31.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ମନମନାଭବର ଡ୍ରିଲ୍ ସର୍ବଦା କରି ଚାଲିଲେ ୨୧ ଜନ୍ମ ପାଇଁ ହୃଷ୍ଟପୁଷ୍ଟ ଅଥବା ନିରୋଗୀ ହୋଇଯିବ ।’’

ପ୍ରଶ୍ନ:-
ସତଗୁରୁଙ୍କର କେଉଁ ଶ୍ରୀମତ ପାଳନ କରିବାରେ ହିଁ ଗୁପ୍ତ ମେହନତ ରହିଛି?

ଉତ୍ତର:-
ସତଗୁରୁଙ୍କର ଶ୍ରୀମତ ହେଉଛି - ମଧୁର ସନ୍ତାନମାନେ, ଏହି ଦେହକୁ ମଧ୍ୟ ଭୁଲି ମୋତେ ୟାଦ କର । ନିଜକୁ କୁଟିଆ ଆତ୍ମା ଭାବ । ଦେହୀ-ଅଭିମାନୀ ହୋଇ ରହିବାର ପୁରୁଷାର୍ଥ କର । ସମସ୍ତଙ୍କୁ ଅଶରୀରୀ ହେବାର ବାର୍ତ୍ତା ଦିଅ । ଦେହ ସହିତ ଦେହର ସବୁ ଧର୍ମକୁ ଭୁଲିବା ଦ୍ୱାରା ତୁମେ ପାବନ ହୋଇଯିବ । ଏହି ଶ୍ରୀମତକୁ ପାଳନ କରିବା ପାଇଁ ପିଲାମାନଙ୍କୁ ଗୁପ୍ତ ମେହନତ କରିବାକୁ ପଡିଥାଏ । ଭାଗ୍ୟବାନ ସନ୍ତାନମାନେ ହିଁ ଏହି ଗୁପ୍ତ ମେହନତ କରିପାରିବେ ।

ଓମ୍ ଶାନ୍ତି ।
ପିଲାମାନେ ବସିଛନ୍ତି - ନିଜର ଭାଇ ଓ ଭଉଣୀମାନଙ୍କୁ ଡ୍ରିଲ୍ ଶିଖାଇବା ପାଇଁ । ଏହା କେଉଁ ଡ୍ରିଲ୍‌? ଏଥିରେ ପିଲାମାନଙ୍କୁ କିଛି କହିବାକୁ ପଡି ନ ଥାଏ । ଶାରୀରିକ ଡ୍ରିଲ୍ କରିବା ସମୟରେ ତ କହିବାକୁ ପଡିଥାଏ । ଇଏ ସୁପ୍ରିମ ଟିଚର ଅଥବା ପରମ ଶିକ୍ଷକ ଯିଏ ଗୀତାର ଭଗବାନ ମଧ୍ୟ ଅଟନ୍ତି ଏବଂ ପିଲାମାନଙ୍କୁ ବସି ଯୋଗର ଡ୍ରିଲ୍ ମଧ୍ୟ ଶିଖାଉଛନ୍ତି । ଏହି ଡ୍ରିଲ୍ ମଧ୍ୟ ଗୁପ୍ତ ଅଟେ । ଡ୍ରିଲ୍ ଏଥିପାଇଁ ଶିଖାଯାଏ ଯେ ପିଲାମାନେ ହୃଷ୍ଟପୁଷ୍ଟ ରହିବେ । ତୁମେ ଜାଣିଛ ଏହି ମନମନାଭବର ଡ୍ରିଲ୍ ଦ୍ୱାରା ତୁମେ ୨୧ ଜନ୍ମ ପାଇଁ ବହୁତ ନିରୋଗୀ ରହିବ । କେବେ ରୋଗୀ ହେବ ନାହିଁ । ତେଣୁ ଏହା କେତେ ଉତ୍ତମ ରୁହାନୀ ଡ୍ରିଲ୍ ଅଟେ । ବାବା ବୁଝାଉଛନ୍ତି ମନମନାଭବ, ଏଥିରେ କିଛି କହିବାର ମଧ୍ୟ ଆବଶ୍ୟକତା ନାହିଁ । କେବଳ ବୁଝାଯାଉଛି ଯେ ନିଜକୁ ଆତ୍ମା ବୋଲି ଭାବ । ଦେହୀ-ଅଭିମାନୀ ଭବ । ଭବର ଅର୍ଥ ହେଉଛି ଯେ ତୁମେ ବାବାଙ୍କୁ ମନେ ପକାଇଲେ ସଦା ସୁସ୍ଥ ହୋଇଯିବ । କଳ୍ପ ପୂର୍ବରୁ ମଧ୍ୟ ଆମେ ଏହି ରୁହାନୀ ଡ୍ରିଲ୍ ଦ୍ୱାରା ସଦାକାଳ ପାଇଁ ସୁସ୍ଥ ହୋଇଥିଲେ । ରୁହାନୀ ଡ୍ରିଲ୍‌, ରୁହାନୀ ବାବା ପରମପିତା ପରମାତ୍ମା ଶିବ ହିଁ ଶିଖାଉଛନ୍ତି । ଭଗବାନ ତାଙ୍କୁ ହିଁ କୁହାଯାଏ, ଯାହାଙ୍କର ପୂଜା ମଧ୍ୟ ହୋଇଥାଏ । ଶିବାୟ ନମଃ ମଧ୍ୟ କହିଥା’ନ୍ତି ନା । ବ୍ରହ୍ମା ଦେବତା ନମଃ, ଶିବ ପରମାତ୍ମାୟ ନମଃ କହିଥା’ନ୍ତି । ଏହି ଡ୍ରିଲ୍ କୌଣସି ଶାରୀରିକ ମନୁଷ୍ୟ ଶିଖାଉ ନାହାଁନ୍ତି । ଏପରି