31.05.26    Avyakt Bapdada     Odia Murli    15.03.2010     Om Shanti     Madhuban


“ପରମାତ୍ମ ସ୍ନେହର ପାତ୍ର ଆତ୍ମାମାନେ ଦୁଃଖୀ ଆତ୍ମାମାନଙ୍କୁ ସୁଖର ଆଞ୍ଜୁଳୀ ଦିଅ, ବ୍ୟର୍ଥକୁ ସମାପ୍ତ କରି ସମର୍ଥ ହୁଅ ଏବଂ ସମୟକୁ ପାଖେଇ ଆଣ ।”


ଆଜି ବାପଦାଦା ନିଜର ଚାରିଆଡର ପରମାତ୍ମ ସ୍ନେହୀ ପିଲାମାନଙ୍କୁ ଦେଖୁଛନ୍ତି । ଏହିଭଳି ପରମାତ୍ମ ସ୍ନେହୀ କୋଟିକ ଭିତରେ କେହି କେହି ପିଲାମାନେ ହିଁ ଅଛନ୍ତି କାହିଁକିନା ଏହି ସମୟରେ ହିଁ ତୁମେମାନେ ପରମାତ୍ମ ସ୍ନେହର ଅନୁଭବ କରିପାରିବ, ସାରା କଳ୍ପ ଭିତରେ ତ ଆତ୍ମାମାନଙ୍କର ସ୍ନେହ, ମହାତ୍ମାମାନଙ୍କର ସ୍ନେହ ତଥା ଧର୍ମାତ୍ମାମାନଙ୍କର ସ୍ନେହ ଅନୁଭବ କରି ଆସିଛ କିନ୍ତୁ ପରମାତ୍ମ ସ୍ନେହ କେବଳ ଏହି ସଂଗମଯୁଗରେ ହିଁ ମିଳିଥାଏ, ଯାହାକୁ ତୁମେ ସମସ୍ତେ ଅନୁଭବ କରୁଛ । କେହି ଯଦି ତୁମକୁ ପଚାରିବ ପରମାତ୍ମା କେଉଁଠି ଅଛନ୍ତି ତେବେ କ’ଣ ଉତ୍ତର ଦେବେ? ମୋ ସାଥୀରେ ଅଛନ୍ତି ଏବଂ ମୋ ସାଥୀରେ ହିଁ ରହୁଛନ୍ତି, ମୋର ହୃଦୟରେ ହିଁ ରହୁଛନ୍ତି, ଏହିଭଳି ଅନୁଭବ କରୁଛ ନା! ତେବେ ତୁମେମାନେ ହିଁ ଜାଣିଛ ଏବଂ ତୁମମାନଙ୍କର ହିଁ ଏହି ସ୍ନେହର ଅନୁଭବ ରହିଛି ଯେ ଆମ ହୃଦୟରେ ବାବା ଅଛନ୍ତି ଏବଂ ବାବାଙ୍କ ହୃଦୟରେ ଆମେ ରହିଛୁ । ତୁମେମାନେ ଜାଣିଛ ଯେ ଏହି ପରମାତ୍ମ ସ୍ନେହର ନିଶା ଆମକୁ ହିଁ ଅନୁଭବ କରିବାର ଭାଗ୍ୟ ପ୍ରାପ୍ତ ହୋଇଛି । ଯଦି କାହାର କାହା ପ୍ରତି ସ୍ନେହ ରହିଥାଏ ତେବେ ତା’ର ଚିହ୍ନ କ’ଣ ହୋଇଥାଏ? ତା’ର ଚିହ୍ନ ହେଲା ତା’ ଉପରେ ସମର୍ପିତ ହୋଇଯିବା ବା ସ୍ୱାହା ହୋଇଯିବା । ତେବେ ପରମପିତା ପରମାତ୍ମା ତୁମମାନଙ୍କଠାରୁ କ’ଣ ଚାହୁଁଛନ୍ତି ତାହା ତ ତୁମେ ସମସ୍ତେ ଜାଣିଛ । ବାବାଙ୍କର ପ୍ରତ୍ୟେକ ସନ୍ତାନ ପ୍ରତି ଏହି ଇଚ୍ଛା ରହିଛି ଯେ ମୋ’ର ପ୍ରତ୍ୟେକ ସନ୍ତାନ ବାପ ସମାନ ହୁଅନ୍ତୁ । ଯେପରି ବାବା ଅଟନ୍ତି ସେହିପରି ପିଲାମାନଙ୍କର ସ୍ଥିତି ମଧ୍ୟ ଶ୍ରେଷ୍ଠ ହେଉ । ତେବେ ସେହି ଶ୍ରେଷ୍ଠ ସ୍ଥିତି କ’ଣ ଅଟେ? ସମ୍ପୂର୍ଣ୍ଣ ପବିତ୍ରତାର ସ୍ଥିତି । ଏଭଳି ପବିତ୍ରତା ଯାହାକି ସ୍ୱପ୍ନରେ ମଧ୍ୟ ଅପବିତ୍ରତା ଆସିପାରିବ ନାହିଁ । କ’ଣ ଏହିଭଳି ସମ୍ପୂର୍ଣ୍ଣ ପବିତ୍ର ସ୍ଥିତି ତିଆରି କରୁଛ ତ? ଯେଉଁ ସମ୍ପୂର୍ଣ୍ଣ ପବିତ୍ରତା ଭିତରେ ଅପବିତ୍ରତାର ଚିହ୍ନ ବର୍ଣ୍ଣ ନଥିବ ।

ବର୍ତ୍ତମାନ ସମୟରେ ଅନ୍ତିମ ସମୟ ପାଖେଇ ଆସୁଥିବା କାରଣରୁ ବାପଦାଦା ଏବେ ଏହି ସଂକେତ ଦେଉଛନ୍ତି ଯେ ସମୟର ପାଖାପାଖି ହେବା ଅନୁସାରେ ବ୍ୟର୍ଥ ସଂକଳ୍ପ ଆସିବା ମଧ୍ୟ ଅପବିତ୍ରତାର ଚିହ୍ନ ଅଟେ । ସାରା ଦିନ ଭିତରେ ଏକଥା ମଧ୍ୟ ଚେକ୍ କର ଯେ କୌଣସି ବି ବ୍ୟର୍ଥ ସଂକଳ୍ପ ଅଭିମାନର ହେଉ ବା ଅପମାନର ହେଉ, ନିଜ ଆଡକୁ ଆକର୍ଷିତ କରୁନାହିଁ ତ? କାହିଁକିନା ଚାଲୁ ଚାଲୁ ଯଦି ବାବା ଦେଇଥିବା ବିଶେଷତା ଗୁଡିକୁ ନିଜର ବିଶେଷତା ମନେ କରି ଅଭିମାନରେ ଆସିଯାଉଛ ତେବେ ଏହା ମଧ୍ୟ ବ୍ୟର୍ଥ ସଂକଳ୍ପ ହେଲା ଏବଂ ମୋ’ର ପଣିଆର ଅଶୁଭ ସଂକଳ୍ପ - ମୁଁ କିଛି କମ୍ ନୁହେଁ, ମୁଁ ବି ସବୁ କିଛି ଜାଣିଛି, ମୋ’ର ଏହି ସଂକଳ୍ପ ହିଁ ଯଥାର୍ଥ ଅଟେ, ଶ୍ରେଷ୍ଠ ଅଟେ... । ଏହିଭଳି ମୋ’ର ପଣିଆର ଅଭିମାନର ସଂକଳ୍ପ ମଧ୍ୟ ସୂକ୍ଷ୍ମ ଅପବିତ୍ରତାର ଅଂଶ ଅଟେ । ତେଣୁ ନିଜେ ନିଜକୁ ଚେକ୍ କର ଯେକୌଣସି ପ୍ରକାରର ଅପବତ୍ରତାର ବା ବ୍ୟର୍ଥ ସଂକଳ୍ପରର କୌଣସି ଅଂଶ ରହିଯାଇ ନାହିଁ ତ? କାହିଁକିନା ଏବେ ପବିତ୍ର ଦୁନିଆର ସ୍ଥାପନାର ସମୟକୁ ପାଖକୁ ଆଣିବାବାଲା ତୁମେ ପରମାତ୍ମାଙ୍କର ପିଲାମାନେ ହିଁ ନିମିତ୍ତ ଅଟ । ତେବେ ଯେଉଁମାନେ ନିମିତ୍ତ ଆତ୍ମାମାନେ ଅଟନ୍ତି ସେମାନଙ୍କର ସଂକଳ୍ପର ଭାଇବ୍ରେଶନ୍ ଅର୍ଥାତ୍ ବିଚାରର ପ୍ରକମ୍ପନ ଚାରିଆଡେ ବିଚ୍ଛୁରିତ ହୋଇଥାଏ, ତେଣୁ ଚେକ୍ କର କୌଣସି ପ୍ରକାରର ବ୍ୟର୍ଥ ସଂକଳ୍ପ ମଧ୍ୟ ନିଜ ଆଡକୁ ଆକର୍ଷିତ କରୁ ନାହିଁ ତ? କାହିଁକିନା ଏବେ ପବିତ୍ର ଦୁନିଆ, ପବିତ୍ର ରାଜ୍ୟ ପାଖେଇ ପାଖେଇ ଆସୁଛି । ଦୁଃଖ ଏବଂ ଅଶାନ୍ତି ଚାରିଆଡେ ଭିନ୍ନ ଭିନ୍ନ ସ୍ୱରୂପରେ ବଢି ଚାଲିଛି । ସେଥିପାଇଁ ପବିତ୍ରତାର ଭାଇବ୍ରେଶନର ଆବଶ୍ୟକତା ରହିଛି । ତେବେ ଦୁଃଖ ଅଶାନ୍ତିର କାରଣ ହେଲା ଅପବିତ୍ରତା । ତେଣୁ ଏବେ ଅପବିତ୍ର ଆତ୍ମାମାନଙ୍କର ଏବଂ ଭକ୍ତ ଆତ୍ମାମାନଙ୍କର ଡବଲ ସେବା କରିବା ଦରକାର । ବାଣୀର ସେବା ତ ବାପଦାଦା ଦେଖୁଛନ୍ତି ଚାରିଆଡେ ଧୁମ୍‌ଧାମରେ ଚାଲିଛି, ନିଜ ପ୍ରତି ଦୋଷାରୋପକୁ ମଧ୍ୟ ସମାପ୍ତ କରିଚାଲିଛ କିନ୍ତୁ ଏବେ ଆତ୍ମାମାନଙ୍କୁ ଅତିରିକ୍ତ ସକାଶ ଦରକାର । ତାହା ହେଲା ସଂକଳ୍ପର ସେବା ଦ୍ୱାରା ସକାଶ ଦେବା, ସାହସ ଦେବା, ଏବଂ ଉମଙ୍ଗ-ଉତ୍ସାହ ଦେବା । ତେଣୁ ବର୍ତ୍ତମାନ ସମୟରେ ଡବଲ ସେବାର ଆବଶ୍ୟକତା ରହିଛି । ସେଥିପାଇଁ ବାପଦାଦା କହୁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ନିଜକୁ ପୂର୍ବଜ ମନେ କର । ତୁମେମାନେ ଏହି କଳ୍ପବୃକ୍ଷର ମୂଳଦୁଆ ହିସାବରେ ପୂର୍ବଜ ଏବଂ ପୂଜ୍ୟ ଆତ୍ମା ଅଟ । ବାପଦାଦା ତ ଦୁଃଖୀ ପିଲାମାନଙ୍କର ଡାକରା ସବୁବେଳେ ଶୁଣୁଛନ୍ତି କିନ୍ତୁ ତୁମମାନଙ୍କ ପାଖରେ ସେମାନଙ୍କର ଡାକରାର ଶବ୍ଦ ପହଞ୍ଚିବା ଦରକାର । ତେଣୁ ଯେତେ ଯେତେ ତୁମେମାନେ ସମ୍ପୂର୍ଣ୍ଣ ପବିତ୍ର ଆତ୍ମା ହୋଇଯିବ, ଯଦିଓ ଏବେ ମଧ୍ୟ ହେଉଛ ଏବଂ ହୋଇଛ ମଧ୍ୟ କିନ୍ତୁ ତା’ ସହିତ ଏବେ ସଂକଳ୍ପର ସେବାକୁ ଅଧିକ ବଢାଇବାକୁ ହେବ ।

ଆଜି ବିଶ୍ୱରେ ସୁଖ-ଶାନ୍ତି ଏବଂ ସନ୍ତୁଷ୍ଟତା ଆତ୍ମାମାନଙ୍କ ଭିତରେ କମି କମି ଯାଉଛି । ତେଣୁ ତୁମ ଭଳି ପରମାତ୍ମ ସ୍ନେହର ପାତ୍ର ଆତ୍ମାମାନଙ୍କୁ ଏବେ ସ୍ନେହର, ସନ୍ତୁଷ୍ଟତାର, ଖୁସିର ଆଞ୍ଜୁଳୀ ଦେବାର ଆବଶ୍ୟକତା ରହିଛି । ଦୁଃଖୀ ଆତ୍ମାମାନଙ୍କୁ ସୁଖର ଆଞ୍ଜୁଳୀ ଦେବାକୁ ହେବ । ଗୋଟିଏ ହେଲା ସଂକଳ୍ପର ସେବା ଦ୍ୱାରା ସକାଶ ଦିଅ ଏବଂ ଦ୍ୱିତୀୟରେ ନିଜର ଚେହେରା ଏବଂ ଚାଲିଚଳନ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କର । ଏବେ ଯେଉଁ ସବୁ ସେବା କରୁଛ ବା କରିଛ ସେଥିରେ ବାପଦାଦା ଖୁସି ଅଛନ୍ତି ଯେ ଚାରିଆଡେ ସେବାର ଉମଙ୍ଗ-ଉତ୍ସାହ ରହିଛି କିନ୍ତୁ ଏବେ ଆଉ ଗୋଟିଏ ସେବା ବାକି ରହିଛି । ଏବେ ପର୍ଯ୍ୟନ୍ତ ଏହିଭଳି ସମାଚାର ତ ଶୁଣାଯାଉଛି ଯେ ବ୍ରହ୍ମାକୁମାରୀମାନେ ମନୁଷ୍ୟ ଆତ୍ମାକୁ ଭଲ କରିଦେଇଛନ୍ତି, ଲୋକମାନଙ୍କ ଭିତରେ ଯେଉଁ ସବୁ ଅଶୁଦ୍ଧ ବ୍ୟବହାର ରହିଛି ସେଥିରୁ ସେମାନେ ମୁକ୍ତ କରିଦେଉଛନ୍ତି । ସରକାର ମଧ୍ୟ ଯେଉଁଭଳି ଚାହୁଁଛି ଯେ ଯୁବାବର୍ଗକୁ ପରିବର୍ତ୍ତନ କରିବା ପାଇଁ, ସେହି ସେବା ମଧ୍ୟ ବହୁତ ଭଲ କରୁଛ । କିନ୍ତୁ ଏବେ ବାବା ଆସିଯାଇଛନ୍ତି, ପରମାତ୍ମା ଆସିଯାଇଛନ୍ତି, ପରମାତ୍ମା ହିଁ ଏହି ଜ୍ଞାନ ଦେଉଛନ୍ତି, ମୋ’ର ପିତା ମୋତେ ସମ୍ପତ୍ତି ଦେବା ପାଇଁ ଆସିଯାଇଛନ୍ତି - ଏବେ ଏହିଭଳି ବାବାଙ୍କ ଆଡକୁ ଦୃଷ୍ଟି ଯିବା ଦ୍ୱାରା ସେମାନଙ୍କୁ ମଧ୍ୟ ପରମାତ୍ମ ସ୍ନେହ ଏବଂ ପରମାତ୍ମାଙ୍କର ଆକର୍ଷଣ ଆକର୍ଷିତ କରିବ । ଭଲ ଭଲ କହିବା ତ ହୋଇଗଲାଣି କିନ୍ତୁ ପରମାତ୍ମା ପିତାଙ୍କର ପ୍ରତ୍ୟକ୍ଷତା ସମସ୍ତଙ୍କୁ ଆକର୍ଷିତ କରି ଭଲ କରିଦେବ । ତେଣୁ ଏବେ ସମସ୍ତେ ବାବାଙ୍କୁ ଜାଣିଯାଆନ୍ତୁ ଯେ ଆମେ ଯାହାଙ୍କୁ ମନେ ପକାଉଛୁ ସେ ଏବେ ଜ୍ଞାନ ଦେଉଛନ୍ତି । ତାଙ୍କଠାରୁ ଏବେ ସମ୍ପତ୍ତି ମିଳୁଛି, ତେଣୁ ଏବେ ନିଜର ମାନସୀକ ସେବାର ଶକ୍ତି ଦ୍ୱାରା ସେମାନଙ୍କୁ ବାବାଙ୍କର ସମୀପକୁ ଆଣ । ନିଜର ଚେହେରା ଏବଂ ଚାଲିଚଳନ ଦ୍ୱାରା, ନିଜର ନୟନ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କର । ତେଣୁ ଏବେ ପରସ୍ପର ମିଶି ଏହିଭଳି ଯୋଜନା କର ।

ବାପଦାଦା ଦେଖୁଛନ୍ତି ଯେ ଯେଉଁସବୁ ସେବାର ବିଧିଗୁଡିକ ବାପଦାଦା ସମୟ ସମୟରେ ଦେଇଛନ୍ତି ସେଗୁଡିକୁ ପିଲାମାନେ ବଡ ବିଧି ପୂର୍ବକ ଭାବରେ ତଥା ଉମଙ୍ଗ-ଉତ୍ସାହର ସହିତ କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି । ଏଥିପାଇଁ ବାପଦାଦା ପିଲାମାନଙ୍କୁ ପଦ୍ମାପଦ୍ମଗୁଣା ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ଏବେ କେବଳ ଏଥିରେ ଏହି କଥା ଯୋଡି ଦିଅ ଯେ ଭଗବାନ ଏବେ ସମ୍ପତ୍ତି ଦେଉଛନ୍ତି । ଯଦି ଏବେ ନ ନେବେ ତେବେ ଆଉ କେବେ ନେବ! ତେଣୁ ବାବାଙ୍କୁ ଦୁନିଆର ଦୁଃଖ ଅଶାନ୍ତିର ବାତାବରଣକୁ ଦେଖି ପିଲାମାନଙ୍କ ଉପରେ ଦୟା ଆସୁଛି ଏବଂ ବାବାଙ୍କ ସହିତ ତୁମେମାନେ ମଧ୍ୟ ଜାଣିଛ ଯେ ଏସବୁ ତ ଅତି ଆଡକୁ ନିଶ୍ଚିତ ଯିବ । କାରଣ ଅତି ନ ହେବା ପର୍ଯ୍ୟନ୍ତ ଅନ୍ତ ସମୟ ଆସିପାରିବ ନାହିଁ । ଏହିଭଳି ସମୟରେ ଆତ୍ମାମାନଙ୍କୁ ଏହି କଥା ଅନୁଭବ କରାଅ, କେବଳ ଶୁଣାଅ ନାହିଁ କିନ୍ତୁ ଅନୁଭବ କରାଅ ଯେ ଭଗବାନ ଏବେ ସମ୍ପତ୍ତି ଦେଉଛନ୍ତି । ତୁମେମାନେ ମଧ୍ୟ ଏହି କଥା ପଚାରୁଛ ନା - ବାବାଙ୍କର ପ୍ରତ୍ୟକ୍ଷତା କେବେ ଏବଂ କିପରି