30.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ଯୋଗବଳ ଦ୍ୱାରା ନିଜର ଶତ୍ରୁ ରାବଣ ଉପରେ ବିଜୟୀ ହେବାକୁ ପଡିବ, ମନୁଷ୍ୟରୁ ଦେବତା
ହେବା ପାଇଁ ଦୈବୀଗୁଣ ଧାରଣ କରିବାକୁ ହେବ ।”
ପ୍ରଶ୍ନ:-
ସବୁ ସନ୍ତାନ
ବାବାଙ୍କର ଶ୍ରୀମତ ଅନୁସାରେ ଏକାପରି ଚାଲୁନାହାଁନ୍ତି - କାହିଁକି?
ଉତ୍ତର:-
କାରଣ ବାବା ଯିଏ ଏବଂ ଯେପରି ଅଟନ୍ତି, ତାଙ୍କୁ ସମସ୍ତେ ସମାନ ଭାବରେ ଜାଣି ନାହାଁନ୍ତି ।
ଯେତେବେଳେ ସମ୍ପୂର୍ଣ୍ଣ ରୂପେ ଜାଣିଯିବେ ତେବେ ଶ୍ରୀମତ ଅନୁସାରେ ଚାଲିବେ । (୨) ମାୟା ରୂପୀ
ଶତ୍ରୁ ଶ୍ରୀମତରେ ଚାଲିବାରେ ବାଧା ସୃଷ୍ଟି କରୁଛି, ସେଥିପାଇଁ ପିଲାମାନେ ମଝିରେ-ମଝିରେ ନିଜର ମତ
ଚଲାଇ ଦେଉଛନ୍ତି । ପୁଣି କହୁଛନ୍ତି ବାବା ମାୟାର ତୋଫାନ ଆସୁଛି, ସେଥିପାଇଁ ଆପଣଙ୍କର ସ୍ମୃତି
ଭୁଲି ହୋଇଯାଉଛି । ବାବା କହୁଛନ୍ତି ପିଲାମାନେ ମାୟାରୂପୀ ରାବଣକୁ ଭୟ କର ନାହିଁ । ତୁମେମାନେ
ତୀବ୍ର ପୁରୁଷାର୍ଥ କର ତେବେ ସେ ଥକିଯିବ ।
ଗୀତ:-
ନା ୱହ ହମସେ
ଜୁଦା ହୋଙ୍ଗେ...
ଓମ୍ ଶାନ୍ତି ।
ତୁମେ ସିଙ୍ଗଲ
ଅର୍ଥାତ୍ ଜଣେ ଆତ୍ମା ଅଟ । ସେଥିପାଇଁ ପ୍ରତ୍ୟେକ କହିବେ ଓମ୍ ଶାନ୍ତି । ଏଠାରେ ଦୁଇଜଣ ଅଛନ୍ତି,
ତେଣୁ ଏହାଙ୍କୁ ଦୁଇଥର କହିବାକୁ ପଡିବ - ଓମ୍ ଶାନ୍ତି, ଓମ୍ ଶାନ୍ତି । ଏବେ ବାବା ବସି
ପିଲାମାନଙ୍କୁ ବୁଝାଉଛନ୍ତି - ତୁମେମାନେ ଏହି ଯୁଦ୍ଧ ଭୁମିରେ ବସିଛ । ସେମାନେ ଯେପରି ପରସ୍ପର
ସହିତ ଲଢେଇ କରୁଛନ୍ତି, ସେପରି ନୁହେଁ । ଏମିତି ତ ଘରେ ଘରେ ଲଢେଇ ଝଗଡା କରୁଛନ୍ତି । ଏଠାରେ
ବେହଦର ଆତ୍ମାମାନଙ୍କ କଥା କୁହାଯାଉଛି । ପ୍ରଥମ ନମ୍ବରର ଶତ୍ରୁ ହେଉଛି ଦେହ-ଅଭିମାନ, ଦ୍ୱିତୀୟରେ
ହେଲା କାମ ବିକାର । ଏବେ ତୁମେମାନେ ଯୋଗର ବଳ ଦ୍ୱାରା ବିକାର ରୂପୀ ରାବଣ ଉପରେ ବିଜୟ ପ୍ରାପ୍ତ
କରୁଛ । ଯଦି ତୁମ ପାଖରେ ବାବାଙ୍କର ସ୍ମୃତିର ବଳ ଥିବ, ତେବେ ତୁମର ଅବନତି ହେବ ନାହିଁ । ତୁମର
ଏକମାତ୍ର ରାବଣ ସହିତ ହିଁ ଯୁଦ୍ଧ ହେଉଛି । ସେଠାରେ ତ ଅନେକ ପ୍ରକାର କଥାରେ ଲଢେଇ ହେଉଛି । ଏଠାରେ
କେବଳ ରାବଣ ସହିତ ଲଢେଇର କଥା । ତୁମର ଯୁଦ୍ଧ ରାବଣ ସହିତ ହିଁ ହେଉଛି । ଏକଥା ତୁମକୁ କିଏ
ଶିଖାଉଛନ୍ତି? ପତିତ-ପାବନ ଭଗବାନ । ସିଏ ହେଉଛନ୍ତି ପତିତରୁ ପାବନ କରିଲାବାଲା । ପାବନ ଅର୍ଥାତ୍
ଦେବତା, ତୁମେମାନେ ବିଶ୍ୱର ମାଲିକ ହେଉଛ । ଏହି କଥା କେହି ବୁଝୁନାହାଁନ୍ତି ଯେ ରାବଣ ଦ୍ୱାରା
ସମସ୍ତେ ପତିତ ହୋଇଯାଇଛନ୍ତି । ବାବା ବୁଝାଉଛନ୍ତି ବର୍ତ୍ତମାନ ସମୟରେ ସାରା ଦୁନିଆରେ ରାବଣର
