30.08.26 Avyakt Bapdada Odia Murli 13.04.2011 Om Shanti Madhuban
“ଜ୍ୱାଳାମୁଖୀ ଅଗ୍ନି
ସ୍ୱରୂପ ଯୋଗର ଶକ୍ତି ଦ୍ୱାରା ସଂସ୍କାର ଗୁଡିକର ସଂସ୍କାର କର, ନିଜର ଚାଳିଚଳନ, ଚେହେରା, ଦୃଷ୍ଟି,
ବୃତ୍ତି ଏବଂ ସଂକଳ୍ପ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କର ।”
ଆଜି ପିଲାମାନଙ୍କର
ସ୍ନେହ, ସ୍ନେହର ସାଗରକୁ ମଧ୍ୟ ନିଜ ପାଖକୁ ଡାକି ଆଣିଛି । ବାପଦାଦାଙ୍କୁ ଖୁସି ଲାଗୁଛି ଯେ
ପିଲାମାନଙ୍କର ବାବାଙ୍କ ପ୍ରତି ବହୁତ ଭଲ ଆନ୍ତରିକ ସ୍ନେହ ରହିଛି ଏବଂ ସଦାସର୍ବଦା ଏହି ସ୍ନେହ
ଆଧାରରେ ବାବାଙ୍କ ସମାନ ନିଶ୍ଚିତ ହୋଇଯିବେ । ଏମିତି ବି ବାପଦାଦା ମଧ୍ୟ ଏହି ସ୍ନେହର ବିଷୟରେ
ପିଲାମାନଙ୍କୁ ଆଗରେ ରଖିଛନ୍ତି । ତେବେ ଆଜି ପିଲାମାନେ ନିଜର ସ୍ନେହ ରୂପକ ତାରରେ ବାନ୍ଧି
ସ୍ନେହର ସାଗରକୁ ମଧୁବନକୁ ବିଶେଷ ଭାବରେ ଡାକି ଆଣିଛନ୍ତି । ଏହିଭଳି ସ୍ନେହ ସଦା ସର୍ବଦା ଜାଗ୍ରତ
ରହିଥାଉ । ଦିଲାରାମ ବାବାଙ୍କ ପାଖରେ ପିଲାମାନଙ୍କର ଦିଲ୍ର ସ୍ନେହ ସଦାସର୍ବଦା ପହଞ୍ଚିବାରେ
ଲାଗିଛି କିନ୍ତୁ କ୍ରମାନ୍ୱୟ ହିସାବରେ ନିଶ୍ଚିତ ଅଛି । ବାବା ଏହି କଥା ଚାହୁଛନ୍ତି ଯେ, ସ୍ନେହର
ଲକ୍ଷଣ ହେଲା ସର୍ବଦା ସମସ୍ତଙ୍କର ଦିଲ୍ ଭିତରେ ଦିଲାରାମ ବାବା ସାଥୀରେ ରହିଥାଆନ୍ତୁ, କୌଣସି ବି
ସନ୍ତାନ ଏକୁଟିଆ ନ ରହୁ, ସର୍ବଦା ଯୁଗଳ ହୋଇ ରହିଥାଉ । ତେଣୁ ଚେକ୍ କର ଯେ ସର୍ବଦା ଯୁଗଳ ହୋଇ
ରହୁଛ, ନା କେବେ କେବେ ଏକୁଟିଆ ମଧ୍ୟ ହୋଇଯାଉଛ? କାହିଁକିନା ଏକୁଟିଆ ହେବା ଦ୍ୱାରା ମାୟା ମଧ୍ୟ
ସୁଯୋଗ ପାଇଯାଉଛି, ସେଥିପାଇଁ ବାପଦାଦା ସବୁବେଳେ କହୁଛନ୍ତି ଦିଲାରାମଙ୍କୁ ସର୍ବଦା ଦିଲ୍ ଭିତରେ
ରଖିଥାଅ । ଏହାକୁ କୁହାଯାଏ ସଚ୍ଚା ଏବଂ ସଦାକାଳର ସ୍ନେହ । ତେବେ କେବେ କେବେ ଏକୁଟିଆ ହୋଇଯାଉଛ,
ନା ସର୍ବଦା ସାଥୀରେ ରହୁଛ? ତେବେ ସବୁ ପିଲା ପ୍ରତିଜ୍ଞା କ’ଣ କରିଛ? ବିଶେଷ କରି ମଧୁବନ
ନିବାସୀମାନଙ୍କ ଭିତରେ ନିଶା ରହିଛି ଯେ ସାଥୀରେ ଅଛୁ, ସାଥୀରେ ଯିବୁ ଏବଂ ସାଥୀ ହୋଇ ରାଜ୍ୟ କରିବୁ
। ଏମିତି ତ ଯେଉଁମାନେ ବିଶେଷ କରି ବହୁତ ବହୁତ ମିଠା ନିମିତ୍ତ ହୋଇଥିବା ସନ୍ତାନମାନେ ଅଛନ୍ତି,
ସେମାନେ ତ ବାବାଙ୍କୁ ଦିଲ୍ର ସହିତ କଥା ଦେଇଛନ୍ତି ଏବଂ ଅଧିକାଂଶ ପିଲା ବାସ୍ତବିକ ରୂପରେ
କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି ଅର୍ଥାତ୍ ସର୍ବଦା ଯୁଗଳ ହୋଇ ରହୁଛନ୍ତି କିନ୍ତୁ ସମସ୍ତେ ସମାନ
ନୁହଁନ୍ତି । ତେବେ ବାବା ଚାହୁଛନ୍ତି ପ୍ରତ୍ୟେକ ସନ୍ତାନ ବିଶେଷ କରି ନିମିତ୍ତ ହୋଇଥିବା ମହାରଥୀ
ପିଲାମାନେ ତ ଅନ୍ୟମାନଙ୍କୁ ମଧ୍ୟ ନିଜର ଚେହେରା ଦ୍ୱାରା ବାବାଙ୍କର ସାକ୍ଷାତ୍କାର କରାଇ ପାରିବେ
। ସେମାନଙ୍କର ଚେହେରା ଏବଂ ଚାଲିଚଳନ ଦ୍ୱାରା ବାବାଙ୍କର ପ୍ରକାଶମୟ ଚେହେରା ଏବଂ ତା’ ସହିତ
