31.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କ ଭଳି ସୌଭାଗ୍ୟଶାଳୀ କେହି ନାହାଁନ୍ତି, କାହିଁକି ନା ଯେଉଁ ବାବାଙ୍କୁ ସାରା ଦୁନିଆ
ଡାକୁଛି ସେ ତୁମମାନଙ୍କୁ ପାଠ ପଢାଉଛନ୍ତି, ତୁମେ ତାଙ୍କ ସହିତ କଥା ହେଉଛ ।”
ପ୍ରଶ୍ନ:-
ଯେଉଁ
ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବା ଜଣା ଅଛି, ସେମାନଙ୍କର ଲକ୍ଷଣ କିପରି ହୋଇଥିବ?
ଉତ୍ତର:-
ସେମାନଙ୍କ ବୁଦ୍ଧି ସାରା ଦିନ ଏହି ବିଷୟରେ ମଗ୍ନ ରହିଥାଏ ଯେ କିପରି ସମସ୍ତଙ୍କୁ ରାସ୍ତା ବତାଇବୁ
। କିପରି କାହାର କଲ୍ୟାଣ କରିବୁ! ସେମାନେ ସେବାର ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଥା’ନ୍ତି ।
ସେମାନଙ୍କ ବୁଦ୍ଧିରେ ସର୍ବଦା ଜ୍ଞାନର ଚିନ୍ତନ ଚାଲିଥାଏ । ସେମାନେ ନିଜର ସମୟ ନଷ୍ଟ କରନ୍ତି ନାହିଁ
।
ଓମ୍ ଶାନ୍ତି ।
ପିଲାମାନଙ୍କ
ସମ୍ମୁଖରେ ନିରାକାର ପରମପିତା ପରମାତ୍ମା କଥାବାର୍ତ୍ତା କରୁଛନ୍ତି, ଏହି କଥା ପିଲାମାନେ ହିଁ
ଜାଣିଛନ୍ତି । ଭଗବାନଙ୍କୁ ଉଚ୍ଚ ବୋଲି କୁହାଯାଏ । ତାଙ୍କର ରହିବାର ସ୍ଥାନ ମଧ୍ୟ ଉଚ୍ଚ ଅଟେ ।
ତାଙ୍କ ରହିବାର ସ୍ଥାନ ତ ପ୍ରସିଦ୍ଧ ଅଟେ । ପିଲାମାନେ ଜାଣିଛନ୍ତି ଯେ ଆମେ ମୂଳବତନର ନିବାସୀ ଅଟୁ
। ମନୁଷ୍ୟମାନେ ଏହି ସବୁ କଥା ଜାଣିନାହାଁନ୍ତି । ତାଙ୍କୁ ଈଶ୍ୱର ପିତା ବୋଲି କହୁଛନ୍ତି ।
ତୁମମାନଙ୍କ ବ୍ୟତୀତ ଏପରି କେହି ମନୁଷ୍ୟ ନାହାଁନ୍ତି ଯିଏ ଜାଣିଥିବେ ଯେ ନିରାକାର ଭଗବାନ କଥା
ହେଉଛନ୍ତି । ଭଗବାନ ନିରାକାର ହୋଇଥିବା କାରଣରୁ କାହାରି ବୁଦ୍ଧିରେ ଆସୁନାହିଁ ଯେ ଭଗବାନୁବାଚ
କିପରି ହୋଇପାରିବ । ସେମାନଙ୍କୁ କିଛି ଜଣା ନ ଥିବା ଯୋଗୁଁ ଗୀତାରେ କୃଷ୍ଣଙ୍କର ନାମ
ଲେଖିଦେଇଛନ୍ତି । ଏବେ ବାବା ପିଲାମାନଙ୍କ ସମ୍ମୁଖରେ କଥା ହେଉଛନ୍ତି । ସମ୍ମୁଖରେ ନ ରହିଲେ ତ
ଶୁଣିପାରିବ ନାହିଁ । ଯଦିଓ ଦୂରରୁ ଶୁଣୁଛନ୍ତି, କିନ୍ତୁ ନିଶ୍ଚୟ ହେଉନାହିଁ । ଶୁଣୁଛନ୍ତି ତ
ଭଗବାନୁବାଚ । ଯଥାର୍ଥ ରୀତିରେ ତୁମେମାନେ ଜାଣୁଛ । ଭଗବାନ ତ ଶିବବାବା ଅଟନ୍ତି । ବାସ୍ତବରେ
ତୁମେମାନେ ଜାଣିଛ ଯେ ବାବା ଆମକୁ ଜ୍ଞାନ ଶୁଣାଉଛନ୍ତି । ତୁମମାନଙ୍କର ବୁଦ୍ଧି ତୁରନ୍ତ ଉପରକୁ
ଚାଲିଯାଉଛି । ଶିବବାବା ସର୍ବୋଚ୍ଚ ସ୍ଥାନର ନିବାସୀ ଅଟନ୍ତି । ଯେପରି କୌଣସି ବିଶିଷ୍ଟ ବ୍ୟକ୍ତି,
ରାଣୀ ଆଦି ଆସିଥା’ନ୍ତି, ତେବେ ସମସ୍ତେ ଜାଣିଥାନ୍ତି ଯେ ଇଏ ଅମୁକ ସ୍ଥାନର ନିବାସୀ ଅଟନ୍ତି,
ବର୍ତ୍ତମାନ ଏଠାକୁ ଆସିଛନ୍ତି । ତୁମେ ପିଲାମାନେ ମଧ୍ୟ ଜାଣିଛ ଯେ ବାବା ଆସିଛନ୍ତି - ଆମକୁ ଘରକୁ
ନେଇଯିବା ପାଇଁ । ଆମେ ମଧ୍ୟ ବାବାଙ୍କ ସାଥିରେ ଘରକୁ ଚାଲିଯିବୁ । ଆମେମାନେ ପରମଧାମରେ ନିବାସୀ