ରାଜ୍ୟ ଚାଲିଛି । ସତ୍ୟଯୁଗ-ତ୍ରେତା ଯୁଗରେ ହିଁ ରାମରାଜ୍ୟ ଥାଏ । ତାହା ସାରା ଦୁନିଆ ପାଇଁ ରାମ
ରାଜ୍ୟ ବୋଲି କୁହାଯିବ । କିନ୍ତୁ ସେଠାରେ ଏତେ ମନୁଷ୍ୟ ନଥା’ନ୍ତି । ତୁମେମାନେ ଯୋଗବଳ ଦ୍ୱାରା
ବିଶ୍ୱର ରାଜତ୍ୱ ନେଉଛ । ଏପରି ନୁହେଁ ଯେ ଏଠାରେ ଯେତେବେଳେ ବସିବ, ତେବେ ବାବାଙ୍କୁ ମନେ
ପକାଇବାକୁ ହେବ ବା ସ୍ୱଦର୍ଶନ ଚକ୍ର ଘୂରାଇବାକୁ ପଡିବ, ନା । ଏହି କଥା ତ ପ୍ରତ୍ୟେକ ସମୟରେ
ବୁଦ୍ଧିରେ ରହିବା ଦରକାର । ଆମେ ସ୍ୱର୍ଗରେ ଅଧାକଳ୍ପ ରାଜ୍ୟ କଲୁ, ପୁଣି ରାବଣର ଅଭିଶାପ ମିଳିବାରୁ
ତଳକୁ ଓହ୍ଲାଇଲୁ । ତଳକୁ ଓହ୍ଲାଇବା ପାଇଁ ତ ସମୟ ଲାଗିଥାଏ । ଆମକୁ ୮୪ ଜନ୍ମର ସିଡି ଓହ୍ଲାଇବାକୁ
ପଡୁଛି । ଉନ୍ନତିର କଳାକୁ ଯିବା ପାଇଁ କୌଣସି ସିଡି ତ ନାହିଁ, ଯଦି ସିଡି ଥାଆନ୍ତା, ତେବେ ଗୋଟିଏ
ସେକେଣ୍ଡରେ ଜୀବନମୁକ୍ତି ମିଳୁଛି ବୋଲି କିପରି କୁହାଯାଇ ପାରିବ? କେଉଁଠି ତୁମକୁ ତଳକୁ ଓହ୍ଲାଇବା
ପାଇଁ ୨୫୦୦ ବର୍ଷ ଲାଗିଯାଉଛି ଏବଂ କେଉଁଠି ତୁମେ କିଛି ବର୍ଷରେ ହିଁ ଉନ୍ନତିର କଳାରେ ଆସିଯାଉଛ ।
ତୁମର ହେଉଛି ଯୋଗବଳ । ସେମାନଙ୍କର ହେଉଛି ବାହୁବଳ । ତୁମେ ଦ୍ୱାପରରୁ ତଳକୁ ଓହ୍ଲାଉଛ ପୁଣି
ବାହୁବଳ ଆରମ୍ଭ ହୋଇଯାଉଛି । ସତ୍ୟଯୁଗରେ କାହାକୁ ମାରିବାର କୌଣସି କଥା ନାହିଁ । କୃଷ୍ଣଙ୍କ ପାଇଁ
ଶାସ୍ତ୍ରରେ ଦେଖାଇଛନ୍ତି - ଖୁଆ ଦଣ୍ଡରେ ବାନ୍ଧିଥିଲେ । ଏଭଳି କିଛି ହୋଇ ନ ଥାଏ । ସେଠାରେ
ପିଲାମାନେ କେବେ ଚପଳ ବା ଚଗଲା ହୋଇ ନ ଥାନ୍ତି । ସେମାନେ ତ ସର୍ବଗୁଣ ସମ୍ପନ୍ନ, ୧୬ କଳା
ସମ୍ପୂର୍ଣ୍ଣ ହୋଇଥାନ୍ତି । କୃଷ୍ଣଙ୍କୁ ସମସ୍ତେ କେତେ ମନେ ପକାଇ ଆସୁଛନ୍ତି । ସର୍ବଦା ଭଲ
ଜିନିଷର କଥା ମନେ ପଡିଥାଏ ନା । ଯେପରି ଦୁନିଆରେ ସପ୍ତାଶ୍ଚର୍ଯ୍ୟ ରହିଛି ଯଦି ମନୁଷ୍ୟମାନଙ୍କର
ଏହି କଥା ମନେ ପଡେ ତାହେଲେ ସେମାନେ ତାକୁ ଦେଖିବାକୁ ଯାଇଥାନ୍ତି । ଆବୁ ପର୍ବତରେ ସବୁଠାରୁ ଭଲ
ଜିନିଷ କ’ଣ ଅଛି, ଯାହାକୁ ମନୁଷ୍ୟମାନେ ଦେଖିବାକୁ ଆସୁଛନ୍ତି? ଧାର୍ମିକ ଲୋକମାନେ ତ ଏଠାକୁ
ମନ୍ଦିର ଦେଖିବାକୁ ଆସୁଛନ୍ତି । ଭକ୍ତିମାର୍ଗରେ ତ ବହୁତ ମନ୍ଦିର ତିଆରି ହୋଇଥାଏ । ସତ୍ୟଯୁଗ
ତ୍ରେତାରେ କୌଣସି ମନ୍ଦିର ତିଆରି ହୋଇ ନ ଥାଏ । ସ୍ମାରକୀ ପାଇଁ, ମନ୍ଦିର ସବୁ ପରେ ତିଆରି ହେଉଛି
। ସତ୍ୟଯୁଗରେ କୌଣସି ପର୍ବ ପର୍ବାଣୀ ଆଦି ହୁଏ ନାହିଁ । ଦୀପାବଳୀ ମଧ୍ୟ ଏପରି ହୋଇ ନ ଥାଏ । ହଁ,
ସିଂହାସନରେ ବସିଥାନ୍ତି, ତେବେ ଏହାର ଅଭିଷେକ ଉତ୍ସବ ପାଳନ କରିଥାନ୍ତି । ସେଠାରେ ତ ସମସ୍ତଙ୍କର
ଜ୍ୟୋତି ପ୍ରଜ୍ୱଳିତ ହୋଇ ରହିଥାଏ ।
ତୁମମାନଙ୍କ ପାଖରେ
ଗୋଟିଏ ଗୀତ ବି ଅଛି - ନବଯୁଗ ଆସିଲା.... ଏହି କଥା କେବଳ ତୁମେମାନେ ଜାଣିଛ ଯେ ଆମେ ନବଯୁଗ