ବାବାଙ୍କ ଭଳି ନ୍ୟାରା ପ୍ୟାରା ଚାଲିଚଳନର ସାକ୍ଷାତ୍ ହୋଇ ଚାଲିଛି ।
ବ୍ରହ୍ମାବାବାଙ୍କୁ ତ
ଦେଖିଛ, ବ୍ରହ୍ମାବାବା ଅନ୍ତିମ ସମୟ ପର୍ଯ୍ୟନ୍ତ ବାବାଙ୍କର ଶ୍ରୀମତ ଅନୁସାରେ ପ୍ରତ୍ୟେକ ମୁରଲୀରେ
କେତେ ଥର ବାବା ବାବା ଶବ୍ଦ କହିଛନ୍ତି, ଗଣତି କରି ଦେଖ ପ୍ରତ୍ୟେକ ମୁରଲୀରେ କେତେ ଥର ବାବା ବାବା
କହିଛନ୍ତି, ଏବଂ ନିଜର ଚେହେରା ଦ୍ୱାରା, ହାବଭାବ ଦ୍ୱାରା, ବାଣୀ ଦ୍ୱାରା, ବିଶେଷ କରି ନୟନ ଏବଂ
ମସ୍ତକ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରିଛନ୍ତି, ତୁମେମାନେ ତ ଅନୁଭବୀ ଅଟ ଯାହାକି
ବ୍ରହ୍ମାବାବାଙ୍କୁ ଦେଖିଲେ କ’ଣ ଅନୁଭବ ହେଉଥିଲା? ବାପଦାଦା । କେବଳ ବାବା ଶବ୍ଦ କେହି କହୁ ନଥିଲେ,
ସର୍ବଦା ସମସ୍ତଙ୍କ ମୁଖରୁ ବାପଦାଦା, ବାପଦାଦା ଶବ୍ଦ ଏକାଠି ବାହାରୁଥିଲା ଏବଂ ଅନୁଭବ ମଧ୍ୟ
ହେଉଥିଲା । ଏହିଭଳି ନିଜର ପିତାଙ୍କୁ ଅନୁକରଣ କର । ତୁମମାନଙ୍କର ଚେହେରା ଦ୍ୱାରା, ବାଣୀ ଦ୍ୱାରା,
ଚାଲିଚଳନ ଦ୍ୱାରା, ଦୃଷ୍ଟି ଦ୍ୱାରା ବାବାଙ୍କର ସ୍ମୃତି ସ୍ୱତଃ ହିଁ ଦେଖିବାବାଲାଙ୍କ ଭିତରେ
ଆସିଯାଉ । ଏବେ ବାବା ଦେଖୁଛନ୍ତି ଯେ ତୁମମାନଙ୍କ ଭିତରେ ଅଧିକାଂଶ ପିଲାଙ୍କର ଏହି ସଂକଳ୍ପ ରହିଛି
ଯେ ଆମେ ନିଜର ଚେହେରା ଦ୍ୱାରା ବା ବାଣୀ ଦ୍ୱାରା ବା କର୍ମ ଦ୍ୱାରା ବାବାଙ୍କୁ କିପରି ପ୍ରତ୍ୟକ୍ଷ
କରିବୁ । ତେଣୁ ଫଲୋ ଫାଦର କର । ଯେପରି ବ୍ରହ୍ମାବାବା ନିଜର ଚାଲିଚଳନ ତଥା ଚେହେରା ଦ୍ୱାରା,
ଦୃଷ୍ଟିଦ୍ୱାରା, ବୃତ୍ତି ଦ୍ୱାରା, ସଂକଳ୍ପ ଦ୍ୱାରା ସର୍ବଦା ବାବାଙ୍କୁ ପ୍ରତ୍ୟକ୍ଷ କରିଥିଲେ ।
ତୁମେମାନେ ତ ଅନୁଭବ କରିଛ ନା! ଏକୁଟିଆ ବ୍ରହ୍ମାଙ୍କୁ ଦେଖୁନଥିଲେ, ବାପଦାଦାଙ୍କୁ ହିଁ ଦେଖୁଥିଲେ
। କାରଣ କ’ଣ? ବ୍ରହ୍ମାବାବା ସର୍ବଦା ନିଜର ନୟନରେ, ମସ୍ତକରେ ବାବାଙ୍କୁ ସମାହିତ କରିନେଇଥିଲେ ।
ତେଣୁ ତୁମମାନଙ୍କର ମଧ୍ୟ ବିଶେଷ ଭାବରେ ବାପଦାଦାଙ୍କୁ ସମାହିତ କରିଥିବା ନୟନ, ମୁଖମଣ୍ଡଳ,
ଚାଲିଚଳନ ବାପଦାଦାଙ୍କୁ ପ୍ରତ୍ୟକ୍ଷ କରୁ । ତୁମର ପ୍ରତ୍ୟେକ ବାଣୀରେ ଶିଖାଇବାବାଲା ବାବା ଅନୁଭବ
ହୁଅନ୍ତୁ, ଇଏ ଯାହା ବି କହୁଛନ୍ତି ଏମାନଙ୍କୁ ଶିଖାଇବାବାଲା, ଏହାଙ୍କ ଭିତରେ ଶକ୍ତି ଭରିବାବାଲା
ସର୍ବଶକ୍ତିବାନ ବାବା ଅଟନ୍ତି, ବା ଭଗବାନ ଅଟନ୍ତି । ଏମାନେ ସବୁ ଭଗବାନଙ୍କର ସନ୍ତାନ,
ଭଗବାନଙ୍କର ଛାତ୍ର ଅଟନ୍ତି, ଭଗବାନଙ୍କର ଅନୁଗାମୀ ନୁହଁନ୍ତି କିନ୍ତୁ ପ୍ରତିପାଦରେ ପଦ୍ମର
ରୋଜଗାର ଜମା କରିବାବାଲା ଅଟନ୍ତି । ଏବେ ସମୟ ମଧ୍ୟ ତୁମମାନଙ୍କର ସହଯୋଗୀ ହେବା ପାଇଁ ପ୍ରସ୍ତୁତ
ଅଛି । ପରିସ୍ଥିତି ପରିବର୍ତ୍ତନ ହେଉଛି । ଯେଉଁ ପରିସ୍ଥିତି ନ ଚାହିଁଲେ ମଧ୍ୟ ଭଗବାନଙ୍କୁ ମନେ
ପକାଇ ଦେଉଛି । ତେବେ ଗୋଟିଏ ହେଲା ସମୟ ଏବଂ ଦ୍ୱିତୀୟରେ ତୁମେ ନିମିତ୍ତ ହୋଇଥିବା ଦୁଇଟିଯାକ
ଗ୍ରୃପର ବିଶେଷତା ରହିଛି, ଗୋଟିଏ ହେଲା ବିଶେଷ କରି ନିମିତ୍ତ ହୋଇଥିବା ମଧୁବନ ନିବାସୀମାନେ ଏବଂ