ନୁହେଁ ଯେ ତୁମକୁ ଏହି ଡ୍ରିଲ୍ ବ୍ରହ୍ମା ଶିଖାଇଛନ୍ତି । ନାଁ ଯଦିଓ ବ୍ରହ୍ମାକୁମାର କୁମାରୀ ବୋଲାଉଛ କିନ୍ତୁ... ଚିଠିରେ ମଧ୍ୟ ଲେଖୁଛ ଶିବବାବା କ୍ୟାର ଅଫ୍ ଅର୍ଥାତ୍ ମାର୍ଫତ୍ ବ୍ରହ୍ମା । ସେ ତ ଗୁପ୍ତ ହୋଇଗଲେ । କିନ୍ତୁ ମନୁଷ୍ୟମାନେ କିପରି ଜାଣିବେ, ବ୍ରହ୍ମା ତ ପ୍ରଜାପିତା ଅଟନ୍ତି ଏବଂ ସାରା ଦୁନିଆ ତାଙ୍କର ସନ୍ତାନ ଅଟନ୍ତି । ପ୍ରଜାପିତା ଅଟନ୍ତି ନା । ନିରାକାର ବାବା ହିଁ ଡ୍ରିଲ୍ ଶିଖାଉଛନ୍ତି । ସେ (ଶିବବାବା) ଗୁପ୍ତ ଅଟନ୍ତି । ଗୁପ୍ତ ହୋଇଥିବା ଯୋଗୁଁ ମନୁଷ୍ୟମାନଙ୍କୁ ବୁଝିବାରେ ମଧ୍ୟ ଅସୁବିଧା ହେଉଛି । ବ୍ରହ୍ମାଙ୍କୁ ତ ଭଗବାନ କୁହାଯିବ ନାହିଁ । ଏଠାରେ ନାମ ହିଁ ଦେଖାଉଛନ୍ତି - ବ୍ରହ୍ମାକୁମାର-କୁମାରୀ ଅର୍ଥାତ୍ ବ୍ରହ୍ମାଙ୍କର ସନ୍ତାନ । କେହି ଆତ୍ମା ଆସିଲେ ତାଙ୍କୁ ବୁଝାଇବା ଉଚିତ୍ ଯେ ଏହି ନୂଆ ଦୁନିଆର ରଚୟିତା ବ୍ରହ୍ମା ନୁହଁନ୍ତି କିନ୍ତୁ ନିରାକାର ବାବା ଅଟନ୍ତି । ଯିଏ ବ୍ରହ୍ମାଙ୍କ ଦ୍ୱାରା ରଚନା କରୁଛନ୍ତି । ପାରଲୌକିକ ପରମପିତା ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ରଚନା କରୁଛନ୍ତି ଅର୍ଥାତ୍ ସୁପ୍ରିମ ସୋଲ୍‌ଙ୍କର ରଚନା ହେଲା ।

ତୁମେ ପତ୍ର ଉପରେ ଲେଖୁଛ ଶିବବାବା କ୍ୟାର ଅଫ୍ ବ୍ରହ୍ମା । ତେଣୁ ଏହା ମଧ୍ୟ ବାବାଙ୍କୁ ମନେ ପକାଇବାର ଯୁକ୍ତି ଅଟେ । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ଶିଖାଉଛନ୍ତି । ବାସ୍ କେବଳ କହୁଛନ୍ତି ମନମନାଭବ । ଆଉ କୌଣସି କଷ୍ଟ ଦିଆଯାଉନାହିଁ କେବଳ କୁହାଯାଉଛି ତୁମେ ନିଜର ଉନ୍ନତି ଚାହୁଁଥିଲେ ଏବଂ ସତ୍ୟଖଣ୍ଡର ମାଲିକ ହେବାକୁ ଚାହୁଁଥିଲେ, ସତ୍ୟଖଣ୍ଡ ସ୍ଥାପନ କରୁଥିବା ଏକମାତ୍ର ସତ୍ୟ ବାବାଙ୍କୁ ମନେ ପକାଅ । ବେହଦର ବାବା ହିଁ ଆସି ପିଲାମାନଙ୍କୁ କହୁଛନ୍ତି ମୋତେ ମନେ ପକାଇଲେ ପାପରୁ ମୁକ୍ତ ହୋଇଯିବ । କେବଳ ପରମପିତା ପରମାତ୍ମାଙ୍କ ବ୍ୟତୀତ କୃଷ୍ଣଙ୍କୁ ମଧ୍ୟ ପତିତ-ପାବନ କୁହାଯାଉନାହିଁ । ଆଉ କୌଣସି ନାମ ନେବେ ନାହିଁ । ଗଡ ଫାଦର ହିଁ କହିଥା’ନ୍ତି । ସମସ୍ତେ ତାଙ୍କୁ ଫାଦର କହୁଛନ୍ତି ପୁଣି ତାଙ୍କୁ ସର୍ବବ୍ୟାପୀ କିପରି କୁହାଯାଇ ପାରିବ । କହିଥାନ୍ତି ସେ ଲିବରେଟ୍ ଅର୍ଥାତ୍ ମୁକ୍ତି କରିବା ପାଇଁ ଆସିଥା’ନ୍ତି । ଏକଥା ମନୁଷ୍ୟ ଜାଣି ନାହାଁନ୍ତି । ତେଣୁ କଳ୍ପର ଆୟୁଷ ହିଁ ଓଲଟା ଲେଖି ଦେଇଛନ୍ତି । ବର୍ତ୍ତମାନ ପିଲାମାନଙ୍କୁ ଏହି ଡ୍ରିଲ୍ କରିବାକୁ ପଡିବ । ଜ୍ଞାନ ତ ମିଳିସାରିଛି । ବସିବା ସମୟରେ ନିଜକୁ ଦେହୀ ଭାବି ବାବାଙ୍କୁ ମନେ ପକାଉଥିଲେ ବିକର୍ମ ବିନାଶ ହେବ । ଶିକ୍ଷକ ସମ୍ମୁଖରେ ଗଦିରେ ବସିଲେ, ଶୋଭା ପାଇଥାଏ । କାଇଦା (ନିୟମ) ଅଛି ଯେ ଡ୍ରିଲ୍ କରାଇବା ପାଇଁ ଶିକ୍ଷକ ନିଶ୍ଚିତ ଦରକାର । କେହି ବଡ ତ କେହି ଛୋଟ ଟିଚର ହୋଇଥା’ନ୍ତି । ଏବେ ତୁମର ପରୀକ୍ଷା ନେବାର ଆବଶ୍ୟକତା ନାହିଁ କାହିଁକି ନା ତୁମେ ଜାଣିଛ ଯେ ଆମେ କେତେ ସମୟ ସବୁଠାରୁ ପ୍ରିୟ ବାବାଙ୍କୁ ମନେ ପକାଉଛୁ । ବ୍ରହ୍ମା ସବୁଠାରୁ ପ୍ରିୟ ନୁହଁନ୍ତି । ଯିଏ ସର୍ବଦା ପବିତ୍ର, ସେ ସବୁଠାରୁ ପ୍ରିୟତମ । ତୁମେ ପିଲାମାନେ ଜାଣିଛ ସବୁଠାରୁ ପ୍ରିୟ ଇଏ ଅଟନ୍ତି । ମନୁଷ୍ୟ ପରମାତ୍ମାଙ୍କୁ ହିଁ ସ୍ମରଣ କରିଥା’ନ୍ତି ହେ ଦୁଃଖହର୍ତ୍ତା ସୁଖକର୍ତ୍ତା । ତାଙ୍କୁ ଲିବରେଟର ମଧ୍ୟ କୁହାଯାଏ ଅର୍ଥାତ୍ ଦୁଃଖରୁ ମୁକ୍ତ କରିଥାନ୍ତି । ତେଣୁ ପିଲାମାନଙ୍କୁ ନିଜର ପୁରୁଷାର୍ଥ କରିବାକୁ ହେବ । ଡ୍ରାମା ପ୍ଲାନ୍ ଅନୁସାରେ ଏହି ଦୁନିଆ ପାବନ ନିଶ୍ଚିତ ହେବ ଏବଂ ପାବନ ଦୁନିଆ ହେବା ପାଇଁ ନିଆଁ ଲାଗିବ । ଏକଥା ମଧ୍ୟ ଜାଣିଛ ନିଆଁ କିପରି ଲାଗିବ । ବିନାଶ ନ ହେଲେ ଦୁନିଆ ପବିତ୍ର ହୋଇପାରିବ ନାହିଁ । ଏହା ହେଉଛି ରୁଦ୍ର ଜ୍ଞାନ ଯଜ୍ଞ... ରୁଦ୍ର ଓ ଶିବଙ୍କ ମଧ୍ୟରେ କୌଣସି ଫରକ ନାହିଁ । କିନ୍ତୁ ଶିବ ନାମ ହେଉଛି ମୁଖ୍ୟ । ବାକି ତ ନିଜ-ନିଜର ଭାଷାରେ ଅନେକ ନାମ ରଖିଦେଇଛନ୍ତି । ଅସଲ ନାମ ହେଉଛି ଶିବ । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ଭାରତରେ ହିଁ ଶିବଜୟନ୍ତୀ ପ୍ରସିଦ୍ଧ ଅଟେ । ବେହଦ ବାବାଙ୍କର ଶିବଜୟନ୍ତୀ ପାଳନ ହେଉଥିବାରୁ ଶିବବାବା ଆସୁଥିବେ ନିଶ୍ଚିତ । ଶିବବାବାଙ୍କର ନାମ ପ୍ରସିଦ୍ଧ ଅଟେ । ସେ ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗର ସ୍ଥାପନା କରାଉଛନ୍ତି । ତେଣୁ ସେହି ଉଚ୍ଚରୁ ଉଚ୍ଚ ବାବାଙ୍କୁ ମନେ ପକାଇବାକୁ ପଡିବ । ବ୍ରହ୍ମା ସର୍ବୋଚ୍ଚ ନୁହଁନ୍ତି । ବାସ୍ତବରେ ବ୍ରହ୍ମା ଉଚ୍ଚରୁ ଉଚ୍ଚ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ହେଉଛନ୍ତି । ପୁଣି ପତିତ ମଧ୍ୟ ହେଉଛନ୍ତି । ତୁମେ ବି.