30.12.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପାପର ବୋଝରୁ ହାଲୁକା ହେବା ପାଇଁ ବିଶ୍ୱସ୍ତ ଏବଂ ସଚ୍ଚୋଟ ଭାବରେ ନିଜର କର୍ମ କାହାଣୀକୁ ବାବାଙ୍କୁ ଲେଖିକରି ଦିଅ ତେବେ କ୍ଷମା ମିଳିଯିବ’’ ।

ପ୍ରଶ୍ନ:-
ସଂଗମଯୁଗରେ ତୁମେ ପିଲାମାନେ କେଉଁ ମଞ୍ଜି ବୁଣି ପାରିବ ନାହିଁ?

ଉତ୍ତର:-
ଦେହ-ଅଭିମାନର । ଏହି ବୀଜରୁ ହିଁ ସର୍ବ ବିକାରର ବୃକ୍ଷ ସୃଷ୍ଟି ହେଉଛି । ବର୍ତ୍ତମାନ ସମୟରେ ସାରା ଦୁନିଆରେ ୫ ବିକାରର ବୃକ୍ଷ ବିସ୍ତାର ଲାଭ କରିଛି । ସମସ୍ତେ କାମ-କ୍ରୋଧର ବୀଜ ଲଗାଇ ଚାଲିଛନ୍ତି । ତୁମକୁ ବାବାଙ୍କର ନିର୍ଦ୍ଦେଶ ମିଳୁଛି - ପିଲାମାନେ ଯୋଗବଳ ଦ୍ୱାରା ପବିତ୍ର ହୁଅ । ବିକାର ଗୁଡିକର ବୀଜ ଲଗାଇବା ବନ୍ଦ କର ।

ଗୀତ:-
ତୁହ୍ମେ ପା କେ ହମନେ ଜହାଁ ପା ଲିଆ ହୈ...

ଓମ୍ ଶାନ୍ତି ।
ମଧୁର ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ! ଏବେ ତ କମ୍ ଅଛନ୍ତି, ପୁଣି ଅନେକ ସନ୍ତାନ ହୋଇଯିବେ । ବର୍ତ୍ତମାନ ତୁମେ ପ୍ରତ୍ୟକ୍ଷ ରୂପେ କମ୍ ସଂଖ୍ୟାରେ ସନ୍ତାନ ହୋଇଛ ତଥାପି ଏହି ପ୍ରଜାପିତା ବ୍ରହ୍ମାଙ୍କୁ ତ ସମସ୍ତେ ଜାଣିଛ ନା । ନାମ ହିଁ ପ୍ରଜାପିତା ବ୍ରହ୍ମା ଅଟେ । କେତେ ଢେର ପ୍ରଜା ଅଛନ୍ତି । ସବୁ ଧର୍ମାବଲମ୍ବୀମାନେ ଏହାଙ୍କୁ ନିଶ୍ଚୟ ମାନିବେ ନିଶ୍ଚୟ । ଏହାଙ୍କ ଦ୍ୱାରା ହିଁ ମନୁଷ୍ୟମାନଙ୍କର ରଚନା ହୋଇଛି ନା । ବାବା ବୁଝାଇଛନ୍ତି ଲୌକିକ ପିତା ମଧ୍ୟ ଲୌକିକ ପରିବାରର ବ୍ରହ୍ମା ଅଟନ୍ତି କାହିଁକି ନା ତାଙ୍କର ମଧ୍ୟ ବଂଶାବଳୀ ତିଆରି ହେଉଛି ନା । ସାଙ୍ଗିଆ ଦ୍ୱାରା ବଂଶାବଳୀ ଚାଲିଥାଏ । ସିଏ ହେଉଛନ୍ତି ହଦର, ଇଏ ବେହଦର ବାବା ଅଟନ୍ତି । ଏହାଙ୍କର ନାମ ହିଁ ହେଉଛି ପ୍ରଜାପିତା । ସେହି ଲୌକିକ ପିତା ତ ସୀମିତ ସନ୍ତାନ ରଚନା କରିଥାନ୍ତି । କେହି ରଚନା ମଧ୍ୟ କରି ନ ଥାନ୍ତି । ଇଏ ତ ନିଶ୍ଚୟ ରଚନା କରିବେ । ଏପରି କେହି କହିବେ ନାହିଁ ଯେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ନାହାଁନ୍ତି? ଏହାଙ୍କର ସନ୍ତାନ ତ ସାରା ଦୁନିଆ ଅଟେ । ପ୍ରଥମେ ପ୍ରଥମେ ହେଲେ ପ୍ରଜାପିତା ବ୍ରହ୍ମା । ମୁସଲମାନମାନେ ମଧ୍ୟ ଯେଉଁ ଆଦମ ବିବି କହୁଛନ୍ତି ତାହା ତ ନିଶ୍ଚୟ କାହାକୁ କହୁଥିବେ ନା । ଏଡମ୍ ଇବ, ଆଦି ଦେବ, ଆଦି ଦେବୀ ଏସବୁ ପ୍ରଜାପିତା ବ୍ରହ୍ମାଙ୍କ ନିମନ୍ତେ ହିଁ କୁହାଯିବ । ଯେଉଁ ଧର୍ମବାଲା ହୋଇଥାଆନ୍ତୁ ସମେସ୍ତ ଏହାଙ୍କୁ ମାନିବେ ନିଶ୍ଚୟ । ବାସ୍ତବରେ ଜଣେ ହେଲେ ଲୌକିକ ପିତା, ଦ୍ୱିତୀୟରେ ପାରଲୌକିକ ପିତା । ସେହି ପାରଲୌକିକ ପିତା, ଅବିନାଶୀ ସୁଖଦାତା ଅଟନ୍ତି । ତୁମେ ବେହଦ ସ୍ୱର୍ଗର ସୁଖ ପାଇବା ନିମନ୍ତେ ପୁରୁଷାର୍ଥ କରୁଛ । ଏଠାକୁ ବେହଦର ବାବାଙ୍କଠାରୁ ବେହଦ ସୁଖର ସମ୍ପତ୍ତି ପାଇବାକୁ ଆସିଛ । ସ୍ୱର୍ଗରେ ବେହଦର ସୁଖ, ନର୍କରେ ବେହଦର ଦୁଃଖ ବୋଲି ମଧ୍ୟ କହିପାରିବ । ଦୁଃଖ ମଧ୍ୟ ବହୁତ ଆସିବ । ସମସ୍ତେ ହାୟ-ହାୟ କରିବେ । ବାବା ତୁମକୁ ସାରା ବିଶ୍ୱର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଇଛନ୍ତି । ତୁମେ ପିଲାମାନେ ସମ୍ମୁଖରେ ବସିଛ ଏବଂ ପୁରୁଷାର୍ଥ ମଧ୍ୟ କରୁଛ । ଇଏ ତ ମାତା-ପିତା ଉଭୟ ହେଲେ ନା । ଏତେ ଢେର ସନ୍ତାନ ଅଛନ୍ତି । ବେହଦର ମାତା-ପିତାଙ୍କ ସହିତ କେବେ କେହି ଶତ୍ରୁତା ରଖିବେ ନାହିଁ । ମାତା-ପିତାଙ୍କଠାରୁ କେତେ ସୁଖ ମିଳିଥାଏ । ଗାୟନ ମଧ୍ୟ କରନ୍ତି ତୁମେ ମାତା-ପିତା... ଏକଥା ତ ପିଲାମାନେ ହିଁ ବୁଝିଛନ୍ତି । ଅନ୍ୟ ଧର୍ମାବଲମ୍ବୀମାନେ ସମସ୍ତେ କେବଳ ପିତାଙ୍କୁ ହିଁ ଡାକୁଛନ୍ତି । ମାତା-ପିତା କହିବେ ନାହିଁ । କେବଳ ଏହି ଭାରତରେ ହିଁ ଗାୟନ କରୁଛନ୍ତି ତୁମେ ମାତା-ପିତା ଆମେ ତୁମର ସନ୍ତାନ... ତୁମେ ସନ୍ତାନମାନେ ଜାଣିଛ ଆମେ ପାଠପଢି ମନୁଷ୍ୟରୁ ଦେବତା, କଣ୍ଟାରୁ ଫୁଲ ହେଉଛୁ । ବାବା ନାଉରିଆ ହେବା ସହିତ, ବଗିଚାର ମାଲିକ ମଧ୍ୟ ଅଟନ୍ତି । ବାକି ତୁମେ ବ୍ରାହ୍ମଣମାନେ ଅନେକ ପ୍ରକାରର ମାଳି ଅଟ । ମୋଗଲ ଗାର୍ଡନର ମଧ୍ୟ ମାଳି ଥାଆନ୍ତି ନା । ତାଙ୍କର ଦରମା ମଧ୍ୟ କେତେ ଅଧିକ ହୋଇଥିବ । ମାଳି ମଧ୍ୟ କ୍ରମଅନୁସାରେ ଅଛନ୍ତି ନା । କେହି କେହି ମାଳି କେତେ ବହୁତ ଭଲ-ଭଲ ଫୁଲ ଲଗାଇଥା’ନ୍ତି । ଫୁଲମାନଙ୍କ ମଧ୍ୟରେ ଗୋଟିଏ ରାଜା ଫୁଲ ମଧ୍ୟ ଥାଏ । ସତ୍ୟଯୁଗରେ ରାଜା ରାଣୀ, ଫୁଲ ଭଳି ସୁଖଦାତା ଅଟନ୍ତି ନା । ଏଠାରେ ଯଦିଓ ମହାରାଜା-ମହାରାଣୀ ଅଛନ୍ତି କିନ୍ତୁ ଫୁଲ ନୁହଁନ୍ତି । ପତିତ ହେବା ଦ୍ୱାରା କଣ୍ଟା ହୋଇଯାଇଥା’ନ୍ତି । ଜ୍ଞାନମାର୍ଗରେ ଚାଲୁ-ଚାଲୁ କଣ୍ଟା ଭଳି ଦୁଃଖ ଦେଇ ପଳାଇ ଯାଉଛନ୍ତି । ଅଜାମିଳ ମଧ୍ୟ ଏହିମାନଙ୍କୁ କୁହାଯାଉଛି । ସବୁଠାରୁ ଅଧିକ ଭକ୍ତି ମଧ୍ୟ ତୁମେ କରୁଛ । ବାମ ମାର୍ଗରେ ନିମ୍ନଗାମୀ ହେବାର ଚିତ୍ର ଦେଖ କିପରି ଅଶାଳୀନ ଭାବେ ତିଆରି କରିଛନ୍ତି । ଦେବତାମାନଙ୍କର ହିଁ ଚିତ୍ର ଦେଖାଇଛନ୍ତି । ତେବେ ତାହା ହେଲା ବାମମାର୍ଗର ଚିତ୍ର । ଏବେ ତୁମେ ପିଲାମାନେ ଏହିସବୁ କଥା ବୁଝିଗଲଣି । ତୁମେ ଏବେ ବ୍ରାହ୍ମଣ ହୋଇଛ । ଆମେ ବିକାରଠାରୁ ବହୁତ ଦୂରକୁ ଯାଉଛୁ । ବ୍ରାହ୍ମଣ ହୋଇ ଭାଇ-ଭଉଣୀ ବିକାରଗ୍ରସ୍ତ ହେବା - ଏହା ତ ବହୁତ ବଡ ଅପରାଧ ହୋଇଯିବ । ନାମ ହିଁ ଖରାପ ହୋଇଯାଉଛି, ସେଥିପାଇଁ ଛୋଟ ବୟସରୁ ହିଁ ଯଦି କୌଣସି ଖରାପ କାମ କରିଛ ତେବେ ତାକୁ ବାବାଙ୍କୁ ଶୁଣାଇ ଦେଲେ ଅଧା କ୍ଷମା ହୋଇଯିବ । ମନେ ତ ରହିଥାଏ ନା । ଅମୁକ ସମୟରେ ମୁଁ ଏହି ଖରାପ କାମ କରିଥିଲି । ବାବାଙ୍କୁ ଲେଖିକରି ଦେଉଛନ୍ତି । ଯେଉଁମାନେ ବହୁତ ବିଶ୍ୱସ୍ତ ଓ ସଚ୍ଚୋଟ ଅଟନ୍ତି ସେମାନେ ବାବାଙ୍କୁ ଲେଖି କରି ଦେଇଥାନ୍ତି - ବାବା ମୁଁ ଏହି ସବୁ ଖରାପ କାମ କରିଛି । କ୍ଷମା କରିଦିଅନ୍ତୁ । ବାବା କହୁଛନ୍ତି କ୍ଷମା ତ ହୁଏ ନାହିଁ, ବାକି ସତ୍ୟ କହୁଥିବାରୁ ତାହା ହାଲୁକା ହୋଇଯିବ । ଏପରି ନୁହେଁ ଯେ ଭୁଲି ହୋଇଯିବ । ଭୁଲି ପାରିବି ନାହିଁ । ଆଗକୁ ପୁଣି ଏପରି କାମ ନ କରିବା ପାଇଁ ଖବରଦାର କରୁଛି । ବାକି ନିଜ ମନରେ ପଶ୍ଚାତାପ ଆସିଥାଏ । କହୁଛନ୍ତି ବାବା ମୁଁ ଅଜାମିଳ ଥିଲି । ଏହି ଜନ୍ମର ହିଁ କଥା ଅଟେ । ଏକଥା ମଧ୍ୟ ଏବେ ତୁମେ ଜାଣୁଛ । କେବେଠାରୁ ବାମମାର୍ଗକୁ ଯାଇ ପାପ ଆତ୍ମା ହୋଇଛ? ଏବେ ବାବା ପୁଣି ଆମକୁ ପୁଣ୍ୟ ଆତ୍ମା କରୁଛନ୍ତି । ପୁଣ୍ୟ ଆତ୍ମାମାନଙ୍କର ଦୁନିଆ ହିଁ ଅଲଗା । ଯଦିଓ ଦୁନିଆ ହିଁ ଗୋଟିଏ, କିନ୍ତୁ ତୁମେ ବୁଝିଗଲଣି ଯେ ଏହା ଦୁଇ ଭାଗରେ ବିଭକ୍ତ । ଗୋଟିଏ ହେଉଛି ପୁଣ୍ୟ ଆତ୍ମାମାନଙ୍କର ଦୁନିଆ ଯାହାକୁ ସ୍ୱର୍ଗ କୁହାଯାଉଛି । ଅନ୍ୟଟି ହେଲା ପାପ ଆତ୍ମାମାନଙ୍କର ଦୁନିଆ ଯାହାକୁ ନରକ ଦୁଃଖଧାମ କୁହାଯାଉଛି । ସୁଖର ଦୁନିଆ ଏବଂ ଦୁଃଖର ଦୁନିଆ । ଦୁଃଖର ଦୁନିଆରେ ସମସ୍ତେ ଚିତ୍କାର କରୁଛନ୍ତି ଆମକୁ ମୁକ୍ତ କର, ଆମକୁ ଘରକୁ ନେଇଯାଅ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଘରେ ଯାଇ ବସିଯିବାର ନାହିଁ, ପୁଣି ଅଭିନୟ କରିବାକୁ ଆସିବାକୁ ପଡିବ । ବର୍ତ୍ତମାନ ସମଗ୍ର ଦୁନିଆ ପତିତ ଅଟେ । ଏବେ ବାବାଙ୍କ ଦ୍ୱାରା ତୁମେ ପବିତ୍ର ହେଉଛ । ତୁମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି । ଆଉ କେହି ବି ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଦେଖାଇବେ ନାହିଁ ଯେ ଆମେ ଏପରି ହେଉଛୁ । ବାବା କହୁଛନ୍ତି ପିଲାମାନେ ତୁମେ ଏହିପରି ଥିଲ, ଏବେ ନାହଁ । ପୂଜ୍ୟ ଥିଲ ଏବେ ପୂଜାରୀ ହୋଇଯାଇଛ । ପୁଣି ପୂଜ୍ୟ ହେବା ପାଇଁ ପୁରୁଷାର୍ଥ ଦରକାର । ବାବା କେତେ ଭଲ ପୁରୁଷାର୍ଥ କରାଉଛନ୍ତି । ଏହି ବାବା ଜାଣିଛନ୍ତି ନା ମୁଁ ରାଜକୁମାର ହେବି । ଇଏ ପ୍ରଥମ ନମ୍ବରରେ ଅଛନ୍ତି, ତଥାପି ମଧ୍ୟ ସବୁବେଳେ ମନେ ରହୁ ନାହିଁ । ଭୁଲି ଯାଉଛନ୍ତି । କିଏ କେତେ ବି ମେହନତ କଲେ ମଧ୍ୟ ବର୍ତ୍ତମାନ ସେହପରି ଶ୍ରେଷ୍ଠ ଅବସ୍ଥା ହେବାର ନାହିଁ । କର୍ମାତୀତ ଅବସ୍ଥା ସେତେବେଳେ ହେବ ଯେତେବେଳେ ଲଢେଇ ଲାଗିବାର ସମୟ ଆସିବ । ପୁରୁଷାର୍ଥ ତ ସମସ୍ତଙ୍କୁ କରିବାକୁ ପଡିବ ନା । ୟାଙ୍କୁ ମଧ୍ୟ କରିବାକୁ ହେବ । ତୁମେ ବୁଝାଉଛ ମଧ୍ୟ କି ଚିତ୍ରରେ ଦେଖ ବାବାଙ୍କର ଚିତ୍ର କେଉଁଠାରେ ଅଛି? ଏକଦମ୍ ବୃକ୍ଷର ଅନ୍ତରେ ଛିଡା ହୋଇଛନ୍ତି ପତିତ ଦୁନିଆରେ ଏବଂ ତଳେ ପୁଣି ତପସ୍ୟା କରୁଛନ୍ତି । କେତେ ସହଜ କରି ବୁଝାଯାଉଛି । ଏ ସବୁ କଥା ବାବା ହିଁ ବୁଝାଉଛନ୍ତି । ଇଏ ମଧ୍ୟ ଜାଣି ନ ଥିଲେ । ବାବା ହିଁ ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି - ହେ ପରମପିତା ପରମାତ୍ମା ଏଠାକୁ ଆସି ଆମର ଦୁଃଖ ହରଣ କର । ବ୍ରହ୍ମା-ବିଷ୍ଣୁ-ଶଙ୍କର ତ ଦେବତା ଅଟନ୍ତି । ମୂଳବତନରେ ରହୁଥିବା ଆତ୍ମାମାନଙ୍କୁ ଦେବତା କୁହାଯିବ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ରହସ୍ୟ ମଧ୍ୟ ବାବା ବୁଝାଇଛନ୍ତି । ବ୍ରହ୍ମା, ଲକ୍ଷ୍ମୀ-ନାରାୟଣ ପ୍ରଭୃତି ଏମାନେ ସବୁ ତ ଏହିଠାରେ ହିଁ ଥା’ନ୍ତି ନା । ସୂକ୍ଷ୍ମବତନର ଦୃଶ୍ୟ ତୁମକୁ କେବଳ ବର୍ତ୍ତମାନ ସାକ୍ଷାତ୍‌କାର ହେଉଛି । ଏହି ବାବା ମଧ୍ୟ ଫରିସ୍ତା ହୋଇ ଯାଉଛନ୍ତି । ଏ କଥା ତ ପିଲାମାନେ ଜାଣିଛନ୍ତି ଯିଏ ସିଡି ଚିତ୍ରରେ ଉପରେ ଛିଡା ହୋଇଛନ୍ତି ସେ ପୁଣି ତଳେ ତପସ୍ୟା କରୁଛନ୍ତି । ଚିତ୍ରରେ ବିଲ୍‌କୁଲ୍ ପରିଷ୍କାର ଭାବରେ ଦେଖାଯାଇଛି । ବ୍ରହ୍ମା ନିଜକୁ ଭଗବାନ ବୋଲି କେଉଁଠି କହୁଛନ୍ତି ? ଇଏ ତ କହୁଛନ୍ତି ମୁଁ ମୂଲ୍ୟହୀନ ଥିଲି, ତତ୍‌ତ୍ତ୍ୱମ୍ । ଏବେ ମୂଲ୍ୟବାନ୍ ହେଉଛି ତତ୍‌ତ୍ତ୍ୱମ୍ । କେତେ ସହଜ ବୁଝିବାର କଥା । କେବେ କେହି ଏକଥା କହିଲେ ତାଙ୍କୁ କୁହ ଇଏ କଳିଯୁଗର ଶେଷରେ ଛିଡା ହୋଇଛନ୍ତି ନା । ବାବା କହୁଛନ୍ତି ଯେତେବେଳେ ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହେଉଛି ଏବଂ ଏହାଙ୍କର ବାନପ୍ରସ୍ଥ ଅବସ୍ଥା ହେଉଛି ସେତେବେଳେ ମୁଁ ଏହାଙ୍କ ଶରୀରରେ ପ୍ରବେଶ କରୁଛି । ଏବେ ରାଜଯୋଗର ତପସ୍ୟା କରୁଛନ୍ତି । ତପସ୍ୟା କଲାବାଲାଙ୍କୁ ଦେବତା କିପରି କୁହାଯିବ? ରାଜଯୋଗ ଶିକ୍ଷା କରି ଏହିପରି ହେବେ । ତୁମମାନଙ୍କୁ ମଧ୍ୟ ଏହିପରି ମୁକୁଟଧାରୀ କରାଉଛନ୍ତି ନା । ଏହିମାନେ ପୁଣି ଦେବତା ହେଉଛନ୍ତି । ଏପରି ତ ୧୦-୨୦ ଜଣ ପିଲାଙ୍କର ଚିତ୍ର ମଧ୍ୟ ରଖିପାରିବ । କେବଳ ଦେଖାଇବା ପାଇଁ ରଖାଯାଇଛି ଯେ ଆମେ ଏହିପରି ହେଉଛୁ । ଆଗରୁ ସମସ୍ତଙ୍କର ଏପରି ଫଟୋ ଉଠାଯାଉଥିଲା । ଏ ସବୁ ବୁଝାଇବାର କଥା ଅଟେ ନା । ଗୋଟିଏ ପଟେ ସାଧାରଣ ଫଟୋ, ଅନ୍ୟ ପଟେ ଡବଲ ମୁକୁଟଧାରୀ ଫଟୋ । ତୁମେ ଜାଣିଛ ଆମେ ଏହିପରି ହେବାକୁ ଯାଉଛୁ । ସେହିମାନେ ହିଁ ହେବେ ଯାହାଙ୍କର ବାବାଙ୍କର ସହିତ ଲାଇନ୍ ବିଲ୍‌କୁଲ୍ କ୍ଲିଅର ଥିବ ଏବଂ ବହୁତ ମଧୁର ବି ହୋଇଥିବେ । ଏବେ ମନୁଷ୍ୟମାନଙ୍କ ମଧ୍ୟରେ କାମ-କ୍ରୋଧ ଇତ୍ୟାଦିର ବୀଜ କେତେ ଅଧିକ ତୀବ୍ର ହୋଇଗଲାଣି । ସମସ୍ତଙ୍କ ମଧ୍ୟରେ ୫ ବିକାର ରୂପୀ ବୀଜର ବୃକ୍ଷ ବିସ୍ତାରିତ ହୋଇଗଲାଣି । ଏବେ ବାବା କହୁଛନ୍ତି ଏପରି ବୀଜ ତୁମକୁ ଆଉ ବୁଣିବାର ନାହିଁ । ସଂଗମଯୁଗରେ ତୁମକୁ ଦେହ-ଅଭିମାନର ବୀଜ ବୁଣିବାର ନାହିଁ । କାମର ବୀଜ ବୁଣିବାର ନାହିଁ । ଅଧାକଳ୍ପ ପାଇଁ ପୁଣି ରାବଣ ହିଁ ରହିବ ନାହିଁ । ପ୍ରତ୍ୟେକ କଥା ବାବା ବସି ସନ୍ତାନମାନଙ୍କୁ ବୁଝାଉଛନ୍ତି । ଗୋଟିଏ ମୁଖ୍ୟ କଥା ହେଉଛି ମନ୍‌ମନାଭବ । ବାବା କହୁଛନ୍ତି ମୋତେ ମନେ ପକାଅ । ସବୁଠାରୁ ପଛରେ, ଇଏ ବ୍ରହ୍ମା ଅଛନ୍ତି ପୁଣି ସବୁଠାରୁ ଆଗରେ ମଧ୍ୟ ଏଇ ବ୍ରହ୍ମା ହିଁ ଅଛନ୍ତି । ଯୋଗବଳ ଦ୍ୱାରା କେତେ ପବିତ୍ର ହେଉଛନ୍ତି । ଆରମ୍ଭରୁ ତ ପିଲାମାନଙ୍କୁ ବହୁତ ସାକ୍ଷାତ୍‌କାର ହେଉଥିଲା । ଭକ୍ତିମାର୍ଗରେ ଯେତେବେଳେ ନବଧା ଭକ୍ତି କରିଥାନ୍ତି ସେତେବେଳେ ସାକ୍ଷାତ୍‌କାର ହୋଇଥାଏ । ଏଠାରେ ତ ଏମାନେ ବସି-ବସି ଧ୍ୟାନରେ ଚାଲିଯାଉଥିଲେ, ତେଣୁ ଏହାକୁ ଜାଦୁ ବୋଲି ଭାବୁଥିଲେ । ଏହା ତ ଫାଷ୍ଟକ୍ଲାସ୍ ଜାଦୁ ଅଟେ । ମୀରା ତ ବହୁତ ତପସ୍ୟା କରିଥିଲେ, ସାଧୁ-ସନ୍ଥମାନଙ୍କର ସଙ୍ଗ କରିଥିଲେ । ଏଠାରେ ସାଧୁ ଆଦି କାହାଁନ୍ତି । ଇଏ ତ ବାବା ଅଟନ୍ତି ନା । ସମସ୍ତଙ୍କର ପିତା ହେଉଛନ୍ତି ଶିବବାବା । କହୁଛନ୍ତି ଗୁରୁଙ୍କ ସହିତ ମିଶିବୁ । ଏଠାରେ ତ କେହି ଗୁରୁ ନାହାଁନ୍ତି । ଶିବବାବା ତ ନିରାକାର ଅଟନ୍ତି କାହା ସହିତ ମିଶିବାକୁ ଚାହୁଁଛ? ସେହି ଗୁରୁମାନଙ୍କ ପାଖକୁ ଯାଇ ଭେଟି ଦେଇଥାନ୍ତି । ଏହି ବାବା ତ ବେହଦର ମାଲିକ ଅଟନ୍ତି । ଏଠାରେ ଭେଟି ଆଦି ଚଢାଇବାର କିଛି କଥା ନାହିଁ । ଇଏ ପଇସା ନେଇ କ’ଣ କରିବେ? ଏହି ବ୍ରହ୍ମା ମଧ୍ୟ ଜାଣିଛନ୍ତି ମୁଁ ବିଶ୍ୱର ମାଲିକ ହେଉଛି । ପିଲାମାନେ ଯାହା କିଛି ପଇସା ଆଦି ଦେଉଛନ୍ତି ସେଥିରେ ସେମାନଙ୍କ ପାଇଁ ଘର ଆଦି ତିଆରି କରିଦେଉଛି । ପଇସା ତ ନା ଶିବବାବାଙ୍କର ଦରକାର ନା ବ୍ରହ୍ମା ବାବାଙ୍କର ଦରକାର । ଏହି ଘର ସବୁ ପିଲାମାନଙ୍କ ନିମନ୍ତେ ତିଆରି କରାଯାଉଛି, ପିଲାମାନେ ହିଁ ଆସି ରହୁଛନ୍ତି । କେହି ଗରୀବ ପୁଣି କେହି ସାହୁକାର ଅଛନ୍ତି, କେହି କେହି ତ ଦୁଇ ଟଙ୍କା ମଧ୍ୟ ପଠାଇ ଦେଉଛନ୍ତି - ବାବା ମୋର ଗୋଟିଏ ଇଟା ଲଗାଇ ଦିଅ । କେହି ପୁଣି ହଜାରେ ଟଙ୍କା ପଠାଇ ଦେଉଛନ୍ତି । ଉଭୟଙ୍କର ଭାବନା ତ ସମାନ ଅଟେ ନା । ତେଣୁ ଉଭୟଙ୍କର ସମାନ ଭାଗ୍ୟ ଜମା ହୋଇଯାଉଛି । ଯେବେ ପିଲାମାନେ ଆସୁଛନ୍ତି ଯେଉଁଠି ଇଚ୍ଛା ସେଠି ରୁହନ୍ତୁ । ଯେଉଁମାନେ ଘର ତିଆରି କରାଇଛନ୍ତି ସେମାନେ ଆସିଲେ ତାଙ୍କୁ ନିଶ୍ଚୟ ଆରାମରେ ରଖାଇବେ । କେହି ପୁଣି କହିଦେଉଛନ୍ତି ବାବାଙ୍କ ପାଖରେ ମଧ୍ୟ ଖାତିରୀ ହେଉଛି । ଆରେ ତାହା ତ ନିଶ୍ଚୟ କରିବାକୁ ପଡିବ ନା । କିଏ କିପରି ଅଟନ୍ତି, କେହି କେହି ତ ଯେଉଁଠି ସେଠି ରହି ଯାଇପାରିବେ । କେହି ପୁଣି ବହୁତ ସୁକୁମାରିଆ ଥା’ନ୍ତି, ବିଦେଶରେ ରହିଲାବାଲା ଅଥବା ବଡ-ବଡ ମହଲରେ ରହିଲାବାଲା ଅଛନ୍ତି, ପ୍ରତ୍ୟେକ ଦେଶରୁ ବଡ-ବଡ ଧନୀ ଲୋକମାନେ ବାହାରୁଛନ୍ତି ଯିଏକି ଘର ମଧ୍ୟ ସେହିପରି ତିଆରି କରୁଛନ୍ତି । ଏଠାକୁ ଦେଖ କେତେ ଢେର ସନ୍ତାନ ଆସୁଛନ୍ତି । ଆଉ କୌଣସି ବାପର ଏପରି ଖିଆଲ ଆସିବ ନାହିଁ । ହୁଏତ ୧୦-୧୨-୨୦ ନାତି-ନାତୁଣୀ ଥିବେ । ଆଚ୍ଛା, କାହାର ୨୦୦-୫୦୦ ମଧ୍ୟ ହୁଅନ୍ତୁ ତାହାଠାରୁ ଅଧିକ ତ ହେବେ ନାହିଁ ନା । ଏହି ବାବାଙ୍କର ପରିବାର ତ କେତେ ବଡ, ଆହୁରି ମଧ୍ୟ ବୃଦ୍ଧି ହୋଇ ଚାଲିବ । ଏଠାରେ ତ ରାଜଧାନୀର ସ୍ଥାପନା ହେଉଛି । ବାପାଙ୍କର ପରିବାର କେତେ ହେବେ । ପୁଣି ପ୍ରଜାପିତା ବ୍ରହ୍ମାଙ୍କର ପରିବାର କେତେ ହୋଇଗଲେ । କଳ୍ପ-କଳ୍ପ ଯେତେବେଳେ ଆସନ୍ତି ସେତେବେଳେ ଆଶ୍ଚର୍ଯ୍ୟଜନକ କଥା ସବୁ ତୁମ କାନରେ ସବୁ ପଡିଥାଏ । ବାବାଙ୍କ ନିମନ୍ତେ କହୁଛନ୍ତି ନା - ହେ ପ୍ରଭୁ ତୁମର ଗତି-ମତ ସବୁଠାରୁ ଅଲଗା ଅଟେ । ଭକ୍ତି ଏବଂ ଜ୍ଞାନ ମଧ୍ୟରେ ଦେଖ କେତେ ଫରକ ରହିଛି ।

ବାବା ତୁମକୁ ବୁଝାଉଛନ୍ତି - ସ୍ୱର୍ଗକୁ ଯିବାକୁ ହେଲେ ଦୈବୀଗୁଣ ମଧ୍ୟ ଧାରଣ କରିବା ଦରକାର । ଏବେ ତ କଣ୍ଟା ଅଛ ନା । ଗାୟନ ମଧ୍ୟ କରୁଛନ୍ତି ମୁଁ ନିର୍ଗୁଣ ହାର ମୋ ପାଖରେ କୌଣସି ଗୁଣ ନାହିଁ । ବାକି ୫ ବିକାରର ଅବଗୁଣ ତ ଅଛି, ରାବଣର ରାଜ୍ୟ ଅଛି । ଏବେ ତୁମକୁ କେତେ ଭଲ ଜ୍ଞାନ ମିଳୁଛି । ଏହି ଜ୍ଞାନ ପରି ଦୁନିଆର ଜ୍ଞାନ ଏତେ ଖୁସି ଦିଏ ନାହିଁ । ତୁମେ ଜାଣିଛ ଆମେ ଆତ୍ମାମାନେ ଉପରେ ଅର୍ଥାତ୍ ମୂଳବତନର ବାସିନ୍ଦା ଅଟୁ । ସୂକ୍ଷ୍ମବତନରେ ବ୍ରହ୍ମା-ବିଷ୍ଣୁ-ଶଙ୍କର ଅଛନ୍ତି ତାହା ମଧ୍ୟ କେବଳ ସାକ୍ଷାତ୍‌କାର ହିଁ ହୋଇଥାଏ । ବ୍ରହ୍ମା ଏବଂ ଲକ୍ଷ୍ମୀ-ନାରାୟଣ ମଧ୍ୟ ଏଠାକାର ଅଟନ୍ତି । ଏହା କେବଳ ସାକ୍ଷାତ୍‌କାର ହୋଇଥାଏ । ବ୍ୟକ୍ତ ବ୍ରହ୍ମାରୁ ପୁଣି ସୂକ୍ଷ୍ମବତନିବାସୀ ବ୍ରହ୍ମା ଫରିସ୍ତା କିପରି ହୋଇଯାଉଛନ୍ତି, ସେହି ଚିହ୍ନ ହିଁ ରହିଛି । ବାକି ସେଠାରେ କିଛି ହେଲେ ନାହିଁ । ଏବେ ତୁମେ ପିଲାମାନେ ସବୁକଥା ବୁଝିବା ସହ, ଧାରଣା କରି ଚାଲିଛ । କିଛି ନୂଆ କଥା ନୁହେଁ । ତୁମେ ଅନେକ ଥର ଦେବତା ହୋଇଛ, ଦୈବୀ ରାଜ୍ୟ ଥିଲା ନା । ଏହି ଚକ୍ର ଘୂରି ଚାଲିଛି । ତାହା ବିନାଶୀ ଡ୍ରାମା, ଏହା ଅନାଦି ଅବିନାଶୀ ଡ୍ରାମା । ତୁମ ବ୍ୟତୀତ ଏକଥା ଆଉ କାହାରି ବୁଦ୍ଧିରେ ନାହିଁ । ଏ ସବୁ ବାବା ବସି ବୁଝାଉଛନ୍ତି । ଏପରି ନୁହେଁ ଯେ ପରମ୍ପରାରୁ ଚାଲି ଆସୁଛି । ବାବା କହୁଛନ୍ତି ଏହି ଜ୍ଞାନ ବର୍ତ୍ତମାନ ତୁମକୁ ଶୁଣାଉଛି । ପୁଣି ଏହା ପ୍ରାୟଃ ଲୋପ ହୋଇଯିବ । ତୁମେ ରାଜପଦ ପ୍ରାପ୍ତ କରିଲା ପରେ ସତ୍ୟଯୁଗରେ ଏହି ଜ୍ଞାନ ରହିବ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ସ୍ମୃତି ରହୁ ଯେ ବର୍ତ୍ତମାନ ମୁଁ ବ୍ରାହ୍ମଣ ହୋଇଛି ସେଥିପାଇଁ ମୋତେ ବିକାର ଗୁଡିକଠାରୁ ବହୁତ-ବହୁତ ଦୂରରେ ରହିବାକୁ ହେବ । କେବେହେଲେ କ୍ରିମିନାଲ୍ ଏସାଲ୍ଟ (କାମ ବିକାର ଭଳି ଅପରାଧ) ନ ହେଉ । ବାବାଙ୍କ ସହିତ ବହୁତ-ବହୁତ ଅନେଷ୍ଟ (ସଚ୍ଚୋଟ) ଏବଂ ବିଶ୍ୱସ୍ତ ହୋଇ ରହିବାକୁ ହେବ ।

(୨) ଦ୍ୱି-ମୁକୁଟଧାରୀ ଦେବତା ହେବା ପାଇଁ ବହୁତ ବହୁତ ମଧୁର ହେବାକୁ ପଡିବ । ବୁଦ୍ଧିର ଲାଇନ୍ ସର୍ବଦା କ୍ଲିଅର ଅର୍ଥାତ୍ ନିର୍ମଳ ରଖିବାକୁ ହେବ । ରାଜଯୋଗର ତପସ୍ୟା କରିବାକୁ ପଡିବ ।

ବରଦାନ:-
ସର୍ବଦା ବେହଦର ସ୍ଥିତିରେ ସ୍ଥିତ ରହୁଥିବା ବନ୍ଧନମୁକ୍ତ, ଜୀବନମୁକ୍ତ ଭବ ।

ଦେହ-ଅଭିମାନ ହେଲା ହଦ୍‌ର ସ୍ଥିତି ଏବଂ ଦେହୀ-ଅଭିମାନୀ ବେହଦର ସ୍ଥିତି । ଦୈହିକ ସ୍ମୃତିରେ ଆସିବା ଦ୍ୱାରା ଅନେକ ପ୍ରକାରର କର୍ମର ବନ୍ଧନରେ ତଥା ହଦ ଅର୍ଥାତ୍ ସୀମା ଭିତରେ ରହିବାକୁ ପଡିଥାଏ କିନ୍ତୁ ଯେତେବେଳେ ଦେହୀ ଅର୍ଥାତ୍ ଆତ୍ମା ହୋଇଯାଉଛ, ସେତେବେଳେ ଏହି ସମସ୍ତ ବନ୍ଧନ ସମାପ୍ତ ହୋଇଯାଉଛି । ଯେପରି କୁହାଯାଏ ବନ୍ଧନମୁକ୍ତ ହିଁ ଜୀବନମୁକ୍ତ ଅଟେ, ଏହିପରି ଯିଏ ବେହଦର ସ୍ଥିତିରେ ସ୍ଥିତ ହୋଇ ରହିଥାଏ ସେ ଦୁନିଆର ବାୟୁମଣ୍ଡଳ, ଭାଇବ୍ରେଶନ, ତମୋଗୁଣୀ ବୃତ୍ତି ଏବଂ ମାୟାର ଆକ୍ରମଣ ଠାରୁ ମୁକ୍ତ ହୋଇଯାଇଥାଏ, ଏହାକୁ ହିଁ କୁହାଯାଏ ଜୀବନମୁକ୍ତ ସ୍ଥିତି, ଯାହାର ଅନୁଭବ ସଂଗମଯୁଗରେ ହିଁ କରିବାକୁ ହେବ ।

ସ୍ଲୋଗାନ:-
ନିଶ୍ଚୟବୁଦ୍ଧିର ଲକ୍ଷଣ ହେଲା ନିଶ୍ଚିତ ବିଜୟୀ ଏବଂ ନିଶ୍ଚିନ୍ତ ସ୍ଥିତି, ସେମାନଙ୍କ ପାଖକୁ ବ୍ୟର୍ଥ ଆସିପାରିବ ନାହିଁ ।

ଅବ୍ୟକ୍ତ ଈଶାରା:- ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।

ଯଦି କର୍ମର ଗହନ ଗତିକୁ ଜାଣି ଅର୍ଥାତ୍ ତ୍ରିକାଳଦର୍ଶୀ ହୋଇ ପ୍ରତେକ କର୍ମ କରିବ ତେବେ ଯାଇ କର୍ମାତୀତ ହୋଇପାରିବ । ଯଦି ସଂକଳ୍ପ ରୂପରେ ମଧ୍ୟ ଛୋଟ ଛୋଟ ଭୁଲ୍ ହୋଇଯାଉଛି, ତେବେ ତା’ର ମଧ୍ୟ ବହୁତ କଡା ହିସାବ କିତାବ ଜମା ହୋଇଯାଉଛି, ସେଥିପାଇଁ ଛୋଟ ଛୋଟ ଭୁଲ୍‌କୁ ମଧ୍ୟ ବଡ ବୋଲି ଭାବିବାକୁ ହେବ କାହିଁକି ନା ଏବେ ତୁମେମାନେ ସମ୍ପୂର୍ଣ୍ଣ ସ୍ଥିତି ଆଡକୁ ପାଖେଇ ଚାଲିଛ ।