚିତ୍ର ଦ୍ୱାରା ହିଁ ପ୍ରଥମେ ଏହି
କଥାକୁ ପ୍ରମାଣିତ କରିବାକୁ ହେବ । ଦୁହିଁଙ୍କର ଚିତ୍ର ଦିଆଯାଇଛି, ଗୀତାର ଭଗବାନ ଶିବବାବା,
ରଚୟିତା, ଯିଏକି ପୁନର୍ଜନ୍ମ ରହିତ ଅଟନ୍ତି, ଗୀତା ଜ୍ଞାନଦାତା ଶ୍ରୀକୃଷ୍ଣ ନୁହଁନ୍ତି ଯିଏକି
ତାଙ୍କର ରଚନା ଅଟନ୍ତି । ତୁମେ ଜାଣିଛ ଶିବବାବା ହିଁ ଆମକୁ ହୀରା ତୁଲ୍ୟ କରୁଛନ୍ତି । ଗାୟନ ମଧ୍ୟ
ହେଉଛି-ହୀରାତୁଲ୍ୟ, କଉଡି ତୁଲ୍ୟ । ପିଲାମାନଙ୍କର ବୁଦ୍ଧିରେ ଏହି କଥା ରହିବା ଉଚିତ୍ ଯେ
ବାବାଙ୍କର ନିର୍ଦ୍ଦେଶ ହେଲା - ତୁମେ ମୋତେ ଏବଂ ମୋର ସମ୍ପତ୍ତିକୁ ମନେ ପକାଅ । ସିଏ ହେଲେ ବେହଦର
ପିତା । ଶ୍ରୀକୃଷ୍ଣ ତ ହେଲେ ହଦର ମାଲିକ । ଯଦିଓ ସେ ବିଶ୍ୱର ରାଜା ହେଉଛନ୍ତି କିନ୍ତୁ ଶିବବାବା
ତ ରାଜା ନୁହଁନ୍ତି ନା । ବାସ୍ତବରେ ଗୀତାର ବହୁତ ମହିମା ରହିଛି । ତା ସହିତ ଭାରତର ମଧ୍ୟ ବହୁତ
ମହିମା ରହିଛି । ଭାରତ ସବୁ ଧର୍ମାବଲମ୍ବୀମାନଙ୍କର ବଡ ବଡ ତୀର୍ଥସ୍ଥଳୀ ଅଟେ । କେବଳ
ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଥିବା କାରଣରୁ ସବୁ ମହତ୍ତ୍ୱ ସରିଯାଇଛି । ଏହି କାରଣରୁ ଭାରତ କଉଡି
ତୁଲ୍ୟ ହୋଇଯାଇଛି । ଯଦିଓ ସବୁ କିଛି ଡ୍ରାମା ଅନୁସାରେ ହେଉଛି କିନ୍ତୁ ସାବଧାନ ମଧ୍ୟ କରିବାକୁ
ପଡୁଛି । ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି । ଦିନକୁ ଦିନ ଗହନରୁ ଗହନ କଥା ଶୁଣାଇ ଚାଲିଛନ୍ତି,
ତେଣୁ ପୁରୁଣା ଚିତ୍ରଗୁଡିକୁ ପରିବର୍ତ୍ତନ କରି ନୂଆ ତିଆରି କରିବାକୁ ପଡୁଛି । ଏହିଭଳି ତ ଶେଷ
ପର୍ଯ୍ୟନ୍ତ ହେଉଥିବ । ପିଲାମାନଙ୍କୁ ଏହା ଭଲ ଭାବରେ ବୁଦ୍ଧିରେ ରଖିବା ଉଚିତ୍ ଯେ ଶିବବାବା ଆମକୁ
ସମ୍ପତ୍ତି ଦେଉଛନ୍ତି । କହୁଛନ୍ତି କେବଳ ମୋତେ ମନେ ପକାଅ ତେବେ ବିକର୍ମ ବିନାଶ ହେବ ।
ଶ୍ରୀକୃଷ୍ଣଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ ନାହିଁ । ସିଏତ ସର୍ବଶକ୍ତିମାନ ନୁହଁନ୍ତି ।