ଅଟୁ । ତୁମମାନଙ୍କର ଏବେ ବାବା ଏବଂ ଘର କଥା ମନେ ପଡୁଛି । ସେହି ବାବା ହିଁ ସୃଷ୍ଟିର ରଚୟିତା
ଅଟନ୍ତି । ବାବା ଆସି ତୁମ ପିଲାମାନଙ୍କୁ ମୂଳବତନ, ସୂକ୍ଷ୍ମବତନ, ସ୍ଥୂଳବତନର ରହସ୍ୟ ବୁଝାଉଛନ୍ତି
। ଯେଉଁମାନଙ୍କର ବୁଦ୍ଧିରେ ଏହା ଅଛି ସେହିମାନେ ହିଁ ବୁଝିବେ । ବାସ୍ତବରେ ଆମେମାନେ ଭବିଷ୍ୟତ ୨୧
ଜନ୍ମ ପାଇଁ ବାବାଙ୍କଠାରୁ ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରୁଛୁ । ପୁରୁଷାର୍ଥ ତ
କରିବାକୁ ହିଁ ହେବ । ପୁରୁଷାର୍ଥକୁ କେବେ ହେଲେ ଛାଡିବା ଅନୁଚିତ୍ । ସ୍କୁଲର ପିଲାମାନେ
ଜାଣିଥାନ୍ତି ଯେ ପରୀକ୍ଷା ହେବା ପର୍ଯ୍ୟନ୍ତ ଆମକୁ ପାଠ ପଢିବାକୁ ହିଁ ପଡିବ । ସେମାନଙ୍କର
ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଥାଏ । ଆମେ ସବୁଠାରୁ ବଡ ପରୀକ୍ଷାରେ ପାସ୍ କରିବୁ । ଗୋଟିଏ କଲେଜକୁ
ଛାଡି ଦ୍ୱିତୀୟ, ତୃତୀୟ କଲେଜକୁ ଯିବୁ ଅର୍ଥାତ୍ ପାଠ ପଢିବାକୁ ହେବ । ଯଦି ବଡ ଲୋକର ପିଲା
ହୋଇଥିବେ, ତେବେ ନିଶ୍ଚିତ ବଡ ପରୀକ୍ଷାରେ ପାସ୍ ହେବାର ଲକ୍ଷ୍ୟ ଥିବ । ତୁମେମାନେ ଜାଣିଛ ଯେ ଆମେ
ବହୁତ ଉଚ୍ଚ ପିତାଙ୍କର ସନ୍ତାନ ଅଟୁ । ଦୁନିଆରେ ଏହି କଥା କେହି ଜାଣି ନାହାଁନ୍ତି ଯେ ଆମେ
ଶିବବାବାଙ୍କର ସନ୍ତାନ ଅଟୁ । ତୁମେ ସର୍ବୋଚ୍ଚ ବାବାଙ୍କର ସନ୍ତାନ ଅଟ । ବହୁତ ଶ୍ରେଷ୍ଠ ପାଠ
ପଢୁଛ । ଜାଣିଛ ଯେ ଏହା ଉଚ୍ଚରୁ ଉଚ୍ଚ ପାଠପଢା ଅଟେ । ଏଠାରେ ବାବା ପାଠ ପଢାଉଛନ୍ତି ତେବେ କେତେ
ଆନନ୍ଦ ଏବଂ ଖୁସିରେ ରହିବା ଦରକାର । ଏହି କଥା କାହାକୁ ବି ବୁଝାଇପାରିବ । ଆମେ ସର୍ବୋଚ୍ଚ
ପିତାଙ୍କର ସନ୍ତାନ ଅଟୁ । ସତଗୁରୁଙ୍କର ମତରେ ଚାଲୁଛୁ । ଶିକ୍ଷକଙ୍କର, ଗୁରୁଙ୍କର ମତରେ ଚାଲିବାକୁ
ହୋଇଥାଏ ନା । ସେମାନଙ୍କୁ ଅନୁଗାମୀ ବୋଲି କହିଦେଇଥାନ୍ତି । ଏଠାରେ ବାବାଙ୍କର ମତରେ ଚାଲିବାକୁ
ହେବ, ଶିକ୍ଷକଙ୍କର ମତରେ ଚାଲିବାକୁ ହେବ ଏବଂ ଗୁରୁଙ୍କର ମତରେ ମଧ୍ୟ ଚାଲିବାକୁ ହେବ । ତୁମେମାନେ
ଜାଣିଛ ଯେ ସିଏ ଆମର ପିତା, ଶିକ୍ଷକ, ସତଗୁରୁ ଅଟନ୍ତି । ତାଙ୍କ ମତରେ ନିଶ୍ଚୟ ଚାଲିବାକୁ ହେବ ।
ଇଏ ତ ଜଣେ ହିଁ ଅଟନ୍ତି - ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବବାବା, ସିଏ ହିଁ ଏକଥା କହୁଛନ୍ତି ।
ବାବା ପିଲାମାନଙ୍କୁ
ପଚାରୁଛନ୍ତି ଶିବବାବା କହୁଛନ୍ତି, ଆଚ୍ଛା ଶଙ୍କର କହୁଛନ୍ତି? ବ୍ରହ୍ମା କହୁଛନ୍ତି? ବିଷ୍ଣୁ
କହୁଛନ୍ତି? (କେହି କହିଲେ ଶିବ ଏବଂ ବ୍ରହ୍ମା କହୁଛନ୍ତି - ବିଷ୍ଣୁ ଅଥବା ଶଙ୍କର କହୁନାହାଁନ୍ତି)
ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ-ନାରାୟଣ ବୋଲି କହୁଛ, ତେବେ ସେମାନେ କ’ଣ କଥା ହେଉନାହାଁନ୍ତି?