କେ. ମଧ୍ୟ ପତିତ ଥିଲ ଏବେ ଶ୍ରେଷ୍ଠ ପବିତ୍ର ହେଉଛ । ଏକଦମ୍ ଉଚ୍ଚ ବାବାଙ୍କ ଘରକୁ ଚାଲିଯିବ । ତୁମେ ବର୍ତ୍ତମାନ ତ୍ରିକାଳଦର୍ଶୀ ହେଉଛ । ତୁମେ ନିଜେ ଜାଣିଛ ଯେ ଆମେ ହିଁ ସ୍ୱଦର୍ଶନ ଚକ୍ରଧାରୀ ଅଟୁ । ଆମେ ବ୍ରହ୍ମାଣ୍ଡ ଓ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛୁ । ବ୍ରହ୍ମାଣ୍ଡ ଅର୍ଥାତ୍ ସର୍ବୋଚ୍ଚ, ଯେଉଁଠି ସବୁ ଆତ୍ମାମାନେ ନିବାସ କରୁଛନ୍ତି । ଦୁନିଆରେ ଆଉ କେହି ନାହାଁନ୍ତି ଯିଏକି ବୁଝାଇପାରିବେ ଯେ ମୂଳବତନରେ ଆତ୍ମାମାନେ ରହୁଛନ୍ତି । ବିଶ୍ୱ ଓ ବ୍ରହ୍ମାଣ୍ଡ ଅଲଗା ଅଲଗା ଅଟେ । ଆତ୍ମାମାନେ ନିର୍ବାଣଧାମରେ ରହିଥାନ୍ତି, ଯାହାକୁ ଶାନ୍ତିଧାମ କୁହାଯାଏ । ତାହା ସମସ୍ତଙ୍କୁ ପ୍ରିୟ ଲାଗିଥାଏ । ତାହାର ପ୍ରକୃତ ନାମ ନିର୍ବାଣଧାମ ଅଥବା ଶାନ୍ତିଧାମ ଅଟେ । ଆତ୍ମାର ସ୍ୱରୂପ ହେଉଛି ଶାନ୍ତ । ଗୋଟିଏ ହେଉଛି ଶାନ୍ତିଧାମ ପୁଣି ରହିଛି ମୁଭିଧାମ ଅର୍ଥାତ୍ ସୂକ୍ଷ୍ମବତନ ଓ ଏହା ଟକିଧାମ ଅଥବା ସ୍ଥୂଳବତନ । ମୁଭିଧାମରେ ଅଧିକ ସମୟ ରହିବାର ନାହିଁ । ଶାନ୍ତିଧାମରେ ତ ଅନେକଙ୍କୁ ରହିବାକୁ ପଡିଥାଏ, ଆଉ କୌଣସି ସ୍ଥାନ ନାହିଁ । ଆତ୍ମା, ବାବା ଓ ଘରକୁ ମନେ ପକାଇବା ସମୟରେ ଉପରେ ଶାନ୍ତିଧାମରେ ବାବାଙ୍କୁ ମନେ ପକାଇଥା’ନ୍ତି । ମଝିରେ ଥିବା ଧାମକୁ ତୁମ ବ୍ୟତୀତ ଆଉ କେହି ଜାଣି ନାହାଁନ୍ତି । ମନୁଷ୍ୟମାନଙ୍କଠାରେ ତ ଏତେ ଜ୍ଞାନ ନାହିଁ । କେବଳ କହିଥା’ନ୍ତି ବ୍ରହ୍ମା, ବିଷ୍ଣୁ, ଶଙ୍କର ସୂକ୍ଷ୍ମବତନରେ ରହୁଛନ୍ତି । ବାକି ତାଙ୍କ କାର୍ଯ୍ୟ ବିଷୟରେ ଜାଣି ନାହାଁନ୍ତି । ୮୪ ଜନ୍ମ ନେଉଛନ୍ତି । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି । ଏହା ହେଉଛି ଲିପ୍ ଯୁଗ । ଏହି ଯୁଗର ଆୟୁ କମ ସମୟ ଅଟେ । ଯେପରି ପୁରୁଷୋତ୍ତମ ମାସ କୁହାଯାଏ । ଏହା ତୁମର ହୀରାତୁଲ୍ୟ ଉତ୍ତମ ହେବା ପାଇଁ ଶ୍ରେଷ୍ଠ ଜନ୍ମ । ଶୁଦ୍ରରୁ ବ୍ରାହ୍ମଣ ହେବା ସବୁଠାରୁ ଉତ୍ତମ । ବ୍ରାହ୍ମଣ ହେଉଥିବାରୁ ଦାଦାଙ୍କର ବର୍ସା ନେବାର ହକଦାର ମଧ୍ୟ ହେଉଛ ।

ବାବା ସନ୍ତାନମାନଙ୍କୁ କହୁଛନ୍ତି ହେ ସନ୍ତାନମାନେ ସର୍ବଦା ମନମନାଭବ ହୋଇ ରୁହ । ବାବାଙ୍କର ସନ୍ଦେଶ ସମସ୍ତଙ୍କୁ ଦେଇଚାଲ । ବାବାଙ୍କୁ କୁହାଯାଉଛି - ମେସେଞ୍ଜର, ଆଉ କେହି ମେସେଞ୍ଜର ଅଥବା ପୈଗମ୍ବର ନାହାଁନ୍ତି । ସେମାନେ ତ ଆସି ନିଜର ଧର୍ମସ୍ଥାପନ କରୁଛନ୍ତି । ପେଗମ୍ବର କେବଳ ଜଣେ ଅଛନ୍ତି ସେ ଆସି ତୁମକୁ ପବିତ୍ର ହେବାର ସନ୍ଦେଶ ଦେଉଛନ୍ତି । ସେମାନେ ଆସୁଛନ୍ତି - ଧର୍ମ ସ୍ଥାପନ କରିବା ପାଇଁ । ସେମାନେ କିଛି ଘରକୁ ଫେରେଇ ନେଉଥିବା ଗାଇଡ୍ ନୁହଁନ୍ତି । ଇଏ ତ ଜଣେ ହିଁ ସତଗୁରୁ ଯିଏକି ସଦ୍‌ଗତି ଦେଉଛନ୍ତି । ସତ୍ୟବାଦୀ, ସତ୍ୟ ରାସ୍ତା ବତାଇଲାବାଲା ଏକ ପରମପିତା ପରମାତ୍ମା ଶିବ ଅଟନ୍ତି । ତେଣୁ ପିଲାମାନଙ୍କୁ ବହୁତ ଗୁପ୍ତ ମେହନତ କରିବାକୁ ପଡିବ । ଏବେ ତୁମେ ଜାଣୁଛ ଯେ ଆମକୁ ଏହି ଦେହକୁ ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଶରୀର ଚାଲିଗଲେ ସାରା ଦୁନିଆ ଛାଡି ଚାଲିଯିବ । ଆତ୍ମା ଏକା ହୋଇଯିବ । ବାବା କହୁଛନ୍ତି - ଦେହୀ-ଅଭିମାନୀ ହେଲେ କୌଣସି ମିତ୍ର-ସମ୍ବନ୍ଧୀ ସ୍ମୃତିରେ ଆସିବେ ନାହିଁ । ମୁଁ ଆତ୍ମା, ମୁଁ ବାବାଙ୍କ ପାଖକୁ ଚାଲିଯିବି । ବାବା ରାୟ ଦେଉଛନ୍ତି ଯେ ତୁମେ ମୋ ପାଖକୁ କିପରି ଆସିପାରିବ । ଏହି ବ୍ରହ୍ମାବାବା ମଧ୍ୟ ନାମୀଗ୍ରାମୀ ବା ସୁପ୍ରସିଦ୍ଧ ଅଟନ୍ତି । ଏହାଙ୍କ ଦ୍ୱାରା ବାବା ସବୁ ଆତ୍ମାମାନଙ୍କର ଗାଇଡ୍ ହୋଇ ମଶା ସଦୃଶ ଘରକୁ ନେଇଯିବେ । ଏହି ଯଥାର୍ଥ ଜ୍ଞାନ କେବଳ ତୁମ ସନ୍ତାନମାନଙ୍କ ବୁଦ୍ଧିରେ ଅଛି । ତୁମକୁ ପାଣ୍ଡବ ସେନା ମଧ୍ୟ କୁହାଯାଉଛି । ପାଣ୍ଡବପତି ସ୍ୱୟଂ ସାକ୍ଷାତ୍ ପରମପିତା ପରମାତ୍ମା ଅଟନ୍ତି, ଯିଏ ତୁମକୁ ଡ୍ରିଲ୍ ଶିଖାଉଛନ୍ତି, ଠିକ୍ କଳ୍ପ ପୂର୍ବ ସଦୃଶ । ଯେବେ ବିନାଶ ହେବ ସବୁ ଆତ୍ମାମାନେ ଶରୀର ଛାଡି ଚାଲିଯିବେ । ସତ୍ୟଯୁଗରେ କମ୍ ଆତ୍ମା ଥିବାରୁ ଗୋଟିଏ ରାଜ୍ୟ ହୋଇଥାଏ । ଏବେ ଅନେକ ରାଜ୍ୟ ଅଛି ପୁଣି ଗୋଟିଏ ନିଶ୍ଚୟ ହେବ । ଏହି ଜ୍ଞାନ ପୁରା ଦିନ ବୁଦ୍ଧିରେ ସ୍ମରଣ କରିବାକୁ ହେବ । ପିଲାମାନଙ୍କୁ ପ୍ରଦର୍ଶନୀରେ ମଧ୍ୟ ବୁଝାଇବା ଦରକାର । ନୂଆ ଦିଲ୍ଲୀ ଥିବା ସମୟରେ ନୂଆ ଭାରତ ଥିଲା । କେବଳ ଗୋଟିଏ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା । ଆଦି ସନାତନ ଧର୍ମ କୌଣସି ହିନ୍ଦୁ ଧର୍ମ ନ ଥିଲା । ଆମେ ବ୍ରାହ୍ମଣରୁ ଦେବତା ହେଉଛୁ । ଏକଥା ଅନ୍ୟ ଧର୍ମାବଲମ୍ବୀମାନେ ମାନିବେ ନାହିଁ । ଯିଏ ପ୍ରଥମେ ଆସୁଛନ୍ତି ସେ ୮୪ ଜନ୍ମ ନେଉଛନ୍ତି । ଏହା ବିଲ୍‌କୁଲ୍ ସହଜ ବୁଝିବାର କଥା । ଏବେ ତୁମ ସନ୍ତାନମାନଙ୍କର ବୁଦ୍ଧିରେ ଅଛି ଯେ ନାଟକ ଏବେ ସଂପୂର୍ଣ୍ଣ ହେବାକୁ ଯାଉଛି । ସବୁ ଅଭିନେତାମାନେ ଆସିଗଲେଣି । ୮୪ ଜନ୍ମ ପୂରଣ କରିଛ, ଏବେ ପୁଣି ଘରକୁ ଯିବାକୁ ହେବ, କାହିଁକି ନା ବହୁତ ଥକିଯାଇଛ । ଭକ୍ତିମାର୍ଗ ହିଁ ଥକିବାର ମାର୍ଗ ଅଟେ । ବାବା କହୁଛନ୍ତି - ଏବେ ମୋତେ ମନେ ପକାଅ । ଅନ୍ୟମାନଙ୍କୁ ମଧ୍ୟ ସନ୍ଦେଶ ଦିଅ ଯେ ଦେହ ସହିତ ଦେହର ସବୁ ଧର୍ମ ଛାଡି ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାନ୍ତୁ । ଅଶରୀରୀ ହେଲେ ପାବନ ହୋଇଯିବ କାହିଁକି ନା ଏବେ ଘରକୁ ଫେରିବାକୁ ହେବ । ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ ।