ସର୍ବଶକ୍ତିମାନ ବାବା ଅଟନ୍ତି, ସମ୍ପତ୍ତି ମଧ୍ୟ ବାବା ଦେଉଛନ୍ତି । ମନୁଷ୍ୟ, କୃଷ୍ଣଙ୍କୁ ହିଁ
ସ୍ମରଣ କରିଚାଲିଛନ୍ତି । ଆଚ୍ଛା, ଧରିନିଅ କୃଷ୍ଣ କହିଛନ୍ତି । ତେବେ ସିଏ ବି କହୁଛନ୍ତି ଦେହର
ସମ୍ବନ୍ଧକୁ ଛାଡି କେବଳ ମୋତେ ମନେ ପକାଅ । ଆତ୍ମା ତ ବାବାଙ୍କୁ ମନେ ପକାଇବ ନା । କୃଷ୍ଣ ତ ସବୁ
ଆତ୍ମାଙ୍କର ପିତା ନୁହଁନ୍ତି । ଏହି ସବୁ କଥାକୁ ବିଚାର ସାଗର ମନ୍ଥନ କରି ବୁଦ୍ଧିରେ ଧାରଣ କରିବା
ଦରକାର । କେହି କେହି ମୋହରେ ଫସି ଯାଇଥିବା କାରଣରୁ ଜ୍ଞାନକୁ ଧାରଣ କରିପାରୁ ନାହାଁନ୍ତି ।
ତୁମେମାନେ ଗାୟନ କରିଆସିଛ ଯେ ଅନ୍ୟସବୁ ସଙ୍ଗ ଛାଡି ଆପଣଙ୍କ ସହିତ ସଙ୍ଗ ଯୋଡିବୁ । ମୋର ତ ଜଣଙ୍କ
ଛଡା, ଅନ୍ୟ କେହି ନାହାଁନ୍ତି । କିନ୍ତୁ ମୋହ ଏଭଳି ବିକାର ଯାହାକି ଏକଦମ ମାଙ୍କଡ ଭଳି କରିଦେଉଛି
। ମାଙ୍କଡ ଭିତରେ ଲୋଭ ଏବଂ ମୋହ ବହୁତ ରହିଥାଏ । ସାହୁକାରମାନଙ୍କୁ ମଧ୍ୟ ବୁଝାଯାଉଛି ଯେ
ବର୍ତ୍ତମାନ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ତେଣୁ ଯାହା କିଛି ଅଛି ତାକୁ ଈଶ୍ୱରୀୟ ସେବାରେ
ଲଗାଇ ନିଜର ଭବିଷ୍ୟତକୁ ସୁଖମୟ କର । କିନ୍ତୁ ମାଙ୍କଡ ଭଳି ମୋହଗ୍ରସ୍ତ ହୋଇ ରହୁଛନ୍ତି, ଛାଡୁ
ନାହାଁନ୍ତି । ବାବା କହୁଛନ୍ତି - ଦେହ ସହିତ ଦେହର ସର୍ବ ସମ୍ବନ୍ଧ ଯାହା ବି ରହିଛି ସେ ସବୁଥିରୁ
ବୁଦ୍ଧିଯୋଗ ତୁଟେଇ ଦିଅ । ବାବାଙ୍କ ଶ୍ରୀମତରେ ଚାଲ । ତୁମେ କହୁଛ - ଏହି ଧନ, ପିଲାଛୁଆ ଇତ୍ୟାଦି
ସବୁ କିଛି ଈଶ୍ୱର ଦେଇଛନ୍ତି । ଏବେ ସିଏ ନିଜେ ଆସିଛନ୍ତି, କହୁଛନ୍ତି - ତୁମର ଏହି ଧନ ଦୌଲତ ଆଦି
ସବୁକିଛି ବିନାଶ ହେବାକୁ ଯାଉଛି । ଗାୟନ ଅଛି - କାହାର ଧୂଳିରେ ଦବି ରହିବ... ଭୂମିକମ୍ପ ଆଦି
ହେବ, ଏ ସବୁ ବିନାଶ ହୋଇଯିବ । ଯେତେବେଳେ କେଉଁଠି ଉଡାଜାହାଜ ଆଦି ଖସିପଡେ ବା କେଉଁଠି ନିଆଁ
ଲାଗିଯାଏ ତେବେ ପୋଲିସ୍ ଆସିବା ପୂର୍ବରୁ ପ୍ରଥମେ ଚୋରମାନେ ପଶି ଯାଇଥାନ୍ତି । ତେଣୁ ବାବା