ଦ୍ୱିତୀୟରେ ବାବାଙ୍କ ଦ୍ୱାରା ନିମିତ୍ତ ହୋଇଥିବା ଆତ୍ମା ଯେଉଁମାନେକି ମିଟିଙ୍ଗରେ ଆସିଛନ୍ତି ।
ତେବେ ବାପଦାଦା
ଦେଖୁଛନ୍ତି ଯେ ମିଟିଙ୍ଗରେ ଆସିଥିବା ଅଧିକାଂଶ ପିଲାମାନଙ୍କର ଦିଲ୍ ଭିତରେ ଏହି ଉମଙ୍ଗ-ଉତ୍ସାହ
ରହିଛି ଯେ ମୋତେ ବାବାଙ୍କୁ ପ୍ରତ୍ୟକ୍ଷ କରିବାକୁ ହିଁ ହେବ । ଚାହେଁ ନିଜର ଚେହେରାର ଭାବ ଭଙ୍ଗୀ
ଦ୍ୱାରା, ବାଣୀ ଦ୍ୱାରା, ଚାହେଁ ଯେଉଁ ଆତ୍ମାମାନେ ସମ୍ବନ୍ଧ-ସମ୍ପର୍କରେ ମଧ୍ୟ ଅଛନ୍ତି, ଆଜିକାଲି
ତୁମମାନଙ୍କର ଆତ୍ମାମାନଙ୍କ ପ୍ରତି ରହିଥିବା କଲ୍ୟାଣର ଭାବନା କାରଣରୁ ଅନେକ ଆତ୍ମା ତୁମ ସହିତ
ସମ୍ପର୍କରେ ମଧ୍ୟ ଆସୁଛନ୍ତି ଏବଂ ଆସିବାକୁ ମଧ୍ୟ ଚାହୁଁଛନ୍ତି । ଏହା ବ୍ୟତୀତ ବାପଦାଦା
ତୁମମାନଙ୍କୁ ଯେଉଁ ମାନସିକ ସେବାର କାର୍ଯ୍ୟ ଦେଇଛନ୍ତି, ସେଥିରେ ମଧ୍ୟ ଦେଖାଯାଉଛି ଯେଉଁମାନେ
ଯୋଗଯୁକ୍ତ ହୋଇ ମାନସିକ ସେବାର ଅଭ୍ୟାସ କରୁଛନ୍ତି ତା’ର ପ୍ରକମ୍ପନ ଚାରିଆଡେ କାହା ନା କାହା
ପାଖରେ ନିଶ୍ଚିତ ପହଞ୍ଚୁଛି ଯେ ଆମକୁ କେଉଁଠାରୁ ଆଲୋକର କିରଣ, ସୁଖ-ଶାନ୍ତିର ତରଙ୍ଗ ପ୍ରାପ୍ତ
ହେଉଛି, କିନ୍ତୁ କେଉଁଠୁ ଆସୁଛି ତାହା ଏବେ ସ୍ପଷ୍ଟ ହୋଇନାହିଁ । ଆସୁଛି ନିଶ୍ଚିତ କିନ୍ତୁ ଭାରତର
ବାପଦାଦାଙ୍କର ପିଲାମାନଙ୍କ ଠାରୁ ଆସୁଛି, ଏହା ଏବେ ସ୍ପଷ୍ଟ ହୋଇନାହିଁ । ନହେଲେ ତ ସମସ୍ତେ ଧାଇଁ
ଆସିଥାଆନ୍ତି । ତେଣୁ ଏବେ ଆହୁରି ଶକ୍ତିଶାଳୀ କିରଣ ଏଭଳି ଆତ୍ମାମାନଙ୍କ ଉପରେ ପକାଅ, ଯାହାକି
ସେମାନେ ସ୍ପଷ୍ଟ ଭାବରେ ଜାଣିପାରିବେ । ଏବେ କିରଣ ପହଞ୍ଚିବା କେବଳ ଆରମ୍ଭ ହୋଇଛି କିନ୍ତୁ ଅଳ୍ପ
ଅଳ୍ପ କାହାର କାହାର କିରଣ ପହଞ୍ଚୁଛି, ଏବେ ଏହାକୁ ଆହୁରି ଶକ୍ତିଶାଳୀ କର । ଏଥିପାଇଁ ଯେଉଁ ସବୁ
ବିଘ୍ନ ପଡୁଛି, ସେଗୁଡିକ କିରଣ ପହଞ୍ଚିବା ସ୍ପଷ୍ଟ ନ ହେବାର କାରଣ ହୋଇଯାଉଛି । ଯୋଗ ତ ଲଗାଉଛ,
ଅମୃତବେଳାରେ ମଧ୍ୟ ବସୁଛ କିନ୍ତୁ ଜ୍ୱାଳାମୁଖୀ ଯୋଗ ସ୍ଥିତିର କମି ରହୁଛି । ଏହି କାରଣରୁ ପ୍ରଥମେ
ତ ଯେଉଁ ଭକ୍ତମାନଙ୍କୁ ବା ଆତ୍ମାମାନଙ୍କୁ ତୁମେ କିରଣ ଦେଉଛ ତାହା ଏତେ ସ୍ପଷ୍ଟ ହେଉ ନାହିଁ, ଏବଂ
ଦ୍ୱିତୀୟରେ ଜ୍ୱାଳାମୁଖୀ ଅଗ୍ନି ସ୍ୱରୂପ ଯୋଗ ଶକ୍ତିଶାଳୀ ନ ହେବାରେ ବା କମି ହେବାରେ ତୁମର
ସଂସ୍କାର ଯାହାକି ଏଥିରେ ବିଘ୍ନ ପକାଉଛି, ସେହି ସଂସ୍କାରଗୁଡିକ ମଧ୍ୟ ସମାପ୍ତ ହେଉ ନାହିଁ ।
ପୁରୁଷାର୍ଥ ତ କରୁଛ, ସଂସ୍କାର ପରିବର୍ତ୍ତନ ହୋଇଯାଉ ତେବେ ସଂସ୍କାର ମରି ତ ଯାଉଛି କିନ୍ତୁ ଜଳୁ
ନାହିଁ । ଯେପରି ରାବଣକୁ କେବଳ ମାରୁ ନାହାଁନ୍ତି, ମାରିବା ପରେ ମଧ୍ୟ ଜଳାଉଛନ୍ତି କାହିଁକିନା
ମାରିବା ପରେ ଶରୀର ତ ରହୁଛି ନା, ତେଣୁ ସେହିପରି ତୁମେମାନେ ଅମୃତବେଳାରେ ଯୋଗରେ ତ ବସୁଛ, କିନ୍ତୁ
ଯୋଗ ଅଗ୍ନି ସ୍ୱରୂପ ବା ଜ୍ୱାଳା ସ୍ୱରୂପ କମ୍ ହେଉଛି । ମିଳନ ତ କରୁଛ, ବାର୍ତ୍ତାଳାପ ମଧ୍ୟ କରୁଛ,
ନିଜ ଜୀବନର କଥାଗୁଡିକ ମଧ୍ୟ ଶୁଣାଉଛ କିନ୍ତୁ ଲଗାତାର ଭାବରେ ଯୋଗ ଅଗ୍ନିରୂପ ଧାରଣ କରିବା ଦରକାର
। ତେବେ ସଂସ୍କାର ଗୁଡିକୁ ମାରି ତ ଦେଉଛ, ସେଗୁଡିକ ମରି ବି ଯାଉଛନ୍ତି କିନ୍ତୁ ପୁଣି ମଝିରେ
ମଝିରେ ଉଠି ପଡୁଛନ୍ତି । କିନ୍ତୁ ଯଦି ଜଳିଯିବ ତେବେ ତା’ର ନାମ ରୂପ ସମାପ୍ତ ହୋଇଯିବ । ତେଣୁ ଏବେ
ସବୁ ପିଲା ବାର୍ତ୍ତଳାପ କରିବା ସମୟରେ ମଧ୍ୟ କହୁଛନ୍ତି, ଆମେ ଯେତିକି ଚାହୁଁଛୁ ସେତିକି ହେଉନାହିଁ
।
ତେଣୁ ବାପଦାଦା ଆଜି ଏହି
ବିଷୟରେ ସୂଚିତ କରି ଦେଉଛନ୍ତି, କାହିଁକିନା ବିଶେଷ କରି ମହାବୀର ପିଲାମାନେ ହିଁ ମିଟିଙ୍ଗ୍କୁ
ଆସିଛନ୍ତି ଏବଂ ମଧୁବନ ନିବାସୀ ଅର୍ଥାତ୍ ମଧୁବନରେ କ’ଣ ଅଛି । ମଧୁବନ ଅର୍ଥାତ୍ ବାବା । ମଧୁବନ
କହିବା ମାତ୍ରକେ ସମସ୍ତଙ୍କର କ’ଣ ମନେ ପଡିଯାଏ? ମଧୁବନର ବାବା । ତେଣୁ ମଧୁବନ ନିବାସୀଙ୍କୁ
ବିଶେଷ କରି ଏହି କଥା ଉପରେ ଧ୍ୟାନ ଦେବା ଦରକାର ଯେ ମଧୁବନ କହିବା ଦ୍ୱାରା ମଧୁବନର ବାବା ମନେ
ପଡୁଛନ୍ତି ତ! ମଧୁବନରେ ରହିବାବାଲାଙ୍କୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି? ମଧୁବନ ବାଲା ହାତ ଉଠାଅ ।
ବହୁତ ଅଛନ୍ତି । ଚାହେଁ ତଳେ ରହୁଥାନ୍ତି ଚାହେଁ ଉପରେ ରହୁଥାଆନ୍ତୁ କିନ୍ତୁ ଆଜିର ସଭାରେ ମଧୁବନ
ନିବାସୀ ସବୁଠାରୁ ଅଧିକ ଅଛନ୍ତି । ତେବେ ବାପଦାଦା ଖୁସି ହେଉଛନ୍ତି ଯେ ମଧୁବନ ନିବାସୀ ଏହି
ଚମତ୍କାରୀ ନିଶ୍ଚିତ ଦେଖାଇବେ ଯେ ପ୍ରତ୍ୟେକ ମଧୁବନ ନିବାସୀଙ୍କର ଚେହେରାରୁ ଏବଂ ଚରିତ୍ରରୁ ବାବା,
ବାବା ହିଁ ଦେଖାଯାଉ । ବାଣୀ ଦ୍ୱାରା ବାବା ଦେଖାଯାଆନ୍ତୁ । କାହିଁକିନା ମଧୁବନରେ ଯଜ୍ଞ ସେବାର
ବଳ ଏବଂ ଫଳ ବହୁତ ମିଳିଥାଏ । ଯଦିଓ ନେବାବାଲାଙ୍କ ଉପରେ ସବୁ କିଛି ନିର୍ଭର କରୁଛି କିନ୍ତୁ
ମିଳୁଛି ନିଶ୍ଚିତ । ସଂସ୍କାରକୁ ଦେଖିବାରେ ବା ସଂସ୍କାରକୁ ମିଶାଇବାରେ ଆହୁରି ଅଧିକ ସବୁବେଳେ
ଧ୍ୟାନ ଦେବାର ଆବଶ୍ୟକତା ରହିଛି । ବାପଦାଦାଙ୍କୁ ମଧୁବନର ପ୍ରତ୍ୟେକ ସନ୍ତାନ ପ୍ରତି ବିଶେଷ
ସ୍ନେହ ରହିଛି, କାହିଁକି ଜାଣିଛ? ବାବାଙ୍କ ଦ୍ୱାରା ସ୍ଥାପନା ହୋଇଥିବା ଯଜ୍ଞର ସେବାକୁ ନିଜକୁ
ସମର୍ପଣ କରିଛନ୍ତି । ମଧୁବନ ନିବାସୀମାନଙ୍କୁ ଗୋଟିଏ ତ ନିଜର ପୁରୁଷାର୍ଥର ଫଳ ମିଳୁଛି ଏବଂ
ଦ୍ୱିତୀୟରେ ମଧୁବନକୁ ଆସୁଥିବା ଚାହେଁ ବ୍ରାହ୍ମଣ ହୋଇଥାଆନ୍ତୁ ବା ନୂଆ ଆତ୍ମା ହୋଇଥାଆନ୍ତୁ,
ସେମାନଙ୍କର ସେବାର ମଧ୍ୟ ଫଳ ମିଳୁଛି । ଯଜ୍ଞ ସେବା ଅଟେ ନା, ସାଧାରଣ ସେବା ତ ନୁହେଁ ନା,
ସେଥିପାଇଁ ଯଜ୍ଞ ସେବାର ଅତିରିକ୍ତ ପୂଣ୍ୟ ମଧ୍ୟ ପ୍ରାପ୍ତ ହେଉଛି । ଯଦି କେହି ବି ମଧୁବନ ନିବାସୀ
ବାପଦାଦାଙ୍କ ଶ୍ରୀମତ ଅନୁସାରେ ଅମୃତବେଳାଠାରୁ ରାତି ପର୍ଯ୍ୟନ୍ତ ଶ୍ରୀମତ ଅନୁସାରେ ଚାଲୁଛି, ତେବେ
ତାଙ୍କୁ ମଧ୍ୟ ଅତିରିକ୍ତ ପୂଣ୍ୟର ଫଳ ନିଶ୍ଚିତ ମିଳୁଛି । ଯଦିଓ ଏହି କଥା ମଧୁବନବାଲା ନିଜେ