ଅର୍ଥାତ୍ ସତ୍ୟଯୁଗ ପାଇଁ, ଦେବୀ-ଦେବତା ହେବା ପାଇଁ ପୁରୁଷାର୍ଥ କରୁଛୁ । ପାଠ ପଢା ତ
ସମ୍ପୂର୍ଣ୍ଣ ଭାବରେ ପଢିବା ଦରକାର । ବଞ୍ଚିଥିବା ପର୍ଯ୍ୟନ୍ତ ଆମକୁ ଏହି ଜ୍ଞାନ ଅମୃତ ପାନ
କରିବାକୁ ହେବ । ଏହି ଜ୍ଞାନ ହେଉଛି ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିବାର ଜ୍ଞାନ । ଏଠାରେ କୌଣସି
ଭାଷା ଆଦି ଶିକ୍ଷା ଦିଆଯାଉ ନାହିଁ । କେବଳ ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସ୍ୱଦର୍ଶନ ଚକ୍ର
ଘୂରାଇବାକୁ ହେବ, ଏତିକି । ଏଠାରେ ତୁମେମାନେ ବସିଛ, ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ଅଟ । ତୁମର
ବୁଦ୍ଧିରେ ଅଛି - ଆମର ୮୪ ଜନ୍ମର ଚକ୍ରର ଘୂରିବା ପୂରା ହେଲା । ଏବେ ପୁରୁଣା ଶରୀର ପୁରୁଣା
ସମ୍ବନ୍ଧ ଛାଡି ନୂଆ ଶରୀର ନେବାକୁ ହେବ । ବିଷ୍ଣୁପୁରୀର ମାଲିକ ହେବା ପାଇଁ ବାବା ପୁରୁଷାର୍ଥ
କରାଉଛନ୍ତି । ଦୁନିଆରେ ଆଉ ସମସ୍ତେ ହେଉଛନ୍ତି ଆସୁରୀ ସମ୍ପ୍ରଦାୟ । ଭଗବାନୁବାଚ - ଏହା ସେହି
ଗୀତାର ଯୁଗ ଚାଲିଛି । ଏହା କଳ୍ପ-କଳ୍ପର ସଂଗମଯୁଗ ଅଟେ । ବାବା କହୁଛନ୍ତି - ମୁଁ ଏହି କଳ୍ପର
ସଂଗମଯୁଗରେ ଆସୁଛି । ମୁଁ ସେହି ଗୀତାର ଭଗବାନ ଅଟେ । ମୁଁ ଏଠାକୁ ନୂଆ ଦୁନିଆ ସ୍ୱର୍ଗ ରଚନା
କରିବାକୁ ଆସୁଛି, ମୁଁ ପୁଣି ଦ୍ୱାପରରେ କିପରି ଆସିବି । ଏହା ଏକ ମସ୍ତବଡ ଭୁଲ୍ । କେଉଁଟି ଛୋଟ
ପୁଣି କେଉଁଟି ବଡ ଭୁଲ୍ ହୋଇଥାଏ । କିନ୍ତୁ ଏହା ସବୁଠାରୁ ବଡ ଭୁଲ୍ ଅଟେ । ଶିବ ଭଗବାନ ଯିଏକି
ପୁନର୍ଜନ୍ମ ରହିତ ଅଟନ୍ତି, ତାଙ୍କ ବଦଳରେ ୮୪ ଜନ୍ମ ନେଲାବାଲାଙ୍କର ନାମ ଲେଖି ଦେଇଛନ୍ତି ।
ତୁମେମାନେ ଏବେ ଜାଣୁଛ ଯେ ଶ୍ରୀକୃଷ୍ଣ ତ ଏହିପରି କହିପାରିବେ ନାହିଁ ଯେ ମୋତେ ମନେ ପକାଅ । ସବୁ
ଧର୍ମବାଲା କ’ଣ ତାଙ୍କୁ ମାନିବେ । ଶିବ ତ ନିରାକାର ଅଟନ୍ତି । ତୁମେମାନେ ଶିବଶକ୍ତି ସେନା ଅଟ ।
ତୁମେମାନେ ଶିବବାବାଙ୍କ ସହିତ ଯୋଗ ଲଗାଇ ତାଙ୍କଠାରୁ ଶକ୍ତି ନେଉଛ । ଏଥିରେ ସ୍ତ୍ରୀ-ପୁରୁଷର
କୌଣସି କଥା ନାହିଁ । ତୁମେ ଆତ୍ମାମାନେ ସମସ୍ତେ ଭାଇ ଭାଇ ଅଟ । ତାଙ୍କଠାରୁ ଶକ୍ତି ନେଉଛ । ବାବା
ହିଁ ସମ୍ପତ୍ତି ଦେବେ ନା । ବାବା ହିଁ ସର୍ବଶକ୍ତିମାନ ଅଟନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କୁ
ମଧ୍ୟ ସର୍ବଶକ୍ତିମାନ କୁହାଯିବ, କାହିଁକି ନା ଏମାନେ ସାରା ବିଶ୍ୱର ମାଲିକ ଅଟନ୍ତି । ସେମାନେ ଏହି
ରାଜ୍ୟ କିପରି ପାଇଲେ? ଏବେ ଭାରତରେ କ’ଣ ସାରା ଦୁନିଆରେ ରାବଣର ରାଜ୍ୟ ଚାଲିଛି । କେହି-କେହି