ବୁଝାଉଛନ୍ତି - ପିଲାମାନେ, ଦେହଧାରୀମାନଙ୍କଠାରୁ ମୋହ ତୁଟେଇ ଦେବା ଉଚିତ୍ । ମୋହଜୀତ୍ ହେବାକୁ
ପଡିବ । ଦେହ ଅଭିମାନ ହେଲା ସବୁଠାରୁ ଏକ ନମ୍ବରର ଶତ୍ରୁ । ଦେବତାମାନେ ଦେହୀ-ଅଭିମାନୀ ଅଟନ୍ତି ।
ଦେହ-ଅଭିମାନ ଆସିବା କାରଣରୁ ହିଁ ବିକାରରେ ବାନ୍ଧି ହୋଇଯାଇଥାଆନ୍ତି । ତୁମେ ଅଧାକଳ୍ପ
ଦେହ-ଅଭିମାନୀ ହୋଇ ରହୁଛ । ଏବେ ଦେହୀ-ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ । ଯିଏବି
ମନୁଷ୍ୟମାନେ ଅଛନ୍ତି କେହି ବି ଏହି ସବୁ କଥାକୁ ବିଲ୍କୁଲ ଜାଣିନାହାଁନ୍ତି । ନା ପରମାତ୍ମାଙ୍କୁ
ଜାଣିଛନ୍ତି । ଆତ୍ମା କ’ଣ, ପରମାତ୍ମା କ’ଣ, ଆତ୍ମା କେତେ ଜନ୍ମ ନେଉଛି, କିପରି ଅଭିନୟ କରୁଛି,
ଆମେ ସବୁ ଅଭିନେତା - ଏ ଜ୍ଞାନ କାହାକୁ ବି ଜଣାନାହିଁ, ସେଥିପାଇଁ ଅନାଥ ବା ମୁରବୀ ନ ଥିବା ପିଲା
କୁହାଯାଉଛି । ସେମାନେ ତ କହିଦେଉଛନ୍ତି ଆତ୍ମା ଜ୍ୟୋତିରେ ଲୀନ ହୋଇଯାଉଛି । କିନ୍ତୁ ଆତ୍ମା ତ
ଅବିନାଶୀ ଅଟେ । ଆତ୍ମାରେ ହିଁ ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି । କହୁଛନ୍ତି ମଧ୍ୟ ଆତ୍ମା
ତାରକା ସଦୃଶ ଅଟେ ତଥାପି ବି ବୁଝି ପାରୁ ନାହାଁନ୍ତି । ଆତ୍ମା ହିଁ ପରମାତ୍ମା ବୋଲି କହିଦେଉଛନ୍ତି,
ବାବାଙ୍କୁ ବିଲ୍କୁଲ୍ ଜାଣି ହିଁ ନାହାଁନ୍ତି । ଆତ୍ମା ପାଇଁ ମଧ୍ୟ କହୁଛନ୍ତି ଭ୍ରୃକୁଟୀ ମଝିରେ
ତାରା ଚମକୁଛି । ପରମାତ୍ମାଙ୍କ ପାଇଁ ଏଭଳି କିଛି କୁହାଯାଏ ନାହିଁ । ତାଙ୍କୁ ପରମାତ୍ମା ହିଁ
କୁହାଯାଏ ଏବଂ ସିଏ ମଧ୍ୟ ପରମଧାମରେ ରହୁଛନ୍ତି । ସିଏ ମଧ୍ୟ ବିନ୍ଦୁ ସ୍ୱରୂପ । କେବଳ ପୁନର୍ଜନ୍ମ
ରହିତ ଅଟନ୍ତି, ଆତ୍ମାମାନେ ପୁନର୍ଜନ୍ମରେ ଆସୁଛନ୍ତି । ପରମାତ୍ମାଙ୍କ ପାଇଁ କୁହାଯାଏ ଜ୍ଞାନର
ସାଗର, ଆନନ୍ଦର ସାଗର, ପବିତ୍ରତାର ସାଗର । ଦେବତାମାନଙ୍କୁ ଏହି ସ୍ୱର୍ଗର ସମ୍ପତ୍ତି କିଏ ଦେଲା?