ଏଠାକୁ ମଧ୍ୟ ବାବାଙ୍କ ସମ୍ମୁଖକୁ ପିଲାମାନେ ରିଫ୍ରେସ୍ ଅଥବା ସତେଜ ହେବାକୁ ଆସିଛନ୍ତି । ବାବା ସମ୍ମୁଖରେ ଥିବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ପିଲାମାନେ ଦେହ-ଅଭିମାନ ଛାଡି କେବଳ ମୋତେ ମନେ ପକାଅ । ଏହି ପୁରୁଣା ଦୁନିଆ ଏବେ ଶେଷ ହୋଇଯିବ । ତୁମେ କେବଳ ଏକ ବାବାଙ୍କୁ ସ୍ମରଣ କରି ପବିତ୍ର ହେଲେ ପବିତ୍ର ଦୁନିଆର ମାଲିକ ହୋଇଯିବ । ପରିଶ୍ରମ ନ କଲେ ଫଳ ମଧ୍ୟ ମିଳିବ ନାହିଁ । ପୁଣି ଦଣ୍ଡ ଭୋଗ କରିବାକୁ ପଡିବ । ବାବା କହୁଛନ୍ତି ପୁରୁଷାର୍ଥ କରି ନିଜର ରୋଜଗାର ଅର୍ଥାତ୍ ଭାଗ୍ୟ ଜମା କର, ଅନ୍ୟମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଅ । ବାବାଙ୍କ ଶ୍ରୀମତର ରାସ୍ତା ମଧ୍ୟ ବତାଅ । ତୁମ ସନ୍ତାନମାନଙ୍କୁ ମଧ୍ୟ କଲ୍ୟାଣକାରୀ ହେବାକୁ ପଡିବ । ନିଜ ମିତ୍ର-ସମ୍ବନ୍ଧୀମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ । ଏଠାରେ ତୁମକୁ ଦେହୀ-ଅଭିମାନୀ କରାଯାଉଛି । ମହାମନ୍ତ୍ର ଦେଉଛନ୍ତି । ପ୍ରାଚୀନ ଯୋଗ ବାବା ହିଁ ଆସି ଶିଖାଉଛନ୍ତି, ଯାହା ପାଇଁ ଗାୟନ ରହିଛି - ଯୋଗ ଅଗ୍ନି ଦ୍ୱାରା ପାପ ଦଗ୍‌ଧ ହୋଇଯିବ, କଳ୍ପ ପୂର୍ବରୁ ମଧ୍ୟ ଏହି ଈଶାରା ମିଳିଥିଲା । ବାବା ଈଶାରା ଦେଉଛନ୍ତି କି ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ । ଭଲେ ଘର ସଂସାରରେ ରୁହ । ଗାୟନ ରହିଛି ତୁମର ଶରଣାଗତ ହେଲି । ଏପରି ମଧ୍ୟ ହେଉଛି - ଯେବେ କେହି ଦୁଃଖୀ ହୋଇଥାଆନ୍ତି, ତେବେ ଯାଇ ଉଚ୍ଚ ଶକ୍ତିଶାଳୀ ବ୍ୟକ୍ତିଙ୍କ ପାଖରେ ଶରଣ ନେଇଥା’ନ୍ତି । ଏଠାରେ ତ ପ୍ରତ୍ୟକ୍ଷ ଭାବରେ ହେଉଛି । ଯେତେବେଳେ ବହୁତ ଦୁଃଖ ଭୋଗ କରୁଛନ୍ତି, ଯାହାକୁ ସହନ କରିପାରୁ ନାହାଁନ୍ତି, ତେଣୁ ବାଧ୍ୟ ହୋଇ ଘରୁ ପଳାଇ ଆସି ବାବାଙ୍କର ଶରଣ ନେଉଛନ୍ତି । ସଦ୍‌ଗତି ତ ବାବାଙ୍କ ବ୍ୟତୀତ ଅନ୍ୟ କେହି ଦେଇପାରିବେ ନାହିଁ । ପିଲାମାନେ ଜାଣିଛନ୍ତି ଯେ ପୁରୁଣା ଦୁନିଆ ବିନାଶ ହେବ । ପ୍ରସ୍ତୁତି ଚାଲିଛି, ଏପଟେ ତୁମ ସ୍ଥାପନାର ପ୍ରସ୍ତୁତି ଓ ସେପଟେ ବିନାଶର ପ୍ରସ୍ତୁତି । ସ୍ଥାପନା ହୋଇଗଲେ ବିନାଶ ମଧ୍ୟ ନିଶ୍ଚୟ ହେବ । ତୁମେ ଜାଣିଛ ବାବା ଆସିଛନ୍ତି ସ୍ଥାପନା କରାଇବା ପାଇଁ, ବାବାଙ୍କ ଦ୍ୱାରା ବର୍ସା ମଧ୍ୟ ନିଶ୍ଚିତ ମିଳିବ । ବାକି ପ୍ରେରଣା ଦ୍ୱାରା କାମ ହୁଏ ନାହିଁ । ଶିକ୍ଷକଙ୍କୁ କ’ଣ କୁହାଯିବ, ଆମେ ଆପଣଙ୍କ ପ୍ରେରଣା ଦ୍ୱାରା ପଢିଦେବୁ । ପ୍ରେରଣା ଦ୍ୱାରା ଯଦି ସବୁ କିଛି ହେଉଥା’ନ୍ତା, ତେବେ ଶିବଜୟନ୍ତୀ କାହିଁକି ପାଳନ କରାଯାଉଛି? ପ୍ରେରଣା ଦ୍ୱାରା କରୁଥିଲେ ଶିବ ଜୟନ୍ତୀ ପାଳିବାର ଆବଶ୍ୟକତା ନାହିଁ । ଜୟନ୍ତୀ ତ ସବୁ ଆତ୍ମାମାନଙ୍କର ହୋଇଥାଏ । ଆତ୍ମାମାନେ ସବୁ ଜୀବରେ (ଶରୀରରେ) ଆସିଥାଆନ୍ତି । ଆତ୍ମା ଓ ଶରୀର ଯେତେବେଳେ ମିଶିଥା’ନ୍ତି ତ ପାର୍ଟ କରିଥା’ନ୍ତି । ଆତ୍ମାର ସ୍ୱଧର୍ମ ହେଉଛି ଶାନ୍ତି, ଏଥିରେ ହିଁ ଜ୍ଞାନ ଧାରଣ ହୋଇଥାଏ । ଆତ୍ମା ହିଁ ଭଲ-ମନ୍ଦ ସଂସ୍କାର ନେଇଯାଇଥାଏ । ବାବା ତ ସ୍ୱର୍ଗର ରଚୟିତା ଅଟନ୍ତି । ସେଠାରେ ତ ପବିତ୍ରତା ହିଁ ରହିଥାଏ । ଅପବିତ୍ରତାର ଚିହ୍ନ-ବର୍ଣ୍ଣ ହିଁ ନାହିଁ । ଏହା ହେଉଛି ବିଷୟ ସାଗର । କେତେ ପରିଷ୍କାର ଭାବରେ ବୁଝାଯାଉଛି ତଥାପି ମଧ୍ୟ କାହାରି ବୁଦ୍ଧିରେ ଆସୁନାହିଁ କିନ୍ତୁ ତୁମେ କାହାକୁ ଦୋଷ ଦେଉ ନାହଁ। ଡ୍ରାମାର ବନ୍ଧନରେ ସମସ୍ତେ ବନ୍ଧା ହୋଇଛନ୍ତି ।

ତୁମେ ଜାଣିଛ - ସିଡିର ଉପରୁ ତଳକୁ ଓହ୍ଲାଇ ଆସିଛ । ଡ୍ରାମା ଅନୁସାରେ ଆମକୁ ଓହ୍ଲାଇବାକୁ ଅର୍ଥାତ୍ ପତିତ ହେବାକୁ ହିଁ ପଡିବ ପୁଣି ବାବା କହୁଛନ୍ତି - ଏବେ ଚଢିବା ବା ପାବନ ହେବା ପାଇଁ ପୁରୁଷାର୍ଥ କରିବାକୁ ପଡିବ । କିନ୍ତୁ ଯାହାଙ୍କର ଭାଗ୍ୟରେ ନାହିଁ ସେ ଏପରି କହୁଛନ୍ତି । ଯେଉଁମାନେ ଏପରି କହୁଛନ୍ତି ଏଥିରୁ ବୁଝାଯାଉଛି କି ଏହାଙ୍କ ଭାଗ୍ୟରେ ନାହିଁ । ୨-୪ ବର୍ଷ ଚାଲିବା ପରେ ପୁଣି ଅଧୋଗତି ହୋଇଯାଉଛି । ଅନୁଭବ ମଧ୍ୟ କରିଥା’ନ୍ତି ଯେ ଆମେ ବହୁତ ବଡ ଭୁଲ୍ କରିଦେଲୁ । ବଡ ଚୋଟ ଖାଇଲୁ । ଏହା ମଧ୍ୟ ଅଧାକଳ୍ପର ରୋଗ, କମ୍ ନୁହେଁ । ଅଧାକଳ୍ପର ରୋଗୀ ଅଟନ୍ତି । ଭୋଗୀ ହେବା ଦ୍ୱାରା ପୁଣି ରୋଗୀ ହୋଇଯାଉଛନ୍ତି । ତେଣୁ ବାବା ଆସି ପୁରୁଷାର୍ଥ କରାଉଛନ୍ତି । କୃଷ୍ଣଙ୍କୁ ଯୋଗେଶ୍ୱର କହିଥା’ନ୍ତି । ବର୍ତ୍ତମାନ ସମୟରେ ତୁମେ ସଚ୍ଚା-ସଚ୍ଚା ଯୋଗୀ ଅଟ, ଯୋଗେଶ୍ୱର ତୁମକୁ ଯୋଗ ଶିଖାଉଛନ୍ତି । ତୁମେ ଜ୍ଞାନ-ଜ୍ଞାନେଶ୍ୱର ମଧ୍ୟ ଅଟ, ପୁଣି ରାଜ-ରାଜେଶ୍ୱର ହେବ । ଜ୍ଞାନ ଦ୍ୱାରା ତୁମେ ଧନବାନ୍ ହେଉଛ, ଯୋଗ ଦ୍ୱାରା ନିରୋଗୀ ସଦାସୁସ୍ଥ ହେଉଛ । ଅଧାକଳ୍ପ ପାଇଁ ତୁମର ସବୁ ଦୁଃଖ ଦୂର ହୋଇଯାଉଛି, ତେଣୁ ଏଥିପାଇଁ ତୁମକୁ କେତେ ପୁରୁଷାର୍ଥ କରିବା ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପାବନ ହେବା ପାଇଁ ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ । ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ଯେ ଏକମାତ୍ର ବାବାଙ୍କୁ ମନେ ପକାଅ । ଦେହ ସହିତ ସବୁ କିଛି ଭୁଲିଯାଅ ।