ହେବ! ତେବେ ଏବେ ପର୍ଯ୍ୟନ୍ତ ସେମାନେ ବ୍ରହ୍ମାକୁମାରୀମାନଙ୍କ ପର୍ଯ୍ୟନ୍ତ ହିଁ ପାଖରେ ପହଞ୍ଚିଛନ୍ତି କିନ୍ତୁ ବ୍ରହ୍ମାକୁମାରୀମାନଙ୍କୁ ଶିଖାଇବାବାଲା କିଏ? ଏହି ବ୍ରହ୍ମାକୁମାର କୁମାରୀମାନଙ୍କର ଦାତା କିଏ! ଏହିଭଳି ଏବେ ସମୟକୁ ସମୀପକୁ ଅର୍ଥାତ୍ ପାଖେଇ ଆଣିବାକୁ ହେବ ଅର୍ଥାତ୍ ସମାପ୍ତିର କାର୍ଯ୍ୟ କରିବାକୁ ହେବ । କିନ୍ତୁ ଏହି ସମାପ୍ତିକୁ ମଧ୍ୟ ପାଖେଇ ଆଣିବାବାଲା କିଏ? ସମସ୍ତେ ଭାବୁଛ ନା, ମୁଁ ହିଁ ନିମିତ୍ତ ଅଟେ । ବାବା ହିଁ ଏହି ଦାୟିତ୍ୱ ନିଜ ସହିତ ପିଲାମାନଙ୍କୁ ମଧ୍ୟ ଦେଇଛନ୍ତି । ସନ୍ ଶୋଜ୍ ଫାଦର ଅର୍ଥାତ୍ ପୁତ୍ର ଦ୍ୱାରା ପିତାଙ୍କର ପ୍ରତ୍ୟକ୍ଷତା ହୋଇଥାଏ । କେହି କେହି ପିଲା ଯେତେବେଳେ ବାବାଙ୍କୁ ଜାଣିଯାଆନ୍ତି, ଦେଖ ତୁମେମାନେ ଯେତେବେଳେ ବାବାଙ୍କୁ ଜାଣିଗଲ ସେତେବେଳେ କ’ଣ କରିଲ? ଚିହ୍ନିଗଲ, ଜାଣିଗଲ, ତେଣୁ ସନ୍ତାନ ହୋଇ ସମ୍ପତ୍ତିର ଅଧକାରୀ ହୋଇଗଲ । ତେଣୁ ଏବେ ସମ୍ପତ୍ତି ନେବାବାଲା ଆତ୍ମାମାନଙ୍କର ଧାଡି ଲାଗିଯିବା ଦରକାର, କିନ୍ତୁ ଏହି ଧାଡି ଲାଗିବା ଅଟକି ରହିଛି କାହିଁକି? କାହିଁକିନା କେହି କେହି ପିଲା ଏବେ ମଧ୍ୟ ନିଜର ବ୍ୟର୍ଥ ସଂକଳ୍ପର ଲମ୍ବାଧାଡିକୁ ସମାପ୍ତ କରିବାରେ ଲାଗି ରହିଛନ୍ତି । କାହିଁକି, କ’ଣ, କିପରି.... ଏବେ କେବଳ ଏହିଭଳି ବ୍ୟର୍ଥକୁ ସମାପ୍ତ କରିବାରେ ସମୟ ଲଗାଉଛନ୍ତି କିନ୍ତୁ ବ୍ୟର୍ଥ ସମାପ୍ତ ହୋଇ ନାହିଁ ବରଂ ସମର୍ଥ ହେବାରେ ବାଧା ସୃଷ୍ଟି କରୁଛି ।

ଆଜି ବାପଦାଦା ବ୍ୟର୍ଥ ସଂକଳ୍ପର ସମାପ୍ତି କରିବା ପାଇଁ ଚାରିଆଡର ସମସ୍ତ ପିଲାମାନଙ୍କୁ ସାହସ ଦେଉଛନ୍ତି ଯେ ଏବେ ଠାରୁ ବ୍ୟର୍ଥକୁ ସମାପ୍ତ କରି ସଦା ସମର୍ଥ ହୋଇ ସମସ୍ତଙ୍କୁ ସମର୍ଥ କର । କେବଳ ସନ୍ଦେଶ ଦିଅ ନାହିଁ କିନ୍ତୁ ସମର୍ଥ କର । ନିଜେ ସମର୍ଥ ହୁଅ ଏବଂ ଅନ୍ୟମାନଙ୍କୁ କର । ଏବେ ବ୍ୟର୍ଥ ସଂକଳ୍ପର ସମାପ୍ତି ଦିବସ ପାଳନ କର । କ’ଣ ହୋଇପାରିବ ତ? ତେବେ ଜାଣୁଛ ତ ବ୍ୟର୍ଥ ସଂକଳ୍ପ ନିଜର ମଧ୍ୟ କ୍ଷତି କରୁଛି, ସମୟକୁ ମଧ୍ୟ ନଷ୍ଟ କରିଦେଉଛି, ଚେହେରାରେ ସର୍ବଦା ଖୁସି ବାସିଆ ତଥା ସୌଭାଗ୍ୟଶାଳୀ ହେବାର ଅନୁଭବକୁ କମ୍ କରାଇ ଦେଉଛି! ସେଥିପାଇଁ ଏବେ ସମାପ୍ତିର ସମୟକୁ ସମୀପକୁ ଆଣିବାକୁ ହେବ । କାହାକୁ? ତୁମମାନଙ୍କୁ ନା! ଯେଉଁମାନେ ଭାବୁଛ ଯେ ଯେବେ ସମାପ୍ତିର ସମୟକୁ ପାଖେଇ ଆଣିବାକୁ ହେବ, ସେଥିପାଇଁ ବ୍ୟର୍ଥକୁ ସମାପ୍ତ କରିବାକୁ ହିଁ ପଡିବ, କରିବାକୁ ପଡିବ ନୁହେଁ, କରିବାକୁ ହିଁ ପଡିବ, ସ୍ୱପ୍ନରେ ମଧ୍ୟ ଆସିବ ନାହିଁ, ସଂକଳ୍ପର କଥା ଛାଡିଦିଅ କିନ୍ତୁ ସ୍ୱପ୍ନରେ ମଧ୍ୟ ଆସିବ ନାହିଁ । ଯେଉଁ ପିଲାମାନେ ନିଜକୁ ଏହିଭଳି ସାହସୀ ମନେ କରୁଛନ୍ତି ସେମାନେ ହାତ ଉଠାଅ । ମନର ହାତ ଉଠାଉଛ ତ! ଶରୀରର ହାତ ଉଠାଇବା ତ ବହୁତ ସହଜ କିନ୍ତୁ ମନର ହାତ ଉଠାଉଛ ତ! ଯେଉଁମାନେ ମନର ହାତ ଉଠାଉଛ ସେମାନେ ହାତ ଉଠାଅ । ମନର ଦାତା ତ ଆଚ୍ଛା!