ବାବା ହିଁ ଦେଇଛନ୍ତି । ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ...... ଏହି ଦେବତାମାନଙ୍କ ଭଳି
ଏବେ କେହି ବି ନାହାଁନ୍ତି । ସେମାନଙ୍କୁ ଏହି ସମ୍ପତ୍ତି କିପରି ମିଳିଲା, ଏହି କଥା କାହାକୁ
ଜଣାନାହିଁ । ବାବା ହିଁ ଆସି ବୁଝାଉଛନ୍ତି, ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି । ସିଏ ଏହି
ସମୟରେ ଆସି ଜ୍ଞାନ ଦେଉଛନ୍ତି । ଭବିଷ୍ୟତରେ ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯିବ । ତାପରେ ଭକ୍ତି
ଆରମ୍ଭ ହେବ, ତାକୁ ଜ୍ଞାନ କୁହାଯାଇପାରିବ ନାହିଁ । ଜ୍ଞାନ ଦ୍ୱାରା ତ ସଦ୍ଗତି ହୋଇଥାଏ ।
ଯେତେବେଳେ ଦୁର୍ଗତି ହେବ, ସେତେବେଳେ ଯାଇ ସମସ୍ତଙ୍କର ସଦ୍ଗତି ଦାତା, ଜ୍ଞାନର ସାଗର ଆସିବେ ।
ବାବା ହିଁ ଆସି ଜ୍ଞାନ ସ୍ନାନ କରାଉଛନ୍ତି । ତାହା ତ ପାଣିର ସ୍ନାନ ଅଟେ, ତାହା ଦ୍ୱାରା ସଦ୍ଗତି
ହୋଇ ପାରିବ ନାହିଁ । ଏହି ଅଳ୍ପ କିଛି କଥାକୁ ହିଁ ଧାରଣ କରିବା ଦରକାର । ଯେଉଁ ସବୁ ଭଲ ଭଲ
ମୁଖ୍ୟ ଚିତ୍ର ରହିଛି, ସେଗୁଡିକ ବଡ ବଡ ଆକାରରେ ତିଆରି ହେବା ଦରକାର ଯାହାଦ୍ୱାରା କେହି ବି ଭଲ
ଭାବରେ ବୁଝିପାରିବ । ଲେଖାଗୁଡିକ ମଧ୍ୟ ବହୁତ ସ୍ପଷ୍ଟ ହେବା ଦରକାର । ଚିତ୍ର ତିଆରି
କରିଲାବାଲାଙ୍କୁ ଏ କଥା ବୁଦ୍ଧିରେ ରଖିବା ଉଚିତ୍ । ଯଦି କାହାକୁ ବି ନିମନ୍ତ୍ରଣ ଦେଇ ଡାକିବାର
ଅଛି ତେବେ ଲେଖିଦିଅ ଯେ ଏଠାକୁ ଆସି ପରମପିତା ପରମାତ୍ମାଙ୍କର ପରିଚୟ ପ୍ରାପ୍ତ କର ଏବଂ ଭବିଷ୍ୟତ
୨୧ ଜନ୍ମ ପାଇଁ ବାବାଙ୍କଠାରୁ ସମ୍ପତ୍ତି ନିଅ । ଭାଇମାନେ-ଭଉଣୀମାନେ ପାରଲୌକିକ ପିତାଙ୍କଠାରୁ
ବେହଦ ସୁଖର ସ୍ୱରାଜ୍ୟ କିପରି ମିଳୁଛି - ତାହା ଆସି ବୁଝ । ବେହଦ ବାବାଙ୍କଠାରୁ ସମ୍ପତ୍ତି ନେବା
ଶିଖ, ଏଥିରେ ଡରିବାର ତ କିଛି କଥା ହିଁ ନାହିଁ । ସମସ୍ତେ ଡାକି ଚାଲିଛନ୍ତି - ହେ ପତିତ-ପାବନ ଆସ
। ବାବା ମଧ୍ୟ କହୁଛନ୍ତି - କାମ ବିକାର ମହାଶତ୍ରୁ ଅଟେ । ପବିତ୍ର ଦୁନିଆକୁ ଯିବାକୁ ହେଲେ
ପବିତ୍ର ନିଶ୍ଚିତ ହେବାକୁ ପଡିବ । ପତିତ ସେମାନଙ୍କୁ କୁହାଯାଏ ଯେଉଁମାନେ ବିକାରରୁ ଜନ୍ମ