ଜାଣିଥାଆନ୍ତୁ କି ନ ଜାଣିଥାଆନ୍ତୁ ବା ଏଥିପ୍ରତି ବେପରୁଆ ରହୁଥାଆନ୍ତୁ ତେବେ ବି ମଧୁବନର ସେବାର
ପୂଣ୍ୟ ନିଶ୍ଚିତ ମିଳୁଛି, ତେବେ ମଧୁବନ ନିବାସୀ ହେବା ମଧ୍ୟ ସାଧାରଣ କଥା ନୁହେଁ । ଚାହେଁ ଯିଏ
ଯେପରି ବି କାମ କରୁଥାଉ, ଯଦିଓ ସଫେଇ କାମ ମଧ୍ୟ କରୁଥାଉ କିନ୍ତୁ ଏହିଭଳି ସାଧାରଣ କାମର ମଧ୍ୟ
ପୁଣ୍ୟ ବହୁତ ମିଳୁଛି କାହିଁକିନା ବାବାଙ୍କ ଦ୍ୱାରା ରଚାଯାଇଥିବା ଯଜ୍ଞ ଅଟେ । ଏହି ଯଜ୍ଞରୁ ହିଁ,
ମଧୁବନରୁ ହିଁ ସମସ୍ତଙ୍କୁ ପରମାତ୍ମ ସ୍ନେହ ପ୍ରାପ୍ତ ହେଉଛି, ସେଥିପାଇଁ ମଧୁବନ ବ୍ୟତୀତ ଅନ୍ୟ
କେଉଁଠାରେ ମଧ୍ୟ ବାବା ଆସି ନ ଥାଆନ୍ତି । ମଧୁବନର ଏହିଭଳି ବାବାଙ୍କର ଆସିବାର, ମିଶିବାର ଏବଂ
ମିଶାଇବାର ପାର୍ଟ ଡ୍ରାମା ଅନୁସାରେ ନିଧାର୍ଯ୍ୟ ଅଛି । ତେଣୁ ପ୍ରତ୍ୟେକ ମଧୁବନ ନିବାସୀ ନିଜ
ନିଜର ପୂଣ୍ୟର ଖାତାକୁ ଜାଣ, ଭଲ ଭାବରେ ଚିହ୍ନ ଏବଂ ମହାନ ପ୍ରାପ୍ତିର ସ୍ୱରୂପ ହୁଅ । ଯାହା ବି
ହେଉଛି ତୁମର କାମ ହେଲା ବଡମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା, ପହଞ୍ଚାଇ ଦେବା ଅର୍ଥାତ୍ ଦିଲ୍ରୁ
ବାହାର କରିଦେବା, ତୁମର ଦାୟିତ୍ୱ ସମାପ୍ତ ହୋଇଗଲା । ଯଦି ତୁମେ ଭାବୁଛ କିଛି ତ ହେଲା ନାହିଁ,
କିନ୍ତୁ ତୁମର କୌଣସି ପାପ ହେବ ନାହିଁ । ଯାହାର ଦାୟିତ୍ୱ ତା’ର ପାପ ହେବ । ତୁମେ ନିଶ୍ଚିନ୍ତ
ରୁହ । ଉପରକୁ ଦେଇଦେବା ତୁମର କାମ, କିନ୍ତୁ କ’ଣ ହେଲା, କାହିଁକି ନ ହେଲା, ଏଭଳି କାହିଁକି ନ
ହେଲା, ସେଭଳି କାହିଁକି ନ ହେଲା, ଏହିଭଳି ଭାବିବାର ତୁମର କୌଣସି ଆବଶ୍ୟକତା ନାହିଁ, ବରଂ ଏଥିରେ
ଆହୁରି ତୁମର ବ୍ୟର୍ଥ ସଂକଳ୍ପ ଚାଲିବ । ତୁମକୁ ଯେଉଁ ଦାୟିତ୍ୱ ମିଳିଛି ତୁମେ ତାକୁ କ’ର, ବଡଙ୍କ
ପାଖରେ ପହଞ୍ଚାଇ ଦିଅ । କିନ୍ତୁ ପହଞ୍ଚାଇବା ମଧ୍ୟ ରୀତି ଅନୁସାରେ ହେବା ଦରକାର, ତୁମେ ମଧୁବନ
ନିବାସୀ ବ୍ରାହ୍ମଣ ଅଟ, ନିଜର ପଦକୁ ଜାଣି ଏଭଳି କର୍ତ୍ତବ୍ୟ କର ଯାହାକି ତୁମର କର୍ତ୍ତବ୍ୟକୁ ଶୁଣି
ସମସ୍ତେ ସେଥିରୁ ଶିକ୍ଷା ଗ୍ରହଣ କରିବେ । ମଧୁବନନିବାସୀଙ୍କ ପ୍ରତି ସମସ୍ତଙ୍କର ଭାବନା ରହିଛି,
ତେଣୁ ଏହିଭଳି ଭାବନା ରଖିବାବାଲାଙ୍କୁ ଭାବନାର ଫଳ ଦେଖାଅ । ବାପଦାଦା ଜାଣିଛନ୍ତି ଯେ
ମଧୁବନବାଲାଙ୍କ ଭିତରେ କେହି କେହି ପିଲା ବହୁତ ମର୍ଯ୍ୟାଦା ପୂର୍ବକ ସ୍ୱପୁରୁଷାର୍ଥୀ ହୋଇ,
ବାବାଙ୍କର ସ୍ନେହୀ ହୋଇ ସହଯୋଗ ଦେବାବାଲା, ପିଲାମାନେ ମଧ୍ୟ ଅଛନ୍ତି । କିନ୍ତୁ ବାପଦାଦା ଏହି କଥା
ଚାହୁଁଛନ୍ତି ଯେ, ବାପଦାଦା ମଧୁବନ ନିବାସୀଙ୍କଠାରୁ କ’ଣ ଚାହୁଁଛନ୍ତି? ମଧୁବନନିବାସୀ ବାବାଙ୍କର
ସବୁ ସନ୍ତାନ ଯଜ୍ଞ ସ୍ନେହୀ, ସହଯୋଗୀ ହୋଇ ନିଜର ଚାଲିଚଳନ ଦ୍ୱାରା ସମସ୍ତଙ୍କୁ ବାବାଙ୍କର ପରିଚୟ
ଦିଅନ୍ତୁ ଯେ ଆମେ ମଧୁବନ ନିବାସୀମାନଙ୍କର କେତେ ବଡ ଭାଗ୍ୟ ଅଟେ, ଏହିଭଳି ନିଜର ଭାଗ୍ୟକୁ
ପ୍ରସିଦ୍ଧ କର କାହିଁକିନା ଯଜ୍ଞ ନିବାସୀ ଅଟ । ତେବେ ପରମାତ୍ମା ପ୍ରଥମେ କ’ଣ ରଚନା କରିଛନ୍ତି?