ଏବେ ବାପଦାଦା ସବୁ ପିଲାଙ୍କୁ ଏହି ବରଦାନ ଦେଉଛନ୍ତି ଯେ ତୁମେ ସମସ୍ତେ ଆଗାମୀ ନୂଆ ଦୁନିଆରେ ୨୧ ଜନ୍ମ ପର୍ଯ୍ୟନ୍ତ ସଦା ସୁଖୀ ରହିବ, କୌଣସି ମେହନତ କରିବ ନାହିଁ । ଦୁନିଆର ଜଞ୍ଜାଳ ଭିତରେ ମଧ୍ୟ ପଡିବ ନାହିଁ, ଯାହା ସବୁ ଜୀବନ ପାଇଁ ଦରକାର ଶରୀର-ମନ-ଧନ ସବୁ କିଛି ମିଳିଯିବ । ଶରୀର ସୁସ୍ଥ, ମନ ଖୁସି, ଧନ ମଧ୍ୟ ଅସରନ୍ତି - ଏସବୁ ତୁମ ପାଇଁ ୨୧ ଜନ୍ମର ଗ୍ୟାରେଣ୍ଟି ରହିଛି । ଆଚ୍ଛା, ଆଜିକାଲିର ଦୁନିଆ ହିସାବରେ ତ ପରିସ୍ଥିତି ବହୁତ ବଦଳିବାରେ ଲାଗିଛି, ସରକାରଙ୍କର ନିୟମ-କାନୁନ ମଧ୍ୟ ବହୁତ ବଦଳିବ । ମନୁଷ୍ୟମାନଙ୍କର ମନୋଭାବ ମଧ୍ୟ ବଦଳିଯିବ, ତେଣୁ ସମସ୍ତଙ୍କ ଜୀବନରେ ବ୍ୟର୍ଥ କଥାଗୁଡିକ ତ ନିଶ୍ଚିତ ଆସିବ, ତେଣୁ ବ୍ୟର୍ଥକୁ ସମାପ୍ତ କରିବା ପାଇଁ ସମର୍ଥ ସଂକଳ୍ପ ଦରକାର । ୱେଷ୍ଟକୁ ସମାପ୍ତ କରିବା ପାଇଁ ବେଷ୍ଟ ସଂକଳ୍ପ ଦରକାର । ତେଣୁ ପ୍ରତିଦିନର ମୁରଲୀରେ ଯେଉଁ ବରଦାନ ସ୍ଳୋଗାନ ଆସୁଛି ତାକୁ ଶୁଣ । ଏହି ବରଦାନ ହିଁ ଶ୍ରେଷ୍ଠ ସଂକଳ୍ପ ଅଟେ । ଯେତେବେଳେ ବ୍ୟର୍ଥ ସଂକଳ୍ପ ଆସୁଛି, ସେତେବେଳେ ମନକୁ ଶ୍ରେଷ୍ଠ ସଂକଳ୍ପ ଦରକାର, କାହିଁକିନା ମନ କେବେ ବି ଖାଲି ରହିପାରିବ ନାହିଁ । ମନକୁ କିଛି ନା କିଛି ସଂକଳ୍ପ ଦରକାର । ତେଣୁ ବ୍ୟର୍ଥ ରୂପକ ୱେଷ୍ଟ ସଂକଳ୍ପକୁ ବେଷ୍ଟ ଅର୍ଥାତ୍ ଶ୍ରେଷ୍ଠ କରିବା ପାଇଁ ତୁମମାନଙ୍କୁ ଏହି ବରଦାନ ଏବଂ ସ୍ଳୋଗାନ ଇତ୍ୟାଦିର ଶବ୍ଦଗୁଡିକ ମନକୁ ପରିବର୍ତ୍ତନ କରିବା ପାଇଁ ଆବଶ୍ୟକ । ଦ୍ୱିତୀୟରେ ଅମୃତବେଳାରେ ଯେତେବେଳେ ଆଖି ଖୋଲୁଛ ପ୍ରଥମେ ପ୍ରଥମେ ଶିବବାବାଙ୍କୁ ଗୁଡମର୍ଣ୍ଣିଙ୍ଗ୍ କର । କରିପାରିବ ତ? ଦେଖ କଥାରେ ଅଛି ସାରା ଦିନ ଭିତରେ ଯଦି କୌଣସି ଭଲ ଲୋକର ମୁହଁ ଦେଖିଥାଆନ୍ତି ତେବେ ଦିନଟି ଭଲରେ ବିତିଥାଏ, ଯଦି କୌଣସି ଖରାପ ଲୋକର ମୁହଁ ଦେଖିଥାଆନ୍ତି ତେବେ କ’ଣ କୁହନ୍ତି? କୁହନ୍ତି କେଜାଣି ସକାଳୁ କାହା ମୁହଁ ଦେଖିଥିଲି ଯାହାକି ସାରାଦିନ ଖରାପରେ ଗଲା । ତେଣୁ ସବୁଠାରୁ ଭଲରୁ ଭଲ କିଏ? ଶିବବାବା । ଶିବବାବାଙ୍କ ସହିତ ସ୍ନେହ ଅଛି ନା । ତେଣୁ ଆଖି ଖୋଲିବା ମାତ୍ରକେ ଶିବବାବା ଗୁଡମର୍ଣ୍ଣିଙ୍ଗ୍ ଏବଂ ରାତିରେ ଆଖି ବନ୍ଦ କରିବା ସମୟରେ ଯେତେବେଳେ ବିଛଣା ଉପରକୁ ଯାଉଛ ସେତେବେଳେ ମଧ୍ୟ ଶିବବାବା ଗୁଡ୍‌ନାଇଟ୍ କୁହ । ଏହା ତ ସହଜ କଥା ନା । ତା’ ହେଲେ ସାରା ଦିନ ତୁମର ଭଲରେ ବିତିବ । କାହିଁକିନା ଶୁଭ ସଂକଳ୍ପ ମଧ୍ୟ ନେଲ ନା, ବରଦାନ ମଧ୍ୟ ଶୁଣି