31.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ମଧୁବନ
ହୋଲିଏଷ୍ଟ ଅଫ୍ ଦି ହୋଲୀ ଅର୍ଥାତ୍ ପରମପବିତ୍ର ବାବାଙ୍କର ଘର ଅଟେ, ଏଠାକୁ ତୁମେ କୌଣସି ପତିତ
ମନୁଷ୍ୟକୁ ଆଣିପାରିବ ନାହିଁ ’’ ।
ପ୍ରଶ୍ନ:-
ଏହି ଈଶ୍ୱରୀୟ
ମିଶନ ଅର୍ଥାତ୍ ସଂଗଠନରେ ଯେଉଁମାନେ ପକ୍କା ନିଶ୍ଚୟବୁଦ୍ଧି ଅଟନ୍ତି ସେମାନଙ୍କର ଲକ୍ଷଣ କ’ଣ
ହୋଇଥିବ?
ଉତ୍ତର:-
୧- ସେମାନେ ସ୍ତୁତି-ନିନ୍ଦା, ମାନ-ଅପମାନ ସବୁଥିରେ ଧୈର୍ଯ୍ୟର ସହିତ କାମ କରିବେ, ୨- କ୍ରୋଧ
କରିବେ ନାହିଁ, ୩- କାହାକୁ ବି ଦୈହିକ ଦୃଷ୍ଟିରେ ଦେଖିବେ ନାହିଁ, କେବଳ ଆତ୍ମାକୁ ହିଁ ଦେଖିବେ,
ନିଜକୁ ଆତ୍ମା ମନେ କରି କଥାବାର୍ତ୍ତା କରିବେ, (୪) ସ୍ତ୍ରୀ-ପୁରୁଷ ସାଥିରେ ରହି ମଧ୍ୟ କମଳ
ପୁଷ୍ପ ସମାନ ପବିତ୍ର ରହିବେ, ୫- କୌଣସି ପ୍ରକାରର ଇଚ୍ଛା ରଖିବେ ନାହିଁ ।
ଗୀତ:-
ଜଲେ ନ କ୍ୟୋଁ
ପରୱାନା...
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କୁ ଆତ୍ମିକ ପିତା, ପରମାତ୍ମା ବୁଝାଉଛନ୍ତି ଅର୍ଥାତ୍ ଆତ୍ମିକ ବିଦ୍ୟାର୍ଥୀମାନଙ୍କୁ
ସ୍ୱୟଂ ଭଗବାନ ପାଠ ପଢାଉଛନ୍ତି । ସେହି ଦୁନିଆରେ ଥିବା ସ୍କୁଲ୍ରେ ପାଠ ପଢୁଥିବା ଛାତ୍ରମାନଙ୍କୁ
ଆତ୍ମିକ ଛାତ୍ର ବୋଲି କୁହାଯିବ ନାହିଁ । ସେମାନେ ତ ଆସୁରୀ ବିକାରୀ ସମ୍ପ୍ରଦାୟର ଅଟନ୍ତି । ଆଗରୁ
ତୁମେ ମଧ୍ୟ ଆସୁରୀ ଅଥବା ରାବଣ ସମ୍ପ୍ରଦାୟର ଥିଲ । ଏବେ ରାମରାଜ୍ୟକୁ ଯିବା ପାଇଁ ୫ ବିକାର ରୂପୀ
ରାବଣ ଉପରେ ବିଜୟ ପ୍ରାପ୍ତ କରିବାର ପୁରୁଷାର୍ଥ କରୁଛ । ଯେଉଁମାନେ ଏହି ଜ୍ଞାନ ପ୍ରାପ୍ତ କରୁ
ନାହାଁନ୍ତି ସେମାନଙ୍କୁ ବୁଝାଇବାକୁ ପଡୁଛି ଯେ - ତୁମେ ରାବଣ ରାଜ୍ୟରେ ଅଛ । ଯେହେତୁ ସେମାନେ
ନିଜେ କିଛି ବୁଝି ପାରୁ ନାହାଁନ୍ତି । ତୁମେ ନିଜର ମିତ୍ର-ସମ୍ବନ୍ଧୀମାନଙ୍କୁ କହୁଛ ଯେ ଆମେ
ବେହଦର ବାବାଙ୍କ ପାଖରେ ପାଠପଢୁଛୁ କିନ୍ତୁ ଏପରି ନୁହେଁ ଯେ ତୁମ କଥାରେ ତାଙ୍କର ନିଶ୍ଚୟ
ହୋଇଯାଉଛି । ଯେତେବି ବାବା କୁହ ଅଥବା ଭଗବାନ କୁହ କିନ୍ତୁ ନିଶ୍ଚୟ କରୁ ନାହାଁନ୍ତି ।
ନୂଆମାନଙ୍କୁ ତ ଏଠାକୁ ଆସିବାର ହୁକୁମ ନାହିଁ । ବିନା ଚିଠିରେ ଅଥବା ବିନା ଅନୁମତିରେ ତ କେହି ଆସି
ବି ପାରିବେ ନାହିଁ । କିନ୍ତୁ କେବେକେବେ କେହି କେହି ଆସିଯାଉଛନ୍ତି, ତେବେ ଏହା ମଧ୍ୟ ବେନିୟମ ଅଟେ
। ଜଣ-ଜଣଙ୍କର ପୂରା ସମାଚାର, ନାମ ଇତ୍ୟାଦି ଲେଖି ପଚାରିବାକୁ ହେବ ଯେ, ଏହାଙ୍କୁ ପଠାଇବୁ? ପୁଣି
ବାବା କହିବେ ଠିକ ଅଛି ପଠାଇ ଦିଅ । ଯଦି ଆସୁରୀ ପତିତ ଦୁନିଆର ଛାତ୍ର ହୋଇଥିବେ ତେବେ ବାବା
ତାଙ୍କୁ ବୁଝାଇ ଦେବେ, ସେହି ପାଠ ତ ବିକାରୀ ପତିତ ମନୁଷ୍ୟ ପଢାଉଛନ୍ତି । ଏଠାରେ ସ୍ୱୟଂ ଈଶ୍ୱର