ନେଇଥାନ୍ତି । ସତ୍ୟଯୁଗ-ତ୍ରେତା ଯୁଗରେ ବିଷୟ ବିକାର ନ ଥାଏ, ତାକୁ ହିଁ କୁହାଯାଏ ସମ୍ପୂର୍ଣ୍ଣ
ନିର୍ବିକାରୀ ଦୁନିଆ । କୌଣସି ବିକାର ହିଁ ନ ଥାଏ । ତେବେ ଏ ସବୁ ତୁମେ କାହିଁକି ପଚାରୁଛ -
ସେଠାରେ ସନ୍ତାନ କିପରି ଜନ୍ମ ହେବେ? ତୁମେ ପ୍ରଥମେ ନିର୍ବିକାରୀ ତ ହୁଅ । ସନ୍ତାନ ଯେପରି ହେବାର
ଥିବ ସେହିପରି ହେବ । ତୁମେ ଏ ସବୁ କଥା କାହିଁକି ପଚାରୁଛ? ତୁମେ ବାବାଙ୍କୁ ମନେ ପକାଅ, ତେବେ
ତୁମର ଜନ୍ମ ଜନ୍ମାନ୍ତରର ବିକର୍ମ ବିନାଶ ହୋଇଯିବ । ଏହା ହେଉଛି ହିଁ ପାପାତ୍ମାମାନଙ୍କର ଦୁନିଆ ।
ତାହା ହେଲା ପୁଣ୍ୟ ଆତ୍ମାମାନଙ୍କର ଦୁନିଆ । ଏହି କଥା ଭଲ ଭାବରେ ବୁଦ୍ଧିରେ ଧାରଣ କରିବାକୁ ହେବ
। ଭକ୍ତିର ଫଳ ଭଗବାନ ଆସି ଦେଉଛନ୍ତି । ବାବା ହିଁ ସମସ୍ତଙ୍କର ସଦ୍ଗତି କରି ସ୍ୱର୍ଗର ମାଲିକ
କରୁଛନ୍ତି । ବାବା କହୁଛନ୍ତି - ଏବେ ପବିତ୍ର ହୁଅ, କେବଳ ମୋତେ ମନେ ପକାଅ, ଏହା ହେଉଛି
ମହାମନ୍ତ୍ର । ବାବାଙ୍କଠାରୁ ନିଶ୍ଚିତ ସମ୍ପତ୍ତି ମିଳିବ । ବାବା କହୁଛନ୍ତି - ତୁମେ ମୋତେ ମନେ
ପକାଅ ତେବେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । ତୁମକୁ ସିଢି ଚିତ୍ର ସମ୍ବନ୍ଧରେ ବୁଝାଇବାକୁ ହେବ ।
ଦିନକୁ ଦିନ ପ୍ରତ୍ୟେକ ଜିନିଷ ସୁଧୁରି ଚାଲିଛି, ଏଥିରେ ସ୍ପଷ୍ଟ ଭାବରେ ଲେଖିବା ଦରକାର ।
ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି । ଯେତେବେଳେ ଆଦି ସନାତନ
ଦେବୀ ଦେବତା ଧର୍ମ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ଯେଉଁମାନେ ପବିତ୍ର ହେଉଛନ୍ତି
ସେହିମାନେ ହିଁ ପବିତ୍ର ଦୁନିଆକୁ ଆସିବେ । ଯେତେ ଶକ୍ତି ତୁମ ଭିତରେ ଭରପୁର ହେବ, ତୁମେ
ସତ୍ୟଯୁଗରେ ସେତେ ଆରମ୍ଭରୁ ଆସିବ । ସମସ୍ତେ ଏକାବେଳେ ତ ଆସିବେ ନାହିଁ । ଏହି କଥା ତ ଜାଣିଛ ଯେ
ସତ୍ୟଯୁଗ-ତ୍ରେତା ଯୁଗରେ ଦେବୀ-ଦେବତା ବହୁତ ଅଳ୍ପ ଥାଆନ୍ତି, ପରେ ପୁଣି ବୃଦ୍ଧି ପ୍ରାପ୍ତ
ହୁଅନ୍ତି । ପ୍ରଜା ତ ବହୁତ ଥିବେ । ଏହି ସବୁ କଥା ବୁଝାଇଲାବାଲା ମଧ୍ୟ ବହୁତ ବୁଦ୍ଧିମାନ ହେବା