ଘୁଙ୍ଗା ଅଟନ୍ତି? (ଜ୍ଞାନ ବିଷୟରେ କହୁନାହାଁନ୍ତି) ମୁଁ ଜ୍ଞାନର କଥା ହିଁ କହୁନାହିଁ,
କଥାବାର୍ତ୍ତା କରିବା ବିଷୟରେ ପଚାରୁଛି । ବିଷ୍ଣୁ, ଲକ୍ଷ୍ମୀ-ନାରାୟଣ କଥା କହୁଛନ୍ତି? ଶଙ୍କର କଥା
କହୁନାହାଁନ୍ତି - ଏହା ଠିକ୍ କଥା । ବାକି ତିନିଜଣ କାହିଁକି କଥା ହେବେ ନାହିଁ । ଯଦି
ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ-ନାରାୟଣ ଅଟନ୍ତି, ତେବେ ସିଏ ନିଶ୍ଚିତ କଥା ହେବେ ନା ।
ମନୁଷ୍ୟମାନେ ଶିବବାବାଙ୍କ ନିମନ୍ତେ ଭାବୁଥିବେ ଯେ ସିଏ ନିରାକାର କିପରି କଥା ହେବେ । ତୁମେ
ଜାଣିଛ ଶିବବାବା ମଧ୍ୟ ଏହାଙ୍କ (ବ୍ରହ୍ମାଙ୍କ) ଶରୀରରେ ଆସି କଥା କହୁଛନ୍ତି । ବ୍ରହ୍ମାଙ୍କୁ
ମଧ୍ୟ କଥା କହିବାକୁ ପଡିଥାଏ । କାରଣ ଇଏ ପୋଷ୍ୟ ଅଟନ୍ତି ନା । ସନ୍ନ୍ୟାସୀମାନେ ମଧ୍ୟ ସନ୍ନ୍ୟାସ
କରିବା ପରେ ନିଜର ନାମ ପରିବର୍ତ୍ତନ କରିଥାନ୍ତି । ତୁମେମାନେ ବି ସନ୍ନ୍ୟାସ କରିଛ, ତେବେ
ତୁମମାନଙ୍କର ମଧ୍ୟ ନାମ ପରିବର୍ତ୍ତନ ହେବା ଦରକାର । ପ୍ରଥମେ ବାବା ନାମ ରଖୁଥିଲେ । କିନ୍ତୁ
ଦେଖିଲେ ଯେ ନାମ ରଖିଲେ ବି ଛାଡି ଚାଲିଯାଉଛନ୍ତି - ଆଶ୍ଚର୍ଯ୍ୟ ଭାବେ ଶୁଣୁଛନ୍ତି, କହୁଛନ୍ତି,
ପୁଣି ଛାଡି ପଳାଇଯାଉଛନ୍ତି, ସେଥିପାଇଁ କେତେଜଣଙ୍କର କେତେ ନାମ ରଖିବେ । ଆଜିକାଲି ତ ମାୟା ମଧ୍ୟ
ବହୁତ ଶକ୍ତିଶାଳୀ ଅଟେ । ବୁଦ୍ଧି କହୁଛି ଯେ ଯେତେବେଳେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା
ସେତେବେଳେ ତାକୁ ବିଷ୍ଣୁପୁରୀ କୁହାଯାଉଥିଲା । ଏହି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବୁଦ୍ଧିରେ ଅଛି । ଯଦି
ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ-ନାରାୟଣ ରାଜ୍ୟ କରୁଛନ୍ତି ତେବେ କଥା କାହିଁକି ହେଉ ନଥିବେ! ବାବା
ଏଠାକାର କଥା କହୁନାହାଁନ୍ତି । ମନୁଷ୍ୟମାନେ ତ କହିବେ ନିରାକାର କିପରି କଥା ହେବେ । ସେମାନଙ୍କୁ
ଏହି କଥା ଜଣାନାହିଁ ଯେ ନିରାକାର କିପରି ଆସୁଛନ୍ତି । ତାଙ୍କୁ ପତିତ-ପାବନ କହୁଛନ୍ତି । ସିଏ
ଜ୍ଞାନର ସାଗର ଅଟନ୍ତି, ଚୈତନ୍ୟ ଅଟନ୍ତି, ସ୍ନେହର ସାଗର ବି ଅଟନ୍ତି । ପ୍ରେରଣା ଦ୍ୱାରା ତ
ସ୍ନେହ ପ୍ରାପ୍ତ ହୋଇ ନ ଥାଏ, ସିଏ ଅର୍ଥାତ୍ ଶିବବାବା ମଧ୍ୟ ଏହାଙ୍କର ବା ବ୍ରହ୍ମାଙ୍କର ଶରୀରରେ
ପ୍ରବେଶ କରି ପିଲାମାନଙ୍କୁ ସ୍ନେହ କରିପାରିବେ ନା । ସେଥିପାଇଁ କହୁଛ ଆମେ ପରମପିତା
ପରମାତ୍ମାଙ୍କର କୋଳକୁ ଆସିଛୁ । ବାବା ତୁମ ସହିତ ଖାଇବୁ, ତୁମଠାରୁ ଶୁଣିବୁ.... ବୁଦ୍ଧି ସେହି
ଆଡକୁ ଚାଲିଯାଇଥାଏ । ଶ୍ରୀକୃଷ୍ଣ ବୁଦ୍ଧିରେ ଆସି ନ ଥାନ୍ତି । ତେଣୁ ବାବା ପିଲାମାନଙ୍କୁ ବସି
ବୁଝାଉଛନ୍ତି । ତୁମମାନଙ୍କ ପରି ସୌଭାଗ୍ୟଶାଳୀ କେହି ନାହାଁନ୍ତି । ତୁମେମାନେ ଜାଣିଛ ଯେ ଆମେ
କେତେ ଶ୍ରେଷ୍ଠ ଅଭିନେତା ଅଟୁ । ଏହା ଖେଳ ଅଟେ ନା । ଏହା ପୂର୍ବରୁ ତ ତୁମେ କିଛି ଜାଣି ନ ଥିଲ ।
ବର୍ତ୍ତମାନ ବାବା ପ୍ରବେଶ କରିଛନ୍ତି, ତେଣୁ ଡ୍ରାମାର ଯୋଜନା ଅନୁସାରେ ତାଙ୍କ ଦ୍ୱାରା ଶୁଣୁଛ ।
ବାବା କହୁଛନ୍ତି - ମିଠା
ମିଠା ପିଲାମାନେ ତୁମେମାନେ ଜାଣିଛ ବାବା ନିରାକାର ଅଟନ୍ତି । ସିଏ ଆମ ଆତ୍ମାମାନଙ୍କର ପିତା
ଅଟନ୍ତି । ଏହି କଥା କୌଣସି ଶାସ୍ତ୍ର ଆଦିରେ ଲେଖାଯାଇ ନାହିଁ । ଏବେ ତୁମର ବୁଦ୍ଧି ବିଶାଳ ହୋଇଛି
। ବିଦ୍ୟାର୍ଥୀମାନେ ପାଠ ପଢିଥାନ୍ତି, ତେବେ ବୁଦ୍ଧିରେ ସାରା ଇତିହାସ-ଭୂଗୋଳ ଆସିଯାଇଥାଏ କିନ୍ତୁ
ଏ କଥା କାହାରି ବୁଦ୍ଧିରେ ନାହିଁ - ବାବା କେଉଁଠି ଅଛନ୍ତି! ଯଥାର୍ଥ ରୂପେ ତୁମେ ପିଲାମାନେ ହିଁ
ଜାଣୁଛ ଏବଂ ବାସ୍ତବରେ ତୁମକୁ ସେହି ଖୁସି ମିଳୁଛି । ବାବା ପରମଧାମରୁ ଆସୁଛନ୍ତି, ଆମକୁ ପାଠ
ପଢାଉଛନ୍ତି । ସାରା ଦିନ ପରସ୍ପର ମଧ୍ୟରେ ଏହି ରୁହ-ରିହାନ ବା ଆତ୍ମିକ ବାର୍ତ୍ତାଳାପ କରିବା
ଉଚିତ୍ । ଏହି ଜ୍ଞାନ ବ୍ୟତୀତ ଅନ୍ୟ ସବୁ ପ୍ରସଙ୍ଗ ହେଉଛି ସତ୍ୟାନାଶ କରିଲାବାଲା କଥା । ଶରୀର
ନିର୍ବାହ ପାଇଁ ତୁମକୁ ଧନ୍ଦା ଆଦି ମଧ୍ୟ କରିବାକୁ ହେବ ଏବଂ ତା ସହିତ ଏହି ଆତ୍ମିକ ସେବା ମଧ୍ୟ
କରିବାକୁ ପଡିବ ।
ତୁମେମାନେ ଜାଣିଛ ଯେ
ବାସ୍ତବରେ ଏହି ଭାରତ ସ୍ୱର୍ଗ ଥିଲା । ସେଠାରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଯେତେ
ସବୁ ଦେବତାମାନଙ୍କର ଚିତ୍ର ଅଛି, ସେମାନଙ୍କର ଯଥାର୍ଥ ଜ୍ଞାନ ବୁଦ୍ଧିରେ ଆସିଯାଇଛି । ପ୍ରଥମ
ନମ୍ବର ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ଧରି, ବିଚାର କର - ବାସ୍ତବରେ ଏମାନେ ଭାରତରେ ରାଜତ୍ୱ