ନେଲ । ତେଣୁ ଏହିଭଳି କର । ତୁମମାନଙ୍କ ପ୍ରତି ଶିବବାବାଙ୍କର ସ୍ନେହ ଅଛି ନା । ତେଣୁ ଏହିଭଳି କରିବା ଦ୍ୱାରା ତୁମେମାନେ ଆହୁରି ଆଗକୁ ବଢି ବଢି ଚାଲିବ । ନିଜର ଏହି ଜୀବନରେ ମଧ୍ୟ ଖୁସିର ଅନୁଭବ କରିବ । କେବେ ବି ଦୁଃଖର ଢେଉ ଆସିବ ନାହିଁ । ତେବେ କ’ଣ ମଞ୍ଜୁର ଅଟେ ତ! କେବଳ ସହଜଯୋଗୀ ହୁଅ । ବାସ୍ । ମୁଁ ଆତ୍ମା ଅଟେ, ଶିବବବାଙ୍କର ସନ୍ତାନ ଅଟେ, ବାସ୍‌, ଏହାକୁ କୁହାଯାଏ ସହଜଯୋଗୀ । ଚାଲିବା ବୁଲିବା ସମୟରେ ଏହି କଥା ମନେ ପକାଅ ଯେ ମୁଁ ଆତ୍ମା, ଶିବବାବାଙ୍କର ସନ୍ତାନ ଅଟେ । କେବଳ ଏତିକି ତ ମନେ ପକାଇ ପାରିବ ନା । ବହୁତ ଭଲ କଥା ।

ତୁମେମାନେ ଯିଏକି ୱାରିସ୍ ଅର୍ଥାତ୍ ଉତ୍ତରାଧିକାରୀ ମଧ୍ୟ ଅଟ ଏବଂ ଏଠାରେ ଉତ୍ତରାଧିକାରୀ ହେବାବାଲା ମଧ୍ୟ ଅଛନ୍ତି । ଯେଉଁମାନେ ନିଜକୁ ବାପଦାଦାଙ୍କର ପକ୍କା ୱାରିସ୍ ଭାବୁଛନ୍ତି ସେମାନେ ହାତ ଉଠାଅ । କ’ଣ ୱାରିସ୍ ତ? ଭି.ଆଇ.ପି. ମାନେ ମଧ୍ୟ ସମସ୍ତେ ହାତ ଉଠାଉଛନ୍ତି । ତାଳି ତ ବଜାଅ । ଆଚ୍ଛା । ଏବେ ସବୁ ୱାରିସ୍ କ୍ୱାଲିଟୀ ଆତ୍ମାମାନେ ଏହି ସଂକଳ୍ପକୁ ଆଜିଠାରୁ ଦୃଢ କରିବ ଏବଂ ବାପଦାଦାଙ୍କୁ ଏହି ସଂକଳ୍ପ ଦେବ ଯେ ଆମେ ଏବେଠାରୁ, କେବେଠାରୁ ନୁହେଁ, ଏବେଠାରୁ ହିଁ ବ୍ୟର୍ଥ ସଂକଳ୍ପକୁ ସମାପ୍ତ ନିଶ୍ଚିତ କରିବୁ । କ’ଣ ମଞ୍ଜୁର ତ? ମଞ୍ଜୁର ତ? ତେବେ ହାତ ଉଠାଅ । ତେବେ ଦୁଇଟି କାମ ରହିଲା । ଗୋଟିଏ ହେଲା ସର୍ବଦା ସମର୍ଥ ହେବା ଏବଂ ଦ୍ୱିତୀୟରେ ହେଲା ସମର୍ଥ ସମୟକୁ ପାଖକୁ ଆଣିବା, କାହିଁକିନା ବାପଦାଦାଙ୍କ ପାଖରେ ଭକ୍ତମାନଙ୍କର ଡାକରା ଏବଂ ଦୁଃଖଭରା ଚିତ୍କାର ବହୁତ ଶୁଣିବାକୁ ମିଳୁଛି । କିଏ ଜାଣେ ତୁମମାନଙ୍କୁ କାହିଁକି ଶୁଭୁ ନାହିଁ । ବାପଦାଦା ଯେତେବେଳେ ଏହିଭଳି ଶୁଣୁଛନ୍ତି ସେତେବେଳେ ତୁମମାନଙ୍କୁ ଯେଉଁମାନେ କି ନିଜକୁ ଉତ୍ତରାଧିକାରୀ ମନେ କରୁଛନ୍ତି ଅର୍ଥାତ୍ ସମ୍ପତ୍ତି ନେବାବାଲା ଅଟନ୍ତି ସେମାନେ ଅନ୍ୟମାନଙ୍କୁ ସମ୍ପତ୍ତି କିପରି ପ୍ରାପ୍ତ କରାଇବୁ ତାଙ୍କ ଉପରେ ଦୟା ଆସିବା ଦରକାର । କିନ୍ତୁ ଦୟା କାହିଁକି ଲାଗୁ ନାହିଁ? ବୈରାଗ୍ୟ, ବେହଦର ବୈରାଗ୍ୟ ଏବଂ ଦୟା ଲାଗିବା ଦରକାର । ତେଣୁ ଛୋଟ ଛୋଟ କଥାରେ ଅର୍ଥାତ୍ କାହିଁକି, କ’ଣର ଧାଡିରେ ସମୟ ଦିଅ ନାହିଁ । ଏବେ ହେ ବାପଦାଦାଙ୍କର ସିକିଲଧେ ପଦ୍ମାପଦ୍ମ ବରଦାନର ବରଦାନୀ ପିଲାମାନେ! ନିଜର ସଂକଳ୍ପକୁ ଦୃଢ କର ଏବଂ ଦୃଢତାର ଚାବୀ ଲଗାଅ । କର୍ମଯୋଗୀ ହୁଅ । ତୁମେମାନେ କର୍ମଯୋଗୀ ଜୀବନବାଲା ଅଟ । ଜୀବନ ସଦାକାଳର ହୋଇଥାଏ କେବେ କେବେର ନୁହେଁ । ତେଣୁ ଏବେ ନିଜର ଦୟାଳୁ, କୃପାଳୁ, ଦୁଃଖହର୍ତ୍ତା, ସୁଖଦାତାର ସ୍ୱରୂପକୁ ଜାଗ୍ରତ କର । ବାପଦାଦା ବହୁତ କାଳରୁ ଅଚାନକର ସମୟ ବିଷୟରେ କହି ଆସୁଛନ୍ତି । ତେଣୁ ଅଚାନକ ପୂର୍ବରୁ ପ୍ରଥମେ ଭକ୍ତମାନଙ୍କର ଡାକରା ତ ପୂରଣ କର, ଶୁଣ! ଦୁଃଖୀମାନଙ୍କର ଦୁଃଖର ଶବ୍ଦ ତ ଶୁଣ । ଏବେ ଛୋଟ ବଡ ସମସ୍ତେ ବିଶ୍ୱ ପରିବର୍ତ୍ତକ, ବିଶ୍ୱର ଦୁଃଖକୁ ପରିବର୍ତ୍ତନ କରି ସୁଖର ଦୁନିଆ ଆଣିବାବାଲା ନିଜକୁ ଦାୟିତ୍ୱ ସମ୍ପନ୍ନ ମନେ କର ।

ବାପଦାଦାଙ୍କର ଏହିଭଳି ଯିବା ଆସିବା କରିବା ମଧ୍ୟ କେତେ ଦିନ ଚାଲିବ? ସେଥିପାଇଁ ସବୁ କିଛି ଅଚାନକ ହେବ । ତେଣୁ ଏବେ ହେ ୱାରିସ୍ କ୍ୱାଲିଟୀ ଆତ୍ମାମାନେ ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର ସମ୍ପତ୍ତି ପ୍ରାପ୍ତ କରାଅ, ନିଜର ଦୟାଳୁ ହେବାର ପାର୍ଟ କର । ଏମିତି ଭାବ ନାହିଁ ଯେ କେବେ ହେବ! ଅଚାନକ ହିଁ ହେବ, ସେଥିପାଇଁ ବ୍ୟର୍ଥକୁ ସମାପ୍ତ କରିବାକୁ ହିଁ ପଡିବ । ହୋଇଯିବ ନାହିଁ । କରିବାକୁ ହିଁ ପଡିବ । ବାପଦାଦା ସମସ୍ତଙ୍କର କର୍ମର ଗତିକୁ ଚେକ୍ କରି ଫଳାଫଳ ଦେଖୁଥିଲେ । ପୁରୁଷାର୍ଥର ଗତିକୁ ମଧ୍ୟ ଚେକ୍ କରୁଥିଲେ । କେତେ ସବୁ ସମ୍ପତ୍ତି ଜମା କରିଛନ୍ତି ତା’ର ଖାତାକୁ ମଧ୍ୟ ଚେକ୍ କରୁଥିଲେ । ତେବେ ଫଳାଫଳ ରୂପରେ କ’ଣ ଦେଖିଥିବେ? ଜମା କରିବାର ପୁରୁଷାର୍ଥ ବହୁତ ଭଲ କରୁଛନ୍ତି କିନ୍ତୁ ଯାହା ଜମା କରୁଛ ସେଥିରେ ପ୍ରାପ୍ତିର ପରିମାଣ ଭିନ୍ନ ଭିନ୍ନ ଅଟେ । ଯେତିକି ଜମା କରୁଛ ବୋଲି ଭାବୁଛ, ଜମା ତ ହେଉଛି କିନ୍ତୁ କମ୍ ବେଶି ହିସାବରେ ହେଉଛି, ଅଳ୍ପ ଜମା ହେଉଛି, ସଦାକାଳ ପାଇଁ ଜମା ହେଉ ନାହିଁ । ଯେତିକି କରୁଛ ସେହି ଅନୁସାରେ ସଦାକାଳ ପାଇଁ ଜମା ହେବାରେ ଫରକ ରହିଛି, ସେଥିପାଇଁ ବାପଦାଦା ଏବେ ଗୋଟିଏ ଗୋଟିଏ ସଂକଳ୍ପ ଉପରେ ଦୃଢ ସଂକଳ୍ପ କରାଉଛନ୍ତି । କ୍ରୋଧ ଉପରେ ସଂକଳ୍ପ କରାଇଲେ, ଯେ ମନ ଭିତରେ ମଧ୍ୟ କାହା ପ୍ରତି ହଲଚଲ୍ ନ ଆସୁ । କାହିଁକି, କ’ଣ ନ ଆସୁ । କିନ୍ତୁ ମୁଖରେ ତ କେହି କେହି ବହୁତ ଭଲ କଣ୍ଟ୍ରୋଲ ରଖୁଛନ୍ତି, କିନ୍ତୁ ମନ ଭିତରେ କିଛି କିଛି ଚାଲୁଛି । ସମାପ୍ତ କରିବା ପାଇଁ ଚେଷ୍ଟା ମଧ୍ୟ କରୁଛନ୍ତି, ତେଣୁ ବାପଦାଦା ମଧ୍ୟ ଖୁସି ଅଛନ୍ତି ଯେ ସେଥିପ୍ରତି ଧ୍ୟାନ ତ ଦେଉଛନ୍ତି । ବୁଝିସାରିଲେଣି ଯେ ଏଥିରେ ମୋ’ର ହିଁ କ୍ଷତି ହେଉଛି । ବୁଝିଲ ତ । ଆଚ୍ଛା!