ଦରକାର । କୁହ, ବେହଦ ବାବାଙ୍କଠାରୁ ଆସି ସମ୍ପତ୍ତି ନିଅ, ଯାହାଙ୍କୁ ଡାକୁଛ ହେ ବାବା, ତାଙ୍କର
ବାସ୍ତବିକ ନାମ ହିଁ ଶିବ ଅଟେ । ଈଶ୍ୱର ବା ପ୍ରଭୁ, ଭଗବାନ କହିବା ଦ୍ୱାରା ଏ କଥା ବୁଝିପାରୁ
ନାହାଁନ୍ତି ଯେ ସିଏ ଆମର ପିତା ଅଟନ୍ତି, ତାଙ୍କଠାରୁ ସମ୍ପତ୍ତି ମିଳୁଛି । ଶିବବାବା କହିବା
ଦ୍ୱାରା ତାଙ୍କର ସମ୍ପତ୍ତି ମନେ ପଡୁଛି । ତାଙ୍କୁ କହୁଛନ୍ତି ଶିବ ପରମାତ୍ମାୟେ ନମଃ, ତେବେ
ପରମାତ୍ମାଙ୍କର ନାମ ତ କୁହ । ନାମ ରୂପଠାରୁ ଅଲଗା କୌଣସି ବସ୍ତୁ ହିଁ ନାହିଁ । ତାଙ୍କର ନାମ ତ
ଶିବ ଅଟେ । କେବଳ ଶିବାୟ ନମଃ ମଧ୍ୟ କହିବାର ନାହିଁ, ଶିବ ପରମାତ୍ମାୟେ ନମଃ କହିବା ଉଚିତ୍ ।
ପ୍ରତ୍ୟେକ ଶବ୍ଦକୁ ବହୁତ ଭଲ ଭାବରେ ସ୍ପଷ୍ଟ କରି ବୁଝାଇବାକୁ ହେବ । ଶିବାୟ ନମଃ କହିବା ଦ୍ୱାରା
ମଧ୍ୟ ପିତା ସମ୍ବନ୍ଧର ଖୁସିର ଅନୁଭବ ହୁଏ ନାହିଁ । ମନୁଷ୍ୟମାନେ ନିଜ ପାଇଁ ସବୁ ନାମ ରଖି
ଦେଇଛନ୍ତି । ତୁମେ ଜାଣିଛ ମନୁଷ୍ୟକୁ କେବେ ଭଗବାନ କୁହାଯିବ ନାହିଁ । ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯାଏ । ରଚୟିତା ପିତା ତ ଜଣେ ମାତ୍ର ନିରାକାର ହିଁ ଅଟନ୍ତି । ଯେପରି
ଲୌକିକ ପିତା ସନ୍ତାନମାନଙ୍କୁ ରଚନା କରୁଛନ୍ତି ଓ ସମ୍ପତ୍ତି ଦେଉଛନ୍ତି, ସେହିପରି ବେହଦର ପିତା
ମଧ୍ୟ ସମ୍ପତ୍ତି ଦେଉଛନ୍ତି । ଭାରତକୁ ବିଶ୍ୱର ମାଲିକ କରୁଛନ୍ତି । ସାରା ଦୁନିଆର ପତିତ ପାବନ
ଏକମାତ୍ର ବାବା ହିଁ ଅଟନ୍ତି । ଏ କଥା କ’ଣ କାହାକୁ କି ଜଣା ଅଛି କି ଆମର ଧର୍ମସ୍ଥାପକ ମଧ୍ୟ ଏହି
ସମୟରେ ପତିତ ଅଟନ୍ତି, ଦେହ ରୂପି କବରର ଅଧିନ ହୋଇଯାଇଛନ୍ତି । ଏବେ ସମସ୍ତଙ୍କର ମହାବିନାଶର ସମୟ
। ବାବା ହିଁ ଆସି ସମସ୍ତଙ୍କୁ ଉଠାଉଛନ୍ତି । ମହାବିନାଶ ସମୟରେ ହିଁ ଭଗବାନ ଆସିଥା’ନ୍ତି । ସିଏ
ହିଁ ଜ୍ଞାନର ସାଗର ଅଟନ୍ତି । ଲେଖା ହୋଇଛି - ସାଗରଙ୍କର ସନ୍ତାନମାନେ ଭସ୍ମୀଭୂତ ହୋଇଯାଇଥିଲେ
ଅର୍ଥାତ୍ କାମ ଅଗ୍ନିରେ ବସି ପତିତ କଳା, ଲୌହଯୁଗୀ ହୋଇଯାଇଥିଲେ, ତେବେ ପୁଣି ସୁନ୍ଦର କିପରି ହେବେ?
ବାବା କହୁଛନ୍ତି ଯୋଗର ଯାତ୍ରା ଦ୍ୱାରା । ଯୋଗ ଅକ୍ଷର କହିବା ଦ୍ୱାରା ମନୁଷ୍ୟ ଦ୍ୱନ୍ଦ୍ୱରେ
ପଡିଯାଉଛନ୍ତି । ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ଯାଇ “ଅନ୍ତ ମତି ସୋ ଗତି” ହେବ । କେତେ
ସହଜ ଭାବେ ବୁଝାଉଛନ୍ତି ପୁଣି ବି ଏହି କଥା ବୁଦ୍ଧିରେ କାହିଁକି ଧାରଣ ହେଉନାହିଁ? ଦେହ-ଅଭିମାନ
ବହୁତ ରହିଛି ସେଥିପାଇଁ ଧାରଣା ହେଉନାହିଁ । ବାବା ବହୁତ ଭଲ ଉପାୟ ଶୁଣାଉଛନ୍ତି । ବେହଦର ବାବା
ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି ସିଏ ଆସି କ’ଣ କରିଥିଲେ! ଭାରତକୁ ସ୍ୱର୍ଗ କରିଥିଲେ । ବିନାଶୀ
ସମ୍ପତ୍ତି ଲୌକିକ ପିତାଙ୍କଠାରୁ ତ ଜନ୍ମ-ଜନ୍ମାନ୍ତର ନେଇ ଆସିଛ । ଏବେ ବେହଦ ବାବାଙ୍କଠାରୁ ୨୧
ଜନ୍ମ ପାଇଁ ବେହଦର ସମ୍ପତ୍ତି ନିଅ । ସତ୍ୟଯୁଗ-ତ୍ରେତା ଯୁଗରେ ଦେବତାମାନେ ରାଜତ୍ୱ କରୁଥିଲେ ।
ସୂର୍ଯ୍ୟବଂଶୀ ପୁଣି ଚନ୍ଦ୍ରବଂଶୀ, ସୋ ବୈଶ୍ୟବଂଶୀ ପୁଣି ଶୂଦ୍ରବଂଶୀ .... ସୋ ଅକ୍ଷର ଲେଖିବା
ଦ୍ୱାରା ପ୍ରମାଣିତ ହେଉଛି ଯେ ସେହିମାନେ ହିଁ ପୁନର୍ଜନ୍ମ ନେଉଛନ୍ତି, ବର୍ଣ୍ଣରେ ଆସୁଛନ୍ତି ।
ବାବା ତ ସମସ୍ତଙ୍କୁ ବୁଝାଉଛନ୍ତି, ତୁମେ ସମ୍ମୁଖରେ ବସିଛ, ତେଣୁ ଖୁସି ହେଉଛ । କାହା କାହାର
ଭାଗ୍ୟରେ ନାହିଁ, ତେଣୁ ସେବା କରୁନାହାଁନ୍ତି । ଯଦି ସେବା କରିବ ତେବେ ତୁମର ନାମ ବିଖ୍ୟାତ
ହୋଇଯିବ । ସମସ୍ତେ କହିବେ ବାବାଙ୍କର କନ୍ୟାମାନେ କେତେ ହୁସିଆର ଅଟନ୍ତି, ସବୁ କାମ କରୁଛନ୍ତି ।
ଆମକୁ ସ୍ୱର୍ଗର ରାଜ୍ୟ ଭାଗ୍ୟର ସମ୍ପତ୍ତି ଦେଉଛନ୍ତି । ଏହି ଜ୍ଞାନ ରୂପୀ ସାମଗ୍ରୀ ମଧ୍ୟ
ଦେଉଛନ୍ତି । ଏହି ଚିତ୍ର ଗୁଡିକ ଅନ୍ଧମାନଙ୍କ ପାଇଁ ଦର୍ପଣ ସଦୃଶ ଅଟେ, ଏଥିରେ ଜାଦୁ ଆଦିର କିଛି
କଥା ହିଁ ନାହିଁ । ପବିତ୍ରତାର କଥା ହିଁ ମୁଖ୍ୟ । ଭାବୁଛନ୍ତି ଏହା ଅନ୍ତିମ ଜନ୍ମ, ସ୍ୱର୍ଗକୁ
ଯିବାକୁ ହେଲେ ପବିତ୍ର ନିଶ୍ଚିତ ହେବାକୁ ପଡିବ । ବିନାଶ ସମ୍ମୁଖରେ ଛିଡା ହୋଇଛି, ସେଥିପାଇଁ
ପବିତ୍ର ନିଶ୍ଚିତ ହେବାକୁ ପଡିବ । ସନ୍ନ୍ୟାସୀମାନେ ପବିତ୍ର ହେବା ପାଇଁ ଘରଦ୍ୱାର ଛାଡି