କରୁଥିଲେ, ତେବେ ସେହି ସମୟରେ ଗୋଟିଏ ହିଁ ଧର୍ମ ଥିଲା । ଏବେ ରାତ୍ରି ଶେଷ ହୋଇ ଦିନ ଆରମ୍ଭ ହେଲା
ଅର୍ଥାତ୍ କଳିଯୁଗ ଶେଷ ହୋଇ ସତ୍ୟଯୁଗ ଆରମ୍ଭ ହେଲା । କଳିଯୁଗ ହେଉଛି ରାତ୍ରି । ସତ୍ୟଯୁଗ ହେଲା
ଦିନ । ବିଚାର ସାଗର ମନ୍ଥନ କରିବାକୁ ହେବ ଯେ ଏମାନେ ଏହି ରାଜ୍ୟ କିପରି ପାଇଲେ । ଯେପରି
କୁହାଯାଇଥାଏ ଯେ ସାଗରରେ ପଥର ଫୋପାଡିଲେ ଲହଡି ଉଠିବ । ତୁମେମାନେ ମଧ୍ୟ ଜ୍ଞାନର ପଥର ପକାଅ
ଅର୍ଥାତ୍ ମନୁଷ୍ୟମାନଙ୍କୁ ବୁଝାଅ । ଏହି ଖିଆଲ କର, ଭାରତରେ ଦେବୀ-ଦେବତା ମାନଙ୍କର ରାଜ୍ୟ ଥିଲା
ନା, ଯେଉଁମାନେ ହିଁ ପୁଣି ଭକ୍ତିମାର୍ଗରେ ମନ୍ଦିର ତିଆରି କରିଛନ୍ତି, ଯାହାକୁ ପୁଣି ଲୁଟ୍ କରି
ନେଇଗଲେ । ଏହା କାଲିର କଥା । ଏବେ ଭକ୍ତିମାର୍ଗ ଚାଲିଛି ତେବେ ନିଶ୍ଚିତ ଏହା ପୂର୍ବରୁ
ଜ୍ଞାନମାର୍ଗ ଥିବ । ଏହି ସବୁ କଥା ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି । ବାବା ମଧ୍ୟ ଆସି ନିଜର
ଜୀବନ କାହାଣୀ ବତାଉଛନ୍ତି । ତୁମର ଏହି କଥା କାହିଁକି ମନେ ପଡୁନାହିଁ । ବାବା ଆସି ଆମକୁ ଏହି
ସମସ୍ତ ଜ୍ଞାନ ଶୁଣାଉଛନ୍ତି, ଏହାକୁ ବୁଝିବା ଦରକାର ନା । ଯାହାକୁ ହେଲେ ଏହି କଥା ଶୁଣାଅ । ଏହି
ଚିତ୍ର ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ । ଏହି ଲକ୍ଷ୍ମୀ-ନାରାୟଣ ତ ସବୁଠାରୁ ଶ୍ରେଷ୍ଠ
ରାଜା-ରାଣୀ ହୋଇଗଲେ । ଏହି ଭାରତ ସ୍ୱର୍ଗ ଥିଲା ନା । ଏହା କାଲିର କଥା । ପୁଣି ଏମାନେ ଏହି
ରାଜସିଂହାସନ କିପରି ହରାଇଲେ । ଯଦିଓ ମୋର ପିଲାମାନେ ଏହି ସବୁ କଥା ଶୁଣୁଛନ୍ତି କିନ୍ତୁ ତାଙ୍କ
ବୁଦ୍ଧିରେ କେବେ ଆସୁ ନାହିଁ । ମନେ ହିଁ ପଡୁ ନାହିଁ । ଯଦି ବୁଦ୍ଧିରେ ମନେ ପଡୁଛି ତେବେ
ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବ । ଏହା ତ ବହୁତ ସହଜ । ତୁମେମାନେ ଏଠାକୁ ଆସୁଛ
ଲକ୍ଷ୍ମୀ-ନାରାୟଣ ସଦୃଶ ହେବା ପାଇଁ । ବୁଝାଇ ଦିଆଯାଇଛି ଯେ ଏହା ୫ ହଜାର ବର୍ଷର କଥା । ଏଥିରେ
ଲକ୍ଷ-ଲକ୍ଷ ବର୍ଷ ପୂର୍ବର କୌଣସି କଥା ନାହିଁ । ଏହା ସବୁଠାରୁ ପୁରୁଣା ଭାରତ ବର୍ଷର କାହାଣୀ ଅଟେ
। ପ୍ରକୃତରେ ଏହା ହିଁ ସତ୍ୟ କାହାଣୀ ହେବା ଆବଶ୍ୟକ । ଏହା ସବୁଠାରୁ ବଡ କାହାଣୀ ଅଟେ । ଭାରତରେ
ଏହିମାନଙ୍କର ରାଜ୍ୟ ଥିଲା, ବର୍ତ୍ତମାନ ସେହି ରାଜ୍ୟ ନାହିଁ । ଏହି କଥା ବିଷୟରେ ଟିକିଏ ହେଲେ
କାହାକୁ ଜଣାନାହିଁ । ତୁମମାନଙ୍କ ବୁଦ୍ଧିରେ ଏହା କ୍ରମାନୁସାରେ ରହିଛି । ବାବା କହୁଛନ୍ତି - ମୋତେ
ମନେ ପକାଅ । କିନ୍ତୁ ସମ୍ପୂର୍ଣ୍ଣ ରୂପେ କେହି ମନେ ପକାଉ ନାହାଁନ୍ତି । ବାବା ବିନ୍ଦୁ ଅଟନ୍ତି,
ଆମେମାନେ ମଧ୍ୟ ବିନ୍ଦୁ ଅଟୁ, ଏହି କଥା ମଧ୍ୟ ବୁଦ୍ଧିରେ ରହୁନାହିଁ । କେହି-କେହି ଆତ୍ମାମାନଙ୍କ
ବୁଦ୍ଧିରେ ତ ଏହି କଥା ଭଲ ଭାବରେ ରହିଥାଏ । ଯଦି କାହାକୁ ଏହି କଥା ବସି ବୁଝାଇଥାନ୍ତି ତେବେ ୪-୫
ଘଣ୍ଟା ମଧ୍ୟ ଲାଗିଯାଇଥାଏ । ଏସବୁ ବହୁତ ଚମତ୍କାର କଥା । ଯେପରି ସତ୍ୟ ନାରାୟଣଙ୍କର କଥା ବସି
ଶୁଣିଥାନ୍ତି ନା । ଯେଉଁମାନଙ୍କର ଆଗ୍ରହ ଥାଏ ସେମାନେ ୨-୩ ଘଣ୍ଟା ବସି ଶୁଣିଥାନ୍ତି । ଏଥିରେ
ମଧ୍ୟ ସେହିପରି ଆସିଥାଏ, ଯାହାଙ୍କର ବହୁତ ରୁଚିଥିବ ତାଙ୍କୁ ଆଉ କିଛି ଭଲ ଲାଗିବ ନାହିଁ । କେବଳ
ଏହି କଥା ବୁଝିବାରେ ହିଁ ତାଙ୍କୁ ମଜା ଲାଗିଥାଏ । ତାଙ୍କୁ ଏହି କଥା ଭଲ ଲାଗିଥାଏ । ସେମାନେ
ଭାବନ୍ତି ଯେ ବାସ୍ ଏହି ସେବାରେ ହିଁ ଲାଗିଯିବୁ, ଅନ୍ୟ ସବୁ କର୍ମଧନ୍ଦା ଆଦି ଛାଡିଦେବୁ । କିନ୍ତୁ
ଏପରି ତ କାହାକୁ ରଖାଯାଇ ପାରିବ ନାହିଁ । ତୁମେ ପିଲାମାନେ ଏହି ସତ୍ୟ-ନାରାୟଣଙ୍କ କାହାଣୀ ଶୁଣୁଛ
। ଏବେ ତୁମ ବୁଦ୍ଧିରେ କେତେ ଭଲ କଥାର ଚିନ୍ତନ ଚାଲୁଛି । ଆମେ ଏହି ସବୁ ଜ୍ଞାନର ସାମଗ୍ରୀକୁ
ବିତରଣ କରିବା ପାଇଁ ସର୍ବଦା ପ୍ରସ୍ତୁତ ଅଛୁ । ତୁମ ବୁଦ୍ଧିରେ ଜ୍ଞାନ ସାମଗ୍ରୀ ସର୍ବଦା
ପ୍ରସ୍ତୁତ ହୋଇ ରହିବା ଦରକାର । ଏହି ଚିତ୍ର ଦେଖାଇ ତୁମେ କାହାକୁ ବି ବୁଝାଇପାରିବ - ଏହି
ଲକ୍ଷ୍ମୀ-ନାରାୟଣଙ୍କୁ ସତ୍ୟଯୁଗୀ ରାଜ୍ୟ କିପରି ମିଳିଥିଲା? କେତେ ବର୍ଷ ପୂର୍ବେ ଏମାନେ ବିଶ୍ୱର
ମାଲିକ ଥିଲେ? ସେହି ସମୟରେ ସୃଷ୍ଟିରେ କେତେ ମନୁଷ୍ୟ ଥିଲେ, ଏବେ କେତେ ମନୁଷ୍ୟ ଅଛନ୍ତି? ତେବେ
କିଛି ନା କିଛି ଜ୍ଞାନର ପଥର ପକାଇବା ଦରକାର ତେବେ ତାଙ୍କର ବିଚାର ସାଗର ମନ୍ଥନ ଚାଲିବ । ଯଦି
ସିଏ ଏହି କୁଳର ହୋଇଥିବେ, ତେବେ ତୁରନ୍ତ ଏହି ଲହଡି ତାଙ୍କ ପାଖକୁ ଯିବ । ଯଦି ଏହି କୁଳର ନ
ହୋଇଥିବେ ତେବେ କିଛି ହେଲେ ବୁଝିବେ ନାହିଁ, ଚାଲିଯିବେ । ଏହିଭଳି ନାଡିର ସ୍ପନ୍ଦନ ଦେଖି
ବୁଝାଇବାକୁ ହେବ । ତୁମକୁ ଏହି ମିଠା ମିଠା ଜ୍ଞାନ ବ୍ୟତୀତ ଆଉ କିଛି ବି କହିବାର ନାହିଁ । ଯଦି
ଜ୍ଞାନ ବ୍ୟତୀତ ଆଉ କିଛି କଥା ଶୁଣାଉଛନ୍ତି ତେବେ ବୁଝିନିଅ ସିଏ ଭୂତ ଅଟେ, ତାଙ୍କୁ ବୁଝାଇବା
ନିରର୍ଥକ । ଆମ ପାଖରେ ଏପରି ବହୁତ ସନ୍ତାନ ଅଛନ୍ତି ଯେଉଁମାନଙ୍କର ବ୍ୟର୍ଥ କଥା ଶୁଣିବା ପାଇଁ
ବହୁତ ସଉକ ଥାଏ । ବାବା ବୁଝାଉଛନ୍ତି - ବ୍ୟର୍ଥ କଥା ତ କେବେହେଲେ ଶୁଣିବା ଉଚିତ୍ ନୁହେଁ । କେବଳ
କଲ୍ୟାଣର କଥା ହିଁ ଶୁଣ । ନଚେତ୍ ମାଗଣାରେ ନିଜର ସତ୍ୟାନାଶ କରିଦେବ । ବାବା ତ ଆସି ତୁମମାନଙ୍କୁ
ଜ୍ଞାନ ହିଁ ଶୁଣାଉଛନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ବାବା କହୁଛନ୍ତି
ଆଉ କିଛି କଥା ହୁଅ ନାହିଁ, ଏଥିରେ ତୁମେ ବହୁତ ସମୟ ନଷ୍ଟ କରୁଛ । ଅମୁକ ଏହିପରି ଅଟେ, ସିଏ
ଏହିପରି କରୁଛନ୍ତି....ତାଙ୍କୁ ଖଳ ପ୍ରକୃତିର ବୋଲି କୁହାଯାଉଛି । ଦୁନିଆର କଥା ଅଲଗା,
ତୁମମାନଙ୍କର ତ ଗୋଟିଏ-ଗୋଟିଏ ସେକେଣ୍ଡର ସମୟ ବହୁତ ମୂଲ୍ୟବାନ ଅଟେ । ତୁମେ କେବେ ହେଲେ ଏପରି କଥା
ଶୁଣ ନାହିଁ, କି ଶୁଣାଅ ନାହିଁ । ଏହା ଅପେକ୍ଷା ତୁମେ ଅବିନାଶୀ ବାବାଙ୍କୁ ମନେ ପକାଇଲେ ତୁମର
ବହୁତ ରୋଜଗାର ହେବ । ଯେ କୌଣସି ସ୍ଥାନରେ ବାବାଙ୍କର ପରିଚୟ ଦିଅ । ଏହି ଆତ୍ମିକ ସେବା କରିଚାଲ ।
ତୁମେମାନେ ସଚ୍ଚା-ସଚ୍ଚା
ମହାବୀର ଅଟ । ବାସ୍ ସାରା ଦିନ ଏହି ଚିନ୍ତନ ରହୁ - ଏପରି କେହି ଆସନ୍ତୁ ଯାହାଙ୍କୁ ଏହି ରାସ୍ତା
ବତାଇବୁ । ବାବା କହୁଛନ୍ତି - ମୋତେ ମନେ ପକାଇଲେ ସ୍ୱର୍ଗର ରାଜତ୍ୱ ତୁମକୁ ମିଳିଯିବ । କେତେ ସହଜ
ଅଟେ । ଏହିପରି ସେବା କରିବା ଦରକାର । ପିଲାମାନଙ୍କୁ ସେବା ପ୍ରତି ବହୁତ ଧ୍ୟାନ ଦେବାକୁ ହେବ ।
ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବା ଦରକାର । ବାବା ମଧ୍ୟ ତୁମ ପିଲାମାନଙ୍କୁ ବୁଝାଇବା ପାଇଁ
ହିଁ ଆସିଛନ୍ତି ନା । ତୁମେ ପିଲାମାନେ ମଧ୍ୟ ଏଠାକୁ ପାଠ ପଢିବାକୁ ଏବଂ ପଢାଇବାକୁ ଆସିଛ । ସମୟ
ନଷ୍ଟ କରିବା ପାଇଁ ଅଥବା କେବଳ ଗପ-ସପ କରିବା ପାଇଁ ତ ଆସି ନାହଁ । ସାରା ଦିନ ତୁମ୍ଭମାନଙ୍କର
ବୁଦ୍ଧି ସେବା ପାଇଁ ହିଁ ଚାଲିବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେଉଁ କଥା