ପାଠ ପଢାଉଛନ୍ତି । ସେହି ପାଠପଢାରେ ପାଇ ପଇସାର ପଦ ମିଳିଥାଏ । ଯଦିଓ କେହି କେହି ବହୁତ ବଡ
ପରୀକ୍ଷାରେ ପାସ୍ କରୁଛନ୍ତି କିନ୍ତୁ କେତେ ସମୟ ରୋଜଗାର କରିବେ? ବିନାଶ ତ ସମ୍ମୁଖରେ ଉପସ୍ଥିତ ।
ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସବୁ ପ୍ରକାରର ଆସିବ । ଏକଥା ମଧ୍ୟ ତୁମେମାନେ ହିଁ ବୁଝିଛ, ଯିଏ
ବୁଝି ନାହାଁନ୍ତି ସେମାନଙ୍କୁ ବାହାର ଭିଜିଟିଙ୍ଗ୍ ରୁମ୍ରେ ବସାଇ ବୁଝାଇବାକୁ ହେବ । ଏହା ହେଉଛି
ଈଶ୍ୱରୀୟ ପାଠପଢା, ଏଥିରେ ନିଶ୍ଚୟବୁଦ୍ଧି ହିଁ ବିଜୟନ୍ତୀ ହେବେ ଅର୍ଥାତ୍ ବିଶ୍ୱ ଉପରେ ରାଜ୍ୟ
କରିବେ । ରାବଣ ସମ୍ପ୍ରଦାୟର ଲୋକମାନେ ତ ଏକଥା ଜାଣି ନାହାଁନ୍ତି । ଏଥିରେ ବହୁତ ସାବଧାନୀ ରହିବା
ଦରକାର । ବିନା ଅନୁମତିରେ କେହି ବି ଭିତରକୁ ଆସିପାରିବେ ନାହିଁ । ଏହା କୌଣସି ବୁଲାବୁଲି କରିବାର
ସ୍ଥାନ ନୁହେଁ । ଆଉ କିଛି ଦିନ ପରେ ନିୟମ ବହୁତ କଡା କଡି ହୋଇଯିବ କାହିଁକି ନା ଇଏ ହେଉଛନ୍ତି
ହୋଲିଏଷ୍ଟ ଅଫ୍ ଦି ହୋଲି । ଶିବବାବାଙ୍କୁ ରୁଦ୍ର ମଧ୍ୟ କହୁଛନ୍ତି ନା । ଏହା ହେଉଛି ଇନ୍ଦ୍ରସଭା
। ମନୁଷ୍ୟ ୯ ରତ୍ନର ମୁଦି ମଧ୍ୟ ପିନ୍ଧିଥାନ୍ତି ନା । ସେହି ରତ୍ନମାନଙ୍କ ଭିତରେ ନୀଲମ, ପନ୍ନା,
ମାଣିକ ମଧ୍ୟ ଥାଏ । ଏହିପରି ସବୁ ନାମ ରଖାଯାଇଛି । ପରୀମାନଙ୍କର ମଧ୍ୟ ନାମ ଅଛି ନା । ତୁମେ
ପରୀମାନେ ଉଡିଲାବାଲା ଆତ୍ମା ଅଟ । ଶାସ୍ତ୍ରରେ ତୁମର ହିଁ ବର୍ଣ୍ଣନା ରହିଛି । କିନ୍ତୁ
ମନୁଷ୍ୟମାନେ ଏହି ସବୁ କଥାକୁ କିଛି ବି ବୁଝୁ ନାହାଁନ୍ତି ।
ମୁଦିରେ ମଧ୍ୟ ଯେତେବେଳେ
ରତ୍ନ ଲଗାଇଥା’ନ୍ତି ସେଥିରେ ପୁଖରାଜ, ନୀଲମ, ପେରୁଜ ମଧ୍ୟ ରହିଥାଏ । କାହାର ଦାମ୍ ହଜାରେ ଟଙ୍କା
ତ କାହାର ଦାମ ୧୦-୨୦ ଟଙ୍କା ମଧ୍ୟ ହୋଇଥାଏ । ସେହିପରି ଏଠାରେ ପିଲାମାନଙ୍କ ଭିତରେ ମଧ୍ୟ କ୍ରମ
ଅନୁସାରେ ରହିଛନ୍ତି । କେହି ତ ପାଠପଢି ମାଲିକ ହୋଇଯାଉଛନ୍ତି କେହି ପୁଣି ପାଠପଢି ଦାସ-ଦାସୀ
ହୋଇଯାଉଛନ୍ତି । ରାଜଧାନୀ ସ୍ଥାପନ ହେଉଛି ନା । ତେଣୁ ବାବା ବସି ପାଠ ପଢାଉଛନ୍ତି । ଇନ୍ଦ୍ର
ମଧ୍ୟ ତାଙ୍କୁ ହିଁ କୁହାଯାଉଛି । ଏହା ହେଉଛି ଜ୍ଞାନର ବର୍ସା । ବାବାଙ୍କ ବିନା ତ କେହି ଜ୍ଞାନ
ଦେଇପାରିବେ ନାହିଁ । ଏହା ହିଁ ହେଉଛି ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଯଦି ଈଶ୍ୱର ପାଠ
ପଢାଉଛନ୍ତି ବୋଲି ନିଶ୍ଚୟ ହୋଇଯିବ ତେବେ ଏହି ପାଠପଢାକୁ କେବେ ବି ଛାଡିବେ ନାହିଁ । ଯିଏ ପଥର
ବୁଦ୍ଧି ହୋଇଥିବେ ତାଙ୍କୁ କେବେହେଲେ ତୀର ଲାଗିବ ନାହିଁ । ଏଠାକୁ ଆସିବେ କିନ୍ତୁ ଅଧାରୁ ଜ୍ଞାନ
ଛାଡି ଚାଲିଯିବେ । ୫ ବିକାର ତୁମମାନଙ୍କର ଅଧାକଳ୍ପର ଶତ୍ରୁ । ଦେହ-ଅଭିମାନରେ ଆଣି ମାୟା ଚାପୁଡା
ମାରିଦେଉଛ, ପୁଣି ଆଶ୍ଚର୍ଯ୍ୟଭାବେ ଶୁଣୁଛନ୍ତି, ବାବା ବାବା କହୁଛନ୍ତି, ପୁଣି ହାତ ଛାଡି
ଚାଲିଯାଉଛନ୍ତି । ମାୟା ବହୁତ ଶକ୍ତିଶାଳୀ । ଗୋଟିଏ ଚାପୁଡାରେ ତଳେ ପକାଇ ଦେଉଛି । ଭାବୁଛନ୍ତି
ଆମେ କେବେ ବି ତଳେ ପଡିବୁ ନାହିଁ ତଥାପି ବି ମାୟା ଚାପୁଡା ଲଗାଇ ଦେଉଛି । ଏଠାରେ ସ୍ତ୍ରୀ-ପୁରୁଷ
ଉଭୟଙ୍କୁ ପବିତ୍ର କରାଯାଉଛି । ତାହା ମଧ୍ୟ ଈଶ୍ୱରଙ୍କ ବ୍ୟତୀତ କେହି କରାଇ ପାରିବେ ନାହିଁ । ଏହା
ହେଉଛି ଈଶ୍ୱରୀୟ ମିଶନ ଅର୍ଥାତ୍ ସଂଗଠନ ।
ବାବାଙ୍କୁ ନାଉରୀ ବୋଲି
ମଧ୍ୟ କୁହାଯାଏ, ତୁମେ ହେଉଛ ନାଆ । ନାଉରୀ ସମସ୍ତଙ୍କର ଡଙ୍ଗାକୁ ପାରି କରିବା ପାଇଁ ଆସିଥା’ନ୍ତି
। କହୁଛନ୍ତି ସତ୍ୟର ଡଙ୍ଗା ହଲିବ କିନ୍ତୁ ବୁଡିବ ନାହିଁ । ଦୁନିଆରେ କେତେ ଢେର ମଠ ପନ୍ଥ ରହିଛି
। ଜ୍ଞାନ ଏବଂ ଭକ୍ତିର ଯେପରି ଲଢେଇ ହେଉଛି । କେବେ କେବେ ଭକ୍ତିର ମଧ୍ୟ ବିଜୟ ହେବ, କିନ୍ତୁ
ଶେଷରେ ତ ଜ୍ଞାନର ହିଁ ବିଜୟ ହେବ । ଭକ୍ତି ପକ୍ଷରେ ଦେଖ କେତେ ବଡ-ବଡ ଯୋଦ୍ଧା ଅଛନ୍ତି ।
ଜ୍ଞାନମାର୍ଗରେ ମଧ୍ୟ କେତେ ବଡ-ବଡ ଯୋଦ୍ଧା ଅଛନ୍ତି । ଅର୍ଜୁନ ଭୀମ ଆଦି ନାମ ରଖିଛନ୍ତି । ଏ ସବୁ
ତ କାହାଣୀ ଲେଖି ଦେଇଛନ୍ତି । ଗାୟନ ତ ତୁମର ହିଁ ହେଉଛି । ତୁମମାନଙ୍କର ଏବେ ହୀରୋ-ହିରୋଇନ୍ର
ଅଭିନୟ ଚାଲିଛି । ବର୍ତ୍ତମାନ ସମୟରେ ହିଁ ତୁମର ମାୟା ସହିତ ଯୁଦ୍ଧ ଚାଲୁଛି । ତୁମ ଭିତରେ ମଧ୍ୟ
ଅନେକ ଅଛନ୍ତି ଯିଏକି ଏହି କଥାକୁ ବିଲ୍କୁଲ୍ ବୁଝୁନାହାଁନ୍ତି । ଯେଉଁମାନେ ଭଲ ଆତ୍ମା ହୋଇଥିବେ
ସେହିମାନଙ୍କୁ ହିଁ ତୀର ଲାଗିବ । ଥାର୍ଡ କ୍ଲାସ୍ ହୋଇଥିଲେ ତ ବସିପାରିବେ ନାହିଁ । ଦିନକୁ ଦିନ
କାଇଦା ଅର୍ଥାତ୍ ନିୟମ ବହୁତ କଡା ହୋଇଯିବ । ଯେଉଁମାନେ ପଥରବୁଦ୍ଧି ଅଟନ୍ତି, କିଛି ବୁଝିପାରୁ
ନାହାଁନ୍ତି ସେମାନଙ୍କୁ ଏଠାରେ ବସାଇବା ମଧ୍ୟ ନିୟମ ବିରୁଦ୍ଧ ଅଟେ । ଏହି ହଲ ମଧ୍ୟ ସବୁଠାରୁ
ପବିତ୍ର ସ୍ଥାନ । ପୋପ୍ଙ୍କୁ ପବିତ୍ର ବୋଲି କୁହାଯାଇଥାଏ । ଏହି ବାବା ତ ହୋଲିଏଷ୍ଟ ଅଫ୍ ହୋଲି
ଅଟନ୍ତି । ବାବା କହୁଛନ୍ତି ମୋତେ ଏ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ଏସବୁ ବିନାଶ ହୋଇଯିବ ।
ଏସବୁ କଥା ମଧ୍ୟ ସମସ୍ତେ ବୁଝିପାରୁ ନାହାଁନ୍ତି । ଯଦିଓ ଶୁଣୁଛନ୍ତି କିନ୍ତୁ ଗୋଟିଏ କାନରେ ଶୁଣି
ଅନ୍ୟ କାନରେ ବାହାର କରିଦେଉଛନ୍ତି । ନାଁ ନିଜେ କିଛି ଧାରଣ କରୁଛନ୍ତି, ନା କାହାକୁ ଧାରଣା
କରାଉଛନ୍ତି । ଏପରି ମୁକ-ବଧିର ମଧ୍ୟ ବହୁତ ଅଛନ୍ତି । ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ...