ଏବେ ଚାରିଆଡର ପରମାତ୍ମ ପ୍ରେମୀ ପିଲାମାନଙ୍କୁ ଯେଉଁମାନେ ସଦାସର୍ବଦା ବାବାଙ୍କର ସ୍ନେହରେ ଉଡି ଚାଲିଛନ୍ତି, ତୀବ୍ର ପୁରୁଷାର୍ଥୀ ଅଟନ୍ତି ଏବଂ ସେବାରେ ମଧ୍ୟ ନିର୍ବିଘ୍ନ ସଚ୍ଚା ସେବାଧାରୀ ଅଟନ୍ତି, ଏହିଭଳି ଚାରିଆଡର ପିଲାମାନଙ୍କୁ ବାପଦାଦା ମଧ୍ୟ ଦେଖୁଛନ୍ତି । ତା’ ସହିତ ଦୂରବାଲାଙ୍କୁ ମଧ୍ୟ ଦେଖୁଛନ୍ତି ଏବଂ ଏଠାରେ ଶାନ୍ତିବନରେ ମଧ୍ୟ ଯେଉଁମାନେ ଜାଗା ଜାଗାମାନଙ୍କରେ ବସି ପରଦାରେ ଦେଖୁଛନ୍ତି, ଶୁଣୁଛନ୍ତି ସେହି ସମସ୍ତ ପିଲାମାନଙ୍କୁ ବାପଦାଦା ସବୁ ଦିନ ପାଇଁ ଖୁସିରେ ରୁହ ଏବଂ ଖୁସି ବାଣ୍ଟ, ଏହି ବରଦାନ ଦେଉଛନ୍ତି । ଖୁସିବାସିଆ ଚେହେରା, କେହି ବି ତୁମର ଚେହେରାକୁ ଦେଖି ଖୁସି ହୋଇଯାଉ । ବ୍ୟକ୍ତି କିପରି ବି ହୋଇଥାଉ କିନ୍ତୁ ତୁମମାନଙ୍କର ଖୁସିବାସିଆ ଚେହେରାକୁ ଦେଖି ସେ ମଧ୍ୟ ଖୁସି ହୋଇଯାଉ, ଏହିଭଳି ବରଦାନ ଚାରିଆଡର ପିଲାମାନଙ୍କୁ ଯେଉଁମାନେ ସମ୍ମୁଖରେ ବସିଛନ୍ତି ସମସ୍ତଙ୍କୁ ଏହି ବରଦାନ ଦିଆଯାଉଛି । କେବେ ବି ଝାଉଁଳି ପଡିଥିବା ଚେହେରା ନ ହେଉ । ଯଦି ତୁମେମାନେ ମଧ୍ୟ ଝାଉଁଳିବ ତେବେ ବିଶ୍ୱର ଅବସ୍ଥା କ’ଣ ହେବ! ତୁମମାନଙ୍କୁ ସର୍ବଦା ଖୁସିବାସିଆ ଚେହେରା ଏବଂ ଖୁସିବାସିଆ ଚାଲିଚଳନରେ ରହିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିଭଳି କରିବାକୁ ହେବ । ଏହିଭଳି ସମସ୍ତ ତୀବ୍ର ପୁରୁଷାର୍ଥୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ମିଠା ମିଠା ପିଲାମାନଙ୍କୁ ନମସ୍ତେ ।

ବରଦାନ:-
ନିଜର ମୂରତ ଦ୍ୱାରା ପିତା ଏବଂ ଶିକ୍ଷକଙ୍କର ସୁରତକୁ ଅର୍ଥାତ୍ ରୂପକୁ ପ୍ରତ୍ୟକ୍ଷ କରୁଥିବା ଅନୁଭବୀ ମୂରତ ଭବ ।

ନିଜର ଅସଲୀ ସ୍ଥିତିରେ ରହିବା - ଏହା ହିଁ ହେଉଛି ଯୋଗର ଯାତ୍ରା, ମୁଁ ଯିଏ ଅଟେ, ଯାହାର ଅଟେ - ସେହି ସ୍ଥିତିରେ ସ୍ଥିତ ରୁହ, ନିଜର ଏହି ଅସଲୀ ସ୍ୱରୂପର ନିଶ୍ଚୟ ଏବଂ ଅନେକ ଥର ବିଜୟୀ ହେବାର ସ୍ମୃତି ଦ୍ୱାରା ସର୍ବଦା ନିଶାଯୁକ୍ତ ସ୍ଥିତିର ସାଗରରେ ଲହଡି ଭାଙ୍ଗୁଥାଅ । ଯେହେତୁ ତୁମେମାନେ ସୁଖଦାତାଙ୍କର ସନ୍ତାନ ଅଟ, ତେଣୁ ଦୁଃଖର ଲହଡି ତୁମ ପାଖକୁ କିପରି ଆସିପାରିବ, ସର୍ବଶକ୍ତିବାନ ପିତାଙ୍କର ସନ୍ତାନ ଶକ୍ତିହୀନ କିପରି ହୋଇପାରିବେ! ଯଦି ଏହିଭଳି ସ୍ଥିତିର ଅନୁଭବରେ ରହିବ ତେବେ ତୁମମାନଙ୍କର ମୂର୍ତ୍ତି ଦ୍ୱାରା ଅର୍ଥାତ୍ ଚେହେରା ଦ୍ୱାରା ପିତା ବା ଶିକ୍ଷକଙ୍କର ରୂପ ସ୍ୱତଃ ହିଁ ପ୍ରତ୍ୟକ୍ଷ ହୋଇଯିବ ।

ସ୍ଲୋଗାନ:-
ସତ୍ୟବାଦୀ ତାଙ୍କୁ କୁହାଯିବ ଯାହାଙ୍କର ଚେହେରା ଏବଂ ଚାଲିଚଳନରେ ଦିବ୍ୟତା ଥିବ ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର । ଯେତେବେଳେ ତୁମେ ପିଲାମାନେ ନିଜର ଏହି ଭ୍ରୃକୁଟୀ ସିଂହାସନ ଉପରେ ଅକାଳମୂରତ ସ୍ଥିତିରେ ସ୍ଥିତି ହୋଇଯିବ ସେତେବେଳେ ଏକରସ ସ୍ଥିତିର ସିଂହାସନ ଉପରେ ଏବଂ ବାପଦାଦାଙ୍କର ଦିଲ୍ ରୂପୀ ସିଂହାସନ ଉପରେ ବିରାଜମାନ ହୋଇପାରିବ । ଯେତେବେଳେ ଏହି ଦୈବୀ ସଂଗଠନର ମୂରତରେ ଏକରସ ସ୍ଥିତି ପ୍ରତ୍ୟକ୍ଷ ରୂପରେ ସାକ୍ଷାତ୍‌କାର ହେବ ସେତେବେଳେ ହିଁ ବାପଦାଦାଙ୍କର ପ୍ରତ୍ୟକ୍ଷତାର ସମୟ ପାଖେଇ ଆସିବ, ଏଥିପାଇଁ ସମସ୍ତଙ୍କୁ ବାପଦାଦାଙ୍କର ସଂସ୍କାର ସହିତ ନିଜର ସଂସ୍କାରକୁ ସମାନ କରିବାକୁ ହେବ ।