ଆମ ପାଇଁ ଅନାବଶ୍ୟକ ସେଗୁଡିକୁ ଶୁଣିବାରେ ବା କହିବାରେ ନିଜର ସମୟ ନଷ୍ଟ କରିବାର ନାହିଁ । ଯେତେ
ଦୂର ସମ୍ଭବ ପାଠପଢା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ହେବ ।
(୨) ସର୍ବଦା ଖୁସି ଏବଂ
ଉତ୍ସାହରେ ରହିବାକୁ ହେବ ଯେ ଆମକୁ କିଏ ପାଠପଢାଉଛନ୍ତି? ପୁରୁଷାର୍ଥକୁ କେବେ ହେଲେ ଛାଡିବାର ନାହିଁ
। ମୁଖରୁ ସର୍ବଦା ଜ୍ଞାନ ରତ୍ନ ବାହାରୁଥାଉ ।
ବରଦାନ:-
ବୁଦ୍ଧିମାନ
ଆତ୍ମା ହୋଇ ତିନି ପ୍ରକାରର ସେବା ଏକାଠି କରୁଥିବା ସଫଳତାମୂରତ ଭବ ।
ବର୍ତ୍ତମାନର ସମୟ
ଅନୁସାରେ ସଂକଳ୍ପ, ବାଣୀ ଏବଂ କର୍ମ ଦ୍ୱାରା ତିନି ପ୍ରକାରର ସେବା ଏକା ସାଥୀରେ କରିବା ଦରକାର ।
ବାଣୀ ଏବଂ କର୍ମ ସହିତ ମନରେ ଶୁଭ ସଂକଳ୍ପ ବା ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ସେବା କରିଚାଲ
ଯାହାଦ୍ୱାରା ସେବା ଫଳିଭୂତ ହୋଇଯିବ କାହିଁକିନା ବାଣୀରେ ଶକ୍ତି ସେତେବେଳେ ଆସିଥାଏ ଯେତେବେଳେ
ସଂକଳ୍ପ ଶକ୍ତିଶାଳୀ ହୋଇଥାଏ, ନଚେତ୍ କେବଳ ଭାଷଣ କରୁଥିବା ପଣ୍ଡିତଙ୍କ ଭଳି ହୋଇଯିବ କାହିଁକିନା
ଶୁଆ ଭଳି କେବଳ ପଢି ଦେଇ ତା’ର ପୁନରାବୃତ୍ତି କରିଥାଆନ୍ତି । ତେବେ ଜ୍ଞାନୀ ଅର୍ଥାତ୍ ବୁଦ୍ଧିମାନ
ଆତ୍ମାମାନେ ତିନି ପ୍ରକାରର ସେବା ଏକା ସାଥୀରେ କରିଥାଆନ୍ତି ଏବଂ ସଫଳତାର ବରଦାନ ପ୍ରାପ୍ତ
କରିନିଅନ୍ତି ।
ସ୍ଲୋଗାନ:-
ନିଜର ବାଣୀ,
କର୍ମ ଏବଂ ଦୃଷ୍ଟି ଦ୍ୱାରା ପ୍ରତ୍ୟେକ ଆତ୍ମାକୁ ଶାନ୍ତି, ଶକ୍ତି ଏବଂ ଖୁସିର ଅନୁଭବ କରାଇବା ହିଁ
ମହାନ ଆତ୍ମାମାନଙ୍କର ମହାନତା ଅଟେ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ଯେପରି ହୋମିଓପ୍ୟାଥିକ୍
ଔଷଧର ଛୋଟ ଛୋଟ ବଟିକାଗୁଡିକ କେତେ ବଡ ବଡ ରୋଗକୁ ମଧ୍ୟ ସମାପ୍ତ କରିଦେଇଥାଏ, ସେହିପରି ତୁମେ
ମାଷ୍ଟର ସର୍ବଶକ୍ତିମାନ୍ ଆତ୍ମାମାନେ ନିଜର ବୃତ୍ତି ଏବଂ ଦୃଷ୍ଟି ଦ୍ୱାରା କାହାର ବି କଡା
ସଂସ୍କାର ରୂପକ ରୋଗକୁ ସମାପ୍ତ କରିଦେଇପାରିବ । ଯେପରି ସେହି ଔଷଧ ଏକଥା କହେ ନାହିଁ ଯେ ମୁଁ ଏହି
ରୋଗକୁ କିପରି ସମାପ୍ତ କରିବି, ସେହିପରି ତୁମେ ପରୋପକାରୀ ଆତ୍ମାମାନେ ମଧ୍ୟ ମାଷ୍ଟର ଜ୍ଞାନ
ସୂର୍ଯ୍ୟ ହୋଇ ସର୍ବ ଆତ୍ମାମାନଙ୍କର ପତିତ ସଂକଳ୍ପ ବା ବୃତ୍ତି ଗୁଡିକୁ ଭସ୍ମ କରିବାର ସେବା କର,
ଅପକାରୀର ମଧ୍ୟ ଉପକାର କର ।