ସେମାନେ ତ ମାଙ୍କଡର ଚିତ୍ର ଦେଖାଉଛନ୍ତି । କିନ୍ତୁ ଏହା ତ ମନୁଷ୍ୟମାନଙ୍କ ନିମନ୍ତେ କୁହାଯାଇଛି
। ମନୁଷ୍ୟମାନେ ବର୍ତ୍ତମାନ ମାଙ୍କଡଠାରୁ ମଧ୍ୟ ହୀନ ହୋଇଯାଇଛନ୍ତି । ନାରଦଙ୍କର କାହାଣୀ ମଧ୍ୟ
ରହିଛି । ତାଙ୍କୁ କୁହାଗଲା ପ୍ରଥମେ ତୁମେ ନିଜର ଚେହେରାକୁ ଦେଖ - ତୁମ ଭିତରେ ୫ ବିକାର ନାହିଁ
ତ? ଯେପରି ସାକ୍ଷାତ୍କାର ହୋଇଥାଏ । ହନୁମାନଙ୍କର ମଧ୍ୟ ସାକ୍ଷାତ୍କାର ହୋଇଥାଏ ନା । ବାବା
କହୁଛନ୍ତି କଳ୍ପ-କଳ୍ପ ଏହିପରି ହୋଇଥାଏ । ସତ୍ୟଯୁଗରେ ଏପରି କିଛି କଥା ହୋଇ ନ ଥାଏ । ଏବେ ଏହି
ପୁରୁଣା ଦୁନିଆ ହିଁ ସମାପ୍ତ ହୋଇଯିବ । ଯେଉଁମାନେ ପକ୍କା ନିଶ୍ଚୟବୁଦ୍ଧି ଅଟନ୍ତି ସେମାନେ
ଜାଣିଛନ୍ତି କଳ୍ପ ପୂର୍ବେ ମଧ୍ୟ ଆମେମାନେ ଏହିଭଳି ରାଜ୍ୟ କରିଥିଲୁ । ବାବା କହୁଛନ୍ତି -
ପିଲାମାନେ, ଏବେ ଦୈବୀଗୁଣ ଧାରଣ କର । କୌଣସି ବେକାଇଦା କାମ କର ନାହିଁ । ସ୍ତୁତି-ନିନ୍ଦା
ସବୁଥିରେ ଧୈର୍ଯ୍ୟ ଧରିବାକୁ ହେବ । ତୁମମାନଙ୍କ ଭିତରେ କ୍ରୋଧ ରହିବା ଉଚିତ୍ ନୁହେଁ । ତୁମେମାନେ
କେତେ ଉଚ୍ଚ ବିଦ୍ୟାର୍ଥୀ ଅଟ, ତୁମମାନଙ୍କୁ ଭଗବାନ ପାଠ ପଢାଉଛନ୍ତି । ସେ ସିଧାସଳଖ ଆସି ପାଠ
ପଢାଉଛନ୍ତି ତଥାପି ମଧ୍ୟ କେତେକ ସନ୍ତାନ ଭୁଲିଯାଉଛନ୍ତି କାହିଁକି ନା ସାଧାରଣ ଶରୀରରେ ଆସୁଛନ୍ତି
ନା । ବାବା କହୁଛନ୍ତି ଦେହଧାରୀଙ୍କୁ ଦେଖିଲେ ତୁମେମାନେ ଏତେ ଉନ୍ନତି କରିପାରିବ ନାହିଁ ।
ସେଥିପାଇଁ ଆତ୍ମାକୁ ଦେଖ । ଆତ୍ମା ଏଠି ଭ୍ରୃକୁଟୀ ମଧ୍ୟରେ ରହୁଛି । ଆତ୍ମା ଜ୍ଞାନ ଶୁଣି କାନ୍ଧ
ହଲାଉଛି । ସଦାସର୍ବଦା ଆତ୍ମା ସହିତ କଥାବାର୍ତ୍ତା ହୁଅ । ତୁମେ ଆତ୍ମା ଏହି ଶରୀର ରୂପୀ ସିଂହାସନ
ଉପରେ ବସିଛ । ତୁମେମାନେ ତମୋପ୍ରଧାନ ଥିଲ ଏବେ ତୁମମାନଙ୍କୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ।
ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ସ୍ମରଣ କରିବା ଦ୍ୱାରା ଦେହର ଅଭିମାନ ତୁଟିଯିବ ।
ତୁମମାନଙ୍କ ଭିତରେ ଅଧାକଳ୍ପର ଦେହ-ଅଭିମାନ ରହିଛି । ବର୍ତ୍ତମାନ ସମସ୍ତେ ଦେହ-ଅଭିମାନୀ ଅଟନ୍ତି
।
ଏବେ ବାବା ବୁଝାଉଛନ୍ତି
ଦେହୀ-ଅଭିମାନୀ ହୁଅ । ଆତ୍ମା ହିଁ ସବୁ କିଛି ଧାରଣ କରୁଛି । ଖାଇବା-ପିଇବା ସବୁ କିଛି ଆତ୍ମା
ହିଁ କରୁଛି । ବାବାଙ୍କୁ ତ ଅଭୋକ୍ତା କୁହାଯାଉଛି । ସେ ହେଉଛନ୍ତି ନିରାକାର । ଏହି ଶରୀରଧାରୀ
ବାବା ତ ସବୁ କିଛି କରୁଛନ୍ତି । ସିଏ ଖାଇବା-ପିଇବା କିଛି କରୁ ନାହାଁନ୍ତି କାରଣ ସିଏ ଅଭୋକ୍ତା