ଯଜ୍ଞ ରଚନା କରିଛନ୍ତି ନା । ଏବଂ ମଧୁବନର ଧରଣୀ ଯଜ୍ଞ ପାଇଁ ନିମିତ୍ତ ଅଟେ । ଜାଣିଛ ନା ମଧୁବନର
ମହିମାକୁ, ଯେଉଁମାନେ ଜାଣିଛନ୍ତି ସେମାନେ ହାତ ଉଠାଅ । ବାପଦାଦା ଏଠାରେ (ସାମ୍ନାରେ ଥିବା
ଟିଭିରେ) ଦେଖୁଛନ୍ତି । ଆଚ୍ଛା, ବହୁତ ଭଲ ।
ଏଠାକୁ ଯେଉଁ ସବୁ
ନିମିତ୍ତ ହୋଇଥିବା ପିଲାମାନେ ଆସିଛନ୍ତି, ସେମାନଙ୍କୁ ଦେଖି ବାପଦାଦା ଖୁସି ହେଉଛନ୍ତି । ଏମିତି
ତ ସମସ୍ତେ ଏଥିପ୍ରତି ଧ୍ୟାନ ଦେଉଛନ୍ତି କିନ୍ତୁ ଆହୁରି ଅଧିକ ଧ୍ୟାନ ଦେଇ ସମସ୍ତଙ୍କୁ ସନ୍ତୁଷ୍ଟ
କର ଯାହାଦ୍ୱାରା ବିଶ୍ୱର ଆତ୍ମାମାନଙ୍କ ପାଖରେ ସନ୍ତୁଷ୍ଟତାର କିରଣ ପହଞ୍ଚିଯିବ । ଏହି କାର୍ଯ୍ୟ
ମଧ୍ୟ ନିମିତ୍ତ ଆତ୍ମାମାନଙ୍କୁ କରିବାକୁ ହେବ । ଯେଉଁମାନେ ନିମିତ୍ତ ଅଛନ୍ତି, ସେମାନଙ୍କୁ ନିଜ
ନିଜର ସହଯୋଗୀମାନଙ୍କର ସଂସ୍କାରକୁ ପରିବର୍ତ୍ତନ କରାଇବାରେ ଟିକିଏ ମେହନତ କରିବାକୁ ପଡିବ । ସେବା
କରାଉଛ, ରହିବାର, ଖାଇବା-ପିଇବାର ବ୍ୟବସ୍ଥା ଅଧିକାଂଶ ସେଣ୍ଟର ଦେଉଛନ୍ତି କିନ୍ତୁ ସେମାନଙ୍କ
ଭିତରେ ଏଭଳି ଶକ୍ତି ଭରିଦିଅ ଯାହାକି ବାବାଙ୍କଠାରୁ ଶକ୍ତି ନେଇ ତୁମର ସେବାସ୍ଥାନର ବାୟୁମଣ୍ଡଳକୁ
ଏଭଳି ରଖନ୍ତୁ ଯାହାକି ଆଗନ୍ତୁକମାନଙ୍କୁ ପ୍ରଥମରୁ ହିଁ ବାୟୁମଣ୍ଡଳରେ ଆର୍କଷଣ ଅନୁଭବ ହେଉ
କାହିଁକିନା ଆଜିକାଲି ସମସ୍ତେ ଏହି କଥା ଚାହୁଁଛନ୍ତି ଯେ ଏଭଳି କୌଣସି କାର୍ଯ୍ୟ ହେଉ ଯାହାକି
ଆସିବା ମାତ୍ରକେ କିଛି ନୂଆ ଅନୁଭବ ହେଉ, ଦେଖିବାର ମଧ୍ୟ କିଛି ଅନୁଭବ ହେଉ, ଶୁଣିବାର ମଧ୍ୟ
ଅନୁଭବ ହୋଇଥାଏ, ଯୋଗର ମଧ୍ୟ ଅନୁଭବ ହୋଇଥାଏ କିନ୍ତୁ ବାୟୁମଣ୍ଡଳର ମଧ୍ୟ ଅନୁଭବ ହେଉ, ତେଣୁ
ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ହେବ, ଏହା ସେମାନଙ୍କର ବିଶେଷ ସେବା
ଅଟେ । ନିଜେ ଯଦି ଯୋଗଯୁକ୍ତ ହୋଇ ବାୟୁମଣ୍ଡଳ ଭିତରେ ଠିକ୍ ସ୍ଥିତିରେ ରହିବେ ତେବେ ସେମାନଙ୍କର
ପ୍ରଭାବ ସେବାସ୍ଥାନ ଉପରେ ଆପେ ଆପେ ପଡିବ । ଯେପରି ବାପଦାଦା ବା ବଡ ବଡ ନିମିତ୍ତ ଆତ୍ମାମାନଙ୍କର
ବାୟୁମଣ୍ଡଳ, ଭାଇବ୍ରେଶନର ପ୍ରଭାବ ପଡୁଛି ନା । ବାପଦାଦାଙ୍କ ଆସିବା ସମୟରେ ବାୟୁମଣ୍ଡଳ
ବଦଳିଯାଉଛି ନା । ତେଣୁ ପ୍ରତ୍ୟେକ ପିଲାଙ୍କୁ ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାର ସେବା କରିବାକୁ
ହେବ, କାହିଁକିନା ଏବେ ଯଦି ନିଜର ସେବାସ୍ଥାନର ବାୟୁମଣ୍ଡଳକୁ ପରିବର୍ତ୍ତନ କରିବ, ତେବେ ଯାଇ
ସଂସାରର ବାୟୁମଣ୍ଡଳ ବଦଳିବ, ତୁମର ସେବାସ୍ଥାନ ଅର୍ଥାତ୍ ସେବାକେନ୍ଦ୍ର ହିଁ ନିମିତ୍ତ ହେବ ।
ପୁରୁଷାର୍ଥ ମଧ୍ୟ କରୁଛ, ଲକ୍ଷ୍ୟ ମଧ୍ୟ ରଖିଛ କିନ୍ତୁ ସେହି ଲକ୍ଷ୍ୟକୁ ଆହୁରି ଶକ୍ତିଶାଳୀ କର ।
ଯାହାକୁ ବି ଦେଖନ୍ତୁ, ଆଜିକାଲି ଲୋକମାନେ ତୁମ ଚେହେରାରୁ, ଭାଇବ୍ରେଶନ ଅଥବା ମନୋବୃତ୍ତିରୁ ସବୁ
ଜାଣିପାରୁଛନ୍ତି, କାହିଁକିନା ଆସୁରୀ ଶକ୍ତିର ମଧ୍ୟ ପ୍ରଭାବ ସେମାନଙ୍କ ବୁଦ୍ଧିରେ ରହିଛି,
ଜ୍ଞାନର ମଧ୍ୟ ପ୍ରଭାବ ଅଛି, ସେଥିପାଇଁ ଯେଉଁମାନେ ବି ମିଟିଙ୍ଗ୍ରେ ଆସିଛ, ଏହା ସମସ୍ତଙ୍କର
ଦାୟିତ୍ୱ । ନଚେତ୍ ମିଟିଙ୍ଗରେ ନାମ କାହିଁକି ଦେଇଛ! ସାହସ ଅଛି ନା, ତେବେ ତ ତୁମର ନାମ ରହିଛି
ନା ସେଥିପାଇଁ ନିଜର କର୍ତ୍ତବ୍ୟକୁ ପ୍ରତ୍ୟକ୍ଷ କର କରିବାକୁ ମଧ୍ୟ ଚାହୁଁଛ, ବାପଦାଦା ଜାଣିଛନ୍ତି,
କରିବାକୁ ମଧ୍ୟ ଚେଷ୍ଟା କରୁଛ କିନ୍ତୁ ସେହି ଚେଷ୍ଟାକୁ ଆଉ ଟିକିଏ ବଢାଅ । ବୁଝିପାରିଲ!