ଦେଇଥାନ୍ତି । ବାବା କହୁଛନ୍ତି - ବିନାଶ ସମ୍ମୁଖରେ ଦଣ୍ଡାୟମାନ, ମୋତେ ମନେ ପକାଅ ତେବେ ତୁମର
ନୌକା ପାର ହୋଇଯିବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବିନାଶ
ପୂର୍ବରୁ ନିଜର ସବୁ କିଛି ସଫଳ କରିବାକୁ ହେବ । ଏହା ମହା ବିନାଶର ସମୟ, ସେଥିପାଇଁ ପବିତ୍ର
ନିଶ୍ଚିତ ହେବାକୁ ପଡିବ ।
(୨) ଦେହଧାରୀମାନଙ୍କଠାରୁ
ମୋହ ତୁଟେଇ ମୋହଜିତ୍ ହେବାକୁ ପଡିବ । ଦେହ-ଅଭିମାନ ଯାହାକି ପ୍ରଥମ ନମ୍ବରର ଶତ୍ରୁ ତା’ ଉପରେ
ବିଜୟ ପ୍ରାପ୍ତ କରିବାକୁ ହେବ । ଅନ୍ୟ ସବୁ ସଙ୍ଗକୁ ତୁଟେଇ ଏକମାତ୍ର ବାବାଙ୍କ ସହିତ ବୁଦ୍ଧିଯୋଗ
ଯୋଡିବାକୁ ହେବ ।
ବରଦାନ:-
ଯୋଗ ରୂପକ
ମନ୍ତ୍ର ଦ୍ୱାରା ସଂକଳ୍ପ ଏବଂ କର୍ମରେ ଅବିନାଶୀ ସିଦ୍ଧି ପ୍ରାପ୍ତ କରୁଥିବା ସିଦ୍ଧି ସ୍ୱରୂପ ଭବ
।
ତୁମେ ପିଲାମାନେ
ସର୍ବଶକ୍ତିବାନ ସରକାରଙ୍କର ସନ୍ଦେଶବାହକ ଅଟ, ସେଥିପାଇଁ କାହା ସହିତ ତର୍କ-ବିତର୍କ କରି ନିଜର
ମନକୁ ହଲଚଲ୍ କର ନାହିଁ, ଯୋଗ ରୂପୀ ମନ୍ତ୍ରକୁ କାମରେ ଲଗାଅ । ଯେପରି କେହି ଯଦି ବାଣୀ ଦ୍ୱାରା
ବା ଅନ୍ୟ କୌଣସି ଉପାୟ ଦ୍ୱାରା ଆୟତ୍ତକୁ ଆସନ୍ତି ନାହିଁ ତେବେ ତାଙ୍କ ପାଇଁ ମନ୍ତ୍ର-ଯନ୍ତ୍ରର
ପ୍ରୟୋଗ କରିଥା’ନ୍ତି, କିନ୍ତୁ ତୁମ ପାଖରେ ତ ଆତ୍ମିକ ଦୃଷ୍ଟିର ନେତ୍ର ଏବଂ ମନମନାଭବର ମନ୍ତ୍ର
ଅଛି ଯାହାଦ୍ୱାରା ତୁମେମାନେ ନିଜର ସଂକଳ୍ପ ଉପରେ ସିଦ୍ଧି ପ୍ରାପ୍ତ କରି ସିଦ୍ଧି ସ୍ୱରୂପ
ହୋଇପାରିବ ।
ସ୍ଲୋଗାନ:-
ଆକ୍ସନ୍ କନ୍ସସ୍
ଅର୍ଥାତ୍ କର୍ମ ଅଭିମାନୀ ହେବା ପରିବର୍ତ୍ତେ ଆତ୍ମ ଅଭିମାନୀ ହୁଅ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଏକରସ ଶବ୍ଦର ଅର୍ଥ ଏହା
ନୁହେଁ ଯେ ପୁରୁଷାର୍ଥର ବେଗ ସର୍ବଦା ଏକାଭଳି ରହିଥିବ । ଏକରସର ଅର୍ଥ ହେଲା ସର୍ବଦା ଉଡିବାକଳାର
ଅନୁଭୂତି ହେଉଥିବ । ସର୍ବ ସମ୍ବନ୍ଧର ଅବିନାଶୀ ତାର ଜଣଙ୍କ ସହିତ ଲାଗି ରହିଥିବ । ଏକମାତ୍ର ବାବା
ଦ୍ୱିତୀୟ କେହି ନୁହେଁ - ଏହି ସଂକଳ୍ପ ଦୃଢ ରହିଥିବ, କୌଣସି ଗୋଟିଏ ସମ୍ବନ୍ଧ ମଧ୍ୟ କମ୍ ନ ଥିବ,
ସର୍ବ ସମ୍ବନ୍ଧର ଡୋର ଯଦି ଜଣଙ୍କ ସହିତ ବାନ୍ଧି ହୋଇ ରହିଥିବ, ତେବେ ଏକରସ ସ୍ଥିତି ଆପେ ଆପେ
ରହିବ ।