ଅଟନ୍ତି । ଏହି କଥାର ପୁଣି ସେମାନେ କପି କରିଛନ୍ତି । ମନୁଷ୍ୟମାନଙ୍କୁ କେତେ ଠକୁଛନ୍ତି ।
ତୁମମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି, କଳ୍ପ ପୂର୍ବରୁ ଯେଉଁମାନେ ବୁଝିଥିଲେ ସେହିମାନେ
ହିଁ ବୁଝିବେ । ବାବା କହୁଛନ୍ତି ମୁଁ ହିଁ କଳ୍ପ-କଳ୍ପ ଆସି ତୁମକୁ ପାଠପଢାଇ ସାକ୍ଷୀ ହୋଇ ଦେଖୁଛି
। ପୁରୁଷାର୍ଥର କ୍ରମ ଅନୁସାରେ ଯାହା ପଢିଥିଲ ତାହା ହିଁ ପଢିବ । ଏଥିରେ ସମୟ ଲାଗିବ । କହୁଛନ୍ତି
କଳିଯୁଗ ସମାପ୍ତ ହେବାକୁ ଆହୁରି ୪୦ ହଜାର ବର୍ଷ ବାକି ଅଛି । ମନୁଷ୍ୟମାନେ ତେଣୁ ଘୋର ଅନ୍ଧକାରରେ
ଅଛନ୍ତି ନା । ଏହାକୁ ଅଜ୍ଞାନ ଅନ୍ଧକାର କୁହାଯାଉଛି । ଭକ୍ତିମାର୍ଗ ଏବଂ ଜ୍ଞାନ ମାର୍ଗରେ
ରାତି-ଦିନର ଫରକ ରହିଛି । ଏହା ମଧ୍ୟ ବୁଝିବାର କଥା । ପିଲାମାନେ ବହୁତ ଖୁସିରେ ବୁଡି ରହିବା
ଉଚିତ୍ । ତୁମ ପାଖରେ ସବୁ କିଛି ଅଛି, ଆଉ କିଛି ପାଇବାର ଇଚ୍ଛା ନାହିଁ । ଜାଣିଛନ୍ତି କଳ୍ପ
ପୂର୍ବ ଭଳି ଆମର ସମସ୍ତ କାମନା ପୁରଣ ହେଉଛି ସେଥିପାଇଁ ପେଟ ଭରି ହୋଇ ରହୁଛି । ଯାହାଙ୍କର ଜ୍ଞାନ
ନାହିଁ, ତାଙ୍କର ପେଟ ଭରିବ ନାହିଁ । କୁହାଯାଏ - ଖୁସି ସଦୃଶ ଭୋଜନ ନାହିଁ । ତୁମମାନଙ୍କୁ
ଜନ୍ମ-ଜନ୍ମାନ୍ତର ପାଇଁ ରାଜତ୍ୱ ମିଳୁଛି । ଯେଉଁମାନେ ଦାସ-ଦାସୀ ହେବେ ତାଙ୍କର ଏତେ ଖୁସି ରହିବ
ନାହିଁ । ପୂରା ମହାବୀର ହେବାକୁ ପଡିବ, ଯେପରି ମାୟା ହଲାଇ ପାରିବ ନାହିଁ ।
ବାବା କହୁଛନ୍ତି
ଦୃଷ୍ଟିକୁ ବହୁତ ସମ୍ଭାଳିବାକୁ ହେବ । ତୁମମାନଙ୍କ ଭିତରେ ବିକାରୀ ଦୃଷ୍ଟି ଯେପରି ନ ରହୁ ।
ସ୍ତ୍ରୀକୁ ଦେଖିଲେ ମନଚଞ୍ଚଳ ହୋଇଯାଇଥାଏ । ଆରେ ତୁମେ ତ ଭାଇ-ଭଉଣୀ, କୁମାର-କୁମାରୀ ଅଟ ନା ।
ପୁଣି କର୍ମେନ୍ଦ୍ରିୟ ଚଞ୍ଚଳତା କାହିଁକି କରୁଛି! ବଡ-ବଡ ଲକ୍ଷପତି, କୋଟିପତିଙ୍କୁ ମଧ୍ୟ ମାୟା
ହରାଇ ଦେଉଛି । ଗରୀବମାନଙ୍କୁ ମଧ୍ୟ ମାୟା ଏକଦମ୍ ମାରିଦେଉଛି ଅର୍ଥାତ୍ ସେମାନେ ମଧ୍ୟ ଜ୍ଞାନ ଛାଡି
ଦେଉଛନ୍ତି । ପୁଣି କହୁଛନ୍ତି ବାବା ମୁଁ ଧକ୍କା ଖାଇଗଲି । ଆରେ ୧୦ ବର୍ଷ ଜ୍ଞାନ ମାର୍ଗରେ ଚାଲିବା
ପରେ ମଧ୍ୟ ହାରିଗଲ । ଏବେ ତ ରସାତଳଗାମୀ ହୋଇଗଲ । ଅନ୍ତରରେ ଜାଣୁଛନ୍ତି ତାଙ୍କର ଅବସ୍ଥା କିପରି
ଅଛି । କେହି-କେହି ତ ବହୁତ ଭଲ ସେବା କରୁଛନ୍ତି । କନ୍ୟାମାନେ ମଧ୍ୟ ଭୀଷ୍ମ ପିତାମହ ଆଦିଙ୍କୁ
ବାଣ ମାରିଥିଲେ ନା । ଗୀତାରେ ଅଳ୍ପ ବହୁତ ଏହାର ବର୍ଣ୍ଣନା ରହିଛି । ଏହା ତ ଭଗବାନୁବାଚ ଅଟେ ।