(୨) ଯୋଗେଶ୍ୱର ବାବାଙ୍କଠାରୁ ଯୋଗ ଶିକ୍ଷା କରି ସଚ୍ଚା-ସଚ୍ଚା ଯୋଗୀ ହେବାର ଅଛି । ଜ୍ଞାନ ଦ୍ୱାରା ଧନବାନ ଏବଂ ଯୋଗ ଦ୍ୱାରା ନିରୋଗୀ, ସଦା ସୁସ୍ଥ ହେବାର ଅଛି ।

ବରଦାନ:-
ନିମିତ୍ତ ହୋଇଥିବା ଆତ୍ମାମାନଙ୍କ ଦ୍ୱାରା କର୍ମଯୋଗୀ ହେବାର ବରଦାନ ପ୍ରାପ୍ତ କରୁଥିବା ମାଷ୍ଟର ବରଦାତା ଭବ ।

ଯେତେବେଳେ କୌଣସି ବି ଜିନିଷକୁ ସାକାରରେ ଦେଖିଥାଅ ସେତେବେଳେ ତାକୁ ଖୁବ୍ ଶୀଘ୍ର ଗ୍ରହଣ କରି ନେଇଥାଅ, ସେଥିପାଇଁ ନିମିତ୍ତ ହୋଇଥିବା ଯେଉଁ ଶ୍ରେଷ୍ଠ ଆତ୍ମାମାନେ ଅଛନ୍ତି ସେମାନଙ୍କର ସେବା, ତ୍ୟାଗ, ସ୍ନେହ ଏବଂ ସମସ୍ତଙ୍କର ସହଯୋଗୀ ହେବାର କର୍ମକୁ ବାସ୍ତବିକ ରୂପରେ ଦେଖିବା ଦ୍ୱାରା ଯେଉଁ ପ୍ରେରଣା ମିଳିଥାଏ, ସେଗୁଡିକ ଅନ୍ୟମାନଙ୍କ ପାଇଁ ବରଦାନ ପାଲଟିଯାଏ । ଯେତେବେଳେ ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ କର୍ମ କରିବା ସମୟରେ ଏହି ସବୁ ଗୁଣର ଧାରଣା ସ୍ୱରୂପରେ ଦେଖିଥାଅ, ସେତେବେଳେ ସହଜରେ କର୍ମଯୋଗୀ ହେବାର ଯେପରି ବରଦାନ ମିଳିଯାଇଥାଏ । ଯେଉଁମାନେ ଏହିଭଳି ବରଦାନ ସର୍ବଦା ପ୍ରାପ୍ତ କରିଚାଲିଥାଆନ୍ତି, ସେମାନେ ନିଜେ ମଧ୍ୟ ମାଷ୍ଟର ବରଦାତା ହୋଇଯାଆନ୍ତି ।

ସ୍ଲୋଗାନ:-
ନାମ ବିଖ୍ୟାତ କରିବା ଉଦ୍ଦେଶ୍ୟରେ ସେବା କରିବା ଅର୍ଥ ଉଚ୍ଚ ପଦ ପ୍ରାପ୍ତ କରିବାରେ ନିଜର ନାମକୁ ପଛକୁ ନେଇଯିବା ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ପବିତ୍ରତାର ଚିହ୍ନ ହେଲା ସ୍ୱଚ୍ଛତା ଏବଂ ସତ୍ୟତା । ଯଦି ସାରା ଦିନ ଭିତରେ ଚାହେଁ ଉଠିବାରେ, ବସିବାରେ, କଥା କହିବାରେ, ସେବା କରିବାରେ, ଚାହେଁ ସ୍ଥୁଳ ସେବା କରିଥାଅ ବା ସୂକ୍ଷ୍ମ ସେବା କରିଥାଅ କିନ୍ତୁ ଯଦି ବିଧିପୂର୍ବକ କରିନାହଁ, ବିଧିରେ ମଧ୍ୟ ଯଦି ଟିକିଏ ବି ଅନ୍ତର ରହିଯାଇଛି, ତେବେ ତାହା ମଧ୍ୟ ସ୍ୱଚ୍ଛତା ଅର୍ଥାତ୍ ପବିତ୍ରତା ନୁହେଁ । ଅପବିତ୍ରତା କେବଳ କାହାକୁ ଦୁଃଖ ଦେବା ବା ପାପ କର୍ମ କରିବା ନୁହେଁ କିନ୍ତୁ ନିଜ ଭିତରେ ସତ୍ୟତା ଏବଂ ସ୍ୱଚ୍ଛତାକୁ ଯଦି ବିଧିପୂର୍ବକ ଅନୁଭବ କରୁଛ ତେବେ ପବିତ୍ର ଅଟ ।