ରାଜା ହୋଇଥାଆନ୍ତି, ଜଣା ପଡେ ଏମାନଙ୍କର ପୂର୍ବଜ ରାଜା ଥିଲେ, ଯେଉଁ ରାଜୁତି ବଂଶାନୁକ୍ରମେ ଚାଲି
ଆସିଛି ।ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ୱ ସତ୍ୟଯୁଗ ଆଦିରୁ ଚାଲିଆସୁଛି, ତେବେ ନିଶ୍ଚିତ ପୂର୍ବ
ଜନ୍ମରେ ଏମାନେ ଏହିଭଳି ପୁରୁଷାର୍ଥ କରିଥିବେ । ଦାନ-ପୁଣ୍ୟ କରିବା ଦ୍ୱାରା ପତିତ ରାଜତ୍ୱ
ମିଳିଯାଇଥାଏ । ଏଠାରେ ତ ଏହି ସଂଗମଯୁଗରେ ତୁମେମାନେ ଜ୍ଞାନ ଏବଂ ଯୋଗବଳ ଦ୍ୱାରା ୨୧ ଜନ୍ମ ପାଇଁ
ରାଜ୍ୟପ୍ରାପ୍ତ କରୁଛ ।
ତୁମେ ଜାଣିଛ ଯେ ଏହି
ପୁରୁଣା ଦୁନିଆ ବିନାଶ ହୋଇଯିବ । ଏହି ଦେହ ମଧ୍ୟ ରହିବ ନାହିଁ, ସେଥିପାଇଁ ନିଜକୁ ଆତ୍ମା ଭାବି
ବାବାଙ୍କୁ ମନେ ପକାଇବାକୁ ହେବ । ତେଣୁ ବାବା-ବାବା କହିବା ଶିଖ । ଯେପରି ଛୋଟ ପିଲାମାନଙ୍କୁ
ଶିଖାଯାଇଥାଏ, ତେବେ ସିଏ ତ ନିଜର ଲୌକିକ ପିତାଙ୍କୁ ମନେ ପକାଏ । ବର୍ତ୍ତମାନ ଆତ୍ମିକ ପିତା
ତୁମମାନଙ୍କୁ କହୁଛନ୍ତି ହେ ସନ୍ତାନମାନେ, ଏହା ନୂଆ କଥା । ବାବା କହୁଛନ୍ତି - ଏବେ ଏହି ଆତ୍ମିକ
ପିତାଙ୍କୁ ମନେ ପକାଅ କାହିଁକି ନା ଆମକୁ ଘରକୁ ଯିବାକୁ ହେବ । ଆତ୍ମା ତ ଅବିନାଶୀ, ଶରୀର ବିନାଶୀ
ଅଟେ, ତେବେ କିଏ ଶକ୍ତିଶାଳୀ ହେଲା? ଶରୀର ଆତ୍ମାର ଆଧାରରେ ଚାଲିଥାଏ । ଯଦି ଆତ୍ମା ଶରୀର ଛାଡି
ଚାଲିଯାଏ, ତେବେ ଶରୀରକୁ ନିଆଁରେ ଜଳାଇବାକୁ ପଡିଥାଏ । ଆତ୍ମା ତ ହେଉଛି ଅବିନାଶୀ । ତାହା ବିନ୍ଦୁ
ସ୍ୱରୂପ ଅଟେ । ଏହି ଆତ୍ମାକୁ କେହି ହେଲେ ଜାଣିନାହାଁନ୍ତି । ଯଦିଓ କାହାକୁ ଆତ୍ମାର ସାକ୍ଷାତ୍କାର
ହୋଇଥାଏ ହେଲେ କ’ଣ ହେବ! ସେମାନେ ଏହି କଥା ଜାଣିନାହାଁନ୍ତି ଯେ ଆତ୍ମା ଯାହା ବିନ୍ଦୁ ସ୍ୱରୂପ ଅଟେ,
ସେଥିରେ ୮୪ ଜନ୍ମର ଅବିନାଶୀ ଅଭିନୟ ଭରି ହୋଇ ରହିଛି । ଏହି କଥା କେବଳ ତୁମମାନଙ୍କ ବୁଦ୍ଧିରେ
ରହିଛି । ଏକମାତ୍ର ବାବା ହିଁ ରାଜଯୋଗ ଶିଖାଉଛନ୍ତି । ବାକି ବାରିଷ୍ଟର, ଓକିଲ, ଇଞ୍ଜନିୟର ଆଦି ତ
ଚାଲି ଆସୁଛନ୍ତି । ଏଠାରେ ତ ମନୁଷ୍ୟରୁ ଦେବତା ହେବାକୁ ପଡିବ । ଏମାନେ ମଧ୍ୟ ମନୁଷ୍ୟ ଅଟନ୍ତି
କିନ୍ତୁ ଏମାନଙ୍କୁ ଦେବତା କୁହାଯାଉଛି । ଦେବତା ଅର୍ଥାତ୍ ଦୈବୀ ଗୁଣଧାରୀ ମନୁଷ୍ୟ । ତୁମମାନଙ୍କୁ
ପୁରୁଷାର୍ଥ କରି ଏହିଭଳି ଦୈବୀଗୁଣଧାରୀ ହେବାକୁ ପଡିବ । ଏହା ହିଁ ହେଉଛି ତୁମର ଲକ୍ଷ୍ୟ ଓ
ଉଦ୍ଦେଶ୍ୟ । ତୁମ୍ଭେମାନେ ଜାଣିଛ ଯେ ଏହି ଦେବତାମାନଙ୍କଠାରେ କେଉଁ ଗୁଣ ରହିଛି! ତେବେ ଏହିଭଳି
ଆମକୁ ହେବାକୁ ପଡିବ । ତାଙ୍କ ସାଥୀରେ ପ୍ରଜା ମଧ୍ୟ ରହିବେ ନା । ପ୍ରଜା ତ ଅନେକ ହେବେ । ବାକି
ରାଜା-ରାଣୀ ହେବା ପାଇଁ ପରିଶ୍ରମ କରିବାକୁ ପଡିଥାଏ । ଯେଉଁମାନେ ବହୁତ ପରିଶ୍ରମ କରିବେ, ସେମାନେ
ରାଜା-ରାଣୀ ହେବେ । ଯେଉଁମାନେ ଅନେକଙ୍କୁ ଜ୍ଞାନ ଦାନ କରୁଥିବେ, ସେମାନେ ପ୍ରତ୍ୟେକ ନିଜର
ଅନ୍ତରକୁ ବୁଝିପାରୁଥିବେ । ଆତ୍ମା କହୁଛି - ମୁଁ ଅବିନାଶୀ ବାବାଙ୍କର ହିଁ ହୋଇଯିବି । ତାଙ୍କ
ଉପରେ ସମର୍ପଣ ହୋଇଯିବି, ସ୍ୱାହା ହୋଇଯିବି । ଯାହା କିଛି ମୋ ପାଖରେ ଅଛି ସବୁ କିଛି ସମର୍ପଣ
କରିଦେବି । ସମସ୍ତେ ଈଶ୍ୱରଙ୍କୁ ତ ଦେଇଥାନ୍ତି ନା । ଆପଣ ଆସିଲେ ଆମେ ସମର୍ପିତ ହୋଇଯିବୁ । ଏହା
ବଦଳରେ ଆପଣଙ୍କଠାରୁ ନୂଆ ତନ-ମନ-ଧନ ନେବୁ । ନୂଆ ମନ କିପରି ନେବୁ? ଆତ୍ମାକୁ ହିଁ ନୂଆ ଅର୍ଥାତ୍
ପବିତ୍ର କରାଇବୁ । ପୁଣି ଶରୀର ମଧ୍ୟ ନୂଆ ନେବୁ । ରାଜଧାନୀ ମଧ୍ୟ ନେବୁ । ବର୍ତ୍ତମାନ ତୁମେମାନେ
ଏ ସବୁ କିଛି ନେଉଛ ନା । ଆତ୍ମା କହୁଛି ହେ ବାବା ମୁଁ ଏହି ଶରୀର ସହିତ ଆପଣଙ୍କର ଅଟେ । ବାବା
ମୁଁ ଆପଣଙ୍କର ଶରଣ ନେଉଛି । ସମସ୍ତେ ଏହି ରାବଣ ରାଜ୍ୟରେ ବହୁତ ଦୁଃଖୀ ହୋଇଯାଇଛନ୍ତି, ସେଥିପାଇଁ
ଡାକୁଛନ୍ତି ବାବା ଏବେ ଏଥିରୁ ମୁକ୍ତ କରି ନିଜର ରାଜଧାନୀକୁ ନେଇଚାଲ । ଶିବବାବା ତ ମିଳିଗଲେ ବାକି
ଆଉ କ’ଣ ଦରକାର! ତୁମେ ଜାଣିଛ ଯେ ଶିବବାବାଙ୍କର ଶ୍ରୀମତ ଦ୍ୱାରା ସ୍ୱର୍ଗ ସ୍ଥାପନା ହେଉଛି ।
ଆସୁରୀ ରାବଣର ମତ ଦ୍ୱାରା ଏହି ଦୁନିଆ ନର୍କ ହୋଇଯାଉଛି । ଏବେ ପୁନର୍ବାର ଶ୍ରୀମତ ଆଧାରରେ
ସ୍ୱର୍ଗ ହେବ । ନିଶ୍ଚିତ ଯେଉଁମାନେ କଳ୍ପ ପୂର୍ବରୁ ଏଠାକୁ ଆସିଥିଲେ, ସେହିମାନେ ହିଁ ଆସିବେ ।
ଶ୍ରୀମତ ଆଧାରରେ ଶ୍ରେଷ୍ଠ ହେବେ । ରାବଣର ମତରେ ଚାଲିବା ଦ୍ୱାରା ଅଧୋଗତି ହେଉଛି । ଏବେ
ତୁମମାନଙ୍କର ଉନ୍ନତିର କଳା, ଅନ୍ୟ ସମସ୍ତଙ୍କର ଅବନତିର କଳା ହେଉଛି । ଏଠାରେ କେତେ ଭିନ୍ନ ଭିନ୍ନ
ଧର୍ମ ରହିଛି । ସତ୍ୟଯୁଗରେ କେବଳ ଦେବୀ-ଦେବତା ଧର୍ମ ଥିଲା । ଏବେ ତାହା ପ୍ରାୟ ଲୋପ ହୋଇଗଲାଣି ।
(ବରଗଛର ଉଦାହରଣ) ।
ତୁମେ ଜାଣିଛ ଯେ
ଦେବୀ-ଦେବତା ଧର୍ମର ସ୍ମୃତି ଚିହ୍ନମାନ ତ ରହିଛି । ବାସ୍ତବରେ ଏଠାରେ ଦେବୀ-ଦେବତା ମାନଙ୍କର
ରାଜ୍ୟ ଥିଲା । ଏହା ୫ ହଜାର ବର୍ଷର କଥା । ତୁମେ ପ୍ରମାଣ କରି କହୁଛ ଯେ ଏହା ୫ ହଜାର ବର୍ଷର
ଚକ୍ର । ଏଥିରେ ୪ ଯୁଗ ରହିଛି । ପ୍ରତ୍ୟେକ ଯୁଗର ଆୟୁଷ ୧୨୫୦ ବର୍ଷ ଅଟେ । ସେମାନେ ତ ଲକ୍ଷ ଲକ୍ଷ
ବର୍ଷ ଲେଖି ଦେଇଛନ୍ତି । ଏଥିରେ ବହୁତ ତଫାତ୍ ଥିବା କାରଣରୁ କାହାରି ବୁଦ୍ଧିରେ ପଶୁନାହିଁ ।
ଭାବୁଛନ୍ତି ଯେପରି ଅନ୍ୟ ସବୁ ସଂସ୍ଥାମାନ ରହିଛି ସେହିପରି ଏହା ମଧ୍ୟ ବି.କେ. ମାନଙ୍କର ସଂସ୍ଥା
ଅଟେ । ଏମାନେ ଗୀତାକୁ ଶାସ୍ତ୍ର ରୂପେ ରଖିଛନ୍ତି । ଗୀତା ତ କୃଷ୍ଣ ଭଗବାନ ଶୁଣାଇଥିଲେ । ଏହି