ଯଦି ଶ୍ରୀକୃଷ୍ଣ ଭଗବାନ ଗୀତା ଶୁଣାଇଥିଲେ ତେବେ ଏପରି କାହିଁକି କହୁଛନ୍ତି ଯେ, ମୁଁ ଯିଏ ଯେପରି,
କ୍ୱଚିତ୍ କେହି କେହି ମୋତେ ଜାଣିଛନ୍ତି । ଯଦି ଶ୍ରୀକୃଷ୍ଣ ଏଠାରେ ଥାନ୍ତେ ତେବେ ଜଣା ନାହିଁ କ’ଣ
କରି ଦେଇଥା’ନ୍ତେ । ଶ୍ରୀକୃଷ୍ଣଙ୍କର କାୟା ତ ସତ୍ୟଯୁଗରେ ହିଁ ଥାଏ । ଏ କଥା ଜାଣି ନାହାଁନ୍ତି
ଯେ ଶ୍ରୀକୃଷ୍ଣଙ୍କର ବହୁତ ଜନ୍ମର ଅନ୍ତିମ ଶରୀରରେ ମୁଁ ପ୍ରବେଶ କରୁଛି । ସାକାରରେ ଶ୍ରୀକୃଷ୍ଣ
ଆସିଥିଲେ ତ ତୁରନ୍ତ ସମସ୍ତେ ପଳାଇ ଆସିଥା’ନ୍ତେ । ପୋପ୍ ଆଦି ଆସିଲେ କେତେ ଲୋକ ଯାଇ ରୁଣ୍ଡ
ହୋଇଯାଇଥା’ନ୍ତି । ମନୁଷ୍ୟ କ’ଣ ଏକଥା ଜାଣିଛନ୍ତି ଯେ ବର୍ତ୍ତମାନ ସମସ୍ତେ ପତିତ ତମୋପ୍ରଧାନ
ଅଟନ୍ତି । କହୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ କିନ୍ତୁ ବୁଝୁ ନାହାଁନ୍ତି ଯେ ଆମେ ପତିତ ।
ପିଲାମାନଙ୍କୁ ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ବାବାଙ୍କର ବୁଦ୍ଧି ତ ସବୁ ସେଣ୍ଟରର ଅନନ୍ୟ
ସନ୍ତାନମାନଙ୍କ ଆଡକୁ ଚାଲିଯାଉଛି । ଯେତେବେଳେ ଅଧିକ ଅନନ୍ୟ ସନ୍ତାନମାନେ ଏଠାକୁ ଆସିଥା’ନ୍ତି
ତେବେ ପୁଣି ସେମାନଙ୍କୁ ଦେଖିଥାଏ ନଚେତ୍ ବାହାରେ ପିଲାମାନଙ୍କୁ ମନେ ପକାଇବାକୁ ପଡିଥାଏ ।
ସେମାନଙ୍କ ସମ୍ମୁଖରେ ଜ୍ଞାନର ନୃତ୍ୟ କରିଥାଏ । ଅଧିକାଂଶ ଜ୍ଞାନୀ ଆତ୍ମା ଥିଲେ ମଜା ଆସିଥାଏ ।
ନଚେତ୍ କନ୍ୟାମାନଙ୍କ ଉପରେ କେତେ ଅତ୍ୟାଚାର ହେଉଛି । ତାଙ୍କୁ କଳ୍ପ-କଳ୍ପ ସହନ କରିବାକୁ ପଡୁଛି
। ଜ୍ଞାନମାର୍ଗକୁ ଆସିବା ଦ୍ୱାରା ପୁଣି ଭକ୍ତି ଛାଡି ଦେଉଛନ୍ତି । ଯଦି ଘରେ ମନ୍ଦିର ଅଛି,
ସ୍ତ୍ରୀ-ପୁରୁଷ ଉଭୟ ଭକ୍ତି କରୁଛନ୍ତି ଓ ସ୍ତ୍ରୀକୁ ଜ୍ଞାନର ଆକର୍ଷଣ ହୋଇଯିବ ଏବଂ ସିଏ ଭକ୍ତି
ଛାଡି ଦେବ, ତେବେ କେତେ ହଙ୍ଗାମା ହୋଇଯିବ । ଯଦି ବିକାରଗ୍ରସ୍ତ ନ ହେବେ, ଶାସ୍ତ୍ର ଆଦି ନ ପଢିବେ
ତେବେ ଝଗଡା ହେବ ନା । ଏହି ଜ୍ଞାନମାର୍ଗରେ ବହୁତ ବିଘ୍ନ ପଡିଥାଏ, କିନ୍ତୁ ଅନ୍ୟ ସତ୍ସଙ୍ଗକୁ
ଯିବା ପାଇଁ କେହି ମନା କରନ୍ତି ନାହିଁ । ଏଠାରେ ମୁଖ୍ୟ କଥା ହେଲା ପବିତ୍ରତା । ପୁରୁଷମାନେ
ପବିତ୍ର ରହିପାରନ୍ତି ନାହିଁ ତେଣୁ ଜଙ୍ଗଲକୁ ଚାଲିଯାଇଥାନ୍ତି, ସ୍ତ୍ରୀମାନେ କୁଆଡେ ଯିବେ ।
ସେମାନେ ଭାବନ୍ତି ସ୍ତ୍ରୀମାନେ ନର୍କର ଦ୍ୱାର । ବାବା କହୁଛନ୍ତି ଏମାନେ ତ ସ୍ୱର୍ଗର ଦ୍ୱାର
ଅଟନ୍ତି । ତୁମେ କନ୍ୟାମାନେ ଏବେ ସ୍ୱର୍ଗ ସ୍ଥାପନ କରୁଛ । ଏହା ପୂର୍ବରୁ ଦୁନିଆ ନର୍କର ଦ୍ୱାର