ଏବେ ବାପଦାଦା
ସମସ୍ତଙ୍କର ଫଳାଫଳ ଦେଖିବାକୁ ଚାହୁଛଁନ୍ତି । ମଧୁବନ ନିବାସୀ ହୁଅନ୍ତୁ ବା ମିଟିଙ୍ଗ୍ବାଲା
ହୁଅନ୍ତୁ ସମସ୍ତଙ୍କର ଫଳାଫଳ ଦେଖିବାକୁ ଚାହୁଁଛନ୍ତି । ଜଗଦମ୍ବାଙ୍କର ଯେଉଁ ବିଶେଷ ପୁରୁଷାର୍ଥ
ଥିଲା, ବାବାଙ୍କର କହିବା ଏବଂ ଜଗଦମ୍ବାଙ୍କର କରିବା । ତୁମର ଦୀଦୀଙ୍କର ମଧ୍ୟ ସେହି ଶବ୍ଦ ଥିଲା,
ଅବ ଘର ଚଲନା ହୈ, ଅବ ଘର ଚଲନା ହୈ । ତୁମ ଦାଦୀଙ୍କର ମଧ୍ୟ ଏହି ସଂକଳ୍ପ ଥିଲା ଏବେ କର୍ମାତୀତ
ହେବାକୁ ପଡିବ, କର୍ମାତୀତ ହେବାର କ୍ଲାସ କରାଇବା, କର୍ମାତୀତର ଉମଙ୍ଗ-ଉତ୍ସାହ ଭରିବା । ତୁମର
ପାଣ୍ଡବମାନେ, ଯେଉଁମାନେ ଚାଲିଗଲେଣି, ସେମାନଙ୍କର ମଧ୍ୟ ଦିଲ୍ ଭିତରେ ଏହି ସଂକଳ୍ପ ଥିଲା ଯେ,
ପାଣ୍ଡବମାନଙ୍କୁ ବିଜୟୀ କୁହାଯାଏ, ତେଣୁ ପାଣ୍ଡବମାନଙ୍କର ମଧ୍ୟ ଏହି ଲକ୍ଷ୍ୟ ଥିଲା ଯେ ଯେଉଁଭଳି
ଗାୟନ ରହିଛି ବିଜୟୀ ପାଣ୍ଡବ, ତେବେ ପାଣ୍ଡବ ଶବ୍ଦ କହିବା ମାତ୍ରେ କ’ଣ ମନେ ପଡେ? ବିଜୟୀ । ଯଦିଓ
ଅକ୍ଷୌଣୀ ସେବା ସମ୍ମୁଖରେ ଥିଲେ ତେବେ ବି ପାଣ୍ଡବ ଶବ୍ଦ କହିବା ଦ୍ୱାରା ବିଜୟ ମନେ ପଡିଥାଏ ।
ପାଣ୍ଡବ ପାଞ୍ଚ ଜଣ ହେଲେ ମଧ୍ୟ ବିଜୟୀ । ଯେପରି ବି ବାୟୁମଣ୍ଡଳ ହୋଇଥାଉ, ଅକ୍ଷୋଣୀ ସେନାଭଳି
ବାୟୁମଣ୍ଡଳ ଥିଲା କିନ୍ତୁ ପାଣ୍ଡବମାନେ ପାଣ୍ଡବପତିଙ୍କର ଶ୍ରୀମତ ଅନୁସାରେ ଚାଲି ବିଜୟୀ ହେଲେ ଏବଂ
ବିଜୟକୁ ପ୍ରସିଦ୍ଧ କରିଲେ । ଏବେ ସେହି ପାଣ୍ଡବମାନେ ବିଜୟୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ବିଜୟୀ
କରିବେ । ତେଣୁ ପାଣ୍ଡବମାନଙ୍କୁ ଦେଖି ବାପଦାଦା ଖୁସି ହେଉଛନ୍ତି, ତେବେ କେଉଁ କଥା ପାଇଁ ଖୁସି
ହେଉଛନ୍ତି? ଶକ୍ତିମାନଙ୍କର ସାଥୀ ଅଟନ୍ତି । ଶକ୍ତିମାନଙ୍କୁ ସହଯୋଗ ଦେଇ ଆଗକୁ ବଢାଇବାରେ ସାଥୀ
ଅଟ । ବାବା ଯେପରି ଶକ୍ତିମାନଙ୍କୁ ଶିବଶକ୍ତିର ମନ୍ତ୍ର ଦେଇ ଯୁଗଳ କରିଛନ୍ତି, ସେହିପରି
ପାଣ୍ଡବମାନେ ମଧ୍ୟ ଶକ୍ତିମାନଙ୍କୁ, ଯେଉଁ ବିଶେଷତା ପାଣ୍ଡବଙ୍କ ପାଖରେ ଅଛି, ସେହି ସବୁ
ବିଶେଷତାଗୁଡିକରେ ଶକ୍ତିମାନଙ୍କୁ ସହଯୋଗ ଦେଇ ଆଗରେ ରଖିବାରେ ବହୁତ ଭଲ ଅଟ ଏବଂ ସର୍ବଦା ଭଲରୁ ଭଲ
ହୋଇ ଆଗକୁ ବଢିବାବାଲା ଅଟ ।
ବାପଦାଦା ଆଜି
ତୁମମାନଙ୍କର ସ୍ନେହକୁ ଦେଖି ତୁମ ସମସ୍ତଙ୍କୁ ସ୍ନେହର ହାର ପିନ୍ଧାଉଛନ୍ତି । ତୁମେମାନେ ମଧ୍ୟ
ସମସ୍ତଙ୍କୁ ସ୍ନେହ ଏବଂ ସହଯୋଗର ହାର ପିନ୍ଧାଅ । ବାହୁର ହାର ନୁହେଁ, ମନ ଭିତରେ ସହଯୋଗ ଦେବାର
ହାର ପିନ୍ଧାଅ । ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି ସବୁ ପିଲାଙ୍କର ପକେଟ୍ରେ ସହଯୋଗ ଦେବାର
ନୋଟ୍ ଅର୍ଥାତ୍ ଧନ ରହିବା ଦରକାର । ତେଣୁ କାହାର ଭୁଲ୍କୁ ନୋଟ୍ କର ନାହିଁ ଅର୍ଥାତ୍ ଦେଖ ନାହିଁ,
କିନ୍ତୁ ସହଯୋଗ ରୂପକ ନୋଟ୍ରେ ପକେଟ୍ ଭରପୂର ରହିଥିବା ଦରକାର । ଯେଉଁଠ ବି ଦେଖୁଛ ସହଯୋଗ
ଦରକାର ତେବେ ସହଯୋଗର ନୋଟ୍ ଦେଇଦିଅ । କ’ଣ ଅଛି ତ ପକେଟ୍ରେ? ସହଯୋଗର ନୋଟ୍ ଅଛି? ଭରପୂର ଅଛି,
ପକେଟ୍ ଭରପୂର ଅଛି? ଖାଲି ନାହିଁ ତ? ତୁମେ ସହଯୋଗର ନୋଟ୍ ଦିଅ ଏବଂ ସେମାନେ ତୁମକୁ ଆଶୀର୍ବାଦର
ହାର ପିନ୍ଧାଇବେ ।
ତୁମମାନଙ୍କର ଆଡଭାନ୍ସ
ପାର୍ଟିର ବିଶେଷ ଆତ୍ମାମାନେ ଏବଂ ସୂକ୍ଷ୍ମବତନ ନିବାସୀ ବାବା ତୁମମାନଙ୍କୁ ଅପେକ୍ଷା କରିଛନ୍ତି ।
ସେମାନଙ୍କର ସଂକଳ୍ପ ତୁମ ପାଖରେ ପହଞ୍ଚୁଛି? ସେମାନେ ତାରିଖ ମାଗୁଛନ୍ତି । ତୁମର ବଡ ବଡ ଦାଦିମାନେ
ଏବଂ ଦୀଦୀମାନେ ତାରିଖକୁ ଅପେକ୍ଷା କରିଛନ୍ତି । କ’ଣ ସେମାନଙ୍କୁ ତାରିଖ ଶୁଣାଇବ ତ! ଶୁଣାଇବେ?