ଦାଦା ତ ହୀରା ବ୍ୟବସାୟୀ ଏଠାରେ ବସିଛନ୍ତି, ତେବେ ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡିବେ ନା । ବାବା
କହୁଛନ୍ତି - ମୁଁ ଯିଏ, ଯେପରି ଅଟେ, ଏ ପର୍ଯ୍ୟନ୍ତ କେହି ମୋତେ ଜାଣିନାହାଁନ୍ତି । ଅନ୍ତିମ ସମୟରେ
ତୁମେମାନେ ସମ୍ପୂର୍ଣ୍ଣ ରୂପେ ଜାଣିପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ରମାନୁସାରେ ଜାଣିଛ,
ସେଥିପାଇଁ ତ ଶ୍ରୀମତ ଅନୁସାରେ ଚାଲିବା ବହୁତ କଷ୍ଟ ବୋଲି ଭାବୁଛ । ଅନନ୍ୟ ପିଲାମାନେ ମଧ୍ୟ
ଶ୍ରୀମତ ଅନୁସାରେ ଚାଲୁନାହାଁନ୍ତି । ରାବଣ ସେମାନଙ୍କୁ ଚାଲିବାକୁ ଦେଉନାହିଁ । ନିଜ ମତରେ
ଚାଲୁଛନ୍ତି । ଅଳ୍ପ କେତେ ଜଣ ସନ୍ତାନ ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ଶ୍ରୀମତ ଅନୁସାରେ
ଚାଲୁଛନ୍ତି । ଆଗକୁ ଗଲେ ସମ୍ପୂର୍ଣ୍ଣ ରୂପେ ଜାଣିଯିବେ ଏବଂ ଶ୍ରୀମତରେ ଚାଲିବେ । ମୁଁ ଯିଏ,
ଯେପରି ଅଟେ, ସେମାନେ ଆଗକୁ ଗଲେ ବୁଝିପାରିବେ । ଏବେ କିଛି କିଛି ବୁଝୁଛନ୍ତି । ଯେବେ
ସମ୍ପୂର୍ଣ୍ଣ ରୂପେ ବୁଝିଯିବେ ତେବେ ଆଉ କ’ଣ ଆବଶ୍ୟକ! ନିଜର ଗୃହସ୍ଥରେ ହିଁ ରହିବାକୁ ହେବ କିନ୍ତୁ
ମାୟା ରୂପୀ ଶ୍ରତୁ ଏପରି ଅଟେ ଯିଏକି ଶ୍ରୀମତରେ ଚାଲିବାରେ ବାଧା ଦେଉଛି । କହୁଛନ୍ତି ବାବା
ମାୟାର ତୋଫାନ ବହୁତ ଆସୁଛି । ମାୟା ଆପଣଙ୍କ ସ୍ମୃତି ଭୁଲାଇ ଦେଉଛି । ତୁମେ ତୀବ୍ର ପୁରୁଷାର୍ଥ
କର ତେବେ ଶେଷରେ ମାୟା ବି ଥକିଯିବ । ଅଷ୍ଟରତ୍ନର ମାଳା ମଧ୍ୟ ରହିଛି । ମୁଖ୍ୟ ରୂପେ ୮ ରତ୍ନ
ଅଛନ୍ତି । ୮ ଜଣ ତ ହେଉଛନ୍ତି - ଯୋଡି । ନବମ ରତ୍ନ ଶିବବାବାଙ୍କୁ ମଝିରେ ରଖୁଛନ୍ତି । ଏହାକୁ
କେହି ଲାଲ, କେହି ପୁଣି ଧଳା ରଙ୍ଗର ତିଆରି କରିଥାନ୍ତି । ତେବେ ଶିବବାବା ତ ବିନ୍ଦୁ ଅଟନ୍ତି ।
ବିନ୍ଦୁ ଲାଲ ହୋଇ ନ ଥାଏ । ବିନ୍ଦୁ ତ ଧଳା ହିଁ ହୋଇଥାଏ । ଏହା ବହୁତ ସୂକ୍ଷ୍ମ । ଏହାକୁ ଦିବ୍ୟ
ଦୃଷ୍ଟି ବିନା କେହି ଦେଖିପାରିବେ ନାହିଁ । ଡାକ୍ତରମାନେ କେତେ ଚେଷ୍ଟା କରୁଛନ୍ତି ଦେଖିବା ପାଇଁ
। କିନ୍ତୁ ଦେଖିପାରିବେ ନାହିଁ କାରଣ ଏହା ଅବ୍ୟକ୍ତ ଅଟେ ନା, ସେଥିପାଇଁ ପଚରାଯାଉଛି - ତୁମେମାନେ
କହୁଛ ଆମେ ଆତ୍ମା ଅଟୁ, ଆଚ୍ଛା, ଆତ୍ମାକୁ କେବେ ଦେଖିଛ? ଯଦି ନିଜକୁ ହିଁ ଦେଖିପାରୁ ନାହଁ ତେବେ
ବାବାଙ୍କୁ କିପରି ଦେଖିପାରିବ । ଆତ୍ମାକୁ ଜାଣିବାକୁ ହୁଏ ଯେ କିପରି ସେଥିରେ ଅଭିନୟ ଭରି ହୋଇ
ରହିଛି । ଏହି କଥା ବିଲ୍କୁଲ୍ କେହି ଜାଣିନାହାଁନ୍ତି । ସେଥିପାଇଁ ୮୪ ଜନ୍ମ ବଦଳରେ ୮୪ ଲକ୍ଷ
ଜନ୍ମ କହିଦେଉଛନ୍ତି । ବାବା ଆସି ପିଲାମାନଙ୍କୁ ସବୁ କଥା ବୁଝାଉଛନ୍ତି । ଆଜିର ଭାରତ କ’ଣ
ହୋଇଯାଇଛି, କାଲିର ଭାରତ କ’ଣ ହେବ! ମହାଭାରତ ଲଢେଇ ତ ରହିଛି । ଗୀତାର ଜ୍ଞାନ ମଧ୍ୟ ଦିଆଯାଇଛି,
ଏହା ରୁଦ୍ର ଯଜ୍ଞ ମଧ୍ୟ ଅଟେ । ଏବେ ସବୁ ଧର୍ମର ବିନାଶ, ଗୋଟିଏ ଧର୍ମର ସ୍ଥାପନା ହେଉଛି ।
ଏହା ଶିବବାବାଙ୍କର
ଭଣ୍ଡାରା ଅର୍ଥାତ୍ ପାକଶାଳା ଅଟେ, ଏହିଠାରୁ ତୁମକୁ ପବିତ୍ର ଭୋଜନ ମିଳୁଛି । ଏଠାରେ
ବ୍ରାହ୍ମଣ-ବ୍ରାହ୍ମଣୀମାନେ ହିଁ ଭୋଜନ ପ୍ରସ୍ତୁତ କରୁଛନ୍ତି, ସେଥିପାଇଁ ଏହାର ମହିମା ଅପରମଅପାର
ଅଟେ । ଏହା ଦ୍ୱାରା ତୁମେମାନେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେଉଛ, ସେଥିପାଇଁ ପବିତ୍ର
ଭୋଜନ ଖାଇବା ବହୁତ ଭଲ । ତୁମର ସ୍ଥିତି ଯେତେ ଉଚ୍ଚ ହେବ ସେହିପରି ତୁମକୁ ଶୁଦ୍ଧ ଭୋଜନ ମିଳିବ ।
କେହି ଯୋଗଯୁକ୍ତ ହୋଇ ଭୋଜନ ତିଆରି କଲେ ସେଥିରୁ ବହୁତ ଶକ୍ତି ମିଳିଥାଏ, ଆଗକୁ ଗଲେ ଏହି ଭୋଜନ
ତୁମକୁ ମିଳିବ । ସେବାଯୋଗ୍ୟ ସନ୍ତାନମାନେ ଯିଏକି ସେଣ୍ଟରରେ ରହୁଛନ୍ତି, ସେମାନେ ଯଦି ନିଜ ହାତରେ
ଭୋଜନ ତିଆରି କରି ଖାଇବେ, ତେବେ ତାଙ୍କୁ ବହୁତ ଶକ୍ତି ମିଳିବ । ଯେପରି ପତିବ୍ରତା ସ୍ତ୍ରୀ ନିଜ
ପତି ବ୍ୟତୀତ ଅନ୍ୟ କାହାକୁ ସ୍ମରଣ କରି ନ ଥାଏ, ସେହିପରି ତୁମେମାନେ ମଧ୍ୟ ବାବାଙ୍କ ସ୍ମୃତିରେ
ରହି ଭୋଜନ ତିଆର କରି ଖାଅ, ତେବେ ବହୁତ ବଳ ମିଳିବ । ବାବାଙ୍କର ସ୍ମୃତିରେ ରହିବା ଦ୍ୱାରା ତୁମେ
ବିଶ୍ୱର ରାଜତ୍ୱ ନେଉଛ । ବାବା ପରାମର୍ଶ ତ ଦେଉଛନ୍ତି କିନ୍ତୁ ଏବେ କାହାରି ବୁଦ୍ଧିରେ ଆସୁନାହିଁ
। ଆଗକୁ ଗଲେ ହୋଇପାରେ - କହିବେ ଯେ ଆମେ ନିଜ ହାତରେ ଯୋଗଯୁକ୍ତ ହୋଇ ଭୋଜନ ତିଆରି କରୁଛୁ, ତେବେ
ସମସ୍ତଙ୍କର କଲ୍ୟାଣ ହୋଇଯିବ ।
ବାବା ପିଲାମାନଙ୍କୁ
ଭିନ୍ନ-ଭିନ୍ନ ପ୍ରକାରର ମତ ଦେଉଛନ୍ତି ନା । ଯଦିଓ ତ୍ରିମୂର୍ତ୍ତୀର ଚିତ୍ର ସମ୍ମୁଖରେ ରଖାଯାଇଛି
। ତୁମକୁ ଶିବବାବାଙ୍କଠାରୁ ସମ୍ପତ୍ତି ନେବାକୁ ହେବ । କିଛି ନା କିଛି ଯୋଜନା କରୁଥାଅ ।
ବ୍ରହ୍ମାବାବା ନିଜର ଉଦାହରଣ ଦେଉଛନ୍ତି - ଭକ୍ତିମାର୍ଗରେ ମୁଁ ନାରାୟଣଙ୍କର ଚିତ୍ରକୁ ବହୁତ ଭଲ
ପାଉଥିଲି । ତାଙ୍କୁ ମନେ ପକେଇବା ଦ୍ୱାରା ଆଖିରେ ଲୁହ ଆସିଯାଉଥିଲା କାହିଁକି ନା ସେହି ସମୟରେ
ବୈରାଗ୍ୟ ଥିଲା । ଛୋଟ ବୟସରୁ ତାଙ୍କର ବୈରାଗ୍ୟର ବୃତ୍ତି ଥିଲା । ଏହା ହେଉଛି ପୁଣି ଅବିନାଶୀ କଥା
। ତଥାପି କହୁଛନ୍ତି ମନମନାଭବ, ଯୋଗରେ ରହିବା ଦ୍ୱାରା ହିଁ ତୁମେମାନେ ତମୋପ୍ରଧାନରୁ
ସତ୍ତ୍ୱପ୍ରଧାନ ହେବ । କିପରି ବାବାଙ୍କ ସ୍ମୃତିରେ ରହିବ, ସେହି ଚିନ୍ତା ରହିବା ଦରକାର । ଶ୍ରୀମତ
ମିଳୁଛି ଯେ, ବାବା କହୁଛନ୍ତି ମୋତେ ମନେ ପକାଅ । ମୁଁ ସୃଷ୍ଟିର ରଚୟିତା ଅଟେ, ତେବେ ତୁମେମାନେ