ଥିଲା । ଏବେ ସ୍ୱର୍ଗର ସ୍ଥାପନା ହେଉଛି । ସତ୍ୟଯୁଗ ସ୍ୱର୍ଗର ଦ୍ୱାର ଏବଂ କଳିଯୁଗ ନର୍କର ଦ୍ୱାର
ଅଟେ । ଏ ସବୁ ବୁଝିବାର କଥା । ତୁମେମାନେ ମଧ୍ୟ ଏହି କଥାକୁ ପୁରୁଷାର୍ଥର କ୍ରମଅନୁସାରେ ବୁଝୁଛ ।
ଭଲେ ପବିତ୍ର ମଧ୍ୟ ରହୁଛନ୍ତି, ବାକି କ୍ରମ ଅନୁସାରେ ଜ୍ଞାନର ଧାରଣା ହେଉଛି । ତୁମେମାନେ ତ
ପୁରୁଣା ନର୍କ ଦୁନିଆରୁ ବାହାରି ଏଠାକୁ ଆସିଛ, କିନ୍ତୁ ଏବେ ବୁଝାଯାଉଛି କି, ତୁମମାନଙ୍କୁ
ଗୃହସ୍ଥ ବ୍ୟବହାରରେ ରହିବାକୁ ହେବ । ସେମାନଙ୍କୁ ଅସୁବିଧା ହେଉଛି । ଯେଉଁମାନେ ଏଠାରେ ରହୁଛନ୍ତି
ତାଙ୍କର କୌଣସି ଅସୁବିଧା ନାହିଁ । ତେବେ ବାବା ବୁଝାଉଛନ୍ତି ଗୃହସ୍ଥରେ ଥାଇ ମଧ୍ୟ କମଳ ପୁଷ୍ପ
ସମାନ ପବିତ୍ର ରୁହ । ତାହା ମଧ୍ୟ ଏହି ଅନ୍ତିମ ଜନ୍ମର କଥା । ଗୃହସ୍ଥ ବ୍ୟବହାରରେ ରହି ନିଜକୁ
ଆତ୍ମା ଭାବ । ଆତ୍ମା ହିଁ ଶୁଣୁଛି, ଆତ୍ମା ହିଁ ଏହିପରି ହୋଇଛି । ଆତ୍ମା ହିଁ ଜନ୍ମ-ଜନ୍ମାନ୍ତର
ଭିନ୍ନ-ଭିନ୍ନ ପୋଷାକ ପିନ୍ଧି ଆସିଛି । ଏବେ ଆମ ଆତ୍ମାମାନଙ୍କୁ ଘରକୁ ଯିବାକୁ ହେବ । ସେଥିପାଇଁ
ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ । ଏହା ହେଉଛି ମୂଳ କଥା । ବାବା କହୁଛନ୍ତି ମୁଁ
ଆତ୍ମାମାନଙ୍କ ସହିତ କଥାବାର୍ତ୍ତା ହେଉଛି । ଆତ୍ମା ଭ୍ରୁକୁଟୀ ମଧ୍ୟରେ ରହୁଛି । ଏହି
କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛି । ଆତ୍ମା ନ ଥିଲେ ଶରୀର ମୁର୍ଦ୍ଦାର ହୋଇଯାଇଥାଆନ୍ତା । ବାବା ଆସି
କେତେ ୱାଣ୍ଡରଫୁଲ୍ ଜ୍ଞାନ ଦେଉଛନ୍ତି । ତେବେ ପରମାତ୍ମାଙ୍କ ବିନା ତ ଏହି କଥା କେହି ବୁଝାଇ
ପାରିବେ ନାହିଁ । ସନ୍ନ୍ୟାସୀ ଆଦି କେହି ବି ଆତ୍ମାକୁ ଦେଖି ନାହାଁନ୍ତି । ସେମାନେ ତ ଆତ୍ମାକୁ
ପରମାତ୍ମା ବୋଲି ଭାବୁଛନ୍ତି । ଦ୍ୱିତୀୟରେ ପୁଣି କହୁଛନ୍ତି ଆତ୍ମାରେ କୌଣସି ଲେପ-ଛେପ ଲାଗୁ ନାହିଁ
। ସେଥିପାଇଁ ଶରୀରକୁ ଧୋଇବା ପାଇଁ ଗଙ୍ଗାକୁ ଯାଇଥା’ନ୍ତି । ଏକଥା କେହି ଜାଣି ନାହାଁନ୍ତି ଯେ,
ଆତ୍ମା ହିଁ ପତିତ ହେଉଛି । ଆତ୍ମା ହିଁ ସବୁ କିଛି କରୁଛି । ବାବା ବୁଝାଉଛନ୍ତି, ଏକଥା ଭାବ ନାହିଁ
ଯେ ମୁଁ ଅମୁକ, ସେ ଅମୁକ ଅଟେ... । ନା, ସମସ୍ତେ ଆତ୍ମା ଅଟନ୍ତି । ସେଥିପାଇଁ ଜାତି-ପାତିର କୌଣସି
ଭେଦଭାବ ରହିବା ଉଚିତ୍ ନୁହେଁ । ନିଜକୁ ଆତ୍ମ ନିଶ୍ଚୟ କର । ଗଭର୍ଣ୍ଣମେଣ୍ଟ ମଧ୍ୟ କୌଣସି ଧର୍ମକୁ
ମାନି ନ ଥାଏ । ଏସବୁ ତ ଦେହର ଧର୍ମ ଅଟେ । ସବୁ ଆତ୍ମାମାନଙ୍କର ପିତା ତ ଜଣେ । ସମସ୍ତଙ୍କୁ ମଧ୍ୟ