ପ୍ରଥମ ଧାଡିବାଲା କୁହ ତାରିଖ ଦେବ? ନା କହିବ ଟିକିଏ ଅପେକ୍ଷା କର ଏବଂ ଦେଖ କ’ଣ ହେଉଛି । ଏଥିରେ
ପ୍ରତ୍ୟେକଙ୍କୁ କ’ଣ କରିବାର ଅଛି? ସମସ୍ତେ ନିଜ ନିଜର ବାକି ରହିଥିବା ସଂସ୍କାର ଗୁଡିକୁ ଦାହ
ସଂସ୍କାର କରିଦିଅ, ତାହା ହେଲେ ସମୟ ପାଖେଇ ଆସିବ । ସମୟକୁ ପାଖକୁ ଆଣିବାର ଏହା ହିଁ ବିଧି ଅଟେ ।
ରହିଯାଇଥିବା ସଂସ୍କାର ଗୁଡିକ ହିଁ ସବୁ ପ୍ରକାରର ବିଘ୍ନ ସୃଷ୍ଟି କରୁଛନ୍ତି । ତେବେ ଆଗକୁ
ଯେତେବେଳେ ମିଳନ ଋତୁ ଆରମ୍ଭ ହେବ, ଏବେ ତ ବହୁତ ଦିନ ମଝିରେ ରହିଛି । ପ୍ରତିଦିନ କୌଣସି ନା କୌଣସି
ସଂସ୍କାରର ସଂସ୍କାର କରିଦିଅ । ଗୋଟିଏ ଗୋଟିଏ କରି ସଂସ୍କାର କରିଚାଲ, ଏତେ ଦିନ ଅଛି ନା! ତେଣୁ
କେଉଁମାନେ କହୁଛ, ଆଗ ସିଜିନ୍କୁ ଯେତେବେଳେ ବାପଦାଦା ଆସିବେ ସେତେବେଳେ ଆମେ ହାତ ଉଠାଇବୁ ଯେ
ଆମର ସଂସ୍କାର ଗୁଡିକର ସଂସ୍କାର ହୋଇଯାଇଛି, ସେମାନେ ଏବେ ହାତ ଉଠାଅ । ହୋଇଗଲା କହିବ ତ? ହାତ ତ
ଉଠାଉଛ । ବାପଦାଦା ମଧ୍ୟ ଆଗକୁ ବହୁତ ବହୁତ ବହୁତ ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା!
ବରଦାନ:-
ଆଳସ୍ୟର ଭିନ୍ନ
ଭିନ୍ନ ରୂପକୁ ସମାପ୍ତ କରି ସର୍ବଦା ଉଲ୍ଲାସରେ ଅର୍ଥାତ୍ ଅତ୍ୟନ୍ତ ଆନନ୍ଦିତ ଅବସ୍ଥାରେ ରହୁଥିବା
ତୀବ୍ର ପୁରୁଷାର୍ଥୀ ଭବ ।
ବର୍ତ୍ତମାନ ସମୟରେ
ଭିନ୍ନ ଭିନ୍ନ ପ୍ରକାରରେ ଆଳସ୍ୟ ରୂପରେ ମାୟାର ଆକ୍ରମଣ ହେଉଛି । ଏହି ଆଳସ୍ୟ ମଧ୍ୟ ଏକ ବିଶେଷ
ବିକାର ଅଟେ, ଏହାକୁ ସମାପ୍ତ କରିବା ପାଇଁ ସର୍ବଦା ଅତି ଆନନ୍ଦରେ ରୁହ । ଯେତେବେଳେ ରୋଜଗାର
କରିବାର ଆନନ୍ଦ ଥାଏ ସେତେବେଳେ ଆଳସ୍ୟ ସମାପ୍ତ ହୋଇଯାଏ, ସେଥିପାଇଁ କେବେ ବି ଉଲ୍ଲାସକୁ କମ୍ କର
ନାହିଁ । ଦେଖିବି, କରିବି, କରି ହିଁ ଦେବି, ହୋଇଯିବ..... ଏସବୁ ହେଲା ଆଳସ୍ୟର ଲକ୍ଷଣ । ଏହିଭଳି
ଆଳସ୍ୟରେ ରହୁଥିବା ପିଲାମାନେ ନିଜର ଦୁର୍ବଳ ସଂକଳ୍ପ ଗୁଡିକୁ ସମାପ୍ତ କରି ଏହି କଥା ଭାବ ଯେ ମୋତେ
ଯାହା କରିବାର ଅଛି, ଯେତିକି କରିବାର ଅଛି, ଏବେ ହିଁ କରିବାକୁ ହେବ - ତେବେ କୁହାଯିବ ତୀବ୍ର
ପୁରୁଷାର୍ଥୀ ।
ସ୍ଲୋଗାନ:-
ସଚ୍ଚା ସେବାଧାରୀ
ସେହିମାନେ ଅଟନ୍ତି, ଯେଉଁମାନଙ୍କର ଭାବିବା ଏବଂ କହିବା ସମାନ ହୋଇଥିବ ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ପବିତ୍ରତାର ଜ୍ୟୋତି ସର୍ବଦା ଶ୍ରେଷ୍ଠରୁ ଶ୍ରେଷ୍ଠ ରୂପରେ ଜଳୁଥାଉ, ଟିକିଏ ବି ହଲଚଲରେ ନ ଆସୁ,
ସର୍ବଦା ଅଚଳ ରହିଥାଉ । ତେବେ ପବିତ୍ରତାର ଜ୍ୟୋତି ଯେତିକି ଅଚଳ ହୋଇଥିବ, ସେତିକି ସହଜରେ ସମସ୍ତେ
ବାବାଙ୍କୁ ଚିହ୍ନି ପାରିବେ ଏବଂ ପବିତ୍ରତାର ଜୟଜୟକାର ହେବ । ସେଥିପାଇଁ ପବିତ୍ରତାର
ବ୍ୟକ୍ତିତ୍ୱକୁ ସର୍ବଦା ଜାଗ୍ରତ ରୂପରେ ସ୍ମୃତିରେ ରଖ କାରଣ ସ୍ମୃତି ହିଁ ସମର୍ଥୀର ଆଧାର ଅଟେ ଏବଂ
ଯେଉଁଠି ସମର୍ଥୀ ଅଛି ସେଠାରେ ମାୟା ଆସିପାରିବ ନାହିଁ । ସମର୍ଥ ଆତ୍ମା ପାଖକୁ ମାୟା ଆସିବା
ଅସମ୍ଭବ ଅଟେ ।