ମଧ୍ୟ ନୂଆ ଦୁନିଆର ମାଲିକ ହେବ ନା । ନଚେତ୍ ଦଣ୍ଡ ବି ପାଇବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ ।
ମରିବା ପୂର୍ବରୁ ପିଲାମାନଙ୍କର ଏହି ଚିନ୍ତା ରହିବା ଉଚିତ୍ ଯେ ଆମେ ସତ୍ତ୍ୱପ୍ରଧାନ କିପରି ହେବୁ
। ବାବାଙ୍କୁ ତ ନିଶ୍ଚିତ ମନେ ପକାଇବାକୁ ହେବ । ଏହା ହେଉଛି ସବୁଠାରୁ ବଡ ଚିନ୍ତା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯୋଗଯୁକ୍ତ
ହୋଇ ନିଜ ହାତରେ ଭୋଜନ ତିଆରି କରି ଖାଇବାକୁ ହେବ । ପବିତ୍ର ଦୁନିଆକୁ ଯିବା ପାଇଁ ପବିତ୍ର ଭୋଜନ
ଖାଇବାକୁ ହେବ । ଏହିଥିରେ ହିଁ ଶକ୍ତି ରହିଛି ।
(୨) ନୂଆ ଶରୀର-ମନ-ଧନ
ପ୍ରାପ୍ତ କରିବା ପାଇଁ ପୁରୁଣା ସବୁ କିଛି ବାବାଙ୍କ ନିକଟରେ ଅର୍ପଣ କରିଦେବାକୁ ହେବ । ଏହି ଶରୀର
ସହିତ ବାବାଙ୍କ ଉପରେ ପୂରା-ପୂରା ସମର୍ପଣ ହେବାକୁ ପଡିବ ।
ବରଦାନ:-
ଏକାନ୍ତ ଏବଂ
ଅନ୍ତମୁର୍ଖତାର ଅଭ୍ୟାସ ଦ୍ୱାରା ନିଜକୁ ଅନୁଭବ ଗୁଡିକରେ ସମ୍ପନ୍ନ କରୁଥିବା ମାୟାଜିତ୍ ଭବ ।
ନଲେଜଫୁଲ ଅର୍ଥାତ୍
ଜ୍ଞାନବାନ ହେବା ସହିତ ପାୱାରଫୁଲ ଅର୍ଥାତ୍ ଅନୁଭବୀ ମୂରତ ହେବା ପାଇଁ ଏକାନ୍ତବାସୀ ଏବଂ
ଅନ୍ତର୍ମୁଖୀ ହୁଅ । ସ୍ଥିତି ଟଳମଳ ହେବାର କାରଣ ହେଲା ଅନୁଭବର କମୀ ସେଥିପାଇଁ କେବଳ ବୁଝିବାବାଲା,
ବୁଝାଇବାବାଲା ବା ମନନ-ଚିନ୍ତନ କରିବାବାଲା ହୁଅ ନାହିଁ, ବରଂ ଏକାନ୍ତବାସୀ ହୋଇ ଜ୍ଞାନର ସବୁ
ପଏଣ୍ଟର ଅନୁଭବୀ ହୁଅ, ଯାହାଦ୍ୱାରା କୌଣସି ବି ପ୍ରକାରର ଧୋକାରୁ, ଦୁଃଖ ବା ଦ୍ୱନ୍ଦ୍ୱରୁ ରକ୍ଷା
ପାଇଯିବ । ମୁଁ କାହାର ସନ୍ତାନ ଏବଂ ମୋତେ କ’ଣ ପ୍ରାପ୍ତି ହେଉଛି - ଏହି ପ୍ରଥମ ପାଠର ଅନୁଭବ
କରିନେଲେ ସହଜରେ ମାୟାଜିତ୍ ହୋଇଯିବ ।
ସ୍ଲୋଗାନ:-
ଦାୟିତ୍ୱ
ସମ୍ଭାଳୁଥିଲେ ମଧ୍ୟ ଡବଲ ଲାଇଟ୍ ସ୍ଥିତିରେ ରହୁଥିବା ଆତ୍ମାମାନେ ହିଁ ବାବାଙ୍କର ନିକଟତମ ରତ୍ନ
ଅଟନ୍ତି ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ନିଜର ତିନୋଟି ସ୍ୱରୂପକୁ
ସର୍ବଦା ସ୍ମୃତିରେ ରଖ, ଗୋଟିଏ ହେଲା ମୁଁ ଉପକାରୀ ଅଟେ, ଦ୍ୱିତୀୟରେ ନିରହଂକାରୀ ଅଟେ, ତୃତୀୟରେ
ଅଧିକାରୀ ଅଟେ । ଯିଏ ଯେତେ ବି ଅପକାରୀ ହୋଇଥାଉ କିନ୍ତୁ ତୁମର ଦୃଷ୍ଟି ଏବଂ ମନୋବୃତ୍ତି ଉପକାରୀ
ହେଉ, ପୁଣି ଯେତିକି ଅଧିକାରୀ ସେତିକି ନିରଂହକାରୀ ମଧ୍ୟ ହେଉ । ଯେତେବେଳେ ମନର ବୃତ୍ତିରେ ମଧ୍ୟ
ମୁଁ ପଣିଆର ତ୍ୟାଗ ହୋଇଥିବ, ସ୍ମୃତିରେ ସର୍ବଦା ବାବା ଏବଂ ଦାଦା ରହିଥିବେ ଏବଂ ମୁଖରେ ମଧ୍ୟ ଏହି
ବାଣୀ ରହିଥିବ, ସେତେବେଳେ ଯାଇ ବିଶ୍ୱପତି ହୋଇ ବିଶ୍ୱର ସେବା କରିପାରିବ ।