ଆତ୍ମିକ ଦୃଷ୍ଟିରେ ଦେଖିବାକୁ ହେବ । ସବୁ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେଉଁ କଥା
ଅନାବଶ୍ୟକ, ତାକୁ ଗୋଟିଏ କାନରେ ଶୁଣି ଅନ୍ୟ କାନରେ ବାହାର କରିଦେବାକୁ ହେବ, ହିୟର ନୋ ଇଭିଲ୍
ଅର୍ଥାତ୍ ଖରାପ କଥା ଶୁଣ ନାହିଁ..... । ବାବା ଯେଉଁ ଶିକ୍ଷା ଦେଉଛନ୍ତି ସେଗୁଡିକୁ ଧାରଣ କରିବାକୁ
ହେବ ।
(୨) କୌଣସି ବି
ସାଂସାରିକ ଇଚ୍ଛା ରଖିବାର ନାହିଁ । ନିଜର ଦୃଷ୍ଟି ଉପରେ ଧ୍ୟାନ ଦେବାକୁ ହେବ, ଯେପରି କାହା ପ୍ରତି
ବି ବିକାରୀ ଦୃଷ୍ଟି ନ ଯାଏ । କୌଣସି ବି କର୍ମେନ୍ଦ୍ରିୟ ଚଳାୟମାନ ଅର୍ଥାତ୍ ଅସ୍ଥିର ନ ହେଉ ।
ଖୁସିରେ ଭରପୂର ହୋଇ ରହିବାକୁ ହେବ ।
ବରଦାନ:-
ମାୟାର ଖେଳକୁ
ସାକ୍ଷୀ ହୋଇ ଦେଖୁଥିବା ସଦା ନିର୍ଭୟ, ମାୟାଜିତ୍ ଭବ ।
ଯେପରି ସମୟ ଅନୁସାରେ
ତୁମମାନଙ୍କର ସ୍ଥିତି ଆଗକୁ ବଢି ବଢି ଚାଲିଛି, ସେହି ଅନୁସାରେ ଏବେ ତୁମ ଉପରେ ମାୟାର ଆକ୍ରମଣ
ହେବା ଉଚିତ୍ ନୁହେଁ, ମାୟା ନମସ୍କାର କରିବା ପାଇଁ ଆସୁ ଆକ୍ରମଣ କରିବା ପାଇଁ ନୁହେଁ । ଯଦି ମାୟା
ଆସି ବି ଯାଉଛି ତେବେ ତାକୁ ଖେଳ ମନେ କରି ଦେଖ । ଏଭଳି ଅନୁଭବ ହେଉ ଯେପରି ସାକ୍ଷୀ ହୋଇ ଲୌକିକ
ଦୁନିଆର ଡ୍ରାମା ଦେଖୁଛ । ମାୟାର ରୂପ ଯେତେ ବି ବିକରାଳ ହୋଇଥାଉ କିନ୍ତୁ ତୁମେ ତା’କୁ ଯଦି ଖେଳ
ଏବଂ ଖେଳଣା ମନେ କରି ଦେଖିବ ତେବେ ବହୁତ ମଜା ଲାଗିବ, ଯାହା ଫଳରେ ତୁମେ ସେଥିରେ ଡରିବ ନାହିଁ କି
ବିଚଳିତ ହେବ ନାହିଁ । ଯେଉଁ ପିଲାମାନେ ସର୍ବଦା ଖେଳାଳୀ ହୋଇ ସାକ୍ଷୀ ହୋଇ ମାୟାର ଖେଳ
ଦେଖିଥା’ନ୍ତି ସେମାନେ ସର୍ବଦା ନିର୍ଭୟ ବା ମାୟାଜୀତ୍ ହୋଇଯାଇଥା’ନ୍ତି ।
ସ୍ଲୋଗାନ:-
ଏପରି ସ୍ନେହର
ସାଗର ହୁଅ ଯେପରିକି କ୍ରୋଧ ନିକଟକୁ ଆସି ନ ପାରୁ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମାତୀତ ଅର୍ଥାତ୍
କର୍ମର ଅଧୀନ ନୁହେଁ ବା କର୍ମର ପରତନ୍ତ୍ର ନୁହେଁ । ସ୍ୱତନ୍ତ୍ର ହୋଇ କର୍ମେନ୍ଦ୍ରିୟମାନଙ୍କ
ଦ୍ୱାରା କର୍ମ କରାଅ । ଯେପରି ଗାୟନ ଅଛି କି କର୍ମ କରୁଥିଲେ ମଧ୍ୟ ଅକର୍ତ୍ତା,
ସମ୍ବନ୍ଧ-ସମ୍ପର୍କରେ ରହୁଥିଲେ ମଧ୍ୟ କର୍ମାତୀତ, କ’ଣ ମୋ’ର ସ୍ଥିତି ଏହିଭଳି ରହୁଛି? କାହା ସହିତ
କୌଣସି ପ୍ରକାରର ମୋହର ଆକର୍ଷଣ ମଧ୍ୟ ନ ଥିବ ଏବଂ ସେବା ପ୍ରତି ମଧ୍ୟ ମୋହ ବା ବିଶେଷ ଆକର୍ଷଣ ନ
ଥିବ, କିନ୍ତୁ ନିମିତ୍ତ ଭାବରେ ସେବା କରୁଥିବ; ଏହାଦ୍ୱାରା ସହଜରେ କର୍ମାତୀତ ହୋଇପାରିବ ।